ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୨୭, ୨୦୨୨ ରେ ଜର୍ମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ରିପବ୍ଲିକ୍ ଅଫ୍ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ୍ ସ୍କୋଲଜ୍‌ଙ୍କୁ ଭେଟିଛନ୍ତି ।

ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୈଠକ ଥିଲା; ପୂର୍ବ ବୈଠକ ଭାରତ-ଜର୍ମାନୀ ଆନ୍ତଃ - ସରକାରୀ ପରାମର୍ଶ ପାଇଁ ୨ ମଇ ୨୦୨୨ ରେ ପ୍ରଧାନମନ୍ତ୍ରୀଙ୍କ ବର୍ଲିନ ଗସ୍ତ ସମୟରେ ହୋଇଥିଲା । ଜି-୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଚାନସେଲର ସ୍କୋଲଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗତ ମାସର ସେମାନଙ୍କର ଆଲୋଚନା ଜାରି ରଖି ଦୁଇ ନେତା ସେମାନଙ୍କର ସବୁଜ ଏବଂ ସ୍ଥାୟୀ ବିକାଶ ସହଭାଗିତାକୁ ଆଗକୁ ନେବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଲୋଚନା କାଳରେ ଜଳବାୟୁ କାର୍ଯ୍ୟଯୋଜନା, ଜଳବାୟୁ ପାଇଁ ପୁଞ୍ଜି ଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।  ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଉଭୟ ନେତା ମଧ୍ୟ ସହମତ ହୋଇଥିଲେ ।

ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରେ ବୃହତ ସମନ୍ୱୟ, ବିଶେଷକରି ଭାରତର ଆଗାମୀ ଜି -୨୦ ସଭାପତିତ୍ୱ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଦୁଇ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi