୧.ମାଳଦ୍ୱୀପ ପ୍ରଜାତନ୍ତ୍ରର ରାଷ୍ଟ୍ରମତି ମହାମହିମ ଶ୍ରୀ ଇବ୍ରାହିମ୍ ମହମ୍ମଦ ସୋଲିହ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ ।

୨. ୨୦୧୮ ମସିହା ନଭେମ୍ବର ୧୭ ତାରିଖ ଦିନ ସେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଷ୍ଟ୍ରପତି ସୋଲିହଙ୍କର ଏହା ତୃତୀୟ ଭାରତ ଗସ୍ତ । ରାଷ୍ଟ୍ରପତି ସୋଲିହଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଭାରତ ଗସ୍ତ କରିଥିଲେ ଏବଂ ସେହି ପ୍ରତିନିଧି ମଣ୍ଡଳରେ ମାଳଦ୍ୱୀପର ଅର୍ଥମନ୍ତ୍ରୀ ମହାନୁଭବ ଶ୍ରୀ ଇବ୍ରାହିମ୍ ଅମୀର, ଆର୍ଥିକ ବିକାଶ ମନ୍ତ୍ରୀ ମହାମହୀମ ଶ୍ରୀ ଫୟାଜ ଇସମାଇଲ, ଜେଣ୍ଡର, ପରିବାର ଓ ସାମାଜିକ ସେବା ମନ୍ତ୍ରୀ ମହାମହିମ ଆୟେସାଥ ମହମ୍ମଦ ଦିଦି ଏବଂ ଏକ ବ୍ୟବସାୟିକ ପ୍ରତିନିଧି ଦଳ ସାମିଲ ଥିଲେ ।

୩. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ସୋଲିହ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବ୍ୟକ୍ତିଗତ ତଥା ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ । ମାଳଦ୍ୱୀପ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧି ମଣ୍ଡଳଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ ଭୋଜିସଭାର ଆୟୋଜନ କରିଥିଲେ ।

୪.ରାଷ୍ଟ୍ରପତି ଶ୍ରୀ ସୋଲିହ ତାଙ୍କର ଏହି ଗସ୍ତ କାଳରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ଏବଂ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହା ବ୍ୟତୀତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଶ୍ରୀ ସୋଲିଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ସୋଲିଙ୍କ ମୁମ୍ବାଇ ଗସ୍ତ ଅବସରରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ମଧ୍ୟ ତାଙ୍କୁ ସାକ୍ଷାତ କରିଥିଲେ ।

୫. ଭାରତ-ମାଳଦ୍ୱୀପ ଦ୍ୱିପାକ୍ଷିକ ସହଭାଗୀତା ଭୌଗୋଳିକ ନୈକଟ୍ୟ, ଐତିହାସିକ, ସାଂସ୍କୃତିକ ସମ୍ପର୍କ ଏବଂ ସମାନ ମୂଲ୍ୟବୋଧ ଉପରେ ଆଧାରିତ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ଭାରତୀୟ ନାଗରିକଙ୍କ ମନରେ ମାଳଦ୍ୱୀପ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଏବଂ ଭାରତର “ପ୍ରଥମେ ପ୍ରତିବେଶୀ” ନୀତିରେ ଏହା ପ୍ରତିଫଳିତ ହୋଇଛି । ରାଷ୍ଟ୍ରପତି ଶ୍ରୀ ସୋଲିହ ଏହି କଥାକୁ ପୁନଃପ୍ରକଟ କରିଥିଲେ ଯେ ତାଙ୍କ ସରକାର “ପ୍ରଥମେ- ଭାରତ ନୀତି” ଗ୍ରହଣ କରିଆସିଛି । ଉଭୟ ନେତା ବିଗତ ବର୍ଷମାନଙ୍କରେ ଦ୍ୱିପାକ୍ଷିକ ସହଭାଗୀତାରେ ଘଟିଥିବା ଦ୍ରୁତ ସମ୍ପ୍ରସାରଣରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାହା ଉଭୟ ରାଷ୍ଟ୍ରର ନାଗରିକଙ୍କ ନିମନ୍ତେ ଉପକାରସିଦ୍ଧ ହୋଇଛି ବୋଲି ମତ ପୋଷଣ କରିଥିଲେ । ଉଭୟ ନେତା ସେମାନଙ୍କର ପାରସ୍ପରିକ ଉପକାରସିଦ୍ଧ ବ୍ୟାପକ ସହଭାଗୀତାକୁ ଆହୁରି ସୁଦୃଢ଼ ଏବଂ ନିବିଡ଼ କରିବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

୬.କୋଭିଡ-୧୯ ମହାମାରୀ ସମୟରେ ମାଳଦ୍ୱୀପ ସରକାର ଏବଂ ମାଳଦ୍ୱୀପର ନାଗରିକଙ୍କ ସହ ଯେଉଁଭଳି ଭାବେ ଭାରତ ଠିଆ ହୋଇଥିଲା ସେଥିପାଇଁ ରାଷ୍ଟ୍ରପତି ସୋଲିହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଭାରତର ମେଡ଼ିକାଲ ଏବଂ ଆର୍ଥିକ ସହାୟତା ଏହି ମହାମାରୀ କାଳରେ ମାଳଦ୍ୱୀପକୁ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଂକଟରୁ ଉଦ୍ଧାର ପାଇବାରେ ସହାୟକ ହୋଇଥିଲା । ମାଳଦ୍ୱୀପକୁ କୋଭିଡ ପ୍ରତିଷେଧକ ଟିକା ମାଗଣାରେ ଯୋଗାଇ ଦେବାରେ ଭାରତ ହେଉଛି ପ୍ରଥମ ସହଭାଗୀ ରାଷ୍ଟ୍ର । ସେମାନଙ୍କର ସହନଶୀଳତା, ସଫଳ ଟିକାକରଣ ଅଭିଯାନ ଏବଂ ମହାମାରୀ ପରବର୍ତ୍ତୀ ସମୟରେ ସୁଦୃଢ଼ ଆର୍ଥିକ ପୁନଃର୍ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ସୋଲିହ ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

୭. ପ୍ରତିରକ୍ଷା ଓ ନିରାପତ୍ତା, ନିବେଶ ପ୍ରୋତ୍ସାହନ, ମାନବ ସମ୍ବଳ ବିକାଶ, ଭିତ୍ତିଭୂମି ବିକାଶ ସମେତ ଜଳବାୟୁ ଏବଂ ଶକ୍ତି କ୍ଷେତ୍ରରେ ଆନୁଷ୍ଠାନିକ ସହଯୋଗକୁ ଅଧିକ ନିବିଡ଼ କରିବା ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସୋଲିହ ସହମତ ହୋଇଥିଲେ ।

ଆର୍ଥିକ ସହଯୋଗ ଏବଂ ଲୋକ-ଲୋକ ମଧ୍ୟରେ ସମ୍ପର୍କ

୮. ଭିସାମୁକ୍ତ ଭ୍ରମଣ ବ୍ୟବସ୍ଥା, ଉତ୍ତମ ବିମାନ ସେବା ସଂଯୋଗ, ପାରସ୍ପରିକ ବିନିମୟ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ ଓ ଆର୍ଥିକ ସହଯୋଗ ମାଧ୍ୟମରେ ଉଭୟ ରାଷ୍ଟ୍ରର ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧିକୁ ଉଭୟ ନେତା ସ୍ୱାଗତ କରିଥିଲେ । ମାଳଦ୍ୱୀପ ପର୍ଯ୍ୟଟନ ବଜାର ନିମନ୍ତେ ଭାରତ ଏବେ ସର୍ବବୃହତ୍ ଉତ୍ସରେ ପରିଣତ ହୋଇଛି ଯାହାକି ସେ ଦେଶର ଆର୍ଥିକ ସହନଶୀଳତା ପ୍ରତି ଅବଦାନ ରୂପେ ବିବେଚିତ ହୋଇଛି । କରୋନା ମହାମାରୀ କାଳରେ ଦ୍ୱିପାକ୍ଷିକ ବିମାନ ଯାତ୍ରା ବବଲ୍କୁ ଉଭୟ ନେତା ସ୍ୱୀକାର କରିଥିଲେ ଯାହାକି ପର୍ଯ୍ୟଟନ ସଂପର୍କକୁ ସମ୍ପ୍ରସାରିତ କରିବାରେ ସହାୟକ ହୋଇଛି ।  ଦୁଇ ନେତା ମାଳଦ୍ୱୀପରେ ରୁପେ କାର୍ଡ ପ୍ରଚଳନ କରିବା ଦିଗରେ ଜାରି ରହିଥିବା କାର୍ଯ୍ୟକୁ ସ୍ୱାଗତ କରିଥିଲେ ଏବଂ ଭ୍ରମଣ ଓ ପର୍ଯ୍ୟଟନ ତଥା ଆର୍ଥିକ ଆନ୍ତ-ସଂଯୋଗକୁ ଅଧିକ ମଜଭୁତ କରିବା ସକାଶେ ଅଧିକ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ସହମତ ପୋଷଣ କରିଥିଲେ । ମାଳଦ୍ୱୀପରେ ଭାରତୀୟ ଶିକ୍ଷକ, ନର୍ସ, ମେଡ଼ିକାଲ କର୍ମଚାରୀ, ଡାକ୍ତର, ଶ୍ରମିକ ଏବଂ ପେଶାଦାର ଲୋକଙ୍କର ଅବଦାନକୁ ଉଭୟ ନେତା ସ୍ୱୀକାର କରିଥିଲେ । ନିକଟରେ ମାଳଦ୍ୱୀପରେ ଶୁଭାରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ଜ୍ଞାନ ନେଟୱାର୍କକୁ ମଧ୍ୟ ସେମାନେ ସ୍ୱାଗତ ଜଣାଇଥିଲେ ଏବଂ ଦେଶ ମଧ୍ୟରେ ଏହାର ପହଞ୍ଚକୁ ସମ୍ପ୍ରସାରିତ କରିବା ସକାଶେ ନିଜ ନିଜ ରାଷ୍ଟ୍ରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୯. ଉଭୟ ନେତା ଦୁଇ ଦେଶର ବ୍ୟବସାୟିକ ନେତୃବର୍ଗଙ୍କ ମଧ୍ୟରେ ଏହି ଗସ୍ତ କାଳରେ ହୋଇଥିବା ଆଲୋଚନାକୁ ସ୍ୱାଗତ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଅଧିକ ଆର୍ଥିକ ସହଯୋଗ ପାଇଁ ସୀମାପାର ନିବେଶ ଓ ସହଭାଗୀତା ଲାଗି ମତ୍ସ୍ୟ ଉତ୍ପାଦନ, ଭିତ୍ତିଭୂମି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟ ଏବଂ ସୂଚନା ଓ ପ୍ରଯୁକ୍ତି ସମେତ ଅନେକ କ୍ଷେତ୍ର ରହିଛି ବୋଲି ଉଲ୍ଲେଖ କରିଥିଲେ । “SAFTA” ଅଧୀନରେ ମାଳଦ୍ୱୀପର ଟୁନା ଉତ୍ପାଦର ଭାରତରେ ଅଗ୍ରଣୀ ବଜାର ସୁବିଧା ରହିଥିବା ଉଭୟ ନେତା ସ୍ୱୀକାର କରିଥିଲେ । ସାମଗ୍ରିକ ଭାବେ ଦୁଇ ନେତା ୨୦୧୯ ମସିହା ଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରିଥିଲେ ।  ୨୦୨୦ ମସିହା ସେପ୍ଟେମ୍ବର ମାସଠାରୁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ପ୍ରତ୍ୟକ୍ଷ ମାଲ ପରିବହନ ସେବା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ସୋଲି ଉଲ୍ଲେଖ କରିଥିଲେ ଏବଂ ଆଶା ପ୍ରକଟ କରିଥିଲେ ଯେ ଆଗାମୀ ଦିଗରେ ଏହା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର କ୍ଷେତ୍ରରେ ସହାୟକ ହେବ ।

ବିକାଶ ସହଭାଗୀତା

୧୦. କୋଭିଡ଼-୧୯ ମହାମାରୀ ଏବଂ ଅନ୍ୟାନ୍ୟ ବୈଶ୍ୱିକ ଆର୍ଥିକ ଚାଲେଞ୍ଜ ସତ୍ତ୍ୱେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିକାଶ ସହଭାଗୀତା କ୍ଷେତ୍ରରେ ହାସଲ କରାଯାଇଥିବା ଉଲ୍ଲେଖନୀୟ ପ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ସୋଲି ସମୀକ୍ଷା କରିଥିଲେ । ଭାରତ- ମାଳଦ୍ୱୀପ ବିକାଶ ସହଭାଗୀତାରେ ବିଗତ ବର୍ଷମାନଙ୍କରେ ଦ୍ରୁତ ବିକାଶ ପରିଲକ୍ଷିତ ହୋଇଛି ଏବଂ ଏଥିରେ ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ, ଗୋଷ୍ଠୀ ଭିତ୍ତିକ ଗ୍ରାଣ୍ଟ ପ୍ରକଳ୍ପ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମମାନ ସାମିଲ ଯାହାକି ମାଳଦ୍ୱୀପର ବାସ୍ତବ ଆବଶ୍ୟକତା ଉପରେ ସଂପୂର୍ଣ୍ଣ ରୂପେ ଆଧାରିତ । ଏହିସବୁ ଯୋଜନାଗୁଡ଼ିକୁ ଅତି ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଉଭୟ ସରକାରଙ୍କ ମଧ୍ୟରେ ସହଯୋଗା ଆଧାରରେ ପ୍ରବର୍ତ୍ତନ କରାଯାଉଛି ।

୧୧. ଉଭୟ ନେତା  ୫୦୦ ନିୟୁତ ମାର୍କିନ ଡଲାର ମୂଲ୍ୟର ଗ୍ରେଟର ମାଲେ ସଂଯୋଗୀକରଣ ପ୍ରକଳ୍ପ "pouring of the first concrete”ରେ ଭର୍ଚୁଆଲ୍ ମୋଡରେ ସାମିଲ ହୋଇଥିଲେ । ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗ୍ରାଣ୍ଟ୍ ଏବଂ ରିହାତି ଋଣ ମାଧ୍ୟମରେଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଉଭୟ ନେତା ନିଜ ନିଜ ରାଷ୍ଟ୍ରର ଅଧିକାରୀମାନଙ୍କୁ ମାଳଦ୍ୱୀପର ଏହିସବୁ ପ୍ରକଳ୍ପଗୁଡ଼ିକ ଯେଭଳି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ ହୋଇପାରିବ ତାହା ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହିସବୁ ବୃହତ୍ ତଥା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହେଲେ ମାଲେ, ଭିଲ୍ଲିଙ୍ଗିଲି, ଗୁଲ୍ହିଫାଲୁ ଏବଂ ଥିଲାଫୁସି ଭଳି ଦ୍ୱୀପମାନଙ୍କ ମଧ୍ୟରେ ଯାତାୟାତ ସୁବିଧା ବୃଦ୍ଧି ପାଇବ, ଲଜିଷ୍ଟିକ୍ସ ମୂଲ୍ୟ ହ୍ରାସ ପାଇବ ଏବଂ ଲୋକହିତକର ଭିତ୍ତିକ ଆର୍ଥିକ ବିକାଶ ଯୋଜନା ତ୍ୱରାନ୍ୱିତ ହୋଇପାରିବ । ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତାର ନମୁନା ରୂପେ ବିବେଚନା କରାଯିବ ।

୧୨.ମାଳଦ୍ୱୀପର କେତେଗୋଟି ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମାଳଦ୍ୱୀପକୁ ନୂତନ ଭାବେ ଆଉ ୧୦୦ ନିୟୁତ ଡଲାରର ଋଣ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଭାରତର ଏଭଳି ଋଣ ଯୋଗାଣ ନିମନ୍ତେ ରାଷ୍ଟ୍ରପତି ସୋଲି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆତ୍ମବିଶ୍ୱାସର ସହ ଆଶା ପ୍ରକଟ କରିଥିଲେ ଯେ ଏହି ଅତିରିକ୍ତ ରାଶି ଅନେକ ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ପ୍ରବର୍ତ୍ତନ କରିବାରେ ସହାୟକ ହୋଇପାରିବ ଏବଂ ସେଗୁଡ଼ିକ ଏବେ ରୂପାୟନର ବିଭିନ୍ନ ପର୍ଯ୍ୟାୟରେ ରହିଥିବା କଥା ଆଲୋଚନା କରାଯାଇଥିଲା ।

୧୩. ଉଭୟ ନେତା ଏକଜିମ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବାୟର୍ସ କ୍ରେଡିଟ୍ ଅଧୀନରେ ଗ୍ରେଟର ମାଲେରେ ନିର୍ମିତ ହେଉଥିବା ୪,୦୦୦ଟି ସାମାଜିକ ବାସଗୃହ ପ୍ରକଳ୍ପର ବିକାଶ କ୍ଷେତ୍ରରେ ଏବେସୁଦ୍ଧା ହାସଲ କରାଯାଇଥିବା ସଫଳତା ସଂପର୍କରେ ସମୀକ୍ଷା କରିଥିଲେ । ମାଳଦ୍ୱୀପ ସରକାରଙ୍କ ଦ୍ୱାରା ନାଗରିକମାନଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ନିର୍ମାଣ କାର୍ଯ୍ୟକ୍ରମ ଅନୁସାରେ ଏହିସବୁ ବାସଗୃହ ନିର୍ମାଣ କରାଯାଉଛି ।

୧୪. ଉଭୟ ନେତା ଏକଜିମ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବାୟର୍ସ କ୍ରେଡିଟ୍ ମଂଜୁରୀକୁ ସ୍ୱାଗତ କରିଥିଲେ ଯାହା କି ଗ୍ରେଟର ମାଲେଠାରେ ୨୦୦୦ଟି ସାମାଜିକ ବାସଗୃହ ନିର୍ମାଣ ନିମନ୍ତେ ୧୧୯ ନିୟୁତ ମାର୍କିନ ଡଲାର ଯୋଗାଇ ଦେଉଛି । ଏହି ପରିପ୍ରେକ୍ଷୀରେ ଏକଜିମ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ମାଳଦ୍ୱୀପ ସରକାରଙ୍କ ମଧ୍ୟରେ ଏକ ସହମତି ରାଜିନାମାପତ୍ର ସ୍ୱାକ୍ଷରିତ ହୋଇଛି । ଅତିରିକ୍ତ ସଂଖ୍ୟକ ବାସଗୃହ ନିର୍ମାଣ ନିମନ୍ତେ ଭାରତ ସରକାର ଉଦାରତାର ସହିତ ଯୋଗାଇ ଦେଇଥିବା ଆର୍ଥିକ ସହାୟତା ନିମନ୍ତେ ରାଷ୍ଟ୍ରପତି ସୋଲି ଭାରତ ସରକାରଙ୍କୁ ପ୍ରଶଂସା କରିଥିଲେ ।

୧୫.ଉଭୟ ନେତା ଭାରତର ଆର୍ଥିକ ସହାୟତାରେ ନିର୍ମାଣାଧୀନ ଆଦୁ ସଡ଼କ ପ୍ରକଳ୍ପ, ୩୪ଟି ଦ୍ୱୀପରେ କାର୍ଯ୍ୟକାରୀ ହେଉଥିବା ଜଳ ଏବଂ ବର୍ଜ୍ୟ ନିଷ୍କାସନ ପ୍ରକଳ୍ପ ଏବଂ ହୁକୁରୁ ମିସ୍କି (ଶୁକ୍ରବାରିଆ ମସଜିଦ୍)ର ପୁନଃନିର୍ମାଣର କାର୍ଯ୍ୟପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ନେତା ଗୁଲିଫାଲୁ ବନ୍ଦର ପ୍ରକଳ୍ପର ସଂଶୋଧିତ ଡିପିଆରକୁ ମଂଜୁରୀକୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ନିମନ୍ତେ ନିଜ ନିଜ ଦେଶର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ଗ୍ରେଟର ମାଲେକୁ ଏକ ବିଶ୍ୱସ୍ତରୀୟ ବନ୍ଦର ସୁବିଧା ଯୋଗାଇଦେବ ଏବଂ ବର୍ତ୍ତମାନ କାର୍ଯ୍ୟ କରୁଥିବା ବନ୍ଦର ସ୍ଥାନରେ ଏହା କାର୍ଯ୍ୟ କରିବ ଓ ମାଲେ ସହର ଠାରୁ ଏହି ବ୍ୟବସ୍ଥା ଦୂରରେ ରହିବ । ଉଭୟ ନେତା ହାନିମାଧୋ ବିମାନ ବନ୍ଦର ବିକାଶ ପ୍ରକଳ୍ପ ଇପିସି ରାଜିନାମା ସ୍ୱାକ୍ଷର ନିମନ୍ତେ ଭାରତ ପକ୍ଷରୁ ଚୂଡ଼ାନ୍ତ ସ୍ୱୀକୃତି ମିଳିଥିବାରୁ ଏହାକୁ ସ୍ୱାଗତ କରିଥିଲେ ଏବଂ ଖୁବ୍ ଶୀଘ୍ର ଏହାର ରୂପାୟନରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ନେତା ଲାମୁ ଠାରେ ଏକ କ୍ୟାନସର ହସପିଟାଲ ଭବନ ନିର୍ମାଣର ସମ୍ଭାବ୍ୟ ରିପୋର୍ଟ ଚୂଡ଼ାନ୍ତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭାରତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଋଣ ରାଶିରେ ଏହା କାର୍ଯ୍ୟକାରୀ ହେବାକୁ ଥିବା ଆର୍ଥିକ କଥାବାର୍ତ୍ତା ଚୂଡ଼ାନ୍ତ ହୋଇଛି ।

୧୬. ଉଭୟ ନେତା ୪୫ଟି ଗୋଷ୍ଠୀ ବିକାଶ ପ୍ରକଳ୍ପରୁ ଦ୍ୱୀପର ଲୋକମାନଙ୍କୁ ମିଳିଥିବା ସକାରାତ୍ମକ ସୁଫଳରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହିସବୁ ପ୍ରକଳ୍ପ ଭାରତ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ମାଧ୍ୟମରେ ପ୍ରବର୍ତ୍ତିତ ହେଉଛି ।

୧୭. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ସାଲେ ସନ୍ତୋଷର ସହିତ ଉଲ୍ଲେଖ କରିଥିଲେ ଯେ ଦକ୍ଷତା ବୃଦ୍ଧି ଏବଂ ତାଲିମ କାର୍ଯ୍ୟକ୍ରମ ବିଗତ କିଛି ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତାର ପ୍ରମୁଖ ସ୍ତମ୍ଭ ଭାବେ ମୁଣ୍ଡ ଟେକିଛି । ଏଥି ସହିତ ଆଇଟିଇସି ତାଲିମ ଯୋଜନା ଜରିଆରେ ଶହ ଶହ ମାଳଦ୍ୱୀପବାସୀ ଭାରତରେ ସ୍ୱତନ୍ତ୍ର କଷ୍ଟୋମାଇଜଡ୍ ତାଲିମ ଗ୍ରହଣ କରୁଛନ୍ତି । ସିଭିଲ୍ ସର୍ଭିସ୍, କଷ୍ଟମ୍ ସେବା, ପାର୍ଲାମେଣ୍ଟ, ନ୍ୟାୟପାଳିକା, ଗଣମାଧ୍ୟମ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଅନୁଷ୍ଠାନ ଓ ପ୍ରତିରକ୍ଷା ତଥା ନିରାପତ୍ତା ସଂଗଠନ ଆଦି ମଧ୍ୟ ଆନୁଷ୍ଠାନିକ ସଂଯୋଗ ସ୍ଥାପନ ଦ୍ୱାରା ଏହିସବୁ ସୁବିଧା ପ୍ରାପ୍ତ ହୋଇପାରୁଛି । ଉଭୟ ନେତା ମାଳଦ୍ୱୀପର ସ୍ଥାନୀୟ ପ୍ରାଧିକରଣ ଏବଂ ଭାରତର ରାଷ୍ଟ୍ରୀୟ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର ଯାହାକି ମାଳଦ୍ୱୀପରେ ପୌର ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ଓ ସୁଦୃଢ଼ୀକରଣରେ ସହାୟକ ହେବ ଏହାକୁ ସ୍ୱାଗତ କରିଥିଲେ ।

ପ୍ରତିରକ୍ଷା ଓ ନିରାପତ୍ତା

୧୮. ଭାରତ-ମାଳଦ୍ୱୀପ ପ୍ରତିରକ୍ଷା ଏବଂ ନିରାପତ୍ତା ସହଭାଗୀତା ଏକ ସମୟ ଦ୍ୱାରା ପରୀକ୍ଷିତ ଏବଂ ବହୁରାଷ୍ଟ୍ରୀୟ ଅପରାଧ ନିୟନ୍ତ୍ରଣ ଏବଂ ବିପର୍ଯ୍ୟୟ ରିଲିଫ କାର୍ଯ୍ୟକ୍ରମ ଦିଗରେ କ୍ଷେତ୍ରୀୟ ସହଯୋଗୀତାର ପ୍ରମୁଖ ଉଦାହରଣ  । ଏହି ସହଭାଗିତା ଭାରତ ମହାସାଗର କ୍ଷେତ୍ରରେ ସ୍ଥିରତା ରକ୍ଷା ନିମନ୍ତେ ଏକ ଶକ୍ତି ଭାବେ ବିବେଚିତ ହୋଇଥାଏ । ଭାରତ ଏବଂ ମାଳଦ୍ୱୀପର ନିରାପତ୍ତା ପରସ୍ପର ସହିତ ଜଡ଼ିତ ବୋଲି ସ୍ୱୀକାର ପୂର୍ବକ ଏହି ସହଭାଗିତାକୁ ଉଭୟ ଦେଶର ନିରାପତ୍ତା ତଥା କ୍ଷେତ୍ରୀୟ ସୁରକ୍ଷା ନିମନ୍ତେ ସୁଦୃଢ଼ କରିବା ନିମନ୍ତେ ସେମାନଙ୍କର ଦୃଢ଼ୋକ୍ତିକୁ ଦୋହରାଇଥିଲେ । ଅନ୍ୟ ପକ୍ଷର ଅହିତ ନିମନ୍ତେ କୌଣସି ପକ୍ଷ ନିଜର ଭୂକ୍ଷେତ୍ରକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବନାହିଁ ବୋଲି ସହମତ ପ୍ରକଟ କରିଥିଲେ ।

୧୯. ସାମୁଦ୍ରିକ ନିରାପତ୍ତା ଏବଂ ସୁରକ୍ଷା, ସାମୁଦ୍ରିକ କ୍ଷେତ୍ର ସଂପର୍କରେ ସଚେତନତା ଏବଂ ମାନବୀୟ ସହାୟତା ଓ ବିପର୍ଯ୍ୟୟ ରିଲିଫ୍ ମାଧ୍ୟମରେ ଏବେ କାର୍ଯ୍ୟକାରୀ ହେଉଥିବା ଉପକ୍ରମଗୁଡ଼ିକୁ ପ୍ରବର୍ତ୍ତନ କରିବା ଓ ଦକ୍ଷତା ବୃଦ୍ଧି ପ୍ରୟାସ ଜାରି ରଖିବା ସକାଶେ ଉଭୟ ନେତା ସହମତ ହୋଇଥିଲେ । “ସାଗର” ପରିକଳ୍ପନା ଅନୁସାରେ ମାଳଦ୍ୱୀପ ସହିତ ସହଯୋଗକୁ ସୁଦୃଢ଼ କରିବା ସକାଶେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।

୨୦. ଏସଆଇଏଫଏଭିଏଆରୟୁ ଠାରେ ଉପକୂଳ ବନ୍ଦର ଗାର୍ଡ ପ୍ରାକ୍-ନିର୍ମାଣ ପର୍ଯ୍ୟାୟର ଦ୍ରୁତ ପ୍ରଗତିରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପ୍ରକଳ୍ପ ମାଳଦ୍ୱୀପ ସରକାରଙ୍କୁ ମାଳଦ୍ୱୀପା ପ୍ରତିରକ୍ଷା ବାହିନୀ (ଏମଏନଡିଏଫ)ର ଦକ୍ଷତା ବୃଦ୍ଧି କରିବା ଦିଗରେ ସହାୟକ ହେବ । ସେହିଭଳି ଏହାର ନିଜସ୍ୱ ସୀମାକ୍ଷେତ୍ର ଭିତରେ ଅଭ୍ୟାସ ସହିତ ଇଇଜେଡ୍ ଏବଂ ଆଟୋଲଗୁଡ଼ିକରେ ସାମୁଦ୍ରିକ ପହରାବ୍ୟବସ୍ଥାକୁ ସକ୍ରିୟ କରିପାରିବ । ଉଭୟ ନେତା ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

୨୧. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ମାଳଦ୍ୱୀପକୁ ଦ୍ୱିତୀୟ ଲ୍ୟାଣ୍ଡିଂ ଆସଲ୍ଟ କ୍ରାଫ୍ଟ  ଯୋଗାଣ ବିଷୟ ଘୋଷଣା କରିଥିଲେ ଏବଂ ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସିଜିଏସ ହୁରାଭିକୁ ବଦଳାଯାଇ ମାଳଦ୍ୱୀପ ସରକାରଙ୍କୁ ମାଳଦ୍ୱୀପ ପ୍ରତିରକ୍ଷା ବାହିନୀ ନିମନ୍ତେ ଏକ ଜାହାଜ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅପର ପକ୍ଷରେ ଭାରତ ସରକାରଙ୍କ ତରଫରୁ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ ନିମନ୍ତେ ୨୪ଟି ୟୁଟିଲିଟି ଯାନ ଉପହାର ପ୍ରଦାନ ବିଷୟ ଘୋଷଣା କରିଥିଲେ । ଏମଏନଡିଏଫ ଭିତ୍ତିଭୂମି ଏବଂ ଉପକରଣର ଆଧୁନିକୀକରଣ ନିମନ୍ତେ ମାଳଦ୍ୱୀପକୁ ଭାରତର ନିରବଚ୍ଛିନ୍ନ ସହାୟତା ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ସାଲେ ଧନ୍ୟବାଦ ଜଣାଇଥିଲେ । ଏଥି ସହ ଭାରତ ମାଳଦ୍ୱୀପର ବିଭିନ୍ନ ପ୍ରତିରକ୍ଷା ପ୍ରକଳ୍ପ ନିମନ୍ତେ ୫୦ ନିୟୁତ ଆମେରିକୀୟ ଡଲାର ସହାୟତା ଗ୍ରାଣ୍ଟ୍ ସହାୟତା ଏବଂ ଋଣ ଆକାରରେ ଯୋଗାଇଦେବ ।

୨୨. ଆଦୁ ସିଟିଠାରେ ରାଷ୍ଟ୍ରୀୟ ପୋଲିସ୍ ଏବଂ ଆଇନ ପ୍ରବର୍ତ୍ତନ କଲେଜ (ଏନସିପିଏଲଇ) ସ୍ଥାପନ ନିମନ୍ତେ ଭାରତର ସହାୟତା ଯୋଗାଣ ନିମନ୍ତେ ରାଷ୍ଟ୍ରପତି ଶ୍ରୀ ସୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କଲେଜ ୨୦୨୨ ମାର୍ଚ୍ଚ ମାସରେ ଉଦଘାଟିତ ହୋଇଛି ।

୨୩. ମାଳଦ୍ୱୀପର ୬୧ଟି ସ୍ଥାନରେ ପୋଲିସ୍ ସଂସାଧନ ନିର୍ମାଣ ନିମନ୍ତେ ବାୟର୍ସ କ୍ରେଡିଟ୍ ରାଜିନାମା ହସ୍ତାନ୍ତରକୁ ଉଭୟ ନେତା ସ୍ୱାଗତ କରିଥିଲେ । ଏହା ମାଳଦ୍ୱୀପର ପୋଲିସ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ବିଭିନ୍ନ ଦ୍ୱୀପପୁଂଜରେ ବସବାସ କରୁଥିବା ଲୋକମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବ ।

୨୪. ଉଭୟ ନେତା ବିଭିନ୍ନ କ୍ଷେତ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପ୍ରୟାସର ଢାଂଚା ମଧ୍ୟରେ ଏହିସବୁ କ୍ଷେତ୍ରରେ ଯେଉଁ ପ୍ରଗତି ହାସଲ କରିଛନ୍ତି ତାହାକୁ ଉଭୟ ନେତା ସ୍ୱାଗତ କରିଥିଲେ । ୨୦୨୨ ମାର୍ଚ୍ଚ ମାସରେ ମାଲେଠାରେ କଲମ୍ବୋ ନିରାପତ୍ତା ସମ୍ମଳନୀର ସଫଳ ଆୟୋଜନ ନିମନ୍ତେ ରାଷ୍ଟ୍ରପତି ଶ୍ରୀ ସାଲେଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ । ଏହି ସମ୍ମିଳନୀରେ ସଦସ୍ୟତା ସଂପ୍ରସାରଣ ତଥା ଏକ ନୂତନ ସ୍ତମ୍ଭ - ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ୍ – ମାଳଦ୍ୱୀପର ପ୍ରୟାସ ସଂଯୋଗ କରାଯାଇଥିଲା ।

୨୫. ଉଭୟ ନେତା ଗତ ମାସରେ କୋଚିଠାରେ ଅନୁଷ୍ଠିତ କଲମ୍ବୋ ନିରାପତ୍ତା ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ଷଷ୍ଠ ଡେପୁଟି ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ବୈଠକର ସଫଳତାକୁ ସ୍ମରଣ ପୂର୍ବକ ଦୃଢ଼ ଆଶା ପୋଷଣ କରିଥିଲେ ଯେ ମାଳଦ୍ୱୀପରେ ଆୟାଜିତ ହେବାକୁ ଥିବା ସପ୍ତମ ଡେପୁଟି ରାଷ୍ଟ୍ରୀୟ ନିରାପତ୍ତା ଉପଦେଷ୍ଟା ବୈଠକ ଅନୁରୂପ ଭାବେ ସଫଳ ହେବ ଏବଂ ସେଥିରୁ ଗଠନମୂଳକ ନିର୍ଯ୍ୟାସ ବାହାରି ପାରିବ ।

୨୬. ବିପର୍ଯ୍ୟୟ ପରିଚାଳନା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ସହଯୋଗର କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ବୁଝାମଣା ପତ୍ର ବିନିମୟକୁ ଉଭୟ ନେତା ସ୍ୱାଗତ କରିଥିଲେ ।

୨୭. ଯେକୌଣସି ପ୍ରକାର ଆତଙ୍କବାଦକୁ ଉଭୟ ନେତା ନିନ୍ଦା କରିଥିଲେ ଏବଂ ଆହ୍ୱାନ ଜଣାଇଥିଲେ ଯେ ଉଭୟ ରାଷ୍ଟ୍ରର ନିରାପତ୍ତା ଏଜେନ୍ସିମାନେ ଏଦିଗରେ ସେମାନଙ୍କର ସହଯୋଗ ବୃଦ୍ଧି କରିବା ଆବଶ୍ୟକ ଯଦ୍ୱାରା ଅତିବାଦ, ହିଂସାତ୍ମକ ଉଗ୍ରବାଦ, ଆଦଙ୍କବାଦ ଏବଂ  ଚୋରା ମାଦକଦ୍ରବ୍ୟ କାରବାରକୁ ପ୍ରତିହତ କରାଯାଇପାରିବ । ୨୦୨୧ ଏପ୍ରିଲ ମାସରେ ଆତଙ୍କବାଦ ନିରୋଧୀ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଥମ ବୈଠକ ପରଠାରୁ ଏ ଦିଗରେ ହୋଇଥିବା କାର୍ଯ୍ୟପ୍ରଗତିକୁ ସ୍ୱୀକାର ପୂର୍ବକ ଉଭୟ ନେତା ନିଜ ନିଜ ରାଷ୍ଟ୍ରର ଅଧିକାରୀମାନଙ୍କୁ ସାଇବର ନିରାପତ୍ତା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ସହଯୋଗର ନୂତନ ଦିଗନ୍ତ

୨୮. ପରିବେଶ ଏବଂ ଅକ୍ଷୟ ଶକ୍ତି – ଉଭୟ ନେତା ଜଳବାୟୁ ପରିବର୍ତ୍ତନ ଫଳରେ କ୍ରମବର୍ଦ୍ଧିଷ୍ଣୁ  ଚାଲେଞ୍ଜକୁ ଉଭୟ ନେତା ସ୍ୱୀକାର କରିଛନ୍ତି ଏବଂ ସେହି କାରଣରୁ ଏହାର ନିରାକରଣ ନିମନ୍ତେ ସହଯୋଗକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ତଥା ବିବିଧ ପ୍ରୟାସ- ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଏବଂ ବିପର୍ଯ୍ୟୟ ସହନଶୀଳ ସଂସାଧନ ସଂଗଠନ ଆଦି ମାଧ୍ୟମରେ ଏହାର ସମାଧାନ ଲାଗି ସହମତ ହୋଇଥିଲେ ।  ମାଳଦ୍ୱୀପର ୩୪ଟି ଦ୍ୱୀପରେ ପାନୀୟ ଜଳ ଏବଂ ପରିମଳ ଭିତ୍ତିଭୂମିର ବିକାଶ ନିମନ୍ତେ ଭାରତ ସରକାର ମାଳଦ୍ୱୀପକୁ ରିହାତି ହାରରେ ସୁଧଯୁକ୍ତ ଋଣ ଯୋଗାଇଦେବ । ଏହା ମାଳଦ୍ୱୀପରେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ନିମନ୍ତେ ଗୃହୀତ ସର୍ବବୃହତ୍ ପ୍ରକଳ୍ପ ଯାହାକି ଆନ୍ତର୍ଜାତିକ ଆର୍ଥିକ ସହାୟତା ଜରିଆରେ କାର୍ଯ୍ୟକାରୀ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମାଳଦ୍ୱୀପ ଦ୍ୱାରା ୨୦୩୦କୁ ନେଟ୍ ଜିରୋ ଭାବେ ମହତ୍ତ୍ୱାକାଂକ୍ଷୀ ସମୟସୀମା ଧାର୍ଯ୍ୟ କରାଯାଇଥିବାରୁ ଏହାକୁ ପ୍ରଶଂସା କରିଥିଲେ ଏବଂ ଏ ଦିଗରେ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଦୁଇ ନେତା ଅକ୍ଷୟ ଶକ୍ତି ଏବଂ ଗ୍ରୀଡ୍ ଆନ୍ତଃ-ସଂଯୋଗୀକରଣ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । 

୨୯. କ୍ରୀଡ଼ା ଏବଂ ଯୁବ ବିକାଶ-ଦୁଇ ନେତା ଉପକରଣ ଉପହାର ଏବଂ ମାଳଦ୍ୱୀପର କ୍ରୀଡ଼ାବିତମାନଙ୍କୁ ଭାରତରେ ତାଲିମ ପ୍ରଦାନ ସମେତ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ସ୍ୱୀକାର  କରିଥିଲେ । ୪୦ ନିୟୁତ ଆମେରିକୀୟ ଡଲାରର ରିହାତି ଋଣ ରାଶିକୁ କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଉନ୍ନତି ନିମନ୍ତେ ଉପଯୋଗ କରି ସେମାନେ ନିଜ ନିଜ ଦେଶର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ମାଳଦ୍ୱୀପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପ୍ରକଳ୍ପଗୁଡ଼ିକୁ ଆଗକୁ ଆଗେଇ ନେଇଯାଆନ୍ତୁ ବୋଲି ଉଭୟ ନେତା ସେମାନଙ୍କର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାଳଦ୍ୱୀକରେ ଗ୍ରାଣ୍ଟ୍ ପାଣ୍ଠି ରାଶି ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କରେ ଆହୁରି ଅନେକ କ୍ରୀଡ଼ା ବିକାଶ ପ୍ରକଳ୍ପକୁ ସାମିଲ କରିବା ନିମନ୍ତେ ସେମାନେ ଉଲ୍ଲେଖ କରିଥିଲେ । ଦୁଇ ନେତା ଉଭୟ ପକ୍ଷଙ୍କ ମଧ୍ୟରେ ଯୁବଗୋଷ୍ଠୀଙ୍କ ବିନିମୟ ବୃଦ୍ଧି ଓ କ୍ରୀଡା କ୍ଷେତ୍ରରେ ସହଯୋଗ ତଥା ଯୁବ ବ୍ୟାପାର  ସକାଶେ ୨୦୨୦ ମସିହାରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ସ୍ୱାଗତ କରିଥିଲେ ।

ବହୁପକ୍ଷିୟ ଫୋରମରେ ସହଯୋଗ

୩୦. ଉଭୟ ନେତା ମିଳିତ ଜାତିସଂଘର ବିଭିନ୍ନ ସଂଗଠନ ତୁରନ୍ତ ସଂସ୍କାରର ଆବଶ୍ୟକତା ନିମନ୍ତେ ସହମତ ପୋଷଣ କରିଥିଲେ, ବିଶେଷ କରି ନିରାପତ୍ତା ପରିଷଦର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମିଳିତ ଜାତିସଂଘର ସମ୍ପ୍ରସାରିତ ଓ ସଂସ୍କାରିତ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ନିମନ୍ତେ ଦାବିକୁ ମାଳଦ୍ୱୀପର ସମର୍ଥନ ପାଇଁ ସାଧୁବାଦ ଜଣାଇଥିଲେ । ସେହିଭଳି ମିଳିତ ଜାତିସଂଘର ସାଧାରଣ ପରିଷଦର ଛୟସ୍ତରିତମ ଅଧ୍ୟକ୍ଷ ପଦ ପାଇଁ ମାଳଦ୍ୱୀପର ପ୍ରାର୍ଥୀତ୍ୱକୁ ଭାରତ ସମର୍ଥନ ଜଣାଇଥିବାରୁ ରାଷ୍ଟ୍ରପତି ସୋଲି ଭାରତକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉଭୟ ନେତା ମଧ୍ୟ ସମାନ ପ୍ରସଙ୍ଗ ଉପରେ ବହୁପାକ୍ଷିକ ବ୍ୟବସ୍ଥା ଯଥା ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ ।

ରାଜିନାମା/ବୁଝାମଣା ପତ୍ର

୩୧.  ଏହି ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର/ରାଜିନାମା ସ୍ୱାକ୍ଷର ଏବଂ ହସ୍ତାନ୍ତରକୁ ଦୁଇ ନେତା ପ୍ରତ୍ୟକ୍ଷ ଭାବେ ଅବଲୋକନ କରିଥିଲେ:

- ସମ୍ଭାବ୍ୟ ମାଛମରା ଜୋନ୍ ପୂର୍ବାନୁମାନ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ

- ସାଇବର ନିରାପତ୍ତା କ୍ଷେତ୍ରରେ ସହଯୋଗ

- ମାଳଦ୍ୱୀକର ମହିଳା ବିକାଶ କମିଟି ଏବଂ ପୌର ସଂସ୍ଥା ପ୍ରାଧିକାରଣ କ୍ଷେତ୍ରରେ ଦକ୍ଷତା ବୃଦ୍ଧି

- ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ

- ପୁଲିସ ସଂସାଧନ ନିର୍ମାଣ ନିମନ୍ତେ ୪୧ ନିୟୁତ ଆମେରିକୀୟ ଡଲାରର ଋଣ ଯୋଗାଣ ରାଜିନାମା

- ୨,୦୦୦ଟି ବାସଗୃହ ନିର୍ମାଣ ନିମନ୍ତେ ବାୟର୍ସ କ୍ରେଡିଟ୍ ରାଶି ଯୋଗାଣ ଲାଗି ସ୍ୱାକ୍ଷରିତ ସହମତ ପତ୍ର

୩୨. ତାଙ୍କୁ ଏବଂ ତାଙ୍କର ପ୍ରତିନିଧିମାନଙ୍କୁ ଭାରତ ଗସ୍ତ ଅବସରରେ ପ୍ରଦାନ କରାଯାଇଥିବା ଉଷ୍ମ, ଭବ୍ୟ ଏବଂ ମହାର୍ଘ୍ୟ ଆତିଥ୍ୟ ନିମନ୍ତେ ରାଷ୍ଟ୍ରପତି ଶ୍ରୀ ସୋଲିହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

୩୩. ମାଳଦ୍ୱୀପ ଗସ୍ତରେ ଯିବା ନିମନ୍ତେ ରାଷ୍ଟ୍ରପତି ଶ୍ରୀ ସୋଲିହ ଭାରତର ରାଷ୍ଟ୍ରପତିଙ୍କୁ ପୁନର୍ବାର ଆମନ୍ତ୍ରଣ ଜଣାଇଥିଲେ । ରାଷ୍ଟ୍ରପତି ଶ୍ରୀ ସୋଲି  ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ମଧ୍ୟ ମାଳଦ୍ୱୀପ ଗସ୍ତରେ ଆସିବା ନିମନ୍ତେ ଆମନ୍ତ୍ରଣ ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.