ସେୟାର
 
Comments
 ବୀନିର୍ମାଣ କ୍ଷେତ୍ରରେ ଅସାଧାରଣ ଶକ୍ତି ହେବାର ରାସ୍ତାରେ ଅଛି 
ଭାରତରେ କେବଳ ବୀନିର୍ମାଣ ହିଁ ନାହିଁ ବରଂ ଅନ୍ୟ କ୍ଷେତ୍ରମାନଙ୍କରେ ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଥିବା 'ମେକ ଇନ ଇଣ୍ଡିଆ'  କାର୍ଯ୍ୟକ୍ରମ  ହେଉଛି ଚାରିସ୍ତମ୍ଭ ଉପରେ ଆଧାରିତ ।
 
ନୂଆ କାର୍ଯ୍ୟବିଧି : 'ମେକ ଇନ ଇଣ୍ଡିଆ' ର ମାନିବା ହେବା ଯେ ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହନ ଦେବା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା 'କାରବାର କରିବାରେ ସୁଗମତା' । କାରବାର ପରିବେଶକୁ ସହଜ କରିବା ପାଇଁ ଅନେକ ଇନୋଭେଟିଭ ପ୍ରଦକ୍ଷେପ ଆରମ୍ଭ କରାଯାଇଛି । ଏହାର ଉଦେଶ୍ୟ ପୁରା ବ୍ୟବସାୟ ଚକ୍ର କାଳରେ ଇଣ୍ଡଷ୍ଟ୍ରିକୁ ଡି-ଲାଇସେନ୍ସ ଏବଂ ଡି-ରେଗୁଲେଟ କରିବା । 
 
ନୂଆ ଭିତ୍ତିଭୂମି ଢାଞ୍ଚା :ଉଦ୍ୟୋଗଗୁଡିକର ବିକାଶ ପାଇଁ ଆଧୁନିକ ଏବଂ ସୁବିଧାଜନକ ଢାଞ୍ଚାର ଉପଲବ୍ଧତା ବହୁତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ସରକାର ଆଧୁନିକ ହାଇସ୍ପିଡ କମ୍ୟୁନିକେସନ ଏବଂ ଇଣ୍ଟିଗ୍ରେଟେଡ ଲଜିଷ୍ଟିକ ଆରେଞ୍ଜମେଣ୍ଟ ସହିତ ଉତ୍କୃଷ୍ଟ ଟେକ୍ନୋଲୋଜିରେ ଆଧାରିତ ଭିତ୍ତିଭୂମି ଉପଲବ୍ଧ କରାଇବା ପାଇଁ ଇଣ୍ଡଷ୍ଟ୍ରିଆଲ କରିଡର ଏବଂ ସ୍ମାର୍ଟ ସିଟି ନିର୍ମାଣର ଉଦେଶ୍ୟ ରଖୁଛି । ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟରରେ ମୌଳିକ ଢାଞ୍ଚାକୁ ଉନ୍ନତ କରି ରହିଥିବା ଭିତ୍ତିଭୁମିକୁ ଦୃଢ଼ତା ଦିଆଯାଉଛି ।
 
ନୂଆ କ୍ଷେତ୍ର : 'ମେକ ଇନ ଇଣ୍ଡିଆ' ବୀନିର୍ମାଣ ,ମୌଳିକ ଢାଞ୍ଚା ଏବଂ ସେବା ଗତିବିଧିରେ 25 କ୍ଷେତ୍ରର ଚିହ୍ନଟ କରିଛି ଏବଂ ଇଣ୍ଟେରାକ୍ଟିଭ ୱେବ-ପୋର୍ଟାଲ ଏବଂ ପ୍ରଫେସନାଲୀ ଢଙ୍ଗରେ ପ୍ରସ୍ତୁତ କରାଯାଇଥିବା ବ୍ରୋଚର୍ସ ମାଧ୍ୟମରେ ବିସ୍ତୃତ ସୂଚନାଗୁଡିକ ସେୟାର କରାଯାଉଛି  ।
 
ନୂଆ ବିଚାର : ଉଦ୍ୟୋଗ ସରକାରଙ୍କୁ ଏକ ନିୟାମକ ଭାବେ ଦେଖିଆସିଛି ।  'ମେକ ଇନ ଇଣ୍ଡିଆ' ର ଉଦ୍ଦେଶ୍ୟ ଉଦ୍ୟୋଗଗୁଡ଼ିକ ସହିତ ସରକାରଙ୍କ ସମ୍ବାଦରେ ଆମୂଳଚୂଳ ପରିବର୍ତ୍ତନ ଆଣି ଏହି ବିଚାରକୁ ପରିବର୍ତ୍ତନ କରିବା । ସରକାର ଦେଶର ଆର୍ଥିକ ବିକାଶରେ ଉଦ୍ୟୋଗ ସହିତ ଭାଗିଦାରୀ ହେବ  । ଆମର ଦୃଷ୍ଟି ଏକ ଫେସିଲିଟେଟରର ହେବ ଏବଂ ଏକ ରେଗୁଲେଟରର ନାହିଁ  । 




'ମେକ ଇନ ଇଣ୍ଡିଆ' ଭାରତରେ ବ୍ୟବସାୟୀକ ହସ୍ତୀମାନଙ୍କ ସହିତ ବୈଦେଶକ ନେତାମାନଙ୍କ ମଧ୍ୟରେ ମଧ୍ୟ ନିଜର ପ୍ରଶଂସକ ପ୍ରସ୍ତୁତ କରିଛି । ଏହି ଐତିହାସିକ ପଦକ୍ଷେପରେ ବିଶ୍ୱ ଭାରତ ସହିତ ଭାଗିଦାରୀ କରିବାରେ ଇଛୁକ ଅଛି  ।



ଆମେ ଏକ ଭିତ୍ତିଭୂମି ଆରମ୍ଭିକର ରୋଡ଼ମ୍ୟାପ ପ୍ରସ୍ତୁତ କରିଛନ୍ତି ,ଯାହା ସମ୍ପ୍ରତି ଇତିହାସରେ କୌଣସି ମଧ୍ୟ ଦେଶ ଦ୍ୱାରା ଆରମ୍ଭ କରାଯାଇଥିବା ସବୁଠୁ ବଡ଼ ପଦକ୍ଷେପ । ପବ୍ଲିକ-ପ୍ରାଇଭେଟ ଭାଗିଦାରୀର ପରିବର୍ତ୍ତନକାରୀ ଶକ୍ତି ଦର୍ଶାଉଛି । ଭାରତର ବିଶ୍ୱ ଭାଗିଦାରୀକୁ ସାମିଲ କରିବା ପାଇଁ ମଧ୍ୟ ଏହି ସହଯୋଗୀ ମଡେଲର ସଫଳାତାପୂର୍ବକ ବିସ୍ତାର କରାଯାଇଛି  ।
 
 କିଛି ହିଁ ସମୟରେ ,ଅତୀତର ଝିକାଟଣା ଏବଂ ବାଧକ ଢାଞ୍ଚା ସମାପ୍ତ ହୋଇଯାଇଛି ଏବଂ ତା ଜାଗା, ଏକ ପାରଦର୍ଶୀ ତଥା ଲୋକମାନଙ୍କ ଅନୁକୂଳ ବ୍ୟବସ୍ଥା ନେଇଛି । ନୂଆ ବ୍ୟବସ୍ଥା ନିବେଶ ଏକଜୁଟ କରିବା ,ଇନୋଭେସନକୁ ପ୍ରୋତ୍ସାହନ ଦେବା ,ଆଇପି ସଂରକ୍ଷଣ ଏବଂ ଉତ୍ତମ ବୀନିର୍ମାଣ ସୁବିଧାର ନିର୍ମାଣରେ ସାହାଯ୍ୟ ହୋଇଛି ।



ନିବେଶର ସୀମା ଏବଂ ନିୟନ୍ତ୍ରଣକୁ ସହଜ କରିବା ସହିତ ଭାରତର ମୂଲ୍ୟବାନ କ୍ଷେତ୍ର-ରକ୍ଷା ,ନିର୍ମାଣ ଏବଂ ରେଳପଥ -ବର୍ତମାନ ବିଶ୍ୱ ଭାଗିଦାରୀ ପାଇଁ ଖୋଲିଯାଇଛି ।  ରକ୍ଷା କ୍ଷେତ୍ରରେ ନୀତିଗୁଡିକୁ ଉଦାର କରାଯାଇଛି  ଏବଂ ଏଫଡିଆଇ ସୀମାକୁ 26% ରୁ ବୃଦ୍ଧିକରି 49% କରିଦିଆଯାଇଛି । ରକ୍ଷା କ୍ଷେତ୍ରରେ ଅଟୋମେଟିକ ରୁଟ ଜରିଆରେ 24% ପର୍ଯ୍ୟନ୍ତ ପୋର୍ଟଫଲୀୟ ଇନଭେଷ୍ଟମେଣ୍ଟର ଅନୁମତି ଦିଆଯାଇଛି । ରକ୍ଷା କ୍ଷେତ୍ରରେ ଅଲଗା ଅଲଗା ପ୍ରସଙ୍ଗର ଆଧାରରେ ଅତ୍ୟାଧୁନିକ ଏବଂ ଉତ୍କୃଷ୍ଟ ଟେକ୍ନୋଲୋଜି ପାଇଁ 100% ଏଫଡିଆଇ ର ଅନୁମତି ଦିଆଯାଇଛି । କିଛି ବିଶେଷ ରେଳ ଢାଞ୍ଚାଗତ ପ୍ରକଳ୍ପଗୁଡ଼ିକରେ ଅଟୋମେଟିକ ରୁଟ ମାଧ୍ୟମରେ ନିର୍ମାଣ ,ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ 100% ଏଫଡିଆଇର ମଧ୍ୟ ମଞ୍ଜୁରୀ ଦିଆଯାଇଛି ।
 
କାରବାରକୁ ସହଜ କରିବା ପାଇଁ ସରଳୀକୃତ ଟିକସ ପ୍ରଣାଳୀ ଆରମ୍ଭ କରାଯାଇଛି । 22 ଇନପୁଟ ଅବା କଞ୍ଚାମାଲ ଉପରେ ବେସିକ କଷ୍ଟମ ଡ୍ୟୁଟି ବିଭିନ୍ନ କ୍ଷେତ୍ରରେ ବିନିର୍ମାଣ ଖର୍ଚ୍ଚ ଆସିଛି । GAAR କୁ ଦୁଇ ବର୍ଷ ପାଇଁ ଦିଆଯାଇଛି । ଟେକ୍ନୋଲୋଜି ସହଜରେ ଯେପରି ଆସିପାରିବ ,ଏଥିପାଇଁ ଟେକ୍ନୋଲୋଜି ସେବାର ରୟାଲ୍ଟି ଏବଂ ଶୁଳ୍କ ଉପରେ ଆୟକର ହାର 25% ହ୍ରାସ କରି 10% କରାଯାଇଛି ।
 
ସାମଗ୍ରୀର ରପ୍ତାନି ଏବଂ ଆମଦାନୀ ପାଇଁ ଜରୁରୀ ଦସ୍ତାବିଜଗୁଡ଼ିକୁ ହ୍ରାସ କରି ତିନୋଟି କରିଦେଇଛନ୍ତି । ଭାରତ ସରକାରଙ୍କ 14 ଟି ସେବା ଇ-ବିଜ ର ଅନଲାଇନ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ମାଧ୍ୟମରେ ମିଳିବା ଆରମ୍ଭ ହୋଇଛି ।  ନିବେଶକମାନଙ୍କୁ ଗାଇଡ କରିବା ପାଇଁ ଇନଭେଷ୍ଟମେଣ୍ଟ ଫେସିଲିଟେସନ ସେଲ ଗଠନ କରାଯାଇଛି । ଇ-ବିଜ ପୋର୍ଟାଲ ଜରିଆରେ ଔଦ୍ୟୋଗିକ ଲାଇସେନ୍ସ ପାଇଁ ଆବେଦନର ପ୍ରକ୍ରିୟା ଏବଂ ଔଦ୍ୟୋଗିକ ଉଦ୍ୟୋଗୀ ମେମୋରେଣ୍ଡମକୁ 24X7 ଆଧାରରେ ଅନଲାଇନ କରାଯାଇଛି । ଔଦ୍ୟୋଗିକ ଲାଇସେନ୍ସର ବୈଧତା ବଢ଼ାଇ ତିନିବର୍ଷ କରାଯାଇଛି । ରକ୍ଷା ସାମଗ୍ରୀଗୁଡ଼ିକର ପ୍ରମୁଖ କମ୍ପନେଟ୍ସର ସୂଚୀକୁ ଔଦ୍ୟୋଗିକ ଲାଇସେନ୍ସଠାରୁ ଅଲଗା କରାଯାଇଛି । ନୂଆ ବିଜୁଳି ସଂଯୋଗ ପାଇଁ ଏନଓସି/ସହମତିର ଆବଶ୍ୟକତାକୁ ସମାପ୍ତ କରିଦିଆଯାଇଛି  ।



ଏହା ବ୍ୟତୀତ ଭାରତ ସରକାର ବୀନିର୍ମାଣରେ ତୀବ୍ରତା ଆଣିବା ଏବଂ ଭାରତକୁ ବିଶ୍ୱ ବୀନିର୍ମାଣ କେନ୍ଦ୍ର ଭାବେ ସ୍ଥାପନ କରିବା ପାଇଁ ଦେଶବ୍ୟାପୀ କରିଡରର ଏକ ପଞ୍ଚଭୁଜନିର୍ମାଣ କରୁଛନ୍ତି  ।



PM’s speech at the launch of Make in India 

For more details visit: http://www.makeinindia.com/

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
'Foreign investment in India at historic high, streak to continue': Piyush Goyal

Media Coverage

'Foreign investment in India at historic high, streak to continue': Piyush Goyal
...

Nm on the go

Always be the first to hear from the PM. Get the App Now!
...
PM Modi Adorns Colours of North East
March 22, 2019
ସେୟାର
 
Comments

The scenic North East with its bountiful natural endowments, diverse culture and enterprising people is brimming with possibilities. Realising the region’s potential, the Modi government has been infusing a new vigour in the development of the seven sister states.

Citing ‘tyranny of distance’ as the reason for its isolation, its development was pushed to the background. However, taking a complete departure from the past, the Modi government has not only brought the focus back on the region but has, in fact, made it a priority area.

The rich cultural capital of the north east has been brought in focus by PM Modi. The manner in which he dons different headgears during his visits to the region ensures that the cultural significance of the region is highlighted. Here are some of the different headgears PM Modi has carried during his visits to India’s north east!