ମାନନୀୟ ଅଧ୍ୟକ୍ଷ ମହୋଦୟ,

ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବୟାନ ସନ୍ଦର୍ଭରେ ଭାରତର ଜବାବ ଦେବାର ଅଧିକାରକୁ ବ୍ୟବହାର କରିବାକୁ ଚାହେଁ ।

  1. ଏହି ସମ୍ମାନିତ ସଦନରେ କୁହାଯାଇଥିବା ଗୋଟିଏ ଗୋଟିଏ ଶବ୍ଦର ଐତିହାସିକ ମହତ୍ୱ ରହିଥାଏ । ମାତ୍ର ଆଜି ଆମେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କଠାରୁ ଯାହା କିଛି ଶୁଣିଲୁ, ଏହା ଦୋମୁଁହା ପଣର ଏକ କଟୁ ଚିତ୍ର । ଆମର ଓ ସେମାନଙ୍କର; ଧନୀ ଓ ଗରିବ; ବିକଶିତ ଓ ବିକାଶଶୀଳ, ମୁସଲମାନ ଓ ଅନ୍ୟମାନଙ୍କୁ ନେଇ ଯେପରି କଥା କୁହାଗଲା, ଏହା ଜାତିସଙ୍ଘକୁ ବିଭାଜିତ କରିବା ଭଳି କାହାଣୀର ଅଂଶବିଶେଷ । ମତଭେଦ ସୃଷ୍ଟି କରୁଥିବା ଏବଂ ଘୃଣା ବୃଦ୍ଧି କରୁଥିବା ଏହି ଭାଷଣକୁ ସଂକ୍ଷେପରେ “ଘୃଣାତ୍ମକ ଭାଷଣ” ବୋଲି କୁହାଯାଇ ପାରେ ।
  2. ମହାସଭାରେ ଅଭିବ୍ୟକ୍ତିର ଅବସରକୁ ଏଭଳି ଦୁରୂପଯୋଗ ଓ ଏହାର ଦୁର୍ବ୍ୟବହାର ପୂର୍ବରୁ କେହି ବି ଦେଖିନଥିବେ । ‘ଧ୍ୱଂସ’, ‘ହତ୍ୟା’, ‘ଜାତୀୟ ଶ୍ରେଷ୍ଠତା’, ‘ବନ୍ଧୁକ ଉଠାଇବା’ ଏବଂ ‘ଶେଷ ପର୍ଯ୍ୟନ୍ତ ଲଢ଼ିବା’ ଏ ସବୁ ଏପରି ଶବ୍ଦ ଯାହାକି ଏକବିଂଶ ଶତାବ୍ଦୀର ପରିକଳ୍ପନାକୁ ନୁହେଁ ବରଂ ମଧ୍ୟଯୁଗୀୟ ମାନସିକତାକୁ ବ୍ୟକ୍ତ କରୁଛି ।
  3. ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରମାଣୁ ବିନାଶର ଧମକ ତାଙ୍କର ଅସ୍ଥିରତାର ପରିଚୟ ପ୍ରଦାନ କରୁଛି, ଏଥିରେ କୌଣସି ରାଜନୈତିକ କୌଶଳ ନାହିଁ ।
  4. ସେ ଏପରି ଏକ ଦେଶର ପ୍ରଧାନମନ୍ତ୍ରୀ, ଯାହାର କି ଆତଙ୍କବାଦର ସମସ୍ତ ଉଦ୍ୟୋଗ ଉପରେ ଆଧିପତ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆତଙ୍କବାଦକୁ ଉଚିତ ଠଉରାଇବା ନିର୍ଲଜ୍ଜତା ଏବଂ ଉତ୍ତେଜନା ସୃଷ୍ଟିକାରୀ ବୟାନ ମନେହୁଏ ।
  5. ସେ ଜଣେ ଏପରି ବ୍ୟକ୍ତି, ଯିଏ କେବେ ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟର ଖେଳାଳି ଥିଲେ, ତାଙ୍କର ଆଜିର ଭାଷଣ ଷଠତାର ସମସ୍ତ ସୀମା ପାର କରିଯାଇଛି ।
  6. ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଙ୍ଘର ପର୍ଯ୍ୟବେକ୍ଷକଙ୍କୁ ଏହି ବିଷୟକୁ ଯାଞ୍ଚ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି କି ପାକିସ୍ତାନରେ କୌଣସି ଉଗ୍ରବାଦୀ ସଙ୍ଗଠନ ନାହିଁ, ବିଶ୍ୱ ଆଶା କରୁଛି କି ସେ ନିଜର ଜବାବ ପୁରଣ କରିବେ ।
  7. ଏଠାରେ କିଛି ପ୍ରଶ୍ନ ଉଠୁଛି ଯାହାର ଉତ୍ତର ପାକିସ୍ତାନକୁ ପ୍ରଦାନ କରିବା ଆବଶ୍ୟକ –
  • ପାକିସ୍ତାନ କ’ଣ ଏହି ବିଷୟର ପୃଷ୍ଟି କରୁଛି କି, ସେଠାରେ ଜାତିସଙ୍ଘ ଦ୍ୱାରା ସୂଚୀବଦ୍ଧ 25 ଆତଙ୍କବାଦୀ ସଂଗଠନ ଏବଂ 130 ଆତଙ୍କବାଦୀ ରହିଛନ୍ତି?
  • ପାକିସ୍ତାନ କ’ଣ ଏହା ସ୍ୱୀକାର କରୁଛି ଯେ, ଏହା ବିଶ୍ୱରେ ଏକମାତ୍ର ଏପରି ସରକାର, ଯିଏକି ଜାତିସଙ୍ଘ ଦ୍ୱାରା ସୂଚୀତ ଅଲକାଏଦା ଓ ଦାଏସର ଏକ ବ୍ୟକ୍ତିକୁ ପେନସନ ପ୍ରଦାନ କରୁଛି?
  • ପାକିସ୍ତାନ କ’ଣ ଏ ବିଷୟରେ ସ୍ପଷ୍ଟୀକରଣ ଦେବ କି ନ୍ୟୁୟର୍କରେ ଏହାକୁ ଏହାର ପ୍ରମୁଖ ବ୍ୟାଙ୍କ ଦ ହବିବକୁ ବନ୍ଦ କରିବାକୁ ପଡିଲା କାରଣ ଆତଙ୍କବାଦକୁ ଧନ ପ୍ରଦାନ କରାଇବା ପାଇଁ ଏହା ଉପରେ କୋଟି କୋଟି ଡଲାରର ଜୋରିମାନା ଲଗାଯାଇଥିଲା?
  • ପାକିସ୍ତାନ କ’ଣ ଏ ବିଷୟକୁ ଅସ୍ୱୀକାର କରିପାରିବ କି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଏହାକୁ 27 ମାନଦଣ୍ଡରୁ 20ରୁ ଅଧିକ ଉଲ୍ଲଙ୍ଘନ କରିବା ପାଇଁ ନୋଟିସ ଜାରି କରିଥିଲା?
  • ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ’ଣ ନ୍ୟୁୟର୍କରୁ ଏହି ବିଷୟକୁ ଅସ୍ୱୀକାର କରିପାରିବେ କି ସେମାନେ ଓସାମା ବିନ ଲାଡେନର ମୁକ୍ତ ରକ୍ଷକ ଥିଲେ ?

ଅଧ୍ୟକ୍ଷ ମହୋଦୟ,

  1. ଆତଙ୍କବାଦ ଓ ଘୃଣା ବିସ୍ତାର କରୁଥିବା ଭାଷଣ ପରେ, ପାକିସ୍ତାନ ନିଜକୁ ମାନବାଧିକାରର ବଡ ରକ୍ଷକ ସାଜିବା ପାଇଁ ଚେଷ୍ଟା କରୁଛି ।
  2. ଏହା ଏପରି ଏକ ଦେଶ ଯେଉଁଠାରେ 1947ର ସଂଖ୍ୟାଲଘୁ ଲୋକଙ୍କ ହାର 23 ପ୍ରତିଶତରୁ ହ୍ରାସ ପାଇ ଏବେ ମାତ୍ର 3 ପ୍ରତିଶତରେ ରହିଛି ଏବଂ ଏଠାରେ ଖ୍ରୀଷ୍ଟିଆନ, ଶିଖ, ଅହମ୍ମଦିଆ, ହିନ୍ଦୁ, ଶିୟା. ପଶତୁନ, ସିନ୍ଧି ଓ ବାଲୁଚିମାନଙ୍କୁ କଠୋର ଧାର୍ମିକ ଆଇନ, ଉତ୍ପୀଡନ ଏବଂ ଘୃଣା ଓ ପ୍ରତାରଣାର ସମ୍ମୁଖୀନ ହେବା ସହ ଧର୍ମାନ୍ତରଣ ପାଇଁ ବିବଶ କରାଯାଇଥାଏ ।
  3. ମାନବାଧିକାରର ପ୍ରଚାର ଲାଗି ସେମାନଙ୍କର ଆହେତୁକ ଆଗ୍ରହ ଲୁପ୍ତପ୍ରାୟ ପାହାଡି ଛେଳି ମାର୍ଖୋର ଶିକାର ଲାଗି ପୁରସ୍କାର ଜିତିବା ସହ ତୁଳନୀୟ ।
  4. ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ନରସଂହାର ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶବିଶେଷ ନୁହେଁ । ଆମେ ଆପଣଙ୍କୁ ଅନୁରୋଧ କରିବୁ କି ଇତିହାସ ବାବଦରେ ଆପଣଙ୍କ କମ ଜ୍ଞାନକୁ ଅଧିକ ବ୍ୟାପକ କରନ୍ତୁ ଏବଂ 1971ରେ ଆପଣଙ୍କ ଲୋକଙ୍କ ବିରୋଧରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଭୀଷଣ ନରସଂହାର ଓ ଏଥିରେ ଲେଫ୍ଟନାଣ୍ଟ ଜେନେରାଲ ଏ କେ କେ ନିୟାଜୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକାକୁ ଭୁଲନ୍ତୁ ନାହିଁ । ବାଂଲାଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସାଧାରଣ ସଭାରେ ଆଜି ଦ୍ୱିପହର ସମୟରେ ଏହି ବିଷୟ ସମ୍ବନ୍ଧରେ ଆଲୋଚନା କରାଯିବା ଏହାର ବଡ ପ୍ରମାଣ ।

ଅଧ୍ୟକ୍ଷ ମହୋଦୟ,

  1. ଜାମ୍ମୁ କାଶ୍ମୀରର ବିକାଶ ତଥା ଭାରତ ସହିତ ଏହାର ମିଶ୍ରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଏକ ପୁରୁଣା ତଥା ଅସ୍ଥାୟୀ ପ୍ରାବଧାନକୁ ଶେଷ କରିବା ସମ୍ବନ୍ଧରେ ପାକିସ୍ତାନର ବିଷୋଦଗାର ଏହି ବିଷୟର ପ୍ରତୀକ ଯେ ଯେଉଁମାନେ ସଂଘର୍ଷରେ ବିଶ୍ୱାସ ରଖନ୍ତି ସେମାନେ କେବେ ବି ଶାନ୍ତିକୁ ପସନ୍ଦ କରିବେ ନାହିଁ ।
  2. ଏକପକ୍ଷରେ ଯେତେବେଳେ ପାକିସ୍ତାନ ଆତଙ୍କବାଦକୁ ବଡ ଧରଣର ପ୍ରୋତ୍ସାହନ ପ୍ରଦାନ କରୁଛି ସେତିକିବେଳେ ଘୃଣା ପୂର୍ଣ୍ଣ ବୟାନ ଦେବା ବିଷୟରେ ନିଚ୍ଚସ୍ତରକୁ ଓହ୍ଲାଇ ଆସିଛି । ଏହି ସମୟରେ ଭାରତ ଜାମ୍ମୁ କାଶ୍ମୀରକୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବାର ପ୍ରୟାସ କରୁଛି ।
  3. ଭାରତର ଜୀବନ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା, ବିବିଧତା ଓ ସହିଷ୍ଣୁତାର ଅତି ପ୍ରାଚୀନ ଐତିହ୍ୟ ସହିତ ଜାମ୍ମୁ କାଶ୍ମୀର ଓ ଲଦାଖକୁ ଯୋଡିବା ନେଇ ପ୍ରକ୍ରିୟା ଜାରି ରହିଛି ।
  4. ଭାରତର ଜନସାଧାରଣ ଚାହାନ୍ତି ନାହିଁ ଆଉ କେହି ତାଙ୍କ ପାଇଁ କୁହନ୍ତୁ ଏବଂ ବିଶେଷକରି ଏପରି ଲୋକ ତ ଆଦୌ ନୁହେଁ, ଯେଉଁମାନେ କି ଆତଙ୍କବାଦ ସୃଷ୍ଟିକାରୀ କାରଖାନା ଖୋଲିଛନ୍ତି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived