କ. ହସ୍ତାନ୍ତରିତ ବୁଝାମଣା/ରାଜିନାମା

ଖ. ଉଦଘାଟିତ/ଘୋଷିତ/ ଉନ୍ମୋଚିତ ପ୍ରକଳ୍ପଗୁଡିକର ସୂଚୀ

୧. ମୈତ୍ରୀ ବିଦ୍ୟୁତ ପ୍ରକଳ୍ପ ଉନ୍ମୋଚନ- ରାମପାଲ, ଖୁଲନା ଠାରେ ୧୩୨୦ (୬୬୦ x୨) ମେଗାୱାଟ ସୁପର କ୍ରିଟିକାଲ କୋଇଲା ପରିଚାଳିତ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରାୟ ୨ ବିଲିୟନ ଆମେରିକୀୟ ଡଲାର ବିନିଯୋଗରେ ନିର୍ମିତ ହେଉଛି, ଯେଉଁଥିରେ ୧.୬ ବିଲିୟନ ଆମେରିକୀୟ ଡଲାରର ରିହାତିଯୋଗ୍ୟ ଆର୍ଥିକ ସହାୟତା ଭାରତୀୟ ବିକାଶ ସହାୟତା ଭାବେ ବିନିଯୋଗ ହେବ ।  

୨. ରୂପ୍ସା ବ୍ରିଜ ଉନ୍ମୋଚନ- ୫.୧୩ କିଲୋମିଟର ଦୀର୍ଘ ରୂପ୍ସା ରେଳ ବ୍ରିଜ ୬୪.୭ କିଲୋମିଟରର ଖୁଲନା- ମୋଙ୍ଗଲା ବନ୍ଦର ସିଙ୍ଗଲ ଟ୍ରାକ ବ୍ରଡ ଗେଜ ରେଳ ପ୍ରକଳ୍ପର ପ୍ରମୁଖ ଅଂଶ, ଯାହା ମୋଙ୍ଗଲା ବନ୍ଦରକୁ ପ୍ରଥମ ଥର ପାଇଁ ରେଳ ଯୋଗାଯୋଗ କରିବା ସହ ମଧ୍ୟ ଓ ଉତ୍ତର ବାଂଲାଦେଶ ତଥା ଭାରତ ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗର ପେଟ୍ରୋପୋଲ ଓ ଗେଡେ ପର୍ଯ୍ୟନ୍ତ ଯୋଡୁଛି । 

୩. ସଡକ ନିର୍ମାଣ ସମ୍ପର୍କିତ ଉପକରଣ ଓ ଯନ୍ତ୍ରାଂଶ ଯୋଗାଣ- ଏହି ପ୍ରକଳ୍ପ ଅନ୍ତର୍ଗତ ବାଂଲାଦେଶ ସଡକ ଓ ରାଜପଥ ବିଭାଗକୁ ୨୫ ପ୍ୟାକେଜରେ ସଡକ ରକ୍ଷଣାବେକ୍ଷଣ ଓ ନିର୍ମାଣ ଉପକରଣ ଏବଂ ଯନ୍ତ୍ରାଂଶର ଯୋଗାଣ ସାମିଲ ରହିଛି । 

୪. ଖୁଲନା ଦର୍ଶନ ରେଳୱେ ଲାଇନ ଲିଙ୍କ ପ୍ରକଳ୍ପ- ଏହି ପ୍ରକଳ୍ପ ମାଧ୍ୟମରେ ଗେଦେ- ଦର୍ଶନା କ୍ରସ ବର୍ଡର ରେଳ ଲିଙ୍କକୁ ଖୁଲନା ସହ ଯୋଡିବା ପାଇଁ ବର୍ତ୍ତମାନର ଭିତ୍ତିଭୂମି (ବ୍ରଡ ଗେଜ ଦୋହରୀକରଣ) ଉନ୍ନୟନ ହେବ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବିଶେଷ କରି ଏବେ ଢାକା ପର୍ଯ୍ୟନ୍ତ ଓ ଭବିଷ୍ୟତରେ ମୋଙ୍ଗଲା ବନ୍ଦରକୁ ରେଳ ସଂଯୋଗ କରିବ । ଏହି ପ୍ରକଳ୍ପରେ ୩୧୨.୪୮ ମିଲିୟନ ଆମେରିକୀୟ ଡଲାର ବିନିଯୋଗ ଆକଳନ କରାଯାଇଛି । 

୫. ପାର୍ବତୀପୁର- କୌନିଆ ରେଳ ଲାଇନ- ବର୍ତ୍ତମାନର ମିଟର ଗେଜ ଲାଇନକୁ ଦୋହରା ଗେଜ ଲାଇନରେ ପରିବର୍ତ୍ତନ ପାଇଁ ପ୍ରକଳ୍ପରେ ୧୨୦.୪୧ ମିଲିୟନ ଡଲାର ବିନିଯୋଗ ଆକଳନ କରାଯାଇଛି । ଏହି ପ୍ରକଳ୍ପ ବିରୋଲ (ବାଂଲାଦେଶ)- ରାଧିକାପୁର (ପଶ୍ଚିମବଙ୍ଗ)ର ବର୍ତ୍ତମାନର କ୍ରସ ବର୍ଡର ରେଳ ସହିତ ସଂଯୋଗ ହେବ ଓ ଏହାଦ୍ୱାରା ଦ୍ୱିପାକ୍ଷିକ ରେଳ ସମ୍ପର୍କ ବୃଦ୍ଧି ହେବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's crude supply secure, LPG production increased: Hardeep Puri

Media Coverage

India's crude supply secure, LPG production increased: Hardeep Puri
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2026
March 13, 2026

Resilient India Under PM Modi: Diplomatic Mastery, Youth Power, and Unstoppable Progress