ଜାନୁୟାରୀ 16, 2021 ରେ କୋଭିଡ19 ବିରୁଦ୍ଧରେ ଟୀକାକରଣ ଅଭିଯାନକୁ ସଫଳତାର ସହ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ପଡୋଶୀ ଦେଶର ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟା ରାଜପକ୍ଷ କହିଛନ୍ତି ଯେ, “କୋଭିଡ19 ଟୀକାକରଣର ସଫଳ ଅଭିଯାନ ଏବଂ ପଡୋଶୀ ଦେଶ ପ୍ରତି ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ଉଦାରତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ” ।

 

ଏକ ଟ୍ଵିଟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷ କହିଛନ୍ତି ଯେ, “ଏହି ବୃହତ କୋଭିଡ19 ଟୀକାକରଣ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ଅଭିନନ୍ଦନ । ଏହି ଭୟଙ୍କର ମହାମାରୀ ସମାପ୍ତିର ପ୍ରାରମ୍ଭ ଆମେ ଦେଖିବା ଆରମ୍ଭ କରିଛୁ” ।

 

ଏକ ଟ୍ଵିଟରେ ମାଲଦ୍ୱୀପ ରାଷ୍ଟ୍ରପତି ଶ୍ରୀ ଇବ୍ରାହିମ ମହମ୍ମଦ ସୋଲି କହିଛନ୍ତି ଯେ, “କୋଭିଡ19 ବିରୁଦ୍ଧରେ ଭାରତର ବିଶାଳ ଜନସଂଖ୍ୟାକୁ ଟୀକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ଅଭିନନ୍ଦନ । ମୁଁ ଦୃଢ ବିଶ୍ଵାସୀ ଯେ ଆପଣ ଏହି ପ୍ରୟାସରେ ସଫଳ ହେବେ ଏବଂ ଆମେ ଶେଷରେ କୋଭିଡ19 ବିପଦର ସମାପ୍ତି ଦେଖିବାକୁ ଯାଉଛୁ” ।

ଏକ ଟ୍ଵିଟରେ ଭୁଟାନ ପ୍ରଧାନମନ୍ତ୍ରୀ ଡଃ ଲୋତେ ଶେରିଙ୍ଗ କହିଛନ୍ତି ଯେ, “ଆଜି ଦେଶବ୍ୟାପୀ କୋଭିଡ19 ଟୀକାକରଣ ଅଭିଯାନର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୋର ଆଶା, ଏହି ମହାମାରୀରେ ସହ୍ୟ କରିଥିବା ଦୁର୍ଦ୍ଦିନକୁ ଆମେ ଅତିକ୍ରମ କରିବାକୁ ଯାଉଛୁ” ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s maternal mortality drops nearly 80% since 1990: Global study

Media Coverage

India’s maternal mortality drops nearly 80% since 1990: Global study
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2026
March 29, 2026

Citizens Praise PM Modi for The Visionary Shift: Empowering Every Citizen in an Uncertain World