ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ ସହ ଏପ୍ରିଲ ୯, ୨୦୨୧ରେ ଏକ ଶିଖର ସମ୍ମିଳନୀରେ ଭାଗ ନେବେ । ନିକଟରେ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ରୁଟଙ୍କ ବିଜୟ ପରେ ନିୟମିତ ଉଚ୍ଚସ୍ତରୀୟ ବାର୍ତାଳାପ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ବଜାୟ ରଖିବା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ସମ୍ମିଳନୀ ଅବସରରେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ ନେଇ ବିସ୍ତୃତ ଆଲୋଚନା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ପାଇଁ ନୂଆ କୌଶଳ ସମ୍ପର୍କରେ ମତ ବିନିମୟ କରିବେ । ଉଭୟ ଦେଶର ସ୍ୱାର୍ଥ ଥିବା ଆଂଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ସେମାନେ ନିଜର ବିଚାର ବିନିମୟ କରିବେ ।

ଭାରତ ଓ ନେଦରଲାଣ୍ଡ ଗଣତନ୍ତ୍ର, ଆଇନର ଶାସନ ଓ ସ୍ୱତନ୍ତ୍ରତା ମୂଲ୍ୟବୋଧ ମାଧ୍ୟମରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆଗେଇ ନେଉଛନ୍ତି । ଇଉରୋପ ମହାଦେଶରେ ଅବସ୍ଥିତ ନେଦରଲାଣ୍ଡରେ ବହୁ ଭାରତୀୟ ବସବାସ କରନ୍ତି । ଉଭୟ ଦେଶ ମଧ୍ୟରେ ଜଳ ପ୍ରବନ୍ଧନ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟସେବା, ସ୍ମାର୍ଟସିଟି ଓ ସହରୀ ଯାତାୟତ, ବିଜ୍ଞାନ ଓ ପ୍ରଯୁକ୍ତି, ନବୀକରଣଯୋଗ୍ୟ ଶକ୍ତି ଓ ମହାକାଶ ଭଳି କ୍ଷେତ୍ରରେ ବ୍ୟାପକ ସହଯୋଗ ରହିଛି । ନେଦରଲାଣ୍ଡ ଭାରତର ତୃତୀୟ ବୃହତ ନିବେଶକ ହେବା ସହ ଉଭୟ ଦେଶ ମଧ୍ୟରେ ମଜବୁତ ଆର୍ଥିକ ଭାଗିଦାରୀ ରହିଛି । ଭାରତରେ ୨୦୦ରୁ ଅଧିକ ଡଚ କମ୍ପାନୀ ରହିଛି । ସେହିପରି ନେଦରଲାଣ୍ଡରେ ମଧ୍ୟ ସମାନ ସଂଖ୍ୟକ ଭାରତୀୟ କମ୍ପାନୀ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 18, 2026
June 18, 2026

PM Modi’s Leadership Delivers: Electronic Interlocking, Semiconductor Push & Tariff-Free UK Access