ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତକୁ ନେଇ ସବୁଠାରୁ ବଡ ପରବର୍ତ୍ତନ ହେଉଛି ପ୍ରବୃତ୍ତି, କାର୍ଯ୍ୟ ଏବଂ ପ୍ରତିକ୍ରିୟା ଯାହାକି ଆଜିର ଯୁବପୀଢିଙ୍କ ମନୋବଳ ସହିତ ସମାନ । ସେ ଆଜି ଆସାମର ତେଜପୁର ବିଶ୍ୱବିଦ୍ୟାଳୟର 18ତମ ସମାବର୍ତ୍ତନ ଉତ୍ସବକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିଥିଲେ ।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଅଭିଯାନ ସଂକ୍ରାନ୍ତରେ ବିସ୍ତୃତ ଭାବେ ଧାରଣା ଦେଇଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଆନ୍ଦୋଳନ ସମ୍ବଳ, ଉପଲବ୍ଧ ଭିତ୍ତିଭୂମି, ଜ୍ଞାନକୌଶଳ ଓ ଅର୍ଥନୈତିକ ଏବଂ ରଣନୀତି ଶକ୍ତିର ସବୁଠାରୁ ବଡ ପରିବର୍ତ୍ତନ ହେଉଛି ପ୍ରବୃତ୍ତି, କାର୍ଯ୍ୟ ଏବଂ ପ୍ରତିକ୍ରିୟା ଯାହା ବର୍ତ୍ତମାନର ଯୁବପୀଢିଙ୍କ ମନୋବଳ ସହିତ ସମାନ ଅଟେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁବ ଭାରତୀୟଙ୍କ ନିକଟରେ ଆହ୍ୱାନକୁ ଗ୍ରହଣ କରିବାର ବିଭିନ୍ନ ଉପାୟ ରହିଛି । ସମ୍ପ୍ରତି ଅଷ୍ଟ୍ରେଲିଆରେ ଯୁବ ଭାରତୀୟ କ୍ରିକେଟ୍‍ ଦଳର ପ୍ରଦର୍ଶନକୁ ଉଦାହରଣ ଭାବେ ସେ ନିଜର ମତ ରଖିଥିଲେ । ଭାରତୀୟ କ୍ରିକେଟ୍‍ ଦଳ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । ସେମାନେ ପରାଜୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦ୍ରୁତଗତିରେ ସେଥିରୁ ମୁକୁଳି ପରବର୍ତ୍ତୀ ମ୍ୟାଚ୍‍କୁ ଜିଣିଥିଲେ । ଆଘାତ ସତ୍ତ୍ୱେ ଖେଳାଳିମାନେ ନିଜର ନିଷ୍ଠା ପ୍ରଦର୍ଶନ କରିଥିଲେ । କଠିନ ପରିସ୍ଥିତିରେ ନିରାଶ ହେବା ପରିବର୍ତ୍ତେ ଆହ୍ୱାନକୁ ନିଜ ମୁଣ୍ଡକୁ ନେଇ ଏହାର ସମାଧାନ ଖୋଜିଥିଲେ । ଏହି ଖେଲାଳିମାନେ ଅନଭିଜ୍ଞ ଥିଲେ ମଧ୍ୟ ସେମାନଙ୍କର ମନୋବଳ ଦୃଢ଼ ଥିଲା ଏବଂ ମିଳିଥିବା ସୁଯୋଗର ସେମାନେ ସଦ୍‍ବ୍ୟବହାର କରିଥିଲେ । ନିଜର ପ୍ରତିଭା ଓ ସ୍ୱଭାବ ସହିତ ଗୋଟିଏ ଉନ୍ନତ ଦଳକୁ ପରାସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଜୋର୍‍ ଦେଇ କହିଛନ୍ତି ଯେ ଆମ ଖେଳାଳିଙ୍କ ଏହି ଚମତ୍କାର ପ୍ରଦର୍ଶନ କେବଳ କ୍ରୀଡ଼ା କ୍ଷେତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ପ୍ରଦର୍ଶନରୁ ଶ୍ରୀ ମୋଦି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ତାଲିକାଭୁକ୍ତ କରିଥିଲେ । ପ୍ରଥମେ ଆମର ଦକ୍ଷତା ଉପରେ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ରହିବା ଆବଶ୍ୟକ, ଦ୍ୱିତୀୟରେ ଏକ ସକରାତ୍ମକ ମାନସିକତା ଭଲ ଫଳାଫଳ ଦେଇଥାଏ । ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଜଣେ ଦୁଇଟି ବିକଳ୍ପର ସମ୍ମୁଖୀନ ହୁଏ, ଗୋଟିଏ ସୁରକ୍ଷିତ ଓ ଅନ୍ୟ ବିକଳ୍ପଟି କଷ୍ଟସାଧ୍ୟ ବିଜୟ ହୁଏ ତେବେ ନିଶ୍ଚିତ ଭାବରେ ବିଜୟର ବିକଳ୍ପ ଅନୁସନ୍ଧାନ କରିବାକୁ ପଡ଼ିବ । ବେଳେ ବେଳେ ବିଫଳତାରେ କୌଣସି କ୍ଷତି ହୁଏ ନାହିଁ ଏବଂ ରିକ୍ସ ନେବାକୁ ବାରଣ କରିବା ଉଚିତ୍‍ ନୁହେଁ । ଆମକୁ ସକ୍ରିୟ ଏବଂ ନିର୍ଭୀକ ହେବା ଜରୁରୀ । ଯଦି ଆମେ ବିଫଳତାର ଭୟ ଏବଂ ଅନାବଶ୍ୟକ ଚାପକୁ ଦୂର କରିବା ତେବେ ଆମେ ନିର୍ଭୀକ ଭାବେ ଉଭା ହେବା । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ଯେ ଆତ୍ମବିଶ୍ୱାସୀ ଏବଂ ଲକ୍ଷ୍ୟ ପ୍ରତି ଉତ୍ସର୍ଗୀକୃତ ଏହି ନୂତନ ଭାରତ କେବଳ କ୍ରିକେଟ୍‍ ପଡ଼ିଆରେ ନୁହେଁ, ତୁମେମାନେ ସମସ୍ତେ ଏହି ଚିତ୍ରର ଗୋଟିଏ ଅଂଶ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi