ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ଆଜି ଜାପାନର ଟୋକିଓ ଠାରେ ନିବେଶ ପ୍ରୋତ୍ସାହନ ରାଜିନାମା (ଆଇଆଇଏ) ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା (ଆଇଆଇଏ)ରେ ଭାରତର ବିଦେଶ ସଚିବ ଶ୍ରୀ ବିନୟ କ୍ୱାତ୍ରା ଓ ୟୁଏସ ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍କଟ ନାଥନ ସ୍ୱାକ୍ଷର କରିଛନ୍ତି ।

ଏହି ନିବେଶ ରାଜିନାମା (ଆଇଆଇଏ) ୧୯୯୭ରେ ଭାରତ ସରକାର ଓ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିବା ନିବେଶ ପ୍ରୋତ୍ସାହନ ରାଜିନାମାର ସ୍ଥାନ ନେବ । ପୂର୍ବରୁ ୧୯୯୭ରେ ନିବେଶ ପ୍ରୋତ୍ସାହନ ରାଜିନାମା (ଆଇଆଇଏ) ସ୍ୱାକ୍ଷରିତ ହେବା ପରଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପରିଲକ୍ଷିତ ହୋଇଥିଲା । ଯେଉଁଥିରେ ଡିଏଫସି ନାମରେ ଏକ ନୂଆ ଏଜେନ୍ସି ଗଠନ ମଧ୍ୟ ସାମିଲ ଥିଲା । ଡିଏଫସି ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଏକ ବିତ୍ତ ବିକାଶ ଏଜେନ୍ସି ଓ ଏହାର ଗଠନ ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟ ପ୍ରଣୀତ ନିୟମ, ବିଲ୍ଡ ଆକ୍ଟ ୨୦୧୮ର ଅଧିନିୟମ ପରେ ପୂର୍ବବର୍ତ୍ତୀ ବିଦେଶ ଘରୋଇ ନିବେଶ ନିଗମ (ଓପିଆଇସି)ର ଉତ୍ତରାଧିକାରୀ  ଏଜେନ୍ସି ଭାବେ ହୋଇଥିଲା । ଋଣ, ଇକ୍ୱିଟି ନିବେଶ, ନିବେଶ ଗ୍ୟାରେଣ୍ଟି, ନିବେଶ ବୀମା କିମ୍ବା ପୁନଃବୀମା, ସମ୍ଭାବ୍ୟ ପ୍ରକଳ୍ପ ଓ ଅନୁଦାନ ପାଇଁ ସମ୍ଭାବ୍ୟତା ଅଧ୍ୟୟନ ତଥା ଡିଏଫସି ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ନିବେଶ ସହାୟତା କାର୍ଯ୍ୟକ୍ରମଗୁଡିକ ସହିତ ସମନ୍ୱୟ ବଜାୟ ରଖିବା ପାଇଁ ଏହି ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଭାରତରେ ନିବେଶ ସହାୟତା ପ୍ରଦାନ ଜାରି ରଖିବା ପାଇଁ ଡିଏଫସି ପାଇଁ ରାଜିନାମା ଏକ ଆଇନଗତ ଆବଶ୍ୟକତା । ଡିଏଫସି କିମ୍ବା ଏହାର ପୂର୍ବ ଏଜେନ୍ସିଗୁଡିକ ଭାରତରେ ୧୯୭୪ରୁ ସକ୍ରିୟ ରହି ଏଯାବତ ୫.୮ ବିଲିୟନ ଡଲାର ନିବେଶ ସହାୟତା ପ୍ରଦାନ କରି ସାରିଛନ୍ତି, ଯେଉଁଥିରୁ ୨.୯ ବିଲିୟନ ଡଲାର ଏବେ ବି ବକେୟା ରହିଛି । ଭାରତରେ ନିବେଶ ସହାୟତା ପ୍ରଦାନ କରିବା ପାଇଁ ଡିଏଫସି ନିକଟରେ ୪ ବିଲିୟନ ଡଲାରର ପ୍ରସ୍ତାବ ବିଚାରାଧିନ ରହିଛି । ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯେପରିକି କୋଭିଡ- ୧୯ ଭ୍ୟାକ୍ସିନ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିତ୍ତପୋଷଣ, ନବୀକରଣଯୋଗ୍ୟ ଶକ୍ତି, ଏସଏମଇ ବିତ୍ତପୋଷଣ, ବିତ୍ତୀୟ ଅନ୍ତର୍ଭୁକ୍ତି, ଭିତ୍ତିଭୂମି ଆଦି କ୍ଷେତ୍ରରେ ଡିଏଫସି ନିବେଶ ସହାୟତା ପ୍ରଦାନ କରିଛି ।

ଏହି ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତରେ ଡିଏଫସି ଦ୍ୱାରା ପ୍ରଦାନ କରାଯାଉଥିବା ନିବେଶ ସହାୟତା ବୃଦ୍ଧି ପାଇବ ଫଳରେ ଭାରତର ବିକାଶକୁ ଆହୁରି ଆଗେଇବ ବୋଲି ଆଶା କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership