ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭାରତୀୟ ଜନଔଷଧୀ ହିତାଧିକାରୀମାନଙ୍କ ସହ ଏବଂ ଜନ ଔଷଧୀ କେନ୍ଦ୍ରଗୁଡିକର ମାଲିକ ମାନଙ୍କ ସହ ଭିଡିଓ କନଫାରେନ୍ସ ଜରିଆରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଔଷଧୀ ଦିବସ କେବଳ ଏହି ଯୋଜନା ପାଳନ କରିବା ପାଇଁ ନୁହେଁ ବରଂ ଏହାଦ୍ୱାରା ଉପକୃତ ହେଉଦ୍ୱାରା 10 ଲକ୍ଷରୁ ଉଦ୍ଧ୍ୱ ଜନସାଧାରଣଙ୍କ ସହ ସଂପର୍କ ସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଭାରତୀୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଚାରୋଟି ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛୁ । ପ୍ରଥମତଃ ପ୍ରତ୍ୟେକ ଭାରତୀୟଙ୍କୁ ରୋଗମୁକ୍ତ କରାଇବା । ଦ୍ୱିତୀୟତଃ, ରୋଗଗ୍ରସ୍ତଙ୍କ ପାଇଁ ଉଚିତ ମୂଲ୍ୟରେ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା । ତୃତୀୟତଃ, ଚିକିତ୍ସା ପାଇଁ ଆଧୂନିକ ଡାକ୍ତରଖାନା ସୁବିଧା ସହିତ ଭଲ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ଉପଲବ୍ଧତାକୁ ସୁନିଶ୍ଚିତ କରାଇବା । ଏବଂ ଚତୁର୍ଥ ଲକ୍ଷ୍ୟ ହେଉଛି ମିଶନ ମୋଡରେ କରାଯାଉଥିବା କାର୍ଯ୍ୟ କ୍ଷେତ୍ରରେ ନୂତନ ଆହ୍ୱାନଗୁଡିକର ମୁକାବିଲା କରିବା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ଜନତାଙ୍କୁ ଉଚିତ ଏବଂ ଉତ୍ତମ ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଜନଔଷଧୀ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ।

ଦେଶରେ ଏ ପର୍ଯ୍ୟନ୍ତ 6 ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲାଯାଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ପରିଧି ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଏହାଦ୍ୱାରା ଅଧିକରୁ ଅଧିକ ଜନସାଧାରଣ ଉପକୃତ ହୋଇପାରୁଛନ୍ତି । ସଂପ୍ରତି ପ୍ରତ୍ୟେକ ମାସରେ ଏକ କୋଟିରୁ ଅଧିକ ପରିବାରଙ୍କୁ ଏହି କେନ୍ଦ୍ରଗୁଡିକ ଜରିଆରେ ଉଚିତ୍ ମୂଲ୍ୟରେ ଔଷଧ ଉପଲବ୍ଧ କରାଯାଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଔଷଧୀ କେନ୍ଦ୍ରରେ ବଜାର ମୂଲ୍ୟଠାରୁ 50 ରୁ 90 ପ୍ରତିଶତ କମ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଉଦାହରଣ ସ୍ୱରୂପ, କର୍କଟ ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ବଜାରରେ 6,500 ଟଙ୍କାରେ ମିଳୁଥିଲାବେଳେ ଜନଔଷଧୀ କେନ୍ଦ୍ରରେ ଏହା ମାତ୍ର 800 ଟଙ୍କାରେ ଉପଲବ୍ଧ କରାଯାଉଛି ।

ସେହିଭଳି ଚିକିତ୍ସା କ୍ଷେତ୍ରରେ ମଧ୍ୟ ପୂର୍ବ ଅପେକ୍ଷା ଏବେ କମ ଖର୍ଚ୍ଚରେ ସେବା ଉପଲବ୍ଧ କରାଯାଉଛି । ଜନଔଷଧୀ କେନ୍ଦ୍ର ଯୋଗୁ ଦେଶରେ ଏ ପର୍ଯ୍ୟନ୍ତ କୋଟି କୋଟି ଗରିବ ଏବଂ ମଧ୍ୟବର୍ଗୀୟ ଜନସାଧାରଣଙ୍କର 2200 କୋଟି ଟଙ୍କା ସଂଚୟ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଜନଔଷଧୀ କେନ୍ଦ୍ରଗୁଡିକୁ ସୁଚାରୁ ରୂପେ ଚଳାଉଥିବା ଅଂଶୀଦାରମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ଅବସରରେ ଜନଔଷଧୀ ଯୋଜନାରେ ସଂପୃକ୍ତ ହୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଔଷଧୀ ଯୋଜନା ଯୁବଗୋଷ୍ଠୀ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ଅପୂରନ୍ତ ଆତ୍ମବିଶ୍ୱାସର ଆଧାର ହୋଇପାରିଛି । ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀମାନେ ଜନଔଷଧୀ ପରୀକ୍ଷାଗାରଠାରୁ ଆରମ୍ଭ କରି ଜନସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଔଷଧର ଆବଣ୍ଟନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ପାଇପାରିଛନ୍ତି ।

ସେ କହିଥିଲେ ଯେ ସରକାର ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ଆହୁରୀ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଜନଔଷଧୀ ଯୋଜନାକୁ ଆହୁରି ଅଧିକ ଫଳପ୍ରଦ କରିବା ପାଇଁ ନିରନ୍ତର ଉଦ୍ୟମ ଜାରୀ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଖାପାଖି 90 ଲକ୍ଷ ଗରିବ ରୋଗୀ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସେବା ପ୍ରାପ୍ତ କରିଛନ୍ତି । ଡାଏଲିସିସ ଯୋଜନାରେ ବିନା ମୂଲ୍ୟରେ 6 ଲକ୍ଷରୁ ଉଦ୍ଧ୍ୱର୍ ଡାଏଲିସିସ କରାଯାଇଛି । ଏହାସହିତ ଅତ୍ୟାବଶ୍ୟକ ଔଷଧଗୁଡିକର ମୂଲ୍ୟ ହ୍ରାସ କରି 12,500କୋଟି ଟଙ୍କାର ସଂଚୟ କରାଯାଇପାରିଛି । ଷ୍ଟେଣ୍ଟଏବଂ ଆଣ୍ଟୁ ଅତ୍ସ୍ରୋପ୍ରଚାର ମୂଲ୍ୟ ହ୍ରାସ କରାଯାଇଥିବାରୁ ୧୦ ଲକ୍ଷରୁ ଉର୍ଦ୍ଧ ରୋଗୀ ନୂଆ ଜୀବନ ପାଇଛନ୍ତି ।

ଆଗାମୀ 2025 ମଧ୍ୟରେ ଦେଶକୁ ଟିବି ମୁକ୍ତ କରିବା ପାଇଁ ଅବିରତ କାର୍ଯ୍ୟ ଜାରୀ ରହିଛି । ଏହି ଯୋଜନାରେ ଦେଶର ପ୍ରତ୍ୟେକ ଗ୍ରାମାଂଚଳରେ ଆଧୂନିକ ସ୍ୱାସ୍ଥ୍ୟ ଏବଂ ୱେଲନେସ କେନ୍ଦ୍ର ଖୋଲାଯାଉଛି । ଏ ପର୍ଯ୍ୟନ୍ତ ୩୧ ହଜାର କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସୂଂପର୍ଣ୍ଣ ହୋଇସାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ଯେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ ।

ସେ କହିଥିଲେ ଯେ, ଆମେ ସମସ୍ତେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ଯୋଗ, ସନ୍ତୁଳିତ ଆହାର, ଖେଳକୁଦ ସହିତ ଅନ୍ୟାନ୍ୟ ବ୍ୟାୟାମ ନିଜର ପ୍ରତିଦିନର ଦିନଚର୍ଯ୍ୟାରେ ସାମିଲ କରିବା ଆବଶ୍ୟକ । ସୁସ୍ଥ ଭାରତ ଗଠନ କରିବାରେ ଆମ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଚେଷ୍ଟା ସହାୟକ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the demise of former Uttarakhand Chief Minister Major General Bhuwan Chandra Khanduri (Retd.)
May 19, 2026

Prime Minister Shri Narendra Modi today expressed deep grief over the passing of the former Chief Minister of Uttarakhand, Major General Bhuwan Chandra Khanduri (Retd.).

The Prime Minister noted that Major General Khanduri made invaluable contributions spanning from the armed forces to the political sphere, for which he will always be remembered. Shri Modi highlighted his unwavering dedication to the development of Uttarakhand during his tenure as Chief Minister, and described his stint as a Union Minister as truly inspiring. He further lauded his tireless efforts toward significantly improving connectivity across the nation.

The Prime Minister extended his heartfelt condolences to the family and supporters of the departed leader in this hour of grief.

The Prime Minister posted on X:

"उत्तराखंड के पूर्व मुख्यमंत्री मेजर जनरल भुवन चंद्र खण्डूडी (सेवानिवृत्त) जी के निधन से अत्यंत दुख हुआ है। सशस्त्र बलों से लेकर राजनीतिक जगत में उन्होंने बहुमूल्य योगदान दिया, जिसके लिए उन्हें सदैव याद किया जाएगा। उत्तराखंड के विकास के लिए वे हमेशा समर्पित रहे, जो मुख्यमंत्री के रूप में उनके कार्यकाल में भी साफ तौर पर दिखा। केंद्रीय मंत्री के रूप में भी उनका कार्यकाल हर किसी को प्रेरित करने वाला है। देशभर में कनेक्टिविटी की बेहतरी के लिए उन्होंने निरंतर अथक प्रयास किए। शोक की इस घड़ी में मेरी संवेदनाएं उनके परिजनों और समर्थकों के साथ हैं। ओम शांति!"