କ୍ର.ନଂ

ରାଜିନାମା/ବୁଝାମଣା ନାମ

ବିସ୍ତୃତ ବର୍ଣ୍ଣନା

1.

ମିଳିତ ଆରବ ଅମିରତନ୍ତ୍ର ଓ ଭାରତ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀ ପାଇଁ ବୁଝାମଣା   ।

ଏହା ଏକ ସାଧାରଣ ଫ୍ରେମୱାର୍କର ବୁଝାମଣା ଯାହାକି ବିସ୍ତୃତ ରଣନୀତିକ ଭାଗିଦାରୀ ଅନ୍ତର୍ଗତ ଦ୍ୱିପାକ୍ଷିକ ସହଯୋଗ ପାଇଁ ଚିହ୍ନିତ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ । ପୂର୍ବରୁ 2015 ଅଗଷ୍ଟ ଓ 2016 ଫେବୃୟାରୀରେ ଉଚ୍ଚସ୍ତରୀୟ ମିଳିତ ବିବୃତିରେ ଏଥିପାଇଁ ସହମତି ହୋଇଥିଲା ।

2.

ରକ୍ଷା ଉଦ୍ୟୋଗ କ୍ଷେତ୍ରରେ ମିଳିତ ଆରବ ଅମିରତନ୍ତ୍ର ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ।

ଦୁଇ ଦେଶର ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରର ସଂସ୍ଥା ମଧ୍ୟରେ ଚିହ୍ନଟ ହୋଇଥିବା ରକ୍ଷା ନିର୍ମାଣ ଓ ଜ୍ଞାନକୌଶଳ ସହ ଅଧ୍ୟୟନ, ଗବେଷଣା, ବିକାଶ ଓ ଉଦ୍ଭାବନ କ୍ଷେତ୍ରରେ ସହଯୋଗ ସ୍ଥାପନ ହେଉଛି ଏହି ବୁଝାମଣା ର ଲକ୍ଷ୍ୟ । ଯୁଦ୍ଧାସ୍ତ୍ର, ରକ୍ଷା ଉଦ୍ୟୋଗ ଓ ଟେକ୍ନୋଲଜି ହସ୍ତାନ୍ତର କ୍ଷେତ୍ରରେ ଉଭୟ ପକ୍ଷ ସହଯୋଗ କରିବେ ।

3.

ସାମୁଦ୍ରିକ ପରିବହନରେ ସଂସ୍ଥାଗତ ସହଯୋଗ କ୍ଷେତ୍ରରେ ମିଳିତ ଆରବ ଅମିରତନ୍ତ୍ର ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।          

ସାମୁଦ୍ରିକ ପରିବହନ ସୁବିଧା, ଚୁକ୍ତିଭିତ୍ତିକ ପକ୍ଷ ମଧ୍ୟରେ ମାଗଣା ଅର୍ଥ ହସ୍ତାନ୍ତର ଓ ଜାହାଜ ଦସ୍ତାବିଜକୁ ପରସ୍ପର ମାନ୍ୟତା ଦେବା ମାଧ୍ୟମରେ ଦ୍ୱିପାକ୍ଷିକ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନିମନ୍ତେ ଏହି ବୁଝାମଣା ଦ୍ୱାରା ରୂପରେଖ ଉପଲବ୍ଧ ହେବ ।

4.

ଷ୍ଟାଣ୍ଡାର୍ଡ ପ୍ରଶିକ୍ଷଣ, ପ୍ରମାଣୀକୃତ ଓ ତଦାରଖ ରାଜିନାମା (STCW78) ଏବଂ ଏହାର ସଂଶୋଧନର ପ୍ରାବଧାନ ଆଧାରରେ ପାରସ୍ପରିକ ମାନ୍ୟତା ପାଇଁ ଯୋଗ୍ୟତା ପ୍ରମାଣପତ୍ର ନିମନ୍ତେ ଭାରତର ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ର ଭୂପୃଷ୍ଠ ଓ ସାମୁଦ୍ରିକ ସେବାର ସଂଘୀୟ ପରିବହନ ପ୍ରାଧିକରଣ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।    

ସାମୁଦ୍ରିକ ଆର୍ଥିକ ଗତିବିଧିକୁ ଅଧିକ ନିବିଡ଼ କରିବା ପାଇଁ ରୂପରେଖ ସ୍ଥାପନ ନିମନ୍ତେ ନୌବହନ ଅଫିସର୍, ଇଞ୍ଜିନିୟର ଓ କର୍ମଚାରୀଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ ପରସ୍ପର ସହମତି ଦେବା ଏହି ବୁଝାମଣା ର ଉଦ୍ଦେଶ୍ୟ ।

5.

ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ର ଭୂପୃଷ୍ଠ ଓ ସାମୁଦ୍ରିକ ସେବାର ସଂଘୀୟ ପରିବହନ ପ୍ରାଧିକରଣ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।  

ଜ୍ଞାନକୌଶଳ ଆଦାନ ପ୍ରଦାନ, ବ୍ୟବସ୍ଥା ଓ ଭଡ଼ା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଥା, ଗୋଦାମଘର ଓ ମୂଲ୍ୟଯୁକ୍ତ ସେବା ମାଧ୍ୟମରେ ରାଜପଥ ଓ ସଡ଼କ ପରିବହନ କ୍ଷେତ୍ରରେ ସହଯୋଗ ସ୍ଥାପନ କରିବା ଏହି ବୁଝାମଣା ସ୍ୱାକ୍ଷରର ଉଦ୍ଦେଶ୍ୟ ।

6.

ମାନବ ଚୋରାଚାଲାଣର ମୁକାବିଲା ଓ ଏହାର ପ୍ରତିରୋଧ ପାଇଁ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ ଭାରତ ସରକାର ଓ ମିଳିତ ଆରବ ଅମିରତନ୍ତ୍ର ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।

ମାନବ ଚୋରାଚାଲାଣ ପ୍ରତିରୋଧ, ଉଦ୍ଧାର, ଆଦାୟ ଓ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ବିଶେଷକରି ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ତ୍ୱରାନ୍ୱିତ କରିବା ହେଉଛି ଏହି ବୁଝାମଣା ର ଉଦ୍ଦେଶ୍ୟ ।.

7.

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ଓ ନବସୃଜନ କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ଆରବ ଅମିରତନ୍ତ୍ର ଆର୍ଥିକ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।

ଏହି ବୁଝାମଣା ର ଉଦ୍ଦେଶ୍ୟ ହେଉଛି ଏମ୍ଏସ୍ଏମ୍ଇ କ୍ଷେତ୍ର ସମେତ ଯୌଥ ପ୍ରକଳ୍ପ, ଗବେଷଣା ଓ ଉନ୍ନୟନ ତଥା ଅନ୍ୟ ଗତିବିଧି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ।

8.

କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଭାରତର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ।  

କୃଷି କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥ ରକ୍ଷା ପାଇଁ ସହଯୋଗର ବିଭିନ୍ନ ରୂପରେଖ ପ୍ରସ୍ତୁତ କରିବା,   ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ସହଯୋଗ ବୃଦ୍ଧି ଓ ଚାଷ ଶୈଳୀରେ ଜ୍ଞାନକୌଶଳର ହସ୍ତାନ୍ତର କରିବା ଏହି ବୁଝାମଣା ର ଉଦ୍ଦେଶ୍ୟ ।

9.

କୂଟନୀତିଜ୍ଞ, ସ୍ପେଶାଲ ଓ ଅଫିସିଆଲ୍ ପାସପୋର୍ଟଧାରୀଙ୍କ ପାଇଁ ପ୍ରବେଶ ଭିସା ଆବଶ୍ୟକତାକୁ ପାରସ୍ପରିକ ସହମତିରେ ବାଦ୍ ଦେବା ନିମନ୍ତେ ଭାରତ ସରକାର ଓ ମିଳିତ ଆରବ ଅମିରତନ୍ତ୍ର ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।    

ଏହି ବୁଝାମଣା ଦ୍ୱାରା କୂଟନୀତିଜ୍ଞ, ସ୍ପେଶାଲ ଓ ଅଫିସିଆଲ୍ ପାସପୋର୍ଟଧାରୀଙ୍କୁ ଦୁଇ ଦେଶ ମଧ୍ୟରେ ଯାତାୟତ ପାଇଁ ମାଗଣା ଭିସାର ଅନୁମତି ମିଳିବ ।

10.

ଭାରତର ପ୍ରସାର ଭାରତୀ ଓ ମିଳିତ ଆରବ ଅମିରତନ୍ତ୍ର ର ଏମିରାତ୍ ନ୍ୟୁଜ ଏଜେନ୍ସୀ(WAM) ମଧ୍ୟରେ କାର୍ଯ୍ୟକ୍ରମର ଆଦାନପ୍ରଦାନ ପାଇଁ ସହଯୋଗ ନିମନ୍ତେ ବୁଝାମଣା ।     

ଏହି ବୁଝାମଣା ଦ୍ୱାରା ପ୍ରସାରଣ କ୍ଷେତ୍ରରେ ସହଯୋଗ, ପରସ୍ପରର କାର୍ଯ୍ୟକ୍ରମ, ଖବର ଓ ସର୍ବୋତ୍ତମ କାର୍ଯ୍ୟ ପଦ୍ଧତିର ଆଦାନ ପ୍ରଦାନ ଦ୍ୱାରା ପ୍ରସାର ଭାରତୀ ଓ ଏମିରାତ୍ ନ୍ୟୁଜ ଏଜେନ୍ସୀ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏହି ବୁଝାମଣା ର ଉଦ୍ଦେଶ୍ୟ ।

11.

ପାରସ୍ପରିକ ସ୍ୱାର୍ଥଜଡ଼ିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ନିମନ୍ତେ ବାଣିଜ୍ୟ ପ୍ରତିଷେଧକ ପଦକ୍ଷେପ ପାଇଁ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ଆର୍ଥିକ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।

ଏହି ବୁଝାମଣା ର ଲକ୍ଷ୍ୟ ହେଉଛି ବାଣିଜ୍ୟ ପ୍ରତିଷେଧକ ପଦକ୍ଷେପ ସଂକ୍ରାନ୍ତ ସୂଚନା ଆଦାନ ପ୍ରଦାନ, ସାମର୍ଥ୍ୟ ଗଠନ, କର୍ମଶାଳା ଓ ପାରସ୍ପରିକ ଚିହ୍ନିତ କ୍ଷେତ୍ରରେ ପ୍ରଶିକ୍ଷଣ ନିମନ୍ତେ ଏଣ୍ଟି-ଡମ୍ପିଂ ଓ ଆନୁସଙ୍ଗିକ ଡ୍ୟୁଟି କ୍ଷେତ୍ରରେ ସହଯୋଗ ବୃଦ୍ଧି ।

12.

ତୈଳ ଭଣ୍ଡାର ଓ ପରିଚାଳନା ନିମନ୍ତେ ଭାରତୀୟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିମିଟେଡ୍ ଏବଂ ଆବୁଧାବୀ ଜାତୀୟ ତୈଳ କମ୍ପାନୀ ମଧ୍ୟରେ ବୁଝାମଣା ।

ଏହି ବୁଝାମଣା ଦ୍ୱାରା ଭାରତରେ ଆବୁଧାବୀ ଜାତୀୟ ତୈଳ କମ୍ପାନୀ ଦ୍ୱାରା ଅଶୋଧିତ ତୈଳକୁ ଗଚ୍ଛିତ କରିବାର ରୂପରେଖ ସ୍ଥାପନ ହେବା ସହ ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବ ।

13.

ନେସନାଲ ପ୍ରଡାକ୍ଟିଭିଟି କାଉନ୍ସିଲ୍ ଏବଂ ଅଲ୍ ଇତିହାଦ ଏନର୍ଜି ସର୍ଭିସ କୋ, ଲିଲିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।    

ଏହି ବୁଝାମଣା ଦ୍ୱାରା ଶକ୍ତି ସଂଚୟ ସେବା କ୍ଷେତ୍ରରେ ସହଯୋଗ ମିଳିବ ।

14.

ଭାରତର ନେସନାଲ ସିକ୍ୟୁରିଟି କାଉନସିଲ ସଚିବାଳୟ ଓ ମିଳିତ ଆରବ ଅମିରତନ୍ତ୍ର ର ନେସନାଲ ଇଲେକ୍ଟ୍ରୋନିକ ସିକ୍ୟୁରିଟି ଅଥରିଟି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।

ଏହି ବୁଝାମଣା ଦ୍ୱାରା ଜ୍ଞାନକୌଶଳ ବିକାଶ ଓ ସାଇବର ସ୍ପେସରେ ସହଯୋଗ ମିଳିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI schemes attract ₹2.4 lakh crore investments, create over 14 lakh jobs till March 2026

Media Coverage

PLI schemes attract ₹2.4 lakh crore investments, create over 14 lakh jobs till March 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the qualities of an ideal and truly excellent individual
July 22, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of an ideal and truly excellent individual in fulfilling personal, social, and national duties.

The Prime Minister wrote on X;


"परकार्येषु युक्तात्मा स्वकार्ये क्षिप्रसाधनम्।

सुहृत्कार्येषु निर्वृत्ती राजकार्येषु विक्रमः ।। "

The person who devotes themselves wholeheartedly to the tasks of others, completes their own personal duties with speed and efficiency, carries out tasks for friends selflessly, and demonstrates their full valor and courage in fulfilling national duties, only such a person is truly excellent.