Four years ago no one had thought that middlemen of the helicopter scam, Christian Michel would be in custody: PM Modi
We have a psychology here that whenever a person goes to a court accusing the government, then it is believed that the government will be wrong and the accuser is right. But every charge of corruption has been proved wrong: PM
India is a country that never stops, says PM Modi Bottlenecks have been removed through policy driven governance and predictable transparent policies: PM Modi
My vision is clear- the country with the world's youngest young population cannot see small dreams: PM Modi
Our focus is on proper education for children, employment for the youth, medical facilities for the elderly, irrigation facilities for the farmer and we are ensuring that people’s voice is heard: PM Modi
From just two mobile manufacturing factories in 2014, we have crossed 120 manufacturing units: Prime Minister Modi

ସର୍ବପ୍ରଥମେ ମୁଁ ମୁମ୍ବାଇ ହାସ୍ପାତାଳରେ ହୋଇଥିବା ଦୁର୍ଘଟଣା ଯୋଗୁଁ ନିଜର ମର୍ମ ବେଦନା ପ୍ରକାଶ କରୁଛି । ମୁଁ ମୁଖ୍ୟମନ୍ତ୍ରୀ ମହାଶୟଙ୍କ ସହିତ ଏହି ବିଷୟରେ କଥା ହୋଇଛି । ରାଜ୍ୟ ସରକାର, ପୀଡ଼ିତ ପରିବାରଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି । ଏହି ଦୁର୍ଘଟଣାରେ ଯେଉଁ ପରିବାରମାନେ ନିଜର ଲୋକମାନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ପୂର୍ଣ୍ଣ ସମବେଦନା ରହିଛି ।

ସାଥୀଗଣ,

ସାମ୍ବାଦିକତା ଦ୍ୱାରା ପ୍ରେରିତ, ସାମ୍ବାଦିକଙ୍କ ଦ୍ୱାରା ସଂଚାଳିତ, ଶୁଦ୍ଧ ସାମ୍ବାଦିକତା ପ୍ରତି ପ୍ରତିବଦ୍ଧ,ରିପବ୍ଲିକ ଟିଭି, ହେଉଛି ଏକ ସଶକ୍ତ ପ୍ରୟୋଗ । ବହୁତ କମ୍ ସମୟରେ ଆପଣଙ୍କର ଚାନେଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆପଣମାନେ ସମସ୍ତେ ଦେଶର ଜନ-ସାଧାରଣଙ୍କ ପାଖରେ ସଠିକ ସୂଚନା ପହଂଚାଇବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ମୁଁ ରିପବ୍ଲିକ୍ ଟିଭିର ସମଗ୍ର ପରିଚାଳନା କମିଟିକୁ, ଏଠାରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସାମ୍ବାଦିକଙ୍କୁ, ଦେଶର ଭିନ୍ନ ଭିନ୍ନ ଭାଗରେ କାର୍ଯ୍ୟ କରୁଥିବା ରିପୋର୍ଟରମାନଙ୍କୁ ଏବଂ ଷ୍ଟ୍ରିଜଂର୍ସମାନଙ୍କୁ ଶୁଭେଚ୍ଛା ଜଣାଉଛି । ଦେଶର ଦଶା ଏବଂ ଦିଗଉପରେ ବିଚାର କରିବା ପାଇଁ, ଏହି ପ୍ରକାରର ଆୟୋଜନ କରି ଆପଣମାନେ ନୂତନ ଚିନ୍ତାଧାରା,ନୂତନ ସମାଧାନ ପାଇଁ ମଧ୍ୟ ଲୋକମାନଙ୍କୁ ପ୍ରେରିତ କରୁଛନ୍ତି । ଏଥିପାଇଁ ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ।

ସାଥୀଗଣ,

ସ୍ୱାଧୀନତା ପୂର୍ବରୁ, ସ୍ୱାଧୀନତା ପାଇଁ ପାଗଳ ଲୋକମାନେ ହିଁ ସାମ୍ବାଦିକତା କରୁଥିଲେ । ପତ୍ର-ପତ୍ରିକାମାନ, ସ୍ୱାଧୀନତାର ବିଗୁଲ ଫୁଙ୍କୁଥିଲେ । ସ୍ୱାଧୀନ ଭାରତରେ, ସୁଖୀ-ସମୃଦ୍ଧ ଦେଶ ପାଇଁ ସକରାତ୍ମକ ଖବରଗୁଡ଼ିକର ମଧ୍ୟ ବହୁତ ଆବଶ୍ୟକତା ରହିଛି । ଦେଶବାସୀଙ୍କ ମଧ୍ୟରେ କିଛି କରିବାର ଇଚ୍ଛା ଜାଗ୍ରତ ହେଉ, ଦେଶକୁ ଆଗକୁ ଆଗେଇ ନେବାର ଇଚ୍ଛା ଜାଗ୍ରତ ହେଉ, ଏହା ହେଉଛି ବହୁତ ଆବଶ୍ୟକ । ଯେପରି ସ୍ୱରାଜ ଆନ୍ଦୋଳନର ଆତ୍ମା ଥିଲା, ସେହିପରି ମଧ୍ୟ ସୁରାଜ୍ୟ ପାଇଁ ଆନ୍ଦୋଳନର ଉର୍ଜ୍ଜା ରହିବା ଆବଶ୍ୟକ । ଭାରତ, ବିଶ୍ୱରେ ଏକ ଶକ୍ତି ରୂପେ ପ୍ରତୀୟମାନ ହେଉ, ଏଥିପାଇଁ ବହୁ କ୍ଷେତ୍ରରେ ଆମକୁ ବିଶ୍ୱସ୍ତରୀୟ ଉଚ୍ଚତାକୁ ପ୍ରାପ୍ତ କରିବାକୁ ପଡ଼ିଥାଏ ।

ହୁଏତ ବିଜ୍ଞାନ ହେଉ, ଟେକ୍ନୋଲଜି ହେଉ, ନବସୃଜନ ହେଉ, କ୍ରୀଡ଼ା ହେଉ, ସେହିଭଳି ଭାବେ ଦୁନିଆରେ ଭାରତର ସ୍ୱରକୁ ସୁଦୃଢ଼ କରିବା ପାଇଁ ଆମର ଗଣମାଧ୍ୟମ ମଧ୍ୟ ବିଶ୍ୱସ୍ତରୀୟ ପହଂଚ ସୃଷ୍ଟିକରୁ, ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରୁ, ଏହା ହେଉଛି ସମୟର ଆବଶ୍ୟକତା । ଆଜି ଭାରତର ଗଣମାଧ୍ୟମ ଜଗତକୁ, ଏହି ଆହ୍ୱାନକୁ ସ୍ୱୀକାର କରିବା ଆବଶ୍ୟକ ।

ସାଥୀଗଣ,

ସର୍ଜିଙ୍ଗ ଇଣ୍ଡିଆ, ଏହି ଦୁଇଟି ଶବ୍ଦ ହେଉଛି 130 କୋଟି ଭାରତୀୟଙ୍କର ଭାବନାର ପ୍ରକଟୀକରଣ ।ଏହା ହେଉଛି ସେହି ଅନୁଭବ, ସେହି ଆନ୍ଦୋଳିତ ଭାବନା, ଯାହାକୁ ଆଜି ସମଗ୍ର ଦୁନିଆ ଅନୁଭବ କରୁଛି । ସମାଜ ଜୀବନର ପ୍ରତ୍ୟେକ ଲୁକ୍କାୟିତ ଅଂଶରେ ସେ ବିଶ୍ୱସ୍ତରୀୟ ମଂଚରେ ନିଜର ସଠିକ ସ୍ଥାନ ଆଡ଼କୁ ଦୃତ ଗତିରେ ଆଗକୁ ବଢ଼ୁଛି । ଭାରତର ଅର୍ଥବ୍ୟବସ୍ଥା ହେଉ, ଭାରତର ପ୍ରତିଭା ହେଉ,ଭାରତର ସାମାଜିକ ବ୍ୟବସ୍ଥା ହେଉ, ଭାରତର ସାଂସ୍କୃତିକ ମୂଲ୍ୟ ହେଉ କିମ୍ବା ଭାରତର ସାମରିକ ଶକ୍ତି ହେଉ, ପ୍ରତ୍ୟେକ ସ୍ତରରେ ଭାରତର ପରିଚୟ ଆହୁରି ଅଧିକ ସୁଦୃଢ଼ ହେଉଛି ।

ସାଥୀଗଣ,

ଆଜି ମୁଁ ଗଣମାଧ୍ୟମର ମଂଚ ଉପରେ ରହିଛି, ଆପଣମାନଙ୍କୁ ପ୍ରଶ୍ନ ହେଉଛି ବହୁତ ପ୍ରିୟ । ତେଣୁ ମୁଁ ମଧ୍ୟ କିଛି ପ୍ରଶ୍ନ ସହିତ ନିଜର କଥା ଆରମ୍ଭ କରିବାକୁ ଚାହୁଁଛି । କୁହାଯାଏ ଯେଭଳି ସଙ୍ଗ, ସେଭଳି ରଙ୍ଗ,କିଛି କ୍ଷଣ ଆପଣମାନଙ୍କ ସହିତ ରହି ଆପଣଙ୍କର ସଙ୍ଗ ମିଳିଛି ତ ମୋର ମଧ୍ୟ ଅଭ୍ୟାସରେ ପଡ଼ିଯାଏ । ଯେପରି ଆପଣମାନଙ୍କ ପ୍ରଶ୍ନରେ ବହୁତ କିଛି ଲୁଚିକରି ରହିଥାଏ, ସେହିପରି ଭାବେ ହିଁ ମୋର ପ୍ରଶ୍ନଗୁଡ଼ିକରେ ମଧ୍ୟ ଆପଣମାନଙ୍କୁ ସର୍ଜିଙ୍ଗ ଇଣ୍ଡିଆର ବହୁତଗୁଡ଼ିଏ ଉତ୍ତର ନିଜକୁ ନିଜେ ମିଳିଯିବ ।

ସାଥୀଗଣ,

କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ଭାରତ ଏତେ ଶୀଘ୍ର ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୈତିକ କ୍ଲବରେ ସାମିଲ ହେବା ଆଡ଼କୁ ନିଜର ପାଦ ଅଗ୍ରସର କରିଦେବ? କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ବ୍ୟବସାୟିକ ସହଜତା (ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍)ର ମାନ୍ୟତାରେ 142 ରୁ 77 ଯାଏଁ ଆସିଯିବ, ଭାରତ ଶୀର୍ଷ 50 ମଧ୍ୟରେ ଆସିବା ଆଡ଼କୁ ଦ୍ରୁତ ଗତିରେ ପାଦ ବଢ଼ାଉଛି । କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ଭାରତରେ ଶୀତତାପ ନିୟନ୍ତ୍ରିତ ରେଳରେ ଯିବା ଲୋକମାନଙ୍କ ସଂଖ୍ୟାଠାରୁ ଅଧିକ ଲୋକ ବିମାନ ଯାତ୍ରା କରିବାକୁ ଲାଗିବେ? ବିମାନରେ ଜାହାଜରେ ବସିଥିବେ? କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ରିକ୍ସା ଚଲାଉଥିବା ଲୋକ ମଧ୍ୟ, ପରିବା ବିକାଳୀ ମଧ୍ୟ ଏବଂ ଚାହା ବିକାଳୀ ମଧ୍ୟ ଭିମ୍ ଆପର ବ୍ୟବହାର କରିବାକୁ ଲାଗିବେ, ନିଜ ପକେଟରେ ରୁପେ ଡେବିଟ୍ କାର୍ଡ ରଖି ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିବେ?

କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ଭାରତର ବିମାନ ଚଳାଚଳ କ୍ଷେତ୍ର ଏତେ ଦୃତ ଗତିରେ ଆଗକୁ ବଢ଼ିବ କି କମ୍ପାନୀଗୁଡ଼ିକୁ ଏକ ହଜାର ନୂତନ ଉଡ଼ାଜାହାଜର ବରାଦ ଦେବାକୁ ପଡ଼ିବ?ଆଉ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ଦେଶରେ ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ମୋଟ 450 ଉଡାଜାହାଜ କାର୍ଯ୍ୟକ୍ଷମ ରହିଛି, ବ୍ୟକ୍ତିଗତ ହେଉ, ଘରୋଇ କ୍ଷେତ୍ର ହେଉ, ସରକାରୀ ହେଉ, କିଛି ମଧ୍ୟ ହେଉ । ଏକ ବର୍ଷ ମଧ୍ୟରେ ଏକ ହଜାର ନୂତନ ଉଡ଼ାଜାହାଜର ବରାଦ ଏହା ଜଣାଇଥାଏ । କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ଭାରତରେ ଜାତୀୟ ଜଳପଥ ଏକ ସତ୍ୟତା ପାଲଟିଯିବ, କୋଲକାତାରୁ ଏକ ଜାହାଜ ଗଙ୍ଗା ନଦୀରେ ଚାଲିବ ଏବଂ ବନାରସ ପର୍ଯ୍ୟନ୍ତ ପଣ୍ୟ ପରିବହନ କରି ଆସିବ? କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ଆମ ଭାରତରେ ହିଁ ନିର୍ମାଣ କରାଯାଉଥିବ, ବିନା ଇଂଜିନର ଶୀତତାପନିୟନ୍ତ୍ରିତ ରେଳଗାଡ଼ିର ପରୀକ୍ଷଣ କରୁଥିବ, ଯାହାକି 180 କିଲୋମିଟର ପ୍ରତି ଘଂଟା ବେଗରେ ଦୌଡ଼ିବ ।

କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ଭାରତ ଗୋଟିଏ ଥରରେ ଶହେ ଉପଗ୍ରହ ପ୍ରେରଣ କରିବାର ରେକର୍ଡ କରିବ, ଆଉ କେବଳ ଏତିକି ହିଁ ନୁହେଁ ଗଗନଯାନର ଲକ୍ଷ୍ୟ ମଧ୍ୟ, କିନ୍ତୁ ଆଜି ତାହା ଆଗକୁ ବଢ଼ି ଚାଲିଛି । କ’ଣ ଚାରି ବର୍ଷ ପୂର୍ବେ କେହି ଚିନ୍ତା କରିଥିଲେ କି ଷ୍ଟାର୍ଟ ଅପ ରେ ଦୁନିଆରୁ ନେଇ କ୍ରୀଡ଼ାର ଦୁନିଆ ପର୍ଯ୍ୟନ୍ତ ଭାରତର ପ୍ରତିଷ୍ଠା ଏତେ ବେଶୀ ବୃଦ୍ଧି ପାଇବ?

ସାଥୀଗଣ,

ଚାରି ବର୍ଷ ପୂର୍ବେ କେହି ମଧ୍ୟ ଏହା ଚିନ୍ତା କରି ନଥିଲେ କି ଦିନେ ହେଲିକପ୍ଟର ଦୁର୍ନିତିର ଏତେ ବଡ଼ ମନ୍ତ୍ରଣାକାରୀ, କ୍ରୀଷ୍ଟୀୟାନ ମିଶେଲ ଭାରତରେ ଥିବେ, ସମସ୍ତ ଶୃଙ୍ଖଳ ଯୋଡ଼ି ହୋଇ ରହିଥବ । ଚାରି ବର୍ଷ ପୂର୍ବେ କେହି ମଧ୍ୟ ଏହା ଚିନ୍ତା କରି ନଥିଲେ କି 1984ର ଶିଖ୍ ନରସଂହାରର ଦୋଷୀ କଂଗ୍ରେସ ନେତାମାନଙ୍କୁ ଦଣ୍ଡ ମିଳିବାକୁ ଲାଗିବ, ଲୋକମାନଙ୍କୁ ନ୍ୟାୟ ମିଳିବାକୁ ଲାଗିବ । ତା’ହେଲେ ଏହି ପରିବର୍ତ୍ତନ କାହିଁକି ଆସିଲା? ସେହି ଦେଶ ଅଛି , ସେହି ଲୋକମାନେ ଅଛନ୍ତି, ସେହି ଶାସନତନ୍ତ୍ର ଅଛି,ତାହା ହେଉଛି ଆମର ସାଧନ, ତାହା ହେଉଛି ସଂସାଧନ, ତା’ହେଲେ ପୁଣି ଏହି ପରିବର୍ତ୍ତନର କାରଣ ହେଉଛି କ’ଣ?

ସାଥୀଗଣ,

ଆମର ଏଠି ଗୋଟିଏ ମାନସିକତା ରହିଛି କି ଯେତେବେଳେ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଲଗାଇ କେହି ଅଦାଲତକୁ ଯାଇଥାଏ, ତ ଗ୍ରହଣ କରି ନିଆଯାଏ କି ସରକାର ବୋଧହୁଏ ଭୁଲ ହୋଇଥିବେ ଆଉ ଅଭିଯୋଗ ଲଗାଇଥିବା ଲୋକ ସଠିକ୍ ହୋଇଥିବେ । ଏହା ସାଧାରଣ ଭାବେ ହେଉଛି ଆମମାନଙ୍କର ମାନ୍ୟତା, ଦୁର୍ନୀତି ହେଉ, ଭ୍ରଷ୍ଟାଚାରର ଅଭିଯୋଗ ହେଉ, ଏଇ ଗୋଟିଏ ମାନସିକତା ଆମମାନଙ୍କ ମନରେ ବସା ବାନ୍ଧି ରହିଯାଇଛି, କାରଣ ଆମେମାନେ ଆଗରୁ ତାହା ଦେଖିଛୁ । କିନ୍ତୁ ଏହା ମଧ୍ୟ ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ କିଛି, ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲଗାଇ ଦେଶର ସବୁଠାରୁ ବଡ଼ ଅଦାଲତକୁ ଯାଇଛନ୍ତି ଆଉ ଅଦାଲତରୁ ସେମାନଙ୍କୁ ସିଧାସଳଖ ଉତ୍ତର ମିଳିଲା କି ଯେଉଁ କାମ ହୋଇଛି, ତାହା ସଂପୂର୍ଣ୍ଣ ପାରଦର୍ଶିତାର ସହିତ ହୋଇଛି, ସଚ୍ଚୋଟତାର ସହିତ ହୋଇଛି । ଆମ ଦେଶରେ ଏମିତି ମଧ୍ୟ ହେବ, ଚାରି ବର୍ଷ ପୂର୍ବେ କେହି ମଧ୍ୟ ଏହା ଚିନ୍ତା କରି ନଥିଲେ ।

ଭାଇ ଓ ଭଉଣୀମାନେ, ମୁଁ ଅଧିକାଂଶ ସମୟରେ ଲକ୍ଷ୍ୟକରେ ଯେ ଆପଣମାନେ ପ୍ରସାରଣ ସମୟରେ ଆଗରୁ ଏବଂ ଏବେକାର ଦୁଇ ପକ୍ଷୀୟ (ଟୁ ୱିଣ୍ଡୋ) ଅର୍ଥାତ ଦୁଇଟି ସ୍ଥିତି ମଧ୍ୟରେ ଫରକ୍ ବହୁତ ଉତ୍ସାହର ସହିତ ଦେଖାଉଥିଲେ । ମୋ ପାଖରେ ମଧ୍ୟ ପୂର୍ବର ଏବଂ ଏବେକାର ବହୁତ ମନମୁଗ୍ଧକର ଛବି ରହିଛି ଯାହାକି ସର୍ଜିଙ୍ଗ ଇଣ୍ଡିଆକୁ ଆହୁରି ଅଧିକ ପ୍ରଭାବୀ କରୁଛି ।

ସାଥୀଗଣ,

ଆଜି ଦେଶ ସମ୍ମୁଖରେ 2014 ପୂର୍ବର ଏକ ଛବି ରହିଛି ଯେତେବେଳେ ସ୍ୱଚ୍ଛତାର ପରିସର 40 ପ୍ରତିଶତରୁ କମ୍ ରହିଥିଲା । ଏବେ 2018ର ଶେଷରେ ସେହି ପରିସର ବୃଦ୍ଧିପାଇ 97 ପ୍ରତିଶତ ପର୍ଯ୍ୟନ୍ତ ପହଂଚିଯାଇଛି । ଆଜି ଦେଶ ସାମ୍ନାରେ 2014 ପୂର୍ବର ସ୍ଥିତି ରହିଛି । ଯେତେବେଳେ ଦେଶର 50 ପ୍ରତିଶତ ଲୋକଙ୍କ ପାଖରେ ବ୍ୟାଙ୍କଖାତା ନଥିଲା । ଏବେ 2018 ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ ପରିବାର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ି ହୋଇଯାଇଛି । ଆଜି ଦେଶ ସମ୍ମୁଖରେ 2014 ପୂର୍ବର ଆଉ ଏକ ଛବି ଅଛି ଯେଉଁଠାରେ ଟିକସ ଦେଲାବାଲାଙ୍କ ସଂଖ୍ୟା 3 କୋଟି 80 ଲକ୍ଷ ଥିଲା । ଏବେ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ପ୍ରାୟ 7 କୋଟି ହୋଇ ଯାଇଛି ।

ଆଜି ଦେଶ ସମ୍ମୁଖରେ 2014 ପୂର୍ବର ଏକ ଛବି ରହିଛି ଯେଉଁଠାରେ କେବଳ 65 ଲକ୍ଷ ଉଦ୍ୟମୀ ଟିକସ ଦେବାପାଇଁ ପଞ୍ଜିକୃତ ଥିଲେ । ଏବେ ଆଜି ସ୍ଥିତି ଏହା ମଧ୍ୟ ହୋଇଛି କି କେବଳ ଦେଢ଼ ବର୍ଷରେ 55 ଲକ୍ଷ ନୂତନ ଉଦ୍ୟମୀ ପଞ୍ଜିକରଣ ପାଇଁ ଆଗକୁ ଆସିଛନ୍ତି । ଆଜି ଦେଶ ସମ୍ମୁଖରେ 2014 ପୂର୍ବର ଏକ ଛବି ରହିଛି ଯେଉଁଠାରେ ମୋବାଇଲ ନିର୍ମାଣ କରିବାବାଲା କେବଳ ଦୁଇଟି କମ୍ପାନୀ ଥିଲେ । ଆଜି ସେହି ମୋବାଇଲ ଉତ୍ପାଦନକାରୀ କମ୍ପାନୀଙ୍କ ସଂଖ୍ୟା ବୃଦ୍ଧିପାଇ 120କୁ ଅତିକ୍ରମ କରିଯାଇଛି । ଦୁଇରୁ 120 ।

ସାଥୀଗଣ,

ପୂର୍ବରୁ ଏବଂ ବର୍ତ୍ତମାନ ମଧ୍ୟରେ ଏହି ପରିବର୍ତ୍ତନ ସର୍ଜିଙ୍ଗ ଇଣ୍ଡିଆର ବହୁତ ସୁଦୃଢ଼ ପ୍ରତିଛବିକୁ ସାମ୍ନାରେ ରଖୁଛି । ଏହାସବୁ ଏଥିପାଇଁ ହୋଇପାରୁଛି କି ଆଜି ଦେଶରେ ନୀତି ସଂଚାଳିତ ପ୍ରଶାସନ ଏବଂ ଅନୁମାନିତ ପାରଦର୍ଶି ନୀତିଗୁଡିକୁ ଆଧାର କରି ଆମ ସରକାର ଆଗକୁ ବଢୁଛି । ଏହାର ପରିଣାମ ଏହା ହୋଇଛି କି ଆଜି ଭାରତରେ ଦୁଇଗୁଣ ଗତିରେ ରାଜପଥ ନିର୍ମାଣ ହେଉଛି, ଦୁଇଗୁଣ ଗତିରେ ରେଳଲାଇନର ଦୋହରୀକରଣ କରାଯାଉଛି, ବିଜୁଳିକରଣ ହେଉଛି, 100ରୁ ଅଧିକ ନୂତନ ବିମାନବନ୍ଦର ଏବଂ ହେଲିପୋର୍ଟର କାମ ଚାଲୁ ରହିଛି, 30-30, 40-40 ବର୍ଷରୁ ଅଟକି ରହିଥିବା ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ କରାଯାଉଛି ।

ଆଜି ଆପଣ ଭାରତରେ ଯେଉଁଠାକୁ ମଧ୍ୟ ଯିବେ, ଗୋଟିଏ ଫଳକ ନିଶ୍ଚୟ ଦେଖିବାକୁ ମିଳିବ- ‘କାମ ଚାଲୁ ରହିଛି ।’(ୱାର୍କ ଇନ୍ ପ୍ରୋଗ୍ରେସ୍)

ସାଥୀଗଣ,

ଏହି ଫଳକ ପ୍ରକୃତ ଅର୍ଥରେ ଏହା ଦେଖାଉଛି କି ‘ବିକାଶ ପଥରେ ଭାରତ’(ଇଣ୍ଡିଆ ଇନ୍ ପ୍ରୋଗ୍ରେସ୍) । କେବଳ ସଡ଼କ, ଫ୍ଲାଏଓଭର, ମେଟ୍ରୋ ନୁହେଁ, ଏଠାରେ ନୂତନ ଭାରତ ନିର୍ମାଣର କାର୍ଯ୍ୟ ହେଉଛି! ମୁଁ ଆଜି ସେହି ସହରରେ ଅଛି, ଯାହାପାଇଁ କୁହାଯାଏ ‘ସେହି ନଗର, ଯାହା କେବେ ଅଟକେ ନାହିଁ’(ଦ’ସିଟି ଦାଟ୍ ନେଭର୍ ଷ୍ଟପ୍) । ମୁଁ ଏଠାରେ ଠିଆହୋଇ ଆପଣମାନଙ୍କୁ ଏହା କହିବାକୁ ଚାହୁଁଛି କି ଆଜି, ‘ଭାରତ ହେଉଛି ଏପରି ଏକ ଦେଶ ଯାହା କେବେ ଅଟକି ଯାଏନାହିଁ’ (ଇଣ୍ଡିଆ ଇଜ୍ ଏ କଂଟ୍ରି ଦାଟ୍ ନେଭର୍ ଷ୍ଟପ୍ସ୍) । ନା ଅଟକିଯିବା, ନା ମନ୍ଥର ହୋଇଯିବା, ନା ରହିଯିବା : ଏହା ଭାରତ ଦୃଢ ନିଶ୍ଚିତ କରି ନେଇଛି ।

ସାଥୀଗଣ,

ଏଠାରେ ମୁମ୍ବାଇରେ ମଧ୍ୟ 22 କିଲୋମିଟର ଦୀର୍ଘ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କର ନିର୍ମାଣ, ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନର କାର୍ଯ୍ୟ, ଡବଲ-ଲାଇନ୍, ସହରତଳୀ କରିଡରର କାର୍ଯ୍ୟ, ଶହ-ଶହ କିଲୋମିଟରର ମେଟ୍ରୋ-କରିଡରର କାର୍ଯ୍ୟ, ସବୁକିଛି 2014ରେ କେନ୍ଦ୍ରରେ ଭାଜପା ସରକାର ଗଠନ ହେଲାପରେ ହିଁ ଆରମ୍ଭ ହୋଇଛି । ମୋତେ ଅବଗତ କରାଯାଇଛି କି ଅନ୍ଧେରୀ-ବିରାରର ବ୍ୟସ୍ତବହୁଳ ଅଂଚଳରେ ଚଳାଚଳ ପାଇଁ ନୂତନ ଟ୍ରେନ୍ ମଧ୍ୟ ଦିଆଯାଇଛି, ଯାହାଦ୍ୱାରା ଏହି ରେଳଲାଇନର କ୍ଷମତା 33 ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ ।

ସାଥୀଗଣ,

ଦେଶର ଏହି ଆବଶ୍ୟକତାଗୁଡ଼ିକ ପୂର୍ବରୁ ମଧ୍ୟ ଥିଲା, ମୁମ୍ବାଇର ଏହି ଆବଶ୍ୟକତାଗୁଡ଼ିକ, ଏହି ଦାବି,ପୂର୍ବରୁ ମଧ୍ୟ ତ ଥିଲା, କେତେ ଦଶକ ଦଶକ ଧରି ରହିଥିଲା । କିନ୍ତୁ କାର୍ଯ୍ୟ ଏବେ ହେଉଛି । ଚିନ୍ତାକରନ୍ତୁ କାହିଁକି? ଏହାର ମଧ୍ୟ ଉତ୍ତର ମୁଁ ଆପଣମାନଙ୍କୁ ଦେବାକୁ ଚାହୁଁଛି ଆଉ ପ୍ରୟାସ କରିବି କି ଆପଣମାନଙ୍କ ଟିଭିର ଲୋକଙ୍କ ଭଳି କଳା-କୌଶଳରେ ଉତ୍ତର ଦେବି ।

ମୋତେ ଯେତେବେଳେ ସମୟ ମିଳିଥାଏ, ତ ଅର୍ଣ୍ଣବକୁ ଦେଖୁଥାଏ, ଦେଖିବା ଅପେକ୍ଷା ଅଧିକ ଶୁଣିଥାଏ କି, କିଭଳି ସେ ବହୁତଗୁଡ଼ିଏ ଅତିଥିଙ୍କୁ ନେଇ ବସିଯାଇଥାଏ, ଆଉ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ କରିଥାଏ । ଦୁଇପାଖିଆ ଏବଂ ବହୁପକ୍ଷୀୟର ସଂପୂର୍ଣ୍ଣ ସରଗରମ ପରିଚର୍ଚ୍ଚା ହୋଇଥାଏ ।

ସାଥୀଗଣ,

ଏଭଳି ଏକ ବହୁପକ୍ଷୀୟ ଆଲୋଚନା ପ୍ରତ୍ୟେକ ମାସରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ ହୋଇଥାଏ । ଏହି ବୈଠକ ହୋଇଥାଏ ‘ପ୍ରଗତି’ର ଆଉ ଆମେ ହିସାବ କିତାବ କରିଛୁ କି, ଦଶକ ଦଶକ ଧରି ଅଟକି ରହିଥିବା ପ୍ରକଳ୍ପଗୁଡ଼ିକର । ବିଗତ ଚାରି ବର୍ଷରେ ଖୋଜାଖୋଜି କରି ମୁଁ ସେହି ପ୍ରକଳ୍ପ ବାହାର କରିଛି, ଯାହା କେଜାଣି କେବେଠାରୁ ଫାଇଲରେ ଚାପିହୋଇ ଥିଲା । ମୁଁ ଆପଣମାନଙ୍କୁ ସୂଚନା ଦେବାକୁ ଚାହୁଁଛି କି ଏ ପର୍ଯ୍ୟନ୍ତ 12 ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ଅଟକଳର ପୁରୁଣା ପ୍ରକଳ୍ପର ସମୀକ୍ଷା ଏହି ବୈଠକରେ କରାଯାଇ ସାରିଛି । ଗୋଟିଏ ଗୋଟିଏ ପ୍ରକଳ୍ପର କ’ଣ ଗୁରୁତ୍ୱ ରହିଥାଏ, କିଭଳି ପରିଶ୍ରମ ହୋଇଥାଏ, ଏହା ମଧ୍ୟ ମୁଁ ଆପଣମାନଙ୍କୁ ମୁମ୍ବାଇର ଉଦାହରଣ ଦେଇ ଜଣାଉଛି ।

ସାଥୀଗଣ,

ମୋର ମନେଅଛି କି ପ୍ରାୟ ତିନି ବର୍ଷ ପୂର୍ବେ ‘ପ୍ରଗତି’ର ବୈଠକରେ ନବୀ ମୁମ୍ବାଇ ବିଷୟ ଆସିଥିଲା, ତ ମୁଁ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲି । ମୁମ୍ବାଇରେ ଦ୍ୱିତୀୟ ବିମାନବନ୍ଦରକୁ ନେଇ 1997 ନଭେମ୍ବରରେ ପ୍ରଥମେ କମିଟି ଗଠନ କରାଯାଇଥିଲା । ସେତେବେଳଠାରୁ ନେଇ ପ୍ରାୟ 20 ବର୍ଷ ପର୍ଯ୍ୟନ୍ତ କେବଳ ଫାଇଲଗୁଡ଼ିକ ହିଁ ଏଠାରୁ ସେଠାକୁ ଦୌଡ଼ୁଥିଲା, ମୁଁ କହିବି ଉଡ଼ୁଥିଲା । ଏହା ମଧ୍ୟରେ କେତେ ସରକାର ଆସିଲେ, କେତେ ଚାଲିଗଲେ, ଫାଇଲ ଉଡ଼ି ଚାଲିଥିଲା, କିନ୍ତୁ କେବେ ଜାହାଜ ଉଡ଼ିଲା ନାହିଁ । କିନ୍ତୁ ନବୀ ମୁମ୍ବାଇ ବିମାନବନ୍ଦରର ଫାଇଲ ଆଗକୁ ବଢ଼ି ପରିଲା ନାହିଁ ।

‘ପ୍ରଗତି’ର ବୈଠକରେ ବହୁମୁଖୀ ୱିଣ୍ଡୋ ମାଧ୍ୟମରେ, ସମସ୍ତ ଅଫିସର, ସମସ୍ତ ବିଭାଗଗୁଡ଼ିକୁ ଏକ ସଙ୍ଗରେ, ସାମ୍ନା-ସାମ୍ନି ଆଣି, ଆମ ସରକାର ଏହି ପ୍ରକଳ୍ପ ପାଇଁ ଆସୁଥିବା ସମସ୍ତ ଅସୁବିଧାକୁ ଦୂର କଲେ । ଆଉ ଏବେ ନବୀ ମୁମ୍ବାଇ ବିମାନବନ୍ଦରର କାର୍ଯ୍ୟ ଦୃତଗତିରେ ଚାଲୁ ରହିଛି ।

ଚିନ୍ତା କରନ୍ତୁ, ଏହା ହେଉଛି କେବଳ ଗୋଟିଏ ପ୍ରକଳ୍ପର କାହାଣୀ । ଆଉ ମୁଁ ପୁଣି କହିବି ଏହିଭଳି ହିଁ 12 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ଆମେ ଦ୍ରୁତଗତିରେ ଆଗକୁ ବଢ଼ାଇ ସାରିଛୁ । ସର୍ଜିଙ୍ଗ ଇଣ୍ଡିଆ ପଛରେ ଯେଉଁ କାର୍ଯ୍ୟସଂସ୍କୃତିରେ ପରିବର୍ତ୍ତନ ଆସିଛି, ଏହା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ।

ସାଥୀଗଣ,

କିଛି ବର୍ଷ ପୂର୍ବେ ଗୋଟିଏ ମଂଚରେ ମୁଁ ଦୁଇ ମିତ୍ରଙ୍କ ଏକ କାହାଣୀ ଶୁଣାଇଥିଲି । ଥରେ ଏହି ଦୁଇ ବନ୍ଧୁ ଜଙ୍ଗଲକୁ ବୁଲିବାକୁ ଗଲେ । କିନ୍ତୁ ବଡ଼ ଘଞ୍ଚ ଜଙ୍ଗଲ ଥିଲା, ଭୟାନକ ପଶୁ ଥିଲେ ତ, ନିଜ ସାଙ୍ଗରେ ସୁରକ୍ଷାର ସାମଗ୍ରୀ ରଖିଥିଲେ, ବଢ଼ିଆ ଉନ୍ନତମାନର ପିସ୍ତଲ, ବନ୍ଧୁକ ନିଜ ପାଖରେ ଥିଲା । ଆଉ ପୁଣି ସେମାନଙ୍କର କିଛି ବି’ ପଶୁ ପକ୍ଷୀ ଦୃଷ୍ଟିଗୋଚର ହେଉ ନଥିଲା ତ, ରହିଯାଇ ଗାଡ଼ିରୁ ତଳକୁ ଓହ୍ଲାଇ,ଚିନ୍ତାକଲେ କି ଟିକେ ବୁଲି ଆସିବା, ତ ବୁଲିବା ପାଇଁ ବାହାରି ପଡ଼ିଲେ । ହଠାତ୍ ଏକ ସିଂହ ଆସିଗଲା । ଆଉ ଜିନିଷ ତ ଗାଡ଼ିରେ ପଡ଼ିଥିଲା, ବନ୍ଧୁକ ତ ଗାଡ଼ିରେ ପଡ଼ିଥିଲା,  ସେଠାରେ ଛାଡ଼ି ଆସିଲେ ଆଉ ଏମାନେ ବୁଲାବୁଲି କରୁଥିଲେ, ସିଂହ ଆସିଗଲା । କିନ୍ତୁ ଏବେ ଏହି ପରିସ୍ଥିତିର ମୁକାବିଲା କିପରି କରିବେ? ଦୌଡ଼ିବେ ତ ଦୌଡ଼ି ଦୌଡ଼ି କୁଆଡ଼େ ଯିବେ? କିନ୍ତୁ ତାଙ୍କ ମଧ୍ୟରୁ ଜଣଙ୍କ ପାଖରେ ନିଜ ପକେଟରେ ରିଭଲଭର୍ ଲାଇସେନ୍ସ ବାହାର କରି ସିଂହକୁ ଦେଖାଇଲା କି ଦେଖ୍ ମୋ ପାଖରେ ଅଛି ।

ସାଥୀଗଣ,

ଆମ ଦେଶରେ ଏହା ହିଁ ହୋଇଥାଏ । ସାଥୀଗଣ, ଏହା ଆମ ପୂର୍ବ ସରକାରଙ୍କର ଆଭିମୁଖ୍ୟ ଥିଲା । କିଛି ମଧ୍ୟ ହୋଇଯାଉ ଆଇନ୍ ଅଣାଯାଉ, କିନ୍ତୁ କାର୍ଯ୍ୟାନ୍ୱୟନର କୌଣସି ଠିକ୍ ଠିକଣା ନଥାଏ । ଯେତେବେଳେ ମୁଁ ଏହି କାହାଣୀ ଶୁଣାଇଥିଲି, ସେତେବେଳେ ତ ମୁଁ ପ୍ରଧାନମନ୍ତ୍ରୀ ମଧ୍ୟ ନଥିଲି । ସେତେବେଳେ ମୁଁ କହିଥିଲି କି ଆମକୁ ଆଇନଠାରୁ ମଧ୍ୟ ଆଗକୁ ଯାଇ ଦୃଢ଼ତାର ସହିତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି । କ୍ଷମତାକୁ ଆସିବା ପରେ, ଏହା ଆମେ କିଭଳି ସାକାର କଲୁ, ମୁଁ ଆପଣମାନଙ୍କୁ କହୁଛି ।

ସାଥୀଗଣ,

ପୂର୍ବ ସରକାର ଖାଦ୍ୟ ସୁରକ୍ଷା ଆଇନ୍ ନେଇକରି ଆସିଲେ, ବହୁତ ଗୀତ ବଜାଇଲେ, ତାଙ୍କର ଯେଉଁ ଗୀତ ଗାଇବା ଲୋକ ଅଛନ୍ତି, ବହୁତ ଚିଲ୍ଲାଇ ଚିଲ୍ଲାଇ ଗାଉଥିଲେ । ବହୁତ ହୋ-ହାଲ୍ଲା କରାଗଲା । ବହୁତ ତାଳି ସଂଗ୍ରହ କରାଗଲା, କିନ୍ତୁ ଆମେ ଯେତେବେଳେ 2014ରେ କ୍ଷମତାକୁ ଆସିଲୁ,ସେତେବେଳ ପର୍ଯ୍ୟନ୍ତ କେବଳ 11ଟି ରାଜ୍ୟ ହିଁ ଏହାର ଲାଭ ନେଇଥିଲେ । ଚିନ୍ତା କରନ୍ତୁ, ଏତେ ତାଳି ପାଇଲା ପରେ ମଧ୍ୟ ଭାରତର ବହୁତ ବଡ଼ ଜନସଂଖ୍ୟା ଏହାର ଲାଭ ନେଇପାରି ନଥିଲେ ।

ଆମେ ଆସିଲା ପରେ ସୁନିଶ୍ଚିତ କଲୁ କି, ସମଗ୍ର 36 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଲୋକଙ୍କୁ ଏହାର ଲାଭ ପହଂଚିବା ଦରକାର । ସେହିପରି 2013-14ରେ ବଡ଼ ଚର୍ଚ୍ଚା ଚାଲୁ ରହିଥିଲା କି ଗ୍ୟାସର ଦଶଟି ସିଲିଣ୍ଡର ଦେବେ ଅଥବା 12ଟି ସିଲିଣ୍ଡର ଦେବେ ଆଉ ଏହି ଆଧାରରେ ନିର୍ବାଚନ ଲଢ଼ା ଯାଉଥିଲା । କିନ୍ତୁ 2014 ପର୍ଯ୍ୟନ୍ତ ଭାରତରେ କେବଳ 55 ପ୍ରତିଶତ ଘରେ ହିଁ ଗ୍ୟାସର ସଂଯୋଗ ଥିଲା ।

ଆପଣ ଚିନ୍ତାକରନ୍ତୁ, 10 ସିଲିଣ୍ଡର-12 ସିଲିଣ୍ଡର ନାମରେ ନିର୍ବାଚନ ଲଢ଼ାଗଲା ଆଉ ଦେଶର ଅଧା ଲୋକଙ୍କ ପାଖରେ ତ ଗ୍ୟାସର ସଂଯୋଗ ହିଁ ନଥିଲା ।

ସାଥୀଗଣ,

ଆମ ସରକାର, ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି, ଦେଶ ସମ୍ମୁଖରେ ଯେଉଁସବୁ ଆହ୍ୱାନ ରହିଛି, ତା’ର ସ୍ଥାୟୀ ସମାଧାନ କରିବା ଆଡ଼କୁ ଗତି କରୁଛନ୍ତି । ଆମେ ଏଭଳି ବ୍ୟବସ୍ଥାଗୁଡ଼ିକୁ ଭାଙ୍ଗି ଦେଉଛୁ, ଶେଷ କରି ଦେଉଛୁ, ଯେଉଁଗୁଡ଼ିକ ଦଶକ ଦଶକ ଧରି ଦେଶର ବିକାଶକୁ ଅଟକାଇ ରଖିଥିଲା । ମୁଁ ଆପଣମାନଙ୍କୁ ଦେବାଳିଆ ଏବଂ ବ୍ୟାଙ୍କିଙ୍ଗ ସଂହିତା (Insolvency and Bankruptcy Code ) ଅର୍ଥାତ ଆଇବିସିର ଉଦାହରଣ ଦେବାକୁ ଚାହୁଁଛି ।

ସାଥୀଗଣ,

ଆମ ଦେଶରେ ଋଣକୁ ନେଇ ଏକ ଅଜବ ପରମ୍ପରା ଥିଲା କି କୌଣସି ଗରିବ ଅଥବା ନିମ୍ନ ମଧ୍ୟବିତ୍ତବର୍ଗର ବ୍ୟକ୍ତି ଏକ ଲକ୍ଷ ଟଙ୍କାର ଋଣ ବ୍ୟାଙ୍କରୁ ନେବ, ଆଉ ତାକୁ ଫେରାଇ ନ ପାରିବ ତ ତାହାର ବଂଚିବା କଷ୍ଟକର ହୋଇଯାଉଥିଲା । କିନ୍ତୁ ଏହା ବ୍ୟତୀତ ଆଉ ଏକ ଛବି ସହିତ ଆପଣମାନେ ଭଲ ଭାବେ ପରିଚିତ ହୋଇ ରହିଥିଲେ । ଦେଶରେ ଏପରି ହଜାର ହଜାର ବଡ଼-ବଡ଼ କମ୍ପାନୀଗୁଡିକ ଥିଲା,ଯେଉଁମାନେ ବ୍ୟାଙ୍କରୁ 5-10 ଲକ୍ଷ ନୁହେଁ, 5-10 କୋଟି ନୁହେଁ, ବରଂ 500 ହଜାର କୋଟି ଟଙ୍କାର ଋଣ ନେଉଥିଲେ ।

କିନ୍ତୁ ଭିନ୍ନ-ଭିନ୍ନ କାରଣରୁ ଯେତେବେଳେ ଏହି କମ୍ପାନୀ ରୁଗ୍ଣ ହୋଇ ପଡ଼ୁଥିଲେ, କ୍ଷତିରେ ଚାଲୁଥିଲେ,ବ୍ୟାଙ୍କର ଅର୍ଥ ଫେରସ୍ତ କରିପାରୁ ନଥିଲେ, ତ ଏହି କମ୍ପାନୀଗୁଡ଼ିକୁ ଏବଂ ଏହି କମ୍ପାନୀଗୁଡ଼ିକର ମାଲିକମାନଙ୍କର କିଛି ହେଉ ନଥିଲା ।

ସାଥୀଗଣ,

ସ୍ୱାଧୀନତାର 70 ବର୍ଷ ପରେ ଦେଶରେ ଏହି ବ୍ୟବସ୍ଥା ଚାଲି ଆସୁଥିଲା । ଜାଣିଛନ୍ତି, ଏପରି କ’ଣ ଥିଲା?ଏହା ଏଥିପାଇଁ ଥିଲା କାରଣ ଏହି କମ୍ପାନୀଗୁଡ଼ିକୁ ସ୍ୱତନ୍ତ୍ର ଧରଣର ସୁରକ୍ଷା କବଚ ମିଳିଥିଲା । ଏହା ଏପରି ଏକ ସୁରକ୍ଷା କବଚ ଥିଲା, ଯାହା କିଛି ବିଶେଷ ଲୋକ, କିଛି ବିଶେଷ ପରିବାରର ନିର୍ଦ୍ଦେଶରେ ଚାଲୁଥିଲା । ଏହା ଏପରି ସୁରକ୍ଷା କବଚ ଥିଲା, ଯାହା ବ୍ୟାଙ୍କଗୁଡ଼ିକୁ କାର୍ଯ୍ୟାନୁଷ୍ଠାନରୁ ଅଟକାଉଥିଲା,ଯେଉଁମାନେ କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ କି କାହିଁକି ବ୍ୟାଙ୍କର ଅର୍ଥ ଫେରସ୍ତ କରିବ,କିଏ ଆପଣମାନଙ୍କୁ ଅର୍ଥ ମାଗିବାକୁ ଆସୁଛି?

ଭାଇ ଓ ଭଉଣୀମାନେ, ମୋତେ ଜଣାଅଛି କି କେତେ ଅସୁବିଧା ଆସିଲା, କିଭଳି ଚାପର ସମ୍ମୁଖୀନ ହେବାକୁ ପଡ଼ିଲା, କିନ୍ତୁ 2016ରେ ଦେବାଳିଆ ଏବଂ ବ୍ୟାଙ୍କିଙ୍ଗ ସଂହିତା ଆଣି ଆମେ ଏହି ସୁରକ୍ଷାଚକ୍ରକୁ ଭାଙ୍ଗିଦେଲୁ । ଆଜି ମୁଁ ଗର୍ବର ସହିତ କହିପାରିବି କି, ବ୍ୟାଙ୍କରୁ ଋଣ ନେଇ ବସିଯାଉଥିବା ଲୋକ, ରୁଗ୍ଣ କମ୍ପାନୀ ବାହାନାରେ ଦେଶର ହଜାର ହଜାର କୋଟି ଟଙ୍କା ନେଇ ବସିଥିବା ଏଭଳି ଲୋକ, ଏଭଳି କମ୍ପାନୀ ନିଜେ ନିଜର ଅର୍ଥ ଫେରାଇବାରେ ଲାଗିଛନ୍ତି ।

ଭାଇ ଓ ଭଉଣୀମାନେ,

ମାତ୍ର ଦୁଇ ବର୍ଷରେ ଏ ପର୍ଯ୍ୟନ୍ତ 75 ହଜାରକୋଟି ଟଙ୍କା, ଏଭଳି କମ୍ପାନୀମାନେ ବ୍ୟାଙ୍କକୁ ନିଜେ ଆସି ଆଉ ଋଣ ଦେଇଥିବା ବ୍ୟକ୍ତିଙ୍କୁ ପରିଶୋଧ କରିଛନ୍ତି । ଏଥିମଧ୍ୟରୁ ବହୁତ ମାତ୍ରାର ଅର୍ଥ ଛୋଟ ଯୋଗାଣକାରୀମାନଙ୍କର ଥିଲା, ଛୋଟ ଉଦ୍ୟମୀଗୁଡ଼ିକର ଥିଲା, ଏମଏସଏମଇ କ୍ଷେତ୍ରର ଥିଲା । ଯେଉଁ  କମ୍ପାନୀଗୁଡ଼ିକ ଉପରେ ଏହି ଆଇନର ଲାଠି ଚାଲିଲା, ଏଭଳି କମ୍ପାନୀମାନଙ୍କ ଠାରୁ ଏପର୍ଯ୍ୟନ୍ତ 2.15 ଲକ୍ଷ କୋଟି ଟଙ୍କାର ଋଣ ଫେରସ୍ତ ନିଆଯାଇ ସାରିଛି । ଅର୍ଥାତ ଗୋଟିଏ ପଟରେ ମୁଁ ଦେଖିଲି ତ 2016 ରେ ଯେଉଁ ନୂଆ ଆଇନ ଆସିଲା, ତା’ପରେ ପ୍ରାୟ ତିନି ଲକ୍ଷ କୋଟି ଟଙ୍କାର ଋଣ ଏହି କୋଟିପତି ଲୋକମାନେ, ସେମାନଙ୍କର କମ୍ପାନୀଗୁଡ଼ିକ ନିଜର ବ୍ୟାଙ୍କକୁ, ଋଣଦାତାଙ୍କୁ ସୁଝିବା ପାଇଁ ବାଧ୍ୟ ହୋଇଛନ୍ତି । ଆଉ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିଛି ।

ସାଥୀଗଣ,

ଏଭଳି ଭାବେ ବ୍ୟାଙ୍କକୁ ଲୁଟି ଯେଉଁମାନେ ପଳାୟନପନ୍ଥୀ ସାଜୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ କଠୋର ଆଇନ କାର୍ଯ୍ୟ କରୁଛି । ଏବେ ଦେଶରେ ହିଁ ନୁହେଁ ବିଦେଶରେ ମଧ୍ୟ ଏଭଳି ଅପରାଧୀମାନଙ୍କର ସଂପତି ଜବତ ହେଉଛି । ଏଭଳି ସମସ୍ତ ଅପରାଧୀମାନଙ୍କୁ ଦୁନିଆର କୌଣସି କୋଣରେ ମଧ୍ୟ ଲୁଚିବା ପାଇଁ ସ୍ଥାନ ନ ମିଳୁ, ଏଥିପାଇଁ ଏହି ସରକାର ପ୍ରତିବଦ୍ଧ ଅଟନ୍ତି ।

ସାଥୀଗଣ,

ଭ୍ରଷ୍ଟାଚାରକୁ ଭାରତରେ ନୂତନ ଓ ସାଧାରଣ  ଭାବେ ଧରିନିଆ ଯାଇଥିଲା । ଭାରତରେ ତ ଏହା ଚାଲିଥାଏ, ଏତିକି ମଧ୍ୟ ହିଁ ଚାଲିଥାଏ । ଯଦି କେହି ସାମ୍ନାରୁ ସ୍ୱର ଉତୋଳନ କରିଥାଏ, ଆଇନ-କାନୁନ ଓ କାଇଦା-କଟକଣା ବିଷୟରେ ମନେ ପକାଉଥିଲା, ତ ସାମ୍ନାରୁ ତୁରନ୍ତ ଉତ୍ତର ମିଳୁଥିଲା କି, ଏହା ହେଉଛି ଭାରତ, ଏଠାରେ ଏଭଳି ଚାଲିଥାଏ । ଏଭଳି କାହିଁକି ଚାଲିଥାଏ? କେତେବେଳ ପର୍ଯ୍ୟନ୍ତ ଚାଲିବା ଦରକାର? କାହିଁକି ଏ ଭଳି ସ୍ଥିତି ରହିବା ଦରକାର ?  କାହିଁକି ଏଭଳି ସ୍ଥିତିକୁ ବଦଳାଇବା ଦରକାର ନାହିଁ?

ସାଥୀଗଣ,

ବିଗତ 4, ସାଢେ ଚାରି ବର୍ଷରେ, ମୁଁ ଏଭଳି ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରୁଛି, ଦେଶକୁ ପଛକୁ ନେଇ ଯାଉଥିବା ପ୍ରତିବନ୍ଧକଗୁଡିକୁ ଭାଙ୍ଗିବାର କାର୍ଯ୍ୟ କରୁଛି । କିଛି ଲୋକ ଦେଶକୁ ଭ୍ରମିତ କରିବା ପାଇଁ ଏକାଠି ହୋଇଛନ୍ତି । କିନ୍ତୁ ମୋର ସତ୍ୟର ଶକ୍ତି ଉପରେ ଭରସା ରହିଛି, ଆଉ ସତ୍ୟନିଷ୍ଠ ଦେଶବାସୀମାନଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି ।

ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଭାରତର ବିଦେଶ ନୀତି ଘରୋଇ ସମସ୍ୟାଗୁଡିକ, ତୁଷ୍ଟିକରଣ ଚାପର ପ୍ରଭାବରେ ଆମେ ଚାଲୁ ନାହୁଁ, ବରଂ ଆମର ସମସ୍ତ ନୀତିଗୁଡିକ, ସମସ୍ତ ଯୋଜନାଗୁଡିକ ସର୍ବଜନ ହିତାୟ-ସର୍ବଜନ ସୁଖାୟ ରାଷ୍ଟ୍ରହିତରେ ସ୍ଥିର ହୋଇଥାଏ । ଆମକୁ କେଉଁଆଡକୁ ଯିବାର ଅଛି, କେଉଁ ଦେଶ ସହିତ ସମ୍ବନ୍ଧ ରଖିବାର ଅଛି, ତାହା ଦୁଇ ଦେଶ ମଧ୍ୟରେ ଆପୋଷ ହିତ ଦ୍ୱାରା ସ୍ଥିର ହୋଇଥାଏ ।

ଏହା ହେଉଛି କାରଣ କି ଆଜି ଭାରତର ପାସପୋର୍ଟର ଶକ୍ତି ବୃଦ୍ଧି ପାଇଛି । ଆଜି ସମଗ୍ର ଦୁନିଆରେ ଭାରତର ସ୍ୱରକୁ ଗମ୍ଭୀରତାର ସହିତ ଶୁଣାଯାଉଛି । ଦୁନିଆର ଶକ୍ତିଶାଳୀ ସଂସ୍ଥାଗୁଡିକରେ ଭାରତକୁ ପ୍ରତିନିଧିତ୍ୱ ମିଳୁଛି । ଭାରତର ଚିନ୍ତାଗୁଡିକ ପ୍ରତି ସମ୍ବେଦନଶୀଳତାର ସହିତ ଚିନ୍ତା କରାଯାଉଛି ଆଉ ଭାରତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଓପେକ୍ ଭଳି ସଂସ୍ଥାଗୁଡିକରେ ପ୍ରତିନିଧିତ୍ୱ ନ ଥିବା ସତ୍ତ୍ୱେଭାରତର କଥା ଶୁଣାଯାଉଛି ।

ସାଥୀଗଣ,

ଏହା ଦୁନିଆରେ ଭାରତ ପ୍ରତି ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ଆମର ସୁଦୃଢ ସମ୍ବନ୍ଧର ହେଉଛି ପରିଣାମ, କି ଭାରତକୁ ଧୋକା ଦେଉଥିବା, ଆମର ବ୍ୟବସ୍ଥାଗୁଡ଼ିକ ସହିତ ଖେଳୁଥିବା ଲୋକମାନଙ୍କୁ ଆଇନର କାଠଗଡ଼ାରେ ଠିଆ କରାଯାଉଛି । ସେମାନଙ୍କୁ ଭାରତକୁ ସମର୍ପଣ କରାଯାଉଛି ।

ସାଥୀଗଣ,

ଯେତେବେଳେ ସାର୍ବଜନିକ ଜୀବନରେ ସୁଚିନ୍ତା, ପାରଦର୍ଶିତା ହେଉ ଆଉ ଲୋକମାନଙ୍କ ପାଇଁ କାମ କରିବା ପ୍ରତି ଦୋଷ ସ୍ୱୀକର କରିବାର ମନୋଭାବ ହେଉ, ଏକାଗ୍ରତା ହେଉ ତ ବଡ଼ ଏବଂ କଠୋର ନିଷ୍ପତ୍ତି ନେବାର ଦୃଢ଼ ଇଚ୍ଛାଶକ୍ତି ନିଜକୁ ନିଜେ ଆସି ଯାଇଥାଏ । ଆମ ଦେଶରେ ଦଶକ ଦଶକ ଧରି ଜିଏସଟି ନେଇ ଦାବି ହେଉଥିଲା । ଆଜି ଆମେ ସନ୍ତୋଷର ସହିତ କହିପାରୁଛୁ କି ଜିଏସଟି ଲାଗୁ ହେବା ପରେ ବଜାରରେ ଅସଙ୍ଗତିଗୁଡ଼ିକ ଦୂର ହେବାକୁ ଯାଉଛି ଆଉ ବ୍ୟବସ୍ଥାରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଉଛି । ଅର୍ଥବ୍ୟବସ୍ଥାରେ ପାରଦର୍ଶିତା ଆଡ଼କୁ ଆମେ ଅଗ୍ରସର ହେଉଛେ ।

ସମାଜର ପରିଶ୍ରମୀ ଏବଂ ଉଦ୍ୟମୀ ଲୋକ, ଯେଉଁମାନେ ବଜାର ସହିତ ଜଡ଼ିତ ଅଛନ୍ତି, ସେମାନଙ୍କୁ ଏକ ପରିଷ୍କାର ପରିଚ୍ଛନ୍ନ, ସରଳ, ଇନିସ୍ପେକ୍ଟର ରାଜରୁ ମୁକ୍ତ ବ୍ୟବସ୍ଥା ମିଳୁଛି । ସମଗ୍ର ଭାରତ ଏକ ମନ ହୋଇ, ଏତେ ବଡ଼ ଟିକସ ସଂସ୍କାରକୁ ଲାଗୁ କରିବା ପାଇଁ ପ୍ରୟାସ କଲେ । ପ୍ରତ୍ୟେକ ନିଜ ନିଜର ଯୋଗଦାନ ଦେଇଛନ୍ତି । ଆମର ବ୍ୟବସାୟୀମାନେ ଆଉ ଲୋକମାନଙ୍କୁ ଏଭଳି ଆଗ୍ରହର ପରିଣାମ ହେଉଛି କି ଭାରତ ଏତେ ବଡ଼ ପରିବର୍ତ୍ତନ କରିବାରେ ସଫଳ ହୋଇପାରିଲା । ବିକଶିତ ଦେଶରେ ମଧ୍ୟ ଛୋଟ ଛୋଟ ଟିକସ ସଂସ୍କାର ଲାଗୁ କରିବା ସହଜ ହୋଇ ନଥାଏ ।

ଯେପରି ପ୍ରଥମେ ମୁଁ କହିଲି-ଜିଏସଟି ଲାଗୁ ହେବା ପୂର୍ବରୁ ପଞ୍ଜିକୃତ ଉଦ୍ୟମୀଙ୍କ ସଂଖ୍ୟା ମାତ୍ର 66 ଲକ୍ଷ ଥିଲା । ଯାହା ଏବେ ବୃଦ୍ଧି ପାଇ 1 କୋଟି 20 ଲକ୍ଷ ହୋଇଯାଇଛି । ପ୍ରାରମ୍ଭିକ ଦିନଗୁଡ଼ିକରେ ଜିଏସଟି ଭିନ୍ନ-ଭିନ୍ନ ରାଜ୍ୟଗୁଡ଼ିକରେ ଭାଟ୍ ଏବଂ ଉତ୍ପାଦ ଶୁଳ୍କର ଯେଉଁ ବ୍ୟବସ୍ଥା ଥିଲା, ସେହି ଛାୟାରେ ଆଗକୁ ବଢ଼ୁଥିଲା । ଯେଭଳି ବିଚାର ବିମର୍ଶ ହେଲା, ହିତଧାରକମାନଙ୍କ ସହିତ କଥାବାର୍ତ୍ତା ହେଲା, ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହେଲା, ଅର୍ଥନୀତିଜ୍ଞମାନଙ୍କ ସହିତ ଆଲୋଚନା ହେଲା, ଟିକସ ପଇଠ କରୁଥିବା ଲୋକମାନଙ୍କ ସହିତ କଥା ହେଲା, ଧୀରେ ଧୀରେ ଏଥିରେ ମଧ୍ୟ ପରିବର୍ତ୍ତନ ଆସିଲା ।

ସାଥୀଗଣ,

ଆଜି ଜିଏସଟିର ବ୍ୟବସ୍ଥା ବହୁମାତ୍ରାରେ ସ୍ଥାପିତ ହୋଇଯାଇଛି ଆଉ ଆମେ ସମସ୍ତେ ମଧ୍ୟ ଆବଶ୍ୟକତା ଅନୁସାରେ ଜନସାଧାରଣଙ୍କ ଅନୁକୂଳତା ହିସାବରେ ତାହାକୁ ପକାଇବାରେ ଅଭ୍ୟସ୍ତ ନୁହେଁ । ତାହା ହେଉଛି ବହୁତ ମହତ୍ୱପୂର୍ଣ୍ଣ କଥା ଆପଣମାନଙ୍କୁ କହିବାକୁ ଚାହୁଁଛି । ଆଜି ଆମେ ସେହି ସ୍ଥିତି ଆଡକୁ ପହଂଚିବାରେ ଲାଗିଛୁ । ଯେଉଁଠାରେ 99 ପ୍ରତିଶତ ସାମଗ୍ରୀକୁ, 18 ପ୍ରତିଶତ ଅଥବା ତା’ଠାରୁ କମ୍ ଟିକସ ପରିସରକୁ ଅଣାଯାଇ ପାରିବ । ଆଉ ଆମେ ସେହି ଦିଗରେ ଆଗକୁ ବଢ଼ୁଛେ । ଏହାପରେ ଯେଉଁ ଏକ, ଅଧ ପ୍ରତିଶତ ବିଳାସ ସାମଗ୍ରୀ ରହିବ, ତାହା ବୋଧହୁଏ 18 ପ୍ରତିଶତ ବାହାରେ ରହିଯିବ । ଯେଉଁଥିରେ କେହି ଉଡ଼ାଜାହାଜ କିଣିକରି ଆଣିଥାଏ, କିଏ ବହୁତ ବଡ଼ ମହଙ୍ଗା ଗାଡି କିଣି ଆଣିଥାଏ, ମଦ ହେଉ, ସିଗାରେଟ ହେଉ, ଏଭଳି କିଛି ସାମଗ୍ରୀ ଅତି ବେଶୀରେ ଏକ ପ୍ରତିଶତ ମଧ୍ୟ ନୁହେଁ । ଏହା ହେଉଛି ଆମର ମତ କି, ଜିଏସଟିକୁ ଯେତେ ସରଳ ଆଉ ସୁବିଧାଜନକ କରାଯାଇ ପାରିବ ତାହା କରାଯିବା ଦରକାର । ଆଉ ଏହା ହେଉଛି ସ୍ପଷ୍ଟ, ଆଉ ମୁଁ ତ ଏବେ ଯେଉଁ ଜିଏସଟି ପରିଷଦର ବୈଠକ ହେବ, ସେଥିପାଇଁ ମଧ୍ୟ ନିଜର ମତାମତ ଦେଇସାରିଛି, କାରଣ ତାହା ସମସ୍ତ ରାଜ୍ୟ ମିଳିମିଶି ସ୍ଥିର କରିଥା’ନ୍ତି, 99 ପ୍ରତିଶତ ସାମଗ୍ରୀ, 18 ପ୍ରତିଶତରୁ ତଳକୁ ଆସିଯିବ, ଅଧା ଚଉଠ ଅବା ଏକ ପ୍ରତିଶତ, ଉଡ଼ାଜାହାଜ ହେଉ, ବଡ଼ ବଡ଼ ଗାଡ଼ି ହେଉ, ମଦ ହେଉ, ସିଗାରେଟ୍ ହେଉ, ଏଭଳି ଜିନିଷକୁ ଛାଡ଼ି ସାଧାରଣ ମଣିଷ ସହିତ ଜଡ଼ିତ ସମସ୍ତ ସାମଗ୍ରୀ 99 ପ୍ରତିଶତ, 18 ପ୍ରତିଶତ ଠାରୁ ତଳକୁ ଆସିଯିବେ । ଆଉ ଏହି କାମ ଆମେ କ୍ରମାଗତ ଭାବେ କରିଚାଲି ଲକ୍ଷ୍ୟକୁ ଅତିକ୍ରମ କରିବା ଦିଗରେ ପହଂଚୁଛୁ ।

ସାଥୀଗଣ,

ମୋର ଆଉ ମୋ ସରକାରଙ୍କର ଚିନ୍ତାଧାରା ଆଉ ଦୃଷ୍ଟିଭଙ୍ଗୀ ହେଉଛି ସ୍ପଷ୍ଟ । ଦୁନିଆର ସବୁଠାରୁ ବଡ଼ ଯୁବକଙ୍କ ସଂଖ୍ୟା ଥିବା ଦେଶ, ଛୋଟ ସ୍ୱପ୍ନ ଦେଖି ପାରିବ ନାହିଁ । ସ୍ୱପ୍ନ, ଆକାଂକ୍ଷା ଏବଂ ଲକ୍ଷ୍ୟ ତ ଉଚ୍ଚା ହିଁ ହେବା ଦରକାର । ଆମେ ବଡ଼ ଲକ୍ଷ୍ୟ ଆଡ଼କୁ ସଚ୍ଚୋଟତାର ସହିତ ପ୍ରୟାସ କରିବା ତ ତାହା ପ୍ରାପ୍ତ ମଧ୍ୟ କରିବା । କିନ୍ତୁ ଯଦି ଛୋଟ ଲକ୍ଷ୍ୟ ରଖିବା ତ ସଫଳତା ମଧ୍ୟ ଛୋଟ ଭାବେ ଦୃଷ୍ଟିଗୋଚର ହେବ ।

ସାଥୀଗଣ,

ସରକାରଙ୍କ ସଂପୂର୍ଣ୍ଣ ବ୍ୟବସ୍ଥା, ସଂପୂର୍ଣ୍ଣ ସରକାରୀ କଳ, 70 ବର୍ଷର ସାମଗ୍ରିକ ବିକାଶ ଫଳରେ ନିର୍ମିତ ହୋଇଛି । 4 ସାଢ଼େ 4 ବର୍ଷ ପୂର୍ବେ ମଧ୍ୟ ଏହି ବ୍ୟବସ୍ଥା ଥିଲା । ଏହି ସରକାରୀ କଳ ଥିଲା । କିନ୍ତୁ ଆଜି କାମ କରିବାର ଗତି ଆଉ ମାତ୍ରା ଉଭୟ କେତେ ଗୁଣ ବୃଦ୍ଧି ପାଇଛି । ଆଜି ଅନେକ ଲକ୍ଷ୍ୟ ଏଭଳି ଅଛି,ଯେଉଁ ଦିଗକୁ ଆମକୁ ଦୃତ ଗତିରେ ଆଗକୁ ବଢ଼ୁଛେ । ସମସ୍ତଙ୍କ ପାଖରେ ନିଜସ୍ୱ ଘର ହେଉ, ପ୍ରତ୍ୟେକ ଘରେ 24 ଘଣ୍ଟା ଆଲୋକ ରହୁ, ପରିଷ୍କାର ପାଣି ଏବଂ ସ୍ୱଚ୍ଛ ଇନ୍ଧନ ସମସ୍ତଙ୍କୁ ମିଳୁ, ଏହି ଲକ୍ଷ୍ୟର ବହୁତ ନିକଟରେ ଆଜି ଭାରତ ପହଂଚିବାକୁ ଯାଉଛି । ପିଲାମାନଙ୍କୁ ଶିକ୍ଷା, ଯୁବକମାନଙ୍କୁ ରୋଜଗାର,ବୟସ୍କମାନଙ୍କୁ ଔଷଧ, କୃଷକମାନଙ୍କୁ ଜଳସେଚନ ଏବଂ ପ୍ରତ୍ୟେକ ଲୋକଙ୍କର କଥା ଶୁଣିବା, ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ଆମର ପ୍ରତିଟି କ୍ଷଣ ସମର୍ପିତ ହୋଇଛି ।

ସାଥୀଗଣ,

ଏକ ନୂତନ ବିଶ୍ୱାସ ନେଇ, ନିଉ ଇଣ୍ଡିଆ, ବିଶ୍ୱ ସ୍ତରରେ ନିଜର ଭୂମିକା ସ୍ଥିର କରୁଛି, ନୂତନ ବିଶ୍ୱ ସୂଚୀରେ ନିଜର ଭୂମିକାକୁ ପୁନଃ ସଂସ୍ଥାପନ କରୁଛି । ଆଗାମୀ ଦୁଇ ଦିନରେ ଏହି ଭୂମିକା ଉପରେ ଦେଶବିଦେଶରୁ ଏକାଠି ହୋଇଥିବା ଅତିଥି ଏଠାରେ ଗଭୀର ଚର୍ଚ୍ଚା କରିବେ । ଏଥିପାଇଁ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା । ନୂତନ ଶକ୍ତି ଆହରଣ କରି ନ୍ୟୁ ଇଣ୍ଡିଆ ବିଷୟରେ କହିବା ପାଇଁ ଆପଣମାନେ ସୁଯୋଗ ଦେଲେ, ଏଥିପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଆଉ ମୋର ବିଶ୍ୱାସ ଅଛି କି ଯେଉଁ ସ୍ୱପ୍ନକୁ ନେଇକରି ସାମ୍ବାଦିକତା ସହିତ ଜଡ଼ିତ କିଛି ଯୁବକ ରିପବ୍ଲିକ ଟିଭିର ପ୍ରୟୋଗ କରିଛନ୍ତି ଆଉ ଏବେ ତ ହିନ୍ଦୀରେ ମଧ୍ୟ ଆସୁଛନ୍ତି, ଦେଶର ଅନ୍ୟ ଭାଷାରେ ଯିବା ପାଇଁ ଚିନ୍ତା କରିବେ । କିନ୍ତୁ ବିଶ୍ୱରେ ମଧ୍ୟ ନିଜସ୍ୱ ସ୍ଥାନ ସୃଷ୍ଟି କରିବାର ସ୍ୱପ୍ନ ନେଇ କରି ଚାଲିବେ । ଏହି ଶୁଭକାମନା ସହିତ ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership