ଭାରତ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାନୁଭବ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮, ୨୦୨୫ ତାରିଖ ଦିନ ବ୍ରାଜିଲ ଗସ୍ତ କରିଥିଲେ । ବ୍ରାଜିଲ ସଂଘୀୟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଆସିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସମ୍ପର୍କ ଯାହାକି ବ୍ରାଜିଲ–ଭାରତ ମଧ୍ୟରେ ଦୀର୍ଘ ଆଠ ଦଶନ୍ଧି ଧରି ପ୍ରଗାଢ଼ ଭାବରେ ରହିଆସିଛି । ୨୦୦୬ ମସିହାରେ ଏହା ଏକ ରଣନୀତିକ ସମ୍ପର୍କ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।

 

ଉଭୟ ନେତା ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଏବଂ ବୈଶ୍ୱିକ ବ୍ୟାପାରର ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଭାବରେ ମତ ବିନିମୟ କରିଥିଲେ । ସେମାନେ ଭାରତ- ବ୍ରାଜିଲ୍ ରଣନୀତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ସକାଶେ ସଂକଳ୍ପକୁ ପୁନର୍ବାର ଦୋହରାଇଥିଲେ, ଯଦ୍ୟପି ବୈଶ୍ୱିକ ବ୍ୟାପାରରେ ନିଜ ନିଜ ଦେଶର ସ୍ୱତନ୍ତ୍ର ଆଭିମୁଖ୍ୟକୁ ଜାରି ରଖିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସହଭାଗୀ ମୂଲ୍ୟବୋଧ ଉପରେ ଆଧାରିତ ଏବଂ ତାହା ଉଚ୍ଚତର ଉଦ୍ଦେଶ୍ୟ ସାଧନ ନିମନ୍ତେ ଅଭିପ୍ରେତ । ଅତଏବ ଏହା ନିଜ ନିଜ ଦେଶର ଜନସାଧାରଣଙ୍କ ଶାନ୍ତି, ସମୃଦ୍ଧି ଏବଂ ପୋଷଣୀୟ ବିକାଶ ନିମନ୍ତେ ଉଦ୍ଦିଷ୍ଟ ।

 

ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏକ ସୁଦୃଢ଼ ଆର୍ଥିକ ତଥା ପ୍ରଯୁକ୍ତିଗତ ପାରସ୍ପରିକ ଆଦାନ ପ୍ରଦାନ ଉପରେ ଆଧାରିତ ଦୁଇ ରାଷ୍ଟ୍ରର ସମ୍ପର୍କ ପରିପ୍ରେକ୍ଷୀରେ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ପରବର୍ତ୍ତୀ ଦଶନ୍ଧିରେ ମୁଖ୍ୟତଃ ପାଞ୍ଚଗୋଟି ସ୍ତମ୍ଭ ଉପରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଏକ ରଣନୀତିକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ:

୧.ପ୍ରତିରକ୍ଷା ଏବଂ ନିରାପତ୍ତା

୨. ଖାଦ୍ୟ ଏବଂ ପୌଷ୍ଟିକ ନିରାପତ୍ତା

୩. ଶକ୍ତି ପର୍ଯ୍ୟାନ୍ତରଣ ଏବଂ ଜଳବାୟୁ ପରିବର୍ତ୍ତନ

୪. ଡିଜିଟାଲ ରୂପାନ୍ତରଣ ଏବଂ ନୂତନ ଭାବେ ମୁଣ୍ଡ ଟେକୁଥିବା ପ୍ରଯୁକ୍ତିର ଆହରଣ;

୫. ରଣନୀତିକ କ୍ଷେତ୍ରରେ ଶିଳ୍ପ ସହଭାଗୀତା ।

ଉଭୟ ନେତା ନିଜ ନିଜ ସରକାରଙ୍କ ସଂପୃକ୍ତ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇ ଏହି ପାଞ୍ଚଗୋଟି ସ୍ତମ୍ଭ ଉପରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ କାର୍ଯ୍ୟ କରିବା ଏବଂ ଏହାର ପ୍ରଗତି ସମ୍ପର୍କରେ ବ୍ରାଜିଲ- ଭାରତ ଯୁଗ୍ମ କମିଶନଙ୍କୁ ପ୍ରଦାନ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି ।

 

()ପ୍ରତିରକ୍ଷା  ନିରାପତ୍ତା

ବ୍ରାଜିଲ ଏବଂ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ପ୍ରସଙ୍ଗରେ ସମନ୍ୱିତ ମତ ଏବଂ ରଣନୀତିକ ପାରସ୍ପରିକ ସହଯୋଗକୁ ସ୍ୱୀକାର ପୂର୍ବକ, ଉଭୟ ନେତା ଦୁଇ ଦେଶ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ଏବଂ ଉଚ୍ଚସ୍ତରୀୟ ପ୍ରତିରକ୍ଷା ପ୍ରତିନିଧି ମଣ୍ଡଳଙ୍କ ପ୍ରତିପକ୍ଷ ରାଷ୍ଟ୍ର ଗସ୍ତ ଭଳି କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ପ୍ରତିରକ୍ଷା ସହଯୋଗକୁ ସ୍ୱାଗତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ବିଭିନ୍ନ ରଣନୀତିକ କ୍ଷେତ୍ରରେ ସହଯୋଗକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ସ୍ୱାକ୍ଷରିତ ଗୋପନୀୟ ସୂଚନା ଆଦାନ ପ୍ରଦାନ ଏବଂ ପାରସ୍ପରିକ ସୁରକ୍ଷା ରାଜିନାମା ଉପରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।  ସେମାନେ  ଦ୍ୱିପାକ୍ଷିକ ସାଇବର ନିରାପତ୍ତା ବାର୍ତ୍ତାଳାପ ଗୋଷ୍ଠୀ ଗଠନକୁ ମଧ୍ୟ ସ୍ୱାଗତ କରିଛନ୍ତି ଯାହାକି ସାଇବର ନିରାପତ୍ତା କ୍ଷେତ୍ରରେ ସୂଚନା, ଅନୁଭୂତି ଏବଂ ରାଷ୍ଟ୍ରୀୟ ଆଭିମୁଖ୍ୟ ଆଦାନ ପ୍ରଦାନ ମାଧ୍ୟମରେ ସହଯୋଗକୁ ଆଗାମୀ ଦିନରେ ନିବିଡ଼ କରିବ ।

 

ଭାରତର, ଜାମ୍ମୁ ଓ କାଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ସ୍ୱରରେ ନିନ୍ଦା କରିବା ଏବଂ ଭାରତ ସରକାର ଏବଂ ଏଥିରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶୋକପ୍ରକଟ କରିବା ଓ  ଜନସାଧାରଣଙ୍କ ପ୍ରତି ପ୍ରତିବଦ୍ଧତା ପ୍ରକଟ ନିମନ୍ତେ ବ୍ରାଜିଲର ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଭାବେ ପ୍ରଶଂସା କରିଥିଲେ । ଉଭୟ ନେତା ଆତଙ୍କବାଦ, ସୀମାପାର ଆତଙ୍କବାଦ ଏବଂ ଭୟାନକ ଅତିବାଦର ସମସ୍ତ ଆକାର ପ୍ରକାରକୁ  ସମ ସ୍ୱରରେ ନିନ୍ଦା କରିଥିଲେ ।  ଦୁଇ ପକ୍ଷ ଆତଙ୍କବାଦର ମୁକାବିଲା ପାଇଁ ଏକ ମିଳିତ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟପନ୍ଥା ଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଗୁରୁତ୍ୱର ସହିତ ମତ ପୋଷଣ କରିଥିଲେ ଯେ ଏଭଳି ବର୍ବରୋଚିତ କାଣ୍ଡକୁ କୌଣସି ମତେ ଉଚିତ ବୋଲି ସିଦ୍ଧ କରାଯାଇ ପାରିବନାହିଁ । ଉଭୟ ନେତା ସୀମାପାର ସଂଗଠିତ ଅବରାଧ ଓ ଆତଙ୍କବାଦକୁ ପ୍ରତିହତ କରିବା ଏବଂ ଏହାର ମୁକାବିଲା ନିମନ୍ତେ ସହଯୋଗ ପାଇଁ ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ବ୍ରାଜିଲ–ଭାରତ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଏବଂ ସୀମାପାର ସଂଗଠିତ ଅପରାଧ ମୁକାବିଲା ସହଯୋଗ ରାଜିନାମାକୁ ସ୍ୱାଗତ କରିଥିଲେ । ମିଳିତ ଜାତିସଂଘ ପକ୍ଷରୁ ଗୃହୀତ ହୋଇଥିବା ସାଇବର ଅପରାଧ ଘୋଷଣାନାମାକୁ ସେମାନେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହାର ସ୍ୱାକ୍ଷର ସମାରୋହକୁ ସମର୍ଥନ ଜଣାଇବା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଏହି ଘୋଷଣାନାମା ସ୍ୱାକ୍ଷର ସମ୍ମିଳନୀ ୨୦୨୫ ମସିହାରେ ହାନୋଇଠାରେ ଅନୁଷ୍ଠିତ ହେବ ।

ମିଳିତ ଜାତିସଂଘ ଦ୍ୱାରା ଘୋଷିତ ସମସ୍ତ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନ, ଯେଉଁଥିରେ ମିଳିତ ଜାତିସଂଘ କଟକଣା କମିଟିର ୧୨୬୭ ନମ୍ବର ଘୋଷଣାନାମାରେ ଲସ୍କର- ଏ- ତୟିବା (ଏଲଇଟି) ଏବଂ ଜୈସ- ଏ – ମହମ୍ମଦ (ଜେ.ଇ.ଏମ.)ଙ୍କୁ ଆତଙ୍କବାଦୀ ଘୋଷଣା ସାମିଲ ତାହା ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଉଭୟ ନେତା ଆହ୍ୱାନ ଜଣାଇଥିଲେ । ଦୁଇ ନେତା ମିଳିତ ଜାତିସଂଘ ଏବଂ ଏଫ.ଏ.ଟି.ଏଫ. ସମେତ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ସୂତ୍ରକୁ ବନ୍ଦ୍ କରିବା ନିମନ୍ତେ ସକ୍ରିୟ ଭାବରେ ପଦକ୍ଷେପ ଗ୍ରହଣ ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

 

ରାଷ୍ଟ୍ରପତି ଲୁଲା ମହାକାଶ କାର୍ଯ୍ୟକ୍ରମରେ ସଫଳତା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତକୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଦୁଇ ନେତା ବିଭିନ୍ନ ରଣନୀତିକ କ୍ଷେତ୍ର ଯେଉଁଥିରେ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର, ସାମୁଦ୍ରିକ ଓ ମହାସାଗରୀୟ ସହଯୋଗ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧିର ଗୁରୁତ୍ୱ ପ୍ରତି ନିଜ ନିଜର ସହମତ ପୋଷଣ କରିଥିଲେ । ଉଭୟ ପକ୍ଷ ନିଜ ନିଜର ମହାକାଶ ଏଜେନ୍ସିମାନଙ୍କ ମାଧ୍ୟମରେ ସହଯୋଗର ଅଧିକ କ୍ଷେତ୍ର ସନ୍ଧାନ କରିବା ନିମନ୍ତେ ସହମତ ପ୍ରକଟ କରିଥିଲେ ଏବଂ ଏଥିରେ ଉପଗ୍ରହ ଡିଜାଇନ, ବିକାଶ, ଉତକ୍ଷେପଣ ଯାନ, ବ୍ୟାବସାୟିକ ଉତକ୍ଷେପଣ ଏବଂ ନିୟନ୍ତ୍ରଣ ଷ୍ଟେସନ ସ୍ଥାପନ ତଥା ଗବେଷଣା ଓ ବିକାଶ ଏବଂ ତାଲିମ ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ ଆଦି ସାମିଲ ।

ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଭୂ-ରାଜନୈତିକ ଉତ୍ତେଜନା ପରିପ୍ରେକ୍ଷୀରେ, ଉଭୟ ନେତା ବହୁପକ୍ଷିୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଶାନ୍ତିପୂର୍ଣ୍ଣ ଉପାୟରେ ବିବାଦର ସମାଧାନ ନିମନ୍ତେ ଆଲୋଚନା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାକୁ ସକ୍ରିୟ କରିବା ଉପରେ ଦୁଇ ନେତା ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ନିରାପତ୍ତା ରକ୍ଷା ନିମନ୍ତେ କୂଟନୀତି ହେଉଛି ସବୁଠାରୁ ସଫଳ ଉପାୟ, ତେଣୁ ସଭିଏଁ ଏହି ପନ୍ଥା ଅବଲମ୍ବନ କରିବା ଉଚିତ । ନିରାପତ୍ତା ଏବଂ ବିକାଶ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା ଉପରେ ଗୁରୁତ୍ୱ ଆରୋପ କରି ଦୁଇ ଦେଶର ଶୀର୍ଷ ନେତୃତ୍ୱ କହିଛନ୍ତି ଯେ ଶାନ୍ତି ସ୍ଥାପନ ନିମନ୍ତେ ଏଭଳି ବ୍ୟବସ୍ଥାର ସମ୍ପ୍ରସାରଣ କରାଯିବା ଅତ୍ୟନ୍ତ ଜରୁରି । ଏହା ଫଳରେ ସ୍ଥାୟୀ ଶାନ୍ତି ସ୍ଥାପନ କରାଯାଇପାରିବ ବୋଲି ସେମାନେ ମତ ପୋଷଣ କରିଛନ୍ତି ।

 

ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ବ୍ୟାପକ ସଂସ୍କାରର ଆବଶ୍ୟକତା ଉପରେ ଉଭୟ ନେତା ମତ ପୋଷଣ କରିବା ସହିତ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନେ ସହମତ ହୋଇଛନ୍ତି । ଏହିସବୁ ସଂସ୍କାର ମଧ୍ୟରେ ନିରାପତ୍ତା ପରିଷଦର ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି, ବିକାଶଶୀଳ ରାଷ୍ଟ୍ର ତଥା ଲାଟିନ ଆମେରିକା ଓ କ୍ୟାରିବୀୟ ରାଷ୍ଟ୍ର, ଏସିଆ ଓ ଆଫ୍ରିକା କ୍ଷେତ୍ରର ଅଧିକ ମାତ୍ରାରେ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ନିରାପତ୍ତା ପରିଷଦ ସମ୍ପ୍ରସାରଣ ବେଳେ ନିଜ ନିଜ ରାଷ୍ଟ୍ରର ସ୍ଥାୟୀ ସଦସ୍ୟତା ନିମନ୍ତେ ପରସ୍ପରଙ୍କୁ ସମର୍ଥନ କରିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ଉଭୟ ନେତା ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ନିରାପତ୍ତା ପରିଷଦ ସଂସ୍କାର ପ୍ରକ୍ରିୟାରେ ସେମାନେ ଘନିଷ୍ଠ ସହଯୋଗ ରକ୍ଷା ପୂର୍ବକ କାର୍ଯ୍ୟ କରିବେ ।  ୨୦୨୮-୨୯ ମସିହା ଅବଧିରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ପ୍ରାର୍ଥୀତ୍ୱକୁ ବ୍ରାଜିଲର ସମର୍ଥନକୁ ଭାରତ ସ୍ୱାଗତ କରିଛି ।

 

ଉଭୟ ନେତା ପରସ୍ପରର ଐତିହାସିକ ଉପନିବେଶବାଦ ସଂଗ୍ରାମ ବିଷୟ ସ୍ମରଣ ପୂର୍ବକ ପରସ୍ପରର ସାର୍ବଭୌମତ୍ୱକୁ ସମର୍ଥନ ଜଣାଇଛନ୍ତି ଏବଂ ଆର୍ନ୍ତଜାତିକ ନିୟମାନୁସାରେ ଏକ ଉତ୍ତମ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ଗଠନ ନିମନ୍ତେ ସେମାନଙ୍କର ସହମତ ପ୍ରକଟ କରିଛନ୍ତି । ଏଥିରେ ସେମାନେ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ଆଶା ଆକାଂକ୍ଷାକୁ ସାକାର କରିବା ଉପରେ ମଧ୍ୟ ଧ୍ୟାନ ଦେବେ ବୋଲି ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।

 

୨୦୨୫ ମସିହାରେ ମିଳିତ ଜାତିସଂଘର ୮୦ତମ ପ୍ରତିଷ୍ଠା ବାର୍ଷିକୀକୁ ସ୍ମରଣ ପୂର୍ବକ, ସେମାନେ ଏହି ବୈଶ୍ୱିକ ସଂସ୍ଥାରେ ତୁରନ୍ତ ଏବଂ ବ୍ୟାପକ ସଂସ୍କାର ଘଟାଇବା ସକାଶେ ସମର୍ଥନ ଜଣାଇଛନ୍ତି । ଏଥିରେ ବିକାଶଶୀଳ ରାଷ୍ଟ୍ରମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଏବଂ ଏହାର ସକଳ ପ୍ରକାର ନିଷ୍ପତ୍ତି ଗ୍ରହଣ ତଥା ସମସାମୟିକ ଭୂ-ରାଜନୈତିକ ବାସ୍ତବତା ଦୃଷ୍ଟିରୁ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ବର୍ତ୍ତମାନ ସମୟର ସାମୂହିକ ଚାଲେଞ୍ଜର ବ୍ୟାପକତା ଦୃଷ୍ଟିରୁ ଏହାର ସମାଧାନ ପାଇଁ ଏକ ସମାନତା ଆଧାରିତ ମହତ୍ତ୍ୱାକାଂକ୍ଷୀ ପ୍ରତିକାର ବ୍ୟବସ୍ଥାର ଆବଶ୍ୟକତାକୁ ସେମାନେ ସ୍ୱୀକାର କରିଛନ୍ତି । ଏଥି ନିମନ୍ତେ ସେମାନେ ମିଳିତ ଜାତିସଂଘ ଘୋଷଣାନାମାରେ ଥିବା ବ୍ୟାପକ ବ୍ୟବସ୍ଥା ମାଧ୍ୟମରେ ଏକ ଆଲୋଚନା ସମ୍ମିଳନୀ ଯାହାକି ଏହାର ଧାରା ୧୦୯ ଅନୁସାରେ କରିବାକୁ ଆହ୍ୱାନ ଜଣାଇଛନ୍ତି ।

 

ମଧ୍ୟ ପ୍ରାଚ୍ୟ କ୍ଷେତ୍ରରେ ସମ୍ପ୍ରତି ନିରାପତ୍ତା ପରିସ୍ଥିତିରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତିରେ ଉଦବେଗ ପ୍ରକଟ କରି ଦୁଇ ନେତା କହିଛନ୍ତି ଯେ ଏଭଳି ସ୍ଥିତିର ମୁକାବିଲା ସକାଶେ ଆଲୋଚନା ଏବଂ କୂଟନୀତି ବ୍ୟତୀତ ଅନ୍ୟ କିଛି ବିକଳ୍ପ ପନ୍ଥା ନାହିଁ ଏବଂ ଏହି କ୍ଷେତ୍ରରେ ବହୁପକ୍ଷିୟ ସମସ୍ୟାର ସମାଧାନ ନିମନ୍ତେ ଏହା ହିଁ ଉପଯୁକ୍ତ ଉପାୟ । ଏହି ପରିପ୍ରେକ୍ଷୀରେ ଦୁଇ ନେତା ଆଶା ବ୍ୟକ୍ତ କରିଛନ୍ତି ଯେ ସମସ୍ତ ସମ୍ପୃକ୍ତ ପକ୍ଷ ମଧ୍ୟ ପ୍ରାଚ୍ୟ କ୍ଷେତ୍ରରେ ଏକ ଦୀର୍ଘସ୍ଥାୟୀ ଶାନ୍ତି, ନିରାପତ୍ତା ଓ ସ୍ଥିରତା ଦିଗରେ କାର୍ଯ୍ୟ କରିବା ଉଚିତ ।

 

ଉଭୟ ନେତା  ଆଲୋଚନା ମାଧ୍ୟମରେ ଦୁଇ ରାଷ୍ଟ୍ର ତତ୍ତ୍ୱ ଉପରେ ଗୁରୁତ୍ୱ ଆରୋପ କରିବା ସହ କହିଛନ୍ତି ଯେ ଏକ ସାର୍ବଭୌମ ସମ୍ଭାବ୍ୟ ତଥା ସ୍ୱାଧୀନ ପାଲେଷ୍ଟାଇନ୍ ରାଷ୍ଟ୍ର ଗଠନ ହେବା ଜରୁରି ଯାହା ଇସ୍ରାଏଲ ସହିତ ନିରାପଦ ଏବଂ ପାରସ୍ପରିକ ସଦ୍ଭାବନାର ସହିତ ବସବାସ କରିପାରିବ ଏବଂ ଏଥିପାଇଁ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସୀମାରେଖା ଚିହ୍ନିତ ହେବା ଜରୁରି ଯାହା ଫଳରେ ଶାନ୍ତି ଓ ନିରାପତ୍ତା ବିରାଜମାନ କରିପାରିବ । ସେମାନଙ୍କ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସକାଶେ କ୍ରମାଗତ ଭାବରେ ଉଭୟ ପକ୍ଷ ଆଲୋଚନା ଜାରି ରଖିବା ସକାଶେ ଉଭୟ ନେତା ମତ ପୋଷଣ କରିଛନ୍ତି ଏବଂ ସେଭଳି ଆଲୋଚନାରେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ତଥା ଗାଜା ମଧ୍ୟ ଦେଇ  ଦ୍ରୁତ, ନିରାପଦ ଓ ଅବାଧ ମାନବୀୟ ଯାତାୟାତ ପ୍ରସଙ୍ଗ ରହିବା ଆବଶ୍ୟକ ବୋଲି କହିଛନ୍ତି ।

 

ଦୁଇ ନେତା ପୁନଃ ପ୍ରତିବଦ୍ଧତା ପ୍ରକଟ ପୂର୍ବକ ମିଳିତ ଜାତିସଂଘ ରିଲିଫ ଓ ସହାୟତା କାର୍ଯ୍ୟ ଏଜେନ୍ସି (ୟୁଏନଆରଡ଼ବ୍ଲୁଏ)କୁ ଦୃଢ଼ ସମର୍ଥନ ଜ୍ଞାପନ କରିଛନ୍ତି ଏବଂ ଗୁରୁତ୍ୱର ସହ ମତ ପୋଷଣ କରିଛନ୍ତି ଯେ ମିଳିତ ଜାତିସଂଘ ସାଧାରଣ ପରିଷଦ ଏହାକୁ ଯେଉଁ ଦାୟିତ୍ୱ ପ୍ରଦାନ କରିଛି ତାହାର କାର୍ଯ୍ୟବିଧିକୁ ପୂର୍ଣ୍ଣ ସମର୍ଥନ ପ୍ରଦର୍ଶନର ଆବଶ୍ୟକତା ରହିଛି ଯାହା ଫଳରେ ପାଲେଷ୍ଟିନୀୟ ଶରଣାର୍ଥୀମାନଙ୍କୁ ପାଞ୍ଚଗୋଟି ଯାକ କ୍ଷେତ୍ରରେ ମୌଳିକ ସେବା ଯୋଗାଇ ଦିଆଯାଇ ପାରିବ ।

 

ଦୁଇ ନେତା ୟୁକ୍ରେନ୍ ବିବାଦ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏହି ସଂଘର୍ଷରେ ବିପୁଳ ଧନମାନବ କ୍ଷୟକ୍ଷତିରେ ଗଭୀର କ୍ଷୋଭ ପ୍ରକଟ କରିଥିଲେ ତଥା ଏହାର ଯେଉଁ ପ୍ରତିକୂଳ ପ୍ରଭାବ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧ ଉପରେ ପଡ଼ୁଛି ସେଥିରେ ଉଦବେଗ ପ୍ରକଟ କରିଥିଲେ । ଏହି ବିବାଦର ସମାଧାନ ନିମନ୍ତେ କୂଟନୈତିକ ପ୍ରୟାସକୁ ସେମାନେ ସ୍ୱାଗତ କରିଛନ୍ତି ଏବଂ ଉଭୟ ପକ୍ଷଙ୍କୁ ଆଲୋଚନା ଜାରି ରଖିବା ସକାଶେ ଆହ୍ୱାନ ଜଣାଇଛନ୍ତି ଯାହା ଫଳରେ ଶାନ୍ତି ସ୍ଥାପନ ହୋଇପାରିବ ଏବଂ ଏହି ବିବାଦର ଏକ ସ୍ଥାୟୀ ସମାଧାନ ଦିଗରେ ଉଭୟ ପକ୍ଷ ଆଗକୁ ଅଗ୍ରସର ହୋଇପାରିବେ ।

 

(ଖାଦ୍ୟ  ପୌଷ୍ଟିକ ନିରାପତ୍ତା

ଉଭୟ ନେତା ସେମାନଙ୍କ ଦେଶରେ ବିକାଶକୁ ଆଗକୁ ଆଗେଇ ନେବା, ଅସମାନତା ବିରୋଧରେ ସଂଗ୍ରାମ କରିବା ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ନୀତିକୁ ପ୍ରୋତ୍ସାହିତ କରିବା ସକାଶେ ନିଜ ନିଜର ପ୍ରତିବଦ୍ଧତାକୁ ଦୋହାରାଇଥିଲେ । ନିରନ୍ତର କୃଷି, କୃଷକମାନଙ୍କୁ ଲାଭଜନକ ମୂଲ୍ୟ ଏବଂ ଉପାର୍ଜନ ସହାୟତା ଏବଂ ଦାରିଦ୍ର୍ୟ, କ୍ଷୁଧା ଏବଂ ଅପପୁଷ୍ଟି ଦ୍ୱାରା ସର୍ବାଧିକ ପ୍ରଭାବିତ ଲୋକମାନଙ୍କ ଉପରେ ଧ୍ୟାନ ପ୍ରଦାନ ପୂର୍ବକ ସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ଶିକ୍ଷାର ଉନ୍ନତି ଉପଲବ୍ଧତା ସହିତ ଉତ୍ପାଦକତା ବୃଦ୍ଧି ଲକ୍ଷ୍ୟ ହାସଲ ନିମନ୍ତେ ନୀତି ଏବଂ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରି ଖାଦ୍ୟ ଓ ପୋଷଣ ନିରାପତ୍ତା ବୃଦ୍ଧି ନିମନ୍ତେ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱ ଆରୋପ କରିଛନ୍ତି । ୨୦୩୦ ମସିହା ସୁଦ୍ଧା ସମଗ୍ର ବିଶ୍ୱରୁ କ୍ଷୁଧା ଦୂରୀକରଣ କରିବା ଲକ୍ଷ୍ୟରେ ସେମାନେ ଆଲୋଚନା କରିଛନ୍ତି ଏବଂ କ୍ଷୁଧା ଓ ଦାରିଦ୍ର୍ୟ ବିରୁଦ୍ଧରେ ବୈଶ୍ୱିକ ସହଯୋଗିତାକୁ ସେମାନଙ୍କ ଅକୁଣ୍ଠ ସମର୍ଥନକୁ ଦୋହରାଇଛନ୍ତି ତଥା ପ୍ରମାଣିତ ସୁଫଳ ସହିତ ସାର୍ବଜନୀନ ନୀତି ଓ ସାମାଜିକ ପ୍ରୁଂକ୍ତିର କାର୍ଯ୍ୟକାରିତା ନିମନ୍ତେ ସମ୍ବଳ ଓ ଜ୍ଞାନ ସଂଗ୍ରହ କରିବାରେ ମେଣ୍ଟର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି ।

 

ବିଶ୍ୱର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ରାଷ୍ଟ୍ର ଭାବରେ ସେମାନେ ଉତ୍ପାଦକ, ଦୀର୍ଘସ୍ଥାୟୀ ଏବଂ ଜଳବାୟୁ ସହନଶୀଳ କୃଷି ଖାଦ୍ୟ ପଦ୍ଧତି ହାସଲ କରିବାର ଉପାୟ ଓ ମାଧ୍ୟମ ରୂପେ ନିରପେକ୍ଷ ଏବଂ ମୁକ୍ତ କୃଷି ବାଣିଜ୍ୟର ସର୍ବୋଚ୍ଚ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ଖାଦ୍ୟ ନିରାପତ୍ତା ଉଦ୍ଦେଶ୍ୟରେ ସାର୍ବଜନୀନ ସଂରକ୍ଷଣ ସମେତ ଉତ୍ତମ କାର୍ଯ୍ୟକ୍ଷମ  କୃଷି ବଜାର ଏବଂ କୃଷି ନୀତି, ସମଗ୍ର ଖାଦ୍ୟ ଯୋଗାଣ ଶୃଙ୍ଖଳାରେ କୃଷକ ଏବଂ ଶ୍ରମିକଙ୍କ ଜୀବିକାକୁ ସମର୍ଥନ କରିବା ସହିତ ଜାତୀୟ, ଆଞ୍ଚଳିକ ଏବଂ ବିଶ୍ୱ ଖାଦ୍ୟ ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେ ସରକାରଙ୍କ ମୁଖ୍ୟ ଭୂମିକାକୁ ଉଭୟ ନେତା ଦୋହରାଇଛନ୍ତି । ବହୁପାକ୍ଷିକ ସ୍ତରରେ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାର ସମ୍ଭାବନା ଉପରେ ମଧ୍ୟ ସେମାନେ ସହମତି ପ୍ରକଟ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଖାଦ୍ୟ ଏବଂ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ସ୍ଥାୟୀ କୃଷି ପଦ୍ଧତି ଅମଲମ୍ବନ ନିମନ୍ତେ ଜ୍ଞାନ କୌଶଳ ପ୍ରଚଳନ କରିବାରେ ଯୋଗଦାନ କରିବା । ଡ.ବ୍ଲୁ.ଟି.ଓ. (ବିଶ୍ୱ ବାଣିଜ୍ୟ ସଂଗଠନ) ସହିତ ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ ଏବଂ ସମାବେଶୀ, ସମାନ୍ତରାଳ ଏବଂ ସମାନ ପଦକ୍ଷେପ ବଜାୟ ରଖିବା ସହିତ ପରିବେଶ, ନିରାପତ୍ତା ଅଥବା ଜଳବାୟୁ ପରିବର୍ତ୍ତନ ଆଶଙ୍କା ବାହାନାରେ ପ୍ରଣୟନ କରାଯାଇଥିବା ଏକତରଫା କଟକଣା ଅଥବା ସଂରକ୍ଷଣବାଦୀ ପଦକ୍ଷେପ ଦ୍ୱାରା କୃଷି ବାଣିଜ୍ୟ ଯେପରି ପ୍ରଭାବିତ ନ ହେବ, ତାହା ସୁନିଶ୍ଚିତ କରିବାକୁ ସେମାନେ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଜଣାଇଛନ୍ତି । ଭେଦଭାବ ବିହୀନ ଏବଂ ନିୟମ ଆଧାରିତ ବହୁପକ୍ଷିୟ ବାଣିଜ୍ୟ ବ୍ୟବସ୍ଥାକୁ ସମ୍ମାନ ପ୍ରଦର୍ଶନ ଦେବା ଉପରେ ମଧ୍ୟ ସେମାନେ ଦୃଢ଼ ମତ ପୋଷଣ କରିଛନ୍ତି ।

 

କୃଷି ଉତ୍ପାଦକତା ବୃଦ୍ଧି ଏବଂ ଜୀବଜନ୍ତୁ ଜେନେଟିକ୍ସରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ମିଳିତ ଗବେଷଣା ଏବଂ ବିକାଶ ସମ୍ଭାବନା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ । ଏଥିରେ ପ୍ରଜନନ, ଜୈବପ୍ରଯୁକ୍ତି ବିଦ୍ୟା କୌଶଳ ଆଦିର ପ୍ରୟୋଗ ଏବଂ ପ୍ରାଣୀମାନଙ୍କୁ ପୁଷ୍ଟି ସାଧନ ସହିତ ସାଧାରଣ ସ୍ୱାର୍ଥର ଅନ୍ୟାନ୍ୟ ପଦକ୍ଷେପମାନ ସାମିଲ ରହିଚି । ଏହି ପରିପ୍ରେକ୍ଷୀରେ ଉଭୟ ଦେଶର ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ବିକାଶ ଅନୁଷ୍ଠାନଗୁଡ଼ିକ ଏହି କ୍ଷେତ୍ରରେ ସକାରାତ୍ମକ ଫଳାଫଳ ହାସଲ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ସେମାନେ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

 

(୩) ଶକ୍ତି ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ବିଶ୍ୱସ୍ତରୀୟ ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନ

ଜୈବ ଶକ୍ତି ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ଉତ୍କୃଷ୍ଟ ସହଯୋଗକୁ ଉଭୟ ନେତା ଭୂୟସୀ ପ୍ରଶଂସା କରିଥିଲେ ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ସେମାନଙ୍କ ଅଂଶଗ୍ରହଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଯାହାର କି ଉଭୟ ରାଷ୍ଟ୍ର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ବିଭିନ୍ନ ମାର୍ଗ ମାଧ୍ୟମରେ ସ୍ୱଚ୍ଛ, ସ୍ଥାୟୀ, ସମାନ, ସୁଲଭ ଏବଂ ଅନ୍ତର୍ଭୁକ୍ତି ଶକ୍ତି ପରିବର୍ତ୍ତନକୁ ପ୍ରୋତ୍ସାହିତ କରାଯିବାର ଜରୁରି ଆବଶ୍ୟକତା ସହିତ ବିଭିନ୍ନ ସ୍ୱଳ୍ପ ଉତ୍ସର୍ଜନକ୍ଷମ ଶକ୍ତି ଉତ୍ସ, ସ୍ଥାୟୀ ଇନ୍ଧନ ଏବଂ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଯୁକ୍ତି- ନିରପେକ୍ଷ, ସମନ୍ୱିତ ଏବଂ ସମାବେଶୀ ଆଭିମୁଖ୍ୟର ଗୁରୁତ୍ୱକୁ ଉଭୟ ନେତା ସ୍ୱୀକାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ପରିବହନ ଏବଂ ଗତିଶୀଳତା କ୍ଷେତ୍ରକୁ ଡିକାର୍ବୋନାଇଜ୍ କରିବା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ସ୍ଥାୟୀ ଜୈବ ଇନ୍ଧନ ଏବଂ ନବନୀୟ ଇନ୍ଧନଯୁକ୍ତ ଯାନବାହନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି । ସେମାନେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ବିମାନ ଚଳାଚଳ କ୍ଷେତ୍ରରୁ ନିର୍ଗମନ ହ୍ରାସ କରିବା ନିମନ୍ତେ ସ୍ଥାୟୀ ବିମାନ ଚଳାଚଳ ଇନ୍ଧନ (ଏସ.ଏ.ଏଫ.) ଅଗ୍ରଣୀ, ପରିପକ୍ୱ ଏବଂ କାର୍ଯ୍ୟକ୍ଷମ ମାର୍ଗ ଅଟେ ଏବଂ ଏସ.ଏ.ଏଫ.ର ନିୟୋଜନ ଏବଂ ବିକାଶରେ ଭାରତ – ବ୍ରାଜିଲ ଭାଗିଦାରୀର ଭୂମିକାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

 

ସି.ଓ.ଏଫ.-୩୦ ପୂର୍ବରୁ ଟ୍ରପିକାଲ ଫରେଷ୍ଟସ୍ ଫର୍ ଏଭର ଫଣ୍ଡ (ସି.ଏଫ.ଏଫ.) ଆରମ୍ଭ କରିବା ନିମନ୍ତେ ବ୍ରାଜିଲର ପଦକ୍ଷେପକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ଏବଂ ଏହି ପଦକ୍ଷେପ ଏକ ଗଠନମୂଳକ ତଥା ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । କ୍ରାନ୍ତୀୟ ଜଙ୍ଗଲର ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଉତ୍ସର୍ଗୀକୃତ ଏକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରତିଷ୍ଠା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ ଉଦ୍ଦେଶ୍ୟରେ ଆଦାନ ପ୍ରଦାନ ଏବଂ ମିଳିତ ପ୍ରୟାସକୁ ବୃଦ୍ଧି କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ । ୧.୩ ଟ୍ରିଲିୟନ ଆମେରିକୀୟ ଡଲାର ମୂଲ୍ୟର ବାକୁଠାରୁ ବେଲେମ୍ ରୋଡମ୍ୟାପ୍’ର ବିକାଶରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ସି.ଓ.ପି.୩୦ ଅର୍ଥମନ୍ତ୍ରୀଙ୍କ ଗୋଷ୍ଠୀରେ ସାମିଲ ହେବା ନିମନ୍ତେ ବ୍ରାଜିଲ ଦେଇଥିବା ଆହ୍ୱାନକୁ ଭାରତ ପ୍ରଶଂସା କରିଛି ଏବଂ ଏହି ପ୍ରକ୍ରିୟାରେ ସକ୍ରିୟ ଭାବରେ ଯୋଗଦାନ କରିବା ସକାଶେ ସରକାର ଆଗ୍ରହ ପ୍ରଦର୍ଶନ କରିଛନ୍ତି ।

 

ଜଳବାୟୁ ପରିବର୍ତ୍ତନ ଆମ ସମୟର ସବୁଠାରୁ ବଡ଼ ଆହ୍ୱାନ ଏବଂ ନିରନ୍ତର ବିକାଶ ଏବଂ ଦାରିଦ୍ର୍ୟ ଦୂରୀକରଣ ପରିପ୍ରେକ୍ଷୀରେ ଏହାର ସମାଧାନର ଆବଶ୍ୟକତା ଉପରେ ଉଭୟ ଭାରତ ଏବଂ ବ୍ରାଜିଲର ଦୁଇ ଶୀର୍ଷ ନେତା ସହମତ ବ୍ୟକ୍ତ କରିଛନ୍ତି । ଏହି ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବ୍ୟାପକ, ନିବିଡ଼ ଏବଂ ବିବିଧିକରଣ କରିବା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ ସମ୍ମିଳନୀ (ୟୁ.ଏନ.ଏଫ.ସି.ସି.ସି.), ଏହାର କିଓଟୋ ପ୍ରେଟୋକଲ ଏବଂ ଏହାର ପ୍ୟାରିସ୍ ଚୁକ୍ତ ଅଧୀନରେ ଜଳବାୟୁ ପରିବର୍ତ୍ତନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଆଲୋଚନା ଏବଂ ସମନ୍ୱୟ ଜାରି ରଖିବା ନିମନ୍ତେ ସେମାନେ ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ବିଶ୍ୱ ଜଳବାୟୁ ସଙ୍କଟର ଗମ୍ଭୀର ସ୍ଥିତି ଏବଂ ଜରୁରିତାକୁ ଦୃଷ୍ଟିରେ ରଖି ସମାନତା ଏବଂ ସର୍ବୋତ୍ତମ ଉପଲବ୍ଧ ବିଜ୍ଞାନର ଆଲୋକରେ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ ପ୍ୟାରିସ ଚୁକ୍ତିର ଲକ୍ଷ୍ୟ ହାସଲ କରିବା ନିମନ୍ତେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବା ସକାଶେ ସେମାନେ ସଂକଳ୍ପ ଗ୍ରହଣ କରିଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ବହୁପକ୍ଷିୟ ପ୍ରତିକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସେମାନଙ୍କ ସଂକଳ୍ପକୁ ଦୋହରାଇଥିଲେ, ଯାହା ରାଷ୍ଟ୍ରମାନଙ୍କ ମଧ୍ୟରେ ଏବଂ ଦେଶ- ଦେଶ ମଧ୍ୟରେ ଅସମାନତାକୁ ମଧ୍ୟ ମୁକାବିଲା କରିବାକୁ ସକ୍ଷମ । ତୃତୀୟ ରାଷ୍ଟ୍ରରେ ଆଇ.ଏସ.ଏ. (ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ) ଏବଂ ସି.ଡି.ଆର.ଆଇ. (ଆଲାଏନ୍ସ ଫର ଡିଜାଷ୍ଟର ରେଜିଲିଏଣ୍ଟ୍ ଇନଫ୍ରାଷ୍ଟକଚର) ସହିତ ଭାଗିଦାରୀରେ ମିଳିତ ପ୍ରକଳ୍ପର ଗୁରୁତ୍ୱ ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ । ନଭେମ୍ବର ୨୦୨୫ରେ ବେଲେମଠାରେ ଅନୁଷ୍ଠିତ ହେବାକୁ ଥିବା ୟୁ.ଏନ.ଏଫ.ସି.ସି.ସି. (ସିଓପି ୩୦)ର ୩୦ତମ ସମ୍ମିଳନୀରେ ବ୍ରାଜିଲର ଅଧ୍ୟକ୍ଷତାକୁ ଭାରତ ସମର୍ଥନ କରିବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛି । 

 

ଉଭୟ ରାଷ୍ଟ୍ରର ନେତା ଦ୍ୱୟ ଭାରତ – ବ୍ରାଜିଲ ଅର୍ଥନୈତିକ ଏବଂ ଆର୍ଥିକ ସମ୍ପର୍କକୁ ଗଭୀର କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ ଏବଂ ନିରନ୍ତର ବିକାଶ, ସ୍ଥାନୀୟ ମୁଦ୍ରା ଅର୍ଥନୈତିକ ସହାୟତା, ଜଳବାୟୁ, ଅର୍ଥ ଏବଂ ପୁଂଜି ବଜାର ସମେତ ସହଯୋଗର କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ନିମନ୍ତେ ସେମାନଙ୍କର ଭାଗିଦାରୀ ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଜି-୨୦ ଫାଇନାନ୍ସ ଟ୍ରାକ୍, ବ୍ରିକ୍ସ, ଆଇ.ବି.ଏସ.ଏ., ବିଶ୍ୱ ବ୍ୟାଙ୍କ୍, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇ.ଏମ.ଏଫ.), ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ୍ (ଏ.ଆଇ.ଆଇ.ବି.) ଏବଂ ନିଉ ଡେଭଲପମେଣ୍ଟ ବ୍ୟାଙ୍କ୍ (ଏନ.ଡି.ବି.) ଭଳି ଅନ୍ୟାନ୍ୟ ଆନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷିୟ ସଂସ୍ଥାମାନଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନିମେନ୍ତ ଉଭୟ ନେତା ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପାରସ୍ପରିକ ସ୍ୱାର୍ଥ ଜଡ଼ିତ କ୍ଷେତ୍ରରେ ନିୟମିତ ପରାମର୍ଶ ସମ୍ପର୍କ ସ୍ଥାପନ ପ୍ରକ୍ରିୟାକୁ ଖୋଜି ବାହାର କରିବା ସକାଶେ ଭାରତ ଏବଂ ବ୍ରାଜିଲର ଶୀର୍ଷ ନେତା ଦ୍ୱୟ ସହମତ ହୋଇଥିଲେ ।

 

ବିକାଶ ପାଣ୍ଠିକୁ ଅଧିକ ମଜଭୁତ କରିବା ଦିଗରେ ଏକ ଗଠନମୂଳକ ପଦକ୍ଷେପ ରୂପେ ସେଭିଲ୍ ପ୍ରତିବଦ୍ଧତକାକୁ ଗ୍ରହଣ କରିବା ସକାଶେ ଉଭୟ ନେତା ଦୃଢ଼ ସମର୍ଥନ ଜ୍ଞାପନ କରିଛନ୍ତି । ଉଭୟ ନେତା ଏକ ସୁଦୃଢ଼, ଅଧିକ ସମନ୍ୱିତ ଏବଂ ଅଧିକ ସମାବେଶୀ ଆନ୍ତର୍ଜାତିକ ଅର୍ଥନୈତିକ ଏବଂ ଆର୍ଥିକ ଢାଞ୍ଚା ପ୍ରତି ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଯେଉଁଥିରେ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ମିଳିତ ଜାତିସଂଘର ଅଗ୍ରଣୀ ଭୂମିକା ରହିବ । ରିହାତି ହାରରେ ପାଣ୍ଠି ଉପବଲବ୍ଧତାରେ ଉନ୍ନତି ଆଣିବା, ସରକାରୀ ବିକାଶ ସହାୟତା (ଓ.ଡି.ଏ.)ରେ ହ୍ରାସ ପାଉଥିବା ଧାରାକୁ ପରିବର୍ତ୍ତନ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସେମାନେ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ସେମାନଙ୍କର ଓ.ଡି.ଏ. ପ୍ରତିଶ୍ରୁତି ବୃଦ୍ଧି ଏବଂ ପୂରଣ କରିବା ନିମନ୍ତେ ବିକଶିତ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଜଣାଇଥିଲେ ।

 

ନିରନ୍ତର ବିକାଶ ନିମନ୍ତେ ଉଦ୍ଦିଷ୍ଟ ୨୦୩୦ କାର୍ଯ୍ୟସୂଚୀକୁ ସନ୍ତୁଳିତ ଏବଂ ସମନ୍ୱିତ ଭାବରେ କାର୍ଯ୍ୟକାରୀ କରିବା ନିମନ୍ତେ ଦୁଇ ନେତା ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଜୈବ ଅର୍ଥନୀତି ଏବଂ ସର୍କୁଲାର ଅର୍ଥନୀତି, ପରିବେଶ, ଅର୍ଥନୈତିକ ଏବଂ ସାମାଜିକ ତିନିଗୋଟି ଦିଗରେ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଉପକରଣ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ବୋଲି ସେମାନେ ପ୍ରାଧାନ୍ୟର ସହ ସହମତ ପ୍ରକଟ କରିଥିଲେ ।

 

(ଡିଜିଟାଲ ରୂପାନ୍ତରଣ ଏବଂ ଉଦୀୟମାନ ପ୍ରଯୁକ୍ତି

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ), ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଅନ୍ୟାନ୍ୟ ଉଦୀୟମାନ ଜ୍ଞାନକୌଶଳ ସମେତ ଡିଜିଟାଲ କାର୍ଯ୍ୟସୂଚୀ ସେମାନଙ୍କର ସମାଜର ଅର୍ଥନୈତିକ ବିକାଶ ଏବଂ ଡିଜିଟାଲ ରୂପାନ୍ତରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱୀକାର ପୂର୍ବକ ନେତା ଦ୍ୱୟ ଅଭିନବ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବ୍ୟବହାର ସହିତ ସହଯୋଗୀ ଢାଞ୍ଚା ଏବଂ ପ୍ରକଳ୍ପଗୁଡ଼ିର ଅନୁସନ୍ଧାନ ଏବଂ ଅଗ୍ରଗତିରେ ସହଯୋଗକୁ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ମିଳିତ ଭାଗିଦାରୀ ସୃଷ୍ଟି ନିମନ୍ତେ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ ଏବଂ ଏହି ସହଯୋଗକୁ ପ୍ରସାରିତ କରିବା, ଦକ୍ଷତା ବୃଦ୍ଧି ନିମନ୍ତେ ମିଳିତ ପଦକ୍ଷେପକୁ ପ୍ରୋତ୍ସାହିତ କରିବା, ଉତ୍ତମ ଅଭ୍ୟାସର ଆଦାନ ପ୍ରଦାନ, ପାଇଲଟ ପ୍ରକଳ୍ପର ବିକାଶ ଏବଂ ଆନୁଷ୍ଠାନିକ ସହଯୋଗ, ଡିଜିଟାଲ ପରିବର୍ତ୍ତନକୁ ସମର୍ଥନ କରିବା ଏବଂ ନିଜ ନିଜ ଦେଶର ନାଗରିକମାନଙ୍କୁ ଗୁଣାତ୍ମକ ସାଧାରଣ ସେବା ପ୍ରଦାନ କରିବା ସକାଶେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଉଭୟ ପକ୍ଷ ଡିଜିଟାଲ ପ୍ରଶାସନ ସହିତ ଜଡ଼ିତ ବହୁପକ୍ଷିୟ ଫୋରମରେ ଏକତ୍ର ମିଶି କାର୍ଯ୍ୟ କରିବା ଏବଂ କୃତ୍ରିମ ବୁଦ୍ଧିମତ୍ତା ଏବଂ ଏହାର ସମ୍ଭାବ୍ୟ ବିପଦ ଏବଂ ଲାଭ ଉପରେ ବିଶେଷ ଧ୍ୟାନ ଦେବାକୁ ଉଭୟ ନେତା ସଂକଳ୍ପ ଗ୍ରହଣ କରିଛନ୍ତି । ୨୦୨୬ ମସିହା ପରବର୍ତ୍ତୀ ଏ.ଆଇ. ଶିଖର ସମ୍ମିଳନୀର ନେତୃତ୍ୱ ନେଇଥିବାରୁ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡି ସିଲଭା ଭାରତକୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

 

ଉଭୟ ଦେଶ ମିଳିତ ମୂଲ୍ୟବୋଧ ଏବଂ ପରିପୂରକ ଶକ୍ତି ଆଧାରରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ (ଏସ.ଟି.ଆଇ.) ରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସମ୍ଭାବନା ଉପରେ ଉଭୟ ନେତା ନିଜ ନିଜର ମତ ଦୋହରାଇଛନ୍ତି । ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତ୍ତା, କ୍ୱାଣ୍ଟମ୍ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି ଏବଂ ବାହ୍ୟ ମହାକାଶ ଭଳି ଉଭୟ ଦେଶର ପ୍ରାଥମିକତା କ୍ଷେତ୍ରରେ ସହଯୋଗ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିଗତ ସହଯୋଗ ଉପରେ ଯୁଗ୍ମ ପ୍ରୟୋଗର ଏକ ବୈଠକ ଡାକିବାର ଆବଶ୍ୟକତା ଉପରେ ସେମାନେ ରାଜି ହୋଇଥିଲେ । ଦୃଢ଼, ଫଳାଫଳ ଭିତ୍ତିକ ଦ୍ୱିପାକ୍ଷିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ଗବେଷକ, ନବସୃଜନ ହମ୍ ଏବଂ ଷ୍ଟାର୍ଟ ଅପ୍ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ନେତୃବର୍ଗ ଗୁରୁତ୍ୱାରୋପ କରିଥିଲେ ।

 

(ରଣନୈତିକ କ୍ଷେତ୍ରରେ ଶିଳ୍ପ ଭାଗିଦାରୀ

କ୍ରମବର୍ଦ୍ଧିଷ୍ଣୁ ସଂରକ୍ଷଣବାଦ ଦ୍ୱାରା ପରିଚିତ ଏକ ଆହ୍ୱାନପୂର୍ଣ୍ଣ ବିଶ୍ୱ ପରିଦୃଶ୍ୟରେ ଉଭୟ ନେତା ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ଅଧିକ ନିବିଡ଼ କରିବାକୁ ସେମାନଙ୍କ ଇଚ୍ଛାକୁ ଦୋହରାଇଥିଲେ । ଉଭୟ ନେତା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରବାହ ବୃଦ୍ଧିର ବିପୁଳ ସମ୍ଭାବନାକୁ ସ୍ୱୀକାର କରି, ସେମାନେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ଏବଂ ବୈଷୟିକ ପରିପୂରକତା ଅନୁସନ୍ଧାନ କରିବାକୁ ଏବଂ ନିମ୍ନରେ ପ୍ରଦତ୍ତ ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ମାଧ୍ୟମରେ ଅଧିକ ସହଯୋଗ କରିବାକୁ ସହମତ ହୋଇଥିଲେ । (୧) ଔଷଧ ଶିଳ୍ପ; (୨) ପ୍ରତିରକ୍ଷା ଉପକରଣ; (୩) ଖଣି ଓ ଖଣିଜ ପଦାର୍ଥ ; ଏବଂ (୪) ତୈଳ ଓ ଗ୍ୟାସ କ୍ଷେତ୍ର, ଗବେଷଣା, ଅନୁସନ୍ଧାନ, ଉତ୍ତୋଳନ, ବିଶୋଧନ ଏବଂ ବିତରଣ ଅନ୍ତର୍ଭୁକ୍ତ ।

 

ଔଷଧ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଦ୍ୱିପାକ୍ଷିକ ସହଯୋଗକୁ ନେତାମାନେ ସ୍ୱାଗତ କରିଥିଲେ ।  ସେମାନେ ବ୍ରାଜିଲରେ କାର୍ଯ୍ୟ କରୁଥିବା ଭାରତୀୟ ଔଷଧ କମ୍ପାନୀଗୁଡ଼ିକର ବଢ଼ୁଥିବା ସଂଖ୍ୟାରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଜେନେରିକ୍ ଔଷଧ ଏବଂ ସକ୍ରିୟ ଔଷଧ ଉତ୍ପାଦନ (ଏ.ପି.ଆଇ.) ସମେତ ଅତ୍ୟାବଶ୍ୟକ ଔଷଧର ସ୍ଥାନୀୟ ଉତ୍ପାଦନକୁ ବ୍ରାଜିଲ ସ୍ୱାସ୍ଥ୍ୟ ଏବଂ କମ୍ପାନୀ ସହିତ ଭାଗିଦାରୀ ସ୍ଥାପନ କରିବାକୁ ଉତ୍ସାହିତ କରିଥିଲେ । ଅବହେଳିତ ଏବଂ ଗ୍ରୀଷ୍ମ ମଣ୍ଡଳୀୟ ରୋଗ ସମେତ ନୂତନ ଔଷଧର ବିକାଶ ନିମନ୍ତେ ମିଳିତ ଗବେଷଣା ଏବଂ ବିକାଶ ପଦକ୍ଷେପ ଅନୁସନ୍ଧାନ କରିବାକୁ ଉଭୟ ନେତା ଦେଶର ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଉତ୍ସାହିତ କରିଥିଲେ । ଔଷଧ ଶିଳ୍ପରେ ଅଧିକ ସହଯୋଗ ଉଭୟ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ବିଶ୍ୱ ଦକ୍ଷିଣରେ ସୁଲଭ, ଗୁଣାତ୍ମକ ଔଷଧର ସମାନ ଉପଲବ୍ଧତାର ଏକ ଏଜେଣ୍ଡା ନିର୍ମାଣ କରିବାରେ ଯୋଗଦାନ କରିବ ବୋଲି ସେମାନେ ମତ ପୋଷଣ କରିଥିଲେ ।

 

ନେତାମାନେ ଭାରତୀୟ ଏବଂ ବ୍ରାଜିଲର ସରକାରୀ ଏବଂ ବେସରକାରୀ କ୍ଷେତ୍ରର କମ୍ପାନୀମାନଙ୍କ ମଧ୍ୟରେ ବିମାନ ଚଳାଚଳ କ୍ଷେତ୍ରରେ ଅଧିକ ସହଯୋଗର ସୁଯୋଗ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ସେମାନଙ୍କୁ ନିଜ ନିଜ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ଉତ୍ସାହିତ କରିଥିଲେ।

 

ଉଭୟ ନେତା ପ୍ରତିରକ୍ଷା କ୍ଷେତ୍ରରେ ଦୃଢ଼ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ସକାଶେ ସେମାନଙ୍କ ପ୍ରତିଶ୍ରୁତିକୁ ଦୋହରାଇଥିଲେ ।  ଉଭୟ ନେତା ସେମାନଙ୍କ ପ୍ରତିରକ୍ଷା ଉଦ୍ୟୋଗକୁ ସହଯୋଗର ନୂତନ ମାର୍ଗ ଖୋଲିବା ଏବଂ ଶିଳ୍ପ ଭାଗିଦାରୀ ସ୍ଥାପନ କରିବାକୁ ଉତ୍ସାହିତ କରିଥିଲେ । ସ୍ଥଳ ବ୍ୟବସ୍ଥା, ସାମୁଦ୍ରିକ ସମ୍ପତ୍ତି ଏବଂ ଏରୋସ୍ପେସ୍ ଦକ୍ଷତା କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ମଧ୍ୟ ସେମାନେ ପ୍ରଶଂସା କରିଥିଲେ ।

 

ଅର୍ଥନୈତିକ ଅଭିବୃଦ୍ଧି ଏବଂ ରାଷ୍ଟ୍ରୀୟ ନିରାପତ୍ତା ତଥା ସୌର ପାନେଲ, ପବନ ଟର୍ବାଇନ, ବୈଦ୍ୟୁତିକ ଯାନ ଏବଂ ଶକ୍ତ ସଂରକ୍ଷଣ ପ୍ରଣାଳୀ ଭଳି ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅତ୍ୟାବଶ୍ୟକ ବୋଲି ଗୁରୁତ୍ୱାରୋପ କରି ନେତାମାନେ ଖଣିଜ ଅନୁସନ୍ଧାନ ସମେତ ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ଉଭୟ ପକ୍ଷର ସରକାରୀ ଏବଂ ବେସରକାରୀ କମ୍ପାନୀ ମଧ୍ୟରେ ମିଳିତ ସହଯୋଗକୁ ସ୍ୱାଗତ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଖନନ, ଉପକାରିତା, ପ୍ରକ୍ରିୟାକରଣ, ରିସାଇକ୍ଲିଂ ଏବଂ ବିଶୋଧନ ମଧ୍ୟରେ ଯୋଗାଣ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ସାମିଲ ।

 

ଉଭୟ ପକ୍ଷ ତୈଳ ଓ ବାଷ୍ପ ଉଦ୍ୟୋଗଗୁଡ଼ିକ ଉପକୂଳ ଅଞ୍ଚଳରେ ମିଳିତ ପ୍ରକଳ୍ପ ସମେତ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବଢ଼ାଇବା ପାଇଁ ନେତାମାନେ ଉତ୍ସାହିତ କରିଥିଲେ ଏବଂ ଶୀଘ୍ର ଉତ୍ପାଦନ ଏବଂ ବିଶେଷ ଲାଭ ହାସଲ କରିବାକୁ ଇଚ୍ଛା ପ୍ରକଟ କରିଥିଲେ । ଉଦାହରଣ ସ୍ୱରୂପ ନିର୍ଗମନ ହ୍ରାସ ଏବଂ କାର୍ବନ କ୍ୟାପଚର ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗର ନୂତନ ଉପାୟ ଖୋଜିବା ନିମନ୍ତେ ସେମାନେ ଉଭୟ ଦେଶର ଉଦ୍ୟୋଗମାନଙ୍କୁ ଉତ୍ସାହିତ କରିଥିଲେ ।

 

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିନିମୟର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧି କରିବା ନିମନ୍ତେ ଦ୍ୱିପାକ୍ଷିକ ବାଣିଜ୍ୟରେ ଥିବା ଅଣ- ଶୁଳ୍କ ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କିରବା ଏବଂ ଏହାର ସମାଧାନ ଉପାୟ ବାହାର କରିବା ଲାଗି ଦୁଇ ଦେଶର ନେତା ନିଜ ନିଜର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉଭୟ ଦେଶ ପରସ୍ପର ମଧ୍ୟରେ ଯାତାୟାତକୁ ସୁଗମ କରିବା, ପର୍ଯ୍ୟଟନ ଏବଂ ବ୍ୟବସାୟ ନିମନ୍ତେ ଯାତ୍ରା ପ୍ରବାହ ବୃଦ୍ଧି କରିବା ସହିତ ଭିସା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

 

ଉଭୟ ଦିଗରେ ପୁଂଜି ନିବେଶ ବୃଦ୍ଧି ଏବଂ ବ୍ରାଜିଲ ଓ ଭାରତୀୟ ବ୍ୟବସାୟ ମଧ୍ୟରେ ସ୍ଥାପିତ ସଫଳ ଭାଗୀଦାରୀକୁ ସ୍ୱୀକାର କରି ଉଭୟ ନେତା ଦ୍ୱିପାକ୍ଷିକ ବାଣିଜ୍ୟ, ବ୍ୟବସାୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମନ୍ତ୍ରିସ୍ତରୀୟ ବାଣିଜ୍ୟ ଓ ବାଣିଜ୍ୟ ସମୀକ୍ଷା ବ୍ୟବସ୍ଥା ସ୍ଥାପନ କରିବା ସକାଶେ ସହମତ ହୋଇଥିଲେ । ଉଭୟ ନେତା ଏହି ଦିଗରେ ଘରୋଇ କ୍ଷେତ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ପାରସ୍ପରିକ ବାଣିଜ୍ୟ ଏବଂ ନିବେଶର ସୁଯୋଗ ସନ୍ଧାନ ଜାରି ରଖିବା ନିମନ୍ତେ ଉଭୟ ଦେଶର ବ୍ୟବସାୟୀ ନେତୃବର୍ଗଙ୍କୁ ଆହ୍ୱାନ ଜଣାଇଥିଲେ । ଉଦ୍ୟୋଗୀମାନଙ୍କୁ ଦ୍ୱିପାକ୍ଷିକ ବ୍ୟାବସାୟିକ ଭାଗିଦାରୀ ଏବଂ ମିଳିତ ଉଦ୍ୟୋଗରେ ନିୟୋଜିତ ହେବାକୁ ଉତ୍ସାହିତ କରିବା ନିମନ୍ତେ ଜାନୁଆରୀ ୨୫ ,୨୦୨୦ ତାରିଖ ଦିନ ସ୍ୱାକ୍ଷରିତ ଦୋହରା ଟିକସ ବ୍ୟବସ୍ଥା ଅଗ୍ରଣୀ ଚୁକ୍ତି ସଂଶୋଧନ ଏବଂ ଅଗଷ୍ଟ ୨୪, ୨୦୨୨ ତାରିଖରେ ସ୍ୱାକ୍ଷରିତ ଦୋହରା ନିବେଶ ସହଯୋଗ ଏବଂ ସୁବିଧା ଚୁକ୍ତିର କାର୍ଯ୍ୟକାରୀତାକୁ ତ୍ୱରାନ୍ୱିତ କରିବାକୁ ସହମତ ହୋଇଥିଲେ । ବ୍ରାଜିଲ – ଭାରତ ବିଜିନେସ୍ କାଉନସିଲ୍ ଜରିଆରେ ଉଭୟ ଦେଶର ବ୍ୟାବସାୟିକ ଚାମ୍ବର ଅଫ୍ ବିଜିନେସକୁ ଏହି ଲକ୍ଷ୍ୟ ପୂରଣ ଦିଗରେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବା ସକାଶେ ସେମାନେ ଆମନ୍ତ୍ରଣ ଜଣାଇଥିଲେ ।

 

ଉଭୟ ନେତା ଭାରତର ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଏବଂ ବ୍ରାଜିଲର ବିକାଶ, ଶିଳ୍ପ, ବାଣିଜ୍ୟ ଏବଂ ସେବା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ ଏବଂ ଉଦ୍ଭାବନ, ସୃଜନଶୀଳତା, ବୈଷୟିକ ଉନ୍ନତି ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଭୟ ଅନୁଷ୍ଠାନକୁ ପ୍ରୋତ୍ସାହିତ କରିଥିଲେ । ପାରସ୍ପରିକ ଲାଭ ପାଇଁ ବୌଦ୍ଧିକ ସମ୍ପତ୍ତି ସଚେତନତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସର୍ବୋତ୍ତମ ଅଭ୍ୟାସ ବିନିମୟ ଏବଂ ନିର୍ଦ୍ଦିଷ୍ଟ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିଥିଲେ । ନିକଟରେ ସାଓ ପାଓଲୋଠାରେ ଏକ୍ସିମ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖା ଖୋଲିବା ଏବଂ ଦିଲ୍ଲୀଠାରେ ଏଏନ୍ଭିସା (ଆଗେନ୍ସିଆ ନାସିଓନାଲ୍ ଡି ଭିଜିଲେନ୍ସିଆ ସାନିଟାରିଆ – ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା)ର ପ୍ରତିନିଧିମାନଙ୍କୁ ଏହି କାର୍ଯ୍ୟାଳୟକୁ ସେମାନେ ସ୍ୱାଗତ କରିଥିଲେ ।

 

ଦ୍ୱିପାକ୍ଷିକ ସହଯୋଗର ଅନ୍ୟାନ୍ୟ କ୍ଷେତ୍ର

ସଂସ୍କୃତି, ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ପାରମ୍ପରିକ ଜ୍ଞାନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଦ୍ୱିପାକ୍ଷିକ ବୁଝାମଣାର ଅଗ୍ରଗତି ନେଇ ଉଭୟ ଦେଶର ନେତୃବର୍ଗ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ଦେଶର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପାଳନ କରିବା ଏବଂ ପାରସ୍ପରିକ ବୁଝାମଣାକୁ ଅଧିକ ନିବିଡ଼ କରିବା ନିମନ୍ତେ ସାଂସ୍କୃତିକ ବିନିମୟର ଗୁରୁତ୍ୱକୁ ସ୍ୱୀକାର କରି ଉଭୟ ନେତା ଦୁଇ ଦେଶ ମଧ୍ୟରେ ଚିନ୍ତାଧାରା, ଧାରଣା ଏବଂ ଆଭିମୁଖ୍ୟର ଅଂଶୀଦାର ବୃଦ୍ଧି କରିବା ନିମନ୍ତେ ୨୦୨୫-୨୦୨୯ ଅବଧି ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ନବୀକରଣକୁ ଉତ୍ସାହିତ କରିଥିଲେ । କଳା ଓ ପରମ୍ପରାର ଜୀବନ୍ତ ପ୍ରବାହକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନୂତନ ସାଂସ୍କୃତିକ ପଦକ୍ଷେପକୁ ସମର୍ଥନ କରିବା, ଉଦୀୟମାନ ସୃଜନଶୀଳ ଉଦ୍ୟୋଗଗୁଡ଼ିକ ଆନ୍ତର୍ଜାତୀୟ ବଜାରରେ ପ୍ରତିଯୋଗୀତାମୂଳକ ଭାବରେ ଯୋଡ଼ିବା  ନିମନ୍ତେ ରଣନୀତି ଉପରେ ଆଲୋଚନାରେ ସମ୍ପୃକ୍ତ ସରକାରୀ ଏଜେନ୍ସିଗୁଡ଼ିକୁ ସାମିଲ କରିବାକୁ ଦୁଇ ନେତା ସହମତ ହୋଇଥିଲେ ଯାହାକି ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ ଏବଂ ନିଜ ନିଜ ରାଷ୍ଟ୍ରର ବିଶ୍ୱସ୍ତରୀୟ ସାଂସ୍କୃତିକ ପହଞ୍ଚକୁ ବିସ୍ତାରିତ କରିବ ।

 

ଦ୍ୱିପାକ୍ଷିକ ଶିକ୍ଷା ସହଯୋଗକୁ ସୁଦୃଢ଼ କରିବାର ସମ୍ଭାବନା ଉପରେ ଉଭୟ ନେତା ସହମତ ପ୍ରକଟ କରିଥିଲେ । ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଭାରତୀୟ ଛାତ୍ରମାନେ ବ୍ରାଜିଲର ବିନିମୟ କାର୍ଯ୍ୟକ୍ରମ (ପି.ଇ.ସି.) ନିମନ୍ତେ ଯୋଗ୍ୟ ଏବଂ ବ୍ରାଜିଲର ବିଦ୍ୟାର୍ଥୀମାନେ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ଆଇ.ସି.ସି.ଆର.) ଦ୍ୱାରା ପ୍ରଦାନ କରାଯାଉଥିବା ବୃତ୍ତି ନିମନ୍ତେ ଯୋଗ୍ୟ ବୋଲି ସେମାନେ ସ୍ମରଣ କରାଇ ଦେଇଥିଲେ । ଉଭୟ ପକ୍ଷ ପ୍ରତିରକ୍ଷା ପ୍ରଶିକ୍ଷଣ ସମେତ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିଥିଲେ । ନୂଆଦିଲ୍ଲୀରେ ଏସିଆ- ପ୍ରଶାନ୍ତ ମହାସାଗରୀୟ ଆନ୍ତର୍ଜାତୀୟ ଶିକ୍ଷା ସଂଘ (ଏ.ପି.ଏ.ଆଇ.ଇ.)ର ୨୦୨୫ର ବାର୍ଷିକ ସମ୍ମିଳନୀରେ ବ୍ରାଜିଲର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ । ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏବଂ ବ୍ୟାବସାୟିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାର ମିଳିତ ଲକ୍ଷ୍ୟ ଅନୁସାରେ ପ୍ରତିପକ୍ଷ ରାଷ୍ଟ୍ର ଗସ୍ତ ସମୟରେ ନିମ୍ନଲିଖିତ ନଥି ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଥିଲେ:

  • ଆନ୍ତର୍ଜାତୀୟ ଆତଙ୍କବାଦ ଏବଂ ଆନ୍ତର୍ଜାତୀୟ ସଂଗଠିତ ଅପରାଧର ମୁକାବିଲା ନିମନ୍ତେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ରାଜିନାମା
  • ଗୋପନୀୟ ତଥ୍ୟ ସୂଚନା ବିନିମୟ ଏବଂ ପାରସ୍ପରିକା ସୁରକ୍ଷା ସମ୍ପର୍କୀତ ବୁଝାମଣା ପତ୍ର ।
  • ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ର ।
  • ଇବ୍ରାପା ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ କୃଷି ଗବେଷଣା ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ର ।
  • ଡିଜିଟାଲ ରୂପାନ୍ତରଣ ନିମନ୍ତେ ସଫଳ ଓ ବୃହତ୍ ଧରଣର ଡିଜିଟାଲ ସମାଧାନ ଆଦାନ ପ୍ରଦାନ ନିମନ୍ତେ ସ୍ୱାକ୍ଷରିତ ସହଯୋଗ ବୁଝାମଣା ପତ୍ର ।
  • ଭାରତର ଡି.ପି.ଆଇ.ଆଇ.ଟି. ଏବଂ ବ୍ରାଜିଲର ଏମ.ଡି.ଆଇ.ସି. ମଧ୍ୟରେ ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣା ପତ୍ର ।

 

ନିମ୍ନଲିଖିତ ଦ୍ୱିପାକ୍ଷିକ ଚୁକ୍ତିନାମାଗୁଡ଼ିକୁ ଯଥା ଶୀଘ୍ର ଚୂଡ଼ାନ୍ତ କରିବା ସକାଶେ ସହଯୋଗ କରିବାକୁ ନେତାମାନେ ପ୍ରତ୍ୟେକ ଦେଶର ସମ୍ପୃକ୍ତ ସରକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି:

  • ନାଗରିକ ମାମଲାରେ ପାରସ୍ପରିକ ଆଇନଗତ ସହାୟତା ଉପରେ ସ୍ୱାକ୍ଷରିତ ବୁଝାମଣାପତ୍ର।
  • ପ୍ରତିରକ୍ଷା ଶିଳ୍ପ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ର ।
  • କ୍ରୀଡ଼ା ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ର ।
  • ଆର୍କାଇଭାଲ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ର ।
  • ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (ସି.ଇ.ପି.) ୨୦୨୫- ୨୦୨୯ ।

 

ବ୍ରାଜିଲ ଏବଂ ଭାରତର ବୈଦେଶିକ ନୀତିକୁ ମାର୍ଗଦର୍ଶନ କରୁଥିବା ଶାନ୍ତି, ସମୃଦ୍ଧି ଏବଂ ନିରନ୍ତର ବିକାଶର ଉଚ୍ଚ ଉଦ୍ଦେଶ୍ୟକୁ ସ୍ମରଣ ପୂର୍ବକ, ମିଶ୍ରିତ ପରିଚୟ ଏବଂ ବିପୁଳ ସଂଖ୍ୟକ ଲୋକ ବସବାସ କରୁଥିବା ବିଶ୍ୱର ଦକ୍ଷିଣ ଗୋଲାର୍ଦ୍ଧର ଏହି ଦୁଇ ଜୀବନ୍ତ ଗଣତନ୍ତ୍ରର ନେତୃବର୍ଗ ସେମାନଙ୍କର ଦ୍ୱିପାକ୍ଷିକ ଆଲୋଚନାର ମାଧ୍ୟମକୁ ଆହୁରି ବୃଦ୍ଧି କରିବା ଏବଂ ଏକ ବର୍ଦ୍ଧିଷ୍ଣୁ ଏବଂ ବିବିଧ ସହଯୋଗ କାର୍ଯ୍ୟସୂଚୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ ଯାହାକି ସମସ୍ତଙ୍କ ନିମନ୍ତେ ଏକ ଅଧିକ ସାମ୍ୟ, ଅଧିକ ସମାବେଶୀ ଏବଂ ଅଧିକ ସ୍ଥାୟୀ ବିଶ୍ୱର ସହ ନିର୍ମାତା ଭାବରେ ଆନ୍ତର୍ଜାତିକ ବ୍ୟାପାରରେ ଉଭୟ ରାଷ୍ଟ୍ରର ନିର୍ଦ୍ଦିଷ୍ଟ ଭୂମିକା ସହିତ ସୁସଂଗତ ବୋଲି ମତ ପ୍ରକାଶ ପାଇଛି ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଲୁଇଜ୍ ଇନାସିଏ ଲୁଲା ଡା ସିଲଭାଙ୍କୁ ତାଙ୍କର ବ୍ରାଜିଲ ଗସ୍ତ ଏବଂ ୧୭ଶ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ତାଙ୍କୁ ଏବଂ ତାଙ୍କର ପ୍ରତିନିଧି ମଣ୍ଡଳଙ୍କୁ ପ୍ରଦାନ କରାଯାଇଥିବା ଉଷ୍ମ ଆତିଥ୍ୟ ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତ କରିବା ନିମନ୍ତେ ରାଷ୍ଟ୍ରପତି ଶ୍ରୀ ଲୁଲାଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ରାଷ୍ଟ୍ରପତି ଶ୍ରୀ ଲୁଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଆମନ୍ତ୍ରଣକୁ ସାଦରେ ଗ୍ରହଣ କରିଥିଲେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New Smart Drug RK-251 Developed as Replacement for Chemotherapy

Media Coverage

New Smart Drug RK-251 Developed as Replacement for Chemotherapy
NM on the go

Nm on the go

Always be the first to hear from the PM. Get the App Now!
...
PM interacts with CEOs and Founders of Space Startups
August 21, 2026
CEOs highlight growing interest shown from across the world in adopting and leveraging technologies developed by India’s space industry
CEOs appreciate decision of Opening Space Sector to Private Participation Created saying it created multiple New Opportunities
PM Calls for Wider Applications of Space Technology to Improve Lives of people
PM says India’s Space Sector Can Become a Magnet for Global Talent, Companies and Investment
PM emphasises greater collaboration Between Space Industry and other social development sectors
PM suggests greater collaboration with Atal Tinkering Labs to Nurture Curiosity and Interest Among Young Minds for Space

Prime Minister Shri Narendra Modi interacted with CEOs and Founders of 20 Space Startups at Seva Teerth, earlier today.

CEOs of leading companies in the space sector working in diverse fields ranging from building rockets and reusable semi-cryogenic launch vehicles, avionics, satellites, advanced propulsion system, space and defence intelligence, removing space debris, AI-powered hyperlocal weather and climate intelligence, among others, participated in the interaction. They highlighted the rapid progress being made by India’s private space industry and shared their vision for the sector’s future. They shared that they have put in significant time and effort in building their capabilities and required technologies indigenously in the country, while expressing gratitude for the support received from the Prime Minister. They also highlighted the strong support from the government and collaboration within the industry, noting that their teams are highly motivated and working with determination to achieve ambitious goals in the space sector.

They recalled that opening the space sector to private participation had generated significant enthusiasm and created new opportunities for industry. They also said that several companies have shown interest in adopting and leveraging technologies developed by India’s emerging private space industry.

Prime Minister congratulated the leaders of the space sector for showing courage and taking the lead in a new area. He said that the confidence shown by the sector has strengthened the vision with which the space sector was opened to private participation. He noted that many countries either cannot invest in the space sector or do not wish to invest in it. This gives India a major opportunity to rapidly strengthen its position in the global space sector.

Prime Minister encouraged space companies to explore new applications of their technologies and focus on how these can make people's lives easier.

Prime Minister suggested greater collaboration between space sector companies with companies working in other sectors. Companies working on space debris could work with environmental organisations to scale up their technologies. Space technology companies working with the agriculture sector could collaborate with agricultural universities and departments to help farmers make better informed decisions and maximise their output.

Prime Minister called for creating an ecosystem and an environment where, when the world thinks of space, it looks towards India. He said that India’s space sector can act as a magnet to attract global talent, companies and investment to the country.

He called for closer collaboration with Atal Tinkering Labs. He said this can create curiosity and interest in the space sector among young children from an early age.

The interaction saw participation from CEOs and Founders of 20 startups working in space sector including Skyroot Aerospace, Agnikul Cosmos, Pixxel, Dhruva Space, GalaxEye, PierSight, Bellatrix Aerospace, Digantara, SatSure, Suhora Technologies, Manastu Space, Astrobase, TakeMe2Space, VyomIC, Cosmoserve Space, OrbitAID Aerospace, SkyServe (Hyspace), Serendipity Space, Vassar Labs and mistEO.