ସାଧାରଣ ଦୃଷ୍ଟିକୋଣ

ଆର୍ଥିକ ପ୍ରଗତି, ସ୍ଥାୟୀ ବିକାଶ ଏବଂ ସୁରକ୍ଷିତ ଓ ଉନ୍ନତ ଇଂଟରନେଟ ବ୍ୟବସ୍ଥାକୁ ବିକଶିତ କରିବା ତଥା ଉଭୟ ଦେଶରେ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାକୁ ଏକ ରୂପାନ୍ତରଣକାରୀ ଉପାଦାନରେ ପରିଣତ କରିବା ନେଇ ଭାରତ ଓ ଫ୍ରାନ୍ସ ଆଗ୍ରହ ପ୍ରକାଶ କରିଛନ୍ତି । ଡିଜିଟାଲ କ୍ଷେତ୍ରରେ ଦେଖାଯାଉଥିବା ଅବ୍ୟବସ୍ଥାକୁ ଦୂର କରିବାରେ ଏହା ଉଭୟ ଦେଶ ପାଇଁ ସହାୟକ ହେବ ।

ସେ ଦୃଷ୍ଟିରୁ ଫ୍ରାନ୍ସ ଓ ଭାରତ ଏକ ଡିଜିଟାଲ ପ୍ରଯୁକ୍ତି ପରିକଳ୍ପନା ପାଇଁ ଏକାଠି ପଦକ୍ଷେପ ନେଇଛନ୍ତି ଯାହାକି ଦୁଇ ଦେଶର ନାଗରିକମାନଙ୍କୁ ସଶକ୍ତ କରିବା ସହ ଅସମାନତା ହ୍ରାସ କରିବ ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବ ।

ଆନ୍ତର୍ଜାତିକ ସୁରକ୍ଷା ଓ କୂଟନୈତିକ ପଦକ୍ଷେପ

ଏକ ମୁକ୍ତ, ଭରସାଯୋଗ୍ୟ, ସୁରକ୍ଷିତ, ଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସାଇବର ସ୍ପେସ ପାଇଁ ଫ୍ରାନ୍ସ ଏବଂ ଭାରତ ସେମାନଙ୍କର ସଂକଳ୍ପବଦ୍ଧତାକୁ ଦୋହରାଇଛନ୍ତି । ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଏକ ମୁକ୍ତ, ସୁରକ୍ଷିତ ଏବଂ ସୁଲଭ ଡିଜିଟାଲ ପରିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଆନ୍ତର୍ଜାତିକ ଆଇନ ଏବଂ ବିଶେଷ କରି ଜାତିସଙ୍ଘର ଘୋଷଣାପତ୍ର ହିଁ ପ୍ରକୃଷ୍ଟ ମାର୍ଗଦର୍ଶକ । ଏହା ସାଇବରସ୍ପେସ କ୍ଷେତ୍ରରେ ଦେଶଗୁଡ଼ିକର ଦାୟିତ୍ୱସମ୍ପନ୍ନ ବ୍ୟବହାର ପାଇଁ ସ୍ୱେଚ୍ଛାକୃତ ମାନଦଣ୍ଡ ଲାଗୁ କରିବା ସହିତ ଏହାର ପ୍ରୋତ୍ସାହନ ଏବଂ ଏଥିସହିତ ଜାତିସଂଘର ଘୋଷଣାପତ୍ର ପରିସର ମଧ୍ୟରେ ଲୋକଙ୍କ ଆତ୍ମବିଶ୍ୱାସ ସୃଷ୍ଟିରେ ସହାୟକ ହେବ । ଏହା ହିଁ ସାଇବରସ୍ପେସରେ ଶାନ୍ତି ଓ ସୁରକ୍ଷାର ଭିତ୍ତିଭୂମି ଯୋଗାଇବ ।

ସାଇବରସ୍ପେସରେ ବିଶ୍ୱାସ, ସୁରକ୍ଷା ଏବଂ ସ୍ଥାୟୀତ୍ୱର ଉନ୍ନତି ପାଇଁ ଭାରତ ଓ ଫ୍ରାନ୍ସ ସେମାନଙ୍କ ଭୂମିକାରେ ଏକ ପାରସ୍ପରିକ ଦାୟିତ୍ୱବୋଧ ରହିଥିବାର ଅନୁଭବ କରିଛନ୍ତି । ଏକ ମୁକ୍ତ, ସୁରକ୍ଷିତ, ସ୍ଥାୟୀ, ସୁଲଭ ଓ ଶାନ୍ତିପୂର୍ଣ୍ଣ ପରିବେଶ ନିଶ୍ଚିତ କରିବା ପାଇଁ ସଂଖ୍ୟାଧିକ ଅଂଶଗ୍ରହଣକାରୀ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ସେମାନେ ଆହ୍ୱାନ କରିଛନ୍ତି ଏବଂ ଏଥିପାଇଁ ସରକାର, ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ ଏବଂ ନାଗରିକ ସମାଜର ମିଳିତ ପ୍ରୟାସର ଆବଶ୍ୟକତା ରହିଥିବା ଗୁରୁତ୍ୱାରୋପ କରିଛନ୍ତି ।

ଶାସନସାର୍ବଭୌମତ୍ୱ ଓ ପ୍ରଯୁକ୍ତିଭିତ୍ତିକ ନିୟାମକ

ଇଂଟରନେଟ ପାଇଁ ସଂଖ୍ୟାଧିକ ଅଂଶଗ୍ରହଣକାରୀ ଓ ବହୁବିଧ ଦୃଷ୍ଟିକୋଣ ସଂରକ୍ଷିତ କରି ଏକ ସାମଗ୍ରୀକ, ସ୍ୱଚ୍ଛ ଓ ମୁକ୍ତ ଡିଜିଟାଲ ପରିବେଶର ପ୍ରୋତ୍ସାହନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଫ୍ରାନ୍ସ ଓ ଭାରତ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ରାଷ୍ଟ୍ରଗୁଡ଼ିକଙ୍କ ସହିତ ସମସ୍ତ ଅଂଶୀଦାରମାନଙ୍କର ସ୍ୱାର୍ଥକୁ ସମ୍ମାନ ପ୍ରଦାନ କରିବ ।

ଫ୍ରାନ୍ସ ଓ ଭାରତ ହୃଦୟଙ୍ଗମ କରିଛନ୍ତି ଯେ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ବିକାଶ ଏବଂ ଏହାର ବ୍ୟବହାର ସହିତ ଆନ୍ତର୍ଜାତିକ ସମ୍ପ୍ରଦାୟର ସହଯୋଗମୂଳକ, ସୁସଙ୍ଗଠିତ ଏବଂ ଦୃଢ଼ ସଂକଳ୍ପବଦ୍ଧ କାର୍ଯ୍ୟଧାରାର ଆବଶ୍ୟକତା ରହିଛି । ଏହାର ଲକ୍ଷ୍ୟ ହେଉଛି ରାଷ୍ଟ୍ରଗୁଡିକର ପରିସରରେ ରହିଥିବା ଡିଜିଟାଲ ଭିତ୍ତିଭୂମି ଉପରେ ରାଷ୍ଟ୍ରଗୁଡିକର ସାର୍ବଭୌମତ୍ୟକୁ ସୁନିଶ୍ଚିତ କରାଇବା ଏବଂ ଅନଲାଇନ ମାନବିକ ଅଧିକାର ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ସୁରକ୍ଷା ପ୍ରଦାନ କରିବା ।

ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ

ଫ୍ରାନ୍ସ ଓ ଭାରତ ସାଇବର ବାର୍ତ୍ତାଳାପର ଗୁରୁତ୍ୱକୁ ଅନୁଭବ କରିଛନ୍ତି, ଯାହାର ତୃତୀୟ ସଂସ୍କରଣ ଜୁନ 20, 2019ରେ ପ୍ୟାରିସଠାରେ ଅନୁଷ୍ଠିତ ହୋଇଥିଲା । ଏହାର ଶେଷ ଭାଗରେ ପ୍ରଦାନ କରାଯାଇଥିବା ଯୁଗ୍ମବକ୍ତବ୍ୟକୁ ଉଭୟ ଦେଶ ସ୍ୱାଗତ କରିଥିଲେ ।

ଏହି ପରିପ୍ରେକ୍ଷୀରେ, ବିଗତ ମିଳିତ ଜାତିସଂଘର ଜିଜିଇ ରିପୋର୍ଟରେ ଗୃହିତ ଅନ୍ତର୍ଜାତୀୟ ଆଇନର ପ୍ରୟୋଗ ଏବଂ ସାଇବର ସ୍ପେସରେ ଉତ୍ତରଦାୟୀ ରାଷ୍ଟ୍ରଗୁଡ଼ିକର ବ୍ୟବହାର ପାଇଁ ସର୍ତ୍ତାବଳୀ କାର୍ଯ୍ୟାନ୍ୱୟନ ପ୍ରତି ସମର୍ପିତ ବିଭିନ୍ନ ବହୁପକ୍ଷୀୟ ମଂଚରେ ଜାରି ରହିଥିବା ଆଲୋଚନାକୁ ସମର୍ଥନ କରିବା ନିମନ୍ତେ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ଲାଗି ସେମାନେ ଆଗ୍ରହ ବ୍ୟକ୍ତ କରିଥିଲେ ।

ଦ୍ୱେଷପୂର୍ଣ୍ଣ କାର୍ଯ୍ୟଧାରାକୁ ନିୟନ୍ତ୍ରଣ କରିବା, ତୁରନ୍ତ ସଠିକ ପଦକ୍ଷେପ ଗ୍ରହଣ କରିବା, ଏହାର ପ୍ରଭାବକୁ ହ୍ରାସ କରିବା ଏବଂ କାରଣ ଅନୁସନ୍ଧାନ କରିବା ପାଇଁ ବିଶେଷ ଭାବେ ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ସୂଚନା ବିନିମୟ ମାଧ୍ୟମରେ ସେମାନଙ୍କ ସହଯୋଗ ବୃଦ୍ଧି ପାଇଁ ଭାରତ ଓ ଫ୍ରାନ୍ସ ରାଜି ହୋଇଛନ୍ତି । ଡିଜିଟାଲ ପ୍ରକ୍ରିୟାକରଣ, ଉତ୍ପାଦ ଏବଂ ସେବା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତାକୁ ଉପଲବ୍ଧି କରି ଆଇନ ଏବଂ ନିୟାମକ ଢାଂଚା କ୍ଷେତ୍ରରେ ସୂଚନା ଆଦାନ ପ୍ରଦାନ କରିବା ପାଇଁ ଭାରତ ଓ ଫ୍ରାନ୍ସ ରାଜି ହୋଇଛନ୍ତି । ଏଥିରେ ମଧ୍ୟ ସାମିଲ ରହିଛି ଜାତୀୟ ସୁରକ୍ଷାକୁ ପ୍ରଭାବିତ କରୁଥିବା ଅର୍ଥନୈତିକ ସୂଚନା ଭିତ୍ତିଭୂମିର ସୁରକ୍ଷା ଏବଂ ଡିଜିଟାଲ ଉତ୍ପାଦର ପରୀକ୍ଷଣ ଓ ପ୍ରାମାଣୀକରଣ । ଏ ପ୍ରସଙ୍ଗରେ ଫାଇଭ-ଜି ପ୍ରଯୁକ୍ତିର ପ୍ରୟୋଗ ସମ୍ବନ୍ଧୀୟ ବିପଦ ଏବଂ ଏହାର ନିରାକରଣ ପାଇଁ ପ୍ରଯୁକ୍ତିଗତ ସମାଧାନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଫ୍ରାନ୍ସ ଓ ଭାରତ ଆଗ୍ରହ ପ୍ରକାଶ କରିଛନ୍ତି ।

ପୁନଶ୍ଚ ସାଇବରସ୍ପେସରେ ଅପରାଧିକ କାର୍ଯ୍ୟକଳାପକୁ  ନିୟନ୍ତ୍ରଣ କରିବା ପାଇଁ ଫ୍ରାନ୍ସ ଓ ଭାରତ ହୃଦବୋଧ କରିଛନ୍ତି । ବିଶେଷ କରି ‘ୱାସେନାର୍ ବ୍ୟବସ୍ଥା’ ଅଧୀନରେ ପ୍ରାସଙ୍ଗିକ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ମାଧ୍ୟମରେ ଏହା କରାଯିବ । ଦୁଇ ଦେଶ ଏହି ବ୍ୟବସ୍ଥାର ଅଂଶବିଶେଷ । ଏ ପ୍ରସଙ୍ଗରେ ଅର୍ଥନୈତିକ ସୂଚନା ଭିତ୍ତିଭୂମିର ସୁରକ୍ଷା ପାଇଁ ସେମାନଙ୍କର ଆଇନଗତ ବ୍ୟବସ୍ଥା ପରସ୍ପର ମଧ୍ୟରେ ବାଂଟିବା ନେଇ ଫ୍ରାନ୍ସ ଓ ଭାରତ ରାଜି ହୋଇଛନ୍ତି ।

ସାଇବର ସୁରକ୍ଷା ବିଶେଷ କରି ଜାତୀୟ ନିରାପତ୍ତାକୁ ପ୍ରଭାବିତ କରୁଥିବା ଅର୍ଥନୈତିକ ସୂଚନା ଭିତ୍ତିଭୂମି କ୍ଷେତ୍ରରେ କ୍ରସ-କଟିଂ ବିପଦର ସମାଧାନ ପାଇଁ ସମସ୍ତ ଦେଶମାନଙ୍କ ମଧ୍ୟରେ ନିବିଡ ସହଯୋଗ ଉପରେ ଫ୍ରାନ୍ସ ଓ ଭାରତ ଗୁରୁତ୍ୱାରୋପ କରିଥିଲେ ।

ସାଇବର ଅପରାଧ ବିରୋଧରେ ସଂଗ୍ରାମ ନେଇ ସହଯୋଗ

ଫ୍ରାନ୍ସ ଓ ଭାରତ ବିବେଚନା କରିଛନ୍ତି ଯେ ସାଇବର ଅପରାଧ କୌଣସି ଦେଶର ସୀମା ମଧ୍ୟରେ ଆବଦ୍ଧ ନୁହେଁ ଏବଂ ସାଇବର ଅପରାଧୀମାନଙ୍କୁ ନ୍ୟାୟିକ ପ୍ରକ୍ରିୟ ମଧ୍ୟକୁ ଆଣିବାକୁ ହେଲେ ଆନ୍ତର୍ଜାତିକ ସହଯୋଗ ଆବଶ୍ୟକ । ଏ କ୍ଷେତ୍ରରେ ଉଭୟ ଦେଶ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଯୋଜନା କରିଛନ୍ତି । ଏଥିରେ ସାମିଲ ରହିଛି ସୂଚନାର ଆଦାନ ପ୍ରଦାନ, ସାକ୍ଷୀ ଯୋଗାଡ, ଅପରାଧି ବିଶେଷ କରି ମାଲୱେର ନିର୍ମାଣକାରୀ, ହଷ୍ଟର, ହଷ୍ଟିଙ୍ଗ ଭିତ୍ତିଭୂମି ପ୍ରଦାନକାରୀ ଏବଂ ପ୍ରସାରଣକାରୀଙ୍କ ଚିହ୍ନଟ । ଦେୟର ଇଲେକ୍ଟ୍ରୋନିକ ମୋଡ ଏବଂ ଏଟିଏମ କ୍ୟାସ ଆଉଟ ସମେତ ଉପଭୋକ୍ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ଉଦବେଗ ପ୍ରକାଶ କରିଥିଲେ । ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ସେବା ପ୍ରଦାୟକ ସାମାଜିକ ଗଣମାଧ୍ୟମମାନଙ୍କ ସହ ଆଲୋଚନା ମାଧ୍ୟମରେ ସାଇବର ଅପରାଧ ଦୂର କରିବା ପାଇଁ ସେମାନେ ଶେଷରେ ଯୋଜନା କରିଛନ୍ତି ।

ଡିଜିଟାଲ ସ୍ୱାୟତତା କ୍ଷେତ୍ରରେ ସହଯୋଗ

ନିୟାମକ କ୍ଷେତ୍ରରେ ଆହ୍ୱାନ

ଆନ୍ତର୍ଜାତିକ ସ୍ତରରେ ଡିଜିଟାଲ କ୍ଷେତ୍ରକୁ ସୁରକ୍ଷିତ କରିବା ପାଇଁ ଏକ ଆଇନଗତ, ସ୍ୱଚ୍ଛ ଏବଂ ସନ୍ତୁଳିତ ବ୍ୟବସ୍ଥାର ବିକାଶକୁ ସମର୍ଥନ କରିବା ପାଇଁ ସେମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଫ୍ରାନ୍ସ ଓ ଭାରତ ଆଗ୍ରହ ପ୍ରକାଶ କରିଛନ୍ତି । ସାଧାରଣ ଉତ୍ପାଦ, ତଥ୍ୟର ସାର୍ବଭୌମତ୍ୱ ଏବଂ ମୌଳିକ ସ୍ୱାଧୀନତାର ସୁରକ୍ଷା କିପରି ଭାବେ ପ୍ରଯୁକ୍ତିବିଦ୍ୟା ସୁନିଶ୍ଚିତ କରିବ ସେନେଇ ଏକ ଆବଶ୍ୟକ ଢାଂଚା ବିକଶିତ କରିବା ପାଇଁ ଫ୍ରାନ୍ସ ଏବଂ ଭାରତ ଉପଲବ୍ଧି କରିଛନ୍ତି ।

ଆର୍ଟିଫିସିଆଲ ଇଂଟେଲିଜେନ୍ସର ନିୟନ୍ତ୍ରଣ

ବିଶେଷ କରି ସ୍ଥାୟୀ ବିକାଶ, ଇ-ଗଭର୍ଣ୍ଣାନ୍ସ, ସ୍ୱାୟତ୍ତ ଯୋଗାଯୋଗ ବ୍ୟବସ୍ଥା, ସ୍ମାର୍ଟ ସିଟି, ସାଇବର ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୃଷି ଆଦି ସହିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ର ବିକାଶର ସମ୍ଭାବନାକୁ ଫ୍ରାନ୍ସ ଏବଂ ଭାରତ ସ୍ୱାଗତ କରିଥିଲେ ।

ଫ୍ରାନ୍ସ ଓ ଭାରତ ନାଗରିକ କେନ୍ଦ୍ରିତ ସେବା, ଆଇନ, ନିୟାମକ ଏବଂ ସାଇବର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାର୍ବଭୌମତ୍ୱ ପ୍ରସଙ୍ଗରେ ଏଆଇ ନୀତି/କାର୍ଯ୍ୟକ୍ରମର ବିକାଶ ଏବଂ କାର୍ଯ୍ୟାନ୍ୱୟନର ଆବଶ୍ୟକତା ସମ୍ବନ୍ଧରେ ଉପଲବ୍ଧି କରିଥିଲେ । ବିଶେଷଜ୍ଞତା ଏବଂ ଶ୍ରେଷ୍ଠ କାର୍ଯ୍ୟଧାରା ଆଦାନ ପ୍ରଦାନ ମାଧ୍ୟମରେ ଏଆଇରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଭାରତ ଏବଂ ଫ୍ରାନ୍ସ ସଂକଳ୍ପବଦ୍ଧ ଅଛନ୍ତି ।

ଆନ୍ତର୍ଜାତିକ ଆଇନ ଅନୁଯାୟୀ ମାନବ ସମାଜର ସେବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସର ଦ୍ରୁତ ବିକାଶ ପାଇଁ ଏକ ଆନ୍ତର୍ଜାତିକ, ଆଇନଗତ ଏବଂ ନୀତିଗତ ସମୂହର ଗଠନ ଉପରେ ଫ୍ରାନ୍ସ ଓ ଇଣ୍ଡିଆ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଏହି ଦିଗରେ ବିଭିନ୍ନ ବହୁପକ୍ଷୀୟ ମଂଚ (ଜି-7, ଜି-20, ଜାତିସଂଘ)ରେ କାର୍ଯ୍ୟ କରିବା ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ନେଇ ଆନ୍ତର୍ଜାତିକ ପ୍ୟାନେଲ (ଆଇପିଏଆଇ)ରେ ଅଂଶଗ୍ରହଣ କରିବା ନେଇ ଉଭୟ ପକ୍ଷ ସେମାନଙ୍କ ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ ।

ଅନଲାଇନରେ ଆତଙ୍କବାଦୀଉଗ୍ରପନ୍ଥୀ ଓ ବିଦ୍ୱେଷୀ ମନ୍ତବ୍ୟ ବିରୋଧରେ ସଂଗ୍ରାମ

ଅନଲାଇନରେ ଆତଙ୍କବାଦ, ଉଗ୍ରବାଦ ଓ ବେଆଇନ ବିଦ୍ୱେଷୀ ଭାଷଣର ଅଂକୁଶ ଲଗାଇବା ପାଇଁ ସାମାଜିକ ଗଣମାଧ୍ୟମର ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ୱକୁ ଫ୍ରାନ୍ସ ଓ ଭାରତ ଦୃଢ଼ୀଭୂତ କରିଥିଲେ ଏବଂ ଖ୍ରୀଷ୍ଟଚର୍ଚ୍ଚ କଲରେ ନିର୍ଦ୍ଧାରିତ ନୀତିକୁ ସମର୍ଥନ କରିବା ନେଇ ସେମାନଙ୍କର ପ୍ରତିବଦ୍ଧତାକୁ ସ୍ମରଣ କରିଥିଲେ ।

ସୂଚନା ଅପବ୍ୟବହାରର ନିୟନ୍ତ୍ରଣ

ଭୁଲ ସୂଚନା ଦେବା, ମିଛ ଖବର ପ୍ରସାରିତ କରିବା ଉପରେ ଅଙ୍କୁଶ ଏବଂ ଅନଲାଇନ ଅଭିବ୍ୟକ୍ତିର ସ୍ୱାଧୀନତା ଆଦି ନେଇ  ଫ୍ରାନ୍ସ ଓ ଭାରତ ସେମାନଙ୍କର ସଂକଳ୍ପବଦ୍ଧତାକୁ ଦୋହରାଇଛନ୍ତି । ମିଥ୍ୟା ସୂଚନା, ମିଥ୍ୟା ଖବର ଏବଂ ବ୍ୟକ୍ତିଗତ ତଥ୍ୟ ଏପଟ ସେପଟ କରିବା ଦ୍ୱାରା ଯେଉଁ ବିପଦ ଦେଖା ଦେଇଥାଏ ସେ ସମ୍ବନ୍ଧରେ ଉଭୟ ଦେଶ ଗୁରୁତ୍ୱାରୋପ କରିଥିଲେ । ଏ ବିପଦର ମୁକାବିଲା କରିବା ପାଇଁ ଏକ ଆନ୍ତର୍ଜାତିକ ବିଚାର ବିମର୍ଶ ବିଶେଷ କରି ସାମାଜିକ ଗଣମାଧ୍ୟମ ଭିତ୍ତିଭୂମିକୁ ନିୟନ୍ତ୍ରଣ କରିବା ପାଇଁ ଏକ ଢାଂଚା ବିକଶିତ କରିବା ଲାଗି ଫ୍ରାନ୍ସ ଓ ଭାରତ ଆହ୍ୱାନ ଦେଇଛନ୍ତି ।

ବ୍ୟକ୍ତିଗତ ତଥ୍ୟର ସୁରକ୍ଷା

ଫ୍ରାନ୍ସ ଓ ଭାରତ ଏକ ଅଭିନବ ଡିଜିଟାଲ ବ୍ୟବସ୍ଥାର ବିକାଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଯାହାକି ବ୍ୟବହାରକାରୀଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ସହ ସମ୍ମାନ ମଧ୍ୟ ପ୍ରଦର୍ଶିତ କରିବ । ଇୟୁ ସାଧାରଣ ତଥ୍ୟ ସୁରକ୍ଷା ନିୟାମକ (ଜିଡିପିଆର)ର କାର୍ଯ୍ୟକାରିତା ପ୍ରସଙ୍ଗରେ ଏବଂ ଏ ପ୍ରସଙ୍ଗରେ ଉପଯୁକ୍ତ ଆଇନ ତିଆରି ପାଇଁ ଭାରତର ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଉଭୟ ପକ୍ଷ ଉପଲବ୍ଧି କରିଥିଲେ ଯେ ୟୁରୋପ ଓ ଭାରତର ତଥ୍ୟ ସୁରକ୍ଷା ଢ଼ାଂଚା ମିଳିତ ହେବା ଫଳରେ ସୂଚନା ଓ ତଥ୍ୟର ପ୍ରଭାବ ସଠିକ ଭାବେ ହୋଇପାରିବ ।

ଡିଜିଟାଲ ବିଭେଦରେ ହ୍ରାସ

ନାଗରିକମାନଙ୍କ ଜୀବନରେ ପ୍ରଯୁକ୍ତି ବିଦ୍ୟାର ଭୂମିକା ଓ ଗୁରୁତ୍ୱକୁ ବିଚାର କରି ସେମାନଙ୍କ ଜାତୀୟ ନୀତିରେ ସୂଚନା ଓ ଉତ୍ତମ କାର୍ଯ୍ୟଧାରାର ଆଦାନପ୍ରଦାନ ମାଧ୍ୟମରେ ଡିଜିଟାଲ ସାକ୍ଷରତାର ପ୍ରସାର ଏବଂ ଡିଜିଟାଲ ବିଭେଦ ଦୂର କରିବା ପାଇଁ ଭାରତ ଓ ଫ୍ରାନ୍ସ  ଡିଜିଟାଲ ବ୍ୟବସ୍ଥାର ପ୍ରୋତ୍ସାହନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଭାରତ-ଫ୍ରାନ୍ସ ଡିଜିଟାଲ ଭାଗିଦାରୀ

ଫ୍ରାନ୍ସର ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତର ବୈଦ୍ୟୁତିକ ମନ୍ତ୍ରଣାଳୟ ଆବଶ୍ୟକ ପଦ୍ଧତି ମାଧ୍ୟମରେ ଏହି ଭାରତ-ଫ୍ରାନ୍ସ ଡିଜିଟାଲ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ଆଦାନ-ପ୍ରଦାନ ପ୍ରକ୍ରିୟାକୁ ଅଧିକ ଗଭୀର କରିବା ପାଇଁ ଉଭୟ ପକ୍ଷ ବିଭିନ୍ନ ବୈଠକ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ଫ୍ରାନ୍ସ ଡିଜିଟାଲ ଭାଗିଦାରୀ ମାଧ୍ୟମରେ ନିୟମିତ ଭାବେ ପରସ୍ପର ସହ ପରାମର୍ଶ କରିବେ । ଏହି ମାର୍ଗଦର୍ଶିକା ଅନ୍ତର୍ଗତ ଫ୍ରାନ୍ସ ଓ ଭାରତ ସେମାନଙ୍କ ସଂକଳ୍ପବଦ୍ଧତା ଅନୁଯାୟୀ ପରସ୍ପରକୁ ସହଯୋଗ କରିବା ସହ ପରସ୍ପର ମଧ୍ୟରେ ମତ ବିନିମୟ କରିବେ ।

1.1.  ଅର୍ଥନୈତିକ ବିନିମୟ

ବ୍ୟବସାୟ ଓ ଅଭିନବତା

ଉଭୟ ଦେଶ ସେମାନଙ୍କ ବଜାରରେ ଡିଜିଟାଲ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ କାର୍ଯ୍ୟ ପାଇଁ ଫ୍ରାନ୍ସ ଓ ଭାରତ ଡିଜିଟାଲ କ୍ଷେତ୍ରରେ ବ୍ୟବସାୟିକ ସହଯୋଗ ବୃଦ୍ଧି କରିବା ପାଇଁ ଆଗ୍ରହୀ । ଆହୁରି ମଧ୍ୟ ବଜାର ସୁଯୋଗର କ୍ଷେତ୍ରକୁ ଏକ ନୂତନ ସ୍ତରକୁ ନେଇଯିବା ପାଇଁ ଏବଂ ପ୍ରଯୁକ୍ତି ଜ୍ଞାନକୌଶଳ କ୍ଷେତ୍ରରେ ଉତ୍ତମ ସମ୍ପର୍କ ସୃଷ୍ଟି ପାଇଁ ଫ୍ରାନ୍ସ ଓ ଭାରତର ଡିଜିଟାଲ କମ୍ପାନୀମାନେ ଯୁଗ୍ମ ଭାବେ କାର୍ଯ୍ୟ କରିବେ ।

ଡିଜିଟାଲ କ୍ଷେତ୍ରରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି । ଫ୍ରାନ୍ସର ବିଭିନ୍ନ କମ୍ପାନୀ ଦ୍ୱିପାକ୍ଷିକ ନିବେଶ ମାଧ୍ୟମରେ ଭାରତର ଡିଜିଟାଲ କ୍ଷେତ୍ରରେ ଅଂଶଗ୍ରହଣ କରିଛନ୍ତି । ସେହିପରି ଭାରତୀୟ ଫାର୍ମ ଗୁଡ଼ିକ ମଧ୍ୟ ଫ୍ରାନ୍ସରେ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।

ଉଭୟ ଦେଶରେ ଷ୍ଟାର୍ଟ-ଅପ ପରିସଂସ୍ଥାନର ଦ୍ରୁତ ଗତିରେ ମିଳିତ ଭାବେ ବିକାଶ ଲାଗି ଉଭୟ ଦେଶ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ଚିନ୍ତାଧାରା ଏବଂ ପ୍ରକଳ୍ପ କାର୍ଯ୍ୟଧାରାର ଆଦାନପ୍ରଦାନ ନେଇ ଉଦ୍ୟୋଗୀମାନଙ୍କୁ ଅନୁମତି ପ୍ରଦାନ କରିବା ପାଇଁ ପଦକ୍ଷେପକୁ ଉଭୟ ଦେଶ ସ୍ୱାଗତ କରିଥିଲେ । ଏଥିରେ ସାମିଲ ରହିଛି ଭାରତରେ ଥିବା ଫ୍ରାନ୍ସ ଡିଜିଟାଲ କମ୍ପାନୀ ଏବଂ ଫ୍ରାନ୍ସରେ ଥିବା ଭାରତୀୟ ଡିଜିଟାଲ କମ୍ପାନୀ ଯେଉଁମାନେ କି ପର୍ଯ୍ୟାପ୍ତ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ଏହାର କେତେକ ଉଲ୍ଲେଖନୀୟ ଉଦାହରଣ ହେଲା:

-ପୂର୍ବତନ ଫ୍ରେଞ୍ଚ ଟେକ ଟିକେଟ୍ସ ଇନିସିଏଟିଭ, ଯାହାକି ଫ୍ରାନ୍ସରେ ଇନକ୍ୟୁବେସନ-ଆକ୍ସିଲରେସନ କାର୍ଯ୍ୟକ୍ରମକୁ ଅନୁସରଣ କରିବା ପାଇଁ 13ଟି ଭାରତୀୟ ଷ୍ଟାର୍ଟ-ଅପ୍ସକୁ ସମର୍ଥ କରାଇଥିଲା;

-ଏଇ ନିକଟରେ ଶୁଭାରମ୍ଭ ହୋଇଥିବା ଫ୍ରେଞ୍ଚ ଟେକ ବାଙ୍ଗାଲୋର ଇଣ୍ଡିଆ କମ୍ୟୁନିଟି, ଯାହାଦ୍ୱାରା ଉଭୟ ଦେଶର ପ୍ରଯୁକ୍ତିଗତ ପରିବେଶ ମଧ୍ୟରେ ବିଶେଷ ଆଦାନ ପ୍ରଦାନ ହୋଇଥିଲା;

-ନୂତନ ବ୍ରାଣ୍ଡର ଫ୍ରେଞ୍ଚ ଟେକ ଭିସା ଯାହାକି ଭାରତୀୟ କର୍ମଚାରୀ, ପ୍ରତିଷ୍ଠାତା ଏବଂ ନିବେଶକଙ୍କୁ ଫ୍ରେଞ୍ଚ ପ୍ରଯୁକ୍ତିଗତ ପରିବେଶରେ ଯୋଗଦେଇ ଫ୍ରାନ୍ସ ଓ ଭାରତ ମଧ୍ୟରେ ଏକ ନୂତନ ସଂଯୋଗ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହେବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ;

-ଫ୍ରେଞ୍ଚ ଟେକ କମ୍ୟୁନିଟି ବାଙ୍ଗାଲୋର ଇଣ୍ଡିଆ ଓ ମେରିଟ ୱାଇ ଷ୍ଟାର୍ଟଅପ ହବ ଫ୍ରାନ୍ସ ଏବଂ ଭାରତର ପ୍ରଯୁକ୍ତିଗତ ପରିବେଶ ମଧ୍ୟରେ ଏକ ସଂଯୋଗ ସେତୁ ଭଳି କାର୍ଯ୍ୟ କରୁଛନ୍ତି ।

1.2ଗବେଷଣାପ୍ରଶିକ୍ଷଣ ଓ ଶିକ୍ଷା

ସୁପରକମ୍ପ୍ୟୁଟିଂକ୍ଵାଣ୍ଟମ କମ୍ପ୍ୟୁଟିଂ

ଡିଜିଟାଲ କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନଜନିତ କମ୍ପ୍ୟୁଟିଂ ସେମାନଙ୍କ ଦ୍ୱିପାକ୍ଷିକ ସହଯୋଗର ଏକ ପ୍ରମୁଖ ଅଂଶବିଶେଷ ବୋଲି ଫ୍ରାନ୍ସ ଓ ଭାରତ ଗୁରୁତ୍ୱାରୋପ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ସେମାନଙ୍କର ସହଯୋଗକୁ ଉଭୟ ଦେଶ ପ୍ରଶଂସା କରିଥିଲେ । ଏହା ଉଚ୍ଚ ପ୍ରଦର୍ଶନର ମାପକ ପାଇଁ ମିଳିତ ଭାବେ ପ୍ରକ୍ରିୟାର ବିକାଶ କରିଛି ।

ମହାନଦୀ ତଟରେ ଜଳ ପ୍ରବାହର ଆକଳନ ପାଇଁ ଉଚ୍ଚ ପ୍ରଦର୍ଶନ ଜନିତ କମ୍ପ୍ୟୁଟିଂ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଇଣ୍ଡୋ-ଫ୍ରେଞ୍ଚ ପାଇଲଟ ପ୍ରକଳ୍ପର ଶୁଭାରମ୍ଭକୁ ଉଭୟ ପକ୍ଷ ପ୍ରଶଂସା କରିଥିଲେ ।

3ଟି ପ୍ରମୁଖ କ୍ଷେତ୍ରରେ ସେମାନଙ୍କ ସହଯୋଗକୁ ପୁନଶ୍ଚ ବୃଦ୍ଧି କରିବା ପାଇଁ ଭାରତ ଓ ଫ୍ରାନ୍ସ ଦୃଢ଼ ଆଗ୍ରହ ପ୍ରକାଶ କରିଥିଲେ:

-କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ପ୍ରୟୋଗ ହେଉଥିବା ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ;

-କ୍ଵାଣ୍ଟମ ଗଣନା, ଏ କ୍ଷେତ୍ରରେ ସେମାନେ ପୁନେଠାରେ କ୍ଵାଣ୍ଟମ ଗଣନା ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠାକୁ ପ୍ରଶଂସା କରିଥିଲେ;

-ଏକ୍ସାସ୍କେଲ ଗଣନା

କୃତ୍ରିମ ବୁଦ୍ଧିମତା, କ୍ଵାଣ୍ଟମ କମ୍ପ୍ୟୁଟିଂ, ସ୍ମାର୍ଟ ମାନୁଫ୍ୟାକ୍ଚରିଂ ଏବଂ ଅଟୋମେଟିଭ ଇଲେକ୍ଟ୍ରୋନିକ କମ୍ପୋନେଣ୍ଟ ସମେତ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗ ପାଇଁ କାର୍ଯ୍ୟକ୍ରମ ଏବଂ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଉଭୟ ପକ୍ଷ ପୁନଶ୍ଚ ରାଜି ହୋଇଥିଲେ ।

ଆର୍ଟିଫିସିଆଲ ଇଂଟେଲିଜେନ୍ସ ପଦକ୍ଷେପ

କମ୍ପୁଟର ବିଜ୍ଞାନ କ୍ଷେତ୍ରରେ ପରସ୍ପରର ପାଠ୍ୟକ୍ରମ ଏବଂ ବିଦ୍ୟାଳୟସ୍ତରରେ ଗଣିତ କ୍ଷେତ୍ରରେ ଉତ୍କର୍ଷତାର ଲାଭ ଉଠାଇବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପ୍ରତି ସମର୍ପିତ ଏକ ଇଣ୍ଡୋ-ଫ୍ରାନ୍ସ ଗବେଷଣା ଓ ଅଭିନବ କାର୍ଯ୍ୟକ୍ରମ ବିକଶିତ କରିବା ପାଇଁ ଭାରତ ଓ ଫ୍ରାନ୍ସ ରାଜି ହୋଇଛନ୍ତି ।

ସମସ୍ତ ଶିକ୍ଷାନୁଷ୍ଠାନ, ମନ୍ତ୍ରଣାଳୟ ଏବଂ ସୂଚିତ କମ୍ପାନୀଗୁଡ଼ିକୁ ନେଇ ଏକ ସଙ୍ଘ ଗଠନ କରାଯିବା ଦ୍ୱାରା ଫ୍ରାନ୍ସ ଓ ଭାରତରେ ସ୍ୱାସ୍ଥ୍ୟ, ପରିବେଶ, ପରିବହନ, କୃଷି, ବିପର୍ଯ୍ୟୟ ପ୍ରଶମନ, ସ୍ମାର୍ଟ ସିଟି ଆଦି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବିକାଶରେ ସହାୟକ ହେବ ।

ଏହି ଯୋଜନାର ଅଂଶବିଶେଷ ସ୍ୱରୂପ ଉଭୟ ପକ୍ଷ ବାର୍ଷିକ 2 ମିଲିଅନ ୟୁରୋ ପାଣ୍ଠି ଯୋଗାଡ଼ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଯାହାଫଳରେ ବିଭିନ୍ନ ଗବେଷଣା ପ୍ରକଳ୍ପ, ପ୍ରଶିକ୍ଷଣ ଓ ଗବେଷଣା ପାଇଁ ବୃତ୍ତି, ବିଶେଷଜ୍ଞ ମାନଙ୍କ ଅଦଳ ବଦଳ ଓ ଗବେଷଣା ପ୍ରକଳ୍ପ ଏବଂ ସଚେତନତା ବୃଦ୍ଧି ଆଦିରେ ଏହି ଅନୁଦାନ ରାଶି ବ୍ୟୟ ହୋଇପାରିବ ।

ଜ୍ଞାନ ଶିଖର ସମ୍ମିଳନୀର ଅଂଶବିଶେଷ ସ୍ୱରୂପ ବର୍ଷକୁ ଥରେ ଏହି ସଂଘର ବୈଠକ ବସିବ । ପ୍ରଥମ ବୈଠକ 2019 ଅକ୍ଟୋବରରେ ଲିଓନଠାରେ ଅନୁଷ୍ଠିତ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance