ଶ୍ରୀ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବ୍ୟକ୍ତିଗତ କ୍ଷତି । ଏକାଧିକ ଟୁଇଟ୍‌ ଜରିଆରେ ସେ ଆବେଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।

ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଥିଲା ଏବଂ ବହୁ ବର୍ଷ ଧରି ଦୁହେଁ ପରସ୍ପରର ବନ୍ଧୁ ଥିଲେ ।

୨୦୦୭ରେ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜାପାନ ଗସ୍ତ କରିଥିଲେ । ଏହି ସମୟରେ ସେ ଶ୍ରୀ ଶିଞ୍ଜୋ ଆବେଙ୍କୁ ଭେଟିଥିଲେ । ଶ୍ରୀ ଆବେ ସେତେବେଳେ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ଶ୍ରୀ ଆବେ ବିଶେଷ ଆତିଥେୟ ପ୍ରଦର୍ଶନ କରି ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ ସହିତ ଅନେକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେବେଠାରୁ ଦୁଇ ନେତା ଅନେକ ଅବସରରେ ପରସ୍ପରକୁ ଭେଟି ସାରିଛନ୍ତି, ଏହାଦ୍ୱାରା କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହେଲା ନାହିଁ ବରଂ ଉଭୟଙ୍କ ମଧ୍ୟରେ ଚିରସ୍ଥାୟୀ ବନ୍ଧନ ବିକଶିତ ହୋଇଥିଲା।

୨୦୧୨ରେ ଶ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଚାରି ଦିନିଆ ଜାପାନ ଗସ୍ତରେ ଯାଇଥିଲେ । ଶ୍ରୀ ମୋଦୀ ଏହି ଗସ୍ତ ସମୟରେ ମଧ୍ୟ ଶିଞ୍ଜୋ ଆବେଙ୍କୁ ଭେଟିଥିଲେ, ଆବେ ସେତେବେଳେ ବିରୋଧୀ ଦଳ ନେତା ଥିଲେ ।

୨୦୧୨ରେ ଶ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଚାରି ଦିନିଆ ଜାପାନ ଗସ୍ତରେ ଯାଇଥିଲେ । ଶ୍ରୀ ମୋଦୀ ଏହି ଗସ୍ତ ସମୟରେ ମଧ୍ୟ ଶିଞ୍ଜୋ ଆବେଙ୍କୁ ଭେଟିଥିଲେ, ଆବେ ସେତେବେଳେ ବିରୋଧୀ ଦଳ ନେତା ଥିଲେ । 

ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ଜାରି ରହିଲା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେଲା, ୨୦୧୪ରେ ଶ୍ରୀ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଜାପାନର କ୍ୟୋଟୋ ଗସ୍ତ କରିଥିଲେ । ଭାରତ-ଜାପାନ ସମ୍ପର୍କର ଗଭୀରତାକୁ ପ୍ରଦର୍ଶନ କରିବା ଲାଗି ଶ୍ରୀ ଆବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ନୈଶ୍ୟ ଭୋଜି ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କ୍ୟୋଟୋର ସାଂସ୍କୃତିକ ଐତିହ୍ୟର ଆନନ୍ଦ ଉପଭୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ଆବେ ଖୁସି ବ୍ୟକ୍ତ କରିଥିଲେ । ଦୁଇ ନେତା ଏକ ସଙ୍ଗେ କ୍ୟୋଟୋର ତୋଜି ମନ୍ଦିର ପରିଦର୍ଶନ କରିଥିଲେ ।

ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଆଉ ଏକ ପ୍ରତିଫଳନ ସ୍ୱରୂପ ପ୍ରଧାନମନ୍ତ୍ରୀ ଆବେ ୨୦୧୪ରେ ଜି-20 ଶିଖର ସମ୍ମିଳନୀ ଅବସରରେ ବ୍ରିସବେନ ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ନୈଶ୍ୟଭୋଜିର ଆୟୋଜନ କରିଥିଲେ । ୨୦୧୪ରେ ୫ ଦିନିଆ ଜାପାନ ଗସ୍ତ ଅବସରରେ କ୍ୟୋଟୋ ଇମ୍ପେରିଆଲ ଗେଷ୍ଟ ହାଉସରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ନୈଶ୍ୟ ଭୋଜି ଆୟୋଜନ ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ରେ ବାରାଣସୀ ଠାରେ ପ୍ରତିଷ୍ଠିତ ଗଙ୍ଗା ଆଳତି ପାଇଁ ପ୍ରଧାନମନ୍ତ୍ରୀ ଆବେଙ୍କୁ ନିମନ୍ତ୍ରଣ କରି ଏହି ସଦ୍ଭାବନାପୂର୍ଣ୍ଣ ବନ୍ଧୁତ୍ୱକୁ ଆହୁରି ଆଗେଇ ନେଇଥିଲେ । ଉଭୟ ଦଶାଶ୍ଵମେଧ ଘାଟରେ ପ୍ରାର୍ଥନା କରିଥିଲେ ଏବଂ ଗଙ୍ଗା ଆଳତୀ ଦେଖିଥିଲେ ।

ଏକ ସେମିନାରରେ ନିଜ ବିଚାର ବ୍ୟକ୍ତ କରି ଜାପାନ ପ୍ରଧାନମନ୍ତ୍ରୀ ଗଙ୍ଗା ଆଳତି ସମାରୋହକୁ ଚମତ୍କାର ଅନୁଭବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଆବେ ଆହୁରି କହିଥିଲେ, ‘‘ମା’ ଗଙ୍ଗା ନଦୀ ତଟରେ, ମୁଁ ନିଜକୁ ସଙ୍ଗୀତ ଏବଂ ଅଗ୍ନିର ଲୟବଦ୍ଧ ଗତିରେ ହଜାଇ ଦେଇଥିଲି । ଏସିଆର ଦୁଇଟି ଭାଗକୁ ଗଭୀରତା ସହ ଯୋଡ଼ୁଥିବା ଇତିହାସକୁ ଅନୁଭବ କରି ମୁଁ ଚମତ୍କୃତ ହୋଇପଡ଼ିଥିଲି । ପ୍ରଧାନମନ୍ତ୍ରୀ ଆବେ ସ୍ବୀକାର କରିଥିଲେ ଯେ ବାରାଣସୀ ତାଙ୍କୁ ‘ସମାସରା’ ବିଷୟରେ ସ୍ମରଣ କରାଇ ଦେଇଥିଲା, ଏହା ଏପରି ଏକ ଶିକ୍ଷା ଥିଲା ଯାହାକୁ ଜାପାନୀମାନେ ପ୍ରାଚୀନ କାଳରୁ ଗୁରୁତ୍ୱ ଦେଇ ଆସୁଥିଲେ।

ଦ୍ୱାଦଶ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ସେପ୍ଟେମ୍ବର ୨୦୧୭ରେ, ପ୍ରଧାନମନ୍ତ୍ରୀ ଆବେ ଭାରତ ଗସ୍ତରେ ଆସିଥିଲେ । ବନ୍ଧୁତାର ନିଦର୍ଶନ ସ୍ୱରୂପ, ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଧାରିତ ପ୍ରୋଟୋକଲକୁ ଭାଙ୍ଗି ଅହମ୍ମଦାବାଦ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଯାଇଥିଲେ । ସ୍ୱାଗତ ସମାରୋହ ସରିବାର ତୁରନ୍ତ ପରେ, ପ୍ରଧାନମନ୍ତ୍ରୀ ଆବେ, ତାଙ୍କ ପତ୍ନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏକ ଖୋଲା ଜିପରେ ଆଠ କିଲୋମିଟର ପର୍ଯ୍ୟନ୍ତ ରୋଡଶୋ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସାବରମତୀ ଆଶ୍ରମକୁ ଯାଇଥିଲେ । ଏହାପରେ ସେମାନେ ସିଦ୍ଦି ସୟେଦଙ୍କ ମସଜିଦକୁ ଯିବା ସହିତ ଦାଣ୍ଡି କୁଟୀର ପରିଦର୍ଶନ କରିଥିଲେ ।

ଏହାପରେ ଏକ ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉଭୟ ନେତା ମିଳିତ ଭାବେ ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଭାରତର ପ୍ରଥମ ହାଇ-ସ୍ପିଡ୍‌ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ପାଇଁ ବୈଷୟିକ ଏବଂ ଆର୍ଥିକ ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ ।

୨୦୧୮ ମସିହାରେ, ପ୍ରଧାନମନ୍ତ୍ରୀ ଆବେ ସୁରମ୍ୟ ୟାମାନାଶୀ ପ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତିଥେୟ ପ୍ରଦାନ କରିଥିଲେ । କେବଳ ସେତିକି ନୁହେଁ ସେ ୟାମାନାଶିରେ କାୱାଗୁଚୀ ଝରଣା ପାଖରେ ଥିବା ନିଜ ଘରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅତିଥି ଭାବେ ସ୍ୱାଗତ କରିଥିଲେ ।

 

 

ଏହାପରେ ଏକ ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉଭୟ ନେତା ମିଳିତ ଭାବେ ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଭାରତର ପ୍ରଥମ ହାଇ-ସ୍ପିଡ୍‌ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ପାଇଁ ବୈଷୟିକ ଏବଂ ଆର୍ଥିକ ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ ।

୨୦୧୮ ମସିହାରେ, ପ୍ରଧାନମନ୍ତ୍ରୀ ଆବେ ସୁରମ୍ୟ ୟାମାନାଶୀ ପ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତିଥେୟ ପ୍ରଦାନ କରିଥିଲେ । କେବଳ ସେତିକି ନୁହେଁ ସେ ୟାମାନାଶିରେ କାୱାଗୁଚୀ ଝରଣା ପାଖରେ ଥିବା ନିଜ ଘରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅତିଥି ଭାବେ ସ୍ୱାଗତ କରିଥିଲେ ।

ଦୁଇ ନେତା ଜାପାନରେ ଫାନୁକ କର୍ପୋରେସନ ମଧ୍ୟ ଗସ୍ତ କରିଥିଲେ, ୟାମାନାଶିରେ ଥିବା ଏହି ସ୍ଥାନ ହେଉଛି ବିଶ୍ଵରେ ଔଦ୍ୟୋଗିକ ରୋବୋଟର ସବୁଠୁ ବଡ଼ ନିର୍ମାଣସ୍ଥଳୀ ମଧ୍ୟରୁ ଅନ୍ୟତମ । ନେତାମାନେ ରୋବୋଟିକ୍ସ ଏବଂ ଅଟୋମେସନ ସୁବିଧାର ମଧ୍ୟ ପରିଦର୍ଶନ କରିଥିଲେ ।

୨୦୧୯ରେ କେବଳ ଚାରି ମାସର ଅବଧି ମଧ୍ୟରେ ଓସାକା (ଜି20 ଶିଖର ସମ୍ମିଳନୀ ସମୟରେ), ଭ୍ଲାଦିଭୋସ୍ତୋକ (ପୂର୍ବ ଆର୍ଥିକ ମଞ୍ଚ ସମୟରେ) ଏବଂ ବ୍ୟାଂକକ (ଭାରତ-ଆସିଆନ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀ)ରେ ଉଭୟଙ୍କ ମଧ୍ୟରେ ତିନି ଥର ସାକ୍ଷାତ ଆଲୋଚନା ହୋଇଥିଲା ।

୨୦୨୦ ମଧ୍ୟ ଭାଗରେ ଅସୁସ୍ଥତା କାରଣରୁ ଶ୍ରୀ ଆବେ ଜାପାନ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ଏ ସମ୍ପର୍କରେ ଶ୍ରୀ ଆବେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରରେ ଅତ୍ୟନ୍ତ ପ୍ରଭାବିତ । ଏହି ‘ଭାବପୂର୍ଣ୍ଣ ଉକ୍ତି’ ପାଇଁ ଆବେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

ନିକଟରେ, କ୍ବାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଗସ୍ତ କରିଥିବା ସମୟରେ ପୁଣିଥରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଭେଟିଥିଲେ । ସେଠାରେ ସେମାନେ ଭାରତ-ଜାପାନ ଭାଗିଦାରୀର ବ୍ୟାପକ ପରିଦୃଶ୍ୟ ସହିତ ଉଭୟ ରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”