ଗତ ଏକ ଦଶନ୍ଧି ଧରି ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ନିରନ୍ତର ଉଦ୍ୟମ କରୁଥିବା ଲୋକଙ୍କୁ ପ୍ରଶଂସା କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପର ୧୦ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ସୂଚାଇଛନ୍ତି ଯେ ‘ମେକ୍ ଇନ୍ ଇଣ୍ଡିଆ’ ଦେଶକୁ ଉତ୍ପାଦନ ଏବଂ ଅଭିନବ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପକୁ ଦର୍ଶାଉଛି । ସେ ସମସ୍ତ ସମ୍ଭାବ୍ୟ ଉପାୟ ମାଧ୍ୟମରେ ‘ମେକ୍ ଇନ୍ ଇଣ୍ଡିଆ’କୁ ଉତ୍ସାହିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆଜି ‘ମେକ୍ ଇନ୍ ଇଣ୍ଡିଆ’ କୁ ୧୦ ବର୍ଷ ପୂରଣ ହୋଇଛି । ଗତ ଏକ ଦଶନ୍ଧି ମଧ୍ୟରେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଯେଉଁମାନେ ନିରନ୍ତର ଭାବରେ କାର୍ଯ୍ୟ କରୁଛନ୍ତି, ମୁଁ ସେମାନଙ୍କୁ ପ୍ରଶଂସା କରୁଛି । ଆମ ଦେଶକୁ ଉତ୍ପାଦନ ଏବଂ ନବସୃଜନର ଏକ ଶକ୍ତି କେନ୍ଦ୍ରରେ ପରିଣତ କରିବା ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପକୁ ଦର୍ଶାଉଛି । ଏହା ଉଲ୍ଲେଖନୀୟ ଯେ ବିଭିନ୍ନ କ୍ଷେତ୍ରରେ ରପ୍ତାନି ବୃଦ୍ଧି ପାଇଛି, ଦକ୍ଷତା ଗଢ଼ି ଉଠିଛି ଏବଂ ଏହିପରି ଭାବରେ ଅର୍ଥନୀତିକୁ ମଜବୁତ କରାଯାଇଛି ।

ସମସ୍ତ ସମ୍ଭାବ୍ୟ ଉପାୟ ମାଧ୍ୟମରେ ‘ମେକ୍ ଇନ୍ ଇଣ୍ଡିଆ’କୁ ଉତ୍ସାହିତ କରିବାକୁ ଭାରତ ସରକାର ପ୍ରତିବଦ୍ଧ । ସଂସ୍କାର କ୍ଷେତ୍ରରେ ଭାରତର ପ୍ରଗତି ମଧ୍ୟ ଜାରି ରହିବ । ମିଳିତ ଭାବେ ଆମେ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ନିର୍ମାଣ କରିବା ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Housing for all' by 2029: Centre approves Rs 10,021 crore fund for PMAY-G in 12 states

Media Coverage

'Housing for all' by 2029: Centre approves Rs 10,021 crore fund for PMAY-G in 12 states
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 3, 2026
June 03, 2026

One Vision, Many Fronts: How PM Modi is Building Viksit Bharat Across Tech, Defense, Green Energy & Welfare