ରାଷ୍ଟ୍ରପତିଙ୍କ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ମାଳଦ୍ୱୀପ ଗସ୍ତ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ନରେନ୍ଦ୍ର ମୋଦୀଙ୍କୁ ମାଳଦ୍ୱୀପ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲି ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦଘାଟନୀ ସମାରୋହକୁ ତାଙ୍କୁ ନିମନ୍ତ୍ରଣ ଜଣାଇବାର ସ୍ୱତନ୍ତ୍ର ଆଦର ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ସୋଲିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ଲାଗି ମାଳଦ୍ୱୀପ ସାଧାରଣତନ୍ତ୍ରର ଲୋକମାନଙ୍କୁ ଭାରତବାସୀଙ୍କ ପକ୍ଷରୁ ସେ ଅଭିନନ୍ଦନ ଏବଂ ପ୍ରଶଂସା ବ୍ୟକ୍ତ କରିଥିଲେ ।

ଦୁଇ ନେତା, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କର ନମନୀୟତା ଉପରେ ଆଲୋକପାତ କରିବା ସହିତ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ମିଷ୍ଟର ସୋଲିଙ୍କ ନିର୍ବାଚନ ଦ୍ୱାରା ଦୁଇ ଦେଶ ମଧ୍ୟରେ ନିବିଡ଼ ସହଯୋଗ ଏବଂ ବନ୍ଧୁତାର ନବୀକରଣ ହେବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ ।

ବୈଠକ କାଳରେ, ଉଭୟ ନେତା ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବାର ଗୁରୁତ୍ୱ ଏବଂ ଏହି କ୍ଷେତ୍ରରେ ସ୍ଥିରତା ପାଇଁ ପରସ୍ପରର ଚିନ୍ତା, ସମ୍ବେଦନଶୀଳତା ଏବଂ ଆକାଂକ୍ଷା ପ୍ରତି ସଚେତନ ରହିବା ପ୍ରତି ସହମତ ହୋଇଥିଲେ ।

ଏହି କ୍ଷେତ୍ର ଏବଂ ଅନ୍ୟତ୍ର ଉଭୟରେ ଆତଙ୍କବାଦର ମୁକାବିଲା ଲାଗି ପରିବର୍ଦ୍ଧିତ ସହଯୋଗ ପାଇଁ ଦୁଇ ନେତା ସେମାନଙ୍କ ସ୍ଥିର ପ୍ରତିବଦ୍ଧତା ଏବଂ ସହଯୋଗ ବ୍ୟକ୍ତ କରିଥିଲେ ।

ସେ ଦାୟିତ୍ୱ ଗ୍ରହଣ କରିବା ସମୟରେ ତାଙ୍କ ରାଷ୍ଟ୍ର କିଭଳି ଗମ୍ଭୀର ଅର୍ଥନୈତିକ ସ୍ଥିତି ମଧ୍ୟ ଦେଇ ଗତି କରୁଛି ତାହା ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ସୋଲି କହିଥିଲେ । ଭାରତ କିଭଳି ଭାବେ ସେଠାକାର ବିକାଶରେ ଭାଗୀଦାରୀ ଜାରି ରଖିପାରିବ, ବିଶେଷ କରି ମାଳଦ୍ୱୀପର ଲୋକମାଙ୍କ କଷ୍ଟ ଦୂର କରିବା ଲାଗି ନୂତନ ସରକାରଙ୍କୁ ସାହାଯ୍ୟ କରିପାରିବ ସେ ନେଇ ଦୁଇ ନେତା ଆଲୋଚନା କରିଥିଲେ । ବିଶେଷ କରି, ଆବାସ ଏବଂ ଭିତ୍ତିଭୂମି ବିକାଶ ସହିତ ବାହ୍ୟ ଦ୍ୱୀପଗୁଡ଼ିକରେ ଜଳ ଏବଂ ସ୍ୱରେଜ ବ୍ୟବସ୍ଥା ପ୍ରତିଷ୍ଠା କରିବାର ଜରୁରୀ ଆବଶ୍ୟକତା ସମ୍ପର୍କରେ ରାଷ୍ଟ୍ରପତି ସୋଲି ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପର ନିରନ୍ତର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଲାଗି ସହାୟତା ପ୍ରଦାନ ଦିଗରେ ଭାରତର ଦୃଢ଼ ପ୍ରତିବଦ୍ଧତା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେ ମଧ୍ୟ ସମସ୍ତ ମାର୍ଗରେ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ ଥିବା କହିଥିଲେ । ଯଥାଶୀଘ୍ର ସମ୍ଭବ ଉଭୟ ପକ୍ଷ ବୈଠକ କରି ମାଳଦ୍ୱୀପର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।

ଉଭୟ ପକ୍ଷରୁ ଆପୋସ ଲାଭ ନିମନ୍ତେ ମାଳଦ୍ୱୀପର ବିଭିନ୍ନ କ୍ଷେତ୍ରରେ ନିବେଶ ଲାଗି ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ସୁଯୋଗ ସମ୍ପ୍ରସାରଣ କରିବାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଉଭୟ ଦେଶର ନାଗରିକମାନେ ଦୁଇ ଦେଶ ମଧ୍ୟରେ ବହୁଳ ଭାବେ ଯାତାୟାତ କରୁଥିବା ଦୃଷ୍ଟିରୁ ଦୁଇ ନେତା ସହଜ ଭିସା ପ୍ରକ୍ରିୟା ବ୍ୟବସ୍ଥାର ଆବଶ୍ୟକତା ନେଇ ସହମତ ହୋଇଥିଲେ ।

ଯଥାଶୀଘ୍ର ସୁବିଧା ଅନୁଯାୟୀ ଭାରତକୁ ସରକାରୀ ଗସ୍ତରେ ଆସିବା ଲାଗି ରାଷ୍ଟ୍ରପତି ସୋଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ ଜଣାଇଥିଲେ । ରାଷ୍ଟ୍ରପତି ସୋଲି ଆନନ୍ଦର ସହକାରେ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।

ମାଳଦ୍ୱୀପ ବୈଦେଶିକ ବ୍ୟାପାର ମନ୍ତ୍ରୀ 26 ନଭେମ୍ବରରେ ଭାରତ ଗସ୍ତରେ ଆସିବେ ଏବଂ ରାଷ୍ଟ୍ରପତି ସୋଲିଙ୍କ ଭାରତକୁ ସରକାରୀ ଗସ୍ତ ଲାଗି ଅଧିକ ଆଲୋଚନା ଏବଂ ପ୍ରସ୍ତୁତି କରିବେ ।

ନିକଟ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରୀ ଗସ୍ତରେ ମାଳଦ୍ୱୀପ ଆସିବେ ବୋଲି ରାଷ୍ଟ୍ରପତି ସୋଲି ଆଶାବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତାର ସହ ତାଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push