ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ୨୩ ଅଗଷ୍ଟ ୨୦୨୪ରେ ୟୁକ୍ରେନ ଗସ୍ତ କରିଥିଲେ । ୧୯୯୨ ମସିହାରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ସ୍ଥାପିତ ହେବା ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ ଥିଲା ।

ରାଜନୈତିକ ସମ୍ବନ୍ଧ

ଉଭୟ ନେତା ଭବିଷ୍ୟତରେ ଦ୍ଵିପାକ୍ଷିକ ସମ୍ପର୍କକୁ ବ୍ୟାପକ ଭାଗିଦାରୀକୁ ବୃଦ୍ଧି କରି ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାକୁ ପାରସ୍ପରିକ ଆଗ୍ରହ ପ୍ରକାଶ କରିଥିଲେ ।

ସେମାନେ ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ଖୋଲାପଣ ଆଧାରରେ ଉଭୟ ଦେଶର ଜନସାଧାରଣଙ୍କ ହିତ ପାଇଁ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିକଶିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଉଭୟ ନେତା ଗତ ତିନି ଦଶନ୍ଧି ମଧ୍ୟରେ ଯଥେଷ୍ଟ ସୁଦୃଢ଼ ହୋଇଥିବା ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ଏବଂ ସକାରାତ୍ମକ ଗତିପଥର ସମୀକ୍ଷା କରିଥିଲେ ଏବଂ ଜୁନ୍ ୨୦୨୪ରେ ଆପୋଲିଆ ଏବଂ ମେ ୨୦୨୩ରେ ହିରୋସିମାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ସେମାନଙ୍କର ବୈଠକ ସମେତ ବିଭିନ୍ନ ସ୍ତରରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ନିୟମିତ ଯୋଗାଯୋଗର ଭୂମିକାକୁ ପ୍ରଶଂସା କରିଥିଲେ। ମାର୍ଚ୍ଚ ୨୦୨୪ରେ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଏକାଧିକ ଆଲୋଚନା ଏବଂ ଟେଲିଫୋନ୍ ବାର୍ତ୍ତାଳାପ; ପାରସ୍ପରିକ ବୁଝାମଣା, ବିଶ୍ୱାସ ଏବଂ ସହଯୋଗ ବୃଦ୍ଧି ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖ୍ୟଙ୍କ ମଧ୍ୟରେ ଜୁଲାଇ ୨୦୨୩ରେ କିଭ୍ ଠାରେ ଅନୁଷ୍ଠିତ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶର ନବମ ପର୍ଯ୍ୟାୟ ସହିତ ବିଭିନ୍ନ ସ୍ତରରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ନିୟମିତ ସମ୍ବାଦ ଦ୍ୱାରା ଭୂମିକା ନିର୍ବାହ କରିଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ୨୦୨୪ ଏବଂ ରାଇସିନା ଡାଏଲଗ ୨୦୨୪ରେ ୟୁକ୍ରେନର ସରକାରୀ ପ୍ରତିନିଧି ଦଳର ଅଂଶଗ୍ରହଣକୁ ଉଭୟ ନେତାମାନେ ପ୍ରଶଂସା କରିଥିଲେ ।

 

 

ଏକ ବ୍ୟାପକନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜେନେଲସ୍କି ସଂଯୁକ୍ତ ରାଷ୍ଟ୍ର ସହିତ ସାର୍ବଭୌମତ୍ୱ ପ୍ରତି ସମ୍ମାନ ଭଳି ଜାତିସଂଘ ଚାର୍ଟର ସମେତ ଅନ୍ତର୍ଜାତୀୟ ଆଇନର ନୀତିକୁ ବଜାୟ ରଖିବାରେ ଅଧିକ ସହଯୋଗ ପାଇଁ ସେମାନଙ୍କର ପ୍ରସ୍ତୁତିକୁ ଦୋହରାଇଥିଲେ । ଏ ସଂକ୍ରାନ୍ତରେ ଘନିଷ୍ଠ ଦ୍ୱିପାକ୍ଷିକ ଆଲୋଚନା ର ଆବଶ୍ୟକତା ଉପରେ ସେମାନେ ସହମତି ପ୍ରକାଶ କରିଥିଲେ।

ଭାରତୀୟ ପକ୍ଷ ଆଲୋଚନା ଓ କୂଟନୀତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ନିଜର ନୀତିଗତ ଆଭିମୁଖ୍ୟ ଏବଂ ସିଦ୍ଧାନ୍ତକୁ ଦୋହରାଇଛି, ଯାହାର ଏକ ଅଂଶ ଭାବରେ ଭାରତ ଜୁନ୍ ୨୦୨୪ରେ ସ୍ୱିଜରଲ୍ୟାଣ୍ଡର ବୁର୍ଗେନଷ୍ଟକ୍ ଠାରେ ଅନୁଷ୍ଠିତ ୟୁକ୍ରେନରେ ଶାନ୍ତି ଶିଖର ସମ୍ମିଳନୀରେ ଯୋଗ ଦେଇଛି ।

ୟୁକ୍ରେନ୍ ପକ୍ଷ ଭାରତର ଏଭଳି ଅଂଶଗ୍ରହଣକୁ ସ୍ୱାଗତ କରିବା ସହ ପରବର୍ତ୍ତୀ ଶାନ୍ତି ଶିଖର ସମ୍ମିଳନୀରେ ଉଚ୍ଚସ୍ତରୀୟ ଭାରତୀୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନରେ ଶାନ୍ତି ସଂକ୍ରାନ୍ତ ଶିଖର ସମ୍ମିଳନୀରେ ଗୃହୀତ ଶାନ୍ତିର ଏକ ରୂପରେଖ ଦ୍ୱାରା ମିଳିତ ବିଜ୍ଞପ୍ତି ଆଲୋଚନା, କୂଟନୀତି ତଥା ଅନ୍ତର୍ଜାତୀୟ ଆଇନ ଆଧାରରେ ନ୍ୟାୟପୂର୍ଣ୍ଣ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ପ୍ରୟାସର ଆଧାର ଭାବରେ କାର୍ଯ୍ୟ କରିପାରିବ।

ୟୁକ୍ରେନର ମାନବୀୟ ଶସ୍ୟ ପ୍ରୟାସ ସମେତ ବିଶ୍ୱଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରୟାସକୁ ଉଭୟ ନେତା ପ୍ରଶଂସା କରିଥିଲେ । ବିଶେଷ କରି ଏସିଆ ଓ ଆଫ୍ରିକାରେ ବିଶ୍ୱ ବଜାରକୁ ନିରବଚ୍ଛିନ୍ନ ଓ ସୂଚାରୁଭାବେ କୃଷି ଜାତ ଦ୍ରବ୍ୟର ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଭିନବ ସମାଧା ପ୍ରସ୍ତୁତି କରିବା ଯୋଗୁଁ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଆନ୍ତରିକ ଏବଂ ବ୍ୟବହାରିକ ସମ୍ପର୍କର ଆବଶ୍ୟକତାକୁ ଦୋହରାଇଥିଲେ ଯାହା ବ୍ୟାପକ ଗ୍ରହଣୀୟତା ହାସଲ କରିବ ଏବଂ ଶୀଘ୍ର ଶାନ୍ତି ପୁନରୁଦ୍ଧାର ଦିଗରେ ସହାୟକ ହେବ । ଶୀଘ୍ର ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ଉପାୟରେ ଯୋଗଦାନ କରିବାକୁ ଭାରତର ଇଚ୍ଛାକୁ ସେ ଦୋହରାଇଥିଲେ।

ଅର୍ଥନୈତିକବୈଜ୍ଞାନିକ ଓ ବୈଷୟିକ ସହଯୋଗ

ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ ଉଦ୍ୟୋଗଗୁଡ଼ିକର ଅଧିକ ସଂପୃକ୍ତି ସହିତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଶିଳ୍ପ, ଉତ୍ପାଦନ, ସବୁଜ ଶକ୍ତି ଇତ୍ୟାଦି କ୍ଷେତ୍ରରେ ସୁଦୃଢ଼ ଭାଗିଦାରୀ ଖୋଜିବା ସହିତ ବ୍ୟାପାର ଏବଂ ବାଣିଜ୍ୟ, କୃଷି, ଔଷଧ, ପ୍ରତିରକ୍ଷା, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସଂସ୍କୃତି ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଆଲୋଚନା କରିଥିଲେ।

ଦୁଇ ଦେଶ ମଧ୍ୟରେ ଭବିଷ୍ୟତଭିତ୍ତିକ ଏବଂ ସୁଦୃଢ଼ ଅର୍ଥନୈତିକ ଭାଗିଦାରୀକୁ ସୁଗମ କରିବା ପାଇଁ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ବୈଷୟିକ, ଶିଳ୍ପ ଏବଂ ସାଂସ୍କୃତିକ ସହଯୋଗ ଉପରେ ଭାରତୀୟ-ୟୁକ୍ରେନ୍ ଆନ୍ତଃସରକାରୀ ଆୟୋଗ (ଆଇଜିସି)ର ଗୁରୁତ୍ୱ ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ।

ମାର୍ଚ୍ଚ ୨୦୨୪ରେ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ କରାଯାଇଥିବା ଆଇଜିସିର ସମୀକ୍ଷା ଏବଂ ୨୦୨୪ରେ ପାରସ୍ପରିକ ସୁବିଧାଜନକ ସମୟରେ ଆଇଜିସିର ସପ୍ତମ ଅଧିବେଶନ ଶୀଘ୍ର ଆୟୋଜନ କରିବା ଉଦ୍ଦେଶ୍ୟରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ଆୟୋଜନ ର ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଆଇଜିସିର ସହ-ଅଧ୍ୟକ୍ଷ/ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବାକୁ ୟୁକ୍ରେନ୍ ପକ୍ଷ ସ୍ୱାଗତ କରିଛି।

ନିକଟରେ ହୋଇଥିବା ଯୁଦ୍ଧ ସମ୍ବନ୍ଧିତ ଆହ୍ୱାନ କାରଣରୁ ୨୦୨୨ ମସିହାରୁ ବାର୍ଷିକ ଦ୍ୱିପାକ୍ଷିକ ସାମଗ୍ରୀ ବାଣିଜ୍ୟରେ ଉଲ୍ଲେଖନୀୟ ହ୍ରାସ ଘଟିବା ପରିପ୍ରେକ୍ଷୀରେ ଉଭୟ ନେତା ଆଇଜିସିର ସହ-ଅଧ୍ୟକ୍ଷମାନଙ୍କୁ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କକୁ କେବଳ ସଂଘର୍ଷ ପୂର୍ବ ସ୍ତରକୁ ଫେରାଇ ଆଣିବା ପାଇଁ ନୁହେଁ ବରଂ ଏହାକୁ ଆହୁରି ବିସ୍ତାର ଓ ଗଭୀର କରିବା ର ସମସ୍ତ ସମ୍ଭାବ୍ୟ ଉପାୟ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ।

ଭାରତ ଏବଂ ୟୁକ୍ରେନ ମଧ୍ୟରେ ବ୍ୟାପକ ଓ ବାଣିଜ୍ୟ ପାଇଁ ଥିବା ପ୍ରତିବନ୍ଧକକୁ ଦୂର କରିବା ସହିତ ପାରସ୍ପରିକ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ପୁଞ୍ଜିନିବେଶ ପାଇଁ ବ୍ୟବସାୟ କରିବାରେ ସହଜତା ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ । ମିଳିତ ପ୍ରକଳ୍ପ, ସହଯୋଗ ଏବଂ ଉଦ୍ୟୋଗ ର ଅନୁସନ୍ଧାନ ପାଇଁ ଉଭୟ ପକ୍ଷ ସରକାରୀ ଏବଂ ବ୍ୟବସାୟିକ ସ୍ତରରେ ଅଧିକ ସଂପୃକ୍ତିକୁ ପ୍ରୋତ୍ସାହିତ କରିଥିଲେ।

ଉଭୟ ନେତା କୃଷି କ୍ଷେତ୍ରରେ ଦୁଇ ପକ୍ଷ ମଧ୍ୟରେ ସୁଦୃଢ଼ ସମ୍ପର୍କ ଏବଂ ମାନକ ଏବଂ ପ୍ରମାଣନ ପ୍ରକ୍ରିୟାର ସମନ୍ୱୟ ସମେତ ପରିପୂରକ କ୍ଷେତ୍ରରେ ଶକ୍ତି ଆଧାରରେ ଦ୍ୱିପାକ୍ଷିକ ଯୋଗାଯୋଗ ଏବଂ ବଜାର ପ୍ରବେଶ ବୃଦ୍ଧି କରିବାର ଆବଶ୍ୟକତା ବିଷୟରେ ସ୍ମରଣ କରିଥିଲେ ।

ଔଷଧ ଉତ୍ପାଦନ କ୍ଷେତ୍ରରେ ସହଯୋଗକୁ ଭାଗିଦାରୀର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ ଭାବରେ ସ୍ୱୀକାର କରି ନେତାମାନେ ପରୀକ୍ଷଣ, ଯାଞ୍ଚ ଏବଂ ପଞ୍ଜୀକରଣ ପ୍ରକ୍ରିୟା ସମେତ ପୁଞ୍ଜିନିବେଶ ଏବଂ ମିଳିତ ଉଦ୍ୟୋଗର ଅଧିକ ବଜାର ପ୍ରବେଶ ଏବଂ ସୁବିଧା ପାଇଁ ଇଚ୍ଛାକୁ ଦୋହରାଇଥିଲେ । ଉଭୟ ପକ୍ଷ ଔଷଧ ଏବଂ ଔଷଧ ଉପରେ ସହଯୋଗ କୁ ବ୍ୟାପକ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, ଯେଉଁଥିରେ ପ୍ରଶିକ୍ଷଣ ଏବଂ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ ଅନ୍ତର୍ଭୁକ୍ତ । ଭାରତ ଗଣତନ୍ତ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଔଷଧ ଏବଂ ଔଷଧ ନିୟନ୍ତ୍ରଣ ଉପରେ ୟୁକ୍ରେନର ରାଜ୍ୟ ସେବା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଏବଂ ଅଗଷ୍ଟ ୨୦୨୪ରେ ଔଷଧ ସହଯୋଗ ଉପରେ ଭାରତୀୟ-ୟୁକ୍ରେନର ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ତୃତୀୟ ବୈଠକ ଭର୍ଚୁଆଲ ମୋଡରେ ଆୟୋଜନକୁ ସେମାନେ ସ୍ୱାଗତ କରିଥିଲେ । ଶସ୍ତା ଏବଂ ଗୁଣାତ୍ମକ ଔଷଧ ଯୋଗାଣ ପାଇଁ ଭାରତକୁ ଏକ ନିଶ୍ଚିତ ଉତ୍ସ ଭାବରେ ୟୁକ୍ରେନ୍ ପକ୍ଷ ମଧ୍ୟ ପ୍ରଶଂସା କରିଛି।

ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ଆଇନଗତ ଢାଞ୍ଚାକୁ ସମ୍ପ୍ରସାରଣ କରିବା, ବିଶେଷକରି ପୁଞ୍ଜିନିବେଶର ପାରସ୍ପରିକ ସୁରକ୍ଷା ଏବଂ ଶୈକ୍ଷିକ ଦସ୍ତାବିଜ ଗୁଡିକର ; ତଥା ଉପାଧିଗତ ଶିକ୍ଷାଗତ ଯୋଗ୍ୟାତା; ତଥା ଉପାଧିଗୁଡିକ ପାରସ୍ପରିକ ସ୍ୱୀକୃତି ଅନୁସନ୍ଧାନ ସହିତ ଜଡିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସହମତି ହୋଇଥିଲେ ।

ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗ ସମ୍ବନ୍ଧିତ ଭାରତର ଏବଂ ୟୁକ୍ରେନ ମଧ୍ୟରେ ବୁଝାମଣାର ସଫଳ କାର୍ଯ୍ୟାନ୍ୱୟନ ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗ ଉପରେ ଭାରତୀୟ-ୟୁକ୍ରେନ ସଂଯୁକ୍ତ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଦ୍ୱିପାକ୍ଷିକ ଗବେଷଣା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଉପରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ବୁଝାମଣାର ସଫଳ ରୂପାୟନକୁ ଉଲ୍ଲେଖ କରି ଉଭୟ ପକ୍ଷ ବିଶେଷକରି ଆଇସିଟି, ଏଆଇ, ମେସିନ୍ ଲର୍ଣ୍ଣିଂ, କ୍ଲାଉଡ୍ ସେବା, ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ନିୟମିତ ଆଦାନପ୍ରଦାନ ଏବଂ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରୋତ୍ସାହିତ କରିଥିଲେ । ୨୦ ଜୁନ୍ ୨୦୨୪ରେ ଅନୁଷ୍ଠିତ ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗ ଉପରେ ଜେଡବ୍ଲୁଜିର ଅଷ୍ଟମ ବୈଠକକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ ।

ପ୍ରତିରକ୍ଷା ସହଯୋଗ

 ଭାରତ ଏବଂ ୟୁକ୍ରେନ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ଉଭୟ ଦେଶର ପ୍ରତିରକ୍ଷା ସଂସ୍ଥାମଧ୍ୟରେ ଏକ ସୁଦୃଢ଼ ସମ୍ପର୍କ କୁ ସୁଗମ କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ଦୁଇ ନେତା ରାଜି ହୋଇଥିଲେ, ଯେଉଁଥିରେ ଭାରତରେ ଉତ୍ପାଦନ ପାଇଁ ମିଳିତ ସହଯୋଗ ଏବଂ ଭାଗିଦାରୀ ଏବଂ ଉଦୀୟମାନ କ୍ଷେତ୍ରରେ ସହଯୋଗ ଅନ୍ତର୍ଭୁକ୍ତ । ୨୦୧୨ ପ୍ରତିରକ୍ଷା ସହଯୋଗ ଚୁକ୍ତି ଅଧୀନରେ ସ୍ଥାପିତ ସାମରିକ-ବୈଷୟିକ ସହଯୋଗ ଉପରେ ଭାରତ-ୟୁକ୍ରେନର ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଠକ ନିକଟ ଭବିଷ୍ୟତରେ ଭାରତରେ ଆୟୋଜନ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ସାଂସ୍କୃତିକ ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପାରିକ ସମ୍ବନ୍ଧ

ଭାରତ ଏବଂ ୟୁକ୍ରେନ ମଧ୍ୟରେ ସ୍ଥାୟୀ ବନ୍ଧୁତାରେ ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କର ପ୍ରମୁଖ ଭୂମିକାକୁ ସ୍ୱୀକାର କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମର ସମାପ୍ତି ଏବଂ ଭାରତ ଏବଂ ୟୁକ୍ରେନରେ ସଂସ୍କୃତିର ପର୍ବ ଆୟୋଜନ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ଭାରତୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ ଏବଂ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ସାଧାରଣ ସାଂସ୍କୃତିକ ବୃତ୍ତି ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ବୃତ୍ତି ସମେତ ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନକୁ ବଜାୟ ରଖିବା ଏବଂ ଆହୁରି ବିସ୍ତାର କରିବା ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ ।

ଉଭୟ ଦେଶର ନାଗରିକଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକର ଶାଖାଗୁଡ଼ିକୁ ପାରସ୍ପରିକ ଭାବରେ ଖୋଲିବାର ସମ୍ଭାବନା ଖୋଜିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ଯୋଗାଯୋଗ ର ବିକାଶ ପାଇଁ ୟୁକ୍ରେନରେ ଥିବା ଭାରତୀୟ ପ୍ରବାସୀଙ୍କ ଅବଦାନକୁ ନେତାମାନେ ପ୍ରଶଂସା କରିଥିଲେ ।

୨୦୨୨ ମସିହାର ପ୍ରାରମ୍ଭିକ ମାସରେ ୟୁକ୍ରେନରୁ ଭାରତୀୟ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ଏବଂ ସେବେଠାରୁ ୟୁକ୍ରେନକୁ ଫେରିଥିବା ସମସ୍ତ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବାରେ ସାହାଯ୍ୟ ଏବଂ ସମର୍ଥନ ପାଇଁ ଭାରତୀୟ ପକ୍ଷ ୟୁକ୍ରେନ୍ ପକ୍ଷକୁ କୃତଜ୍ଞତା ଜ୍ଞାପନ କରିଛି। ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସହଜ ଭିସା ଏବଂ ପଞ୍ଜୀକରଣ ସୁବିଧା ପାଇଁ ଭାରତୀୟ ପକ୍ଷ ୟୁକ୍ରେନର ପକ୍ଷକୁ ନିରନ୍ତର ସମର୍ଥନ କରିବାକୁ ଅନୁରୋଧ କରିଛି।

ୟୁକ୍ରେନକୁ ପ୍ରଦାନ କରାଯାଇଥିବା ମାନବିକ ସହାୟତା ପାଇଁ ୟୁକ୍ରେନ୍ ପକ୍ଷ ଭାରତୀୟ ପକ୍ଷକୁ କୃତଜ୍ଞତା ଜ୍ଞାପନ କରିଛି ଏବଂ ଭାରତ ଏବଂ ୟୁକ୍ରେନ୍ ମଧ୍ୟରେ ଉଚ୍ଚ ପ୍ରଭାବ ଥିବା ସାମୁଦାୟିକ ବିକାଶ ପ୍ରକଳ୍ପ ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ ଉପରେ ବୁଝାମଣାପତ୍ରର ସମାପ୍ତିକୁ ସ୍ୱାଗତ କରିଛି ଯାହା ଭାରତୀୟ ଅନୁଦାନ ସହାୟତା ମାଧ୍ୟମରେ ପାରସ୍ପରିକ ସହମତି ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ବିକାଶକୁ ସମ୍ଭବ କରିବ ।

ୟୁକ୍ରେନର ପୁନଃନିର୍ମାଣ ଏବଂ ପୁନରୁଦ୍ଧାରରେ ଭାରତୀୟ କମ୍ପାନୀଗୁଡିକର ସମ୍ପୃକ୍ତି ର ସମ୍ଭାବନାକୁ ଉପଯୁକ୍ତ ଢଙ୍ଗରେ ଅନୁସନ୍ଧାନ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।

ଉଭୟ ନେତା ଆତଙ୍କବାଦକୁ ନିନ୍ଦା କରିବାରେ ସ୍ପଷ୍ଟ ଥିଲେ। ଆନ୍ତର୍ଜାତିକ ଆଇନ ଏବଂ ଜାତିସଂଘ ଚାର୍ଟର ଆଧାରରେ ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ।ରୋପ କରି ସେମାନେ ସମସ୍ତ ପ୍ରକାର ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ପରସ୍ପର ମଧ୍ୟରେ ଲଢ଼େଇ କରିବାକୁ ଆହ୍ୱାନ କରିଥିଲେ।

ସମସାମୟିକ ବୈଶ୍ୱିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ବ୍ୟାପକ ସଂସ୍କାର ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରସଙ୍ଗର ମୁକାବିଲା ପାଇଁ ଏହାକୁ ଅଧିକ ପ୍ରତିନିଧିତ୍ୱ, ପ୍ରଭାବଶାଳୀ ଏବଂ ଦକ୍ଷ କରିବାକୁ ଉଭୟ ପକ୍ଷ ଆହ୍ୱାନ ଦେଇଛନ୍ତି। ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ୟୁକ୍ରେନ୍ ସମର୍ଥନ ଦୋହରାଇଛି।

ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ)ରେ ୟୁକ୍ରେନର ଯୋଗଦାନକୁ ଭାରତୀୟ ପକ୍ଷ ଉତ୍ସୁକତାର ଦଶାଇଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗ ଉପରେ ନେତାମାନଙ୍କର ବିସ୍ତୃତ ଆଲୋଚନା ଏବଂ ଅଂଶୀଦାର ହିତରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ ଭାରତ-ୟୁକ୍ରେନ୍ ସମ୍ପର୍କର ଗଭୀରତା ତଥା ପାରସ୍ପରିକ ବୁଝାମଣା ଏବଂ ବିଶ୍ୱାସକୁ ଦର୍ଶାଇଥାଏ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଗସ୍ତ ସମୟରେ ରାଷ୍ଟ୍ରପତି ଜେଲେନସ୍କି ଏବଂ ତାଙ୍କ ପ୍ରତିନିଧି ଦଳକୁ ଦିଆଯାଇଥିବା ଉଷ୍ମ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ପାରସ୍ପରିକ ସୁବିଧାଜନକ ସୁଯୋଗରେ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's seafood exports hit record $8.46 bn in FY26 amid global headwinds

Media Coverage

India's seafood exports hit record $8.46 bn in FY26 amid global headwinds
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.