ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତି ମହାମାନ୍ୟ ଖାଲ୍ଟମାଗିନ ବଟ୍ଟୁଲ୍ଗା ମିଳିତ ଭାବେ ଉଲାନବାତରସ୍ଥିତ ଐତିହାସିକ ତେଗଚେଲିଂ ବୌଦ୍ଧମଠରେ ପ୍ରତିଷ୍ଠା ହୋଇଥିବା ଭଗବାନ ବୁଦ୍ଧ ଏବଂ ତାଙ୍କର ଦୁଇ ଅନୁଗାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ 2015 ମସିହାରେ ତାଙ୍କ ମଙ୍ଗୋଲିଆ ଗସ୍ତ କାଳରେ ତେଗଚେଲିଂ ବୌଦ୍ଧମଠରେ ପ୍ରାର୍ଥନା କରିବା ଅବସରରେ ଦୁଇ ଦେଶର ସମାନ ବୌଦ୍ଧ ଐତିହ୍ୟ ଏବଂ ସଭ୍ୟତାଗତ ଯୋଗସୂତ୍ର ବିଷୟରେ ଉଲ୍ଲେଖ କରି ଏହି ବୌଦ୍ଧମଠକୁ ଭଗବାନ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେବେ ବୋଲି ଘୋଷଣା କରିଥିଲେ ।

ଏହି ପ୍ରତିମୂର୍ତ୍ତିରେ ଭଗବାନ ବୁଦ୍ଧ ତାଙ୍କ ଦୁଇ ଅନୁଗାମୀଙ୍କ ସହିତ ଧ୍ୟାନମଗ୍ନ ଅବସ୍ଥାରେ ବସିଥିବାର ଦେଖିବାକୁ ମିଳିଛି ଯାହାକି ଶାନ୍ତି ଏବଂ ସହାବସ୍ଥାନ ସମେତ କରୁଣାର ବାର୍ତ୍ତା ବହନ କରୁଛି । ଉଲାନବାତରରେ ଚଳିତ ସେପ୍ଟେମ୍ବର 6-7ରେ ଆୟୋଜିତ ‘ସମଭାଦ’ ଆଲୋଚନାଚକ୍ରର ତୃତୀୟ ସଂସ୍କରଣ ଅବସରରେ ଏହି ପ୍ରତିମୂର୍ତ୍ତି ଗନଦାନ ବୌଦ୍ଧମଠରେ ସ୍ଥାପିତ ଏବଂ ପ୍ରତିଷ୍ଠିତ କରାଯାଇଥିଲା । ‘ସମଭାଦ’ ଆଲୋଚନାଚକ୍ରର ତୃତୀୟ ସଂସ୍କରଣରେ ବୌଦ୍ଧବାଦ(ବୁଦ୍ଧିଜିମ)ର ସମସାମୟିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଦେଶ ବିଦେଶର ବୌଦ୍ଧ ଧର୍ମଗୁରୁ, ବିଶେଷଜ୍ଞ ଏବଂ ବିଦ୍ୱାନମାନେ ଏକତ୍ର ହୋଇଥିଲେ ।

ଗନଦାନ ଚେଗଚେଲିଂ ବୌଦ୍ଧ ମଠ ମଙ୍ଗୋଲୀୟ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଏକ ମହତ୍ୱପୂର୍ଣ୍ଣ କେନ୍ଦ୍ର ଏବଂ ମୂଲ୍ୟବାନ ବୌଦ୍ଧ ଐତିହ୍ୟର ଗନ୍ତାଘର । ଏହା ଗତ ଜୁନ 21ରୁ 23 ଯାଏ ଏକାଦଶ ଏସୀୟ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଶାନ୍ତି ସମ୍ମେଳନର ମହାସଭା (ଏବିସିପି) ଆୟୋଜନ କରି ଏହି ମହାସଭାର 50ତମ ବାର୍ଷିକୀ ଅତିକ୍ରମ କରିଥିଲା । ଭାରତ, ଦକ୍ଷିଣ କୋରିଆ, ରୁଷ, ଶ୍ରୀଲଙ୍କା, ବାଂଲାଦେଶ, ଭୁଟାନ, ନେପାଳ, ଦକ୍ଷିଣ କୋରିଆ, ଏଲପିଡିଆର, ଥାଇଲାଣ୍ଡ, ଜାପାନ ସମେତ 14ଟି ଦେଶରୁ 150 ଜଣ ଅତିଥି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମଙ୍ଗୋଲିୟା ରାଷ୍ଟ୍ରପତି ମହାମାନ୍ୟ ଖାଲ୍ଟମାଗିନ ବଟ୍ଟୁଲ୍ଗାଙ୍କ ଦ୍ୱାରା ଯୁଗ୍ମ ଅନାବରଣ ହୋଇଥିବା ଏହି ପ୍ରତିମୂର୍ତ୍ତି ଭଗବାନ ବୁଦ୍ଧଙ୍କ ମହତ ବାଣୀ ପ୍ରତି ଦୁଇ ଦେଶର ମିଳିତ ସମ୍ମାନକୁ ପ୍ରତିପାଦିତ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional