ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର ଡ଼କ୍ଟର ଆଞ୍ଜେଲା ମର୍କେଲ ପଞ୍ଚମ ରାଉଣ୍ଡ ଆନ୍ତଃ ସରକାରୀ ସ୍ତରୀୟ ଆଲୋଚନା (IGC)ରେ  ଅଂଶଗ୍ରହଣ କରିବା ସକାଶେ ଅକ୍ଟୋବର 31  ଠାରୁ ନଭେମ୍ବର 1, 2019 ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି । ଚାନ୍ସେଲର ମର୍କେଲଙ୍କ ସହିତ ଜର୍ମାନୀର ବୈଦେଶିକ ବ୍ୟାପାର, ବିଜ୍ଞାନ ଓ ଶିକ୍ଷା, ଖାଦ୍ୟ ଓ କୃଷି ମନ୍ତ୍ରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ମଣ୍ଡଳ ଆସିଛନ୍ତି । ସେହିଭଳି ଜର୍ମାନୀ କମ୍ପାନୀମାନଙ୍କ ଏକ ନେତୃମଣ୍ଡଳୀ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଭାବେ ଚାନ୍ସେଲରଙ୍କ ସହ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି । ଏହି ଗସ୍ତ କାଳରେ ଚାନ୍ସେଲର ମର୍କେଲ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକରେ ମିଳିତ ହୋଇ ବିଭିନ୍ନ ଦ୍ୱିପାକ୍ଷିକ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

 2.  ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କାଳରେ ଚାନ୍ସେଲର ଆଞ୍ଚେଲା ମର୍କେଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଜର୍ମାନ ରଣନୀତିକ ସହଭାଗୀତା ଉପରେ ଗୁରୁତ୍ୱ ଆରୋପ କରିବା ସହ ଏହା ସମାନ ମୂଲ୍ୟବୋଧ ଓ ନୀତି ଉପରେ ଆଧାରିତ ବୋଲି ଉଲ୍ଲେଖ କରିଥିଲେ । ଏହି ସଂପର୍କ ଗଣତନ୍ତ୍ର, ମୁକ୍ତ ଓ ଅବାଧ ବାଣିଜ୍ୟ ଏବଂ ନୀତି ଭିତ୍ତିକ ଆନ୍ତର୍ଜାତିକ ଶୃଙ୍ଖଳା ଉପରେ ପର୍ଯ୍ୟବସିତ ବୋଲି ସ୍ୱୀକାର କରିବା ସହ ପାରସ୍ପରିକ ଆସ୍ଥା ଓ ସମ୍ମାନବୋଧକୁ ସ୍ୱୀକାର କରିଛନ୍ତି । ଏହି ଆଲୋଚନା କାଳରେ ଡ଼ିଜିଟାଲ ସଂସ୍କାର ପାଇଁ ମିଳିତ ପ୍ରୟାସ ଯାହାକି ଅଭିନବତ୍ୱ ଏବଂ ସର୍ବାଧୁନିକ ପ୍ରଯୁକ୍ତି ଉପରେ ଆଧାରିତ ହୋଇ ସଂପାଦନ କରାଯିବ, ବିଶେଷ କରି କୃତ୍ରିମ ପ୍ରଜ୍ଞା, ପାରସ୍ପରିକ ସହଭାଗୀତା ଭିତ୍ତିରେ ଅର୍ଥନୀତିକ ବିକାଶକୁ ପୋଷଣୀୟ ଭାବେ ସଂପାଦନ କରି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା, ଆଇନଗତ ଚଳନ ଯାହାକି କୁଶଳୀ ଶ୍ରମଶକ୍ତି କ୍ଷେତ୍ରରେ ପ୍ରଯୁଜ୍ୟ ସେଥିପାଇଁ ଉଭୟ ରାଷ୍ଟ୍ରର ଲୋକଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବହୁରାଷ୍ଟ୍ରୀୟ ଅନୁଷ୍ଠାନକୁ ସୁଦୃଢ଼ ଏବଂ ଉନ୍ନତ କରି ନିର୍ଭରଯୋଗ୍ୟ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ସୃଷ୍ଟି କରିବା ଦିଗରେ ଉଭୟ ରାଷ୍ଟ୍ର ପ୍ରୟାସୀ ହେବାକୁ ସହମତ ହୋଇଛନ୍ତି ।

I.    କୃତ୍ରିମ ପ୍ରଜ୍ଞା ଓ ଡ଼ିଜିଟାଲ ଟ୍ରାନ୍ସଫରମେସନ କ୍ଷେତ୍ରରେ ସହଯୋଗର ସୁଦୃଢ଼ୀକରଣ

3.   କୃତ୍ରିମ ପ୍ରଜ୍ଞା ଯେହେତୁ ବିଶ୍ୱ ଜନଜୀବନ ଉପରେ ମୌଳିକ ଭାବେ ପ୍ରଭାବ ବିସ୍ତାର କରିବାକୁ ଯାଉଛି, ସେହି ବାସ୍ତବତାକୁ ସ୍ୱୀକାର ପୂର୍ବକ ଏବଂ ଆଗାମୀ ଦିନରେ ଉଭୟ ପକ୍ଷ କୃତ୍ରିମ ପ୍ରଜ୍ଞା ପ୍ରଯୁକ୍ତର ସୃଷ୍ଟି, ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ସହଯୋଗ କରିବା ସକାଶେ ସହମତ ହୋଇଛନ୍ତି ଏବଂ ଏ ଦିଗରେ ସକଳ ପ୍ରକାର ଅଭିନବତ୍ୱ ଓ ପୋଷଣୀୟ ବିକାଶ ଲାଗି ମିଳିତ ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି ।

4.   ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତି ସକାଶେ ନିୟମିତ ଭାବେ ମତ ବିନିମୟ ଓ ସହଯୋଗ ଭିତ୍ତିରେ ସହଭାଗୀତାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ପକ୍ଷ ଏକ ଡ଼ିଜିଟାଲ ସହଭାଗୀତା ସୃଷ୍ଟି କରିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଭାରତ ଓ ଜର୍ମାନୀ ଏକ ସହଭାଗୀତା ଭିତ୍ତିକ ସହଯୋଗୀତାର ପରିବେଶ ସୃଷ୍ଟି କରିବା ନିମନ୍ତେ ସେମାନଙ୍କର ଇଚ୍ଛା ପ୍ରକଟ କରିଛନ୍ତି ଯଦ୍ୱାରା ଉଭୟ ପକ୍ଷଙ୍କ ସକାଶେ ସାମାଜିକ ଉପକାର ନିମନ୍ତେ ଇଣ୍ଟରନେଟ ଅଫ ଥିଙ୍ଗସ ଏବଂ କୃତ୍ରିମ ପ୍ରଜ୍ଞା ସମାଧାନର ହାଡ଼ୱେର ଏବଂ ସଫ୍ଟୱେରର ସମନ୍ୱୟକୁ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ଏହାର ଗୁରୁତ୍ୱକୁ ସ୍ୱୀକାର କରିପାରିବେ ଏବଂ ତାହା ସେମାନଙ୍କ ପାଇଁ ଉପକାରସିଦ୍ଧ ସୁଯୋଗ ସୃଷ୍ଟି କରିପାରିବ ।

5.   ଉଭୟ ପକ୍ଷ କୃତ୍ରିମ ପ୍ରଜ୍ଞାର ବିକାଶ ସକାଶେ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ସାଧାରଣ ଭାବେ, ସମାଜର ବୃହତ୍ତର ଉପକାର ସାଧନ ନିମନ୍ତେ ଏ କ୍ଷେତ୍ରରେ ଗବେଷଣା ଓ ଅଭିନବତ୍ତ୍ଵର ସାମର୍ଥ୍ୟକୁ ମଧ୍ୟ ସ୍ୱୀକାର କରିଛନ୍ତି । ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟାବରଣ ଓ କୃଷି ଭଳି ବିଶେଷ କ୍ଷେତ୍ରରେ କିଭଳି ସମ୍ଭାବ୍ୟ ସମନ୍ୱୟର ପର୍ଯ୍ୟାପ୍ତ ସୁଯୋଗ ରହିଛି ଯଦ୍ୱାରା ଏହିସବୁ କ୍ଷେତ୍ରଗୁଡ଼ିକ ମଧ୍ୟରେ ସହଯୋଗ ସୃଷ୍ଟି କରାଯାଇପାରିବ ଏବଂ ତୁଳନାତ୍ମକ ଭିତ୍ତିରେ ଉଭୟ ପକ୍ଷଙ୍କ ପାଇଁ ସୁଯୋଗ ହାସଲ କରାଯାଇ ପାରିବ ବୋଲି ଉଭୟ ପକ୍ଷ ସ୍ୱୀକାର କରିଛନ୍ତି । ସେଥି ନିମନ୍ତେ କୃତ୍ରିମ ପ୍ରଜ୍ଞାର ବିକାଶ ନିମନ୍ତେ ସେମାନେ ନିଜ ନିଜର ପାରଦର୍ଶିତାକୁ ପରସ୍ପର ମଧ୍ୟରେ ବାଣ୍ଟିବା ଏବଂ ଏହାର ଶ୍ରେଷ୍ଠ କାର୍ଯ୍ୟାବଳୀକୁ ଅନୁସରଣ କରି ବିବିଧଶୃଙ୍ଖଳୀୟ ଗବେଷଣା ଓ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ସକାଶେ ପରସ୍ପର ମଧ୍ୟରେ ଅଧିକ ସହଯୋଗ ନିମନ୍ତେ ଉଭୟ ଜର୍ମାନୀ ଓ ଭାରତ ସହମତ ହୋଇଛନ୍ତି । ଜର୍ମାନୀ ସଂଘୀୟ ଶିକ୍ଷା ଓ ଗବେଷଣା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଇଣ୍ଡୋ- ଜର୍ମାନ ବିଜ୍ଞାନ ଓ ପ୍ରଯୁକ୍ତି କେନ୍ଦ୍ର ମାଧ୍ୟମରେ ପାରସ୍ପରିକ ସ୍ୱାର୍ଥନିହିତ କ୍ଷେତ୍ରର ଚିହ୍ନଟ କରି 2020 ମସିହାରେ ବର୍ଲିନଠାରେ ଏକ ଦ୍ୱିପାକ୍ଷିକ କର୍ମଶାଳାର ଆୟୋଜନ ସକାଶେ ସହମତ ହୋଇଛନ୍ତି ।

6.   ଅତ୍ୟାଧୁନିକ ଗବେଷଣା ପ୍ରକଳ୍ପ ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପ୍ରମୁଖ ବୈଶିଷ୍ଟ୍ୟ ବୋଲି ଦୀର୍ଘଦିନରୁ ସ୍ୱୀକୃତ ହୋଇ ଆସିଥିବାର ବାସ୍ତବତାକୁ ସ୍ୱୀକାର ପୂର୍ବକ, ଜର୍ମାନୀ ଏବଂ ଭାରତ ମିଳିତ ଭାବେ ଦ୍ୱିପାକ୍ଷିକ ଏବଂ/ ଅଥବା ବିବିଧ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଜାରି ରଖିବା ଏବଂ କୃତ୍ରିମ ପ୍ରଜ୍ଞାର ବ୍ୟବହାର ସକାଶେ ସହମତ ହୋଇଛନ୍ତି । ସେଥି ମଧ୍ୟରେ ଜର୍ମାନ ଓ ଭାରତୀୟ କମ୍ପାନୀମାନଙ୍କ ମଧ୍ୟରେ ସହଯୋଗ ସାମିଲ ଯାହାକି ସମାନ ବୈଶ୍ୱିକ ମୂଲ୍ୟ ଚେନକୁ ସୂଚୀତ କରେ । ଉଭୟ ପକ୍ଷ ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କୃତ୍ରିମ ପ୍ରଜ୍ଞାର ଉପଯୋଗ ଦିଗରେ ଭାରତ ଜର୍ମାନୀ ସହଯୋଗକୁ ଆଗାମୀ ଦିନରେ ବୃଦ୍ଧି କରିବା ଏବଂ ଏହାକୁ ଏକ ବିଶେଷ ସୁଯୋଗ ରୂପେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ 2019 ସେପ୍ଟେମ୍ବର ମାସରେ ବର୍ଲିନଠାରେ ଅନୁଷ୍ଠିତ ସହଭାଗୀ ପକ୍ଷଙ୍କ ପ୍ରଥମ ବୈଠକକୁ ସ୍ୱାଗତ କରିଛନ୍ତି ଏବଂ ଅନୁରୂପ ଧରଣର ଏକ ବୈଠକ ଭାରତରେ ଅନୁଷ୍ଠିତ କରିବା ଲାଗି ରାଜି ହୋଇଛନ୍ତି ।

7.    କୃଷି କାର୍ଯ୍ୟକ୍ରମରେ କୃତ୍ରିମ ପ୍ରଜ୍ଞାର ପ୍ରୟୋଗକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ପ୍ରିସିଜନ୍‌ ଫାର୍ମିଂ ଭଳି କୃଷି ପ୍ରଣାଳୀରେ ଏହାର ବିଶେଷ ଉପଯୋଗ କରାଯାଇପାରିବ ଏବଂ ଏହାଦ୍ୱାରା କୃଷି ସକ୍ରିୟତା ଓ ଉତ୍ପାଦନ ବୃଦ୍ଧି ପାଇବା ସହ ସଂପଦର ସଞ୍ଚୟ କରାଯାଇପାରିବ । ସେହିଭଳି ଖାଦ୍ୟଶସ୍ୟ ହାନି ଓ ଅପଚୟକୁ ମଧ୍ୟ ଯଥେଷ୍ଟ ମାତ୍ରାରେ ରୋକାଯାଇପାରିବ । ଏହାତିରିକ୍ତ, ଉଭୟ ଦେଶର କୃଷି ମନ୍ତ୍ରଣାଳୟ ଏକ ମୁକ୍ତ ତାଲିମ ଡ଼ାଟା ସେଟ୍‌ ପ୍ରତିଷ୍ଠା କରିବେ ଯାହାକି କୃତ୍ରିମ ପ୍ରଜ୍ଞାର ପ୍ରୟୋଗ ପାଇଁ ଉପକାରସିଦ୍ଧ ହେବ ଏବଂ ସମସ୍ତ ପ୍ରକାର ଆଇନଗତ ସମସ୍ୟାର ସମାଧାନ କରିପାରିବ । ନୀତି ଆୟୋଗ ଏବଂ ଜର୍ମାନ କମ୍ପାନୀମାନଙ୍କ ମଧ୍ୟରେ 2019 ସେପ୍ଟେମ୍ବର 30 ତାରିଖ ଦିନ ଅନୁଷ୍ଠିତ ରାଉଣ୍ଡ ଟେବୁଲ୍‌ ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଏହି ବୈଠକ ଭାରତରେ କୃଷି କ୍ଷେତ୍ରରେ କୃ‌ତ୍ରିମ ପ୍ରଜ୍ଞା ଓ  ଡ଼ିଜିଟାଲ ପ୍ରଯୁକ୍ତିକୁ କିଭଳି ଭାବେ ବୃଦ୍ଧି କରାଯିବ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏବଂ ଏଥିରେ ଘରୋଇ ସେକ୍ଟରର ଅଂଶଗ୍ରହଣକୁ ସୁନିଶ୍ଚିତ କରାଯାଇଥିଲା । ଜର୍ମାନୀ ଏବଂ ଭାରତ କାର୍ଯ୍ୟକ୍ଷେତ୍ରରେ କୃତ୍ରିମ ପ୍ରଜ୍ଞାର ପ୍ରୟୋଗ କ୍ଷେତ୍ରରେ ଥିବା ଜଟିଳତାର ସମାଧାନ ସକାଶେ ନିଜ ନିଜର ଗବେଷଣା ଲବ୍ଧ ଅନୁଭବକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ସକାଶେ ସହମତ ହୋଇଛନ୍ତି ଏବଂ ଏହାର ପ୍ରଭାବ ଅର୍ଥନୀତି ଓ ସମାଜ ଉପରେ କିଭଳି ଭାବେ ପ୍ରତିଫଳିତ ହେଉଛି ତାହା ଏକ ମିଳିତ କର୍ମଶାଳା ମାଧ୍ୟମରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି ।

8.   ଜର୍ମାନୀ ଓ ଭାରତ ଡ଼ିଜିଟାଲ ସେକ୍ଟରରେ ସେମାନଙ୍କର ବ୍ୟବସାୟିକ ସହଯୋଗ ବୃଦ୍ଧି ପାଇଁ ଆଗ୍ରହ ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜର୍ମାନ ଓ ଭାରତ ଡ଼ିଜିଟାଲ କମ୍ପାନୀମାନେ ମିଳିତ ଭାବେ ଏଥିରେ ଥିବା ବଜାର ସୁଯୋଗକୁ ବୃଦ୍ଧି ଏବଂ ପରସ୍ପରର ରାଷ୍ଟ୍ରରେ ଦ୍ୱିପାକ୍ଷିକ ପୁଞ୍ଜି ନିବେଶର ସୁଯୋଗ ଓ ଉଭୟ ରାଷ୍ଟ୍ରର ପ୍ରଯୁକ୍ତି ବାତାବରଣ ମଧ୍ୟରେ ଅଧିକ ସମନ୍ୱୟ ସୃଷ୍ଟି କରିବା ଲାଗି ସହମତ ହୋଇଛନ୍ତି ।

9.   ଡିଜିଟାଇଜେସନ କ୍ଷେତ୍ରରେ ଜର୍ମାନୀ ଓ ଭାରତ ସେମାନଙ୍କର ମିଳିତ ଘୋଷଣାନାମାକୁ ପୁନଃସ୍ମରଣ କରିଛନ୍ତି – ବିଶେଷ କରି ସଶକ୍ତିକରଣ ଏବଂ ଏହାର ଆର୍ଥିକ ପ୍ରଭାବ ଉପରେ ସେମାନେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ମଧ୍ୟରେ 2017 ମେ 30 ତାରିଖ ଦିନ ବର୍ଲିନଠାରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଏବଂ ସେମାନେ ଡ଼ିଜିଟାଲ ଆଲୋଚନାକୁ ବ୍ୟାପକ କରିବା ନିମନ୍ତେ ସହମତ ହୋଇଥିଲେ । ଉଭୟ ପକ୍ଷ ଭାରତୀୟ ଓ ଜର୍ମାନ ବ୍ୟବସାୟିକ ସଂସ୍ଥାମାନଙ୍କ ଏ ଦିଗରେ ଡ଼ିଜିଟାଲ ଏକ୍ସପାର୍ଟ୍ସ ଗୋଷ୍ଠୀ ଗଠନର ପ୍ରୟାସକୁ ସ୍ୱାଗତ କରିଥିଲେ । ଏହି ଗୋଷ୍ଠୀରେ  ଗବେଷଣା ପ୍ରତିଷ୍ଠାନ ଓ ଘରୋଇ ସଂସ୍ଥାମାନଙ୍କର ପ୍ରତିନିଧିମାନେ ସଦସ୍ୟ ରହିବେ ଏବଂ  ସେମାନେ ପାରସ୍ପରିକ ସହଯୋଗର କ୍ଷେତ୍ର ଚିହ୍ନଟ କରିବେ ଓ ଉଭୟ ପକ୍ଷ ମିଳିତ ଭାବେ ଭବିଷ୍ୟତରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ କିଭଳି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ସେ ଦିଗରେ ସୁପାରିଶ କରିବେ ।

10.  ଉଭୟ ପକ୍ଷ ଜର୍ମାନ ପ୍ଲାଟଫର୍ମ ଇଣ୍ଡଷ୍ଟ୍ରୀ 4.0 ଏବଂ କାର୍ଯ୍ୟକାରୀ ହେବାକୁ ଥିବା ସିଆଇଆଇ ସ୍ମାର୍ଟ ମାନୁଫାକ୍‌ଚରିଂ ପ୍ଲାଟଫର୍ମ ମଧ୍ୟରେ ସହଯୋଗ ଓ ସୂଚନା ଆଦାନ ପ୍ରଦାନ ତଥା ଷ୍ଟାଣ୍ଡାଡ଼ାଇଜେସନ୍‌ ପାଇଁ ସହମତ ପ୍ରକଟ କରିଛନ୍ତି । ସେଥିରେ ନେଟୱାର୍କ ସିଷ୍ଟମରେ ଆଇଟି-ନିରାପତ୍ତା, ଟେଷ୍ଟବେଡ଼ ଓ ବ୍ୟବହୃତ କେସ୍‌, ବ୍ୟବସାୟିକ ମଡ଼େଲ ଏବଂ B2B-ପ୍ଲାଟଫର୍ମ, ଏବଂ ଭବିଷ୍ୟତର ଇଣ୍ଡଷ୍ଟ୍ରୀ 4.0 ଡ଼ିଜିଟାଲ ଇକୋସିଷ୍ଟମ ଗଠନ ପ୍ରସଙ୍ଗ ସାମିଲ । ଉଭୟ ରାଷ୍ଟ୍ରରେ ଷ୍ଟାର୍ଟ ଅପ କ୍ଷେତ୍ରର ବିକାଶ ଓ ଦ୍ରୁତ ବୃଦ୍ଧି ଉପରେ ଜର୍ମାନୀ ଓ ଭାରତ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଉଦ୍ୟୋଗୀମାନେ ପରସ୍ପର ମଧ୍ୟରେ ସେମାନଙ୍କର ଚିନ୍ତାଧାରା ଓ ପ୍ରକଳ୍ପ ସଂପର୍କୀତ ତଥ୍ୟାବଳୀ ଜନିଜ ଭାବ ଆଦାନ ପ୍ରଦାନ ନିମନ୍ତେ ସହମତ ହୋଇଛନ୍ତି । ଉଭୟ ନେତା ଷ୍ଟାର୍ଟ ଅପଗୁଡ଼ିକ ମଧ୍ୟରେ ସହଯୋଗର ଗୁରୁତ୍ୱକୁ ମଧ୍ୟ ଚିହ୍ନଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଷ୍ଟାର୍ଟ ଅପମାନଙ୍କ ସକାଶେ ବୁଟ କ୍ୟାମ୍ପ ସଂପାଦନ ନିମନ୍ତେ ଥିବା ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ଯାହା ଫଳରେ ଅଭିନବତ୍ୱ ପ୍ରୋତ୍ସାହିତ ହେବ ଓ ଡ଼ିଜିଟାଲ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳିବ ।

11. ଉଭୟ ପକ୍ଷ ଏକ ଦାୟିତ୍ୱସମ୍ପନ୍ନ ଏବଂ ମାନବତା କୈନ୍ଦ୍ରିକ ବିକାଶ ବ୍ୟବସ୍ଥା ସୁନିଶ୍ଚିତ କରିବା ଏବଂ ଆର୍ନ୍ତଜାତିକ ଆଇନ ଆଧାରରେ କୃତ୍ରିମ ପ୍ରଜ୍ଞାର ଉପଯୋଗ  ବ୍ୟବସ୍ଥା ନିର୍ମାଣର ଗୁରୁତ୍ୱ ଉପରେ ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିଛନ୍ତି । ସେହି ଦୃଷ୍ଟିରୁ, ଜର୍ମାନୀ ଏବଂ ଭାରତ କୃତ୍ରିମ ପ୍ରଜ୍ଞା ଶୀର୍ଷକ ବୈଶ୍ୱିକ ସହଭାଗୀତା (GPAI)ରେ ଅଂଶଗ୍ରହଣ କରିବା ସୁଯୋଗକୁ ସ୍ୱାଗତ କରିଛନ୍ତି ।

12. ସାଇବର ନିରାପତ୍ତା ସଂପର୍କୀତ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନର କ୍ଷେତ୍ର ଚିହ୍ନଟ କରିବା ଲାଗି ପରସ୍ପରର ପରାମର୍ଶ ଗ୍ରହଣ ଏବଂ ଏହି ପରିପ୍ରେକ୍ଷୀରେ ପାରସ୍ପରିକ ସହଯୋଗର କ୍ଷେତ୍ର ବ୍ୟବସ୍ଥା ପଦ୍ଧତି ଚିହ୍ନଟ ସକାଶେ ଜର୍ମାନୀ ଏବଂ ଭାରତ ସହମତ ହୋଇଛନ୍ତି ।

II.   ଅଭିନବତ୍ୱ ଓ ଜ୍ଞାନ ମାଧ୍ୟମରେ ବାଣିଜ୍ୟ କାରବାର ଓ ନିବେଶର ଦିଗନ୍ତ ବିସ୍ତାରଣ ଲାଗି ପ୍ରୟାସ

13. ଉଭୟ ରାଷ୍ଟ୍ରର ନେତା ସେମାନଙ୍କର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ବୃଦ୍ଧି ସକାଶେ ଦୃଢ଼ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଉଭୟ ପକ୍ଷ ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ସନ୍ତୁଳିତ ମୁକ୍ତ ବାଣିଜ୍ୟ କାରବାରର ଗୁରୁତ୍ୱକୁ ଉପଲବ୍ଧି କରିଛନ୍ତି ଏବଂ ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ରାଜିନାମା ସ୍ୱାକ୍ଷର ସକାଶେ କଥାବାର୍ତ୍ତା ପୁନଃଆରମ୍ଭ ଲାଗି ସେମାନଙ୍କର ପ୍ରୟାସକୁ ଅଥିକ ତୀବ୍ର କରିବା ଲାଗି ସହମତ ହୋଇଛନ୍ତି ।

14. ବିଶ୍ୱ ବାଣିଜ୍ୟ ସଂଗଠନ (WTO) ସହିତ ଏହାର କେନ୍ଦ୍ରଠାରେ ନୀତି ଭିତ୍ତିକ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସ୍ଥାକୁ ଉଭୟ ପକ୍ଷ ସେମାନଙ୍କର ଦୃଢ଼ ସମର୍ଥନକୁ ପୁନଃ ଦୋହରାଇଛନ୍ତି । ଏହି ପୃଷ୍ଠଭୂମିରେ ଡ଼ବ୍ଲୁଟିଓ ବିବାଦ ସମାଧାନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ପୁନଃବହାଲ କରିବ ଏବଂ ଡ଼ବ୍ଲୁଟିଓରେ ସଂସ୍କାର ବ୍ୟବସ୍ଥା ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯିବ ଓ ଏଥିସହିତ ସ୍ୱତନ୍ତ୍ର ଓ ଭିନ୍ନଭିନ୍ନ ବିବେଚନା ଭଳି ମୌଳିକ ନୀତିକୁ ଅଣଦେଖା କରାଯିବ ନାହିଁ ବୋଲି ସେମାନେ ସହମତ ହୋଇଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ସକାଶେ ଉଭୟ ପକ୍ଷ ଡ଼ବ୍ଲୁଟିଓର ପରବର୍ତ୍ତୀ ମନ୍ତ୍ରୀସ୍ତରୀୟ ବୈଠକ ଯାହାକି କାଜାଖସ୍ତାନର ନୁରସୁଲତାନଠାରେ ଆୟୋଜିତ ହେବାର ଅଛି ତାହାର ସଫଳତା କାମନା କରିଛନ୍ତି ।

15. ଉଭୟ ନେତା ଦ୍ୱିପାକ୍ଷିକ ବିକାଶ ପୋଷଣୀୟ ଭାବେ ହୋଇ ଚାଲିଥିବାରୁ ଏହାକୁ ପ୍ରଶଂସା କରିଛନ୍ତି । ସେମାନେ ଏହି ପରିପ୍ରେକ୍ଷୀରେ ‘ମେକ୍‌ ଇନ୍‌ ଇଣ୍ଡିଆ ମିଟେଲଷ୍ଟାଣ୍ଡ୍‌’ (ଏମଆଇଆଇଏମ) କାର୍ଯ୍ୟକ୍ରମର ସଫଳତାକୁ ସ୍ୱାଗତ କରିଛନ୍ତି ଯାହା 135ରୁ ଅଧିକ ଜର୍ମାନ ମିଟେଲଷ୍ଟାଣ୍ଡ ଏବଂ ପରିବାର-ମାଲିକାନାରେ ଥିବା କମ୍ପାନୀଗୁଡ଼ିକ ଭାରତରେ 1.2 ବିଲିୟନ ୟୁରୋରୁ ଅଧିକ ପୁଞ୍ଜି ନିବେଶ କରିବା ସକାଶେ ଘୋଷଣା କରିଛନ୍ତି । ସେମାନେ ଏକଥାରେ ମଧ୍ୟ ସହମତ ହୋଇଛନ୍ତି ଯେ ୟୁରୋପୀୟ ସଂଘ, ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ର ଏବଂ ଭାରତ ମଧ୍ୟରେ ଏକ ନିବେଶ ସୁରକ୍ଷା ରାଜିନାମା ଯଥାଶୀଘ୍ର ସ୍ୱାକ୍ଷରିତ ହେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଭାରତରେ ଜର୍ମାନ କମ୍ପାନୀମାନେ କିଭଳି ପ୍ରତ୍ୟକ୍ଷ ଭାବେ ନିବେଶ କରିବାକୁ ଯୋଗ୍ୟ ବିବେଚିତ ହୋଇପାରିବେ ସେଥିପାଇଁ ନିବେଶ ଗ୍ୟାରେଣ୍ଟି ନୀତିକୁ ପୁନଃବହାଲ କରିବା ନିମନ୍ତେ ଜର୍ମାନୀର ନିଷ୍ପତ୍ତିକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଆର୍ଥିକ ସଂପର୍କ ଆହୁରି ନିବିଡ଼ ହୋଇପାରିବ । ଉଭୟ ନେତା ଫାଷ୍ଟ ଟ୍ରାକ୍‌ ବ୍ୟବସ୍ଥା କାର୍ଯ୍ୟ ଯାହାକି ଏକ ସୁଦୃଢ ବ୍ୟବସାୟିକ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହେବ ସେପରି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ।

16. ଉଭୟ ନେତା ଜର୍ମାନ ଭାରତ ଷ୍ଟାର୍ଟ ଅପ୍‌ ଆଦାନ ପ୍ରଦାନ କାର୍ଯ୍ୟକ୍ରମ (ଜିଆଇଏନଏସଇପି)ର କାର୍ଯ୍ୟ ସଫଳତାକୁ ସ୍ୱୀକାର କରିଛନ୍ତି ଯାହାକି ଉଭୟ ରାଷ୍ଟ୍ରର ଷ୍ଟାର୍ଟ ଅପ୍‌ ଭାବ ବିନିମୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରୁଛି । ନୂତନ ଜିଆଇଏନଏସଇପି କାର୍ଯ୍ୟକ୍ରମ ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସକୁ ଜାରି ରଖିବା ଓ ସୁଦୃଢ଼ୀକରଣ ଉଦ୍ୟମକୁ ଉଭୟ ନେତା ସ୍ୱାଗତ ଜଣାଇଛନ୍ତି ତଥା ନୂତନ ଜର୍ମାନ ଅସିଲେରେଟର (ଜିଏ) ଯାହାକି ପରବର୍ତ୍ତୀ କାର୍ଯ୍ୟକ୍ରମ ‘ନେକ୍ସଟ୍‌ ଷ୍ଟେପ୍‌ ଇଣ୍ଡିଆ’ ଭାବେ ପ୍ରବର୍ତ୍ତନ କରାଯାଇଛି ତାହାକୁ ମଧ୍ୟ ସ୍ୱାଗତ କରିଛନ୍ତି । ଏହା ଭାରତରେ ଜର୍ମାନ ଷ୍ଟାର୍ଟ ଅପ୍‌ କାର୍ଯ୍ୟକ୍ରମକୁ ପୂର୍ଣ୍ଣାଙ୍ଗ ଜିଏ କାର୍ଯ୍ୟକ୍ରମ ଭାବେ ପ୍ରବର୍ତ୍ତିତ ହେବାରେ ସହାୟକ ହେବ ।

17. ଉଭୟ ରାଷ୍ଟ୍ରର ନେତାଦ୍ୱୟ ଏକ ସକ୍ରିୟ ଓ କୂଶଳୀ ମାନବ ସମ୍ବଳ ଗୋଷ୍ଠୀ ଗଠନର ଗୁରୁତ୍ୱକୁ ସ୍ୱୀକାର କରିଛନ୍ତି ଯାହାକି ଦୁଇ ଦେଶର ଯୁବଗୋଷ୍ଠୀଙ୍କ ସକାଶେ ପୋଷଣୀୟ ଜୀବନଜୀବିକା ଓ ସୁଯୋଗ ସୃଷ୍ଟି କରିବ । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ କୁଶଳୀ କର୍ମ ଶକ୍ତି କ୍ଷେତ୍ରରେ ଥିବା ଆବଶ୍ୟକତା ଓ ଅଭାବକୁ ସମତୁଲ କରିବା ନିମନ୍ତେ ସେମାନଙ୍କର ପ୍ରୟାସ ଜାରି ରଖିବାକୁ ସେମାନଙ୍କର ଇଚ୍ଛା ପ୍ରକଟ କରିଛନ୍ତି । ଏହି ଉଦ୍ଦେଶ୍ୟରେ ବର୍ତ୍ତମାନ ଜାରି ରହିଥିବା କାର୍ଯ୍ୟକ୍ରମର ଅଗ୍ରଗତିରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ଜାରି କରାଯାଇଥିବା ନୂତନ ଯୁଗ୍ମ ଉଦ୍ଦେଶ୍ୟିକା ଘୋଷଣାନାମାକୁ ସ୍ୱାଗତ କରିଛନ୍ତି । ଏହି ଘୋଷଣାନାମା ଅନୁସାରେ କ୍ଲଷ୍ଟର ଭିତ୍ତିକ ଢାଞ୍ଚା ଗଠନ, ପାଠ୍ୟକ୍ରମ ବିକାଶ ,ତାଲିମଦାତାଙ୍କ ତାଲିମ ଏବଂ ମିଳିତ ତାଲିମ ପ୍ରତିଷ୍ଠାନ ବିକାଶକୁ ସମର୍ଥନ ଜଣାଇଛନ୍ତି । ଅଧିକନ୍ତୁ, ଏକ ନୂତନ, ଅଭିନବ ଓ ପୋଷଣୀୟ ପ୍ରଯୁକ୍ତିଯୁକ୍ତ କୌଶଳ ବିକାଶ ଯଥା, ଅକ୍ଷୟ ଶକ୍ତି, ଶକ୍ତି, ଇ- ମୋବିଲିଟି ଓ ସୀମିତ ଶକ୍ତି ଉପଯୋଗକ୍ଷମ ଦକ୍ଷତା ହାସଲ ଓ ଏହି ପ୍ରୟାସରେ ଉଭୟ ଦେଶର ଘରୋଇ ସଂସ୍ଥାମାନେ ସାମିଲ ହେବାକୁ ପ୍ରୋତ୍ସାହନ ଯୋଗାଣ ଲାଗି ଉଭୟ ପକ୍ଷ ସହମତ ହୋଇଛନ୍ତି ।

18. ଉଭୟ ନେତା ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମ୍ୟାନେଜର ତାଲିମ କାର୍ଯ୍ୟକ୍ରମ ‘ ଫିଟ୍‌ ଫର୍‌ ପାର୍ଟନରସିପ୍‌ ୱଥ୍‌ ଜର୍ମାନୀ’ର ସଫଳ ସହଯୋଗକୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମଯେ ଏଯାବତ୍‌ 800ରୁ ଅଧିକ ଭାରତୀୟ ମ୍ୟାନେଜର ଅଂଶଗ୍ରହଣ କରିସାରିଛନ୍ତି । ଏହି ସହଯୋଗ କାର୍ଯ୍ୟକ୍ରମକୁ ଆଗକୁ ଜାରି ରଖିବା ସକାଶେ ଆଗ୍ରହକୁ ସେମାନେ ସ୍ୱାଗତ କରିଛନ୍ତି ।

19. ଉଭୟ ନେତା ନୂତନ ପ୍ରଯୁକ୍ତିର ଆଗମନ ସହ ନୂତନ କାର୍ଯ୍ୟକ୍ରମରେ ଏଭଳି ଜାତୀୟ ବିନିମୟ ଧାରାକୁ  ଅଧିକ ମାତ୍ରାରେ ଜାରି ରଖିବା ନିଷ୍ପତ୍ତିକୁ ମଧ୍ୟ ସ୍ୱାଗତ କରିଛନ୍ତି । ଅଧିକନ୍ତୁ, ବାଳ ଶ୍ରମିକ ଓ ବଳପୂର୍ବକ କାର୍ଯ୍ୟ କରାଇବା ଭଳି ବ୍ୟବସ୍ଥାର ମୂଳୋତ୍ପାଟନ ପ୍ରୟାସକୁ ଆଗକୁ ଆଗେଇ ନେବା ସକାଶେ ସେମାନେ ସହମତ ହୋଇଛନ୍ତି । ଏଥିରେ ଗ୍ଲୋବାଲ ଯୋଗାଣ ଚେନ୍‌ ସାମିଲ । ଏହି ପରିପ୍ରେକ୍ଷୀରେ ସେମାନେ ବାଳ ଶ୍ରମିକ ପ୍ରଥା ଓ ବଳପୂର୍ବକ କାର୍ଯ୍ୟ କରାଇବା ଭଳି ପ୍ରୟାସର ଦୂରୀକରଣ, ମାନବ ଚାଲାଣ ଓ ଆଧୁନିକ ସମୟରେ ବିଶ୍ୱରେ ପରିଲକ୍ଷିତ ଦାସତ୍ୱ ପ୍ରଥାର ମୂଳୋତ୍ପାଟନ ଲାଗି G-20 କାର୍ଯ୍ୟପନ୍ଥାକୁ ଅନୁସରଣ କରିବା ଲାଗି ରାଜି ହୋଇଛନ୍ତି । ଆର୍ଜେଣ୍ଟିନାର ଅଧ୍ୟକ୍ଷତାରେ G-20 କାର୍ଯ୍ୟକ୍ରମରେ ଏହି ପନ୍ଥା ଅନୁସରଣ କରାଯାଇଛି ।

20. ଉଭୟ ରାଷ୍ଟ୍ରର ନେତା ଦ୍ୱୟ ବ୍ୟବସାୟିକ ସଂସ୍ଥାମାନଙ୍କ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଦାୟିତ୍ୱ ସମ୍ପାଦନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ମିଳିତ ଜାତିସଂଘର ବ୍ୟବସାୟ ଓ ମାନବିକ ଅଧିକାର ସଂକ୍ରାନ୍ତ ନିୟମାବଳୀ ତଥା G-20ର ପ୍ରତିବଦ୍ଧତାକୁ ଅନୁସରଣ ପାଇଁ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏହା ପୋଷଣୀୟ ଯୋଗାଣ ଚେନକୁ ଜାରି ରଖିବା ପାଇଁ ଉଦ୍ଦିଷ୍ଟ । ଉଭୟ ପକ୍ଷ ସ୍ୱୀକାର କରିଛନ୍ତି ଯେ ଘରୋଇ ସେକ୍ଟର ପୋଷଣୀୟ ବିକାଶ ଲକ୍ଷ୍ୟ (SDG) ହାସଲ ଦିଗରେ ଦୀର୍ଘକାଳୀନ ଭାବେ ସେମାନଙ୍କର ଭୂମିକା ନିର୍ବାହ କରିପାରିବେ ଏବଂ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ସେମାନେ ଇଚ୍ଛା ପ୍ରକଟ କରିଛନ୍ତି ଯେ ଦାୟିତ୍ୱସମ୍ପନ୍ନ ଓ ପୋଷଣୀୟ ବ୍ୟବସାୟିକ ସାଧୁତା ପନ୍ଥା ଅବଲମ୍ବନ ଦିଗରେ ସେମାନେ ସେହିସବୁ ଉଦ୍ୟୋଗଗୁଡ଼ିକୁ ସେମାନଙ୍କର ସମର୍ଥନ ଜାରି ରଖିବେ । ଉଭୟ ପକ୍ଷ ପରସ୍ପର ମଧ୍ୟରେ ଅଧିକ ବିଶେଷଜ୍ଞ ସ୍ତରୀୟ ତଥା ଅନୁଭୂତି ଆଦାନ ପ୍ରଦାନ ନିମନ୍ତେ ସହମତ ପ୍ରକଟ କରିଛନ୍ତି  । ବିଶେଷ କରି ଭାରତ ଓ ଜର୍ମାନୀ ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ଏହାର ପ୍ରବର୍ତ୍ତନ ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ।

21. ବୃତ୍ତି ସମ୍ବନ୍ଧୀୟ ରୋଗ, ସେଭଳି ରୋଗୀଙ୍କ ପୁନଃଥଇଥାନ ଓ ସେଥିପାଇଁ ବୀମାକୃତ ବ୍ୟକ୍ତିବିଶେଷ ଯେଉଁମାନେ କି ଶାରୀରିକ ଭାବେ ଭିନ୍ନକ୍ଷମ ହୋଇପଡ଼ିଛନ୍ତି ସେମାନଙ୍କୁ ଜର୍ମାନ ସାମାଜିକ ଦୁର୍ଘଟଣା ବୀମା (DGUV), କର୍ମଚାରୀ ରାଜ୍ୟବୀମା ନିମଗ ଓ ଭାରତୀୟ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ମହା ନିର୍ଦ୍ଦେଶକଙ୍କ ପକ୍ଷରୁ ଧନ୍ଦାମୂଳକ ତାଲିମ ପ୍ରଦାନ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଏହା ଫଳରେ ବୀମାକୃତ ଭିନ୍ନକ୍ଷମ କର୍ମଚାରିମାନଙ୍କ ଦକ୍ଷତା ବୃଦ୍ଧି ପାଇବ ଓ ସେମାନେ ସାମାଜିକ ଭାବେ ପୁନଃଥଇଥାନ ହୋଇପାରିବେ । ଏଥି ସହ ବୃତ୍ତିମୂଳକ ରୋଗର ନିରାକରଣ, ଚିହ୍ନଟ ଓ ଚିକିତ୍ସା ସହଜସାଧ୍ୟ ହୋଇପାରିବ ।

22. ଟିକସ କ୍ଷେତ୍ରରେ ଉଭୟ ନେତା ନିକଟରେ ଗ୍ରହଣ କରାଯାଇଥିବା ଡ଼ିଜିଟାଇଜେସନ୍‌ ଦ୍ୱାରା ଉତ୍ପନ୍ନ ଟିକସ ଜନିଜ ଚାଲେଞ୍ଜକୁ ସମାଧାନ କରିବା ଲାଗି ହୋଇଥିବା ପ୍ରଗତିକୁ ସ୍ୱାଗତ କରିଛନ୍ତି ଏବଂ  G-20 ଦ୍ୱାରା ପ୍ରବର୍ତ୍ତିତ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକୁ କରାଯାଇଥିବା ସମର୍ଥନକୁ ମଧ୍ୟ ସ୍ୱାଗତ ଜଣାଇଛନ୍ତି । ଏହା ଏକ ଦ୍ୱି ସୌଧ ବିଶିଷ୍ଟ କାର୍ଯ୍ୟକ୍ରମ, ଯାହାକି  Inclusive Framework on Base Erosion and Profit Shifting (BEPS) ଦ୍ୱାରା ଓଇସିଡ଼ି ଠାରେ ବିକଶିତ କରାଯାଇଛି ଏବଂ ଏହା 2020 ସୁଦ୍ଧା ଚୂଡ଼ାନ୍ତ ରୂପରେଖ ଗ୍ରହଣ କରିବା ସହ ଏସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇବ । ଜର୍ମାନୀ ଏବଂ ଭାରତ ଏକ ସମୟୋଚିତ, ସହମତି ଭିତ୍ତିକ ସମାଧାନ ଯାହାକି ସୌଧ-1 ଏବଂ ସୌଧ-2 ଅନୁସାରେ କରାଯିବ ଏବଂ ତାହା ସମସ୍ତ ବ୍ୟବସାୟିକ ସଂସ୍ଥାନ ପାଇଁ ସମାନ୍ତର ବ୍ୟବସ୍ଥା କରିବ ସେଭଳି ଏକ ସମାଧାନ ସୂତ୍ରରେ ପହଞ୍ଚିବା ସକାଶେ ସେମାନଙ୍କର ମିଳିତ ଆଗ୍ରହ ପ୍ରକଟ କରିଛନ୍ତି ।

23. ଉଭୟ ନେତା ଭାରତ-ଜର୍ମାନ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ବୈଠକ ଆରମ୍ଭ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି । ଏହା ପାରସ୍ପରିକ ଆର୍ଥିକ ସ୍ୱାର୍ଥ ଜନିତ ପ୍ରସଙ୍ଗ ଉପରେ ଆଲୋଚନା ସହ ସୂଚନା ବିନିମୟର ସୁଯୋଗ ଯୋଗାଇଥାଏ । ଚଳିତ ବର୍ଷ ଉଭୟ ପକ୍ଷଙ୍କ ମଧ୍ୟରେ ଆଦାନ ପ୍ରଦାନ ହୋଇଥିବା ପ୍ରସଙ୍ଗଗୁଡ଼ିକ ଅନ୍ୟମାନଙ୍କ ମଧ୍ୟରେ ହେଲା- ଆର୍ଥିକ ଓ ବୀମା ସେକ୍ଟର ତଥା ଡ଼ିଜିଟାଇଜେସନ୍‌ ଦ୍ୱାରା ସୃଷ୍ଟ ଟିକସ ଅସୁଲ କ୍ଷେତ୍ରରେ ଉତ୍ପନ୍ନ ଚାଲେଞ୍ଜ ।

24.  ପରିବହନ କ୍ଷେତ୍ରରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ମିଳିତ ଉଦ୍ଦେଶ୍ୟିକା ଘୋଷଣାନାମାକୁ ସ୍ୱାଗତ କରିଛନ୍ତି ଯାହାକି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ । ଏହା ଦୁଇ ଦେଶ ମଧ୍ୟରେ ସୂଚନା ତଥା ଶ୍ରେଷ୍ଠ କାର୍ଯ୍ୟକ୍ରମ ସଂପର୍କୀତ ଭାବ ବିନିମୟ ଓ ଉଭୟ ବୈଷୟିକ ଓ ଅଣ ବୈଷୟିକ ତାଲିମ କ୍ଷେତ୍ରରେ ସହଯୋଗର ବାତାବରଣ ମଧ୍ୟ ସୃଷ୍ଟି କରିବ । ସେମାନେ ମଧ୍ୟ ନିଜ ନିଜ ଦେଶର ବ୍ୟବସାୟିକ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ କରିଛନ୍ତି ଯେ ସେମାନେ ଭାରତରେ ବ୍ୟବସାୟିକ ବିମାନର ସହ ବିକାଶ ଓ ସହ ଉତ୍ପାଦନ ପାଇଁ ପରସ୍ପର ମଧ୍ୟରେ ବ୍ୟବସ୍ଥା କରନ୍ତୁ । ଏଥିରେ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ହସ୍ତାନ୍ତର ମଧ୍ୟ ସାମିଲ ।

25. ଭାରତ ଓ ଜର୍ମାନୀ ମଧ୍ୟରେ ରେଳବାଇ କ୍ଷେତ୍ରରେ ଦୀର୍ଘ ଦିନରୁ ଏବଂ ସଫଳ ସହଯୋଗର ଏକ ଇତିହାସ ରହିଆସିଛି । ଉଭୟ ନେତା ଦୀର୍ଘ ବର୍ଷ ଏଭଳି ରେଳବାଇ ତାଲିମ ସହଯୋଗରୁ ପେଶାଦାର କର୍ମଚାରୀମାନଙ୍କୁ ମିଳିଥିବା ସୁଫଳ ସଂପର୍କରେ ଉଲ୍ଲେଖ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ରେଳବାଇ ନିରାପତ୍ତା, ହାଇସ୍ପିଡ଼ ଓ ସେମି ହାଇସ୍ପିଡ଼ ରେଳ ବ୍ୟବସ୍ଥା କ୍ଷେତ୍ରରେ ବୈଷୟିକ ସୂଚନା ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଅବତାରଣା କରିଛନ୍ତି ଏବଂ ଏହାର ଅବଧିକୁ ଭବିଷ୍ୟତରେ ମଧ୍ୟ ବୃଦ୍ଧି କରାଯାଇ ପାରିବ ବୋଲି ଆଶା ପ୍ରକଟ କରିଛନ୍ତି । ଭାରତରେ ଭବିଷ୍ୟତରେ ହାଇ ସ୍ପିଡ଼ ଏବଂ ସେମି ହାଇସ୍ପିଡ଼ ରେଳ ପ୍ରକଳ୍ପ ସଂପର୍କରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ଏକ ସମାନ ବୁଝାମଣାରେ ପହଞ୍ଚିବା ସକାଶେ ଉଭୟ  ସେମାନଙ୍କର ଅଭିପ୍ରାୟ ବ୍ୟକ୍ତରେ ସନ୍ତୋଷ ପ୍ରକଟ କରିଛନ୍ତି ।

26. ଉଭୟ ପକ୍ଷ, ଭାରତ-ଜର୍ମାନ ଗୁଣାତ୍ମକ ସଂସାଧନ କାର୍ଯ୍ୟକାରୀ ଗୋଷ୍ଠୀ, ଯାହାକି 2013ରେ ଅନୁଷ୍ଠିତ ଆନ୍ତଃ ସରକାରୀ ସ୍ତରୀୟ କଥାବାର୍ତ୍ତା ବେଳେ ସ୍ୱାକ୍ଷରିତ ମିଳିତ ଅଭିପ୍ରାୟ ଘୋଷଣାନାମାରେ ପ୍ରକଟିତ ହୋଇଥିଲା ଓ ସେ ସଂପର୍କରେ ଉଭୟ ପକ୍ଷଙ୍କ ମଧ୍ୟରେ ମଧ୍ୟରେ ଗଢ଼ି ଉଠିଥିବା ନିବିଡ଼ ସହଯୋଗକୁ ପ୍ରଶଂସା କରିଛନ୍ତି । ଦୁଇ ଦେଶର ସରକାର ସେମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଷୟିକ ଓ ଆର୍ଥିକ ସହଯୋଗ ଢ଼ାଞ୍ଜା ମଧ୍ୟରେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ପ୍ରକଟ କରିଛନ୍ତି ଏବଂ 2020 ମସିହା ପରବର୍ତ୍ତୀ ସମୟରେ ସୁଦ୍ଧା ବୈଶ୍ୱିକ ଗୁଣାତ୍ମକ ମାନ ସଂସାଧନ (GPQI) ମାଧ୍ୟମରେ  ବିଏମଆଇଡ଼ବ୍ଲୁଆଇ ଏହି କାର୍ଯ୍ୟକାରୀ ଗୋଷ୍ଠୀକୁ ସମର୍ଥନ ଜଣାଇବ ବୋଲି ଜଣାଇଛି ।

27. ଉଭୟ ରାଷ୍ଟ୍ରର ନେତା ଦ୍ୱୟ ଦୁଇ ଦେଶ ଭିତରେ କାର୍ଯ୍ୟକାରୀ ହେଉଥିବା ମହାକାଶ କ୍ଷେତ୍ରରେ ସହଯୋଗରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଭୂପୃଷ୍ଠ ନିରୀକ୍ଷଣ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରକୁ ସଂପ୍ରସାରିତ ଓ ସୁଦୃଢ଼ କରିବା ସମ୍ଭାବନାକୁ ସ୍ୱାଗତ କରିଛନ୍ତି । ସେହିଭଳି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଜର୍ମାନ ଏରୋସ୍ପେସ୍‌ ସେଣ୍ଟର (ଡ଼ିଏଲଆର) ମଧ୍ୟରେ ବ୍ୟକ୍ତିଗତ ଆଦାନ ପ୍ରଦାନ ପାଇଁ ସ୍ୱାକ୍ଷରିତ ପ୍ରବର୍ତ୍ତନ ବ୍ୟବସ୍ଥାକୁ ସେମାନେ ସ୍ୱାଗତ କରିଛନ୍ତି ।

28. ବିପର୍ଯ୍ୟୟ ସହନଶୀଳ ସଂସାଧନ ସହଯୋଗ (CDRI)କୁ ସ୍ୱାଗତ କରି ସେମାନେ ଜାତୀୟ ସରକାରଙ୍କ ମଧ୍ୟରେ ବୈଶ୍ୱିକ ସହଭାଗୀତା, ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି ଓ କାର୍ଯ୍ୟକ୍ରମ, ବହୁରାଷ୍ଟ୍ରୀୟ ବିକାଶ ବ୍ୟାଙ୍କ‌ ଓ ଆର୍ଥିକ ମେକାନିଜିମ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବା, ଘରୋଇ ସେକ୍ଟର, ଶିକ୍ଷା ଓ ଜ୍ଞାନ ସଂପର୍କୀତ ଅନୁଷ୍ଠାନ ଯେଉଁମାନେ କି ବ୍ୟବସ୍ଥା ଓ ସଂସାଧନକୁ ସହନଶୀଳ କରିବା ଲାଗି ଉଦ୍ଦିଷ୍ଟ ଓ ତାହା ପୋଷଣୀୟ ବିକାଶ ଲକ୍ଷ୍ୟ (ଏସଡ଼ିଜି) ହାସଲ ପାଇଁ ଉଦ୍ଦିଷ୍ଟ, ପ୍ୟାରିସ ଜଳବାୟୁ ରାଜିନାମା ଓ ବିପର୍ଯ୍ୟୟ ଆଶଙ୍କା ହ୍ରାସ ସଂପର୍କୀତ ସେଣ୍ଡାଇ ଫ୍ରେମୱାର୍କ ନିୟମାବଳୀ ଅନୁସାରେ ପରସ୍ପରର ମିଳିତ ସହଯୋଗରେ କାର୍ଯ୍ୟ କରିବେ । ସିଡ଼ିଆରଆଇ ପାଇଁ ଜର୍ମାନୀ ତାର ସହଯୋଗ ସକାଶେ ଇଚ୍ଛା ପ୍ରକଟ କରିଛି ଏବଂ ଘୋଷଣା କରିଛି ଯେ ସିଡ଼ିଆରଆଇରେ ଆନୁଷ୍ଠାନିକ ଭାବେ ଯୋଗଦେବାକୁ ଏହାର ଇଚ୍ଛା ଏବଂ ସମାନ୍ତରାଳ ଭାବେ ଭାରତ ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ଅଂଶୀଦାରମାନଙ୍କ ସହ ଜଳବାୟୁ ଓ ବିପର୍ଯ୍ୟୟ ସହନଶୀଳ ଓ ପୋଷଣୀୟ ସଂସାଧନ କ୍ଷେତ୍ରରେ ନିବେଶ ପାଇଁ ଇଚ୍ଛୁକ ।

III. ଜଳବାୟୁ ଓ ପୋଷଣୀୟ ବିକାଶ ପାଇଁ କାର୍ଯ୍ୟନୁଷ୍ଠାନ

29. ଉଭୟ ନେତା ପୃଥିବୀର ସୁରକ୍ଷା ଭାର ମିଳିତ ଭାବେ ଗ୍ରହଣ କରିବାକୁ  ସେମାନଙ୍କର ଦୃଢ଼ ଇଚ୍ଛା ପ୍ରକଟ କରିଛନ୍ତି ଏବଂ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ମାଧ୍ୟମରେ ଅକ୍ଷୟ ଶକ୍ତିର ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହନ ଯୋଗାଣ ଏବଂ ଶକ୍ତି ସକ୍ରିୟତାକୁ ପ୍ରୋତ୍ସାହନ ଯୋଗାଣ ସହ ସେମାନଙ୍କର କାର୍ବନ ନିର୍ଗମନ ହ୍ରାସକୁ ଜାରି ରଖିବେ । ଉଭୟ ରାଷ୍ଟ୍ର ପାଇଁ ପୋଷଣୀୟ ବିକାଶ ଲକ୍ଷ୍ୟ ଏବଂ ପ୍ୟାରିସ ରାଜିନାମା ସେମାନଙ୍କର ସହଯୋଗର ଫ୍ରେମୱାର୍କର ନିର୍ଦ୍ଦେଶିକା ଭଳି କାର୍ଯ୍ୟ କରିବ । ସେମାନେ ଉଲ୍ଲେଖ କରିଛନ୍ତି ଯେ ଭାରତରେ ଓ ଜର୍ମାନୀରେ ଏକ ସଫଳ ଶକ୍ତି ଓ ପରିବହନ ଅବସ୍ଥାନ୍ତରଣ ସକାଶେ ଉଭୟ ରାଷ୍ଟ୍ର ପରସ୍ପର ମଧ୍ୟରେ ଘନିଷ୍ଠ ସହଯୋଗର ସହ କାର୍ଯ୍ୟ କରିବା ଆବଶ୍ୟକ । ସେମାନେ ଏହିପରି ଭାବେ ପରସ୍ପର ଠାରୁ ଶିକ୍ଷାଲାଭ କରିପାରିବେ ଏବଂ ଜଳବାୟୁ ସୁରକ୍ଷାର ଆର୍ଥିକ ସାମର୍ଥ୍ୟରୁ ମଧ୍ୟ ଫାଇଦା ହାସଲ କରିପାରିବେ ।

30. ଉଭୟ ନେତା ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଗୃହୀତ କାର୍ଯ୍ୟପନ୍ଥା ପର୍ଯ୍ୟାପ୍ତ ନୁହେଁ ବୋଲି ନିଜର ଗଭୀର ଉଦ୍‌ବେଗ ପ୍ରକଟ କରିଛନ୍ତି । ଏବଂ ଏହି ପରିପ୍ରେକ୍ଷୀରେ ସେମାନେ ସମସ୍ତ ରାଷ୍ଟ୍ରଙ୍କୁ ସେମାନଙ୍କର ପ୍ରୟାସକୁ ତ୍ୱରାନ୍ୱିକ କରନ୍ତୁ । ଜର୍ମାନୀ ଓ ଭାରତ ସମାନତା ଓ ସାର୍ବଜନିକ ଆଧାରରେ ଭିନ୍ନ ଭିନ୍ନ ଦାୟିତ୍ୱବୋଧ ଓ ନିଜ ନିଜ ସାମର୍ଥ ଅନୁସାରେ ସେମାନଙ୍କର ଜଳବାୟୁ ପରିବର୍ତ୍ତନ ନିରୋଧୀ  କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଆହ୍ୱାନ ଜଣାଇଛନ୍ତି । ସବୁ ରାଷ୍ଟ୍ର ସେମାନଙ୍କର ଜାତୀୟ ପରିସ୍ଥିତିର ଦୃଷ୍ଟିକୋଣରୁ ଏହା କରିବା ଆବଶ୍ୟକ ଏବଂ ସେମାନଙ୍କର ଏନଡ଼ିସି ଆଭିମୁଖ୍ୟକୁ ପ୍ୟାରିସଠାରେ ସ୍ୱାକ୍ଷରିତ ସହମତ ରାଜିନାମା ଅନୁସାରେ  ଅଧିକ ବୃଦ୍ଧି କରିବା ନିମନ୍ତେ ସେମାନେ ଆହ୍ୱାନ ଜଣାଇଛନ୍ତି । ଅନୁରୂପ ମନୋଭାବର ସହ, ୟୁରୋପୀୟ ସଂଘର ଅଂଶ ବିଶେଷ ସ୍ୱରୂପ ଜର୍ମାନୀ ଓ ଭାରତ, ସେମାନଙ୍କର ଦୀର୍ଘକାଳୀନ ସ୍ୱଳ୍ପ ସବୁଜଗୃହ ବାଷ୍ପ ନିର୍ଗମନ ବ୍ୟବସ୍ଥା ଦିଗରେ ନୀତି ପ୍ରଣୟନ କରନ୍ତୁ ଏବଂ ଏହାକୁ ସମସ୍ତଙ୍କୁ ଅବଗତ କରାନ୍ତୁ । ସେହିଭଳି ପ୍ୟାରିସ ରାଜିନାମାର ଧାରା 2ରେ ଥିବା ବିକାଶ ରଣନୀତି ସଂପର୍କରେ ସଦାବେଳେ ସଚେତନ ରହନ୍ତୁ । ନିକଟରେ ଆଇପିସିସି ପ୍ରଦାନ କରିଥିବା ଏହାର ରିପୋର୍ଟ, ଯାହାକି ସମାନତା, ଓ ସାର୍ବଜନୀନ କିନ୍ତୁ ପୃଥକ୍‌ ପୃଥକ୍‌ ଦାୟିତ୍ୱବୋଧ ଓ କ୍ଷମତା ଆଭିମୁଖ୍ୟ ଉପରେ ଆଧାରିତ ହେବା ଆବଶ୍ୟକ, କାରଣ ଭିନ୍ନ ଭିନ୍ନ ରାଷ୍ଟ୍ରଙ୍କର ଭିନ୍ନ ଭିନ୍ନ ଜାତୀୟ ଅଗ୍ରାଧିକାର ରହିଛି । ପୁନଶ୍ଚ ସେମାନେ ପୋଷଣୀୟ ବିକାଶ ଏବଂ ଦାରିଦ୍ର୍ୟ ଦୂରୀକରଣ ପରିପ୍ରେକ୍ଷୀରେ ମଧ୍ୟ ନିୟୋଜିତ ରହିଥିବା ସେମାନେ ସ୍ୱୀକାର କରିଛନ୍ତି ।

31.  ଭାରତ ଓ ଜର୍ମାନୀ ସବୁଜ ଜଳବାୟୁ ପାଣ୍ଠି (ଗ୍ରୀନ୍‌ କ୍ଲାଇମେଟ୍‌ ଫଣ୍ଡ୍‌)ର ସଫଳ ପରିପୂରଣର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି ଏବଂ ସେମାନେ ବିକଶିତ ରାଷ୍ଟ୍ର ଓ ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ପ୍ରୋତ୍ସାହନ ଜଣାଇଛନ୍ତି ଯେ ସେମାନେ ଏହି ଦିଗରେ ସେମାନଙ୍କ ପ୍ରୟାସ ଜାରି ରଖନ୍ତୁ । ଏହା ଫଳରେ ସେମାନେ ସବୁଜ ଜଳବାୟୁ ପାଣ୍ଠି ପାଇଁ ଏହାର ପ୍ରଥମ ପର୍ଯ୍ୟାୟ ପରିପୂରଣ ଅବଧି ମଧ୍ୟରେ ସେମାନେ ଏଥିପାଇଁ ସେମାନଙ୍କର ଅବଦାନ ଯୋଗାଇ ପାରିବେ । ପ୍ୟାରିସ ଜଳବାୟୁ ରାଜିନାମା ଏବଂ ୟୁଏନଏଫସିସିସିର ବ୍ୟବସ୍ଥା ଆଧାରରେ ତାହା ସାକାର କରାଯାଇପାରିବ । ଉଭୟ ନେତା କୋପ25ର ସଫଳତା ଦିଗରେ ସମସ୍ତ ସହଭାଗୀମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ବଜାର ମେକାନିଜମ୍‌ ପାଇଁ ସ୍ପଷ୍ଟ ନିୟମାବଳୀ ଗ୍ରହଣ ଯାହାକି ପର୍ଯ୍ୟାବରଣ ସୁରକ୍ଷା ଜନିତ ସାଧୁତା ପାଳନ, ଦୋହରା ଗଣନ ବ୍ୟବସ୍ଥାକୁ ବାଦ୍‌ ଦେବା ଏବଂ ପୋଷଣୀୟ ବିକାଶକୁ ସୁରକ୍ଷିତ ରଖିବା ଉପରେ ଆଧାରିତ ।

32.  ଭାରତ ଓ ଜର୍ମାନୀ ମଧ୍ୟରେ ଦୀଘକାଳୀନ ଏବଂ ସଫଳ ବିକାଶ ସହଯୋଗର ଅବଧି 60 ବର୍ଷ ଠାରୁ ଅଧିକ । ଏହି ପରିପ୍ରେକ୍ଷୀରେ ଉଭୟ ଦେଶର ନେତା ଏହି ଅବଧି ମଧ୍ୟରେ ଏଭଳି ସହଭାଗୀତାରୁ ମିଳିଥିବା ପାରସ୍ପରିକ ସୁଫଳକୁ ପ୍ରଶଂସା କରିଛନ୍ତି । ଯେଉଁସବୁ କ୍ଷେତ୍ରରେ ଏଭଳି ସହଯୋଗରୁ ଉଲ୍ଲେଖନୀୟ ସୁଫଳ ମିଳିପାରିଛି ସେଗୁଡ଼ିକ ମଧ୍ୟରେ ଶକ୍ତି, ପୋଷଣୀୟ ଓ ଜଳବାୟୁ ଅନୁକୂଳ ସହରାଞ୍ଚଳ ବିକାଶ ଓ ପରିବହନ, ପ୍ରାକୃତିକ ସଂପଦର ପର୍ଯ୍ୟାବରଣ ଓ ପୋଷଣୀୟ ପରିଚାଳନା ଏବଂ ଜୈବବିବିଧତାର ସୁରକ୍ଷା ।

33. ଉଭୟ ପକ୍ଷ ଏହି ପ୍ରସଙ୍ଗକୁ ଅନୁମୋଦନ କରିଛନ୍ତି ଯେ ସ୍ୱଳ୍ପ କାର୍ବନ ଓ ପୋଷଣୀୟ ଗତିଶୀଳତାକ୍ଷମ ସମାଧାନ ଯୋଗାଣ ଦ୍ୱାରା ଜନସାଧାରଣଙ୍କ ଆବଶ୍ୟକତାକୁ ସହଜରେ ପୂରଣ କରାଯାଇ ପାରିବ ଯାହାକି ଉଭୟ ରାଷ୍ଟ୍ର ତଥା ବର୍ଦ୍ଧିଷ୍ଣୁ ଓ ଶିଳ୍ପୋନ୍ନତ ଅର୍ଥନୀତିକ ରାଷ୍ଟ୍ରମାନଙ୍କ ପାଇଁ ବର୍ତ୍ତମାନ ଏକ ପ୍ରମୁଖ ଚାଲେଞ୍ଜ ଭାବେ ମୁଣ୍ଡ ଟେକିଛି । ଏହି ପରିପ୍ରେକ୍ଷୀରେ ଉଭୟ ଜର୍ମାନୀ ଏବଂ ଭାରତ  କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକି ବ୍ୟବହାର ଅନୁକୂଳ ଓ ପର୍ଯ୍ୟାବରଣ ଦୃଷ୍ଟିରୁ ପୋଷଣୀୟ ଚଳନଶୀଳ ଯୋଜନା ମାଧ୍ୟମରେ ଅନେକ ଜାତୀୟ ନୀତି ଓ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ସ୍ୱଳ୍ପ କାର୍ବନ ଚଳନଶୀଳ ସମାଧାନ ସୂତ୍ର ପାଇବା ଦିଗରେ ସେମାନେ ପରସ୍ପରକୁ ସହଯୋଗ କରିବେ ଏବଂ ଏହି ପରିପ୍ରେକ୍ଷୀରେ ସ୍ୱାକ୍ଷରିତ ଗ୍ରୀନ ସହରାଞ୍ଚଳ ଚଳାଚଳ ଉପଯୋଗୀ ଭାରତ-ଜର୍ମାନ ସହଭାଗୀତା ସଂପର୍କୀତ ମିଳିତ ଉଦ୍ଦେଶ୍ୟିକା ଘୋଷଣାନାମାକୁ ସ୍ୱାଗତ କରିଛନ୍ତି । ଏଥିରେ ଭାରତରେ ସବୁଜ ସହରାଞ୍ଚଳ ଚଳାଚଳକ୍ଷମ ଭିତ୍ତିଭୂମିର ଉନ୍ନତିକରଣ ଓ ସେବାର ଉନ୍ନତିକରଣ ନିମନ୍ତେ ଜର୍ମାନୀ 1 ବିଲିୟନ ୟୁରୋରୁ ଅଧିକ ଅତିରିକ୍ତ ଅର୍ଥ ଯୋଗାଇ ଦେବାକୁ ପ୍ରସ୍ତୁତ ଲାଗି ତା’ର ମତ ବ୍ୟକ୍ତ କରିଛି । ଏହି ଅର୍ଥରେ ଭାରତୀୟ ସହରଗୁଡ଼ିକ ସକାଶେ ଜାତୀୟ, ରାଜ୍ୟସ୍ତରୀୟ ଓ ସ୍ଥାନୀୟ ସଂସ୍ଥାନମାନଙ୍କ ଡ଼ିଜାଇନ୍‌ ଓ ପ୍ରବର୍ତ୍ତନଯୋଗ୍ୟ ପୋଷଣୀୟ କାର୍ଯ୍ୟ, ସମାବେଶୀ ଓ ସ୍ମାର୍ଟ ଚଳନଶୀଳତା ସମାଧାନ ସୂତ୍ର ପ୍ରବର୍ତ୍ତନ କରାଯାଇପାରିବ । ଏହା ବ୍ୟତୀତ, ଉଭୟ ନେତା ଇ-ମୋବିଲିଟି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଚିହ୍ନିତ ହୋଇଥିବାରୁ ଏହାକୁ ସ୍ୱାଗତ ଜଣାଇଛନ୍ତି ଏବଂ ଏହି କ୍ଷେତ୍ରରେ ଅଟୋମୋଟିଭ୍‌ ପାଇଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠିତ ହୋଇସାରିଛି ।

34. ବିଶ୍ୱ ସ୍ତରରେ ତଥା ଉଭୟ ଦେଶପାଇଁ ସଫଳ ଶକ୍ତି ଅବସ୍ଥାନ୍ତରଣକୁ ସ୍ୱୀକାର ପୂର୍ବକ ପ୍ୟାରିସ ରାଜିନାମା ତଥା 2030 ମସିହା ସୁଦ୍ଧା ପୋଷଣୀୟ ବିକାଶ ଲକ୍ଷ୍ୟ ଅନୁସାରେ ଏକ ଦୀର୍ଘକାଳୀନ ଲକ୍ଷ୍ୟ ହାସଲ କରିବା ପ୍ରୟାସକୁ ସୁନିଶ୍ଚିତ କରିବା ଲାଗି ଉଭୟ ଦେଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତିରେ ଉଭୟ ନେତା ସେମାନଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଅକ୍ଷୟ ଶକ୍ତି ଓ ଶକ୍ତି ସକ୍ରିୟତା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ସହମତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତ-ଜର୍ମାନ ଶକ୍ତି ଫୋରମ (ଆଇଜିଇଏଫ), ଭାରତ-ଜର୍ମାନ ବିକାଶ ସହଯୋଗ ତଥା ଅନ୍ତରାଷ୍ଟ୍ରୀୟ ଜଳବାୟୁ କାର୍ଯ୍ୟକ୍ରମ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଓ ସଫଳ କାର୍ଯ୍ୟକ୍ରମ ସାମିଲ ।

35. କୋଇଲା ସମେତ ଜୈବ ଇନ୍ଧନର ପୋଷଣୀୟ ବିକଳ୍ପ ପନ୍ଥା ବାହାର କରିବା ସଂପର୍କୀତ ଆବଶ୍ୟକ ଫ୍ରେମୱାର୍କ ସୃଷ୍ଟି ଲାଗି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଜୈବ ଇନ୍ଧନର ପୋଷଣୀୟ ବିକଳ୍ପ ଲାଗି ଏକ ଶକ୍ତି ଅବସ୍ଥାନ୍ତରଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଓ ଏଥିପାଇଁ ବ୍ୟାପକ ଭାବେ ଗ୍ରୀଡ଼୍‌ଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯିବ । ଗ୍ରୀଡ଼ ଭିତ୍ତିଭୂମି ବିକାଶ, ଶକ୍ତି ସକ୍ରିୟତା ଓ ଶକ୍ତି ଚାହିଦା ପୂରଣ ପରିଚାଳନା କରାଯାଇ ମଝିରେ ମଝିରେ ଘଟୁଥିବା ଅକ୍ଷୟ ଶକ୍ତି ହ୍ରାସକୁ ନିୟନ୍ତ୍ରଣ କରାଯାଇପାରିବ । ଏହାଦ୍ୱାରା ସରଳ ଶକ୍ତି ଉତ୍ପାଦନ ଓ ବ୍ୟାପକ ମାତ୍ରାରେ ଶକ୍ତି ସଞ୍ଚୟ ସମାଧାନ ସୂତ୍ର ମଧ୍ୟ ବାହାର କରାଯାଇପାରିବ । ଅଧିକନ୍ତୁ, ସେମାନେ ଚିହ୍ନଟ କରିଛନ୍ତି ଯେ ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବନରେ ସୌର ପ୍ରଯୁକ୍ତି ଏକ ବିରାଟ ପରିବର୍ତ୍ତନ ଆଣିପାରିବ ଏବଂ ଏଥିପାଇଁ ଅନେକ ପ୍ରକାର ଉପାୟ ରହିଛି । ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନଙ୍କ ଜୀବନରେ ଅକ୍ଷୟ ଶକ୍ତି ଏଭଳି ଦୃଶ୍ୟମାନ ପରିବର୍ତ୍ତନ ଘଟାଇପାରିବ । ତେଣୁ ଏହି କ୍ଷେତ୍ରରେ ସେମାନେ ସହଯୋଗର ସମ୍ଭାବନା ମାର୍ଗ ଅନୁସନ୍ଧାନ କରିବେ । ବିଶେଷ କରି, ବିଦ୍ୟୁତିକରଣ କ୍ଷେତ୍ରରେ ଷ୍ଟୋରେଜ୍‌ ସେଲ୍‌ ଓ ମାଇକ୍ରୋ ଗ୍ରୀଡ଼ ସମାଧାନ ସୂତ୍ର ବାହାର କରିବା ଦିଗରେ କାର୍ଯ୍ୟ କରିବେ ।

36. 2015 ମସିହାରେ ଗଠିତ ଭାରତ-ଜର୍ମାନ ସୌରଶକ୍ତି ସହଭାଗୀତା ଏବଂ 2013 ମସିହାରେ ସ୍ଥାପିତ ସବୁଜ ଶକ୍ତି କରିଡ଼ୋର ସହଯୋଗୀତାକୁ ଉଭୟ ପକ୍ଷ ସ୍ୱୀକାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଅଭିଯାନକୁ ସକାରାତ୍ମକ ବିକାଶ ଦିଗରେ ଜାରି ରଖିବା ଏବଂ ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ସକାଶେ ଭାରତ ସରକାର 2022 ମସିହା ସୁଦ୍ଧା ଦେଶରେ 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ପରବର୍ତ୍ତୀ ବର୍ଷରେ ଏହାକୁ 450 ଗିଗାୱାଟରେ ପହଞ୍ଚାଯିବ ବୋଲି ସ୍ଥିର କରିଛନ୍ତି । ସେହିଭଳି 2050 ମସିହା ସୁଦ୍ଧା ଜର୍ମାନ ସରକାର ତାଙ୍କର ମୋଟ ଶକ୍ତି ଉତ୍ପାଦନର 80%କୁ ଅକ୍ଷୟ ଶକ୍ତି ଉତ୍ସରୁ ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି । ଉଭୟ ନେତା ସହମତ ହୋଇଛନ୍ତି ଯେ ଭାରତ ଓ ଜର୍ମାନ ଶକ୍ତି ବଜାରରେ ଜଳବାୟୁ ଅନୁକୂଳ ବିକାଶ କାର୍ଯ୍ୟକ୍ରମକୁ ସେମାନେ ସବୁ ମତେ ପ୍ରୋତ୍ସାହନ ଯୋଗାଇଦେବେ ।

37. ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ (ISA)ରେ ଯୋଗ ଦେବାକୁ ଜର୍ମାନୀର ଆଗ୍ରହକୁ ଭାରତ ସ୍ୱାଗତ କରିଛି  । ଜର୍ମାନୀ ଅନ୍ତରାଷ୍ଟ୍ରୀୟ ସ୍ତରରେ ପୋଷଣୀୟ ଜଳବାୟୁ ଅନୁକୂଳ ଓ ସକ୍ରିୟ ଶକ୍ତି ସମାଧାନ ସୂତ୍ରକୁ ପ୍ରୋତ୍ସାହନ ଯୋଗାଣକୁ ମଧ୍ୟ ଭାରତ ପକ୍ଷରୁ ସାଧୁବାଦ ଜଣାଯାଇଛି ।

38. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ଭାରତ-ଜର୍ମାନ ପର୍ଯ୍ୟାବରଣ ଫୋରମ (ଆଇଜିଇଏନଭିଏଫ)ର ଗୁରୁତ୍ୱ ଉପରେ ସେମାନଙ୍କର ଗଭୀର ଆସ୍ଥାକୁ ଦୋହରାଇଛନ୍ତି । 2019 ମସିହା ଫେବୃଆରୀ ମାସରେ ଏହାର ଶେଷ ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା । ଉଭୟ ରାଷ୍ଟ୍ରରେ ସଂଘୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ଥିବା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ପୌରସଂସ୍ଥାମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯାଇଛି ।

39. ଜଳ ପରିଚାଳନା, ବର୍ଜ୍ୟ ପରିଚାଳନା/ଚାକ୍ରିକ ଅର୍ଥନୀତି ଓ ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ସଂକ୍ରାନ୍ତ ବୈଠକ ଯାହାକି 2019 ମସିହାରେ ଅନୁଷ୍ଠିତ ହୋଇଛି ଏବଂ ଏଥିପାଇଁ ଯେଉଁ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି ତାହାକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ସେହିଭଳି ଦୁଇ ନେତା ‘କ୍ଲୋଜିଂ ଦି ଲୁପ୍‌ ଅଫ୍‌ ମେରାଇନ୍‌ ଲିଟର ଇନ୍‌ ଇକୋସିଷ୍ଟମ’ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୟାସକୁ ସ୍ୱାଗତ କରିଛନ୍ତି । ସେମାନେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ଯେ ଏଭଳି ପଦକ୍ଷେପ ପୋଷଣୀୟ ବିକାଶ ଲକ୍ଷ୍ୟ 12କୁ ହାସଲ କରିବା ଦିଗରେ ହେଉଥିବା ପ୍ରୟାସକୁ ସହାୟକ ହେବ । ଏହାଦ୍ୱାରା ସଂପଦ ସକ୍ରିୟତା ଓ ଚାକ୍ରିକ ଅର୍ଥନୀତିକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ଓ ଏଥିରୁ ପ୍ରଯୁକ୍ତି ଭିତ୍ତିକ ସମାଧାନ ସୂତ୍ର ବାହାରି ପାରିବ । ଏଥିରେ ସମସ୍ତ ସହାଧିକାରୀଙ୍କୁ ସହଯୋଗୀ ଭାବେ ଗ୍ରହଣ କରାଯାଇଛି । ଉଭୟ ପକ୍ଷ ସାମୁଦ୍ରିକ ବର୍ଜ୍ୟ ପରିପ୍ରେକ୍ଷୀରେ ହୋଇଥିବା ଦୁଇଟି ମିଳିତ ଉଦ୍ଦେଶ୍ୟିକା ଘୋଷଣାନାମାକୁ ସ୍ୱାଗତ ଜଣାଇଛନ୍ତି ।

 40. ଉଭୟ ପକ୍ଷ ସହମତ ପ୍ରକଟ କରିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଜଳବାୟୁ ପରିବର୍ତ୍ତନ ପ୍ରୟାସ ପାଇଁ ଦିଆଯାଇଥିବା ଦ୍ୱିପାକ୍ଷିକ ଆହ୍ୱାନ ଫ୍ରେମୱାର୍କ ଅଧୀନରେ ଥିବା 35 ନିୟୁତ ୟୁରୋର କିଛି ଅଂଶକୁ ଅକ୍ଷୟ ଶକ୍ତିର ଗ୍ରୀଡ଼ ସଂପ୍ରସାରଣ ଓ ଏହାର ଭଣ୍ଡାରଣ ବ୍ୟବସ୍ଥା ପାଇଁ ବ୍ୟୟ କରାଯିବ । ଏହାର ଅନ୍ୟ ଏକ ଅଂଶ ଜଙ୍ଗଲ ସବୁଜିମା ସୁରକ୍ଷା ପାଇଁ ଖର୍ଚ୍ଚ ହେବ । ଜଙ୍ଗଲ ସବୁଜିମା ସୁରକ୍ଷାର ନୂତନ ମଡ଼େଲ ଭାରତର ବନ ଚାଲେଞ୍ଜ ଲକ୍ଷ୍ୟ ହାସଲ ତଥା ଦେଶର 33% ଭୂଭାଗକୁ ଜଙ୍ଗଲ ସବୁଜିମାରେ ପରିଣତ କରିବା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ । ଉଭୟ ପକ୍ଷ ଗୁରୁତ୍ୱର ସହ ଉଲ୍ଲେଖ କରିଛନ୍ତି ଯେ ଜଳବାୟୁକୁ ସୁରକ୍ଷିତ ରଖିବା, ଜୈବ ବିବିଧତାର ସୁରକ୍ଷା ଏବଂ ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ ସକାଶେ ଜଙ୍ଗଲର ସୁରକ୍ଷା ଏକାନ୍ତ ଜରୁରି । 

41. ଉଭୟ ନେତା ଜୈବ ବିବିଧତାର ସୁରକ୍ଷା ଓ ଏହାକୁ ଅଧିକ ସୁଦୃଢ଼ କରିବା ଘେନି ସେମାନଙ୍କର ରଣନୀତିକ ସହଯୋଗୀତାକୁ ଭବିଷ୍ୟତରେ ଜାରି ରଖିବାକୁ ସେମାନଙ୍କର ମନୋଭାବ ବ୍ୟକ୍ତ କରିଛନ୍ତି ।  ଜୈବ ବିବିଧତା ସମ୍ମିଳନୀ (CBD) ଆଲୋଚନାର ସହଭାଗୀ ଭାବେ ସେମାନେ 2020 ମସିହାରେ ଅନୁଷ୍ଠିତ ହେବାକୁ ଥିବା ବୈଶ୍ୱିକ ଜୈବ ବିବିଧତା ଫ୍ରେମୱାର୍କ ସମ୍ମିଳନୀ ପରେ ସୁଦ୍ଧା ସେମାନେ ଏହି ସହଯୋଗୀତାକୁ ଆଗକୁ ଜାରି ରଖିବେ । ଉଭୟ ପକ୍ଷ ତଟୀୟ ତଥା ସାମୁଦ୍ରିକ ଜୈବ ବିବିଧତା ସଂରକ୍ଷଣ, ପଲିନେଟର୍ସର ସଂରକ୍ଷଣ, ଆକ୍ରମଣକାରୀ ଅପରିଚିତ ଜୀବଙ୍କ ପରିଚାଳନା, ପାରିବେଶିକ ଅର୍ଥ ହସ୍ତାନ୍ତରଣ ଓ ଔଷଧୀୟ ବୃକ୍ଷଲତାର ସଂରକ୍ଷଣ ତଥା ଅନ୍ୟାନ୍ୟ ଦେଶୀୟ ବୃକ୍ଷ ବଂଶର ସୁରକ୍ଷା ଭଳି ସହଯୋଗର ସମ୍ଭାବ୍ୟ କ୍ଷେତ୍ରକୁ ଉଭୟ ପକ୍ଷ ଚିହ୍ନଟ କରିଛନ୍ତି ଏବଂ ସେହିସବୁ ପ୍ରକଳ୍ପରେ କାର୍ଯ୍ୟ କରିବା ଲାଗି ଯୋଜନା କରିଛନ୍ତି । ଏ ସଂପର୍କରେ ଉଭୟ ପକ୍ଷଙ୍କ ମଧ୍ୟରେ ଅଧିକ ଆଲୋଚନା ଅନୁଷ୍ଠିତ ହୋଇଛି ।

42. ଉଭୟ ନେତା 2017 ମସିହା ମେ ମାସରେ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ସହରାଞ୍ଚଳର ପୋଷଣୀୟ ବିକାଶ ସଂପର୍କୀତ ମିଳିତ ଅଭିପ୍ରାୟ ଘୋଷଣାନାମା ଅଧିନରେ ସାକାରିତ କାର୍ଯ୍ୟ ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଦିଗରେ ସେମାନେ ସେମାନଙ୍କର ସଫଳ ପ୍ରୟାସ ଆଗକୁ ଜାରି ରଖିବା ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ମାର୍ଟ ସିଟି ନେଟୱାର୍କ ମଧ୍ୟରେ ଭାରତର ଅଂଶଗ୍ରହଣ ସଂପର୍କୀତ ସ୍ୱାକ୍ଷରିତ ମିଳିତ ଅଭିପ୍ରାୟ ଘୋଷଣାନାମାକୁ ଉଭୟ ପକ୍ଷ ସ୍ୱାଗତ ଜଣାଇଛନ୍ତି । 2019-2020 ମସିହାକୁ ଭାରତ ନିର୍ମାଣ ପ୍ରଯୁକ୍ତି ବର୍ଷ ରୂପେ ପାଳନ କରୁଥିବାରୁ ସୁଲଭ ବାସଗୃହ ନିର୍ମାଣ କାର୍ଯ୍ୟକ୍ରମ ଓ ଏହି କାର୍ଯ୍ୟକ୍ରମରେ ନୂତନ ପ୍ରଯୁକ୍ତିର ଆଦାନ ପ୍ରଦାନକୁ ପ୍ରୋତ୍ସାହନ ଯୋଗାଣ ଓ ଅଂଶଗ୍ରହଣ ସକାଶେ ଭାରତ ଜର୍ମାନ କମ୍ପାନୀମାନଙ୍କୁ ଆହ୍ୱାନ ଜଣାଇଛି । ଉଭୟ ପକ୍ଷ 2020 ମସିହାରେ ଜର୍ମାନୀରେ ଅନୁଷ୍ଠିତ ହେବାକୁ ଥିବା ସହରାଞ୍ଚଳ ବିକାଶ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ପରବର୍ତ୍ତୀ ବୈଠକର ସଫଳତା ପାଇଁ ପ୍ରତୀକ୍ଷାରତ ବୋଲି ସେମାନଙ୍କର ମନୋଭାବ ବ୍ୟକ୍ତ କରିଛନ୍ତି । ଉଭୟ ପକ୍ଷ ନୂତନ ସହରାଞ୍ଚଳ କାର୍ଯ୍ୟକ୍ରମ ଯାହାକି 2016 ମସିହାରେ ଅନୁଷ୍ଠିତ ହାବିଟାଟ 3 ସମ୍ମିଳନୀରେ ଚିହ୍ନଟ କରାଯାଇଥିଲା ସେହି ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେମାନେ ନିଜର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା କୋଚି, କୋଏମ୍ବାଟୁର ଓ ଭୁବନେଶ୍ୱର ସହରରେ ପ୍ରବର୍ତ୍ତନ କରାଯାଉଥିବା ଦ୍ୱିପାକ୍ଷିକ ସହଯୋଗ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ଏବଂ ଅଧିକ ଭାରତୀୟ ସହରରେ ସେହି କାର୍ଯ୍ୟକ୍ରମର ପ୍ରବର୍ତ୍ତନ ଓ ସଂପ୍ରସାରଣ ସକାଶେ ସହମତ ହୋଇଛନ୍ତି ।

44. ଭାରତୀର ଛତିଶଗଡ଼ ରାଜ୍ୟ ଦ୍ୱାରା ସହଯୋଗୀତାଭିତ୍ତିକ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସହଭାଗୀତା ଘୋଷଣାନାମାକୁ ମଞ୍ଜୁରି ପ୍ରଦାନ କରିଥିବାରୁ ଜର୍ମାନ ପକ୍ଷ ଏହାକୁ ସ୍ୱାଗତ କରିଛନ୍ତି ଏବଂ ଅଧିକ ଭାରତୀୟ ସହର ଓ ସଂଘୀୟ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ର, ତଥା କେନ୍ଦ୍ର ସରକାର ଏଥିରେ ସାମିଲ ହେବାକୁ ଆହ୍ୱାନ ଜଣାଇଛି ।

45. ଉଭୟ ପକ୍ଷ 2019 ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କୃଷି, ଖାଦ୍ୟ ଶିଳ୍ପ ଓ ଉପଭୋକ୍ତା ସୁରକ୍ଷା ବୈଠକରେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ଗଠନମୂଳକ ଭୂମିକାକୁ ପ୍ରାଧାନ୍ୟର ସହ ଉଲ୍ଲେଖ କରିଛନ୍ତି । ସେହିଭଳି ଖାଦ୍ୟ ସୁରକ୍ଷା, କୃଷି ସଂକ୍ରାନ୍ତ ତାଲିମ ଓ କୌଶଳ, ଅମଳ ପରବର୍ତ୍ତୀ ଶସ୍ୟ ପରିଚାଳନା ଓ କୃଷି ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ଓ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ବୁଝାମଣା ପତ୍ର ଦ୍ୱାରା ସୃଷ୍ଟ ପ୍ରକଳ୍ପର କାର୍ଯ୍ୟକାରୀତାରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

46. ଉଭୟ ପକ୍ଷ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯେ ଭାରତରେ କୃଷି ଓ ପ୍ରାଣୀଧନ ତଥା ଖାଦ୍ୟ ପ୍ରକ୍ରିୟାକରଣ ଓ ଯୋଗାଣ ଚେନ୍‌ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ସହଯୋଗର ସହ କାର୍ଯ୍ୟ କରୁଥିବା ଜର୍ମାନୀ କମ୍ପାନୀମାନଙ୍କ ସକାଶେ ଥିବା ସୁଯୋଗକୁ ପ୍ରଧାନ୍ୟ ଦିଆଯିବ । ଏହି ପରିପ୍ରେକ୍ଷୀରେ 2019 ମସିହା ଶେଷସୁଦ୍ଧା ନୂଆଦିଲ୍ଲୀଠାରେ ଅମଳ ପରବର୍ତ୍ତୀ କୃଷି ଉତ୍ପାଦ ପରିଚାଳନା ଓ କୃଷି ଲଜିଷ୍ଟିକ୍ସ ସଂପର୍କୀତ ଆୟୋଜିତ ହେବାକୁ ଥିବା କର୍ମଶାଳାକୁ ସେମାନେ ସ୍ୱାଗତ କରିଛନ୍ତି ।

47.  ଉଭୟ ନେତା ବିହନ ବିକାଶ ଉପରେ ସେମାନଙ୍କର ସଫଳ ସହଯୋଗକୁ ଉଭୟ ରାଷ୍ଟ୍ର ଜାରି ରଖିଥିବାରୁ ଏହାକୁ ପ୍ରଶଂସା କରିଥିଲେ । 2019 ମସିହା ଜୁନ ମାସରେ ଏହି ସଂପର୍କୀତ ମିଳିତ ଆଭିମୁଖ୍ୟ ଘୋଷଣାନାମା ସ୍ୱାକ୍ଷରିତ ହୋଇଥିଲା ଯାହାକି କୃଷକମାନଙ୍କୁ ଅଧିକ ଅମଳକ୍ଷମ କୃଷି ବିହନ ଯୋଗାଇ ଦେବା ଦିଗରେ ବିଶେଷ ଭାବେ ସହାୟକ ହେବ । ଉଭୟ ପକ୍ଷ କୃଷି କ୍ଷେତ୍ରରେ ସେମାନଙ୍କର ପାରସ୍ପରିକ ସହଯୋଗକୁ ଅଧିକ ନିବିଡ଼ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଥିଲେ ଏବଂ ଏକ ନୂତନ ଦ୍ୱିପାକ୍ଷିକ ସହଯୋଗ ପ୍ରକଳ୍ପ ସ୍ଥାପନ ନିମନ୍ତେ ସ୍ୱାକ୍ଷରିତ ମିଳିତ ଅଭିପ୍ରାୟ ଘୋଷଣାନାମାକୁ ସ୍ୱାଗତ କରିଥିଲେ । ଏହି ଘୋଷଣାନାମା ଭାରତରେ କୃଷି ବିପଣନ ବିକାଶକୁ ବ୍ୟାପକ ତଥା ସୁଦୃଢ଼ କରିବାରେ ସକଳ ପ୍ରକାର ସଂସ୍କାର ଜନିଜ ସହଯୋଗ ଯୋଗାଇ ଦେବା ସକାଶେ ଉଦ୍ଦିଷ୍ଟ ।

48. ଏହାତିରିକ୍ତ,  ଉଭୟ ନେତା ପ୍ରାକୃତିକ ସଂପଦ, ବିଶେଷ ଭାବେ ମୃତ୍ତିକା ଓ ଜଳ ଭଳି ପ୍ରାକୃତିକ ସଂପଦର ପୋଷଣୀୟ ପରିଚାଳନା କ୍ଷେତ୍ରରେ ଘନିଷ୍ଠ ସହଯୋଗ ଜାରି ରଖିବା ପାଇଁ ଦୁଇ ଦେଶଙ୍କ ସହମତକୁ ସ୍ୱାଗତ କରିଥିଲେ ।

IV.  ଲୋକମାନଙ୍କୁ ନିକଟତର କରାଇବା

49. ଉଭୟ ନେତା ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସଂସ୍କୃତି କ୍ଷେତ୍ରରେ ଥିବା ସୁଦୃଢ଼ ସହଯୋଗରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଜର୍ମାନ ଓ ଭାରତୀୟ ସଂଗ୍ରହାଳୟ ମଧ୍ୟରେ ଅଧିକ ସହଯୋଗ ବୃଦ୍ଧି ନିମନ୍ତେ ସ୍ୱାକ୍ଷରିତ ଘୋଷଣାନାମାକୁ ସ୍ୱାଗତ କରିଛନ୍ତି । ଏହି ସହଯୋଗ ମଧ୍ୟରେ ଭାରତର ଜାତୀୟ ସଂଗ୍ରହାଳୟ ଏବଂ ଜର୍ମାନୀର ଷ୍ଟିଫଟଙ୍ଗ୍‌ ପ୍ରେବିସେର କୁଲସୁରବେସିଜ୍‌ (ପ୍ରୁସିଆନ୍‌ କଲଚରାଲ ହେରିଟେଜ୍‌ ଫାଉଣ୍ଡେସନ୍‌) ଓ ହୁମ୍ବୋଲ୍ଟ- ଫୋରମ ମଧ୍ୟରେ ସଂଗ୍ରହାଳୟ ସହଯୋଗ, ସାଂସ୍କୃତିକ ବୈଭବର ସଂରକ୍ଷଣ ଓ ସଂଗ୍ରହାଳୟର ପୁନଃସଂସ୍ଥାପନ ଆଦି କାର୍ଯ୍ୟ ସାମିଲ ।

 50. ଉଭୟ ପକ୍ଷ ନିଖିଳ ଭାରତ ଫୁଟବଲ ମହାସଂଘ (ଏଆଇଏଫଏଫ) ଏବଂ ଡ଼ଏଶ୍ଚର ଫୁଟବଲ ବଣ୍ଡ (ଜର୍ମାନ ଫୁଟବଲ ମହାସଂଘ) ମଧ୍ୟରେ ସ୍ୱାକ୍ଷରିତ ସହଯୋଗୀତା ରାଜିନାମାକୁ ସ୍ୱାଗତ ଜଣାଇଥିଲେ । ସେଥି ମଧ୍ୟରେ କୋଚ୍‌ ପ୍ରଶିକ୍ଷଣ, ପ୍ରତିଭା ଅନ୍ୱେଷଣ ଏବଂ ଅଭିନବ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ସହଯୋଗ ସାମିଲ ।

51. ଉଭୟ ନେତା ନୂଆଦିଲ୍ଲୀର 2 ନ୍ୟାୟ ମାର୍ଗସ୍ଥିତ ଜର୍ମାନ ହାଉସରେ ଏକ ଜର୍ମାନ ଦୂତାବାସ ବିଦ୍ୟାଳୟ ଖୋଲିବା ଏବଂ ରାଷ୍ଟ୍ର ସାହାଯ୍ୟକୃତ ସରକାରୀ କାର୍ଯ୍ୟାଳୟ  ଯାହାକି ଦୂତାବାସର ବ୍ୟବସାୟିକ, ଆର୍ଥିକ, ସାସ୍କୃତିକ ଓ ବିଜ୍ଞାନ ସମ୍ବନ୍ଧୀୟ ବିଭାଗମାନ ଆରମ୍ଭ କରିବା ଉଦ୍ଦେଶ୍ୟରେ ଉପଯୋଗ କରାଯିବ, ସେଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଭଳି ନିର୍ମାଣ ପ୍ରକଳ୍ପରେ ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳ, ଏହାର ଡ଼ିଜାଇନକୁ ପ୍ରଦର୍ଶନ କରାଯିବା ଲାଗି ସେମାନେ ନିଜ ନିଜର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଓ ଏହା ଭାରତ-ଜର୍ମାନ ପ୍ରଯୁକ୍ତି ସହଭାଗୀତାକୁ ସୂଚୀତ କରିବ ।

52. ଉଭୟ ପକ୍ଷ ଉଭୟ ରାଷ୍ଟ୍ର ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ଆଦାନପ୍ରଦାନ ବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ତଥା ‘ଭାରତ-ଜର୍ମାନ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଭାଗୀତା’ (IGP) ଯାହାକି ‘ଭାରତକୁ ଏକ ନୂତନ ମାର୍ଗ’ (ଏଏନପିଟିଆଇ) ସାମଗ୍ରିକ କାର୍ଯ୍ୟକ୍ରମର ଏକ ଅଂଶବିଶେଷକୁ ସ୍ୱାଗତ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଜର୍ମାନୀରେ ଭାରତୀୟ ଛାତ୍ରଙ୍କ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ସହ ଭାରତୀୟ ଛାତ୍ରଙ୍କ ସଂଖ୍ୟା ବୃଦ୍ଧିକୁ ଆଗେଇ ନେବ । ବର୍ତ୍ତମାନ ଜର୍ମାନୀରେ ପ୍ରାୟ 20,800 ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ସେହିଭଳି ଭାରତରେ ଜର୍ମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧି କରାଯିବ । ଏହା ବ୍ୟତୀତ,  ଉଭୟ ପକ୍ଷ ଜର୍ମାନ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଆଧୁନିକ ଭାରତୀୟ ଭାଷା ଶିକ୍ଷାକୁ ପ୍ରୋତ୍ସାହନ ଦେବାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇଛନ୍ତି ଯାହାକି 2015 ମସିହାରେ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ମିଳିତ ଆଭିମୁଖ୍ୟ ଘୋଷଣାନାମାରେ ସୂଚୀତ ହୋଇଛି ।

 53. ଉଭୟ ନେତା ଭାରତ–ଜର୍ମାନ ବିଜ୍ଞାନ ଓ ପ୍ରଯୁକ୍ତି କେନ୍ଦ୍ର, ଆଇଜିଏସଟିସି ମାଧ୍ୟମରେ ଦୀର୍ଘ ଦିନରୁ କରାଯାଇ ଆସୁଥିବା ଗବେଷଣା ସହଭାଗୀତାରେ ପ୍ରଶଂସା ବ୍ୟକ୍ତ କରିଛନ୍ତି । 2020 ମସିହାରେ ଏହି କାର୍ଯ୍ୟକ୍ରମ ତାର ଦଶମ ଜୟନ୍ତୀ ବର୍ଷ ପାଳନ କରିବ । ଉଭୟ ନେତା  TU9 ଏବଂ ଆଇଆଇଟି ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ସହଯୋଗକୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ଅଧିକ ବ୍ୟାପକ କରିବା ତଥା ଭାରତ-ଜର୍ମାନ ପୋଷଣୀୟ କେନ୍ଦ୍ରକୁ ଆଗକୁ ଆଗେଇ ନେବା ଦିଗରେ ହେଉଥିବା ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ।

54. ପାରମ୍ପରିକ ଔଷଧି ଗବେଷଣା କ୍ଷେତ୍ରରେ ଥିବା ସହଯୋଗକୁ ଆହୁରି ଆଗକୁ ବୃଦ୍ଧି କରିବା ସକାଶେ, ଫ୍ରାଙ୍କଫର୍ଟର ଇନୋଭେସନ୍ସଟ୍ରୁମ୍‌ ବାୟୋଟେକ୍ନୋଲଜି ଜିଏମବିଏଚ (ଏଫଆଇଜେଡ଼) ଏବଂ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ), ଯାହାକି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ  ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥାନ ଭାବେ କାର୍ଯ୍ୟ କରୁଛି ସେମାନଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ପ୍ରାଚୀନ ଆୟୁର୍ବେଦ ଚିକିତ୍ସା ପଦ୍ଧତି ସହ ଆଧୁନିକ ଭେଷଜ ବିଜ୍ଞାନ ମଧ୍ୟରେ କିଭଳି ଭାବେ ସମନ୍ୱୟ ଓ ମିଶ୍ରଣ ଘଟାଯାଇ ପାରିବ ସେ ଦିଗରେ ସେମାନେ ସହଯୋଗ ଭିତ୍ତିରେ ମିଳିତ ଗବେଷଣା କରିବା ତଥା ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ।

55. ପାରମ୍ପରିକ ଔଷଧର ଭୂମିକାକୁ ସ୍ୱୀକାର ପୂର୍ବକ, ଆୟୁର୍ବେଦ ଓ ଯୋଗ କିଭଳି ଭାବେ ଲୋକମାନଙ୍କ ସ୍ୱାସ୍ଥ୍ୟରକ୍ଷା ସହ ସେମାନଙ୍କୁ ଆରୋଗ୍ୟ ଓ ନିରାମୟ ରଖିବାରେ ସହାୟକ ହୋଇଆସୁଛି ତାହା ଉପରେ ଉଭୟ ପକ୍ଷ ସହମତ ହୋଇଛନ୍ତି । ଏହି ଦିଗରେ ଭାରତରେ ପାରମ୍ପରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପାରମ୍ପରିକ ଔଷଧର ଭୂମିକାକୁ ସେମାନେ ସ୍ୱୀକାର କରିଛନ୍ତି । ତେଣୁ ଉଭୟ ପକ୍ଷ ଏହି ପାରମ୍ପରିକ ଔଷଧର ପ୍ରଭାବର ମୂଲ୍ୟକୁ ଆଗକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ବିଶେଷ କରି ଯୋଗ ଓ ଆୟୁର୍ବେଦ କିଭଳି ଲୋକମାନଙ୍କର ଉପକାର ସାଧନ କରୁଛି ତାହା ଅଧିକ ଅଧ୍ୟୟନ କରିବେ । ଏ ସଂକ୍ରାନ୍ତରେ ଦ୍ୱିପାକ୍ଷିକ ପ୍ରକଳ୍ପ, ଯାହାକି ଉପରୋକ୍ତ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ପାରମ୍ପରିକ ଔଷଧୀୟ ଉପଚାର ବ୍ୟବସ୍ଥା ଘେନି ଅଧ୍ୟୟନ ସହ ଏହାର ଗୁଣାତ୍ମକ ମାନର ସୁରକ୍ଷା ଓ ପାରମ୍ପରିକ ଔଷଧ ସଂପର୍କୀତ ସଂସାଧନ ବୃଦ୍ଧି କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ସହମତିକୁ ପ୍ରଶଂସା କରିଛନ୍ତି ।

56.  ଉଭୟ ନେତା ଦୁଇ ଦେଶ ମଧ୍ୟରେ ନିୟମିତ ବାଣିଜ୍ୟ ଦୂତାବାସ ସଂପର୍କୀତ ଆଲୋଚନା ବ୍ୟବସ୍ଥାର ଆନୁଷ୍ଠାନିକରଣକୁ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ସକଳ ପ୍ରକାର ବାଣିଜ୍ୟ ସଂପର୍କୀତ ପ୍ରସଙ୍ଗ ସହଜରେ ସମାଧାନ ହୋଇପାରିବ । ଉଭୟ ପକ୍ଷ ଯଥା ଶୀଘ୍ର ସେମାନଙ୍କ ମଧ୍ୟରେ ପ୍ରଥମ ଭାରତ-ଜର୍ମାନୀ କନସୁଲାର ବାର୍ତ୍ତାଳାପରେ ମିଳିତ ହେବାକୁ ସହମତ ହୋଇଛନ୍ତି ।

57. ଉଭୟ ନେତା ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଅପରାଧିକ ପ୍ରସଙ୍ଗରେ ପାରସ୍ପରିକ ଆଇନଗତ ସହାୟତା ରାଜିନାମା (ଏମଏଲଏଟି)କୁ ଚୂଡ଼ାନ୍ତ ରୂପ ପ୍ରଦାନ ସକାଶେ ହୋଇଥିବା ସନ୍ତୋଷଜନକ ପ୍ରଗତି ଉପରେ ଦୃଷ୍ଟିପାତ କରିଛନ୍ତି । ଉଭୟ ନେତା ସହମତ ହୋଇଛନ୍ତି ଯେ ଉଭୟ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଦେଶାନ୍ତରଣ ଓ ସ୍ଥାନାନ୍ତରଣ ସହଭାଗୀତା ରାଜିନାମା କଥାବାର୍ତ୍ତାକୁ ଆଗକୁ ଆଗେଇ ନେବା ଦିଗରେ ପ୍ରୟାସ ଜାରି ରଖିବେ ଏବଂ ଯଥାଶୀଘ୍ର ଏହି ରାଜିନାମାକୁ ଚୂଡ଼ାନ୍ତ ରୂପ ପ୍ରଦାନ କରିବେ । ଏହି ରାଜିନାମା ଭାରତ-ଜର୍ମାନ ଦେଶାନ୍ତରଣ ଓ ସ୍ଥାନାନ୍ତରଣ ସହଭାଗୀତା ରାଜିନାମା ସଂପର୍କୀତ ଉଦ୍ଦେଶ୍ୟିକା ବଚନନାମାର ପ୍ରମୁଖ ବୈଶିଷ୍ଟ ଆଧାରରେ କରାଯିବ ।

58. 2020 ଅଗଷ୍ଟ ମାସ ସୁଦ୍ଧା ମୁମ୍ବାଇସ୍ଥିତ ଜର୍ମାନ ବାଣିଜ୍ୟ ଦୂତାବାସ ମଧ୍ୟରେ ଏକ ସେନଜେନ୍‌ ଭିସା କେନ୍ଦ୍ର ସ୍ଥାପନ ସକାଶେ ଜର୍ମାନ ଫେଡ଼େରାଲ କାର୍ଯ୍ୟାଳୟର ଅଭିପ୍ରାୟକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ଭିସା କେନ୍ଦ୍ର ସ୍ଥାପନ ହେଲେ ଭାରତୀୟ ନାଗରିକଙ୍କୁ ଜର୍ମାନ ଭିସା ହାସଲ ଅଧିକ ସହଜସାଧ୍ୟ ହୋଇପାରିବ ।

V.    ବୈଶ୍ୱିକ ଦାୟିତ୍ୱବୋଧ ଭାଗୀଦାରିତା

59. ଉଭୟ ପକ୍ଷ ସେମାନଙ୍କର ରଣନୀତିକ ସହଭାଗୀତାକୁ ଅଧିକ ବିକାଶ ଓ ସୁଦୃଢ଼ କରିବା ସକାଶେ ଇଚ୍ଛା ପ୍ରକଟ କରିଛନ୍ତି । 2020 ମସିହାରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ସହଭାଗୀତା 20 ବର୍ଷରେ ପଦାର୍ପଣ କରିବ । ତେଣୁ ଉଭୟ ପକ୍ଷ ପ୍ରତି କ୍ୟାଲେଣ୍ଡର ବର୍ଷରେ ଭାରତର ବୈଦେଶିକ ସଚିବ ଏବଂ ଜର୍ମାନ ଫେଡ଼େରାଲ ବୈଦେଶିକ କାର୍ଯ୍ୟାଳୟ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯିବାର ବ୍ୟବସ୍ଥାକୁ ଆନୁଷ୍ଠାନିକ ରୂପରେଖ ପ୍ରଦାନ କରିବା ନିମନ୍ତେ ସ୍ଥିର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଟ୍ରାକ୍‌ 1.5 ରଣନୀତିକ ବାର୍ତ୍ତା ବ୍ୟବସ୍ଥା ସ୍ଥାପନ କରିଛନ୍ତି ଯାହାକି ପ୍ରମୁଖ ସହଭାଗୀମାନଙ୍କୁ ପ୍ରତିବର୍ଷ ପରସ୍ପର ମଧ୍ୟରେ ସେମାନଙ୍କର ମୁକ୍ତ ମତ ବିନିମୟ ସକାଶେ ସୁଯୋଗ ଯୋଗାଇବ ଏବଂ ସେମାନେ ନିଜ ନିଜର ଚିନ୍ତାଧାରା ପ୍ରକଟ କରିପାରିବେ । ଏଥିରେ ଉଭୟ ପକ୍ଷ ପ୍ରତିପକ୍ଷଙ୍କ ଜାତୀୟ, କ୍ଷେତ୍ରୀୟ ଓ ରଣନୀତିକ ସ୍ୱାର୍ଥ ପ୍ରତି ମଧ୍ୟ ଦୃଷ୍ଟି ଦେବେ ଓ ଏ ସଂପର୍କୀତ ନିଜ ନିଜର ନୀତି ନିର୍ଦ୍ଧାରଣ ବେଳେ ସୁପାରିଶ ପାଇଁ କାର୍ଯ୍ୟ କରିବା ସହ ଏ ଦିଗରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଭାରତ ଓ ଜର୍ମାନୀ ପରସ୍ପର ମଧ୍ୟରେ ସୂଚନାର ପ୍ରବାହ ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି  ଓ ଏଥିପାଇଁ ଉଭୟ ଦେଶ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଦାନ ପ୍ରଦାନ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଉଭୟ ପକ୍ଷ ଆମର ଗଣତାନ୍ତ୍ରିକ ସାମାଜିକ ବ୍ୟବସ୍ଥା ନିମନ୍ତେ‌ ମୁକ୍ତ ଗଣମାଧ୍ୟମର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ ଉଭୟ ନେତା ଦୁଇ ଦେଶର ସାଂସଦ ଓ ଜ୍ଞାନୀଗୁଣୀ ବ୍ୟକ୍ତିମାନେ ପରସ୍ପର ରାଷ୍ଟ୍ର ଭ୍ରମଣ କରିବାକୁ ପ୍ରୋତ୍ସାହନ ପ୍ରଦାନ କରିବେ । ଏହି ପରିପ୍ରେକ୍ଷୀରେ ଶୈକ୍ଷିକ ଓ ଆଲୋଚନା ଫର୍ମାଟ ଜରିଆରେ ଜର୍ମାନ ରାଜନୈତିକ ଭିତ୍ତିର ଭୂମିକାକୁ ସ୍ୱୀକାର ପୂର୍ବକ ଦୁଇ ଦେଶ ମଧ୍ୟରେ ଏଭଳି ସଂପର୍କ ସ୍ଥାପନକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇବେ ।

60. ବିକାଶଶୀଳ ଓ ସ୍ୱଳ୍ପ ଆୟକାରୀ ରାଷ୍ଟ୍ରଙ୍କ ମଧ୍ୟରେ ଋଣ ବୃଦ୍ଧିକୁ ରୋକିବା ସକାଶେ ଏବଂ ଏଥିସହ ସେମାନଙ୍କ ସକାଶେ ଆବଶ୍ୟକ ଅର୍ଥ ଉପଲବ୍ଧର ବ୍ୟବସ୍ଥା ସହ, ଉଭୟ ନେତା ଏକ ଦାୟିତ୍ୱସମ୍ପନ୍ନ, ସ୍ୱଚ୍ଛ, ସୁସ୍ଥ ଓ ପୋଷଣୀୟ ଋଣ ଅର୍ଥ ଯୋଗାଣର ବ୍ୟବସ୍ଥା ଯାହାକି ଉଭୟ ଋଣଗ୍ରହୀତା ଓ ଋଣଦାତାଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଥିବ ସେଭଳି ବ୍ୟବସ୍ଥାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ପୁନଶ୍ଚ ଏହି ବ୍ୟବସ୍ଥା ଉଭୟ ସରକାରୀ ଓ ଘରୋଇ ଋଣ ଆଦାନ ପ୍ରଦାନ କ୍ଷେତ୍ରରେ ସୃଷ୍ଟି କରାଯିବ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ), ବିଶ୍ୱ ବ୍ୟାଙ୍କ ଗୋଷ୍ଠୀ ଏବଂ ପ୍ୟାରିସ୍‌ କ୍ଲବ୍‌ (ପିସି) ଭଳି ଅନ୍ତରାଷ୍ଟ୍ରୀୟ ସଂସ୍ଥାମାନଙ୍କ ପକ୍ଷରୁ ସ୍ୱଳ୍ପ ଆୟକାରୀ ରାଷ୍ଟ୍ରମାନଙ୍କ ସକାଶେ ଋଣ ବ୍ୟବସ୍ଥା କରିବା ନିମନ୍ତେ ଏବେ ଚାଲିଥିବା ପ୍ରୟାସକୁ ଭାରତ ଓ ଜର୍ମାନୀର ସହଯୋଗ ପୃଷ୍ଠଭୂମିରେ ସମର୍ଥନ ଜଣାଯାଇଛି ଏବଂ ଏ ଦିଗରେ ପିସି ପକ୍ଷରୁ ଯେଉଁ ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି ସେଥିରେ ବ୍ୟାପକ ଭାବେ ବର୍ତ୍ତମାନ ମୁଣ୍ଡ ଟେକୁଥିବା ନୂତନ ଋଣଦାତାମାନଙ୍କୁ ସାମିଲ କରିବା ସପକ୍ଷରେ ମଧ୍ୟ ଉଭୟ ନେତା ମତ ପୋଷଣ କରିଛନ୍ତି । ଉଭୟ ପକ୍ଷ ପ୍ୟାରିସ୍‌ କ୍ଲବର ଭୂମିକାକୁ ପୁନଃସମର୍ଥନ ଜଣାଇବା ସହ ସରକାରୀ ଋଣ ଯୋଗାଣ ପ୍ରସଙ୍ଗରେ ବର୍ତ୍ତମାନ ପ୍ରଚଳିତ ସରକାରୀ ଦ୍ୱିପାକ୍ଷିକ ଋଣ ପ୍ରଦାନ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ।

61. ଭାରତ ଓ ଜର୍ମାନୀ ସେମାନଙ୍କ ମଧ୍ୟରେ ବର୍ତ୍ତମାନର ପ୍ରତିରକ୍ଷା ସହଯୋଗକୁ ଅଧିକ ନିବିଡ଼ କରିବାର ଆବଶ୍ୟକତାକୁ ସ୍ୱୀକାର କରିଛନ୍ତି । ଏହି ଦିଗରେ ସେମାନେ ମିଳିତ ଭାବେ ବୈଶ୍ୱିକ ଏବଂ କ୍ଷେତ୍ରୀୟ ନିରାପତ୍ତା ଚାଲେଞ୍ଜକୁ ମୁକାବିଲା କରିବା ଦିଗରେ ସେମାନଙ୍କ ମଧ୍ୟରେ ରଣନୀତିକ ସହଭାଗୀତା ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜର୍ମାନୀ ଭାରତ ସହ ସାମରିକ ଉପକରଣ ରପ୍ତାନି ତଥା ପ୍ରଯୁକ୍ତି ସହଭାଗୀତା ଦିଗରେ କାର୍ଯ୍ୟ କରିବ ଏବଂ ତାହା ପ୍ରଚଳିତ ଉପଯୁକ୍ତ ଆନ୍ତର୍ଜାତିକ, ୟୁରୋପୀୟ ଏବଂ ଜାତୀୟ ନୀତି ଆଧାରରେ କାର୍ଯ୍ୟକାରୀ କରାଯିବ । ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ଶିଳ୍ପଙ୍କ ମଧ୍ୟରେ ନିବିଡ଼ ସହଯୋଗ ସହ ବିକାଶ ଏବଂ ସହ ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବ ଏବଂ ତାହା ଭାରତ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସ  ଆଧାରରେ ହୋଇଥିବ ତଥା ଏହି ପରିପ୍ରେକ୍ଷୀରେ ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ସ୍ଥାପିତ ପ୍ରତିରକ୍ଷା କରିଡ଼ୋର ବ୍ୟବସ୍ଥାର ସୁବିଧା ସୁଯୋଗ ହାସଲ କରିବ । ଭାରତ ଏବଂ ଜର୍ମାନ ନୌ ଶିଳ୍ପ (ଯଥା, ବୁଡ଼ାଜାହାଜ) ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ସହଯୋଗର ଉତ୍ସାହଜନକ କ୍ଷେତ୍ର ରହିଛି । ଭାରତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ରକ୍ଷା ନିମନ୍ତେ ଉଭୟ ପକ୍ଷଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଏହାର ଆବଶ୍ୟକତା ରହିଛି । ଉଭୟ ପକ୍ଷ ପ୍ରତିରକ୍ଷା ଶିଳ୍ପର ପରୀକ୍ଷା ଓ ପ୍ରମାଣନ ଦିଗରେ ପରସ୍ପର ମଧ୍ୟରେ ଦୃଢ଼ ସହଯୋଗ ସକାଶେ ସହମତ ହୋଇଛନ୍ତି, ବିଶେଷ କରି ବିଭିନ୍ନ ବ୍ୟବସ୍ଥା ଓ ଉପ ବ୍ୟବସ୍ଥା ଓ ଗୁଣାତ୍ମକ ମାନ ସୁନିଶ୍ଚିତକରଣର ଡ଼ିଜାଇନକୁ ପ୍ରମାଣପତ୍ର ପ୍ରଦାନ କରିବା କ୍ଷେତ୍ରରେ ଏହାର ବିଶେଷ ଆବଶ୍ୟକତା ରହିଛି । ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ଉଭୟ ରାଷ୍ଟ୍ରର ପ୍ରମୁଖ ଶିଳ୍ପସଂସ୍ଥାମାନେ ପ୍ରତିପକ୍ଷ ରାଷ୍ଟ୍ରଙ୍କ ଏସଏମଇ/ଏମଏସଏମଇ ସହ ଅଧିକରୁ ଅଧିକ ମାତ୍ରରେ ସମନ୍ୱୟ ରକ୍ଷା କରିବା ଦିଗରେ ନିକଟତର ହେବାର ଆବଶ୍ୟକତା ରହିଛି ।

62. ଉଭୟ ନେତା ପରସ୍ପର ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବେ ଆଲୋଚନା ଜାରି ରଖିବା ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । ଏହା ଭାରତ ଓ ଜର୍ମାନୀରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ । ସେମାନେ ପ୍ରତି ଦୁଇ ବର୍ଷରେ ଅନ୍ୟୁନ ଥରେ ଲେଖାଏଁ ସାକ୍ଷାତ ଆଲୋଚନା କରିବା ଆବଶ୍ୟକ ।  ଉଭୟ ରାଷ୍ଟ୍ର ‘ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ସଂପର୍କୀତ ବ୍ୟବସ୍ଥା ପ୍ରବର୍ତ୍ତନ’ ରାଜିନାମା ଯାହାକି ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ତାହାକୁ ସ୍ୱାଗତ କରିଛନ୍ତି ଏବଂ ସେମାନେ ଦୃଢ଼ ଆଶା ପ୍ରକଟ କରିଛନ୍ତି ଯେ ଏହି ରାଜିନାମା ବର୍ତ୍ତମାନ ପ୍ରଚଳିତ ନିରାପତ୍ତା ସହଯୋଗ ନୀତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ନୂତନ ପ୍ରତିରକ୍ଷା ଓ ନିରାପତ୍ତା ବାର୍ତ୍ତାଳାପ ଫର୍ମାଟକୁ ଆଗେଇ ନେବା ଦିଗରେ ମଧ୍ୟ ବିଶେଷ ସହାୟକ ହେବ । ଏହା ବ୍ୟତୀତ ବୈଶ୍ୱିକ, କ୍ଷେତ୍ରୀୟ, ସାମୁଦ୍ରିକ ଓ ସାଇବର ନିରାପତ୍ତା ଉପରେ ଧ୍ୟାନ ପ୍ରଦାନ, ମିଳିତ ଜାତିସଂଘ ଶାନ୍ତିସେନା ତାଲିମ କ୍ଷେତ୍ରରେ ସହଯୋଗକୁ ବ୍ୟାପକ ଓ ନିବିଡ଼ କରିବା, ଯାହାକି ନିୟମିତ ଭାବେ ଉଚ୍ଚସ୍ତରୀୟ ଓ ବିଶେଷଜ୍ଞ ସ୍ତରୀୟ ପରାମର୍ଶ କାର୍ଯ୍ୟକ୍ରମରେ ସହାୟକ ହୋଇପାରିବ ସେଥି ପ୍ରତି ମଧ୍ୟ ବିଶେଷ ଧ୍ୟାନ ପ୍ରଦାନ କରାଯିବ ।

63. ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ଅବସରରେ, ଉଭୟ ରାଷ୍ଟ୍ର ଏହି ମହାନ ଆତ୍ମାଙ୍କ ଜୀବନାଦର୍ଶ ଯାହାକି ଅହିଂସା ଓ ସଂହତି ଉପରେ ଆଧାରିତ ସେଥିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେମାନେ ପ୍ରତିବଦ୍ଧତା ଦୋହରାଇ କହିଛନ୍ତି ଯେ ପରସ୍ପର ମଧ୍ୟରେ ସ୍ୱୀକାର୍ଯ୍ୟ ମୂଲ୍ୟବୋଧ ଯାହାକି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ପ୍ରଚଳିତ ନିୟମ, ମାନବାଧିକାର ଓ ମୌଳିକ ଅଧିକାର ପ୍ରତି ସମ୍ମାନବୋଧ, ବହୁପାକ୍ଷିକ ସହଯୋଗ ଏବଂ ସର୍ବୋପରି ଏହା ମିଳିତ ଜାତିସଂଘ ଘୋଷଣାନାମାରେ ଥିବା ଉଦ୍ଦେଶ୍ୟିକା ଓ ନୀତି ଉପରେ ଆଧାରିତ ହୋଇଥିବ, ଯେଉଁଥିରେ ସମାନତା, ସାର୍ବଭୌମତ୍ୱ ଓ ସମସ୍ତ ରାଷ୍ଟ୍ରଙ୍କ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନବୋଧ ଥିବ ସେଥିପ୍ରତି ସମ୍ମାନ ପ୍ରଦର୍ଶନ କରିବେ । ଉଭୟ ନେତା ମାନବାଧିକାର ଓ ମୌଳିକ ସ୍ୱାଧୀନତାର ସୁରକ୍ଷା ଓ ଯେଉଁ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥା ଏହାକୁ ସୁରକ୍ଷା ପ୍ରଦାନ କରୁଥିବ ସେଥିପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଭାରତ ଓ ଜର୍ମାନୀ ପରସ୍ପର ମଧ୍ୟରେ ଘନିଷ୍ଠ ସହଯୋଗ ବୃଦ୍ଧି ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଦ୍ୱିପାକ୍ଷିକ ଓ ଅନ୍ୟ ସହଯୋଗୀମାନଙ୍କ ସହିତ ମିଶି  G-20, ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁରାଷ୍ଟ୍ରୀୟ ସଂଗଠନମାନଙ୍କରେ ପ୍ରତିଫଳିତ ହେବ ଯଦ୍ୱାରା ବର୍ତ୍ତମାନ ପ୍ରଚଳିତ ଓ ମୁଣ୍ଡ ଟେକୁଥିବା ନୂଆ ନୂଆ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ନିରାପତ୍ତା, ବୈଶ୍ୱିକ ଅର୍ଥନୀତିର ସ୍ଥିରତା ଓ ବିକାଶ ପାଇଁ ପ୍ରଯୁଜ୍ୟ ହେବ । ଏହି ପରିପ୍ରେକ୍ଷୀରେ ଭାରତ ଓ ଜର୍ମାନୀ ବିଶେଷ ଭାବେ 2022 ମସିହାରେ ଭାରତର ଅଧ୍ୟକ୍ଷତାରେ G-20 ଏବଂ ଜର୍ମାନୀ ଅଧ୍ୟକ୍ଷତାରେ ପରିଚାଳିତ ହେବାକୁ ଥିବା G-7 ସଫଳତା ପ୍ରତି ଗଭୀର ଆଶା ପ୍ରକଟ କରିଛନ୍ତି ।

64. ଉଭୟ ପକ୍ଷ ଅବାରିତ ବାଣିଜ୍ୟ କାରବାର ଓ ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ, ବିଶେଷ କରି ମିଳିତ ଜାତିସଂଘ ପ୍ରାୟୋଜିତ ସାଗର ଆଇନ ସମ୍ମିଳନୀ (UNCLOS) 1982 ଆଧାରରେ ସାମୁଦ୍ରିକ କାରବାରର ସ୍ୱାଧୀନତାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି।

65. ଉଭୟ ନେତା ଏକ ସ୍ଥିର, ମିଳିତ, ସମୃଦ୍ଧ, ବିବିଧ ଓ ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଏକ ଇଣ୍ଟ୍ରା- ଆଫଗାନ ଆଲୋଚନା ଯେଉଁଥିରେ କି ସରକାରଙ୍କୁ ସାମିଲ କରାଯିବ ସେଭଳି ଏକ ଆଲୋଚନାର ଆୟୋଜନ ସକାଶେ ଜର୍ମାନୀର ଉଦ୍ୟମକୁ ଭାରତ ସ୍ୱାଗତ କରିଛି । ଏଭଳି ଆଲୋଚନା ମାଧ୍ୟମରେ ସେଠାରେ ଏକ ଆଫଗାନ ନେତୃତ୍ୱାଧୀନ ଓ ଆଫଗାନିସ୍ତାନ ନିୟନ୍ତ୍ରଣାଧୀନ ଶାନ୍ତି ଓ ଆପୋଷ ଆଲୋଚନା ପ୍ରକ୍ରିୟା ସୁନିଶ୍ଚିତ ହୋଇପାରିବ ବୋଲି ଆଶା ପ୍ରକଟ କରାଯାଇଛି । ସେମାନେ ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନରେ ସକଳ ପ୍ରକାର ହିଂସାକାଣ୍ଡ ବନ୍ଦ ହେବାକୁ ଆହ୍ୱାନ ଜଣାଇଛନ୍ତି । ସେହିଭଳି ସେଠାରେ ସବୁ ପ୍ରକାର ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର ଢାଞ୍ଚାକୁ ଭଙ୍ଗ କରାଯିବା ସକାଶେ ଆହ୍ୱାନ ଦେଇଛନ୍ତି । ସେଠାରେ ଆତଙ୍କବାଦୀଙ୍କ ନିରାପଦ ଆବାସସ୍ଥଳୀ  ଓ ଆଡ୍ଡାକୁ ଧୂଳିସାତ କରିବା ଲାଗି ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ଆଫଗାନିସ୍ତାନର ନାଗରିକମାନଙ୍କ ସାର୍ବଜନୀନ ମାନବାଧିକାର ସୁରକ୍ଷିତ ହୋଇପାରିବ ଏବଂ ସେଠାରେ ସାମ୍ବିଧାନିକ ଶୃଙ୍ଖଳା ସୁରକ୍ଷିତ ତଥା କାଏମ ରହିପାରିବ ଯାହାକି ସେ ଦେଶ ସମ୍ବିଧାନରେ ଅନୁସୃତ ହୋଇଛି । ଆଫଗାନିସ୍ତାନର ବିକାଶ ସହଯୋଗ ଏବଂ ସେ ଦେଶର ପୁନଃନିର୍ମାଣରେ ଭାରତ ଅବଦାନକୁ ଜର୍ମାନୀ ଭୂୟସୀ ପ୍ରଶଂସା କରିଛି । ଉଭୟ ନେତା ଉଲ୍ଲେଖ କରିଛନ୍ତି ଯେ ହାର୍ଟ ଅଫ୍‌ ଏସିଆ-ଇସ୍ତାନବୁଲ ପ୍ରୟାସ ଏବଂ  ଆଫଗାନିସ୍ତାନ ପାଇଁ ଗଠିତ ଆନ୍ତର୍ଜାତିକ କଣ୍ଟ୍ରାକ୍ଟ ଗୋଷ୍ଠୀ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଫର୍ମାଟ ଭାବେ କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଆତ୍ମବିଶ୍ୱାସ ଗଠନ ଓ ରାଜନୈତିକ ସହଯୋଗର ବଳିଷ୍ଠ ମାଧ୍ୟମ ଓ ସାଧନ ରୂପେ କାର୍ଯ୍ୟ କରିବା ଉଚିତ ।

66. ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବିପଦ ବୋଲି ଗୁରୁତ୍ୱର ସହ ଉଲ୍ଲେଖ କରି ଉଭୟ ନେତା ଆତଙ୍କବାଦ ଦ୍ୱାରା ବିଶ୍ୱ ପାଇଁ କେତେ ମାତ୍ରାରେ ଆତଙ୍କ ସୃଷ୍ଟି ହୋଇଛି ସେଥିପ୍ରତି ସେମାନଙ୍କର ଉଦ୍‌ବେଗ ପ୍ରକଟ କରିଛନ୍ତି ଏବଂ ମିଳିତ ଭାବେ ଏହାର ମୁକାବିଲା ସକାଶେ ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଆତଙ୍କବାଦର ନିରାପଦ ଆଶ୍ରୟସ୍ଥଳୀ ଓ ସେମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାର ସୂତ୍ରକୁ ମୂଳୋତ୍ପାଟନ କରିବା ଆତଙ୍କବାଦୀଙ୍କ ସୀମା ଅତିକ୍ରମକୁ ରୋକିବା ସକାଶେ ବିଶ୍ୱର ସମସ୍ତ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେମାନେ ଆହ୍ୱାନ ଜଣାଇଛନ୍ତି । ସେମାନେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଆତଙ୍କବାଦକୁ ମୁକାବିଲା କରିବା ଓ ହିଂସାତ୍ମକ ଅତିବାଦକୁ ରୋକିବା ସକାଶେ ଦୃଢ଼  ଆର୍ନ୍ତାଜିତିକ ସହଭାଗୀତା ଜରୁରି । ସେଥି ସହ ସେମାନଙ୍କ ସଂପର୍କରେ ଅଧିକରୁ ଅଧିକ ମାତ୍ରାରେ ସୂଚନା ଆଦାନପ୍ରଦାନ, ଗୁଇନ୍ଦା ତଥ୍ୟ ଦେଣନେଣ ଏବଂ ସାର୍ବଜନୀନ ନୀତି ନିୟମ ଓ ଅନ୍ତରାଷ୍ଟ୍ରୀୟ ଆଇନ, ମାନବିକ ଅଧିକାର ଆଇନ ଓ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆଇନ ସମେତ ସକଳ ପ୍ରକାର ନିୟମାବଳୀ ଆଧାରରେ ଏହା କରାଯିବା ଆବଶ୍ୟକ ।

67. ଉଭୟ ନେତା ଉଲ୍ଲେଖ କରିଛନ୍ତି ଯେ ବିଶ୍ୱର ସମସ୍ତ ରାଷ୍ଟ୍ର ସେମାନଙ୍କ କ୍ଷେତ୍ରକୁ ଯେଭଳି ଅନ୍ୟ ରାଷ୍ଟ୍ର ଉପରେ କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣ ସକାଶେ ବ୍ୟବହାର କରାନଯାଏ ତାହା ସୁନିଶ୍ଚିତ କରିବା ଉଚିତ । ଉଭୟ ନେତା ଏହା ଉପରେ ଗୁରୁତ୍ୱ ପ୍ରଦାନ ସହ ମତ ବ୍ୟକ୍ତ କରିଛନ୍ତି ଯେ ବିଶ୍ୱ ଆତଙ୍କବାଦର ମୁକାବିଲା ସକାଶେ ସମସ୍ତ ରାଷ୍ଟ୍ର ମିଳିତ ଭାବେ ପ୍ରୟାସ କରିବାର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ ଏବଂ ସେମାନେ ଏ ଦିଗରେ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି ଯେ ଆତଙ୍କବାଦ ଏହାର ସକଳ ପ୍ରକାର ସ୍ୱରୂପ ଓ ପ୍ରକଟରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଦ୍ୱାରା କଦାପି ଗ୍ରହଣୀୟ ନୁହେଁ  । ବିଶ୍ୱର ଏଭଳି ବିପଦର ମୁକାବିଲା ସକାଶେ ଏକ ମିଳିତ ଫ୍ରଣ୍ଟ ଗଠନ କରାଯିବା ଉଚିତ ବୋଲି ଉପସ୍ଥାପନ କରି ଦୁଇ ନେତା ବିଶ୍ୱ ଆତଙ୍କବାଦ ସଂପର୍କୀତ ବ୍ୟାପକ ସମ୍ମିଳନୀ (CCIT) 2020 ମାର୍ଚ୍ଚ ମାସରେ ଅନୁଷ୍ଠିତ କରାଇବାକୁ ଆହ୍ୱାନ ଜଣାଇଛନ୍ତି ।

68. ଉଭୟ ନେତା ସହମତ ପ୍ରକଟ କରିଛନ୍ତି ଯେ ଭାରତ ଓ ଜର୍ମାନୀ ଆତଙ୍କବାଦ ନିରୋଧୀ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଢାଞ୍ଚା ଘନିଷ୍ଠ ସହଯୋଗ ଭିତ୍ତିରେ ଗଠନ କରିବା ଆବଶ୍ୟକ ଏବଂ ସେଥିରେ ଆତଙ୍କବାଦୀ ନେଟୱାର୍କ ସଂକ୍ରାନ୍ତ ସକଳ ପ୍ରକାର ସୂଚନା ଓ ଗୁଇନ୍ଦା ତଥ୍ୟ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରାଯିବା ଉଚିତ । ସେହିଭଳି ଉଭୟ ପକ୍ଷ ବିଶ୍ୱରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅତିବାଦର ଚିନ୍ତାଧାରାକୁ ରୋକିବା ସକାଶେ କାର୍ଯ୍ୟ କରିବା ଉଚିତ । ଏହି ପରିପ୍ରେକ୍ଷୀରେ ସେମାନେ ଯଥାଶୀଘ୍ର ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ପରବର୍ତ୍ତୀ ବୈଠକ ଅନୁଷ୍ଠିତ କରାଇବାକୁ ନିଜ ନିଜର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

69.  ଭାରତ ଓ ଜର୍ମାନୀ ମିଳିତ ବ୍ୟାପକ କାର୍ଯ୍ୟଯୋଜନା (JCPOA)କୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବାକୁ ସେମାନଙ୍କର ପ୍ରତିବଦ୍ଧତା ପୁନଃପ୍ରକଟ କରିଛନ୍ତି । ଏହି ରାଜିନାମା ଇରାନ ଏବଂ E 3+3 ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏହାର ଚତୁଃପାର୍ଶ୍ଵରେ ମୁଣ୍ଡ ଟେକିଥିବା ପ୍ରସଙ୍ଗଗୁଡ଼ିକ ଶାନ୍ତିପୂର୍ଣ୍ଣ ଭାବେ ଏବଂ ରାଜନୈତିକ ଆଲୋଚନା ମାଧ୍ୟମରେ ସମାଧାନ ହେବା ଉଚିତ । ଭାରତ ଓ ଜର୍ମାନୀ ସହମତ ହୋଇଛନ୍ତି ଯେ ଇରାନର ଆଣବିକ କାର୍ଯ୍ୟକ୍ରମ ଓ ମିଳିତ ଜାତିସଂଘ ନିରାପତ୍ତା ପରିଷଦ 2231 ଆଧାରରେ ଭାରତ ଓ ଜର୍ମାନୀ ମିଳିତ ବ୍ୟାପକ କାର୍ଯ୍ୟଯୋଜନା (ଜେସିପିଓଏ)କୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଏବଂ ସେଥିରେ କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସ୍ଥିରତାକୁ ସୁନିଶ୍ଚିତ କରାଯିବା ଉଚିତ । ବର୍ତ୍ତମାନ ଉଠିଥିବା ବିବାଦ ମଧ୍ୟ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବା ସହ ପାରସ୍ପରିକ ବିଶ୍ୱାସର ବାତାବରଣ ସୃଷ୍ଟି ଏବଂ ଏବେ ସେ କ୍ଷେତ୍ରରେ ମୁଣ୍ଡ ଟେକିଥିବା ଉତ୍ତେଜନା ପ୍ରଶମିତ ହେବା ବାଞ୍ଛନୀୟ ।

70. ଉଭୟ ନେତା ବିଶ୍ୱରେ ହେଉଥିବା ଅଣୁ ଅସ୍ତ୍ର ଅପ୍ରସାର ପ୍ରୟାସକୁ ସୁଦୃଢ଼ କରିବା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ମିଜାଇଲ ଟେକ୍ନୋଲଜି କଣ୍ଟ୍ରୋଲ ରିଜିମ୍‌, ଅଷ୍ଟ୍ରେଲିଆ ଗୋଷ୍ଠୀ ଏବଂ ୱାସେନାର ବ୍ୟବସ୍ଥାରେ ଭାରତକୁ ସାମିଲ କରାଯିବା ପ୍ରକ୍ରିୟାରେ ସମର୍ଥନ ଜଣାଇଥିବାରୁ ଭାରତ ଜର୍ମାନୀକୁ ଧନ୍ୟବାଦ ଜଣାଇଛି । ଜର୍ମାନୀ ମଧ୍ୟ ଆଣବିକ ଇନ୍ଧନ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି)ରେ ଭାରତର ଯଥାଶୀଘ୍ର ସଦସ୍ୟତା ସମର୍ଥନକୁ ଦୋହରାଇଛି । ଏହି ପରିପ୍ରେକ୍ଷୀରେ ଆଣବିକ ଅସ୍ତ୍ର ଅପ୍ରସାର, ନିରସ୍ତ୍ରୀକରଣ ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ଗଠନମୂଳକ ଭୂମିକାର ଗୁରୁ‌ତ୍ୱକୁ ଜର୍ମାନୀ ସ୍ମରଣ ଓ ପ୍ରଶଂସା କରିଛି ।

71. ଉଭୟ ନେତା ଗୁରୁତ୍ୱର ସହ ଉଲ୍ଲେଖ କରିଛନ୍ତି ଯେ G-4 ପ୍ରୟାସ ଏବଂ ଅନ୍ୟନ୍ୟ ସଂସ୍କାର ଭିତ୍ତିକ ରାଷ୍ଟ୍ର ଓ ଗୋଷ୍ଠୀ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ବ୍ୟବସ୍ଥାର ବ୍ୟାପକ ସଂସ୍କାର ମିଳିତ ଜାତିସଂଘର 74ତମ ସାଧାରଣ ପରିଷଦ ଅଧିବେଶନ କାଳରେ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଉଭୟ ରାଷ୍ଟ୍ର ଏହି ସଂସ୍କାରିତ ଓ ସଂପ୍ରସାରିତ ସଂସ୍ଥାରେ ପରସ୍ପରର ସ୍ଥାୟୀ ସଦସ୍ୟ ପଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ନିରାପତ୍ତା ପରିଷଦର ସଂସ୍କାର ଓ ସଂପ୍ରସାରଣ ବାସ୍ତବତା ଦୃଷ୍ଟିରୁ ଏକାନ୍ତ ଜରୁରି ବୋଲି ସେମାନେ ଉଲ୍ଲେଖ କରିଛନ୍ତି ଯାହାକି ଏକ ବିବିଧ ନୀତି ଭିତ୍ତିକ ବିଶ୍ୱ ଶୃଙ୍ଖଳାକୁ ସୁରକ୍ଷିତ ରଖିବା ସହ ସୁଦୃଢ଼ କରିବ । ନିରାପତ୍ତା ପରିଷଦରେ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା କେନ୍ଦ୍ରରେ ପ୍ରତିନିଧିତ୍ୱର ଅଭାବ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ନିରାପତ୍ତାକୁ ବ୍ୟାହତ କରିବ ଏବଂ ଏହା ଉପଯୁକ୍ତ ଭାବେ ନିଷ୍ପତ୍ତି ଗ୍ରହଣ ଓ ସକ୍ରିୟତାର ସହ କାର୍ଯ୍ୟ କରିବାରେ ବାଧା ଉପୁଜାଇବ । ଏହି ଦୃଷ୍ଟିରୁ ଆମେମାନେ ବର୍ତ୍ତମାନ ଯେଉଁ ବୈଶ୍ୱିକ ଚାଲେଞ୍ଜମାନ ସାମ୍ନା କରୁଛୁ, ସେଥିପାଇଁ ଆମେ ଏକ ସୁଦୃଢ଼, ଉପଯୁକ୍ତ ଏବଂ ସକ୍ରିୟ ମିଳିତ ଜାତିସଂଘ ଗଠନର କାମନା କରୁଛୁ ବୋଲି ସେମାନେ ମତ ପୋଷଣ କରିଛନ୍ତି ।

 72. ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସକାଶେ ବିବିଧ ସ୍ତରୀୟ ସୁଦୃଢ଼ ଓ ସକ୍ରିୟ ସହଯୋଗ ଏକାନ୍ତ ଜରୁରି । ଆମ ସମୟର ପ୍ରମୁଖ ଚାଲେଞ୍ଜ ସେମାନଙ୍କର ସ୍ୱାଭାବ ଓ ବୈଶ୍ୱିକ ଆକାର ଦୃଷ୍ଟିରୁ ପୃଥକ ଭାବେ କୌଣସି ଗୋଟିଏ ରାଷ୍ଟ୍ର ଦ୍ୱାରା ସମାଧାନ ହୋଇପାରିବ ନାହିଁ । ସେଥିପାଇଁ ସେସବୁର ମିଳିତ ଭାବେ ମୁକାବିଲା କରିବା ଲାଗି ସେମାନେ ଆହ୍ୱାନ ଜଣାଇଛନ୍ତି ।

73. ଉଭୟ ନେତା ପଞ୍ଚମ ଆନ୍ତଃ ସରକାରୀ ସ୍ତରୀୟ ଆଲୋଚନାରେ ସେମାନଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ରଣନୀତିକ ସହଭାଗୀତା ଆଧାରରେ ଅଧିକ ସୁଦୃଢ଼ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ କ୍ଷେତ୍ରୀୟ ଓ ବୈଶ୍ୱିକ ଗୁରୁତ୍ୱ ବହନ କରୁଥିବା ସମାଧାନ ପନ୍ଥା ଗୁଡ଼ିକ ମଧ୍ୟରେ ସମନ୍ୱୟ ଜାରି ରଖିବା ଲାଗି ବଦ୍ଧପରିକର ବୋଲି ଘୋଷଣା କରିଛନ୍ତି । ତାଙ୍କୁ ଉଷ୍ମ ଓ ଭବ୍ୟ ଆତିଥେୟତା ପ୍ରଦାନ କରିଥିବାରୁ ଜର୍ମାନ ଫେଡ଼େରାଲ ଚାନ୍ସେଲର ଡକ୍ଟର ଆଞ୍ଜେଲା ମର୍କେଲ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM to IT firms: Go beyond services, make AI products

Media Coverage

PM to IT firms: Go beyond services, make AI products
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Chhatrapati Shivaji Maharaj on his Jayanti
February 19, 2026

On the Jayanti of Chhatrapati Shivaji Maharaj, Prime Minister Shri Narendra Modi paid homage to the visionary leader, exceptional administrator, strategic thinker, and champion of Swarajya.

The Prime Minister stated that Shivaji Maharaj’s courage continues to inspire, his governance serves as a guiding light, and his spirit of justice and self-respect strengthens society even today.

He emphasized that Chhatrapati Shivaji Maharaj always placed the welfare of every single person above everything else and dedicated himself completely to their protection. This commitment is why his life remains a beacon for India across generations.

In separate posts on X, Shri Modi said:

“On the Jayanti of Chhatrapati Shivaji Maharaj, we bow in reverence to the visionary leader, exceptional administrator, strategic thinker and champion of Swarajya.

May his courage inspire us, his governance guide us and his spirit of justice and self-respect strengthen our society.”