ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମିଳିତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଅଲ ନାହ୍ୟାନ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ଜରୁରୀ ସମାଧାନ ନେଇ ସମ୍ମତି ବ୍ୟକ୍ତ କରିଛନ୍ତି । ତେବେ ଏହି ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ଜାତିସଂଘ ଜଳବାୟୁ ପରିବର୍ତ୍ତନର ମୌଳିକ ନୀତି ଓ ଦାୟିତ୍ୱ (ୟୁଏନଏଫସିସିସି) ଓ ପ୍ୟାରିସ ରାଜିନାମା ଅନୁସାରେ ସମ୍ପନ୍ନ କରିବାକୁ ସହମତ ହୋଇଛନ୍ତି । ଉଭୟ ନେତା ଜଳବାୟୁ ପରିବର୍ତ୍ତନ ନେଇ ଅଙ୍ଗାରକାମ୍ଲ ଉତ୍ସରଣ ସମସ୍ୟା ଓ ସ୍ୱଚ୍ଛ ଇନ୍ଧନ ନେଇ ସହଯୋଗ କରିବା ତଥା ୟୁଏନଏଫସିସିସିର ୨୮ତମ ଅଧିବେଶନରେ ଆଖିଦୃଶିଆ ଓ ସକାରାତ୍ମକ ଫଳାଫଳ ନେଇ କାର୍ଯ୍ୟ କରିବାକୁ ମଧ୍ୟ ସମ୍ମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ରେ COP-28ର ଆୟୋଜନ ହୋଇଥିବାରୁ ୟୁଏଇକୁ ଅଭିନନ୍ଦନ ଜଣାଇବା ସହ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି । ମହାମହିମ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଆଲ ନାହ୍ୟାନ ମଧ୍ୟ ଅପରପକ୍ଷରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

 ଉଭୟ ନେତା ଆନ୍ତର୍ଜାତିକ ସମୁଦାୟକୁ ପ୍ୟାରିସ ରାଜିନାମାର ଦୀର୍ଘମିଆଦି ଲକ୍ଷ୍ୟ ପୂରଣ ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି । ପ୍ରତ୍ୟେକ ରାଷ୍ଟ୍ରର ବିବିଧ ଜାତୀୟ ପରିସ୍ଥିତିକୁ ବିଚାର କରି ୟୁଏନଏଫସିସିସି ଓ ପ୍ୟାରିସ ରାଜିନାମାରେ ନୀତିନିୟମ ଓ ସାମାଜିକ ନ୍ୟାୟକୁ ସମ୍ମାନ ଦେଇ ଏହାକୁ କଡାକଡି ପାଳନ କରିବାକୁ ମଧ୍ୟ କହିଛନ୍ତି । 

ଉଭୟ ନେତା ଅଭିଳଷିତ, ସନ୍ତୁଳିତ ଓ କାର୍ଯ୍ୟକାରୀ ହୋଇପାରୁଥିବା କୋପ-୨୮ର ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମତାମତକୁ ଅତ୍ୟାବଶ୍ୟକ ମନେ କରିଛନ୍ତି । ସେଗୁଡିକ ମଧ୍ୟରେ ପ୍ରଶମନ, ଗ୍ରହଣଯୋଗ୍ୟତା, କ୍ଷତି ଓ ଭଙ୍ଗାରୁଜା ବିଷୟ ଓ ଜଳବାୟୁ ସଂକ୍ରାନ୍ତ ଆର୍ଥିକ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ । 

 

ଏହି ସବୁ ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ନେତାଗଣ ପ୍ରତ୍ୟେକ ଅଂଶୀଦାରକୁ ଗଠନମୂଳକ ମନୋଭାବ ଓ ସଂହତିର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି ।

 ଏହି ପରିପ୍ରେକ୍ଷୀରେ ସେ ଉଭୟ ନେତା ଗ୍ଲୋବାଲ ଷ୍ଟକଷ୍ଟେକ(ଜିଏସ୍‌ଟି) ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଏହା ସଫଳତା ସହ COP-28 ଶେଷ ହେବା ଉପରେ ଆଶାବ୍ୟକ୍ତ କରିଥିଲେ । ଏହି ଅଭିଳଷିତ କାର୍ଯ୍ୟ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ସହ ପ୍ୟାରିସ ରାଜିନାମାର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ । ସେମାନେ COP-28 ରେ ଏକ ସନ୍ତୁଳିତ ଲକ୍ଷ୍ୟ ନେଇ ବୈଶ୍ୱିକ ଷ୍ଟଟଷ୍ଟେକର ବିଚାର କରିବା ସହ ଜିଏସ୍‌ଟି ଫଳାଫଳ ଭିତ୍ତିରେ ବିକଶିତ ରାଷ୍ଟ୍ରଗୁଡିକ ନିମନ୍ତେ ଆର୍ଥିକ ସହାୟତା ଓ ସହଯୋଗ ଉପରେ ମତ ଦେଇଥିଲେ । ବିକଶିତ ରାଷ୍ଟ୍ରଗୁଡିକୁ ଆନ୍ତର୍ଜାତିକ ସହଯୋଗ ଦେବା ସହ ଜଳବାୟୁ ପରିବର୍ତ୍ତନର କୁପ୍ରଭାବର ମୁକାବିଲା ଅଧିବେଶନ ଓ ପ୍ୟାରିସ ରାଜିନାମା ଅନୁସାରେ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । 

 ଉଭୟ ନେତା ଜଳବାୟୁ ପ୍ରଭାବ ସମ୍ମୁଖୀନ ହେବା ନେଇ ବିକଶିତ ରାଷ୍ଟ୍ରଗୁଡିକୁ ସେମାନଙ୍କ ସାମର୍ଥ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ବୈଶ୍ୱିକ ଲକ୍ଷ୍ୟ ଉପଯୋଗୀକରଣ(ଜିଜିଏ) ନେଇ ବାସ୍ତବ ପ୍ରଗତି ଅପରିହାର୍ଯ୍ୟ ହୋଇବାବେଳେ କେତେକ କ୍ଷେତ୍ର ଯେପରିକି ଖାଦ୍ୟ ଅବସ୍ଥାନ୍ତର ପଦ୍ଧତି, ଜଳ ପରିଚାଳନା, ପ୍ରାକୃତିକ ଉପାୟରେ ଅଙ୍ଗାରକାମ୍ଳ ଉତ୍ସରଣ ପ୍ରତିରୋଧକାରୀ ବା ଲୁଣା ଜଙ୍ଗଲ, ସଂରକ୍ଷଣ, ସ୍ଥାୟୀ ଓ ନିରନ୍ତର ଜୈବ ବିବିଧତା ବ୍ୟବହାର ଓ ଜନସ୍ୱାସ୍ଥ୍ୟ ରକ୍ଷା ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ।

ଅବହେଳିତ ଶ୍ରେଣୀ ଯେପରି ଜଳବାୟୁ ପରିବର୍ତ୍ତନ କୁପ୍ରଭାବର ମୁକାବିଲା ପ୍ୟାରିସ ରାଜିନାମାର ବ୍ୟବସ୍ଥା ଅନୁସାରେ କରିପାରିବେ, ସେଥିନେଇ ଆନ୍ତର୍ଜାତିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ କ୍ଷୟକ୍ଷତି ଓ ଜଳବାୟୁଜନିତ ପ୍ରତିକୂଳ ପ୍ରଭାବକୁ ରୋକିବା ନିମନ୍ତେ କାର୍ଯ୍ୟ ତ୍ୱରାନ୍ୱିତ କରି COP-28 ଆର୍ଥିକ ସହାୟତା ବ୍ୟବସ୍ଥା ତଥା କ୍ଷୟକ୍ଷତି ପାଣ୍ଠିର ସୁବିନିଯୋଗ ରାଷ୍ଟ୍ରଗଣ କରିବା ଉପରେ ଉଭୟ ସହମତି ହୋଇଥିଲେ । 

ଅକ୍ଷୟ ଶକ୍ତି, ସବୁଜ ଉଦ୍‌ଯାନ, ଭଣ୍ଡାରଣ ପ୍ରଯୁକ୍ତି ବିନିଯୋଗ, କମ୍ ଶକ୍ତି ବିନିଯୋଗ ଓ ଅନ୍ୟାନ୍ୟ କମ୍ ଅଙ୍ଗାରକାମ୍ଳ ଉତ୍ସରଣ ସମାଧାନ ପନ୍ଥା ପାଇଁ ପୁଞ୍ଜି ବିନିଯୋଗ ଉପରେ ଉଭୟେ ମତ ରଖିଥିବା ବେଳେ ଏହା ନିରନ୍ତର ଓ ସ୍ଥାୟୀ ଆର୍ଥିକ ବିକାଶ ସହ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ ମତ ଦେଇଥିଲେ । ଉଭୟ ଅଙ୍ଗାରକାମ୍ଳ ଉତ୍ସରଣ ହ୍ରାସ ପାଇଁ ସମସ୍ତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଉପରେ ସମର୍ଥନ ବ୍ୟକ୍ତ କରିଥିବାବେଳେ ଏହା ଯେପରି ବ୍ୟାପକ ତଥା ନିରନ୍ତର ବିକାଶ ସୁନିଶ୍ଚିତ କରିବ ତା’ଉପରେ ମଧ୍ୟ ଗୁରୁତ୍ୱଆରାପ କରିଥିଲେ । ସେଥିପାଇଁ ଉଦ୍ୟମକୁ ଦ୍ୱିଗୁଣିତ କରିବା ସହ ଏହାର ଉପଲବ୍‌ତା ସୁନିଶ୍ଚିତ କରିବା ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଯେପରି ବିକାଶମୁଖୀ ରାଷ୍ଟ୍ରଗୁଡିକୁ ଦିଆଯିବ ସେଥିପାଇଁ ଉଭୟ ନେତା ଆନ୍ତର୍ଜାତିକ ଗୋଷ୍ଠୀକୁ ମଧ୍ୟ ନିବେଦନ କରିଥିଲେ । 

 

ଉଭୟ ନେତା ଜଳବାୟୁ ପରିବର୍ତ୍ତନ ଢାଞ୍ଚା ମଧ୍ୟରେ ହିଁ ଶକ୍ତିର ଅବସ୍ଥାନ୍ତର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ତିନୋଟି ସମାନ ଅଥଚ ଗୁରୁତ୍ୱପୂର୍ଣର୍ ସ୍ତମ୍ଭ ଉପରେ ପର୍ଯ୍ୟବେସିତ । ସେଗୁଡିକ ହେଲା ଶକ୍ତି ସୁରକ୍ଷା ଓ ଉପଲବ୍ଧତା, ଆର୍ଥିକ ସମୃଦ୍ଧି ଓ ଗ୍ରୀନ ହାଉସ ଗ୍ୟାସ ଉତ୍ସରଣ । କମ୍ ବ୍ୟୟସାପେକ୍ଷ ନିର୍ଭରଯୋଗ୍ୟ ଓ ସମସ୍ତଙ୍କ ପାଇଁ ନିରନ୍ତର ଶକ୍ତିର ସର୍ବଜନୀନତା ପାଇଁ ଉଭୟ ଭାରତ ଓ ୟୁଏଇ ନିଃସର୍ତ୍ତ ସମର୍ଥନ ଦେଉଥିବା ସେମାନେ ଦୃଢତାର ସହ କହିଥିଲେ ।

 

ଉଭୟ ଦେଶ ବିକଶିତ ରାଷ୍ଟ୍ରଗୁଡିକ ୧୦୦ବିଲିୟନ ଆମେରିକୀୟ ଡଲାର ବିକାଶମୁଖୀ ରାଷ୍ଟ୍ରମାନଙ୍କୁ ଦେବା ନେଇ ନିଜର ସହମତ ହୋଇଥିଲେ । ଏହା ଫଳରେ ବିକାଶମୁଖୀ ରାଷ୍ଟ୍ରଗୁଡିକ ୨୦୨୩ ସୁଦ୍ଧା ଜଳବାୟୁର ବର୍ତ୍ତମାନ ପ୍ରତିକୂଳ ପ୍ରଭାବ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ସେମାନେ ମଧ୍ୟ ୟୁଏନଏଫସିସିସି ଓ ପ୍ୟାରିସ ଚୁକ୍ତିନାମା ନେଇଥିବା ଆଇନଗତ ବାଧ୍ୟତାର ସ୍ମରଣ କରାଇ ଜଳବାୟୁ ଆର୍ଥିକ ସହାୟତାକୁ ଦ୍ୱିଗୁଣିତ କରିବା ଓ ତାହା ବିକାଶମୁଖୀ ରାଷ୍ଟ୍ରଗୁଡିକୁ ୨୦୧୯ରୁ ୨୦୨୫ ମଧ୍ୟରେ ବିପର୍ଯ୍ୟୟ ପ୍ରଶମନ ନେଇ ସନ୍ତୁଳନ ରକ୍ଷା କରିପାରିବେ । 

ନେତାଦ୍ୱୟ ଆନ୍ତର୍ଜାତିକ ଆର୍ଥିକ ପ୍ରତିଷ୍ଠାନ (ଆଇଏଫଏଲଏସ) ଓ ବହୁରାଷ୍ଟ୍ରୀୟ ବିକାଶ ବ୍ୟାଙ୍କ (ଏମ୍‌ଡିବିଏସ)କୁ ଆଥିôର୍କ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଚଳିତବର୍ଷ ରିହାତି ଯୁକ୍ତ ଆର୍ଥିକ ସହାୟତା ପ୍ରଦାନ, କ୍ଷତି ପରିଚାଳନା ଓ ଅତିରିକ୍ତ ଘରୋଇ ପୁଞ୍ଜି ବ୍ୟବସ୍ଥା, ବିକାଶମୁଖୀ ରାଷ୍ଟ୍ରମାନଙ୍କ ପାଇଁ ବ୍ୟବସ୍ଥା କଲେ ସେମାନେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ପାଇଁ ସକ୍ଷମ ହେବେ ବୋଲି ମତ ଦେଇଥିଲେ । ବିକାଶଗତ ସହାୟତାରେ କୌଣସି ସାଲିସ ନ କରି ଏମଡିବିଏସ୍ ମାନେ ଏକ ବିଂଶ ଶତାବ୍ଦୀର ବୈଶ୍ୱିକ ଆହ୍ୱାନର ମୁକାବିଲା କରିପାରିବେ ।

ସ୍ଥାୟୀ ଓ ନିରନ୍ତର ପରିବେଶ ବନ୍ଧୁ ଭାବପନ୍ନ ବ୍ୟକ୍ତିଗତ ବ୍ୟବହାର ଯେତେବେଳେ ଗଣବ୍ୟବହାରରେ ପରିଣତ ହୁଏ ତାହା ବୈଶ୍ୱିକ ଜଳବାୟୁ ମୁକାବିଲାରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେମାନେ ନିରନ୍ତର ଓ ସ୍ଥାୟୀ ଜୀବନଶୈଳୀ ନେଇ ସଚେତନତା ସୃଷ୍ଟିର ଗୁରୁତ୍ୱ ଉପରେ ମଧ୍ୟ ସହମତ ହୋଇଥିଲେ । ଉଭୟ ନେତା ଏହି ପରିପ୍ରେକ୍ଷୀରେ ଭାରତରେ ମିଶନ ଲାଇଫ ପଦକ୍ଷେପର ପ୍ରଶଂସା କରିଥିଲେ । ପରିବେଶ ନେଇ COP-28 କାର୍ଯ୍ୟକ୍ରମ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଧାନ୍ୟ ଦେବ ବୋଲି ଉଭୟ ଆଶା ପ୍ରକଟ କରିଥିଲେ ।

ଉଭୟ ନେତା ଭାରତର ଜି-୨୦ଅଧ୍ୟକ୍ଷତାର ଗୁରୁତ୍ୱ ଓ ମହତ୍ୱ ନେଇ ଦୃଢୋକ୍ତି ପ୍ରକାଶ କରିବା ସହ ଜଳବାୟୁ ପରିବର୍ତ୍ତନ ନେଇ ଜି-୨୦ର ଭୂମିକା ଓ ଏହାର ସହଯୋଗ ଉପରେ ମଧ୍ୟ ଦୃଢ ମତ ରଖିଥିଲେ । ସେମାନେ ଆର୍ଥିକ ଓ ପ୍ରଯୁକ୍ତି ବିଷୟକୁ ମଧ୍ୟ ନିରନ୍ତର ଶକ୍ତି ଅବସ୍ଥାନ୍ତର ପାଇଁ ସମର୍ଥନ ବ୍ୟକ୍ତ କରିଥିଲେ । 

ଉଭୟ ନେତା ୟୁଏଇରେ ହେଉଥିବା COP-28ର ମହତ୍ୱ ତଥା ଆର୍ନ୍ତଜାତିକ ସହାୟତା ବୃଦ୍ଧି, ନବୋନ୍ମେଷ ଓ ଦକ୍ଷତାପୂର୍ଣ୍ଣ ସମାଧାନ ନେଇ ଏହାର ଜଳବାୟୁ ପରିବର୍ତ୍ତନ ଆହ୍ୱାନ ମୁକାବିଲାକୁ ସ୍ୱୀକୃତି ଦେଇଥିଲେ ।

ଭାରତ ଓ ୟୁଏଇ COP-28ର ସଫଳତା ନେଇ ଗୋଟିଏ ମନୋଭାବ ପୋଷଣ କରନ୍ତି । ଏହି ଅଧିବେଶନ ୟୁଏନଏଫସିସିସି ଓ ପ୍ୟାରିସ ଚୁକ୍ତିକୁ ଆଧାର କରି ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ଦିଗରେ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି କରିବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"