ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମାନନୀୟ ଡୋନାଲ୍ଡ ଜେ. ଟ୍ରମ୍ପ ୧୩ ଫେବୃଆରୀ, ୨୦୨୫ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୱାଶିଂଟନ ଡିସିରେ ଏକ ସରକାରୀ କାର୍ଯ୍ୟକ୍ରମ ଗସ୍ତ ଅବସରରେ ସ୍ଵାଗତ କରିଥିଲେ ।


ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର ଏବଂ ବହୁବାଦକୁ ଗୁରୁତ୍ୱ ଦେଉଥିବା ସାର୍ବଭୌମ ଗଣତନ୍ତ୍ରର ନେତା ଭାବରେ ଉଭୟ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଭାରତ- ଆମେରିକାର ଶକ୍ତି, ଯାହା ବ୍ୟାପକ ବୈଶ୍ଵିକ ରଣନୈତିକ ଭାଗୀଦାରୀ, ପାରସ୍ପରିକ ବିଶ୍ୱାସ ଓ ସ୍ୱାର୍ଥ, ସଦ୍ଭାବନା ଏବଂ ନାଗରିକ ମାନଙ୍କର ଦୃଢ଼ ସଂପୃକ୍ତି ଉପରେ ଆଧାରିତ, ସେ ସମ୍ପର୍କରେ ଦୋହରାଇଥିଲେ ।

ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସହଯୋଗର ପ୍ରମୁଖ ସ୍ତମ୍ଭ ଗୁଡ଼ିକରେ ପରିବର୍ତନ ଆଣିବା ପାଇଁ ଏକ ନୂତନ ପଦକ୍ଷେପ - "ଏକବିଂଶ ଶତାବ୍ଦୀ ପାଇଁ ସାମରିକ ଭାଗିଦାରୀ, ତ୍ୱରିତ ବାଣିଜ୍ୟ ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ଉତ୍ସାହଜନକ ସୁଯୋଗ" ର ଶୁଭାରମ୍ଭ କରିଛନ୍ତି । ଏହି ପଦକ୍ଷେପ ଅନୁସାରେ, ସେମାନେ ପାରସ୍ପରିକ ଲାଭଦାୟକ ଭାଗିଦାରୀ ପାଇଁ ବିଶ୍ୱାସର ସ୍ତର ପ୍ରଦର୍ଶନ କରିବା ଲାଗି ଚଳିତ ବର୍ଷ ପ୍ରାରମ୍ଭିକ ଫଳାଫଳ ସହିତ ଏକ ଫଳାଫଳ-ଭିତ୍ତିକ ଏଜେଣ୍ଡା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିରକ୍ଷା

ଆମେରିକା - ଭାରତ ରଣନୈତିକ ସ୍ୱାର୍ଥର ଗଭୀର ସମନ୍ୱୟ ଉପରେ ଆଲୋକପାତ କରି ନେତାମାନେ ଏକାଧିକ କ୍ଷେତ୍ରରେ ଗତିଶୀଳ ପ୍ରତିରକ୍ଷା ଭାଗିଦାରୀ ପ୍ରତି ସେମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଚଳିତ ବର୍ଷ ଏକବିଂଶ ଶତାବ୍ଦୀରେ ଆମେରିକା - ଭାରତ ପ୍ରମୁଖ ପ୍ରତିରକ୍ଷା ଭାଗିଦାରୀ ପାଇଁ ଏକ ନୂତନ ଦଶ ବର୍ଷିଆ ଫ୍ରେମୱାର୍କ ସ୍ୱାକ୍ଷରିତ କରିବାକୁ ଦୁଇ ନେତା ଘୋଷଣା କରିଛନ୍ତି ।

ସି୧୩୦ଜେ ସୁପର ହର୍କୁଲେସ୍, ସି୧୭ ଗ୍ଲୋବମାଷ୍ଟର-୩, ପି୮ଆଇ ପୋସାଇଡନ୍ ବିମାନ ;  ସିଏଚ୍ ୪୭ଏଫ୍ ଚିନୁକ୍ସ, ଏମ୍ଏଚ୍ ୬୦ଆର୍ ସିହକ୍ସ ଏବଂ ଏଏଚ୍ ୬୪ଇ ଆପା​‌ଚି; ହାର୍ପୁନ୍ ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର; ଏମ୭୭୭ ହାୱାଇଜର୍; ଏବଂ ଏମକ୍ୟୁ୯ବି ସମେତ ଭାରତର ତାଲିକାରେ ଆଜି ପର୍ଯ୍ୟନ୍ତ ଆମେରିକା ଉତ୍ପାଦିତ ପ୍ରତିରକ୍ଷା ସାମଗ୍ରୀର ଗୁରୁତ୍ୱପୂର୍ଣ୍ଣ ମିଶ୍ରଣକୁ ଉଭୟ ନେତା ସ୍ୱାଗତ କରିଥିଲେ।  ଏହା ଆମେରିକା ଭାରତ ସହିତ ପ୍ରତିରକ୍ଷା ବିକ୍ରୟ ଏବଂ ସହ-ଉତ୍ପାଦନକୁ ବିସ୍ତାର କରିବ ଯାହା ଦ୍ୱାରା ଆନ୍ତଃକାର୍ଯ୍ୟକ୍ଷମତା ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ସୁଦୃଢ଼ କରାଯିବ ବୋଲି ଏହି ନେତାମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ଭାରତର ପ୍ରତିରକ୍ଷା ଆବଶ୍ୟକତାକୁ ଦ୍ରୁତ ଗତିରେ ପୂରଣ କରିବା ପାଇଁ ଚଳିତ ବର୍ଷ ଭାରତରେ "ଜାଭେଲିନ" ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଏବଂ "ଷ୍ଟ୍ରାଇକର" ଇନଫାଣ୍ଟ୍ରି କମ୍ବାଟ୍ ଯାନ ପାଇଁ ନୂତନ କ୍ରୟ ଏବଂ ସହ-ଉତ୍ପାଦନ ବ୍ୟବସ୍ଥା କରିବାକୁ ସେମାନେ ଯୋଜନା ଘୋଷଣା କରିଛନ୍ତି। ବିକ୍ରୟ ସର୍ତ୍ତାବଳୀ ଉପରେ ସହମତି ପରେ ଭାରତ ମହାସାଗରୀୟ କ୍ଷେତ୍ରରେ ଭାରତର ସାମୁଦ୍ରିକ ତଦାରଖକୁ ବୃଦ୍ଧି କରିବା ପାଇଁ ଅତିରିକ୍ତ ୬ଟି ପି-୮ଆଇ ମେରିଟାଇମ୍ ପାଟ୍ରୋଲିଂ ବିମାନ କ୍ରୟ ଶେଷ ହେବ ବୋଲି ସେମାନେ ଆଶା ରଖିଛନ୍ତି।


ରଣନୈତିକ ବାଣିଜ୍ୟ ପ୍ରାଧିକରଣ - ୧ (ଏସଟିଏ୧) ଅନୁମୋଦନ ସହିତ ଭାରତ ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଏବଂ କ୍ୱାଡ୍ ର ଏକ ପ୍ରମୁଖ ଅଂଶୀଦାର ବୋଲି ସ୍ୱୀକାର କରି ଆମେରିକା ଏବଂ ଭାରତ ପ୍ରତିରକ୍ଷା ବାଣିଜ୍ୟ, ପ୍ରଯୁକ୍ତି ବିନିମୟ ଏବଂ ରକ୍ଷଣାବେକ୍ଷଣ, ଅତିରିକ୍ତ ଯୋଗାଣ ଏବଂ ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରତିରକ୍ଷା ବ୍ୟବସ୍ଥାର ଦେଶ ଭିତରେ ମରାମତି ଏବଂ ପୁନରୁଦ୍ଧାର ପାଇଁ ଇଂଟରନ୍ୟାସନାଲ୍ ଟ୍ରାଫିକ୍ ଇନ୍ ଆର୍ମସ ରେଗୁଲେସନ୍ (ଆଇଟିଏଆର) ସମେତ ନିଜ ନିଜ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର ନିୟମାବଳୀର ସମୀକ୍ଷା କରିବେ। ଏହି ନେତାମାନେ ସେମାନଙ୍କ କ୍ରୟ ପ୍ରଣାଳୀକୁ ଉତ୍ତମ ଭାବରେ ସମନ୍ୱିତ କରିବା ଏବଂ ପ୍ରତିରକ୍ଷା ସାମଗ୍ରୀ ଏବଂ ସେବାର ପାରସ୍ପରିକ ଯୋଗାଣକୁ ସକ୍ଷମ କରିବା ପାଇଁ ପାରସ୍ପରିକ ପ୍ରତିରକ୍ଷା କ୍ରୟ (ଆରଡିପି) ଚୁକ୍ତି ପାଇଁ ଚଳିତ ବର୍ଷ ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି। ମହାକାଶ, ବାୟୁ ପ୍ରତିରକ୍ଷା, କ୍ଷେପଣାସ୍ତ୍ର, ସାମୁଦ୍ରିକ ଏବଂ ସମୁଦ୍ର ତଳେ ଥିବା ପ୍ରଯୁକ୍ତି କ୍ଷେତ୍ରରେ ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ନେତା ପ୍ରତିଶ୍ରୁତି ଦେଇଥିବା ବେଳେ ଆମେରିକା ଭାରତକୁ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏବଂ ସମୁଦ୍ର ତଳେ ଥିବା ପ୍ରଣାଳୀ ଜାରି କରିବା ପାଇଁ ଏହାର ନୀତିର ସମୀକ୍ଷା କରିବାକୁ ଘୋଷଣା କରିଛି।

ପ୍ରତିରକ୍ଷା ଉଦ୍ୟୋଗ ସହଯୋଗ ପାଇଁ ଆମେରିକା - ଭାରତ ରୋଡମ୍ୟାପ୍ ଉପରେ ଆଧାର କରି ଏବଂ ସ୍ୱୟଂଶାସିତ ବ୍ୟବସ୍ଥାର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ସ୍ୱୀକାର କରି ନେତାମାନେ ଭାରତ - ପ୍ରଶାନ୍ତ ମହାସାଗରୀୟ ​‌​‌​‌କ୍ଷେତ୍ରରେ ଶିଳ୍ପ ଭାଗିଦାରୀ ଏବଂ ଉତ୍ପାଦନକୁ ବ୍ୟାପକ କରିବା ପାଇଁ ଏକ ନୂତନ ପଦକ୍ଷେପ - ସ୍ୱୟଂଶାସିତ ବ୍ୟବସ୍ଥା ଶିଳ୍ପ ମେଣ୍ଟ (ଏଏସଆଇଏ) ଘୋଷଣା କରିଛନ୍ତି । ଆଞ୍ଚଳିକ ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଅତ୍ୟାଧୁନିକ ସାମୁଦ୍ରିକ ପ୍ରଣାଳୀ ଏବଂ ଉନ୍ନତ ଏଆଇ-ସକ୍ଷମ କାଉଣ୍ଟର ମାନବବିହୀନ ଏରିଆଲ୍ ସିଷ୍ଟମ୍ (ୟୁଏଏସ୍) ଏବଂ ସକ୍ରିୟ ଟୋୱେଡ୍ ଆରେ ସିଷ୍ଟମର ସହ-ବିକାଶ ପାଇଁ ଏଲ୍ ୩ ହାରିସ୍ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ମଧ୍ୟରେ ଉନ୍ନତ ସ୍ବୟଂଶାସିତ ଜ୍ଞାନକୌଶଳ ଉପରେ ଆଣ୍ଡ୍ୟୁରିଲ୍ ଇଣ୍ଡଷ୍ଟ୍ରିଜ୍ ଏବଂ ମହିନ୍ଦ୍ରା କମ୍ପାନୀ ମଧ୍ୟରେ ଏକ ନୂତନ ଭାଗିଦାରୀକୁ ନେତାମାନେ ସ୍ୱାଗତ କରିଥିଲେ।

ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରି ପ୍ରଶିକ୍ଷଣ, ଅଭ୍ୟାସ ଏବଂ ଅପରେସନ୍ ମାଧ୍ୟମରେ ଆକାଶ, ସ୍ଥଳ, ସମୁଦ୍ର, ମହାକାଶ ଏବଂ ସାଇବର ସ୍ପେସ୍ ଭଳି ସମସ୍ତ କ୍ଷେତ୍ରରେ ସାମରିକ ସହଯୋଗ ବୃଦ୍ଧି କରିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ "ଟାଇଗର ଟ୍ରାଇମ୍ଫ" ତ୍ରି-ସେବା ଅଭ୍ୟାସ (୨୦୧୯ରେ ପ୍ରଥମେ ଆରମ୍ଭ) କୁ ନେତାମାନେ ସ୍ୱାଗତ କରିଥିଲେ।

ଶେଷରେ, ନେତାମାନେ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକା ଏବଂ ଭାରତୀୟ ସେନାର ବିଦେଶରେ ମୁତୟନକୁ ସମର୍ଥନ ଏବଂ ବଜାୟ ରଖିବା ପାଇଁ ନୂତନ ମାର୍ଗ ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଯେଉଁଥିରେ ଲଜିଷ୍ଟିକ୍ ଏବଂ ଗୁଇନ୍ଦା ଆଦାନପ୍ରଦାନ ବୃଦ୍ଧି କରିବା ସହିତ ମିଳିତ ମାନବୀୟ ଏବଂ ବିପର୍ଯ୍ୟୟ ରିଲିଫ ଅଭିଯାନ ଏବଂ ଅନ୍ୟାନ୍ୟ ବିନିମୟ ଏବଂ ନିରାପତ୍ତା ସହଯୋଗ ସମ୍ପର୍କ ପାଇଁ ଫୋର୍ସ ଗତିଶୀଳତାରେ ଉନ୍ନତି ଆଣିବାର ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିଲା ।


ବାଣିଜ୍ୟ ଏବଂ ନିବେଶ

 

ନେତାମାନେ ସେମାନଙ୍କ ନାଗରିକମାନଙ୍କୁ ଅଧିକ ସମୃଦ୍ଧ, ରାଷ୍ଟ୍ରକୁ ଶକ୍ତିଶାଳୀ, ଅର୍ଥନୀତିକୁ ଅଧିକ ଅଭିନବ ଏବଂ ଯୋଗାଣ ଶୃଙ୍ଖଳାକୁ ଅଧିକ ସ୍ଥିର କରିବା ପାଇଁ ବାଣିଜ୍ୟ ଏବଂ ପୁଞ୍ଜିନିବେଶକୁ ବିସ୍ତାର କରିବାକୁ ସଂକଳ୍ପ ନେଇଥିଲେ । ନିରପେକ୍ଷତା, ଜାତୀୟ ନିରାପତ୍ତା ଏବଂ ନିଯୁକ୍ତି ସୃଷ୍ଟିକୁ ସୁନିଶ୍ଚିତ କରୁଥିବା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ଆମେରିକା - ଭାରତ ବାଣିଜ୍ୟ ସମ୍ପର୍କକୁ ଗଭୀର କରିବାକୁ ସଂକଳ୍ପ ନେଇଥିଲେ । ଏଥିପାଇଁ ଦୁଇ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଏକ ସାହସିକ ନୂତନ ଲକ୍ଷ୍ୟ - "ମିଶନ ୫୦୦" ଧାର୍ଯ୍ୟ କରିଛନ୍ତି,  ଯାହା ୨୦୩୦ ସୁଦ୍ଧା ମୋଟ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରି ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।

ଏହି ସ୍ତରର ଆକାଂକ୍ଷା ପାଇଁ ନୂତନ, ନିରପେକ୍ଷ ବାଣିଜ୍ୟ ସର୍ତ୍ତାବଳୀ ଆବଶ୍ୟକ ହେବ ବୋଲି ସ୍ୱୀକାର କରି ନେତାମାନେ ୨୦୨୫ର ଶେଷ ସୁଦ୍ଧା ପାରସ୍ପରିକ ଲାଭଦାୟକ, ବହୁ-କ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (ବିଟିଏ)ର ପ୍ରଥମ ପର୍ଯ୍ୟାୟ ଉପରେ ଆଲୋଚନା କରିବାକୁ ଯୋଜନା ଘୋଷଣା କରିଥିଲେ। ଏହି ଆଲୋଚନାକୁ ଆଗେଇ ନେବା ପାଇଁ ଏବଂ ବାଣିଜ୍ୟିକ ସମ୍ପର୍କ ଯେପରି ସମ୍ପୂର୍ଣ୍ଣ ଭାବରେ କମ୍ପାକ୍ଟର ଆକାଂକ୍ଷାକୁ ପ୍ରତିଫଳିତ କରେ ତାହା ସୁନିଶ୍ଚିତ କରିବା ପାଇଁ ନେତାମାନେ ବରିଷ୍ଠ ପ୍ରତିନିଧିମାନଙ୍କୁ ନିଯୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅଭିନବ, ବ୍ୟାପକ ବିଟିଏକୁ ଆଗେଇ ନେବା ପାଇଁ ଆମେରିକା ଏବଂ ଭାରତ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଦୃଢ଼ ଏବଂ ଗଭୀର କରିବା ନିମନ୍ତେ ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିବେ ଏବଂ ବଜାର ପ୍ରବେଶ ବୃଦ୍ଧି, ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକ ହ୍ରାସ କରିବା ଏବଂ ଯୋଗାଣ ଶୃଙ୍ଖଳା ଏକୀକରଣକୁ ଗଭୀର କରିବା ଦିଗରେ କାର୍ଯ୍ୟ କରିବେ ।

ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ପାରସ୍ପରିକ ପ୍ରତିବଦ୍ଧତା ପ୍ରଦର୍ଶନ ଲାଗି ପ୍ରାରମ୍ଭିକ ପଦକ୍ଷେପକୁ ନେତାମାନେ ସ୍ୱାଗତ କରିଥିଲେ । ବୋର୍ବନ, ମୋଟରସାଇକେଲ, ଆଇସିଟି ଉତ୍ପାଦ ଏବଂ ଧାତୁ କ୍ଷେତ୍ରରେ ଆଗ୍ରହୀ ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଭାରତର ସାମ୍ପ୍ରତିକ ପଦକ୍ଷେପକୁ ଯୁକ୍ତରାଷ୍ଟ୍ର ଆମେରିକା ସ୍ୱାଗତ କରିବା ସହିତ ଆଲଫାଲଫା ଘାସ ଏବଂ ବତକ ମାଂସ ଏବଂ ଚିକିତ୍ସା ଉପକରଣ ଭଳି ଆମେରିକୀୟ କୃଷି ଜାତ ଦ୍ରବ୍ୟ ପାଇଁ ବଜାର ପ୍ରବେଶ ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରିଛି । ଆମେରିକାକୁ ଭାରତୀୟ ଆମ୍ବ ଓ ଡାଳିମ୍ବର ରପ୍ତାନି ବୃଦ୍ଧି ପାଇଁ ନିଆଯାଇଥିବା ଆମେରିକୀୟ ପଦକ୍ଷେପକୁ ମଧ୍ୟ ଭାରତ ପ୍ରଶଂସା କରିଛି। ଉଭୟ ପକ୍ଷ ଭାରତକୁ ଶିଳ୍ପ ସାମଗ୍ରୀର ଆମେରିକାର ରପ୍ତାନି ବୃଦ୍ଧି କରି ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ ଶ୍ରମ ଭିତ୍ତିକ ଉତ୍ପାଦିତ ଦ୍ରବ୍ୟର ଭାରତର ରପ୍ତାନି ବୃଦ୍ଧି ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୃଷିଜାତ ଦ୍ରବ୍ୟର ବାଣିଜ୍ୟ ବୃଦ୍ଧି ପାଇଁ ଉଭୟ ପକ୍ଷ ମିଳିତ ଭାବେ କାର୍ଯ୍ୟ କରିବେ।

ଶେଷରେ ଆମେରିକା ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ପରସ୍ପରର ଦେଶରେ ଉଚ୍ଚ ମୂଲ୍ୟର ଶିଳ୍ପରେ ଗ୍ରୀନଫିଲ୍ଡ ପୁଞ୍ଜିନିବେଶ କରିବାର ସୁଯୋଗ ସୃଷ୍ଟି କରିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ହିଣ୍ଡାଲକୋର ନୋଭେଲିସ୍ ଦ୍ଵାରା ଆଲାବାମା ଏବଂ କେଂଟୁକିରେ ଥିବା ଅତ୍ୟାଧୁନିକ କାରଖାନାଗୁଡ଼ିକରେ ପ୍ରସ୍ତୁତ ଆଲୁମିନିୟମ ସାମଗ୍ରୀ, ଟେକ୍ସାସ ଏବଂ ଓହିଓରେ ଇସ୍ପାତ ଉତ୍ପାଦନ କାର୍ଯ୍ୟରେ ଜେଏସଡବ୍ଲୁ; ଉତ୍ତର କରୋଲିନାରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟେରୀ ସାମଗ୍ରୀ ଉତ୍ପାଦନରେ ଏପ୍ସିଲନ୍ ଆଡଭାନ୍ସଡ଼ ମ୍ୟାଟେରିଆଲ୍ ; ଏବଂ ୱାଶିଂଟନରେ ଇଞ୍ଜେକସନ୍ ଉତ୍ପାଦନରେ ଜୁବିଲାଣ୍ଟ ଫାର୍ମାରେ ପ୍ରାୟ ୭.୩୫ ବିଲିୟନ ଡଲାର ମୂଲ୍ୟର ଭାରତୀୟ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶକୁ ନେତାମାନେ ସ୍ୱାଗତ କରିଥିଲେ। ଏହି ନିବେଶ ସ୍ଥାନୀୟ ପରିବାରଗୁଡିକ ପାଇଁ ୩,୦୦୦ରୁ ଅଧିକ ଉଚ୍ଚମାନର ନିଯୁକ୍ତି ଯୋଗାଇ ସେବା ପାଇଁ ସହାୟତା କରିଥାଏ ।


ଶକ୍ତି ନିରାପତ୍ତା

ଉଭୟ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ କଲ୍ୟାଣ ଏବଂ ବୈଷୟିକ ଉଦ୍ଭାବନ ପାଇଁ ଶକ୍ତି ନିରାପତ୍ତା ମୌଳିକ ପ୍ରସଙ୍ଗ ବୋଲି ନେତାମାନେ ସହମତ ହୋଇଥିଲେ। ଶକ୍ତି ସୁଲଭତା, ବିଶ୍ୱସନୀୟତା ଏବଂ ଉପଲବ୍ଧତା ଏବଂ ସ୍ଥିର ଶକ୍ତି ବଜାର ସୁନିଶ୍ଚିତ କରିବା ପାଇଁ ଆମେରିକା - ଭାରତ ସହଯୋଗର ଗୁରୁତ୍ୱ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱ ଶକ୍ତି ପରିଦୃଶ୍ୟକୁ ଚଳାଇବାରେ ଅଗ୍ରଣୀ ଉତ୍ପାଦକ ଏବଂ ଉପଭୋକ୍ତା ଭାବରେ ଆମେରିକା ଏବଂ ଭାରତର ଫଳପ୍ରଦ ଭୂମିକାକୁ ଅନୁଭବ କରି ନେତାମାନେ ତୈଳ, ଗ୍ୟାସ ଏବଂ ବେସାମରିକ ଆଣବିକ ଶକ୍ତି ସମେତ ଆମେରିକା - ଭାରତ ଶକ୍ତି ନିରାପତ୍ତା ଭାଗିଦାରୀ ପ୍ରତି ପୁନର୍ବାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।

ଉନ୍ନତ ବୈଶ୍ୱିକ ଶକ୍ତି ମୂଲ୍ୟ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ନାଗରିକମାନଙ୍କ ପାଇଁ ସୁଲଭ ଏବଂ ବିଶ୍ୱସନୀୟ ଶକ୍ତି ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ହାଇଡ୍ରୋକାର୍ବନ ଉତ୍ପାଦନ ବୃଦ୍ଧି ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ । ସଙ୍କଟ ସମୟରେ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ ରଣନୀତିକ ପେଟ୍ରୋଲିୟମ ଭଣ୍ଡାରର ମୂଲ୍ୟ ଉପରେ ମଧ୍ୟ ନେତାମାନେ ଗୁରୁତ୍ୱାରୋପ କରିଥିଲେ ଏବଂ ରଣନୈତିକ ତୈଳ ଭଣ୍ଡାର ବ୍ୟବସ୍ଥାକୁ ବିସ୍ତାର କରିବା ପାଇଁ ପ୍ରମୁଖ ଅଂଶୀଦାରଙ୍କ ସହ କାମ କରିବାକୁ ସଂକଳ୍ପ ନେଇଥିଲେ । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ଶକ୍ତି ଏଜେନ୍ସିରେ ପୂର୍ଣ୍ଣ ସଦସ୍ୟ ଭାବେ ଯୋଗଦେବା ପାଇଁ ଆମେରିକା ଭାରତକୁ ଦୃଢ଼ ସମର୍ଥନ ଜଣାଇଛି।

ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଆମର ଗତିଶୀଳ ଅର୍ଥନୀତିର ବୃଦ୍ଧି ପାଉଥିବା ଆବଶ୍ୟକତା ଏବଂ ପ୍ରାଥମିକତା ଅନୁଯାୟୀ ଭାରତକୁ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ ଏବଂ ପ୍ରାକୃତିକ ଗ୍ୟାସର ଏକ ଅଗ୍ରଣୀ ଯୋଗାଣକାରୀ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତିଷ୍ଠିତ କରିବା ପାଇଁ ନେତାମାନେ ଶକ୍ତି ବାଣିଜ୍ୟ ବୃଦ୍ଧି କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଯୋଗାଣ ବିବିଧତା ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପ୍ରୟାସର ଅଂଶ ସ୍ୱରୂପ ପ୍ରାକୃତିକ ଗ୍ୟାସ, ଇଥେନ ଏବଂ ପେଟ୍ରୋଲିୟମ ଉତ୍ପାଦ ସମେତ ହାଇଡ୍ରୋକାର୍ବନ କ୍ଷେତ୍ରରେ ବାଣିଜ୍ୟ ବୃଦ୍ଧି କରିବାର ବ୍ୟାପକ ସୁଯୋଗ ଏବଂ ସୁବିଧା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ତୈଳ ଓ ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବା ଏବଂ ଦୁଇ ଦେଶର ଶକ୍ତି କଂପାନୀମାନଙ୍କ ମଧ୍ୟରେ ଅଧିକ ସହଯୋଗକୁ ସୁଗମ କରିବା ପାଇଁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ।

ବୃହତ ସ୍ଥାନୀୟକରଣ ଏବଂ ସମ୍ଭାବ୍ୟ ଜ୍ଞାନକୌଶଳ ହସ୍ତାନ୍ତର ମାଧ୍ୟମରେ ଭାରତରେ ଆମେରିକା ଦ୍ୱାରା ଡିଜାଇନ୍ କରାଯାଇଥିବା ପରମାଣୁ ରିଏକ୍ଟର ନିର୍ମାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାର ଯୋଜନା ସହିତ ଆଗକୁ ବଢି ଆମେରିକା-ଭାରତ ୧୨୩ ବେସାମରିକ ପରମାଣୁ ଚୁକ୍ତିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତା ଘୋଷଣା କରିଥିଲେ । ପରମାଣୁ ରିଆକ୍ଟର ପାଇଁ ଆଣବିକ ଶକ୍ତି ଆଇନ ଏବଂ ଆଣବିକ କ୍ଷୟକ୍ଷତି ପାଇଁ ବେସାମରିକ ଦାୟିତ୍ୱ ଆଇନ (ସିଏଲଏନଡିଏ)ରେ ସଂଶୋଧନ ଆଣିବା ପାଇଁ ଭାରତ ସରକାରଙ୍କ ନିକଟରେ ହୋଇଥିବା ବଜେଟ୍ ଘୋଷଣାକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ ଏବଂ ସିଏଲଏନଡିଏ ଅନୁଯାୟୀ ଦ୍ୱିପାକ୍ଷିକ ବ୍ୟବସ୍ଥା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ନାଗରିକ ଦାୟିତ୍ୱ ସମସ୍ୟାର ସମାଧାନ କରିବ ଏବଂ ଆଣବିକ ରିଆକ୍ଟର ଉତ୍ପାଦନ ଏବଂ ନିୟୋଜନରେ ଭାରତ ଏବଂ ଆମେରିକା ଶିଳ୍ପର ସହଯୋଗକୁ ସହଜ କରିବ । ଏହି ମାର୍ଗ ଆମେରିକାରେ ବଡ଼ ବଡ଼ ରିଆକ୍ଟର ନିର୍ମାଣ ଯୋଜନାକୁ ସୃଷ୍ଟି କରିବ ଏବଂ ଉନ୍ନତ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ସହିତ ଆଣବିକ ଶକ୍ତି ଉତ୍ପାଦନର ବିକାଶ, ନିୟୋଜନ ଏବଂ ବୃଦ୍ଧି କରିବାରେ ସହଯୋଗକୁ ସକ୍ଷମ କରିବ ।

ବୈଷୟିକ ଜ୍ଞାନକୌଶଳ ଏବଂ ଉଦ୍ଭାବନ

ନେତାମାନେ ୟୁଏସ - ଇଣ୍ଡିଆ ଟ୍ରଷ୍ଟ ("ଷ୍ଟ୍ରାଟେଜିକ ଟେକ୍ନୋଲୋଜିର ଉପଯୋଗ କରି ସମ୍ପର୍କ ପରିବର୍ତ୍ତନ") ଅଭିଯାନର ଶୁଭାରମ୍ଭ ଘୋଷଣା କରିଛନ୍ତି, ଯାହା ପ୍ରତିରକ୍ଷା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟର, କ୍ୱାଣ୍ଟମ, ବାୟୋଟେକ୍ନୋଲୋଜି, ଶକ୍ତି ଏବଂ ମହାକାଶ ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରରୁ ସରକାର, ଶିକ୍ଷା ଏବଂ ବେସରକାରୀ କ୍ଷେତ୍ର ସହଯୋଗକୁ ଉତ୍ସାହିତ କରିବ ଏବଂ ପରୀକ୍ଷିତ ପ୍ରଯୁକ୍ତି ବିକ୍ରେତାଙ୍କ ବ୍ୟବହାରକୁ ପ୍ରୋତ୍ସାହିତ କରିବ ଏବଂ ସମ୍ବେଦନଶୀଳ ଜ୍ଞାନକୌଶଳ ସୁରକ୍ଷିତ ରହିଥିବା
ସୁନିଶ୍ଚିତ କରିବ ।


"ଟ୍ରଷ୍ଟ" ପଦକ୍ଷେପର ଏକ କେନ୍ଦ୍ରୀୟ ସ୍ତମ୍ଭ ଭାବରେ, ନେତାମାନେ ବର୍ଷ ଶେଷ ସୁଦ୍ଧା ଏଆଇ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବା ପାଇଁ ଆମେରିକା ଏବଂ ଭାରତୀୟ ଘରୋଇ ଉଦ୍ୟୋଗ ସହିତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ମାଇଲଖୁଣ୍ଟ ଏବଂ ଭବିଷ୍ୟତ କାର୍ଯ୍ୟ ସହିତ ଭାରତରେ ବୃହତ ପରିମାଣର ଆମେରିକା​‌ରେ ସୃଷ୍ଟି ହୋଇଥିବା ଏଆଇ ଭିତ୍ତିଭୂମିକୁ ଆର୍ଥିକ ସହାୟତା, ନିର୍ମାଣ, ଶକ୍ତି ପ୍ରଦାନ ଏବଂ ସଂଯୋଗ କରିବାରେ ପ୍ରତିବନ୍ଧକ ଚିହ୍ନଟ କରିଥିଲେ । ଆମେରିକା ଏବଂ ଭାରତ ପରବର୍ତ୍ତୀ ପିଢ଼ିର ଡାଟା ସେଣ୍ଟରଗୁଡିକରେ ଶିଳ୍ପ ଭାଗିଦାରୀ ଏବଂ ପୁଞ୍ଜିନିବେଶ, ଏଆଇ ପାଇଁ ଗଣନା ଏବଂ ପ୍ରୋସେସରର ବିକାଶ ଏବଂ ଉପଲବ୍ଧତା ଉପରେ ସହଯୋଗ, ଏଆଇ ମଡେଲରେ ଉଦ୍ଭାବନ ଏବଂ ଏହି ପ୍ରଯୁକ୍ତିର ସୁରକ୍ଷା ଏବଂ ନିୟନ୍ତ୍ରଣକୁ ଦୂର କରିବା ଏବଂ ନିୟାମକ ପ୍ରତିବନ୍ଧକକୁ ହ୍ରାସ କରିବା ପାଇଁ ଆବଶ୍ୟକ ସୁରକ୍ଷା ଏବଂ ନିୟନ୍ତ୍ରଣକୁ ସମାଧାନ କରିବା ସହିତ ସାମାଜିକ ଆହ୍ୱାନର ସମାଧାନ ପାଇଁ ଏଆଇ ଆପ୍ଲିକେସନ୍ ନିର୍ମାଣ କରିବା ଲାଗି ମିଳିତ ଭାବରେ କାର୍ଯ୍ୟ କରିବେ ।


ସଫଳ ସିନ୍ଧୁ-ଏକ୍ସ ପ୍ଲାଟଫର୍ମ ପରେ ଏକ ନୂତନ ଉଦ୍ଭାବନ ସେତୁ ଇଣ୍ଡସ୍ ଇନୋଭେସନ୍ ର ଶୁଭାରମ୍ଭ କରିବାକୁ ନେତାମାନେ ଘୋଷଣା କରିଥିଲେ, ଯାହା ଆମେରିକା - ଭାରତ ଶିଳ୍ପ ଏବଂ ଶୈକ୍ଷିକ ଭାଗିଦାରୀକୁ ଆଗକୁ ବଢ଼ାଇବ ଏବଂ ଉଦ୍ଭାବନରେ ଆମେରିକା ଏବଂ ଭାରତର ନେତୃତ୍ୱ ବଜାୟ ରଖିବା ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ମହାକାଶ, ଶକ୍ତି ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବ । ନେତାମାନେ ସିନ୍ଧୁ-ଏକ୍ସ ପଦକ୍ଷେପ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ଦୃଢ଼ କରିଥିଲେ, ଯାହା ଆମ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ସୃଷ୍ଟି କରିବା ପାଇଁ ଆମେରିକା ଏବଂ ଭାରତୀୟ ପ୍ରତିରକ୍ଷା କମ୍ପାନୀ, ନିବେଶକ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାଗିଦାରୀକୁ ସୁବିଧା ପ୍ରଦାନ କରେ ଏବଂ ୨୦୨୫ରେ ପରବର୍ତ୍ତୀ ଶିଖର ସମ୍ମିଳନୀକୁ ସ୍ୱାଗତ କରିଥିଲା ।

ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉନ୍ନତ ସାମଗ୍ରୀ ଏବଂ ଔଷଧ ସମେତ ବିଶ୍ୱସ୍ତ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାକୁ ନେତାମାନେ ଟ୍ରଷ୍ଟ ପଦକ୍ଷେପର ଏକ ଅଂଶ ଭାବରେ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରୟାସର ଏକ ଅଂଶ ଭାବରେ, ନେତାମାନେ ଗୁରୁତ୍ୱପୂର୍ଣ୍ଣ ଔଷଧ ପାଇଁ ସକ୍ରିୟ ଔଷଧୀୟ ଉପାଦାନ ଲାଗି ଆମେରିକା ସମେତ ଭାରତୀୟ ଉତ୍ପାଦନ କ୍ଷମତାକୁ ସମ୍ପ୍ରସାରଣ କରିବା ପାଇଁ ସରକାରୀ ଏବଂ ବେସରକାରୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରିଛନ୍ତି । ଏହି ପୁଞ୍ଜିନିବେଶ ଭଲ ନିଯୁକ୍ତି ସୃଷ୍ଟି କରିବ, ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳାରେ ବିବିଧତା ଆଣିବ ଏବଂ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତରେ ଜୀବନ ରକ୍ଷାକାରୀ ଔଷଧ ଅଭାବର ବିପଦକୁ ହ୍ରାସ କରିବ ।

ଉଦୀୟମାନ ଜ୍ଞାନକୌଶଳ ଏବଂ ଉନ୍ନତ ଉତ୍ପାଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରଣନୈତିକ ଗୁରୁତ୍ୱକୁ ସ୍ୱୀକାର କରି, ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଗବେଷଣା ଏବଂ ବିକାଶରେ ସହଯୋଗକୁ ତ୍ୱରାନ୍ୱିତ କରିବେ ଏବଂ ସମଗ୍ର ଗୁରୁତ୍ୱପୂର୍ଣ୍ଣ ଖଣିଜ ମୂଲ୍ୟ ଶୃଙ୍ଖଳା ତଥା ଖଣିଜ ନିରାପତ୍ତା ଭାଗିଦାରୀ ମାଧ୍ୟମରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବେ, ଯେଉଁଥିରେ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ସଦସ୍ୟ ଅଟନ୍ତି । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ, ଉପକାରିତା ଏବଂ ପ୍ରକ୍ରିୟାକରଣ ତଥା ପୁନଃଚକ୍ରୀକରଣ ପ୍ରଯୁକ୍ତିକ୍ଷେତ୍ରରେ ସହଯୋଗକୁ ଗଭୀର କରିବା ପାଇଁ ଉଭୟ ଦେଶ ସେମାନଙ୍କ ଚେଷ୍ଟାକୁ ଅଧିକ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଉଦ୍ଦେଶ୍ୟରେ, ନେତାମାନେ ଆଲୁମିନିୟମ, କୋଇଲା ଖଣି ଏବଂ ତୈଳ ଏବଂ ଗ୍ୟାସ ଭଳି ଭାରୀ ଶିଳ୍ପରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ (ଲିଥିୟମ, କୋବାଲ୍ଟ ଏବଂ ବିରଳ ମୃତ୍ତିକା ସମେତ) ପୁନରୁଦ୍ଧାର ଏବଂ ପ୍ରକ୍ରିୟାକରଣ ପାଇଁ ଏକ ନୂତନ ଆମେରିକା - ଭାରତ କାର୍ଯ୍ୟକ୍ରମ ଷ୍ଟ୍ରାଟେଜିକ୍ ମିନେରାଲ ରିକଭରି ଇନିସିଏଟିଭ୍ ଆରମ୍ଭ କରିବାକୁ ଘୋଷଣା କରିଥିଲେ ।

ପ୍ରଥମ ଭାରତୀୟ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)କୁ ଆଣିବା ପାଇଁ ନାସା - ଇସ୍ରୋର ପ୍ରୟାସ ଆକ୍ସିଅମ୍ ଏବଂ ଦୁଇଟି ରାଡାର ବ୍ୟବହାର କରି ପୃଥିବୀ ପୃଷ୍ଠରେ ପରିବର୍ତନକୁ ଶୃଙ୍ଖଳିତ ଭାବେ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ମିଳିତ "ନିସାର" ଅଭିଯାନର ଶୀଘ୍ର ଉତକ୍ଷେପଣ କରିବା ସହିତ ଆମେରିକା - ଭାରତ ବେସାମରିକ ମହାକାଶ ସହଯୋଗ ପାଇଁ ୨୦୨୫କୁ ଅଗ୍ରଣୀ ବର୍ଷ ବୋଲି ନେତାମାନେ ପ୍ରଶଂସା କରିଥିଲେ। ଦୀର୍ଘକାଳୀନ ମାନବ ମହାକାଶ ଯାତ୍ରା ଅଭିଯାନ, ମହାକାଶଯାତ୍ରା ନିରାପତ୍ତା ଏବଂ ଗ୍ରହ ସୁରକ୍ଷା ସମେତ ଉଦୀୟମାନ କ୍ଷେତ୍ରରେ ଦକ୍ଷତା ଏବଂ ବୃତ୍ତିଗତ ଆଦାନପ୍ରଦାନ ସମେତ ମହାକାଶ ଗବେଷଣା କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ନେତାମାନେ ଆହ୍ୱାନ ଦେଇଥିଲେ। ଯୋଗାଯୋଗ, ଉନ୍ନତ ମହାକାଶଯାତ୍ରା, ଉପଗ୍ରହ ଏବଂ ମହାକାଶ ଉତକ୍ଷେପଣ ପ୍ରଣାଳୀ, ମହାକାଶ ସ୍ଥାୟୀତା, ମହାକାଶ ପର୍ଯ୍ୟଟନ ଏବଂ ଉନ୍ନତ ମହାକାଶ ଉତ୍ପାଦନ ଭଳି ପାରମ୍ପରିକ ଏବଂ ଉଦୀୟମାନ କ୍ଷେତ୍ରରେ ଶିଳ୍ପ ସଂପୃକ୍ତି ମାଧ୍ୟମରେ ବ୍ୟାବସାୟିକ ମହାକାଶ ସହଯୋଗକୁ ଆଗକୁ ବଢ଼ାଇବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ଜ୍ଞାନକୌଶଳ ଉପରେ ଗବେଷଣା କରିବାରେ ଆମେରିକାର ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଭାରତୀୟ ଅନୁସନ୍ଧାନ ଜାତୀୟ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏକ ନୂତନ ଭାଗିଦାରୀ ଘୋଷଣା କରିବା ସହିତ ଆମେରିକା ଏବଂ ଭାରତୀୟ ବୈଜ୍ଞାନିକ ଗବେଷଣା ସମୁଦାୟ ମଧ୍ୟରେ ସମ୍ପର୍କକୁ ଗଭୀର କରିବାର ଗୁରୁତ୍ୱ ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ । ସେମିକଣ୍ଡକ୍ଟର, ସଂଯୋଜିତ ଯାନ, ମେସିନ୍ ଲର୍ଣ୍ଣିଂ, ପରବର୍ତ୍ତୀ ପିଢ଼ିର ଟେଲିଯୋଗାଯୋଗ, ବୁଦ୍ଧିମାନ ପରିବହନ ବ୍ୟବସ୍ଥା ଏବଂ ଭବିଷ୍ୟତର ଜୈବ ଉତ୍ପାଦନ କ୍ଷେତ୍ରରେ ମିଳିତ ଗବେଷଣାକୁ ସକ୍ଷମ କରିବା ପାଇଁ ଆମେରିକାର ଜାତୀୟ ବିଜ୍ଞାନ ଫାଉଣ୍ଡେସନ ଏବଂ ଅନେକ ଭାରତୀୟ ବିଜ୍ଞାନ ଏଜେନ୍ସି ମଧ୍ୟରେ ଚାଲିଥିବା ସହଯୋଗ ଉପରେ ଏହି ଭାଗିଦାରୀ ଆଧାରିତ ।

ବୈଷୟିକ ନିରାପତ୍ତାକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ରପ୍ତାନି ନିୟନ୍ତ୍ରଣ, ଉଚ୍ଚ ପ୍ରଯୁକ୍ତି ବାଣିଜ୍ୟ ବୃଦ୍ଧି ଏବଂ ଟେକ୍ନୋଲୋଜି ହସ୍ତାନ୍ତରରେ ପ୍ରତିବନ୍ଧକକୁ ହ୍ରାସ କରିବା ପାଇଁ ସେମାନଙ୍କ ସରକାର ପ୍ରୟାସକୁ ଦ୍ୱିଗୁଣିତ କରିବେ ବୋଲି ନେତାମାନେ ନିଷ୍ପତ୍ତି ନେଇଥିଲେ। ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳର ଅତ୍ୟଧିକ ସଂରକ୍ଷଣର ଫାଇଦା ଉଠାଇବାକୁ ଚାହୁଁଥିବା ତୃତୀୟ ପକ୍ଷଙ୍କ ରପ୍ତାନି ନିୟନ୍ତ୍ରଣରେ ଅନୁଚିତ ଅଭ୍ୟାସର ସାଧାରଣ ଆହ୍ୱାନର ମୁକାବିଲା କରିବା ପାଇଁ ନେତାମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।


ବହୁପାକ୍ଷିକ ସହଯୋଗ


ଏକ ମୁକ୍ତ, ଅବାଧ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର କେନ୍ଦ୍ର ବିନ୍ଦୁ ହେଉଛି ଆମେରିକା ଏବଂ ଭାରତ ମଧ୍ୟରେ ଘନିଷ୍ଠ ଭାଗିଦାରୀ ବୋଲି ନେତାମାନେ ଦୋହରାଇଥିଲେ। କ୍ୱାଡ୍ ଅଂଶୀଦାର ଭାବରେ, ନେତାମାନେ ଦୋହରାଇଥିଲେ ଯେ ଏହି ଭାଗିଦାରୀ ଆସିଆନ୍ କେନ୍ଦ୍ରୀୟତାର ସ୍ୱୀକୃତି ଦ୍ୱାରା ଆଧାରିତ;  ଅନ୍ତର୍ଜାତୀୟ ଆଇନ ଏବଂ ସୁଶାସନର ଅନୁପାଳନ;  ସମୁଦ୍ରର ନିରାପତ୍ତା ଏବଂ ସ୍ୱାଧୀନତା, ଓଭରଫ୍ଲାଇଟ୍ ଏବଂ ଅନ୍ୟାନ୍ୟ ଆଇନଗତ ବ୍ୟବହାର ପାଇଁ ସମର୍ଥନ; ଏବଂ ଅବାଧ ଆଇନଗତ ବାଣିଜ୍ୟ; ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସାମୁଦ୍ରିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମର୍ଥନ ।

ପ୍ରଧାନମନ୍ତ୍ରୀ ମୋଦୀ କ୍ୱାଡ୍ ନେତାମାନଙ୍କ ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜନ କରି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ଆଗ୍ରହୀ ଅଛନ୍ତି, ଯାହା ପୂର୍ବରୁ କ୍ଵାଡ୍ ର ନେତାମାନେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ସାମୁଦ୍ରିକ ପାଟ୍ରୋଲିଂରେ ଉନ୍ନତି ଆଣିବା ପାଇଁ ବେସାମରିକ ପ୍ରତିକ୍ରିୟାକୁ ସମର୍ଥନ କରିବା ଲାଗି  ଭାଗୀଦାରୀ ଏୟାରଲିଫ୍ଟ କ୍ଷମତା ଉପରେ ନୂତନ କ୍ୱାଡ୍ ପଦକ୍ଷେପକୁ ସକ୍ରିୟ କରିବେ ।

ନେତାମାନେ ସହଯୋଗ ବଢ଼ାଇବା, କୂଟନୈତିକ ପରାମର୍ଶ ବୃଦ୍ଧି କରିବା ଏବଂ ମଧ୍ୟପ୍ରାଚ୍ୟରେ ଅଂଶୀଦାରମାନଙ୍କ ସହିତ ଦୃଢ଼ ସହଯୋଗ ବୃଦ୍ଧି କରିବାକୁ ସଂକଳ୍ପ ନେଇଥିଲେ। ଏହି ଅଞ୍ଚଳରେ ଶାନ୍ତି ଓ ନିରାପତ୍ତାକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ଅର୍ଥନୈତିକ କରିଡରରେ ପୁଞ୍ଜିନିବେଶର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ। ୨୦୨୫ରେ ନୂଆ ପଦକ୍ଷେପ ଘୋଷଣା କରିବା ପାଇଁ ନେତାମାନେ ଆସନ୍ତା ୬ ମାସ ମଧ୍ୟରେ ଭାରତ- ମଧ୍ୟପ୍ରାଚ୍ୟ- ୟୁରୋପ କରିଡର ଏବଂ ଆଇ୨ୟୁ୨ ଗୋଷ୍ଠୀର ଅଂଶୀଦାରମାନଙ୍କୁ ଡକାଇବେ ବୋଲି ଯୋଜନା କରିଛନ୍ତି।

ଭାରତ ମହାସାଗର ଅଞ୍ଚଳରେ ବିକାଶମୂଳକ, ମାନବିକ ସହାୟତା ଏବଂ ନିଟ୍ ନିରାପତ୍ତା ପ୍ରଦାନକାରୀ ଭାବେ ଭାରତର ଭୂମିକାକୁ ଆମେରିକା ପ୍ରଶଂସା କରିଛି। ଏହି ପରିପ୍ରେକ୍ଷୀରେ ନେତାମାନେ ବିଶାଳ ଭାରତ ମହାସାଗର ଅଞ୍ଚଳରେ ଦ୍ୱିପାକ୍ଷିକ ଆଲୋଚନା ଏବଂ ସହଯୋଗକୁ ଗଭୀର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଅର୍ଥନୈତିକ ଯୋଗାଯୋଗ ଏବଂ ବାଣିଜ୍ୟ କ୍ଷେତ୍ରରେ ସମନ୍ୱିତ ପୁଞ୍ଜିନିବେଶକୁ ଆଗେଇ ନେବା ପାଇଁ ଏକ ନୂତନ ଦ୍ୱିପାକ୍ଷିକ, ସମ୍ପୂର୍ଣ୍ଣ ସରକାରୀ ମଞ୍ଚ ଭାରତ ମହାସାଗର ଷ୍ଟ୍ରାଟେଜିକ ଭେଞ୍ଚରର ଶୁଭାରମ୍ଭ କରିଥିଲେ । ବୃହତ ଭାରତ ମହାସାଗରୀୟ ଯୋଗାଯୋଗକୁ ସମର୍ଥନ କରି ନେତାମାନେ ମେଟାର ସମୁଦ୍ର ତଳେ ଥିବା କେବୁଲ ପ୍ରକଳ୍ପରେ ବହୁ ବିଲିୟନ, ଦୀର୍ଘକାଳୀନ ପୁଞ୍ଜିନିବେଶ ଘୋଷଣାକୁ ସ୍ୱାଗତ କରିଥିଲେ ଯାହା ଚଳିତ ବର୍ଷ କାର୍ଯ୍ୟ ଆରମ୍ଭ କରିବ ଏବଂ ଶେଷରେ ପାଞ୍ଚଟି ମହାଦେଶକୁ ସଂଯୋଗ କରିବା ଏବଂ ଭାରତ ମହାସାଗର ଏବଂ ଏହା ବାହାରେ ବିଶ୍ୱସ୍ତରୀୟ ଡିଜିଟାଲ ରାଜପଥକୁ ସୁଦୃଢ଼ କରିବା ପାଇଁ ୫୦,୦୦୦ କିଲୋମିଟରରୁ ଅଧିକ ବ୍ୟାପିବ । ବିଶ୍ୱସ୍ତ ଭେଣ୍ଡରଙ୍କୁ ବ୍ୟବହାର କରି ଭାରତ ମହାସାଗରରେ ସମୁଦ୍ର ତଳେ ଥିବା କେବୁଲଗୁଡିକର ରକ୍ଷଣାବେକ୍ଷଣ, ମରାମତି ଏବଂ ଆର୍ଥିକ ସହାୟତା କ୍ଷେତ୍ରରେ ନିବେଶ କରିବାକୁ ଭାରତ ଚାହୁଁଛି ।

ପ୍ରତିରକ୍ଷା, ବୈଷୟିକ ଜ୍ଞାନକୌଶଳ, ଶକ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ମଧ୍ୟରେ ସମ୍ପର୍କ, ବାଣିଜ୍ୟ ଏବଂ ସହଯୋଗ ବୃଦ୍ଧି କରିବା ପାଇଁ ପଶ୍ଚିମ ଭାରତ ମହାସାଗର, ମଧ୍ୟପ୍ରାଚ୍ୟ ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନୂତନ ଆଙ୍କର ଭାଗିଦାରୀ ସୃଷ୍ଟି କରିବାର ଆବଶ୍ୟକତାକୁ ନେତାମାନେ ସ୍ୱୀକାର କରିଥିଲେ । ୨୦୨୫ ସୁଦ୍ଧା ଏହି ଉପ-ଅଞ୍ଚଳରେ ନୂତନ ଭାଗିଦାରୀ ପଦକ୍ଷେପ ଘୋଷଣା କରିବାକୁ ନେତାମାନେ ଆଶା ରଖିଛନ୍ତି।

ବିଶ୍ୱ ଶାନ୍ତି ଓ ନିରାପତ୍ତାକୁ ଆଗେଇ ନେବା ପାଇଁ ବହୁରାଷ୍ଟ୍ରୀୟ କ୍ଷେତ୍ରରେ ସାମରିକ ସହଯୋଗକୁ ଆଗକୁ ବଢ଼ାଇବାକୁ ଦୁଇ ନେତା ସଂକଳ୍ପ ନେଇଛନ୍ତି। ଆରବ ସାଗରରେ ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ମିଳିତ ସାମୁଦ୍ରିକ ବାହିନୀ ନୌସେନା ଟାସ୍କ ଫୋର୍ସରେ ଭବିଷ୍ୟତ ନେତୃତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଭାରତର ନିଷ୍ପତ୍ତିକୁ ନେତାମାନେ ପ୍ରଶଂସା କରିଥିଲେ।

ଆତଙ୍କବାଦର ବିଶ୍ୱବ୍ୟାପୀ ମୁକାବିଲା କରିବା ସହ ବିଶ୍ୱର କୋଣ ଅନୁକୋଣରୁ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିପାତ କରିବା ଆବଶ୍ୟକ ବୋଲି ନେତାମାନେ ଦୋହରାଇଥିଲେ। ୨୬/୧୧ରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଏବଂ ଅଗଷ୍ଟ ୨୬, ୨୦୨୧ରେ ଆଫଗାନିସ୍ତାନରେ ଆବେ ଗେଟ୍ ବୋମା ବିସ୍ଫୋରଣ ଭଳି ଜଘନ୍ୟ କାର୍ଯ୍ୟକୁ ରୋକିବା ପାଇଁ ଅଲକାଏଦା, ଆଇଏସଆଇଏସ, ଜୈଶ - ଏ - ମହମ୍ମଦ ଏବଂ ଲସ୍କର – ଇ - ତୋଏବା ଭଳି ସଂଗଠନର ଆତଙ୍କବାଦୀ ବିପଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଯେଉଁମାନେ ଆମ ନାଗରିକଙ୍କୁ କ୍ଷତି ପହଞ୍ଚାଇବେ ସେମାନଙ୍କୁ ନ୍ୟାୟ ଦେବାର ମିଳିତ ଇଚ୍ଛାକୁ ସ୍ୱୀକାର କରି ଆମେରିକା ଘୋଷଣା କରିଛି ଯେ ତହୱୁର ରାଣାର ଭାରତ ପ୍ରତ୍ୟାର୍ପଣକୁ ଅନୁମୋଦନ କରାଯାଇଛି । ୨୬/୧୧ ମୁମ୍ବାଇ ଏବଂ ପଠାନକୋଟ ଆକ୍ରମଣର ଦୋଷୀମାନଙ୍କୁ ଶୀଘ୍ର ନ୍ୟାୟ ଦେବା ସହ ସୀମାପାର ଆତଙ୍କବାଦୀ ଆକ୍ରମଣ ପାଇଁ ନିଜ ଅଞ୍ଚଳକୁ ଯେପରି ବ୍ୟବହାର ନ କରାଯାଏ ତାହା ସୁନିଶ୍ଚିତ କରିବାକୁ ନେତାମାନେ ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି । ସାମୂହିକ ବିନାଶକାରୀ ଅସ୍ତ୍ରଶସ୍ତ୍ର ଏବଂ ଏହାର ବିତରଣ ବ୍ୟବସ୍ଥାର ପ୍ରସାରକୁ ରୋକିବା ଏବଂ ଆତଙ୍କବାଦୀ ଏବଂ ଅଣ-ରାଷ୍ଟ୍ରୀୟ ବ୍ୟକ୍ତିଙ୍କ ଦ୍ୱାରା ଏଭଳି ଅସ୍ତ୍ରଶସ୍ତ୍ର ଉପଲବ୍ଧ ନ କରିବା ପାଇଁ ନେତାମାନେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଲୋକମାନଙ୍କ ଭିତରେ ସହଯୋଗ


ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ୩,୦୦,୦୦୦ରୁ ଅଧିକ ଶକ୍ତିଶାଳୀ ଭାରତୀୟ ଛାତ୍ର ସମୁଦାୟ ଆମେରିକାର ଅର୍ଥନୀତିରେ ବାର୍ଷିକ ୮ ବିଲିୟନ ଡଲାରରୁ ଅଧିକ ଯୋଗଦାନ କରନ୍ତି ଏବଂ ଅନେକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି । ଛାତ୍ରଛାତ୍ରୀ, ଗବେଷକ ଓ କର୍ମଚାରୀଙ୍କ ପ୍ରତିଭା ପ୍ରବାହ ଓ ଗତିବିଧି ଉଭୟ ଦେଶକୁ ପାରସ୍ପରିକ ଭାବେ ଉପକୃତ କରିଛି ବୋଲି ସେମାନେ ସ୍ୱୀକାର କରିଛନ୍ତି। ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଏବଂ ଭବିଷ୍ୟତରେ ପ୍ରସ୍ତୁତ କର୍ମଚାରୀଙ୍କ ବିକାଶରେ ଅନ୍ତର୍ଜାତୀୟ ଶୈକ୍ଷିକ ସହଯୋଗର ଗୁରୁତ୍ୱକୁ ସ୍ୱୀକାର କରି ଉଭୟ ନେତା ଭାରତରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡ଼ିକର ଉପକୂଳ କ୍ୟାମ୍ପସ ପ୍ରତିଷ୍ଠା ଭଳି ପ୍ରୟାସ ମାଧ୍ୟମରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ସଂକଳ୍ପ ନେଇଥିଲେ ।


ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ଏକ ବିଶ୍ୱସ୍ତରୀୟ କର୍ମକ୍ଷେତ୍ରରେ ବିକଶିତ ହେବା ପାଇଁ ଅଭିନବ, ପାରସ୍ପରିକ ଲାଭଦାୟକ ଏବଂ ସୁରକ୍ଷିତ ଗତିଶୀଳତା ଢାଞ୍ଚା ସ୍ଥାପନ କରିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ ଦେଶ ପାଇଁ ପାରସ୍ପରିକ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଖଳ ଚରିତ୍ର, ଅପରାଧିକ ସହାୟକ ଏବଂ ବେଆଇନ ଇମିଗ୍ରେସନ ନେଟୱାର୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ର ଏବଂ ବୃତ୍ତିଜୀବୀଙ୍କ ଆଇନଗତ ଗତିଶୀଳତା ପାଇଁ ରାସ୍ତାକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଳ୍ପକାଳୀନ ପର୍ଯ୍ୟଟକ ଏବଂ ବ୍ୟବସାୟିକ ଯାତ୍ରାକୁ ସୁଗମ କରିବା ସହିତ ବେଆଇନ ଇମିଗ୍ରେସନ ଏବଂ ମାନବ ଚାଲାଣକୁ ଆକ୍ରମଣାତ୍ମକ ଭାବରେ ସମାଧାନ କରିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ।

ବେଆଇନ ପ୍ରବାସ ନେଟୱାର୍କ, ନାର୍କୋ-ଆତଙ୍କବାଦୀ,  ମାନବ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀଙ୍କ ସମେତ ସଂଗଠିତ ଅପରାଧ ସିଣ୍ଡିକେଟ୍ ଏବଂ ଜନସାଧାରଣ ଓ କୂଟନୈତିକ ନିରାପତ୍ତା ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ଅନ୍ୟାନ୍ୟ ଉପାଦାନ ଏବଂ ଉଭୟ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନ ପ୍ରବର୍ତ୍ତନ ସହଯୋଗକୁ ସୁଦୃଢ଼ କରିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ।


ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସରକାର, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କ ବଜାୟ ରଖିବା ଏବଂ ଏକ ସ୍ଥାୟୀ ଭାରତ - ଯୁକ୍ତରାଷ୍ଟ୍ର ଆମେରିକା ଭାଗିଦାରୀ ପାଇଁ ସେମାନଙ୍କର ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣକୁ ସାକାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଯାହା ଏକ ଉଜ୍ଜ୍ୱଳ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଆମ ର ଜନସାଧାରଣଙ୍କ ଆକାଂକ୍ଷାକୁ ଆଗେଇ ନେବ, ବିଶ୍ୱର ମଙ୍ଗଳ କରିବ ଏବଂ ଏକ ମୁକ୍ତ ଏବଂ ଅବାଧ ଭାରତ - ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତିଷ୍ଠା କରିବାରେ ଯୋଗଦାନ ଦେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves infrastructure projects between National Highway-19 and Varanasi Ring Road in Uttar Pradesh worth Rs.14447.64 crore
July 15, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the development of a Link/Connector Corridor between National Highway-19 (NH-19) and the Varanasi Ring Road with riverbank connectivity along the River Ganga for the decongestion of Varanasi City in Uttar Pradesh. The 46.039 km project, comprising a six-lane elevated main carriageway, an iconic cable-stayed bridge, an extradosed Foot Over Bridge-cum-Major Bridge, loops, ramps, link roads and service roads, will be implemented under the Hybrid Annuity Model (HAM) at a total capital cost of Rs.14,447.64 crore including a civil construction cost of Rs.6,037.85 crore (including utility shifting, excluding GST) and a land acquisition cost of Rs.541.11 crore under NH(O).

The project will provide seamless connectivity between NH-19 and the Varanasi Ring Road, significantly decongesting the city’s road network and improving urban mobility. Designed for an operating speed of 80–100 km/h, it is expected to reduce the average travel time across the project influence area from approximately 60 minutes to 20 minutes, representing a reduction of nearly 67 per cent. Travel time between NH-19 and Kashi Railway Station will be reduced from approximately 50 minutes to about 25 minutes, resulting in a saving of about 25 minutes (nearly 50 per cent).

Aligned with the PM Gati Shakti National Master Plan, the corridor will strengthen multimodal connectivity by providing seamless access to major highways, railway stations, Lal Bahadur Shastri Airport and Ramnagar IWAI Port, while significantly improving connectivity to key religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi. By linking important economic, social and logistics nodes, the project will improve logistics efficiency, enhance road safety, facilitate tourism and pilgrimage, and support sustainable regional economic growth across eastern Uttar Pradesh.

The corridor has been conceived as a transformative urban mobility project to decongest the road network of Varanasi & Chandauli by providing a high-speed, access-controlled connection between NH-19, the Varanasi Ring Road (NH-135B), Ramnagar/ BHU and other major urban destinations. With more than 15 crore tourists and pilgrims visiting Varanasi every year, the project will significantly improve connectivity to major religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort, the Ghats of Varanasi, and Kashi Railway Station, while substantially reducing congestion on the existing city road network. An elevated spur between BHU/Lanka and Samne Ghat will further ease traffic congestion at the heavily trafficked Lanka Junction by separating through traffic from local traffic movements.

The project will improve road safety through controlled-access movement, reduce vehicle operating costs and emissions, enhance travel reliability, and facilitate the efficient movement of passenger and freight traffic. It will also decongest NH-19, the BHU-Ramnagar Corridor and NH-35 by diverting through traffic away from the densely developed urban core.

The project incorporates several landmark engineering features, including an iconic 910 m cable-stayed bridge across the River Ganga, a 1.32 km extradosed Foot Over Bridge-cum-Major Bridge with travelators providing seamless pedestrian connectivity to the Kashi Vishwanath Temple, a Rail Over Bridge over the existing/proposed Malviya Bridge, dedicated emergency parking bays, noise barriers, façade lighting and architectural elements inspired by the cultural heritage of Varanasi. These features will not only improve transportation efficiency but also enhance the city’s urban landscape, create an iconic addition to Varanasi’s skyline, and reinforce its position as one of India’s foremost religious and cultural destinations.

Planned in accordance with the PM Gati Shakti National Master Plan, the corridor will strengthen multimodal connectivity by linking one Economic Node (Chandauli SEZ), one Social Node (Chandauli Aspirational District) and six major Logistics Nodes, namely Lal Bahadur Shastri Airport, Kashi Railway Station, Banaras Railway Station, Varanasi City Railway Station, Pt. Deen Dayal Upadhyay Junction and Ramnagar IWAI Port. By providing seamless connectivity between these transport hubs and key destinations such as the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi, the project will enhance multimodal integration, improve logistics efficiency, facilitate tourism and pilgrimage, and support sustainable regional economic development across eastern Uttar Pradesh.

Overall, the proposed Ganga Elevated Corridor will create a modern, high-capacity urban transport corridor that transforms mobility in Varanasi by providing faster, safer and more reliable connectivity, significantly reducing congestion, strengthening multimodal integration, enhancing tourism and pilgrimage infrastructure, and supporting sustainable economic growth in line with the vision of PM Gati Shakti and Viksit Bharat.

Map of Corridor: