1.     ଜାପାନର ଓସାକା ଠାରେ 28 ଜୁନ 2019 ରେ ଜି-20 ଶିଖର ସମ୍ମିଳନୀ ଅବସରରେ ଆମେ ବ୍ରାଜିଲ ସଂଘୀୟ ସାଧାରଣତନ୍ତ୍ର, ଚୀନ ଗଣ ସାଧାରଣତନ୍ତ୍ର, ଭାରତୀୟ ଗଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ରର ରାଷ୍ଟ୍ର ଓ ସରକାର ମୁଖ୍ୟମାନେ ପରସ୍ପରକୁ ଭେଟିଥିଲୁ । ଆମେ ଜି-20ର ଅଧ୍ୟକ୍ଷତା ପାଇଁ ଜାପାନକୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲୁ ଏବଂ ଆତିଥ୍ୟ ପାଇଁ ଆମର କୃତଜ୍ଞତା ବ୍ୟକ୍ତ କରିଥିଲୁ ।

2.     ନିଜର ଅଧ୍ୟକ୍ଷତା ପାଇଁ ବାଣିଜ୍ୟ, ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ, ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ,ସାର୍ବଜନୀନ ସ୍ୱାସ୍ଥ୍ୟସେବା, ବୟସାଧିକ ଜନସଂଖ୍ୟା ଆଦି ସମେତ ଜାପାନ ଚୟନ କରିଥିବା ପ୍ରାଥମିକତାକୁ ଆମେ ଉଲ୍ଲେଖ କରୁଛୁ ।

3.     ବିଶ୍ୱର ଆର୍ଥିକ ଅଭିବୃଦ୍ଧି ସ୍ଥିରତା ଆଡ଼କୁ ମୁହାଁଉଛି ଏବଂ ଚଳିତ ବର୍ଷ ଶେଷଭାଗ ଏବଂ 2020 ବେଳକୁ ଏହା ଧୀରେ ଧୀରେ ଊଦ୍ଧ୍ୱର୍କୁ ଯିବାର ସମ୍ଭାବନା ରହିଛି । ତେବେ, ଅଭିବୃଦ୍ଧିର ଦୃଢ଼ତା ଅତ୍ୟନ୍ତ ଅସ୍ଥିର ରହିଛି । ବାଣିଜ୍ୟ ଏବଂ ଭୂ-ରାଜନୈତିକ ଉତ୍ତେଜନା, ଦରଦାମ ମୂଲ୍ୟରେ ଅସ୍ଥିରତା, ଅସମାନତା ଏବଂ ଅପର୍ଯ୍ୟାପ୍ତ ସାମଗ୍ରିକଅଭିବୃଦ୍ଧି ଏବଂ କଠିନ ଆର୍ଥିକ ସ୍ଥିତି ବିପଦ ବଢ଼ାଉଛି । ବୈଶ୍ୱିକ ଅସନ୍ତୁଳନ ବ୍ୟାପକ ଏବଂ ଜଟିଳ ରହିଛି ତଥା ଏଥିରେ ବିସ୍ତୃତ ଅନୁଧ୍ୟାନ ଏବଂ ସମୟୋପଯୋଗୀ ନୀତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଅନ୍ତର୍ଜାତୀୟ ବାଣିଜ୍ୟର ନିରନ୍ତନ ଅଭିବୃଦ୍ଧି ଲାଗି ଏକ ଅନୁକୂଳ ବିଶ୍ୱ ଆର୍ଥିକ ପରିବେଶ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ ।

4.     ଏହି ପରିପ୍ରେକ୍ଷୀରେ, ଆମେ ଏହା ସନ୍ତୋଷର ସହ ଉଲ୍ଲେଖ କରୁଛୁ ଯେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଗତ ଏକ ଦଶନ୍ଧି ଧରି ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ବାହକ ହୋଇ ରହିଆସିଛନ୍ତି ଏବଂ ବର୍ତ୍ତମାନ ବିଶ୍ୱ ଉତ୍ପାଦନର ଏକ ତୃତୀୟାଂଶ ଏମାନଙ୍କ ନିକଟରେ ରହିଛି । 2030 ସୁଦ୍ଧା ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ଅର୍ଦ୍ଧାଧିକ କାରବାର ବ୍ରିକ୍ସ ରାଷ୍ଟ୍ର ଦ୍ୱାରା ହେବ ବୋଲି ଆକଳନ କରିଛି । ଢାଞ୍ଚାଗତ ସଂସ୍କାରର ନିରନ୍ତର କାର୍ଯାନ୍ୱୟନ ଆମର ଅଭିବୃଦ୍ଧି ସମ୍ଭାବନାକୁ ବୃଦ୍ଧି କରିବ । ବ୍ରିକ୍ସ ସଦସ୍ୟରାଷ୍ଟ୍ର ମଧ୍ୟରେ ସନ୍ତୁଳିତ ବାଣିଜ୍ୟ ସମ୍ପ୍ରସାରଣ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ଦିଗରେ ଯୋଗଦାନ କରିବ ।

5.     ଆହ୍ୱାନଗୁଡ଼ିକ ମୁକାବିଲା କରିବା ସହାୟକ ହେବା ଏବଂ ସମ୍ପୂର୍ଣ୍ଣ ଭାବେ ସୁଯୋଗରୁ ଲାଭାନ୍ୱିତ ହେବାଉଦ୍ଦେଶ୍ୟରେ, ଆମେ ବିଭିନ୍ନ ଦିଗ ଗୁଡ଼ିକ ମଧ୍ୟରୁ ମୁକ୍ତ ବଜାର; ଦୃଢ଼ ଅର୍ଥନୈତିକ ନମନୀୟତା; ଆର୍ଥିକ ସ୍ଥିରତା;ଉତ୍ତମରୂପେ ବ୍ୟବସ୍ଥିତ ଏବଂ ଉପଯୁକ୍ତ ସମନ୍ୱିତ ସମଷ୍ଟିଗତ ଆର୍ଥିକ ନୀତି; ଢାଞ୍ଚାଗତ ସଂସ୍କାର, ମାନବ ପୁଞ୍ଜିରେ ପର୍ଯ୍ୟାପ୍ତ ନିବେଶ; ଦାରିଦ୍ର୍ୟ ହାର ଏବଂ ଅସମାନତା ହ୍ରାସ; ନିବେଶ ଏବଂ ନବୋନ୍ମେଷ ବୃଦ୍ଧି ଲାଗି ଉପଯୁକ୍ତ ପ୍ରତିଦ୍ୱନ୍ଦ୍ୱିତା; ମୁକ୍ତ, ସ୍ୱଚ୍ଛ, ଉଚିତ ଏବଂ ପକ୍ଷପାତମୁକ୍ତ ବ୍ୟବସାୟ ପରିବେଶ; ସରକାରୀ-ଘରୋଇ ସହଭାଗୀତାରେ ସହଯୋଗ (ପିପିପି) ଏବଂ ଭିତ୍ତିଭୂମି ଅର୍ଥଲଗାଣ କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ । ଏସବୁ ଏବଂ ଅନ୍ୟ କ୍ଷେତ୍ରରେ ଅନ୍ତର୍ଜାତୀୟ ଏବଂ ଘରୋଇ ହସ୍ତକ୍ଷେପ ନିରନ୍ତର ଓ ସମାବେଶୀ ଆର୍ଥିକ ବିକାଶ ଦିଗରେ ଯୋଗଦାନ କରିବ । ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ବ୍ୟାପକ ଅଂଶଗ୍ରହଣ ପାଇଁ ଆମେ ଆହ୍ୱାନ କରୁଛୁ । ବାଣିଜ୍ୟ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା ମଧ୍ୟରେ ସମ୍ମିଶ୍ରଣର ଗୁରୁତ୍ୱକୁ ଆମେ ବିବେଚନା କରୁଛୁ । ଆମେ ମଧ୍ୟ ବିକାଶ ପାଇଁ ତଥ୍ୟର ଭୂମିକାକୁ ଦୃଢ଼ ସମର୍ଥନ କରୁଛୁ ।

6.     ଆମେ ପାରଦର୍ଶୀ, ଭେଦଭାବମୁକ୍ତ, ଖୋଲା, ମୁକ୍ତ ଏବଂ ସମାବେଶୀ ବାଣିଜ୍ୟ ପ୍ରତି ସମର୍ପିତ । ସଂରକ୍ଷଣବାଦ ଏବଂ ଏକପକ୍ଷବାଦ ବିଶ୍ୱ ବାଣିଜ୍ୟ ସଂଗଠନର ଉଦ୍ଦେଶ୍ୟ ଏବଂ ନିୟମର ବିରୋଧୀ । ଆମେ ବହୁପକ୍ଷବାଦ ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଉଛୁ ତଥା ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲୁ୍ଟିଓ)କୁ କେନ୍ଦ୍ରରେ ରଖି ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଉଛୁ । ଅନ୍ତର୍ଜାତୀୟ ବାଣିଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବାକୁ ଦୃଷ୍ଟିରେ ରଖି ସଂଗଠନରେ ଆବଶ୍ୟକ ସଂସ୍କାର ଉପରେ ଆମେ ସମସ୍ତ ବିଶ୍ୱ ବାଣିଜ୍ୟ ସଂଗଠନ ସଦସ୍ୟମାନଙ୍କ ସହିତ ଗଠନମୂଳକ ଢଙ୍ଗରେ କାର୍ଯ୍ୟ କରିବୁ ତଥା ଏହାର ଉପଯୋଗିତା ଏବଂ ପ୍ରଭାବକୁ ବଢ଼ାଇବା ପାଇଁ ପ୍ରୟାସ କରିବୁ । ସଂସ୍କାର ଜରୁରି, ଅନୁରୂପ ଭାବେ ବିଶ୍ୱ ବାଣିଜ୍ୟ ସଂଗଠନର କେନ୍ଦ୍ରୀୟ ଭୂମିକା, ମୌଳିକ ନୀତି ଏବଂ ଆଦର୍ଶର ସଂରକ୍ଷଣ ମଧ୍ୟ ଆବଶ୍ୟକ । ବିକାଶଶୀଳ ରାଷ୍ଟ୍ର ଏବଂ ଏଲଡିସିଗୁଡ଼ିକ ସମେତ ସମସ୍ତ ସଦସ୍ୟଙ୍କ ସ୍ୱାର୍ଥକୁ ବିବେଚନା କରାଯିବାର ମଧ୍ୟ ଆବଶ୍ୟକତା ରହିଛି । ବିଶ୍ୱ ବାଣିଜ୍ୟ ସଂଗଠନର ଆଲୋଚନା ଏଜେଣ୍ଡା ସନ୍ତୁଳିତ ହେବା ଅତ୍ୟାବଶ୍ୟକ ତଥା ଏହା ମୁକ୍ତ, ପାରଦର୍ଶୀ ଏବଂ ସମାବେଶୀ ଢଙ୍ଗରେ ହେବା ଉଚିତ୍ ।

8.     ଡବ୍ଲୁଟିଓ ବିବାଦ ସମାଧାନ ବ୍ୟବସ୍ଥା ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ଏକ ଅପରିହାର୍ଯ୍ୟ ସ୍ତମ୍ଭ ଏବଂ ସଂଗଠନର ଉପଯୁକ୍ତ ଓ ପ୍ରଭାବୀ ପରିଚାଳନା ଲାଗି ଆବେଦନ ସଂସ୍ଥାର ଆବଶ୍ୟକତା ରହିଛି । ଡବ୍ଲୁ୍ଟିଓରେ ବିବାଦ ସମାଧାନ ଲାଗି ଏକ ଦୁଇସ୍ତରୀୟ ଅନିବାର୍ଯ୍ୟ କାର୍ଯ୍ୟକ୍ଷମ ବିଚାର ବ୍ୟବସ୍ଥାର ସଂରକ୍ଷଣ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ । ଡବ୍ଲୁଟିଓ ଆବେଦନ ସଂସ୍ଥାର ସଦସ୍ୟମାନଙ୍କ ନିଯୁକ୍ତିରେ ଗତିରୋଧର ସମାଧାନ ହେବା ଜରୁରି ବୋଲି ଆମେ ପୁନଃ ଆହ୍ୱାନ କରୁଛୁ, ଆବେଦନ ସଂସ୍ଥାର ଚୟନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ପାଇଁ ଆମେ ଆହ୍ୱାନ କରୁଛୁ ।

8.     ବିଶ୍ୱ ଆର୍ଥିକ ନିରାପତ୍ତା ଜାଲର କେନ୍ଦ୍ରରେ ଏକ ସୁଦୃଢ଼, ସଂରକ୍ଷିତ ଏବଂ ପର୍ଯ୍ୟାପ୍ତ ସମ୍ବଳଯୁକ୍ତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ରତି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । 2010ରେ ସହମତ ହୋଇଥିବା ନୀତି ଆଧାରରେ  ଆଇଏମଏଫ କୋଟା ଏବଂ ପ୍ରଶାସନିକ ସଂସ୍କାରର କାର୍ଯ୍ୟାନ୍ୱୟନ ଲାଗି କାର୍ଯ୍ୟନିର୍ବାହୀ ପରିଷଦ ସହିତ କାର୍ଯ୍ୟ କରିବା ଲାଗି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । 2019 ବାର୍ଷିକ ବୈଠକ ପୂର୍ବରୁ କୋଟାର 15ତମ ସାଧାରଣ ସମୀକ୍ଷା କାର୍ଯ୍ୟ ସାରିବା ପ୍ରତି ଆମେ ପ୍ରତିବଦ୍ଧ ରହିଛୁ ।

10.   ଭିତ୍ତିଭୂମି  ଏବଂ ନିରନ୍ତର ବିକାଶ ପାଇଁ ପାଣ୍ଠି ଯୋଗାଣରେ ନୂତନ ବିକାଶଶୀଳ ବ୍ୟାଙ୍କ (ଏନଡିବି)ର ଭୂମିକାକୁ ଆମେ ପ୍ରଶଂସା କରୁଛୁ ତଥା ଏକ ସୁଦୃଢ଼, ସନ୍ତୁଳିତ ଏବଂ ଉଚ୍ଚମାନର ପ୍ରକଳ୍ପ ନିବେଶସୂଚୀ ପାଇଁ ସମ୍ପ୍ରସାରିତ ଏବଂ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛୁ । ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଜଟିଳ ଭିତ୍ତିଭୂମି ନିବେଶ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଉଦ୍ଦେଶ୍ୟରେ ଲକ୍ଷ୍ୟବଦ୍ଧ ପ୍ରୟାସ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । କ୍ଷେତ୍ରୀୟ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଏନଡିବି ସୁଦୃଢ଼ ହୋଇପାରିବ । ଚୀନରୁ ଆରମ୍ଭ ହୋଇଥିବା ଏବଂ ଏହାର ସମସ୍ତ ସଦସ୍ୟ ରାଷ୍ଟ୍ରର ଘରୋଇ ମୁଦ୍ରାରେ ସମ୍ବଳ ସୃଷ୍ଟି କରିବା ସହିତ ଦକ୍ଷିଣ ଆଫ୍ରିକା ଏବଂ ରୁଷରେ ଆରମ୍ଭ ହେବାକୁ ଥିବା ବଣ୍ଡ କାର୍ଯ୍ୟକ୍ରମ ପାଇଁ ଏନଡିବିର ପ୍ରତିବଦ୍ଧତାକୁ ଆମେ ସ୍ୱାଗତ କରୁଛୁ । ଏନଡିବି ପ୍ରକଳ୍ପ ପ୍ରସ୍ତୁତି ପାଣ୍ଠିର ତ୍ୱରିତ କାର୍ଯ୍ୟକାରୀତା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ ଏବଂ ପ୍ରକଳ୍ପ ପ୍ରସ୍ତୁତି, ଏନଡିବି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ବୈଷୟିକ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଦକ୍ଷ ସାଧନ ହେବ ବୋଲି ଆମେ ଆଶା କରୁଛୁ ।

10.   ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଆର୍ଥିକ ପରିଶୋଧ ଚାପକୁ ସାମୟିକ ହ୍ରାସ ବ୍ୟବସ୍ଥା ରୂପରେ ଜରୁରୀକାଳୀନ ପାଣ୍ଠି ବ୍ୟବସ୍ଥା (ସିଆରଏ) ଉପରେ ଆମେ ନିରନ୍ତର ଭାବେ ଗୁରୁତ୍ୱାରୋପ କରୁଛୁ । 2018 ରେ ଏହାର ଏକ ପରୀକ୍ଷାମୂଳକ କାର୍ଯ୍ୟାନ୍ୱୟନ ସମ୍ପନ୍ନ ହୋଇଥିଲା, ଆବଶ୍ୟକ ହେଲେ, ସମ୍ବଳ ଯୋଗାଣ ପାଇଁ ପ୍ରସ୍ତୁତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ  ଏହାର ଅଧିକ ଜଟିଳ ପରୀକ୍ଷାମୂଳକ କାର୍ଯ୍ୟାନ୍ୱୟନ ପ୍ରତି ଆମେ ଆଗ୍ରହୀ ଅଛୁ । ସିଆରଏ ସମଷ୍ଟିଗତ ଅର୍ଥନୀତି ସୂଚନା ବିନିମୟ ବ୍ୟବସ୍ଥା (ଏସଇଏମଆଇ)ର କାର୍ଯ୍ୟାନ୍ୱୟନକୁ ଆମେ ସ୍ୱାଗତ କରୁଛୁ । ବ୍ରିକ୍ସ ସ୍ଥାନୀୟ ମୁଦ୍ରା ବଣ୍ଡ ପାଣ୍ଠି ପ୍ରତିଷ୍ଠା ଲାଗି ନିରନ୍ତର ପ୍ରୟାସକୁ ଆମେ ସ୍ୱାଗତ କରୁଛୁ ତଥା ଏହାର କାର୍ଯ୍ୟକାରିତା ପ୍ରତି ଆଗ୍ରହୀ ଅଛୁ । ଆମେ ମଧ୍ୟରେ ସିଆରଏ ଏବଂ ଆଇଏମଏଫ ମଧ୍ୟରେ ସହଯୋଗକୁ ସମର୍ଥନ କରୁଛୁ ।

11.   ଯେଉଁ ରୂପରେ ଏବଂ ସ୍ୱରୂପରେ ହେଉ ପଛେ, ଯେଉଁଠି ଏବଂ ଯାହାଦ୍ୱାରା ହେଉ ପଛେ, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସମେତ ଅନ୍ୟ ସ୍ଥାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ନିନ୍ଦା କରୁଛୁ । ଏକ ଦୃଢ଼ ଅନ୍ତର୍ଜାତୀୟ ଆଇନ ଆଧାରରେ ମିଳିତ ଜାତିସଂଘର ତତ୍ତ୍ଵାବଧାନରେ ଆତଙ୍କବାଦର ମୁକାବିଲା ପାଇଁ ଲକ୍ଷ୍ୟବଦ୍ଧ ପ୍ରୟାସ ଓଏକ ବିସ୍ତୃତ ଆଭିମୁଖ୍ୟ ପାଇଁ ଆମେ ଆହ୍ୱାନ କରୁଛୁ । ଆତଙ୍କବାଦୀ ନେଟୱାର୍କକୁ ପାଣ୍ଠି ଯୋଗାଣ ଏବଂ ସେମାନଙ୍କ ଭୂଖଣ୍ଡରୁ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ସବୁ ରାଷ୍ଟ୍ରର ଦାୟିତ୍ୱ ବୋଲି ଆମେ ଦୋହରାଉଛୁ । ଆତଙ୍କବାଦର ପ୍ରସାର ଉଦ୍ଦେଶ୍ୟରେ ଇଣ୍ଟରନେଟର ଅପବ୍ୟବହାର ବିରୋଧରେ ଲଢ଼ିବା ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ଆଇସିଟିର ଉପଯୋଗ କ୍ଷେତ୍ରରେ ନିରାପତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବାରେ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ଭୂମିକା ରହିଥିବା ଆମେ ବିବେଚନା କରୁଛୁ । ଉପଯୋଗୀ ଆଇନ ଆଧାରରେ ଆତଙ୍କବାଦ କାର୍ଯ୍ୟକଳାପ ଘଟାଇବା, ସହାୟତା ଦେବା, ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବା ଏବଂ ପ୍ରୋତ୍ସାହିତ କରିବାରେ ଡିଜିଟାଲ ପ୍ଲାଟଫର୍ମର ଉପଯୋଗ ପାଇଁ ଆତଙ୍କବାଦୀମାନଙ୍କ ପ୍ରୟାସକୁ ନିଷ୍କ୍ରିୟ କରିବା ଲାଗି ପ୍ରଯୁକ୍ତି କମ୍ପାନୀଗୁଡ଼ିକ ସରକାରଙ୍କ ସହିତ ସହଯୋଗ କରିବା ଲାଗି ଆମେ ଆହ୍ୱାନ କରୁଛୁ ।

12.   ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ଆମେ ଦୃଢ଼ ପ୍ରତିବଦ୍ଧ ଏବଂ ସରକାରୀ ଓ ଘରୋଇ କ୍ଷେତ୍ରରେ ସଚ୍ଚୋଟତା ପ୍ରତି ଆମର ନିରନ୍ତର ସମର୍ଥନ ରହିଛି । ତେଣୁ ଆମେ ଅନ୍ତର୍ଜାତୀୟ ଦୁର୍ନୀତି ନିରୋଧୀ ସହଯୋଗ,ଏବଂ ଆଇନଗତ ବ୍ୟବସ୍ଥାକୁ ଉପଯୁକ୍ତ ଭାବେ ସୁଦୃଢ଼ କରିବାକୁ ପ୍ରୋତ୍ସାହିତ କରୁଛୁ, ଯଦ୍ଦ୍ୱାରା ସମ୍ପତି ଉଦ୍ଧାର ସହିତ ଦୁର୍ନୀତି ସଂକ୍ରାନ୍ତ ମାମଲାର ପ୍ରଭାବୀ ସମାଧାନ ସୁନିଶ୍ଚିତ ହୋଇପାରିବ । ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା ଲାଗି ମିଳିତ ପ୍ରୟାସ ବୃଦ୍ଧି କରିବା ପ୍ରତି ଆମେ ଗୁରୁତ୍ୱାରୋପ କରୁଛୁ । ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ଦୁର୍ନୀତି ରୋକିବା ଲାଗି ସୂଚନାଦାତାମାନଙ୍କର ଭୂମିକାକୁ ଆମେ ବିବେଚନା କରୁଛୁ ଏବଂ ସୂଚନାଦାତାମାନଙ୍କ ସୁରକ୍ଷା ଲାଗି ପଦକ୍ଷେପରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛୁ ।

13.   ଆମେ ଏହା ସ୍ୱୀକାର କରୁଛୁ ଯେ ବେଆଇନ ଅର୍ଥ କାରବାର ଓ ଆର୍ଥିକ ପ୍ରବାହ ଏବଂ ବେଆଇନ ଭାବେ ଉପାର୍ଜିତ ଅର୍ଥ ବିଦେଶରେ ଠୁଳ କରିବା ଏକ ବୈଶ୍ୱିକ ଆହ୍ୱାନ ଯାହା ଅର୍ଥନୈତିକ ଅଭିବୃଦ୍ଧି ତଥା ନିରନ୍ତର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଆମର ଆଭିମୁଖ୍ୟରେ ସମନ୍ୱୟ ଆଣିବା ଏବଂ ଏହି କ୍ଷେତ୍ରରେ ଦୃଢ଼ ବୈଶ୍ୱିକ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବା ଲାଗି ଆମେ ପ୍ରୟାସ କରିବୁ । ଦୁର୍ନୀତି ନିରୋଧୀ ଆଇନ ଲାଗୁ,ପଳାତକ ଆର୍ଥିକ ଅପରାଧୀ ଓ ଦୁର୍ନୀତିଗ୍ରସ୍ତମାନଙ୍କ ପ୍ରତ୍ୟର୍ପଣ, ଏବଂ ହଡ଼ପ ସମ୍ପତ୍ତି ଉଦ୍ଧାର କରିବା କ୍ଷେତ୍ରରେ ଦେଶୀୟ ଆଇନ ବ୍ୟବସ୍ଥା ମଧ୍ୟରେ, ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଆମେ ଗୁରୁତ୍ୱ ଦେଉଛୁ । ବେଆଇନ ଆର୍ଥିକ ପ୍ରବାହ ନିରାକରଣ ଲାଗି ଅନ୍ତର୍ଜାତୀୟ ସହଯୋଗକୁ ସମର୍ଥନ କରିବା ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ), ବିଶ୍ୱ ବର୍ହିଶୁଳ୍କ ସଂଗଠନ ଏବଂ ଅନ୍ୟ ଉପଯୋଗୀ ବହୁପକ୍ଷୀୟ ବ୍ୟବସ୍ଥା ମଧ୍ୟରେ ସହଯୋଗ ଏଥିରେ ସାମିଲ ଅଛି ।

14.   ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ସହିତ ଶକ୍ତି ନିରାପତ୍ତା, ଶକ୍ତି ଉପଲବ୍ଧତା, ନିରନ୍ତର ଏବଂ ସୁଲଭ ଶକ୍ତି ଯୋଗାଣକୁ ସୁନିଶ୍ଚିତ କରି ସ୍ୱଚ୍ଛ ତଥା ଅଧିକ ନମନୀୟ ଶକ୍ତି ନିରାପତ୍ତା ବ୍ୟବସ୍ଥା ଦିଗରେ କାର୍ଯ୍ୟ କରିବାରେ ସହଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ବିବେଚନା କରୁଛୁ । ଭବିଷ୍ୟତରେ କମ ଅଙ୍ଗାରକାମ୍ଳ ନିର୍ଗମନ ଯଥା ସୌର ଶକ୍ତି, ନିରନ୍ତର ଜୈବ ଏବଂ ପ୍ରାକୃତିକ ଗ୍ୟାସର ପରିବହନ ଭଳି ଶକ୍ତିର ବିଭିନ୍ନ ଉତ୍ସ ଏବଂ ପ୍ରଯୁକ୍ତିଗତ ବିକାଶ ହାସଲର ଗୁରୁତ୍ୱକୁ ଆମେ ସ୍ୱୀକାର କରୁଛୁ । ଏହି ପରିପ୍ରେକ୍ଷୀରେ, ଅକ୍ଷୟ ଶକ୍ତି ଉତ୍ସ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗ ପାଇଁ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ପ୍ରୟାସକୁ ଆମେ ସ୍ୱୀକାର କରୁଛୁ ।  ଅକ୍ଷୟ ଶକ୍ତି ଉପରେ ମିଳିତ ଗବେଷଣା ଏବଂ ଅତ୍ୟାଧୁନିକ ଶକ୍ତି ପ୍ରଯୁକ୍ତିର ବିନିମୟ ଲାଗି ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ ବ୍ରିକ୍ସ ଶକ୍ତି ଗବେଷଣା ସହଯୋଗ ମଂଚକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆମେ ଆମର ପ୍ରତିବଦ୍ଧତା ଜାହିର କରୁଛୁ ।

15.   ପୃଥକ ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ କିନ୍ତୁ ଭିନ୍ନ ଭିନ୍ନ ଉତ୍ତରଦାୟିତ୍ୱ ଏବଂ ନିଜସ୍ୱ ସାମର୍ଥ୍ୟ ନୀତି ସମେତ ୟୁଏନଏଫସିସିସିର ନୀତି ଅଧୀନରେ ଗୃହିତ ପ୍ୟାରିସ ଚୁକ୍ତିର ପୂର୍ଣ୍ଣ କାର୍ଯ୍ୟକାରୀତା ପ୍ରତି ଆମେ  ପ୍ରତିବଦ୍ଧ । ପ୍ରଶମନ ଏବଂ ଅନୁକୂଳନରେ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଲାଗି ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ବିକଶିତ ରାଷ୍ଟ୍ରମାନେ ଆର୍ଥିକ, ପ୍ରଯୁକ୍ତିଭିତିକ ଏବଂ ସାମର୍ଥ ନିର୍ମାଣ ସହାୟତା ଯୋଗାଇ ଦେବା ଲାଗି ଆମେ ଆହ୍ୱାନ କରୁଛୁ । ସକାରାତ୍ମକ ଫଳାଫଳ ଲାଭ ଲାଗି ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜାତିସଂଘ ଜଳବାୟୁ ପଦକ୍ଷେପ ଶିଖର ସମ୍ମିଳନୀକୁ ଆମେ ଅପେକ୍ଷା କରିଛୁ ।

16.   ନିରନ୍ତର ବିକାଶ ପାଇଁ 2030 ଏଜେଣ୍ଡାକୁ ଆଖି ଆଗରେ ରଖି ନିରନ୍ତର ବିକାଶ ଲାଗି ଆମେ ଆମର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଉଛୁ । ଆଦିସ ଆବାବା ବିକାଶ ଏଜେଣ୍ଡା ଆଧାରରେ ବିକାଶ ସମ୍ବଳ ବ୍ୟବସ୍ଥା ଏବଂ ଅଧିକୃତ ବିକାଶ ସହାୟତା ପ୍ରତିବଦ୍ଧତା ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । 2030 ଏଜେଣ୍ଡା ଉପରେ ଜି-20 ଆକ୍ସନ ପ୍ଲାନ,  ଆଫ୍ରିକା ଓ କମ ବିକଶିତ ରାଷ୍ଟ୍ରରେ ଶିଳ୍ପ ବିକାଶ ଏବଂ ଆଫ୍ରିକା ସହ ବୁଝାମଣା ସମେତ ଜି-20 ଆଫ୍ରିକା ସହଭାଗୀତା ପ୍ରତି ଆମେ ଆମର ନିରନ୍ତର ସମର୍ଥନ ଯୋଗାଇ ଦେଉଛୁ ।

17.   ଅଭିନବ ଭବିଷ୍ୟତ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ଚିହ୍ନଟ କରିବା ବିଷୟବସ୍ତୁକୁ ନେଇ 2019 ରେ ବ୍ରାଜିଲର ଅଧ୍ୟକ୍ଷତାକୁ ଆମେ ପ୍ରଶଂସା କରୁଛୁ । ନବୋନ୍ମେଷକୁ ବିକାଶ ପଛରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚାଳକ ଶକ୍ତି ଭାବେ ବିବେଚନା କରି ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ସମେତ ସମସ୍ତଙ୍କ ନିକଟରେ ଡିଜିଟାଲକରଣ ଏବଂ ଆଧୁନିକ ପ୍ରଯୁକ୍ତିର ଲାଭ ପହଁଚାଇବା ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।ଇଣ୍ଟରନେଟ ପରିଚାଳିତ ଦାରିଦ୍ର୍ୟ ଦୂରୀକରଣ ଏବଂ ଶିଳ୍ପ କ୍ଷେତ୍ରର ଡିଜିଟାଲ ରୂପାନ୍ତରଣ କ୍ଷେତ୍ରରେ ଉତ୍ତମ ପ୍ରଚଳନ ବିନିମୟ କରିବା ଲାଗି ଆମେ ମିଳିତ ପ୍ରୟାସକୁ ପ୍ରୋତ୍ସାହିତ କରୁଛୁ । ନବୀନ ଶିଳ୍ପ ବିପ୍ଳବ (ପାର୍ଟଏନଆଇଆର), ଆଇବ୍ରିକ୍ସ ନେଟୱାର୍କ, ବ୍ରିକ୍ସ ଇନଷ୍ଟିଚ୍ୟୁଟ ଅଫ ଫ୍ୟୁଚର ନେଟୱାର୍କସ ଏବଂ ଯୁବ ବିଜ୍ଞାନୀମଞ୍ଚ ଉପରେ ବ୍ରିକ୍ସ ସହଭାଗୀତା ସମେତ ବ୍ରିକ୍ସ ବୈଜ୍ଞାନିକ, ବୈଷୟିକ, ନବୋନ୍ମେଷ ଏବଂ ଉଦ୍ୟମିତା ସହଯୋଗ ଜାରି ରଖିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ ।

18.   2019ରେ ବ୍ରାଜିଲର ବ୍ରିକ୍ସ ଅଧ୍ୟକ୍ଷତାକୁ ଆମେ ସମର୍ଥନ କରୁଛୁ ଏବଂ ନଭେମ୍ବରରେ ବ୍ରାଜିଲିଆରେ 11ତମ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳତା କାମନା କରୁଛୁ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire tragedy in Birbhum, West Bengal
August 17, 2026
Prime Minister announces ex-gratia from PMNRF for the victims of the mishap in Birbhum, West Bengal

Prime Minister Shri Narendra Modi today expressed deep anguish over the loss of lives due to a fire tragedy in Birbhum, West Bengal.

The Prime Minister extended his condolences to those who have lost their loved ones and prayed for the early recovery of the injured. He added that the local administration is actively assisting those affected in the mishap.

In a post on X, the Prime Minister's Office shared:

"Anguished to hear about the loss of lives due to a fire tragedy in Birbhum, West Bengal. I extend my condolences to those who have lost their loved ones. May the injured recover soon. The local administration is assisting those affected in the mishap: PM @narendramodi"

Prime Minister Shri Narendra Modi has announced an ex-gratia from the Prime Minister's National Relief Fund (PMNRF) of Rs. 2 lakh for the next of kin of each deceased, along with Rs. 50,000 for those injured in the mishap in Birbhum, West Bengal.

In a post on X, the Prime Minister's Office shared:

"In the wake of the mishap in Birbhum, West Bengal, PM @narendramodi has announced Rs. 2 lakh from PMNRF for the next of kin of each deceased and Rs. 50,000 for those injured."