ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ରୁଷ ରାଷ୍ଟ୍ରପତି ମିଷ୍ଟର ଭ୍ଲାଦିମିର ପୁତିନଙ୍କ ସହ ସାକ୍ଷାତ କରିଛନ୍ତି ।

ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ଚତୁର୍ଥ ଭେଟ ।

ବୈଠକ ସମୟରେ ଦୁଇ ନେତା ପ୍ରଧାନମନ୍ତ୍ରୀଙ୍କ ଭ୍ଲାଦିଭୋସ୍ତୋକ ଗସ୍ତ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ । ବିଶେଷକରି ପ୍ରତିରକ୍ଷା ମନ୍ତ୍ରୀ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କର ସଫଳ ରୁଷ ଗସ୍ତ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

2025 ସୁଦ୍ଧା ଦ୍ୱିପାକ୍ଷିକ ବ୍ୟବସାୟ ପରିମାଣ 25 ବିଲିଅନ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଯଥେଷ୍ଟ ପୂର୍ବରୁ ହାସଲ କରାଯିବା ନେଇ ଦୁଇ ନେତା ସନ୍ତୋଷ ପ୍ରକଟ କରିଥିଲେ । କ୍ଷେତ୍ରୀୟ ସ୍ତରରେ ବ୍ୟବସାୟିକ ବାଧା ଦୂର କରିବା ପାଇଁ ରୁଷର ପ୍ରାନ୍ତୀୟ ରାଜ୍ୟ ଏବଂ ଭାରତୀୟ ରାଜ୍ୟ ସ୍ତରରେ ଆଗାମୀ ବର୍ଷ ଏକ ଦ୍ୱିପାକ୍ଷିକ କ୍ଷେତ୍ରୀୟ ମଞ୍ଚର ଆୟୋଜନ କରିବା ପାଇଁ ଦୁଇ ନେତା ନିଷ୍ପତ୍ତି ଗ୍ରହଣ କରିଥିଲେ।

ଦୁଇ ଦେଶ ତୈଳ ଏବଂ ପ୍ରାକୃତିକ ଗ୍ୟାସର ଆମଦାନୀରେ ସ୍ଥିରତା ଏବଂ ପ୍ରଗତି ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ରାଷ୍ଟ୍ରପତି ପୁତିନ ପ୍ରାକୃତିକ ଗ୍ୟାସରେ ଆର୍କଟିକ କ୍ଷେତ୍ରର କ୍ଷମତା ସମ୍ବନ୍ଧରେ ପ୍ରକାଶ କରିଥିଲେ ଏବଂ ଭାରତକୁ ଏହି କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଥିଲେ ।

ଦୁଇ ନେତା ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ବିଶେଷ କରି ନାଗପୁର-ସିକନ୍ଦରାବାଦ ରେଳ ଲାଇନର ବେଗ ବୃଦ୍ଧି କରିବା ଦିଗରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ । ଉଭୟ ନେତା ପ୍ରତିରକ୍ଷା କ୍ଷେତ୍ର ଏବଂ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ ତୃତୀୟ ବିଶ୍ଵ ରାଷ୍ଟ୍ରରେ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗର ସମ୍ଭାବନାକୁ ସ୍ୱାଗତ କରିଥିଲେ ।

ଦୁଇ ନେତା କହିଥିଲେ ଯେ ଦୁଇ ପକ୍ଷ ଆନ୍ତଃରାଷ୍ଟ୍ରୀୟ ବିଷୟ ଉପରେ ସମାନ ବିଚାର ରଖନ୍ତି ଏବଂ ଭବିଷ୍ୟତରେ ମଧ୍ୟ ପରାମର୍ଶ ଜାରି ରଖିବେ।

ଆସନ୍ତା ବର୍ଷ ରୁଷରେ ଭିକ୍ଟରୀ ଡେ ସମାରୋହରେ ଯୋଗ ଦେବା ପାଇଁ ମସ୍କୋ ଆସିବା ଲାଗି ରାଷ୍ଟ୍ରପତି ପୁତିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଖୁସିର ସହ ସ୍ୱୀକାର କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi