ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଏସ୍‌ଏଚ୍‌ଜି ସଦସ୍ୟ ତଥା ତାଲିମପ୍ରାପ୍ତ ଡ୍ରୋନ୍ ପାଇଲଟ୍ ମାନଙ୍କ ସହ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ । 

ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍‌ଏଚ୍‌ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ ।

ଆନ୍ଧ୍ରପ୍ରଦେଶର ପ୍ରାକସମ୍ ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ କୋମଲାପତି ଭେଙ୍କଟା ରାବନାମ୍ମା କୃଷି ଉଦ୍ଦେଶ୍ୟରେ ଡ୍ରୋନ୍ ଉଡ଼ିବା ଶିଖିବାର ଅଭିଜ୍ଞତା ବାଣ୍ଟିଥିଲେ । ଡ୍ରୋନ୍ ଉଡ଼ାଇବା ପାଇଁ ତାଲିମ ଶେଷ କରିବାକୁ ତାଙ୍କୁ ୧୨ ଦିନ ସମୟ ଲାଗିଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ଗ୍ରାମ ଗୁଡିକରେ କୃଷି ପାଇଁ ଡ୍ରୋନ୍ ବ୍ୟବହାର କରିବାର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଜିଜ୍ଞାସା ପରେ ସେ କହିଛନ୍ତି ଯେ ଏହା ଜଳ ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତର ମହିଳା ମାନଙ୍କ ଶକ୍ତି ଉପରେ ସନ୍ଦେହ କରୁଥିବା ଲୋକଙ୍କ ପାଇଁ ଶ୍ରୀମତୀ ଭେଙ୍କଟାଙ୍କ ଭଳି ମହିଳାମାନେ ଗୋଟିଏ ଗୋଟିଏ ଉଦାହରଣ । କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିକଟ ଭବିଷ୍ୟତରେ ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ଉଭା ହେବ ବୋଲି ସେ କହିଛନ୍ତି । ସେ ମଧ୍ୟ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳା ମାନଙ୍କର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance