ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ୧୮ ମାର୍ଚ୍ଚ ୨୦୨୩ ଅପରାହ୍ଣ ୫ଟା ସମୟରେ ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନକୁ ଉଦଘାଟନ କରାଯିବ ।

ଏହା ହେଉଛି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ଇନ୍ଧନ ପାଇପଲାଇନ ଯାହାକୁ ୩୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ବାଂଲାଦେଶ ପଟେ ଥିବା ପାଇପଲାଇନକୁ ୨୮୫ କୋଟି ଟଙ୍କାରେ ନିର୍ମାଣ କରାଯାଇଛି ଏବଂ ଅନୁଦାନ ସହାୟତା ଆକାରରେ ଭାରତ ସରକାର ଏହାର ଖର୍ଚ୍ଚ ବହନ କରିଛନ୍ତି ।

ଏହି ପାଇପଲାଇନ ଜରିଆରେ ବାର୍ଷିକ ୧ ନିୟୁତ ମେଟ୍ରିକ ଟନ୍‌ କ୍ଷମତାର ହାଇସ୍ପିଡ୍‌ ଡିଜେଲ (ଏଚଏସପି) ପରିବହନ କରାଯାଇପାରିବ । ଏହା ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର ବାଂଲାଦେଶର ସାତଟି ଜିଲ୍ଲାକୁ ହାଇସ୍ପିଡ୍‌ ଡିଜେଲ୍‌ ଯୋଗାଇ ଦିଆଯିବ ।

ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନ କାର୍ଯ୍ୟକ୍ଷମ ହେବା ଦ୍ବାରା ଭାରତରୁ ବାଂଲାଦେଶକୁ ଦୀର୍ଘସ୍ଥାୟୀ, ଭରସାଯୋଗ୍ୟ, ଖର୍ଚ୍ଚସାପେକ୍ଷ ଏବଂ ପରିବେଶ ଅନୁକୂଳ ପରିବହନ ମାଧ୍ୟମରେ ଏଚଏସପି ପଠାଇବା ସମ୍ଭବ ହେବ । ଏହା ଦୁଇ ଦେଶ ମଧ୍ୟରେ ଇନ୍ଧନ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi pitches India as stable investment destination amid global turbulence

Media Coverage

PM Modi pitches India as stable investment destination amid global turbulence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 12, 2026
January 12, 2026

India's Reforms Express Accelerates: Economy Booms, Diplomacy Soars, Heritage Shines Under PM Modi