Chhath Puja is about worshipping the nature. The sun and water are at the centre of Mahaparva Chhath: PM Modi during #MannKiBaat
Khadi and Handloom are empowering the poor by bringing positive and qualitative changes in their lives: PM during #MannKiBaat
Nation salutes the jawans who, with their strong determination, secure our borders and keep the nation safe: PM during #MannKiBaat
Our jawans play a vital role in the UN peacekeeping missions throughout the world: PM during #MannKiBaat
#MannKiBaat: PM Modi says, India is the land of ‘Vasudhiva Kutumbakam’, which means the whole world is our family
India has always spread the message of peace, unity and goodwill, says Prime Minister Narendra Modi during #MannKiBaat
#MannKiBaat: Every child is a hero in the making of a ‘New India’, says the PM Modi
Outdoor activities are a must for children. Elders must encourage children to move out and play in open fields: PM during #MannKiBaat
A person of any age can practice yoga with ease. It is simple to learn and can be practiced anywhere: PM Modi during #MannKiBaat
#MannKiBaat: PM Modi says, Guru Nanak Dev ji is not only the first Guru of the Sikhs but also a ‘Jagat Guru’
Sardar Vallabhbhai Patel not only had transformational ideas but had solutions to the most complex problems: PM Modi during #MannKiBaat

ମୋର ପ୍ରିୟ ଦେଶବାସୀ, ନମସ୍କାର । ଦୀପାବଳୀର ଛ'ଦିନ ପରେ ପାଳିତ ହେଉଥିବା ମହାପର୍ବ ଛଠ୍, ଆମ ଦେଶରେ ସବୁଠାରୁ ଅଧିକ ନିଷ୍ଠାର ସହିତ ପାଳିତ ହେଉଥିବା ପର୍ବ ପର୍ବାଣୀ ମଧ୍ୟରୁ ଅନ୍ୟତମ । ଯେଉଁଥିରେ ଖାଦ୍ୟପେୟଠାରୁ ଆରମ୍ଭ କରି ବେଶ-ପୋଷାକ ପର୍ଯ୍ୟନ୍ତ ପ୍ରତି କଥାରେ ନିୟମଗୁଡ଼ିକର ପାଳନ କରାଯାଇଥାଏ । ଛଠ୍ ପୂଜାର ଅନୁପମ ପର୍ବ ପ୍ରକୃତି ସହ ଏବଂ ପ୍ରକୃତିର ଉପାସନା ସହ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ । ସୂର୍ଯ୍ୟ ଏବଂ ଜଳ, ମହାପର୍ବ ଛଠ୍ ଉପାସନାରେ କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ବାଉଁଶ ଏବଂ ମାଟିରେ ତିଆରି ବାସନ ଆଉ କନ୍ଦମୂଳ ଏହାର ପୂଜାବିଧିର ଅଭିନ୍ନ ପୂଜା-ସାମଗ୍ରୀ । ବିଶ୍ୱାସର ଏହି ମହାପର୍ବରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଉପାସନା ଏବଂ ଅସ୍ତଗାମୀ ସୂର୍ଯ୍ୟଙ୍କର ପୂଜାର ବାର୍ତ୍ତା ଅଦ୍ୱିତୀୟ ସଂସ୍କାରରେ ପରିପୂର୍ଣ୍ଣ । ଦୁନିଆ ତ ଉଦୀୟମାନ ବ୍ୟକ୍ତିତ୍ୱର ପୂଜା କରିଥାଏ । କିନ୍ତୁ ଛଠ୍ ପୂଜା ଆମକୁ ସେଇମାନଙ୍କ ଆରାଧନା କରିବା ସଂସ୍କାର ମଧ୍ୟ ପ୍ରଦାନ କରେ ଯେଉଁମାନଙ୍କ ଅସ୍ତହେବା ପ୍ରାୟତଃ ସୁନିଶ୍ଚିତ । ଆମ ଜୀବନରେ ସ୍ୱଚ୍ଛତା ଗୁରୁତ୍ୱର ଅଭିବ୍ୟକ୍ତି ମଧ୍ୟ ଏହି ପର୍ବରେ ନିହିତ । ଛଠ୍ ପୂର୍ବରୁ ସାରା ଘରର ସଫେଇ, ତା'ସାଙ୍ଗକୁ ନଈକୂଳ, ପୋଖରିତୁଠ, ପୂଜାସ୍ଥଳୀ ଅର୍ଥାତ୍ ନଈଘାଟର ସଫେଇ କାର୍ଯ୍ୟରେ ସମସ୍ତେ ମିଶି ଉତ୍ସାହର ସହ ଲାଗିପଡ଼ନ୍ତି । ସୂର୍ଯ୍ୟବନ୍ଦନା ବା ଛଠ୍ ପୂଜା - ପରିବେଶ ସଂରକ୍ଷଣ, ରୋଗ ନିବାରଣ ଏବଂ ଅନୁଶାସନର ପର୍ବ ।

ସାଧାରଣତଃ କିଛି ମାଗିକରି ନେବାରେ ଲୋକମାନେ ହୀନମାନ୍ୟତା ଅନୁଭବ କରିଥାନ୍ତି, କିନ୍ତୁ ଛଠ୍ ପୂଜାରେ ସକାଳର ଅର୍ଘ୍ୟ ପ୍ରଦାନ ପରେ ଭୋଗ ମାଗିକରି ଖାଇବାର ଗୋଟିଏ ବିଶେଷ ପରମ୍ପରା ରହିଛି । ଭୋଗ ମାଗିବାର ଏହି ପରମ୍ପରା ପଛରେ ଅନ୍ୟ ଏକ ଧାରଣା ରହିଥିବାର କୁହାଯାଏ ଯେ ଏହାଦ୍ୱାରା ବ୍ୟକ୍ତିର ଅହଂକାର ନଷ୍ଟ ହୋଇଥାଏ । ଗୋଟିଏ ଏଭଳି ଭାବନାର ବିନାଶ ଯାହା ବ୍ୟକ୍ତିର ବିକାଶରେ ବାଧକ ସାଜିଥାଏ । ଭାରତର ଏହି ମହାନ ପରମ୍ପରା ପ୍ରତି ପ୍ରତ୍ୟେକେ ଗର୍ବିତ ହେବା ସ୍ୱାଭାବିକ ।

ମୋର ପ୍ରିୟ ଦେଶବାସୀଗଣ, "ମନ୍ କି ବାତ୍ର ପ୍ରଶଂସା ମଧ୍ୟ ହୋଇଆସିଛି ଆଉ ସମାଲୋଚନା ମଧ୍ୟ ହୋଇଆସିଛି । କିନ୍ତୁ ଯେତେବେଳେ ମୁଁ "ମନ୍ କି ବାତ୍ର ପ୍ରଭାବ ଦିଗକୁ ଦୃଷ୍ଟିନିକ୍ଷେପ କରୁଛି ସେତେବେଳେ ମୋ ବିଶ୍ୱାସ ଦୃଢ଼ୀଭୂତ ହେଉଛି, ଯେ ଏହି ଦେଶର ଜନମାନସ ସହ ଶତପ୍ରତିଶତ ଭାବରେ ଅତୁଟ ବନ୍ଧନରେ ବାନ୍ଧି ହୋଇଯାଇଛି । ଖଦି ଆଉ ହସ୍ତତନ୍ତର ଉଦାହରଣ ଦେଖନ୍ତୁ । ଗାନ୍ଧି ଜୟନ୍ତୀ ଅବସରରେ ମୁଁ ସବୁବେଳେ ଖଦି ଏବଂ ହସ୍ତତନ୍ତ ଲୁଗା ବ୍ୟବହାର ପାଇଁ ସମର୍ଥନ କରିଥାଏ । ଜାଣନ୍ତି? ଏହାର ପରିଣାମ କ'ଣ? ଆପଣ ମଧ୍ୟ ଏହା ଜାଣି ଖୁସି ହେବେ । ମୋତେ ସୂଚନା ଦିଆଯାଇଛି ଯେ, ଚଳିତ ମାସ ଅକ୍ଟୋବର 17 ତାରିଖ "ଧନ୍ତେରାସ୍'' ଦିନ ଦିଲ୍ଲୀର ଖଦି ଗ୍ରାମୋଦ୍ୟୋଗ ଭବନ ଷ୍ଟୋରରେ ପ୍ରାୟ ଏକ କୋଟି କୋଡ଼ିଏ ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରୟ ହୋଇଛି ଯାହା ଗୋଟିଏ ରେକର୍ଡ । ଖଦି ଏବଂ ହସ୍ତତନ୍ତ ସାମଗ୍ରୀ ଗୋଟିଏ ଷ୍ଟୋରରେ ଏତେ ଅଧି କ ବିକ୍ରିହେବା କଥା ଶୁଣି ଆପଣମାନଙ୍କୁ ମଧ୍ୟ ଖୁସି ଲାଗିଥିବ, ସନ୍ତୁଷ୍ଟି ମିଳିଥିବ । ଦୀପାବଳୀ ସମୟରେ ଖଦୀ ଉପହାର କୁପନ ବିକ୍ରିରେ ପ୍ରାୟ ଶତକଡ଼ା 680 ଭାଗ ବୃଦ୍ଧି ରେକର୍ଡ କରାଯାଇଛି । ଖଦି ଏବଂ ହସ୍ତଶିଳ୍ପର ମୋଟ ବିକ୍ରିରେ ମଧ୍ୟ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ଶତକଡ଼ା 90 ଭାଗ ବୃଦ୍ଧି ପରିଲକ୍ଷିତ ହୋଇଛି । ଦେଖାଯାଉଛି ଯେ, ଆଜିକାଲି ଯୁବବର୍ଗ, ବୟସ୍କମାନେ, ମହିଳାମାନେ, ପ୍ରତ୍ୟେକ ବୟସର ବ୍ୟକ୍ତିମାନେ ହସ୍ତତନ୍ତ ତିଆରି ବସ୍ତ୍ର ପସନ୍ଦ କରୁଛନ୍ତି । ଏହାଦ୍ୱାରା କେତେ ଯେ ବୁଣାକାର ପରିବାରମାନଙ୍କୁ, ଗରିବ ପରିବାରମାନଙ୍କୁ, ହସ୍ତତନ୍ତରେ ଲୁଗା ବୁଣୁଥିବା ପରିବାରମାନଙ୍କୁ ଲାଭ ହୋଇଥିବ, ତାହା ମୁଁ କଳ୍ପନା କରିପାରୁଛି । ପ୍ରଥମେ ଥିଲା "Khadi for Nation" କିନ୍ତୁ ମୁଁ "Khadi for Fashion" କଥା କହିଥିଲି । ହେଲେ ବିଗତ କିଛି ସମୟର ଅନୁଭୂତିକୁ ନେଇ ମୁଁ କହିପାରେ, ଯେ Khadi for Nation ଆଉ Khadi for Fashion ପରେ ଏବେ Khadi for transformation କଥାଟି ସେଗୁଡ଼ିକର ସ୍ଥାନ ନେବାକୁ ଯାଉଛି । ଖଦି ଏବଂ ହସ୍ତତନ୍ତ ଗରିବରୁ ଗରିବତମ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କୁ ସଶକ୍ତ କରିବାର, ଶକ୍ତିଶାଳୀ କରିବାର ପନ୍ଥା ରୂପେ ସମ୍ମୁଖକୁ ଆସୁଛି । ଗ୍ରାମୋଦ୍ୟୋଗ ପାଇଁ ଏହା ବହୁତ ବଡ଼ ଭୂମିକା ନିର୍ବାହ କରୁଛି ।

ଶ୍ରୀଯୁକ୍ତ ରାଜନ୍ ଭଟ୍ଟ NarendraModiApp ରେ ଲେଖିଛନ୍ତି ଯେ, ସେ ପ୍ରତିରକ୍ଷା ବାହିନୀ ସହ ଦୀପାବଳୀ ପାଳନର ମୋର ଅନୁଭୂତି ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ ଜାଣିବାକୁ ଚାହିଁଛନ୍ତି ଯେ ଆମ ପ୍ରତିରକ୍ଷା ବାହିନୀ ଦୀପାବଳୀ କିଭଳି ଭାବରେ ପାଳନ କରନ୍ତି । ଶ୍ରୀଯୁକ୍ତ ତେଜସ୍ ଗାଏକୱାଡ଼ ମଧ୍ୟ NarendraModiApp ରେ ଲେଖିଛନ୍ତି - ଆମ ଘରେ ତିଆରି ମିଷ୍ଟାନ୍ନ ପ୍ରତିରକ୍ଷା ବାହିନୀର ଯବାନମାନଙ୍କୁ ପହଂଚାଇବା ପାଇଁ ବ୍ୟବସ୍ଥା କରିହେବ କି? ଆମର ମଧ୍ୟ ଆମ ପ୍ରତିରକ୍ଷା ବାହିନୀର ବୀର ଯବାନମାନଙ୍କ କଥା ମନେପଡ଼ୁଛି । ଆମ ଘରେ ତିଆରି ମିଠା ଆମ ଦେଶର ଯବାନମାନଙ୍କ ପାଖରେ ପହଂଚିବା ଦରକାର ବୋଲି ଆମେ ମନେକରୁଛୁ । ଆପଣମାନେ ଦୀପାବଳୀ ଖୁବ୍ ଉତ୍ସାହ-ଉଦ୍ଦୀପନାର ସହ ପାଳନ କରିଥିବେ । ମୋ ପାଇଁ ବି ଦୀପାବଳୀ ଏଥର ଗୋଟିଏ ନୂଆ ଅନୁଭୂତି ଆଣିଦେଲା । ମୋତେ ପୁଣି ଥରେ ଆମ ସୀମାରେ ମୃତୟନ ହୋଇଥିବା ବୀର ସୈନିକମାନଙ୍କ ସହିତ ଦୀପାବଳୀ ପାଳନ କରିବାର ସୌଭାଗ୍ୟ ମିଳିଲା । ଏଥର ଜାମ୍ମୁ-କାଶ୍ମୀରର ଗୁରେଜ ସେକ୍ଟରରେ ପ୍ରତିରକ୍ଷା ବାହିନୀ ସହ ଦୀପାବଳୀ ପାଳନ କରିବା ମୋ ପାଇଁ ଗୋଟିଏ ଅବିସ୍ମରଣୀୟ ଅନୁଭୂତି ଥିଲା । ସୀମାରେ ଯେଉଁ କଠିନ ଓ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଆମର ଯବାନମାନେ ଦେଶକୁ ସୁରକ୍ଷା ଯୋଗାଉଛନ୍ତି । ସେହି ସଂଘର୍ଷ, ସମର୍ପଣ ଏବଂ ତ୍ୟାଗ ପାଇଁ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ଆମର ପ୍ରତିରକ୍ଷା ବାହିନୀର ପ୍ରତ୍ୟେକ ଯବାନଙ୍କୁ ସମ୍ମାନ ଜଣାଉଛି । ସୁଯୋଗ ମିଳିଲେ, ଆମେ ଆମ ଯବାନମାନଙ୍କ ଅନୁଭୂତି, ସେମାନଙ୍କ ଗୌରବଗାଥା ଶୁଣିବା ଉଚିତ । ଆମ ମଧ୍ୟରୁ ଅନେକ ଜାଣିନଥିବେ ଯେ, ଆମ ପ୍ରତିରକ୍ଷା ବାହିନୀର ଯବାନ କେବଳ ଆମ ଦେଶ ସୀମାରେ ନୁହେଁ ବରଂ ସାରା ବିଶ୍ୱରେ ଶାନ୍ତି ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ମିଳିତ ଜାତିସଂଘ ଶାନ୍ତିରକ୍ଷକ ସାଜି ସେମାନେ ବିଶ୍ୱରେ ଭାରତର ନାଁ’କୁ ଉଜ୍ଜ୍ୱଳ କରୁଛନ୍ତି ।

ଏଇମାତ୍ର କିଛିଦିନ ତଳେ ଅକ୍ଟୋବର 24 ତାରିଖ ଦିନ ସାରା ବିଶ୍ୱରେ ମିଳିତ ଜାତିସଂଘ ଦିବସ ପାଳନ କରାଗଲା । ବିଶ୍ୱରେ ଶାନ୍ତି ସ୍ଥାପନ କରିବାରେ ମିଳିତ ଜାତିସଂଘର ପ୍ରଚେଷ୍ଟା ଓ ଏହାର ସକାରାତ୍ମକ ଭୂମିକାକୁ ସମସ୍ତେ ସ୍ମରଣ କରିଥାନ୍ତି । ଆଉ ଆମେ ତ “ବସୁଧୈବ କୁଟୁମ୍ବକମ୍” ଅର୍ଥାତ ସାରା ବିଶ୍ୱ ଆମ ପରିବାର, ଏହି କଥାରେ ବିଶ୍ୱାସ କରୁ ଏବଂ ଏହି ବିଶ୍ୱାସ ଯୋଗୁଁ ଭାରତ ମୂଳରୁ ହିଁ ମିଳିତ ଜାତିସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ସକ୍ରିୟ ରୂପେ ଅଂଶଗ୍ରହଣ କରିଆସୁଛି । ଆପଣମାନେ ନିଶ୍ଚୟ ଜାଣିଥିବେ ଯେ, ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଏବଂ ମିଳିତ ଜାତିସଂଘର ପ୍ରସ୍ତାବନା, ଉଭୟ We the People ବାକ୍ୟାଂଶରୁ ଆରମ୍ଭ ହେଉଛି । ଭାରତ ନାରୀ ସମାନତା ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛି ଏବଂ ମିଳିତ ଜାତିସଂଘର ମାନବ ଅଧିକାର ଘୋଷଣାନାମା ଏହାର ଜୀବନ୍ତ ପ୍ରମାଣ । ଏହାର ପ୍ରାରମ୍ଭିକ ବାକ୍ୟାଂଶରେ ଯାହା ପ୍ରସ୍ତାବ ହୋଇଥିଲା ତାହାଥିଲା All men are born free and equal ଯାହାକୁ ଭାରତର ପ୍ରତିନିଧି ହଂସା ମେହେତାଙ୍କ ପ୍ରଚେଷ୍ଟା ଫଳରେ ପରିବର୍ତ୍ତିତ କରାଗଲା ଏବଂ ପରେ ସ୍ୱୀକୃତ ହେଲା “All human beings are born free and equal”। ଏହା ଗୋଟିଏ ଛୋଟ ପରିବର୍ତ୍ତନ ମନେ ହେଉଛି କିନ୍ତୁ ଏଥିରେ ଏକ ସୁସ୍ଥ ଚିନ୍ତାଧାରା ଦେଖିବାକୁ ମିଳୁଛି ।

ଜାତିସଂଘ କାର୍ଯ୍ୟକ୍ରମ ଅଧୀନରେ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେଲା ମିଳିତ ଜାତିସଂଘ ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନମାନଙ୍କରେ ଭାରତର ଭୂମିକା । ମିଳିତ ଜାତିସଂଘର ଶାନ୍ତିରକ୍ଷା ମିଶନରେ ଭାରତ ସର୍ବଦା ଖୁବ୍ ସକ୍ରିୟ ଭୂମିକା ଗ୍ରହଣ କରିଆସିଛି । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ହୁଏତ ଆଗରୁ ଏକଥା ଜାଣିନଥିବେ 18 ହଜାରରୁ ଅଧିକ ଭାରତୀୟ ସୈନ୍ୟ ମିଳିତ ଜାତିସଂଘର କାର୍ଯ୍ୟାନୁଷ୍ଠାନମାନଙ୍କରେ ନିଜର ସେବା ପ୍ରଦାନ କରିଛନ୍ତି । ସମ୍ପ୍ରତି ଭାରତର ପ୍ରାୟ 7 ହଜାର ସୈନିକ ମିଳିତ ଜାତିସଂଘର ଶାନ୍ତିରକ୍ଷା ପଦକ୍ଷେପ ସହିତ ଜଡ଼ିତ । ଏହି ସଂଖ୍ୟା ସାରା ବିଶ୍ୱରେ ତୃତୀୟ ସର୍ବାଧିକ ସ୍ଥାନ ଅଧିକାର କରିଛି । ଅଗଷ୍ଟ 2017 ପର୍ଯ୍ୟନ୍ତ ଭାରତୀୟ ସୈନ୍ୟମାନେ ସାରା ବିଶ୍ୱରେ ମିଳିତ ଜାତିସଂଘର 71 ଟି ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ପ୍ରାୟ 50ଟିରେ ନିଜର ସେବା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନଗୁଡ଼ିକ କୋରିଆ, କାମ୍ବୋଡିଆ, ଲାଓସ୍, ଭିଏତନାମ୍, କଙ୍ଗୋ, ସାଇପ୍ରସ୍, ଲାଇବେରିଆ, ଲେବାନନ୍, ସୁଦାନ ଆଦି ବିଶ୍ୱର ଅନେକ ଦେଶରେ ସଂଘଟିତ ହୋଇଛି । କଙ୍ଗୋ ଏବଂ ଦକ୍ଷିଣ ସୁଦାନରେ ଭାରତୀୟ ସେନା ଚିକିତ୍ସାଳୟରେ 20 ହଜାରରୁ ଅଧିକ ରୋଗୀମାନଙ୍କର ଚିକିତ୍ସା କରାଯାଇଛି ଆଉ ଅଗଣିତ ଲୋକମାନଙ୍କର ଜୀବନରକ୍ଷା କରାଯାଇଛି । ଭାରତୀୟ ସୈନ୍ୟମାନେ ବିଭିନ୍ନ ଦେଶମାନଙ୍କରେ କେବଳ ସେଠାକାର ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ତାହାନୁହେଁ ବରଂ ଲୋକାଭିମୁଖୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଲୋକମାନଙ୍କ ହୃଦୟକୁ ଜୟ କରିଛନ୍ତି ।

ଭାରତୀୟ ମହିଳାମାନେ ଶାନ୍ତି ସ୍ଥାପନା କାର୍ଯ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ବହୁତ କମ ଲୋକ ଏକଥା ଜାଣିଥିବେ ଯେ ଲାଇବେରିଆରେ ମିଳିତ ଜାତିସଂଘର ଶାନ୍ତି ଅଭିଯାନ ମିଶନରେ ମହିଳା ପୋଲିସ୍ ୟୁନିଟ୍ ପଠାଇବାରେ ଭାରତ ହେଉଛି ପ୍ରଥମ ଦେଶ । ଆଉ ଦେଖନ୍ତୁ, ଭାରତର ଏହି ପଦକ୍ଷେପ ବିଶ୍ୱର ସମସ୍ତ ଦେଶ ପାଇଁ ପ୍ରେରଣାର ସ୍ରୋତ ପାଲଟିଗଲା । ଏହାପରେ ସବୁ ଦେଶ ନିଜ ନିଜ ମହିଳା ପୋଲିସ ୟୁନିଟ୍ ପଠାଇବା ଆରମ୍ଭ କଲେ । ଏକଥା ଶୁଣି ଆପଣ ଗର୍ବ ଅନୁଭବ କରିବେ ଯେ, ଭାରତର ଭୂମିକା କେବଳ ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ଯାଏ ସୀମିତ ନୁହେଁ ବରଂ ଭାରତ ପ୍ରାୟ 85ଟି ଦେଶର, ଶାନ୍ତିରକ୍ଷା ବାହିନୀକୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟ ମଧ୍ୟ କରୁଛି । ମହାତ୍ମାଗାନ୍ଧୀ ଓ ଗୌତମ ବୁଦ୍ଧଙ୍କର ଏହି ଭୂମିରୁ ଆମ ବୀର ଶାନ୍ତିରକ୍ଷକ(Peace-keepers) ସାରା ବିଶ୍ୱରେ ଶାନ୍ତି ଏବଂ ସଦ୍ଭାବର ବାର୍ତ୍ତା ପହଂଚାଇଛନ୍ତି । ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ସହଜ କାର୍ଯ୍ୟ ନୁହେଁ । ଆମ ସୁରକ୍ଷାବାହିନୀର ଯବାନମାନଙ୍କୁ ଦୁର୍ଗମ ଅଂଚଳକୁ ଯାଇ କାମ କରିବାକୁ ପଡ଼େ । ବିଭିନ୍ନ ରକମର ଲୋକମାନଙ୍କ ସହିତ ରହିବାକୁ ପଡ଼େ । ବିଭିନ୍ନ ପରିସ୍ଥିତି ଏବଂ ବିଭିନ୍ନ ସଂସ୍କୃତି ସମ୍ପର୍କରେ ଜାଣିବାକୁ ପଡ଼େ । ସେଠାକାର ସ୍ଥାନୀୟ ଆବଶ୍ୟକତା, ସ୍ଥାନୀୟ ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ଚଳିବାକୁ ପଡ଼େ ।

ଆଜି ଯେତେବେଳେ ମିଳିତ ଜାତିସଂଘର ସାହସୀ ଶାନ୍ତିରକ୍ଷା ବାହିନୀକୁ ସ୍ମରଣ କରୁଛୁ, କ୍ୟାପଟେନ୍ ଗୁରୁବଚନ ସିଂହ ସଲାରିୟାଙ୍କୁ କେମିତି ଭୁଲିପାରିବା, ଯିଏକି ଆଫ୍ରିକାର କଙ୍ଗୋରେ ଶାନ୍ତି ପ୍ରତିଷ୍ଠା ପାଇଁ ସଂଘର୍ଷ କରି ନିଜର ସର୍ବସ୍ୱ ତ୍ୟାଗ କରିଥିଲେ । ତାଙ୍କୁ ସ୍ମରଣ କରି ପ୍ରତ୍ୟେକ ଦେଶବାସୀର ଛାତି ଗର୍ବରେ ଫୁଲିଉଠେ । ସେ ମିଳିତ ଜାତିସଂଘର ଏକମାତ୍ର ଶାନ୍ତିରକ୍ଷକ ଥିଲେ, ବୀରପୁରୁଷ ଥିଲେ ଯାହାଙ୍କୁ "ପରମବୀର ଚକ୍ର' ସମ୍ମାନରେ ସମ୍ମାନିତ କରାଗଲା । ଲେଫ୍ଟନାଣ୍ଟ ଜେନେରାଲ୍ ପ୍ରେମଚାନ୍ଦ ସେହି ଭାରତୀୟ ଶାନ୍ତିରକ୍ଷକମାନଙ୍କ ମଧ୍ୟରୁ ଜଣେ ଯିଏକି ସାଇପ୍ରସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ । 1989 ରେ 72 ବର୍ଷ ବୟସରେ ତାଙ୍କୁ ନାମିବିୟାରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ Force Commander ଭାବେ ନିଯୁକ୍ତ କରାଗଲା ଏବଂ ସେ ସେହି ଦେଶର ସ୍ୱାଧୀନତା ସୁନିଶ୍ଚିତ କରିବା ପାଇଁ ନିଜର ସେବା ପ୍ରଦାନ କଲେ । ଜେନେରାଲ ଥିମୈୟା, ଯିଏକି ଭାରତୀୟ ସେନାବାହିନୀର ମୁଖ୍ୟ ଥିଲେ, ସାଇପ୍ରସରେ ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା ବାହିନୀର ନେତୃତ୍ୱ ନେଲେ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ନିଜର ସର୍ବସ୍ୱ ତ୍ୟାଗ କଲେ । ଶାନ୍ତି ଦୂତ ଭାବରେ ଭାରତ ସର୍ବଦା ସମଗ୍ର ବିଶ୍ୱରେ ଶାନ୍ତି, ଐକ୍ୟ ଓ ସଦ୍ଭାବନାର ସନ୍ଦେଶ ଦେଇଆସୁଛି । ମୋର ବିଶ୍ୱାସ, ସମସ୍ତେ ଶାନ୍ତି ଓ ସଦ୍ଭାବର ସହିତ ବଂଚନ୍ତୁ ତଥା ଏକ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତର ନିର୍ମାଣ ଦିଗରେ ଆଗକୁ ବଢ଼ନ୍ତୁ ।

ହେ ମୋର ପ୍ରିୟ ଦେଶବାସୀ ବନ୍ଧୁଗଣ! ଆମର ପୂଣ୍ୟଭୂମି ଏହିପରି ମହାନ୍ ବ୍ୟକ୍ତିମାନଙ୍କ ଦ୍ୱାରା

ମହିମାମଣ୍ଡିତ, ଯେଉଁମାନେ ନିଜର ନିଃସ୍ୱାର୍ଥ ସେବା ଦ୍ୱାରା ମାନବ ଜାତିର ସେବା କରିଛନ୍ତି । Sister Nivedita ଯାହାଙ୍କୁ ଆମେ ଭଗିନୀ ନିବେଦିତା ଭାବରେ ସମ୍ବୋଧିତ କରୁ; ସେ ମଧ୍ୟ ସେହି ଅସାଧାରଣ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ । ସେ ଆୟାର୍ଲେଣ୍ଡରେ ମାର୍ଗାରେଟ୍ ଏଲିଜାବେଥ ନୋବେଲ୍ (Margarett Elizabeth Nobel) ନାମରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସ୍ୱାମୀ ବିବେକାନନ୍ଦ ତାଙ୍କୁ "ନିବେଦିତା' ନାମ ପ୍ରଦାନ କରିଥିଲେ । "ନିବେଦିତା' ଶବ୍ଦର ଅର୍ଥ "ସିଏ ଯେ ସମ୍ପୂର୍ଣ୍ଣ ରୂପେ ସମର୍ପିତ' । ପରବର୍ତ୍ତୀ ସମୟରେ ସେ ନିଜ ନାମାନୁସାରେ ନିଜକୁ ପ୍ରମାଣିତ କରି ଦେଖାଇଲେ । ଗତକାଲି ଭଗିନୀ ନିବେଦିତାଙ୍କର ଏକଶହ ପଚାଶତମ ଜୟନ୍ତୀ ଥିଲା । ସେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନକୁ ପରିତ୍ୟାଗ କଲେ ତଥା ନିଜ ଜୀବନକୁ ଗରିବମାନଙ୍କର ସେବାରେ ସମର୍ପିତ କଲେ । ଭଗିନୀ ନିବେଦିତା ବ୍ରିଟିଶ ଶାସନରେ ହେଉଥିବା ଅତ୍ୟାଚାର ଦ୍ୱାରା ମର୍ମାହତ ଥିଲେ । ଇଂରେଜମାନେ କେବଳ ଯେ ଆମ ଦେଶକୁ ପରାଧୀନ କରିଥିଲେ ତା'ନୁହେଁ, ସେମାନେ ଆମମାନଙ୍କୁ ମଧ୍ୟ ମାନସିକ ଭାବରେ ପରାଧୀନ କରିବାର ଚେଷ୍ଟା କରିଥିଲେ । ଆମ ସଂସ୍କୃତିକୁ ହୀନ କରି ଦେଖାଇବା ସହ ଆମମାନଙ୍କ ମଧ୍ୟରେ ହୀନମାନ୍ୟତା ସୃଷ୍ଟି କରିବା ପାଇଁ ନିରନ୍ତର ଚେଷ୍ଟା ଚାଲିଥିଲା । ଭଗିନୀ ନିବେଦିତା ଭାରତୀୟ ସଂସ୍କୃତିର ଯଶଗୌରବକୁ ପୁନଃପ୍ରତିଷ୍ଠିତ କଲେ । ଲୋକମାନଙ୍କଠାରେ ରାଷ୍ଟ୍ରୀୟ ଭାବନା ଉଦ୍ରେକ କରି ସେମାନଙ୍କୁ ଏକତାର ବନ୍ଧନରେ ବାନ୍ଧିବାକୁ ଚେଷ୍ଟାକଲେ । ସେ ବିଶ୍ୱର ଭିନ୍ନ-ଭିନ୍ନ ଦେଶଗୁଡ଼ିକୁ ଯାତ୍ରାକରି ସନାତନ ଧର୍ମ ଏବଂ ଦର୍ଶନ ସମ୍ପର୍କରେ ହେଉଥିବା ଅପପ୍ରଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ।

ସୁପ୍ରସିଦ୍ଧ ରାଷ୍ଟ୍ରବାଦୀ ଏବଂ ବିପ୍ଲବଧର୍ମୀ ତାମିଲ୍ କବି ସୁବ୍ରମଣ୍ୟମ୍ ଭାରତୀ ନିଜର ବିପ୍ଲବ କବିତା "ପୁଦୁମଇ ପେନ୍ନ' (Puddumai Penn), ଅର୍ଥାତ୍ ଆଧୁନିକ ମହିଳା ତଥା ମହିଳା ସଶକ୍ତିକରଣ ପାଇଁ ସୁପରିଚିତ । ଭଗିନୀ ନିବେଦିତା ହିଁ ସୁବ୍ରମଣ୍ୟମ ଭାରତୀଙ୍କର ପ୍ରେରଣା ଥିଲେ ବୋଲି କୁହାଯାଏ । ଭଗିନୀ ନିବେଦିତା ମହାନ୍ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷଙ୍କୁ ମଧ୍ୟ ସହଯୋଗ ପ୍ରଦାନ କରିଥିଲେ । ସେ ନିଜ ଲେଖା ତଥା ସମ୍ମିଳନୀ ମାଧ୍ୟମରେ ବୋଷଙ୍କର ଗବେଷଣାର ପ୍ରକାଶନ ଓ ପ୍ରଚାରରେ ସହଯୋଗ କରିଥିଲେ । ଭାରତର ଏହା ଏକ ବୈଶିଷ୍ଟ୍ୟ ଯେ ଆମ ସଂସ୍କୃତିରେ ଆଧ୍ୟାତ୍ମିକତା ଏବଂ ବିଜ୍ଞାନ ପରସ୍ପରର ପରିପୂରକ । ଭଗିନୀ ନିବେଦିତା ଏବଂ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ ଏହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ । 1899 ମସିହାରେ କଲିକତାରେ ଭୟଙ୍କର ପ୍ଲେଗ ବ୍ୟାପିଲା । ଦେଖୁ ଦେଖୁ ଶହଶହ ସଂଖ୍ୟାରେ ଲୋକମାନଙ୍କର ପ୍ରାଣହାନି ଘଟିଲା । ଭଗିନୀ ନିବେଦିତା ନିଜ ସ୍ୱାସ୍ଥ୍ୟ ଓ ଜୀବନ କଥା ଚିନ୍ତା ନ କରି ନାଳ-ନର୍ଦ୍ଦମା ତଥା ରାସ୍ତାଘାଟଗୁଡ଼ିକ ସଫା ସୁତୁରା କରିବାରେ ଲାଗିଗଲେ । ସେ ଏପରି ଏକ ମହିଳା ଥିଲେ ଯିଏ କି ବିଳାସପୂର୍ଣ୍ଣ ଜୀବନଯାପନ କରିପାରିଥାନ୍ତେ; କିନ୍ତୁ ସେ ନିଜକୁ ଗରିବ ଜନତାଙ୍କ ସେବାରେ ନିୟୋଜିତ କରିଦେଲେ । ତାଙ୍କର ଏହି ତ୍ୟାଗମୟ ଜୀବନରୁ ପ୍ରେରଣା ପ୍ରାପ୍ତକରି ଲୋକମାନେ ସେବା କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ । ସେ ନିଜର କାର୍ଯ୍ୟ ଦ୍ୱାରା ଲୋକମାନଙ୍କୁ ସ୍ୱଚ୍ଛତା ଓ ସେବାର ମହତ୍ୱ ସମ୍ପର୍କରେ ଶିକ୍ଷା ପ୍ରଦାନ କଲେ । ତାଙ୍କ ସମାଧି ଉପରେ ମୃତ୍ୟୁଲେଖ ଏଭଳି ଲେଖା ହୋଇଛି - “Here reposes Sister Nivedita who gave her all to India” – ଏଠାରେ ଭଗିନୀ ନିବେଦିତା ବିଶ୍ରାମ କରୁଅଛନ୍ତି ଯିଏ ନିଜର ସର୍ବସ୍ୱ ଭାରତକୁ ସମର୍ପିତ କରିଦେଲେ । ନିଃସନ୍ଦେହ, ସେ ଏପରି ହିଁ କରିଥିଲେ । ସେହି ମହାନ ବ୍ୟକ୍ତିତ୍ୱଙ୍କ ପାଇଁ ଆଜି ଏହାଠାରୁ ଶ୍ରେୟସ୍କର ଶ୍ରଦ୍ଧାଞ୍ଜଳି ଆଉ କିଛି ହୋଇନପାରେ ଯେ ପ୍ରତ୍ୟେକ ଭାରତୀୟ ତାଙ୍କ ଜୀବନରୁ ଶିକ୍ଷା ଗ୍ରହଣ କରି ନିଜକୁ ସେହି ସେବା ମାର୍ଗରେ ବ୍ରତୀ ହେବାକୁ ଚେଷ୍ଟା କରନ୍ତୁ ।

ଫୋନକଲ୍:- "ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ମୋ’ ନାମ ଡଃ.ପାର୍ଥ ଶାହା । 14 ନଭେମ୍ବରକୁ ଆମେ ‘ଶିଶୁ ଦିବସ’ ରୂପେ ପାଳନ କରୁ କାରଣ ଏହା ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଜନ୍ମଦିନ । ଏହି ଦିବସକୁ ‘ବିଶ୍ୱ ମଧୁମେହ ଦିବସ’ ରୂପେ ମଧ୍ୟ ପାଳନ କରାଯାଏ । ମଧୁମେହ କେବଳ ବୟସ୍କମାନଙ୍କର ରୋଗ ନୁହେଁ, ଏହା ବହୁସଂଖ୍ୟାରେ ପିଲାମାନଙ୍କଠାରେ ମଧ୍ୟ ଦେଖିବାକୁ ମିଳେ । ତେଣୁ ଏହି ଆହ୍ୱାନ ପାଇଁ ଆମ୍ଭେମାନେ କ’ଣ କରିପାରିବା?''

ଆପଣଙ୍କ ଫୋନକଲ୍ ପାଇଁ ଧନ୍ୟବାଦ । ସର୍ବପ୍ରଥମେ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଜନ୍ମଦିବସ ଉପଲକ୍ଷେ ପାଳିତ ହେଉଥିବା ‘ଶିଶୁଦିବସ’ ପାଇଁ ସବୁ ପିଲାମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ପିଲାମାନେ ହେଉଛନ୍ତି ନୂଆ ଭାରତର ନିର୍ମାଣର ସବୁଠୁ ବଡ଼ ନାୟକ । ଆପଣଙ୍କର ଚିନ୍ତା ଠିକ୍ ଯେ ପୂର୍ବେ ଯେଉଁ ରୋଗଗୁଡ଼ିକ ଅଧିକ ବୟସରେ, ଜୀବନର ଶେଷ ପର୍ଯ୍ୟାୟରେ ଦେଖାଯାଉଥିଲା ତାହା ଆଜିକାଲି ପିଲାମାନଙ୍କଠାରେ ମଧ୍ୟ ଦେଖାଦେଲାଣି । ପିଲାମାନଙ୍କର ମଧୁମେହ ରୋଗରେ ପୀଡ଼ିତ ହେବାକଥା ଶୁଣି ଆଶ୍ଚର୍ଯ୍ୟ ଲାଗେ । ପୂର୍ବେ ଏହି ରୋଗକୁ "ରାଜ-ରୋଗ' ନାମରେ ଜଣାଯାଉଥିଲା । ରାଜରୋଗ ଅର୍ଥାତ୍ ଏହି ରୋଗ କେବଳ ଧନୀ ଲୋକମାନଙ୍କୁ, ବିଳାସ-ବ୍ୟସନରେ ରହୁଥିବା ଲୋକମାନଙ୍କୁ ହେଉଥିଲା । ଯୁବକମାନଙ୍କଠାରେ ଏହି ରୋଗ ବହୁତ କମ୍ ମାତ୍ରାରେ ଦେଖାଦେଉଥିଲା । କିନ୍ତୁ ଆଜି ଆମମାନଙ୍କର ଜୀବନଶୈଳୀ ବଦଳିଯାଇଛି । ଆଜି ଏହିପରି ରୋଗଗୁଡ଼ିକୁ ବିଶୃଙ୍ଖଳିତ ଜୀବନଶୈଳୀର ପରିଣାମ ଭାବରେ ଜଣାଯାଏ । ଯୁବାବସ୍ଥାରେ ଏ ପ୍ରକାର ରୋଗଗୁଡ଼ିକର ଆକ୍ରାନ୍ତ ହେବାର ଏକ ପ୍ରଧାନ କାରଣ - ଆମ ଜୀବନଶୈଳୀରେ ଶାରୀରିକ ପରିଶ୍ରମର ଅଭାବ ତଥା ଆମ ଖାଦ୍ୟପେୟ ଶୈଳୀରେ ପରିବର୍ତ୍ତନ । ସମାଜ ଓ ପରିବାରକୁ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯେତେବେଳେ ସେମାନେ ଏହା ଉପରେ ଚିନ୍ତା କରିବେ, ଦେଖିବେ ଯେ କିଛି ଅସାଧାରଣ କରିବାର ଆବଶ୍ୟକତା ନାହିଁ । କେବଳ ଦରକାର, ଛୋଟ-ଛୋଟ କାମଗୁଡ଼ିକୁ ଠିକ୍ ଭାବରେ ତଥା ନିୟମିତ ଢଙ୍ଗରେ କରିବାର ଅଭ୍ୟାସ ଏବଂ ତାକୁ ନିଜର ଏକ ସ୍ୱଭାବରେ ପରିଣତ କରିବା । ମୁଁ ତ ଚାହିଁବି ଯେ ପରିବାରର ସଦସ୍ୟ ସଚେତନପୂର୍ବକ ଏପରି ଚେଷ୍ଟା କରନ୍ତୁ ଯେ ପିଲାମାନେ ମୁକ୍ତ ପ୍ରାଙ୍ଗଣରେ ଖେଳିବାର ଅଭ୍ୟାସ କରନ୍ତୁ । ଯଦି ସମ୍ଭବ, ପରିବାରର ବଡ଼ ଲୋକମାନେ ମଧ୍ୟ ଏ ପିଲାମାନଙ୍କ ସହ କିଛି ସମୟ ଖେଳିବାର ଅଭ୍ୟାସ ମଧ୍ୟ କରନ୍ତୁ । ପିଲାମାନଙ୍କୁ କୋଠାର ଲିଫ୍ଟରେ ଯିବା ଆସିବା କରିବା ବଦଳରେ ପାହାଚ ଚଢ଼ିକରି ଯିବା ଆସିବା କରିବାର ଅଭ୍ୟାସ କରାନ୍ତୁ । ରାତ୍ରଭୋଜନ ପରେ ସମଗ୍ର ପରିବାର ପିଲାମାନଙ୍କୁ ନେଇ କିଛି ସମୟ ପାଇଁ ପଦ-ଭ୍ରମଣ କରିବାର ଚେଷ୍ଟା କରନ୍ତୁ ।

ଯୁବଭାରତ ପାଇଁ ଯୋଗ । ଯୋଗ, ବିଶେଷକରି ଆମର ଯୁବକ ବନ୍ଧୁମାନଙ୍କୁ ଏକ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀ ପ୍ରଦାନ ନିମନ୍ତେ ତଥା ବିଶୃଙ୍ଖଳିତ ଜୀବନଶୈଳୀରୁ ରକ୍ଷା କରିବାରେ ସହାୟକ ସିଦ୍ଧ

ହେବ । ବିଦ୍ୟାଳୟ ଆରମ୍ଭ ହେବା ପୂର୍ବରୁ 30 ମିନିଟ୍ ଯୋଗାଭ୍ୟାସ କରି ଦେଖନ୍ତୁ କେତେ ଲାଭଦାୟକ ହେବ । ଘରେ ମଧ୍ୟ ଯୋଗ କରିପାରିବେ । ଯୋଗର ଏକ ବୈଶିଷ୍ଟ୍ୟ ଯେ - ଏହା ସହଜ, ସରଳ ଏବଂ ସର୍ବସୁଲଭ ଅଟେ । ଏଥିପାଇଁ ମୁଁ କହୁଛି ଯେ - ଏହା ଯେକୌଣସି ବୟସର ବ୍ୟକ୍ତି ସହଜରେ କରିପାରିବ । ଯୋଗ ଏଥିପାଇଁ ସରଳ ଯେ କେହି ବି ସହଜରେ ଏହାକୁ ଶିଖିପାରିବ ତଥା ସର୍ବସୁଲଭ ଏଥିପାଇଁ ଯେ ଯୋଗ ଯେକୌଣସି ସ୍ଥାନରେ କରାଯାଇପାରେ । ନିର୍ଦ୍ଦିଷ୍ଟ ଉପକରଣ ବା ପଡ଼ିଆର ଆବଶ୍ୟକତା ନାହିଁ । ମଧୁମେହ ନିରୋଧ କରିବାରେ ଯୋଗ କେତେମାତ୍ରାରେ ପ୍ରଭାବଶାଳୀ, ଏହା ଉପରେ ଗବେଷଣା ବି ଚାଲିଛି । AIIMSରେ ମଧ୍ୟ ଏହା ଉପରେ ଗବେଷଣା ଚାଲିଛି । ଏପର୍ଯ୍ୟନ୍ତ ଯେଉଁ ପରିଣାମ ପ୍ରାପ୍ତ ହୋଇଛି, ତାହା ଉତ୍ସାହଜନକ । ଆୟୁର୍ବେଦ ଓ ଯୋଗକୁ କେବଳ ଉପଚାରର ମାଧ୍ୟମ ଭାବରେ ଗ୍ରହଣ ନ କରି ନିଜ ଜୀବନର ଅଙ୍ଗରୂପେ ସ୍ୱୀକାର କରିବା ଦରକାର ।

ମୋର ପ୍ରିୟ ଦେଶବାସୀ ବନ୍ଧୁଗଣ! ବିଶେଷକରି ମୋର ଯୁବ ସାଥୀଗଣ! ବିଗତ ଦିନମାନଙ୍କରେ କ୍ରୀଡ଼ା କ୍ଷେତ୍ରରେ ସୁସମ୍ବାଦ ପ୍ରାପ୍ତ ହୋଇଛି । ଭିନ୍ନ-ଭିନ୍ନ କ୍ରୀଡ଼ାଗୁଡ଼ିକରେ ଆମ ଖେଳାଳିମାନେ ଦେଶର ନାଁ ଉଜ୍ଜ୍ୱଳ କରିଛନ୍ତି । ହକିରେ ଭାରତ ସୁନ୍ଦର ଖେଳ ପ୍ରଦର୍ଶନ କରି "ଏସିଆ କପ୍ ହକି' ଚମ୍ପିଆନ ହୋଇପାରିଛି । ଆମ ଖେଳାଳିମାନେ ସୁନ୍ଦର ଖେଳ ପ୍ରଦର୍ଶନ କଲେ ତଥା ଏହା ବଳରେ ଭାରତ ଦଶବର୍ଷ ପରେ ଏସିଆ କପ୍ ଚମ୍ପିଆନ ହୋଇପାରିଲା । ଏହାପୂର୍ବରୁ ଭାରତ 2003 ଏବଂ 2007 ମସିହାରେ ଏସିଆ କପ ଚମ୍ପିଆନ ହୋଇଥିଲା । ସମଗ୍ର ଦଳ ଓ ସହଯୋଗୀ କର୍ମକର୍ତ୍ତାଙ୍କୁ ଦେଶବାସୀମାନଙ୍କ ପକ୍ଷରୁ ବହୁତ ବହୁତ ଶୁଭେଚ୍ଛା ଜ୍ଞାପନ କରୁଛି ।

ହକି ପରେ ପରେ ବ୍ୟାଡମିଂଟନ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଭଲ ଖବର ଆସିଲା । ବ୍ୟାଡମିଂଟନ ତାରକା କିଦାମ୍ବି ଶ୍ରୀକାନ୍ତ ତାଙ୍କର ଉତ୍କୃଷ୍ଟ ଖେଳ ଦ୍ୱାରା ଡେନମାର୍କ ଓପନ୍ ଟ୍ରଫି ବିଜୟୀ ହୋଇ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି । ଇଣ୍ଡୋନେସିଆ ଓପନ୍ ଏବଂ ଅଷ୍ଟ୍ରେଲିଆ ଓପନ ସିରିଜ୍ ପରେ ଏହା ତାଙ୍କର ତୃତୀୟ ସୁପର ସିରିଜ୍ ବିଜୟ ଥିଲା । ମୁଁ ଆମର ସେହି ଯୁବବନ୍ଧୁଙ୍କୁ ତାଙ୍କର ଏହି କୃତିତ୍ୱ ପାଇଁ ତଥା ଭାରତର ଗୌରବ ବୃଦ୍ଧି କରିଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ଏହି ମାସରେ ସତର ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଫିଫା ଫୁଟବଲ ବିଶ୍ୱକପ୍ ଆୟୋଜିତ ହେଲା । ସାରା ବିଶ୍ୱର ଟିମ ମାନେ ଭାରତ ଆସିଲେ ଏବଂ ପଡ଼ିଆରେ ନିଜ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କଲେ । ମୋତେ ମଧ୍ୟ ଗୋଟିଏ ମ୍ୟାଚ୍ ଦେଖିବାର ସୁଯୋଗ ମିଳିଥିଲା । ଖେଳାଳି ଓ ଦର୍ଶକ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଥିଲା । ଏତେ ବଡ଼ ପ୍ରତିଯୋଗିତା, ମୁଁ ତ ସମସ୍ତ ଖେଳାଳିମାନଙ୍କର ଉତ୍ସାହ, ଉଦ୍ଦୀପନା ଏବଂ କିଛି କରି ଦେଖାଇବାର ଅଦମ୍ୟ ଇଚ୍ଛାଶକ୍ତି ଦେଖି ଚକିତ ହୋଇଯାଇଥିଲି । ବିଶ୍ୱକପ୍ ର ସଫଳ ଆୟୋଜନ ହେଲା, ସମସ୍ତ ଟିମ୍ ନିଜର ସର୍ବଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ କଲେ । ଭାରତ ଟ୍ରଫି ଜିତିପାରିଲାନି ସତ, କିନ୍ତୁ ଭାରତୀୟ ଖେଳାଳିମାନେ ସମସ୍ତଙ୍କର ହୃଦୟ ଜିତିନେଇଥିଲେ । ଭାରତ ସମେତ ପୁରା ବିଶ୍ୱ ଏହି କ୍ରୀଡ଼ା ମହୋତ୍ସବକୁ ଉପଭୋଗ କଲେ ଏବଂ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଫୁଟବଲ ପ୍ରେମୀମାନଙ୍କ ପାଇଁ ରୋଚକ ଏବଂ ଆନନ୍ଦଦାୟକ ଥିଲା । ଫୁଟବଲର ଯେ ଏକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି ଏହି ଖେଳରୁ ତା'ର ସଙ୍କେତ ମିଳିଲା । ସମସ୍ତ ଖେଳାଳି, ସେମାନଙ୍କର ସହଯୋଗୀ ଏବଂ ସମସ୍ତ ଖେଳପ୍ରେମୀମାନଙ୍କୁ ମୁଁ ପୁଣିଥରେ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛ ଭାରତ ବିଷୟରେ ମୋତେ ଯେତେ ଲୋକ ଲେଖୁଛନ୍ତି ସେମାନଙ୍କ ଭାବନାକୁ ଯଦି ଉପଯୁକ୍ତ ନ୍ୟାୟ ଦେବାକୁ ଚାହିଁବି ତେବେ ମୋତେ ପ୍ରତିଦିନ "ମନ କି ବାତ କାର୍ଯ୍ୟକ୍ରମ କରିବାକୁ ପଡ଼ିବ । ପ୍ରତିଦିନର "ମନର କଥା କୁ ମୋତେ ସ୍ୱଚ୍ଛତା ପାଇଁ ସମର୍ପିତ କରିବାକୁ ପଡ଼ିବ । କେତେବେଳେ ସ୍ୱଚ୍ଛତା ପାଇଁ କୁନି କୁନି ପିଲାମାନଙ୍କର ପ୍ରଚେଷ୍ଟାର ଫଟୋ ଆସିଥାଏ ତ କେତେବେଳେ ଯୁବଗୋଷ୍ଠୀର ସାମୁହିକ ପ୍ରୟାସର କଥା । କେଉଁଠି ସ୍ୱଚ୍ଛତାକୁ ନେଇ କିଛି ନୂତନ ପ୍ରୟୋଗର କଥା ଥାଏ ତ କେଉଁଠି ଜଣେ ଅଧିକାରୀଙ୍କର ଉତ୍ସାହ ଦ୍ୱାରା ଘଟିଥିବା ପରିବର୍ତ୍ତନର କାହାଣୀ ଥାଏ । କିଛିଦିନ ତଳେ ମୋତେ ଗୋଟିଏ ବିସ୍ତୃତ ବିବରଣୀ ମିଳିଛି, ଯେଉଁଥିରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଦୁର୍ଗର ସ୍ୱଚ୍ଛତା ଦିଗରେ ଆମୁଳଚୂଳ ପରିବର୍ତ୍ତନର କାହାଣୀ ସନ୍ନିବେଶିତ । Ecological Protection Organisation ନାମକ ଗୋଟିଏ ସ୍ୱୟଂସେବୀ ସଂସ୍ଥା ଚନ୍ଦ୍ରପୁର ଦୁର୍ଗରେ ସଫେଇ କାମ ଆରମ୍ଭ କଲା – ଲଗାତାର ଦୁଇଶହ ଦିନର କାମ ପରେ ସେମାନେ ସଫେଇ ପୂର୍ବର ଏବଂ ପରର ଫଟୋ ମୋ ପାଖକୁ ପଠାଇଲେ । ଫଟୋକୁ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ହୋଇଗଲି । ଯିଏବି ସେ ଫଟୋକୁ ଦେଖିବ - ନିଜ ଆଖ ପାଖର ଆବର୍ଜନାକୁ ଦେଖି ଯେଉଁମାନଙ୍କ ମନରେ ନିରାଶା ସୃଷ୍ଟି ହେଉଛି – ଯେଉଁମାନଙ୍କୁ ଲାଗୁଛି ଯେ ସ୍ୱଚ୍ଛତାର ସ୍ୱପ୍ନ କେମିତି ସଫଳ ହେବ – ମୁଁ ତ ସେମାନଙ୍କୁ କହିବି ଯେ ସେମାନେ Ecological Protection Organisation ର ଯୁବକମାନଙ୍କର ଶ୍ରମ, ସାହସ ଏବଂ ସଂକଳ୍ପକୁ ଏହି ଫଟୋ ମଧ୍ୟରେ ଦେଖିପାରିବେ । ଏହି ଫଟୋକୁ ଦେଖିଲେ ଆପଣଙ୍କର ନିରାଶା ଆତ୍ମବିଶ୍ୱାସରେ ପରିବର୍ତ୍ତିତ ହୋଇଯିବ । ସ୍ୱଚ୍ଛତା ପାଇଁ ଏହି ଭଗୀରଥ ପ୍ରୟାସ ସୌନ୍ଦର୍ଯ୍ୟ, ସାମୁହିକତା ଏବଂ ନିରନ୍ତର ଚେଷ୍ଟାର ଏକ ଅଦ୍ଭୁତ ଉଦାହରଣ । ଦୁର୍ଗଗୁଡ଼ିକ ତ ଆମର ଐତିହ୍ୟର ପ୍ରତୀକ । ଆମର ଏହି ଐତିହାସିକ କୀର୍ତ୍ତିଗୁଡ଼ିକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ମୁଁ Ecological Protection Organisation ଏବଂ ତାଙ୍କର ପୁରା ଟିମକୁ ତଥା ଚନ୍ଦ୍ରପୁରର ନାଗରିକମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ନଭେମ୍ବର ମାସ 4 ତାରିଖ ଆମେମାନେ ଗୁରୁ ନାନକ ଜୟନ୍ତୀ ପାଳନ କରିବା । ଗୁରୁ ନାନକ ଦେବ ଖାଲି ଶିଖମାନଙ୍କର ପ୍ରଥମ ଗୁରୁ ନୁହଁନ୍ତି ସେ ଜଗଦଗୁରୁ ଅଟନ୍ତି । ସେ ପୁରା ମାନବ ଜାତିର କଲ୍ୟାଣ ବିଷୟରେ ଭାବୁଥିଲେ ଏବଂ ସମସ୍ତ ଜାତିକୁ ସମାନ ବିବେଚନା କରୁଥିଲେ । ସେ ମହିଳା ସଶକ୍ତିକରଣ ଏବଂ ନାରୀର ସମ୍ମାନ ଉପରେ ଗୁରୁତ୍ୱ ଦେଉଥିଲେ । ଗୁରୁ ନାନକ ଦେବ ଅଠେଇଶି ହଜାର କିଲୋମିଟର ପଦଯାତ୍ରା କରିଥିଲେ ଏବଂ ଏହି ପଦଯାତ୍ରା ମାଧ୍ୟମରେ ସେ ମାନବତାର ବାର୍ତ୍ତା ପ୍ରଚାର କରିଥିଲେ । ସେ ଲୋକମାନଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ଲୋକଙ୍କୁ ସତ୍ୟ, ତ୍ୟାଗ ଏବଂ କର୍ମ ଓ ନିଷ୍ଠାର ପଥ ପ୍ରଦର୍ଶନ କରିଥିଲେ । ସେ ସମାଜକୁ ସମାନତାର ବାର୍ତ୍ତା ଦେଇଥିଲେ ଏବଂ ଖାଲି କଥାରେ ନ କହି ନିଜ କର୍ମରେ ମଧ୍ୟ କରି ଦେଖାଇଥିଲେ । ସେ ପଂକ୍ତିଭୋଜନର ପ୍ରଚଳନ କଲେ ଯାହାଦ୍ୱାରା ଲୋକମାନଙ୍କ ମଧ୍ୟରେ ସେବାଭାବ ଜାଗ୍ରତ ହେଲା । ଏକାଠି ବସି ପଂକ୍ତିଭୋଜନ କରିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକତା ଏବଂ ସମାନତାର ଭାବ ସୃଷ୍ଟିହେଲା । ଗୁରୁ ନାନକ ଦେବ ସାର୍ଥକ ଜୀବନ ପାଇଁ ତିନୋଟି ଉପଦେଶ ଦେଇଛନ୍ତି - ପରମାତ୍ମାଙ୍କର ନାମ ଜପକର, ପରିଶ୍ରମ କରି କାମ କର, ଏବଂ ଦୁଃଖୀରଙ୍କିମାନଙ୍କୁ ସାହାଯ୍ୟ କର । ଗୁରୁ ନାନକ ଦେବ ନିଜ କଥା କହିବା ପାଇଁ ‘ଗୁରୁବାଣୀ’ ରଚନା କଲେ । ଆସନ୍ତା ଦୁଇହଜାର ଉଣେଇଶ ମସିହାରେ ଆମେ ଗୁରୁ ନାନକ ଦେବଙ୍କର ପାଂଚଶହ ପଚାଶତମ ଜୟନ୍ତୀ ପାଳନ କରିବାକୁ ଯାଉଛେ । ଆସନ୍ତୁ ଆମେ ତାଙ୍କଦ୍ୱାରା ପ୍ରଚାରିତ ଶିକ୍ଷା ଏବଂ ଆଦର୍ଶ ପଥରେ ଚାଲିବାକୁ ଚେଷ୍ଟା କରିବା ।

ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ପରେ ଅକ୍ଟୋବର 31 ତାରିଖ ଦିନ ଆମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମ ଜୟନ୍ତୀ ପାଳନ କରିବା । ଆମେ ସମସ୍ତେ ଜାଣୁ ଯେ ସେ ହିଁ ଆଧୁନିକ ଅଖଣ୍ଡ ଭାରତର ମୂଳଦୁଆ ପକାଇଥିଲେ । ଭାରତମାତାଙ୍କର ସେହି ମହାନ୍ ସନ୍ତାନଙ୍କର ଅସାଧାରଣ ଜୀବନରୁ ଆମେ ବହୁତ କିଛି ଶିଖିପାରିବା ।

ଅକ୍ଟୋବର 31 ତାରିଖରେ ଶ୍ରୀମତି ଇନ୍ଦିରା ଗାନ୍ଧୀ ମଧ୍ୟ ଇହଧାମ ତ୍ୟାଗ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଏକ ବିଶେଷତ୍ୱ ଥିଲା ଯେ ସେ ଖାଲି ପରିବର୍ତ୍ତନର ବାର୍ତ୍ତା ଦେଉନଥିଲେ ବରଂ ତାକୁ ବାସ୍ତବ କରିବା ରାସ୍ତାରେ ଥିବା ଜଟିଳ ସମସ୍ୟାଗୁଡ଼ିକର ସମାଧାନ କରିବାର ଦକ୍ଷତା ମଧ୍ୟ ତାଙ୍କର ଥିଲା । ବିଚାରକୁ ସାକାର କରିବାର ଦକ୍ଷତା ତାଙ୍କର ଥିଲା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତକୁ ଏକ ସୂତ୍ରରେ ଗୁନ୍ଥିବାର କାମ ହାତକୁ ନେଲେ । କୋଟି କୋଟି ଭାରତବାସୀଙ୍କୁ ଗୋଟିଏ ରାଷ୍ଟ୍ର ଓ ଗୋଟିଏ ସମ୍ବିଧାନର ଛତ୍ରଛାୟା ତଳକୁ ଆଣିବାର ସୁନିଶ୍ଚିତ ପ୍ରୟାସ କଲେ । ତାଙ୍କର ନିଷ୍ପତ୍ତି ନେବାର କ୍ଷମତା ତାଙ୍କୁ ସମସ୍ତ ବାଧାକୁ ଦୂର କରିବାର ସାମର୍ଥ୍ୟ ପ୍ରଦାନ କଲା । ଯେଉଁଠି ବୁଝେଇ ସୁଝେଇ କାମ କରିବାର ଆବଶ୍ୟକତା ଥିଲା ସେଠି ବୁଝେଇ ସୁଝେଇ କାମ କଲେ, ଆଉ ଯେଉଁଠି ବଳ ପ୍ରୟୋଗର ଆବଶ୍ୟକତା ପଡ଼ିଲା ସେଠାରେ ବଳ ପ୍ରୟୋଗ ମଧ୍ୟ କଲେ । ସେ କେବଳ ଗୋଟିଏ ଲକ୍ଷ୍ୟ ସ୍ଥିରକଲେ ଏବଂ ତା'ପରେ ସେହି ଲକ୍ଷ୍ୟପ୍ରାପ୍ତି ପାଇଁ ଦୃଢ଼ତାର ସହିତ ଚେଷ୍ଟା କରିଚାଲିଲେ । ଦେଶକୁ ଏକ କରିବାର କାମ କେବଳ ସେ ହିଁ କରିପାରିଥାନ୍ତେ - ଯିଏକି ଗୋଟିଏ ଏଭଳି ରାଷ୍ଟ୍ରର ପରିକଳ୍ପନା କରିଥିଲେ ଯେଉଁଠି ସବୁ ଲୋକ ସମାନ ଭାବେ ରହିବେ । ସେ ଏହାହିଁ କହିଥିଲେ । ଆଉ ମୁଁ ଚାହିଁବି ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ କଥା ଆମ ପାଇଁ ପ୍ରେରଣାର ସ୍ରୋତ ହେଉ । ସେ କହିଥିଲେ – "ଜାତି ଆଉ ପନ୍ଥ ର କୌଣସି ଭେଦଭାବ ଆମପାଇଁ ବାଧା ନ ହେଉ, ଆମେ ସମସ୍ତେ ଭାରତର ପୁଅ ଏବଂ ଝିଅ, ଆମେ ସମସ୍ତେ ଦେଶକୁ ଭଲ ପାଇବା ଉଚିତ ଏବଂ ପରସ୍ପର ପ୍ରେମ ଓ ସଦ୍ଭାବନା ଦ୍ୱାରା ଆମର ଭବିଷ୍ୟତ ନିର୍ମାଣ କରିବା ଉଚିତ ।'

ସର୍ଦ୍ଦାର ସାହେବଙ୍କର ଏହି କଥା ନବଭାରତର ଲକ୍ଷ୍ୟ ପାଇଁ ପ୍ରେରକ ଆଉ ପ୍ରାସଙ୍ଗିକ । ଏଇଥିପାଇଁ ତାଙ୍କର ଜନ୍ମଦିନକୁ "ଜାତୀୟ ଏକତା ଦିବସ ଭାବରେ ପାଳନ କରାଯାଉଛି । ଦେଶକୁ ଏକ ଅଖଣ୍ଡ ରାଷ୍ଟ୍ରର ସ୍ୱରୂ ପ୍ରଦାନ କରିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି । ସର୍ଦ୍ଦାର ସାହେବଙ୍କର ଜନ୍ମଦିନ ଅକ୍ଟୋବର 31 ତାରିଖରେ ସାରା ଦେଶରେ 'Run for Unity' ଆୟୋଜିତ ହେବ ଯେଉଁଥିରେ ଦେଶର ବାଳକ, ଯୁବକ, ମହିଳା ତଥା ସବୁ ବୟସର ଲୋକମାନେ ଭାଗନେବେ । ମୋର ଅନୁରୋଧ ଆପଣ ବି ସଦ୍ଭାବନାର ଏହି ଉତ୍ସବ 'Run for Unity' ରେ ଭାଗ ନିଅନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଦୀପାବଳିର ଛୁଟି ରେ ଆପଣମାନେ ନୂତନ ସଂକଳ୍ପ ଆଉ ନୂତନ ଲକ୍ଷ୍ୟ ନେଇ ପୁଣି ନିଜର ଦୈନନ୍ଦିନ କାମରେ ଲାଗିଯିବେଣି । ଆପଣମାନଙ୍କର ସମସ୍ତ ସ୍ୱପ୍ନ ସାକାର ହେଉ, ମୋ ତରଫରୁ ଦେଶବାସୀମାନଙ୍କୁ ଏହି ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.