ୟୁରୋପୀୟ ସଂସଦର ସଦସ୍ୟ ଆଜି ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।  ସେମାନଙ୍କ କାର୍ଯ୍ୟକାଳ ଆରମ୍ଭ ପୂର୍ବରୁ ଭାରତ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ୟୁରୋପୀୟ ସଂଘ ସହିତ ଭାରତର ସମ୍ପର୍କ ପାରସ୍ପରିକ ଲାଭ, ସଂକଳ୍ପବଦ୍ଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ । ସେ କହିଲେ ଯେ ଏକ ନିରପେକ୍ଷ ଓ ସନ୍ତୁଳିତ ବିଟିଆଇଏର ତ୍ୱରିତ ଉପସଂହାର ହେଉଛି ସରକାରଙ୍କ ପ୍ରାଥମିକତା । ଆଞ୍ଚଳିକ ଓ ବୈଶ୍ୱିକ ବିଷୟକୁ ନେଇ ୟୁରୋପୀୟ ସଂଘ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଓ ସନ୍ତ୍ରାସବାଦ ବିରୋଧରେ ସଂଗ୍ରାମ କରିବା ନେଇ ଆନ୍ତର୍ଜାତିକ ସହଯୋଗ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବୈଶ୍ୱିକ ଭାଗିଦାରିରେ ଗଠିତ ଆନ୍ତର୍ଜାତିକ ସୌର ସଂଗଠନର ବିକାଶ ସମ୍ବନ୍ଧରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଭାରତକୁ ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ଜମ୍ମୁ-କଶ୍ମୀର ସମେତ ଭାରତର ବିଭିନ୍ନ ଭାଗକୁ ସେମାନଙ୍କର ସଫଳ ଯାତ୍ରା ପାଇଁ  ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଥିଲେ । ଜମ୍ମୁ-କଶ୍ମୀର ଗସ୍ତ କରିବା ଦ୍ୱାରା ପ୍ରତିନିଧି ଦଳଙ୍କୁ ଏହି ଅଞ୍ଚଳର ବିକାଶ ବାବଦରେ ଏକ ସ୍ପଷ୍ଟ ଚିତ୍ର ଏବଂ ପ୍ରଶାସନିକ ପ୍ରମୁଖତା ବ୍ୟତୀତ ଜମ୍ମୁ, କଶ୍ମୀର ଓ ଲଦାଖର ସାଂସ୍କୃତିକ ଓ ଧାର୍ମିକ ବିବିଧତା ବାବଦରେ ଏକ ଧାରଣା ମିଳିପାରିବ ।

2014ରେ ବ୍ୟବସାୟର ସୁଗମତା ରାଙ୍କିଙ୍ଗରେ ଭାରତର ସ୍ଥାନ 142 ଥିଲାବେଳେ ଏଇ ନିକଟରେ ଏଥିରେ ବଡ ଧରଣର ଉନ୍ନତି ହୋଇ ଏହା 63ରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଭାରତ ଭଳି  ବିରାଟ, ବିଶାଳ ଜନସଂଖ୍ୟା ଏବଂ ବିବିଧତା ପୂର୍ଣ୍ଣ ଦେଶ ପାଇଁ ଏହା ଏକ ବଡ ସଫଳତା । ସେ କହିଲେ ଯେ ଶାସନଗତ ପ୍ରକ୍ରିୟା ସମ୍ପ୍ରତି ଜନସାଧାରଣଙ୍କୁ ଅଭିଳାଷା ସମ୍ପନ୍ନ ଦିଗରେ ଯିବା ପାଇଁ ସମର୍ଥ କରିଛି ।

ସମସ୍ତ ଭାରତୀୟଙ୍କ ଜୀବନ ଧାରଣର ସହଜତା ନିଶ୍ଚିତ କରିବା ନେଇ ସରକାରଙ୍କ ଧ୍ୟାନ ରହିଥିବାର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛ ଭାରତ ଓ ଆୟୁଷ୍ମାନ ଭାରତ ସମେତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ । 2025 ସୁଦ୍ଧା ଟିବି ଦୂର କରିବା ନେଇ ଭାରତର ସଂକଳ୍ପବଦ୍ଧତା ସମ୍ବନ୍ଧରେ ସେ ଦୋହରାଇଥିଲେ ଯାହାକି ବୈଶ୍ୱିକ ଲକ୍ଷ୍ୟଠାରୁ 5 ବର୍ଷ ଆଗୁଆ । ଅକ୍ଷୟ ଉର୍ଜା ଲକ୍ଷ୍ୟରେ ବୃଦ୍ଧି ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାର ସମେତ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସେ ପ୍ରକାଶ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Economy remains resilient amid steady domestic demand: RBI Governor

Media Coverage

Economy remains resilient amid steady domestic demand: RBI Governor
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi