ଭାରତ-ଜର୍ମାନୀ ମିଳିତ ବିବୃତି

Published By : Admin | January 12, 2026 | 15:50 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର, ମହାମହିମ ଶ୍ରୀ ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଥିଲେ।

ଏହା ଚାନ୍ସେଲର ମର୍ଜଙ୍କର ଭାରତକୁ ପ୍ରଥମ ସରକାରୀ ଗସ୍ତ ଏବଂ ଫେଡେରାଲ ଚାନ୍ସେଲର ଭାବରେ ତାଙ୍କର ପ୍ରଥମ ଏସୀୟ ଗସ୍ତ। ଏହି ଗସ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ପ୍ରମୁଖ ରଣନୀତିକ ଅଂଶୀଦାର ଭାବରେ ଜର୍ମାନୀ ଭାରତକୁ ପ୍ରଦାନ କରୁଥିବା ଉଚ୍ଚ ପ୍ରାଥମିକତାକୁ ପ୍ରତିଫଳିତ କରେ। 25 ଅକ୍ଟୋବର 2024 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ବିଚାରବିମର୍ଶ (ଆଇଜିସି) ସଫଳ ହେବା ପରେ ଏହି ଗସ୍ତ ହୋଇଛି। 2025ରେ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀର 25 ବର୍ଷ ପୂରଣ ହେବା ଏବଂ 2026ରେ କୂଟନୈତିକ ସମ୍ପର୍କକୁ 75 ବର୍ଷ ପୂରଣ ହେବାର ସ୍ମୃତିଚାରଣ ସହିତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଯାତ୍ରା ଏକ ଉଚ୍ଚ ସ୍ତରରେ ପହଞ୍ଚିଛି। ଉଭୟ ନେତା ସରକାର, ବ୍ୟବସାୟ, ନାଗରିକ ସମାଜ ଏବଂ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ନବୀକରଣ ଗତିକୁ ଆନ୍ତରିକ ଭାବରେ ପ୍ରଶଂସା କରିଥିଲେ ଯାହା ରଣନୀତିକ ସହଭାଗୀତାକୁ ଆଗକୁ ବଢାଇବା ଏବଂ ଗଭୀର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅହମ୍ମଦାବାଦରେ ଚାନ୍ସେଲର ମର୍ଜଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପ୍ରସିଦ୍ଧ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଦୁଇ ନେତା ଭାରତ-ଜର୍ମାନୀ ସିଇଓ ଫୋରମକୁ ମଧ୍ୟ ସମ୍ବୋଧିତ କରିଥିଲେ। ଚାନ୍ସେଲର ମର୍ଜ ଭାରତ ଏବଂ ଜର୍ମାନୀ ମଧ୍ୟରେ ବ୍ୟବସାୟ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ୱ ଦେଇ ବାଙ୍ଗାଲୋର ମଧ୍ୟ ଗସ୍ତ କରିବେ।

 

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ 12 ଜାନୁଆରୀ 2026ରେ ଅହମ୍ମଦାବାଦରେ ସୀମିତ ଏବଂ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ। ସେମାନେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ରଣନୀତିକ ସହଭାଗୀତାକୁ ଆଧାର କରି ପାରସ୍ପରିକ ସମ୍ମାନକୁ ବଜାୟ ରଖିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ଆଞ୍ଚଳିକ ଏବଂ ବିଶ୍ୱ ବିକାଶ ଉପରେ ଆଲୋଚନା କରିଥିଲେ।

ପ୍ରତିରକ୍ଷା ଏବଂ ସୁରକ୍ଷା

ଦୁଇ ଦେଶର ନେତାମାନେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେମାନେ ନଭେମ୍ବର 2025 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚ ପ୍ରତିରକ୍ଷା କମିଟି ବୈଠକର ଫଳାଫଳକୁ ସ୍ୱାଗତ କରିଛନ୍ତି ଯାହାଦ୍ୱାରା ଦ୍ଵିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଆହୁରି ବୃଦ୍ଧି କରାଯାଇପାରିବ, ଯେଉଁଥିରେ ପ୍ରତିଷ୍ଠାନଗତ ସେବା କର୍ମଚାରୀ ଆଲୋଚନା ଏବଂ ସେନା ମୁଖ୍ୟଙ୍କ ଗସ୍ତ ସାମିଲ ରହିଛି। ନେତାମାନେ ମିଳିତ ସମରାଭ୍ୟାସ, ତାଲିମ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଭାବ ବିନିମୟ ମାଧ୍ୟମରେ ସାମରିକ-ସାମର୍ଥ୍ୟ ଆଧାରିତ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ସହମତ ହୋଇଛନ୍ତି। ଉଭୟ ଦେଶର ନୌସେନା ଜାହାଜ ଦ୍ୱାରା ନିୟମିତ ପାରସ୍ପରିକ ବନ୍ଦର ସମ୍ପର୍କ ସ୍ଥାପନ ଉପରେ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ନେତାମାନେ ଦୁଇ ଦେଶ ମଧ୍ୟରେ ଏକ ନୂତନ ଟ୍ରାକ୍ 1.5 ବିଦେଶ ନୀତି ଏବଂ ସୁରକ୍ଷା ଆଲୋଚନା ସ୍ଥାପନ ହେବାକୁ ସ୍ୱାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନୌସେନା ଅଭ୍ୟାସ ମିଲାନ୍‌ ଏବଂ ଫେବୃଆରୀ 2026ରେ ନବମ ଭାରତ ମହାସାଗର ନୌସେନା ସିମ୍ପୋଜିୟମ (ଆଇଓଏନଏସ) ମୁଖ୍ୟଙ୍କ ସମ୍ମିଳନୀ, ସେପ୍ଟେମ୍ବର 2026ରେ ବାୟୁ ସେନା ଯୁଦ୍ଧାଭ୍ୟାସ ତରଙ୍ଗ ଶକ୍ତିରେ ଅଂଶଗ୍ରହଣ କରିବା ପାଇଁ ଜର୍ମାନୀର ଇଚ୍ଛା ଏବଂ ଇନଫର୍ମେସନ୍‌ ଫ୍ୟୁଜନ୍ ସେଣ୍ଟର୍‌-ଭାରତ ମହାସାଗର କ୍ଷେତ୍ର (ଆଇଏଫସି-ଆଇଓଆର)ରେ ଜଣେ ଯୋଗାଯୋଗ ଅଧିକାରୀ ନିୟୋଜନ କରିବା ପାଇଁ ଜର୍ମାନୀର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଉଭୟ ପକ୍ଷ ୟୁରୋଡ୍ରୋନ୍ ମେଲ୍‌ ୟୁଏଭି କାର୍ଯ୍ୟକ୍ରମ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଅର୍ଗାନାଇଜେସନ୍‌ ଫର୍‌ ଜଏଣ୍ଟ ଆର୍ମାମେଣ୍ଟ କୋ-ଅପରେସନ୍‌ (ଓସିସିଏଆର) ମଧ୍ୟରେ ଚାଲିଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଭାରତକୁ ଉନ୍ନତ ସାମରିକ ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ଉପଯୋଗ କରିବାରେ ସହାୟକ ହେବା ସହିତ ୟୁରୋପ ସହ ରଣନୀତିକ ଓ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ଲାଗି ସକ୍ଷମ କରିବ।

ନେତାମାନେ ପ୍ରଯୁକ୍ତିବିଦ୍ୟା ସହଭାଗୀତା, ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ଉପକରଣର ସହ-ଉତ୍ପାଦନ ସମେତ ଦୀର୍ଘକାଳୀନ ଶିଳ୍ପ-ସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରତିରକ୍ଷା ଶିଳ୍ପ ସହଯୋଗ ରୂପରେଖ ବିକଶିତ କରିବା ପାଇଁ ଏକ ମିଳିତ ଉଦ୍ଦେଶ୍ୟ ଘୋଷଣାନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ପ୍ରତିରକ୍ଷା ଉପକରଣର ତ୍ୱରିତ ରପ୍ତାନି ମଞ୍ଜୁରିକୁ ସହଜ କରିବା ପାଇଁ ଭାରତ ଜର୍ମାନୀର ପ୍ରୟାସକୁ ସ୍ୱାଗତ କରିଛି। ନେତାମାନେ ବର୍ଲିନ୍ ଏବଂ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରତିରକ୍ଷା ଗୋଲଟେବୁଲ/ସେମିନାର ମାଧ୍ୟମରେ ଭାରତ ଏବଂ ଜର୍ମାନ ପ୍ରତିରକ୍ଷା ବ୍ୟବସାୟ ମଧ୍ୟରେ ବଢ଼ୁଥିବା ପାରସ୍ପରିକ ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ ଏହି କ୍ଷେତ୍ରରେ ନିୟମିତ ସମ୍ପର୍କ ବିନିମୟକୁ ସ୍ୱାଗତ କରିଛନ୍ତି। ଉଭୟ ନେତା ବୁଡ଼ାଜାହାଜ କ୍ଷେତ୍ରରେ ନିରନ୍ତର ସହଯୋଗ, ହେଲିକପ୍ଟର ପାଇଁ ବାଧା ଏଡାଇବା ପ୍ରଣାଳୀ ଏବଂ ମାନବହୀନ ପ୍ରତିରକ୍ଷା ପ୍ରଣାଳୀ (ସି-ୟୁଏଏସ)କୁ ପ୍ରଶଂସା କରିଛନ୍ତି । ସହଭାଗୀ ଲକ୍ଷ୍ୟ ଏବଂ ଆପୋସ ସହଯୋଗ ଉପରେ ଆଧାରିତ ସମ୍ପର୍କକୁ ଗଭୀର କରିବା ଜରିଆରେ ପ୍ରତିରକ୍ଷା ଶିଳ୍ପ ସହଭାଗିତାକୁ ବଢ଼ାଇବା ନିମନ୍ତେ ଉଭୟ ପକ୍ଷ ଆଶାବ୍ୟକ୍ତ କରିଥିଲେ। ଭାରତରୁ ଦକ୍ଷ ଶ୍ରମଶକ୍ତି ଏବଂ ଉପଯୁକ୍ତ ମୂଲ୍ୟ ସହିତ ଜର୍ମାନୀରୁ ଉଚ୍ଚ ପ୍ରଯୁକ୍ତି ଏବଂ ନିବେଶ ମାଧ୍ୟମରେ ଏହି ସମ୍ପର୍କକୁ ନିବିଡ଼ କରିବା ଲାଗି ସେମାନେ ସହମତି ପ୍ରକାଶ କରିଥିଲେ।

ତାଲିମ ଏବଂ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ପରିପ୍ରେକ୍ଷୀରେ, ଉଭୟ ଦେଶର ପ୍ରତିଷ୍ଠାନ ମଧ୍ୟରେ ଶାନ୍ତିରକ୍ଷା ତାଲିମ ପାଇଁ ବୁଝାମଣାପତ୍ର (ଏମଓୟୁ), ସଶସ୍ତ୍ର ବାହିନୀ ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ୍ସ ସମର୍ଥନ ଚୁକ୍ତିନାମା ଏବଂ ଡିଆରଡିଓ ଓ ଫେଡେରାଲ୍ ଅଫିସ୍ ଅଫ୍ ବୁଣ୍ଡେସୱେର୍ ଇକ୍ୟୁପମେଣ୍ଟ୍, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇନ୍-ସର୍ଭିସ୍ ସପୋର୍ଟ (ବିଏଏଆଇଏନବିଡବ୍ଲୁ) ମଧ୍ୟରେ ନୂତନ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜ୍ଞାନ ଆଦାନପ୍ରଦାନ ପାଇଁ ହୋଇଥିବା ଅଗ୍ରଗତିକୁ ଦୁଇ ନେତା ସ୍ୱାଗତ କରିଥିଲେ।

ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଏବଂ ସ୍ୱରୂପରେ ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ତଥା ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ସେମାନେ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ବ୍ୟାପକ ଓ ନିରନ୍ତର ଭାବରେ ଆତଙ୍କବାଦର ମୁକାବିଲା ପାଇଁ ସମନ୍ୱିତ ଅନ୍ତର୍ଜାତୀୟ ପ୍ରୟାସ ପାଇଁ ଆହ୍ୱାନ କରିଛନ୍ତି। ସେମାନେ 22 ଏପ୍ରିଲ୍ 2025ରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ 10 ନଭେମ୍ବର 2025ରେ ଦିଲ୍ଲୀରେ ଘଟିଥିବା ଆତଙ୍କବାଦୀ ଘଟଣାର କଡ଼ା ନିନ୍ଦା କରିଛନ୍ତି। ସେମାନେ ଜାତିସଂଘ 1267 ନିଷେଧାଦେଶ କମିଟିରେ ତାଲିକାଭୁକ୍ତ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂସ୍ଥା ବିରୁଦ୍ଧରେ ସହଯୋଗକୁ ସୁଦୃଢ଼ ​​କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଉଭୟ ପକ୍ଷ ସମସ୍ତ ଦେଶକୁ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ଏବଂ ଭିତ୍ତିଭୂମିକୁ ଦୂର କରିବା ସହିତ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଆତଙ୍କବାଦୀ ନେଟୱର୍କ ଏବଂ ପାଣ୍ଠି ବିନିଯୋଗକୁ ବାଧା ଦେବା ପାଇଁ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ କରିଥିଲେ। ନେତାମାନେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତିନାମାର ଅନୁମୋଦନକୁ ସ୍ୱାଗତ କରିଥିଲେ ଏବଂ ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଅଧୀନରେ ହୋଇଥିବା ପ୍ରଗତିକୁ ସ୍ୱାଗତ କରିଥିଲେ।

ବାଣିଜ୍ୟ ଏବଂ ଅର୍ଥନୀତି

ନେତାମାନେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶରେ ନିରନ୍ତର ଅଭିବୃଦ୍ଧିକୁ ସ୍ୱାଗତ କରିଥିଲେ । 2024ରେ ଦ୍ୱିପାକ୍ଷିକ ବାଣିଜ୍ୟ ରେକର୍ଡ ଉଚ୍ଚତାରେ ପହଞ୍ଚିଥିଲା, 2025 ପର୍ଯ୍ୟନ୍ତ ଏହି ସକାରାତ୍ମକ ଧାରା ଜାରି ରହିଛି ବୋଲି ସେମାନେ ଉଲ୍ଲେଖ କରିଥିଲେ। ଭାରତ-ଜର୍ମାନୀ ଦ୍ୱିପାକ୍ଷିକ ବାଣିଜ୍ୟ 2024ରେ 50 ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିଲା, ଯାହା ୟୁରୋପୀୟ ସଂଘ ସହିତ ଭାରତର ବାଣିଜ୍ୟର 25% ରୁ ଅଧିକ ଥିଲା। ନେତାମାନେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ନିବେଶ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳ ବିବିଧତାରେ ଏପରି ନିବେଶର ସକାରାତ୍ମକ ପ୍ରଭାବ ଉଲ୍ଲେଖ କରିଥିଲେ। ସେମାନେ ଏସଏମଇ, ଷ୍ଟାର୍ଟଅପ୍, ଡିଜିଟାଲକରଣ, ଏଆଇ ଏବଂ ନବସୃଜନ-ଚାଳିତ ଉଦ୍ୟୋଗ ସମେତ ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ସାକାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଜର୍ମାନ କମ୍ପାନୀଗୁଡ଼ିକୁ ଭାରତରେ ବ୍ୟବସାୟ ନିବେଶ / ବିସ୍ତାର କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ, ଏହାଦ୍ୱାରା ଭାରତର ଦୃଢ଼ ଆର୍ଥିକ ଅଭିବୃଦ୍ଧି, ବ୍ୟବସାୟ-ଅନୁକୂଳ ପରିବେଶ, ବିଶାଳ ଉଚ୍ଚ-କୁଶଳୀ କାର୍ଯ୍ୟଶକ୍ତିକୁ ନେଇ ରହିଥିବା ଅପାର ସୁଯୋଗରୁ ଜର୍ମାନ କମ୍ପାନୀଗୁଡ଼ିକ ଲାଭ ପାଇପାରିବେ। ଚାନ୍ସେଲର ମର୍ଜ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ନିବେଶ ପାଇଁ ଜର୍ମାନୀକୁ ଏକ ଆକର୍ଷଣୀୟ ସ୍ଥାନ ଭାବରେ ସୁପାରିସ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ଆଗାମୀ ୟୁରୋପୀୟ ସଂଘ-ଭାରତ ଶିଖର ସମ୍ମିଳନୀର ଏକ ପ୍ରମୁଖ ଫଳାଫଳ ଭାବରେ ଭାରତ- ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ ହେବା ପାଇଁ ସେମାନଙ୍କର ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି, ଯାହା ବାଣିଜ୍ୟ ପ୍ରବାହକୁ ସହଜ କରିବ ଏବଂ ଜର୍ମାନ-ଭାରତ ଆର୍ଥିକ ସମ୍ପର୍କକୁ ଆହୁରି ଗତି ପ୍ରଦାନ କରିବ।

ନେତାମାନେ ଜର୍ମାନ-ଭାରତ ସିଇଓ ଫୋରମ୍ ମାଧ୍ୟମରେ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଏକ ମିଳିତ ଉଦ୍ଦେଶ୍ୟ ଘୋଷଣାନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି, ଯାହା ବ୍ୟବସାୟ ଏବଂ ଶିଳ୍ପ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବ। ଏହି ଘୋଷଣାନାମା ଭାରତରେ ଜର୍ମାନ ବ୍ୟବସାୟ ଏବଂ ଜର୍ମାନୀରେ ଭାରତୀୟ ବ୍ୟବସାୟର ଦୀର୍ଘକାଳୀନ ଉପସ୍ଥିତିକୁ ସମର୍ଥନ କରିଥାଏ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ସିଇଓ ଫୋରମ୍ ଆୟୋଜନକୁ ସ୍ୱାଗତ କରିଛନ୍ତି, ଏବଂ ପ୍ରଯୁକ୍ତିବିଦ୍ୟା, ଯାନବାହନ, ପ୍ରତିରକ୍ଷା, ଜାହାଜ ନିର୍ମାଣ, ସ୍ମାର୍ଟ ଭିତ୍ତିଭୂମି, ଔଷଧ, ରାସାୟନିକ ପଦାର୍ଥ, ଜୈବ-ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଉପକରଣ ଇଞ୍ଜିନିୟରିଂ ଏବଂ ଶକ୍ତି ଭଳି କ୍ଷେତ୍ରରେ ଅଧିକ ବ୍ୟବସାୟିକ ସହଯୋଗ ଓ ନିବେଶକୁ ଉତ୍ସାହିତ କରିବା ପାଇଁ ଉଭୟ ପକ୍ଷର ପ୍ରମୁଖ ସିଇଓ ଓ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିଛନ୍ତି।

ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ, ବିଜ୍ଞାନ ଓ ଗବେଷଣା

ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବା ଲାଗି ଦୁଇ ଦେଶର ନେତାମାନେ ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଡିଜିଟାଲକରଣ, ଦୂରସଞ୍ଚାର, ସ୍ୱାସ୍ଥ୍ୟ ଏବଂ ଜୈବ ଅର୍ଥବ୍ୟବସ୍ଥା ସମେତ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସହଯୋଗରେ ପ୍ରଗତିକୁ ସ୍ୱାଗତ କରିଥିଲେ।

ସେମାନେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ସହଭାଗୀତା ଉପରେ ଏକ ନୂତନ ମିଳିତ ଘୋଷଣାନାମା ମାଧ୍ୟମରେ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଏକ ଢାଞ୍ଚାଗତ ଆଲୋଚନା ଆରମ୍ଭ କରିବା ପାଇଁ ଉଭୟ ପକ୍ଷର ଦୃଢ଼ ଇଚ୍ଛାକୁ ସ୍ୱାଗତ କରିଥିଲେ। ସେମାନେ ଭାରତୀୟ ଏବଂ ଜର୍ମାନ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ମଧ୍ୟରେ ବର୍ଦ୍ଧିତ ସଂସ୍ଥାଗତ ଗବେଷଣା ଏବଂ ଶିଳ୍ପ ସହଯୋଗର ଗୁରୁତ୍ୱକୁ ରେଖାଙ୍କିତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗତ ବର୍ଷ ମାର୍ଚ୍ଚ ମାସରେ ଗିଫ୍ଟ ସହରରେ ଜର୍ମାନ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଇନଫାଇନନ୍ ଦ୍ୱାରା ବିଶ୍ୱ କ୍ଷମତା କେନ୍ଦ୍ର (ଜିସିସି) ଖୋଲିବାକୁ ସ୍ୱାଗତ କରିଥିଲେ।

ସ୍ଥିର ଯୋଗାଣ ଶୃଙ୍ଖଳର ଗୁରୁତ୍ୱକୁ ସ୍ୱୀକାର କରି, ନେତାମାନେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସହଯୋଗ ଉପରେ ଏକ ମିଳିତ ଘୋଷଣାନାମା (ଜେଡିଓଆଇ) ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ପ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ। ଉଭୟ ପକ୍ଷ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ, ଗବେଷଣା ଓ ବିକାଶ, ପ୍ରକ୍ରିୟାକରଣ ଓ ପୁନଃଚକ୍ରରଣ ମାଧ୍ୟମରେ ମୂଲ୍ୟ ବୃଦ୍ଧି, ଏବଂ ଉଭୟ ଦେଶ ଓ ତୃତୀୟ ପକ୍ଷ ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପତ୍ତିର ଅଧିଗ୍ରହଣ ଏବଂ ବିକାଶ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଭାରତ-ଜର୍ମାନ ଡିଜିଟାଲ୍ ବିତର୍କ ସମ୍ପର୍କରେ, ନେତାମାନେ 2026-27 ପାଇଁ ଏହାର କାର୍ଯ୍ୟ ଯୋଜନାର ଚୂଡ଼ାନ୍ତ ସ୍ୱରୂପ ବିଷୟରେ ଉଲ୍ଲେଖ କରିଥିଲେ। ଏଥିସହିତ ଇଣ୍ଟରନେଟ୍ ଏବଂ ଡାଟା ଶାସନ, ଏଆଇ, ସେମିକଣ୍ଡକ୍ଟର ଓ ଶିଳ୍ପ 4.0, ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ସହଯୋଗର ଉପରେ ଗୁରୁତ୍ୱାରୋପ କରିଥିଲେ। ନେତାମାନେ ଦୂରସଞ୍ଚାର କ୍ଷେତ୍ରରେ ସହଯୋଗ ପାଇଁ ଏକ ଜେଡିଓଆଇ ସ୍ୱାକ୍ଷରକୁ ସ୍ୱୀକାର କରିଥିଲେ।

ନେତାମାନେ ଭାରତ-ଜର୍ମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଆଇଜିଏସଟିସି)ର କାର୍ଯ୍ୟକାଳ ବୃଦ୍ଧିକୁ ଉଲ୍ଲେଖ କରିଥିଲେ ଏବଂ ଉନ୍ନତ ଉତ୍ପାଦନ, ଚିକିତ୍ସା ପ୍ରଯୁକ୍ତିବିଦ୍ୟା, ଦୀର୍ଘସ୍ଥାୟୀ ଉତ୍ପାଦନ, ଜୈବ ଅର୍ଥବ୍ୟବସ୍ଥା, ବର୍ଜ୍ୟରୁ ସମ୍ପତ୍ତି ପଦକ୍ଷେପ ଓ ଦୀର୍ଘସ୍ଥାୟୀତ୍ୱ ପାଇଁ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦ୍ୱିପାକ୍ଷିକ ଶିଳ୍ପ-ଶିକ୍ଷାକ୍ଷେତ୍ର ରଣନୀତିକ ଗବେଷଣାକୁ ପ୍ରୋତ୍ସାହିତ କରିବାରେ ଆଇଜିଏସଟିସିର ପ୍ରମୁଖ ଭୂମିକା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ। ନେତାମାନେ ଆଇଜିଏସଟିସି ଅଧୀନରେ (2+2) ଶିଳ୍ପ-ଶିକ୍ଷାକ୍ଷେତ୍ର ପ୍ରକଳ୍ପ ଏବଂ ବିଜ୍ଞାନ ଓ ଇଞ୍ଜିନିୟରିଂ ଗବେଷଣାରେ ମହିଳା ସମ୍ପୃକ୍ତି (ୱାଇଜର) ଭଳି କାର୍ଯ୍ୟକ୍ରମର ଅବଦାନକୁ ସ୍ୱୀକାର କରିଥିଲେ।

ଡିଜିଟାଲ୍ କନଭର୍ଜେନ୍ସ, ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା, ସବୁଜ ପରିବହନ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେଇ ଭାରତ-ଜର୍ମାନ ଉତ୍କର୍ଷତା କେନ୍ଦ୍ର (ଆଇଜି-ସିଓଇ) ପ୍ରତିଷ୍ଠା ପାଇଁ ଅଗ୍ରଗତିକୁ ସ୍ୱାଗତ କରିଥିଲେ। ଜେନୋମିକ୍ସ, ଥ୍ରୀଡି ବାୟୋପ୍ରିଣ୍ଟିଂ ଏବଂ ବାୟୋମ୍ୟାନଫ୍ୟାକ୍ଚରିଂରେ ପରିବର୍ତ୍ତନକାରୀ ଫଳାଫଳ ପ୍ରଦାନ କରିବା ପାଇଁ ଜୈବ ଅର୍ଥବ୍ୟବସ୍ଥା ଉପରେ ଦ୍ୱିପାକ୍ଷିକ ସହଯୋଗ ଆରମ୍ଭ କରିବାକୁ ନେତାମାନେ ପ୍ରଶଂସା କରିଥିଲେ। ଆଣ୍ଟିପ୍ରୋଟନ୍ ଓ ଆୟନ୍ ଗବେଷଣା ପାଇଁ ଫାସିଲିଟି (ଫେୟାର) ଏବଂ ଡଚ୍ସ ଇଲେକ୍ଟ୍ରୋନେନ୍ ସିଙ୍କ୍ରୋଟ୍ରନ୍ (ଡେଜି)ରେ ପ୍ରମୁଖ ବିଜ୍ଞାନ ସୁବିଧାରେ ଭାରତର ଅଂଶଗ୍ରହଣରେ ପ୍ରତିଫଳିତ ଉଚ୍ଚସ୍ତରୀୟ କାର୍ଯ୍ୟକୁ ନେତାମାନେ ପ୍ରଶଂସା କରିଥିଲେ। ପେଟ୍ରା-ଥ୍ରୀ ଏବଂ ଡେଜିରେ ମୁକ୍ତ-ଇଲେକ୍ଟ୍ରୋନ୍ ଲେଜର ସୁବିଧାରେ ନିରନ୍ତର ସହଯୋଗ ଉପରେ ମଧ୍ୟ ସେମାନେ ବିଶ୍ୱାସ ପ୍ରକଟ କରିଥିଲେ।

ନେତାମାନେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଜର୍ମାନ ମହାକାଶ ଏଜେନ୍ସି (ଡିଏଲଆର) ମଧ୍ୟରେ ମହାକାଶ କ୍ଷେତ୍ରରେ ବର୍ଦ୍ଧିତ ଆଲୋଚନା ବିଷୟରେ ଉଲ୍ଲେଖ କରିଥିଲେ। ଏହାସହିତ ଦୁଇ ସଂସ୍ଥା ମଧ୍ୟରେ ସହଯୋଗକୁ ଆହୁରି ବିସ୍ତାର କରିବାର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ପକ୍ଷ ମହାକାଶ ଶିଳ୍ପସ୍ତରୀୟ ସହଯୋଗ ବୃଦ୍ଧି ପାଇଁ ସହମତ ହୋଇଥିଲେ।

ନେତାମାନେ ସୁଲଭ ସ୍ୱାସ୍ଥ୍ୟସେବା ପାଇଁ ପ୍ରମାଣ-ଆଧାରିତ ଏବଂ ଲୋକକୈନ୍ଦ୍ରିକ ପାରମ୍ପରିକ ଔଷଧ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତା ପୁନଃପ୍ରକଟ କରିଥିଲେ। ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏବଂ ଜର୍ମାନୀର ଚାରିଟେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ରକୁ ସେମାନେ ସ୍ୱାଗତ କରିଥିଲେ।

ସବୁଜ ଏବଂ ଦୀର୍ଘସ୍ଥାୟୀ ବିକାଶ ସହଭାଗୀତା/ଅକ୍ଷୟ ଶକ୍ତି

ଉଭୟ ନେତା ଉଲ୍ଲେଖ କରିଥିଲେ ଯେ, 2026 ହେଉଛି ସବୁଜ ଓ ଦୀର୍ଘସ୍ଥାୟୀ ବିକାଶ ସହଭାଗୀତା (ଜିଏସଡିପି) ଲାଗି ପ୍ରତିବଦ୍ଧତା ଅବଧିର ଅଧା ସମୟ। ଭାରତ ଓ ଜର୍ମାନୀ ମଧ୍ୟରେ ଏହି ପ୍ରମୁଖ ପଦକ୍ଷେପର କାର୍ଯ୍ୟକାରିତାରେ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି, ଯାହା ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ କାର୍ଯ୍ୟ ଉପରେ ଦ୍ୱିପାକ୍ଷିକ ସହଯୋଗକୁ ତୀବ୍ର କରିଛି। ଏହା ମଧ୍ୟ ଏସଡିଜି ଏବଂ ପ୍ୟାରିସ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଲାଗି ପ୍ରତିବଦ୍ଧତାକୁ ସୁଦୃଢ଼ ​​କରିଛି। ଜର୍ମାନ ସରକାରଙ୍କ ଦ୍ୱାରା ଧାର୍ଯ୍ୟ 2030 ପର୍ଯ୍ୟନ୍ତ 10 ବିଲିୟନ ୟୁରୋର ମୋଟ ପ୍ରତିବଦ୍ଧତା ମଧ୍ୟରୁ ମୁଖ୍ୟତଃ ରିହାତି ଋଣ ଭାବରେ ପ୍ରାୟ 5 ବିଲିୟନ ୟୁରୋ 2022 ଠାରୁ ଜଳବାୟୁ ପ୍ରଶମନ ଏବଂ ଅନୁକୂଳନ, ଅକ୍ଷୟ ଶକ୍ତି, ଦୀର୍ଘସ୍ଥାୟୀ ସହରାଞ୍ଚଳ ବିକାଶ, ସବୁଜ ସହରାଞ୍ଚଳ ଗତିଶୀଳତା, ପ୍ରାକୃତିକ ସମ୍ବଳ ପରିଚାଳନା, ବନୀକରଣ, ଜୈବ ବିବିଧତା, କୃଷି ପରିବେଶ ବିଜ୍ଞାନ, ବୃତ୍ତାକାର ଅର୍ଥବ୍ୟବସ୍ଥା ଏବଂ ଦକ୍ଷତା ପ୍ରକଳ୍ପ ପାଇଁ ବ୍ୟବହାର କରାଯାଇଛି କିମ୍ବା ସ୍ଥିର କରାଯାଇଛି। ଏହିପରି ଭାବରେ, ଜିଏସଡିପି ଅନ୍ତର୍ଗତ ଭାରତ-ଜର୍ମାନ ସହଯୋଗ ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ଯଥା- ପିଏମ ଇ-ବସ ସେବା, ସୌର ଛାତ କାର୍ଯ୍ୟକ୍ରମ, ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ, ଅହମ୍ମଦାବାଦ, ସୁରଟ ଏବଂ ବାଙ୍ଗାଲୋର ମେଟ୍ରୋ ରେଳ ପ୍ରକଳ୍ପ, ଜଳ ଦୃଷ୍ଟିକୋଣ 2047 ସହିତ ତାମିଲନାଡୁରେ ଜଳବାୟୁ-ସ୍ଥାପକ ସହରାଞ୍ଚଳ ଭିତ୍ତିଭୂମି, ପଶ୍ଚିମବଙ୍ଗରେ ବ୍ୟାଟେରୀ ସଂରକ୍ଷଣ ପ୍ରକଳ୍ପ, କୃଷି-ଫୋଟୋଭୋଲଟାଇକ୍ କ୍ଷେତ୍ରରେ ନୂତନ ଭାରତ-ଜର୍ମାନ ସହଯୋଗ ଏବଂ ଅକ୍ଷୟ ଶକ୍ତି ବିସ୍ତାର ପାଇଁ ସାର୍ବଜନୀନ ଆର୍ଥିକ ପ୍ରତିଷ୍ଠାନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି।

ଦୁଇ ଦେଶର ନେତାମାନେ ଅକ୍ଷୟ ଶକ୍ତି ପାଇଁ ଆର୍ଥିକ ଏବଂ ନିବେଶକୁ ସକ୍ରିୟ କରିବାର ଗୁରୁତ୍ୱକୁ ଦୋହରାଇଥିଲେ। ଭାରତ-ଜର୍ମାନୀ ସହଯୋଗ ମଞ୍ଚ ଅନ୍ତର୍ଗତ ମିଳିତ ପ୍ରୟାସକୁ ସେମାନେ ସ୍ୱାଗତ କରିଥିଲେ। ଏହା ଅଧୀନରେ ଅକ୍ଟୋବର 2025 ରେ ସୌର ଶକ୍ତି ଉତ୍ପାଦନ ଏବଂ ପବନ ଶକ୍ତି ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଶୁଭାରମ୍ଭ ସହିତ ନୂତନ ଭାବରେ ପ୍ରତିଷ୍ଠିତ ବ୍ୟାଟେରୀ ଶକ୍ତି ସଂରକ୍ଷଣ ସମାଧାନ ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଆରମ୍ଭ କରଯାଇଛି। ଏହି ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଅକ୍ଷୟ ଶକ୍ତି ପାଇଁ ପ୍ରଯୁକ୍ତିବିଦ୍ୟା, ମାନଦଣ୍ଡ, ନିୟମ ଓ ଯୋଗାଣ ଶୃଙ୍ଖଳ ସ୍ଥିରତାରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗଭୀର କରିବ ଏବଂ ଭାରତ ଓ ଜର୍ମାନୀର କମ୍ପାନୀଗୁଡ଼ିକର ବିନିମୟ ଓ ନିବେଶକୁ ପ୍ରୋତ୍ସାହିତ କରିବେ।

ନେତାମାନେ ଭାରତ-ଜର୍ମାନ ଶକ୍ତି ଫୋରମ ମଧ୍ୟରେ ମିଳିତ ରୂପରେଖ ଅନୁଯାୟୀ କାର୍ଯ୍ୟ ସମେତ ସବୁଜ ହାଇଡ୍ରୋଜେନ ଉପରେ ଚାଲିଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଗଭୀର ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟିକ ଓ ନିୟାମକ ସହଯୋଗ ମାଧ୍ୟମରେ ଭାରତର ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଏବଂ ଜର୍ମାନୀର ଜାତୀୟ ହାଇଡ୍ରୋଜେନ ରଣନୀତିକୁ ସମାନ କରିବା ଏବଂ ବ୍ୟବସାୟିକ ସମ୍ପର୍କକୁ ସୁଦୃଢ଼ ​​କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ହାଇଡ୍ରୋଜେନ ନିୟମ ଏବଂ ମାନଦଣ୍ଡ ବିକାଶରେ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ପାଇଁ ନେତାମାନେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନଜିଆରବି) ଏବଂ ଜର୍ମାନ ବୈଷୟିକ ଓ ବୈଜ୍ଞାନିକ ସଂଘ ଫର ଗ୍ୟାସ ଆଣ୍ଡ ୱାଟର ଇଣ୍ଡଷ୍ଟ୍ରିଜ୍ (ଡିଭିଜିଡବ୍ଲୁ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ସେମାନେ ଏଏମ ଗ୍ରୀନରୁ ୟୁନିପର ଗ୍ଲୋବାଲ କମୋଡିଟିଜକୁ ସବୁଜ ଆମୋନିଆ ଯୋଗାଣ ପାଇଁ ଭାରତର ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଅଧୀନରେ ସବୁଠାରୁ ବଡ଼ ଅଫଟେକ୍ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ନେତାମାନେ ଘରୋଇ କ୍ଷେତ୍ରରେ ପ୍ରତିବଦ୍ଧ ଅଂଶୀଦାରମାନଙ୍କ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା ପ୍ରଗତି, ବିଶେଷକରି ଭାରତରେ ଉତ୍ପାଦିତ ସବୁଜ ଆମୋନିଆ ପାଇଁ ଏକ ସମ୍ପ୍ରତି ସ୍ୱାକ୍ଷରିତ ବଡ଼ ପରିମାଣର ଅଫଟେକ୍ ଚୁକ୍ତିନାମାକୁ ସ୍ୱାଗତ କରିଥିଲେ ।

ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ତ୍ରିକୋଣୀୟ ବିକାଶ ସହଯୋଗ (ଟିଡିସି) ପ୍ରକଳ୍ପର ଫଳାଫଳକୁ ନେଇ ନେତାମାନେ ସନ୍ତୋଷ ପ୍ରକାଶ କରିଥିଲେ। ଏହାସହିତ ତୃତୀୟ ପକ୍ଷ ଦେଶଗୁଡ଼ିକରେ ଦୀର୍ଘସ୍ଥାୟୀ ଏବଂ ସମାବୋ ବିକାଶକୁ ସମର୍ଥନ କରିବା ପାଇଁ ପରିପୂରକ ଶକ୍ତି ଓ କ୍ଷମତାକୁ ସକ୍ରିୟ କରିବା ନିମନ୍ତେ ଉଭୟ ପକ୍ଷର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେମାନେ ଘାନା, କାମେରୁନ୍ ଏବଂ ମାଲାୱିରେ ଟିଡିସି ପ୍ରକଳ୍ପଗୁଡ଼ିକୁ ବୃଦ୍ଧି କରିବା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, ଯୋଗାଯୋଗ ଏବଂ ବିଶ୍ୱ ପ୍ରସଙ୍ଗ

ନେତାମାନେ ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର, ୟୁଏନସିଏଲଓଏସ ସମେତ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହା ଏକ ନୂତନ ଦ୍ୱିପାକ୍ଷିକ ଭାରତ-ପ୍ରଶାନ୍ତ ମହାସାଗର ବିଚାରବିମର୍ଶ ବ୍ୟବସ୍ଥା ବିଷୟରେ ଘୋଷଣା କରିଥିଲେ। ଭାରତ ଏବଂ ଜର୍ମାନୀ ଦ୍ୱାରା ସହ-ନେତୃତ୍ୱାଧୀନ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପ (ଆଇପିଓଆଇ)ର କ୍ଷମତା ନିର୍ମାଣ ଏବଂ ସମ୍ବଳ ବଣ୍ଟନ ସ୍ତମ୍ଭ ଅଧୀନରେ କାର୍ଯ୍ୟକଳାପ ସମେତ ଏହି କ୍ଷେତ୍ରରେ ଜର୍ମାନୀର ନିରନ୍ତର ଏବଂ ବୃଦ୍ଧି ପାଉଥିବା କାର୍ଯ୍ୟକୁ ସେମାନେ ସ୍ୱାଗତ କରିଥିଲେ।

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପ୍ରତି ସେମାନଙ୍କର ଦୃଢ଼ ସମର୍ଥନକୁ ଦୋହରାଇ ନେତାମାନେ ବିଶ୍ୱ ବାଣିଜ୍ୟ, ସଂଯୋଗ ଏବଂ ସମୃଦ୍ଧିକୁ ନୂଆ ଆକାର ଦେବା ତଥା ପ୍ରୋତ୍ସାହିତ କରିବାରେ ଏହାର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଏହି ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ କଠିନ ପଦକ୍ଷେପ ନେବା ପାଇଁ ପ୍ରଥମ ଆଇଏମଇସି ମନ୍ତ୍ରୀସ୍ତରୀୟ ବୈଠକକୁ ଅପେକ୍ଷା କରିଥିବା କହିଥିଲେ।

ଭାରତ ଏବଂ ଜର୍ମାନୀ ସମସାମୟିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ସ୍ଥାୟୀ ଏବଂ ଅସ୍ଥାୟୀ ବର୍ଗ ସଦସ୍ୟତାର ବିସ୍ତାର ମାଧ୍ୟମରେ ଜାତିସଂଘ ସୁରକ୍ଷା ପରିଷଦର ବ୍ୟାପକ ସଂସ୍କାରର ଜରୁରୀ ଆବଶ୍ୟକତାକୁ ସେମାନେ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ଦୁଇ ଦେଶ ଆଇଜିଏନରେ ପାଠ୍ୟ-ଆଧାରିତ ଆଲୋଚନା ଆରମ୍ଭ କରିବା ଦିଗରେ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ।

ଦୁଇ ନେତା ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ନେଇ ପୁଣିଥରେ ଚିନ୍ତା ବ୍ୟକ୍ତ କରିଥିଲେ। ଏହା ବିପୁଳ ମାନବ ଯନ୍ତ୍ରଣା ଏବଂ ନକାରାତ୍ମକ ବିଶ୍ୱ ପରିଣାମ ସୃଷ୍ଟି କରିଚାଲିଛି। ସେମାନେ ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ନୀତି ଅନୁଯାୟୀ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ହାସଲ କରିବା ପାଇଁ ପ୍ରୟାସକୁ ସମର୍ଥନ ଜଣାଇଥିଲେ।

ଦୁଇ ନେତା ଗାଜା ଶାନ୍ତି ଯୋଜନାକୁ ସ୍ୱାଗତ କରିଥିଲେ ଏବଂ ଗାଜାରେ ସଂଘର୍ଷ ସମାପ୍ତ କରିବା ପାଇଁ ଏକ ପଦକ୍ଷେପ ଭାବରେ 17 ନଭେମ୍ବର 2025ରେ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ 2803 ଗ୍ରହଣ କରାଯାଇଥିବା ଉଲ୍ଲେଖ କରିଥିଲେ। ସେମାନେ ସମସ୍ତ ପକ୍ଷଙ୍କୁ ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିଥିଲେ। ସେମାନେ ଗାଜାକୁ ମାନବିକ ସହାୟତାର ଅବାଧ ଓ ବ୍ୟାପକ ବିତରଣ ଏବଂ ମାନବିକ ସଂଗଠନ ପାଇଁ ବାଧାମୁକ୍ତ ପ୍ରବେଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସକୁ ସମର୍ଥନ କରିବାକୁ ସେମାନଙ୍କର ପ୍ରସ୍ତୁତିକୁ ପୁନର୍ବାର ଦୋହରାଇଥିଲେ। ଆଲୋଚନା ମାଧ୍ୟମରେ ଦୁଇ ରାଷ୍ଟ୍ରୀୟ ସମାଧାନ ରୂପେ ମଧ୍ୟପ୍ରାଚ୍ୟରେ ସଂଘର୍ଷର ଏକ ନ୍ୟାୟପୂର୍ଣ୍ଣ, ସ୍ଥାୟୀ ଏବଂ ବ୍ୟାପକ ସମାଧାନ ପାଇଁ ସେମାନଙ୍କର ଆହ୍ୱାନକୁ ପୁନର୍ବାର ଦୋହରାଇଥିଲେ।

ନେତାମାନେ ଜଳବାୟୁ ପରିବର୍ତ୍ତନ ଉପରେ ତ୍ୱରାନ୍ୱିତ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ୟୁଏନଏଫସିସିସି ପ୍ରକ୍ରିୟାକୁ ସ୍ୱାଗତ କରିଥିଲେ। ସେମାନେ ପ୍ୟାରିସ ଚୁକ୍ତିନାମାର ଗୁରୁତ୍ୱ ଏବଂ ବେଲେମରେ କପ୍‌ 30ର ପୁନଃନିର୍ମାଣ ସହିତ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହା ଅଧୀନରେ ନିଆଯାଇଥିବା ନିଷ୍ପତ୍ତି, ବିଶେଷକରି ଏକ ନ୍ୟାୟସଙ୍ଗତ ପରିବର୍ତ୍ତନ ବ୍ୟବସ୍ଥା ଓ ପ୍ରଯୁକ୍ତିବିଦ୍ୟା ରୂପାୟନ କାର୍ଯ୍ୟକ୍ରମ ସୃଷ୍ଟି କରିବା ଏବଂ ବିଶ୍ୱ ଷ୍ଟକ୍ଟେକ୍ ପାଇଁ ଅପେକ୍ଷାରତ ଥିବା କହିଥିଲେ। ସେମାନେ ସବୁଜ ଓ ଦୀର୍ଘସ୍ଥାୟୀ ଶକ୍ତି ବ୍ୟବସ୍ଥା ଏବଂ ଅର୍ଥବ୍ୟବସ୍ଥାକୁ ନ୍ୟାୟସଙ୍ଗତ ପରିବର୍ତ୍ତନ କରିବା ସହିତ ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବ ସହିତ ଖାପ ଖୁଆଇବାରେ ବିକାଶଶୀଳ ଦେଶଗୁଡ଼ିକୁ ସମର୍ଥନ କରିବା ପାଇଁ ଜଳବାୟୁ ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର କ୍ଷେତ୍ରରେ ପ୍ରୟାସ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ। ସେମାନେ ଆର୍ଥିକ ବିକାଶ ଏବଂ ଦାରିଦ୍ର୍ୟ ହ୍ରାସ ପାଇଁ ଭଲ ଭାବରେ ଡିଜାଇନ୍ କରାଯାଇଥିବା ଜଳବାୟୁ କାର୍ଯ୍ୟକଳାପର ସମ୍ଭାବନା ଏବଂ ଜାତୀୟ ଓ ସୀମାପାର ମୂଲ୍ୟ ଶୃଙ୍ଖଳ ସହିତ ପରିବର୍ତ୍ତନକୁ ଆକାର ଦେବା ତଥା ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ଜଳବାୟୁ ପାଣ୍ଠି ଯୋଗାଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଗମ୍ଭୀର ପାଣିପାଗ ଘଟଣା ଦ୍ୱାରା ଆସୁଥିବା ବିପଦ, ଜଳବାୟୁ ପରିବର୍ତ୍ତନ, ପରିବେଶଗତ ଅବକ୍ଷୟ ଏବଂ ଜୈବ ବିବିଧତା କ୍ଷତିରୁ ସୃଷ୍ଟି ହେଉଥିବା ପ୍ରଭାବକୁ ମଧ୍ୟ ସ୍ୱୀକାର କରିଛନ୍ତି।

ସେମାନେ ମହାମାରୀ ପ୍ରସ୍ତୁତି ଓ ମୁକାବିଲା, ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ ମୁକାବିଲା ଓ ସୁଲଭ ସ୍ୱାସ୍ଥ୍ୟସେବା ଏବଂ ଔଷଧର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା ସମେତ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲାରେ ସହଯୋଗକୁ ସୁଦୃଢ଼ ​​କରିବାକୁ ରାଜି ହୋଇଛନ୍ତି।

ଶିକ୍ଷା, ଦକ୍ଷତା, ପରିବହନ ଏବଂ ସଂସ୍କୃତି

ଦୃଢ଼ ନାଗରିକ ସମ୍ପର୍କ ରଣନୀତିକ ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ଉଭୟ ନେତା ସ୍ୱୀକାର କରିଛନ୍ତି । ସେମାନେ ଛାତ୍ର, ଗବେଷକ, ଦକ୍ଷ ପେସାଦାର, କଳାକାର ଏବଂ ପର୍ଯ୍ୟଟକଙ୍କ ବୃଦ୍ଧି ପାଉଥିବା ସମ୍ପର୍କ ବିନିମୟକୁ ସ୍ୱାଗତ କରିଛନ୍ତି। ସେମାନେ ଜର୍ମାନୀର ଅର୍ଥବ୍ୟବସ୍ଥା, ନବସୃଜନ ଏବଂ ସାଂସ୍କୃତିକ ଜୀବନରେ ପ୍ରବାସୀ ଭାରତୀୟଙ୍କ ମୂଲ୍ୟବାନ ଅବଦାନକୁ ସ୍ୱୀକୃତି ଦେଇଛନ୍ତି । ଅନ୍ୟପକ୍ଷରେ ପାରସ୍ପରିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ ଶିକ୍ଷା, ଗବେଷଣା, ବୃତ୍ତିଗତ ତାଲିମ, ସଂସ୍କୃତି ଏବଂ ଯୁବ ସମ୍ପର୍କ କ୍ଷେତ୍ରରେ ବିସ୍ତାରିତ ସହଯୋଗକୁ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ ଦେଇ ଯାତ୍ରା ପାଇଁ ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ଭିସା ମୁକ୍ତ ପରିବହନ ସୁବିଧା ଘୋଷଣା ନିମନ୍ତେ ଚାନ୍ସେଲର ମର୍ଜଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ଏହା କେବଳ ଭାରତୀୟ ନାଗରିକଙ୍କ ଯାତ୍ରାକୁ ସହଜ ଏବଂ ସୁଗମ କରିବ ନାହିଁ, ବରଂ ଲୋକସମ୍ପର୍କକୁ ଆହୁରି ଗଭୀର କରିବ। ପ୍ରବାସ ଏବଂ ପରିବହନ ସହଭାଗୀତା ଚୁକ୍ତିନାମା (ଏମଏମପିଏ)ର ବ୍ୟବସ୍ଥାଗୁଡ଼ିକୁ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକାରୀ କରି ଦେଶାନ୍ତରିତ ବ୍ୟକ୍ତିମାନଙ୍କୁ ଫେରାଇ ଆଣିବା ଏବଂ ଅନିୟମିତ ପ୍ରବାସ, ମାନବ ଚାଲାଣ ଏବଂ କାଗଜପତ୍ର ଓ ଭିସା ଜାଲିଆତି ବିରୁଦ୍ଧରେ ଲଢ଼େଇରେ ଆଇନଗତ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ସହିତ ସହଯୋଗକୁ ମଜବୁତ କରିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଥିଲେ।

ନେତାମାନେ ଜର୍ମାନୀରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଉଚ୍ଚ ଶିକ୍ଷାରେ ଯୁଗ୍ମ ଏବଂ ଦ୍ୱୈତ ଡିଗ୍ରୀ କାର୍ଯ୍ୟକ୍ରମ, ସହଯୋଗୀ ଗବେଷଣା ଏବଂ ସଂସ୍ଥାଗତ ସହଭାଗୀତାର ବିସ୍ତାରିତ ନେଟୱାର୍କ ବିଷୟରେ ଉଲ୍ଲେଖ କରିଥିଲେ। ଜର୍ମାନୀରେ ଭାରତୀୟ ଛାତ୍ରଛାତ୍ରୀ ଏବଂ ସ୍ନାତକୋତ୍ତରଙ୍କ ଚାକିରି ବଜାର ସମନ୍ୱୟକୁ ସମର୍ଥନ କରିବା ପାଇଁ ଡିଜାଇନ୍ ହୋଇଥିବା ପ୍ରକଳ୍ପଗୁଡ଼ିକରେ ମଧ୍ୟ ଗଭୀର ବିନିମୟ ପ୍ରତିଫଳିତ ହୋଇଛି। ସେମାନେ ଜର୍ମାନୀର ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ସଂସ୍ଥାଗତ ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେମାନେ ସଂସ୍ଥାଗତ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ଉଚ୍ଚଶିକ୍ଷା ଉପରେ ଏକ ଭାରତ-ଜର୍ମାନ ବ୍ୟାପକ ରୂପରେଖ ସୃଷ୍ଟିକୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନୂତନ ଶିକ୍ଷା ନୀତି ଅଧୀନରେ ଭାରତରେ କ୍ୟାମ୍ପସ ଖୋଲିବା ପାଇଁ ଅଗ୍ରଣୀ ଜର୍ମାନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି।

ପ୍ରବାସ ଏବଂ ପରିବହନ ସହଭାଗୀତା ଚୁକ୍ତିନାମା ଅଧୀନରେ କୁଶଳୀ ପ୍ରବାସ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ନେଇ ନେତାମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରତିବଦ୍ଧତା ଏବଂ ଜର୍ମାନୀର ଦକ୍ଷ ଶ୍ରମ ରଣନୀତି ଅନୁଯାୟୀ ଉଭୟ ଦେଶ ଦକ୍ଷ ଶ୍ରମଜୀବୀଙ୍କ ଗମନାଗମନକୁ ଏପରି ଭାବରେ ସହଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ଶୋଷଣ ବିରୁଦ୍ଧରେ ସୁରକ୍ଷା ଦେବା ଏବଂ ଅନ୍ତର୍ଜାତୀୟ ଶ୍ରମ ମାନଦଣ୍ଡ ସହିତ ଅନୁପାଳନ ସୁନିଶ୍ଚିତ କରିବା ସହିତ ସମସ୍ତ ପକ୍ଷଙ୍କୁ ଲାଭ ପହଞ୍ଚାଏ। ନେତାମାନେ ଗ୍ଲୋବାଲ୍ ସ୍କିଲ୍ସ ପାର୍ଟନରସିପ୍ ଉପରେ ଜେଡିଆଇ ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି, ଯାହା ଦକ୍ଷ ଗତିଶୀଳତା ପାଇଁ ଏକ ନୈତିକ ଓ ଦୀର୍ଘସ୍ଥାୟୀ ଢାଞ୍ଚା ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ଏହା ବିଶେଷକରି ଶ୍ରମିକଙ୍କ ଅଧିକାର ଓ କଲ୍ୟାଣକୁ ସୁରକ୍ଷା ଦେବା ସହିତ ସ୍ୱାସ୍ଥ୍ୟସେବା ପେସାଦାରଙ୍କ ପାଇଁ ଜର୍ମାନୀର ବର୍ଦ୍ଧିତ ଚାହିଦାକୁ ସମାଧାନ କରିଥାଏ। ନେତାମାନେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ଭାରତ-ଜର୍ମାନ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜେଡିଆଇ ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି, ଯାହା ଭାରତ ଓ ଜର୍ମାନ ଚାକିରି ବଜାର ପାଇଁ ପାଠ୍ୟକ୍ରମ ବିକାଶ, ଜର୍ମାନ ଓ ଭାରତୀୟ ଶିଳ୍ପ ସହିତ ସହଯୋଗ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରଶିକ୍ଷକଙ୍କ ତାଲିମରେ ସହଯୋଗକୁ ସୁଦୃଢ଼ ​​କରିବ। ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ ମାଧ୍ୟମିକ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ବୃତ୍ତିଗତ ଶିକ୍ଷା କେନ୍ଦ୍ର ସମେତ ଭାରତରେ ଜର୍ମାନ ଭାଷା ଶିକ୍ଷାଦାନକୁ ବିସ୍ତାର କରିବାର ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଭାରତ ଏବଂ ଜର୍ମାନୀ ମଧ୍ୟରେ ଦୃଢ଼ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସେମାନେ ସ୍ୱୀକାର କରିଥିଲେ । ନେତାମାନେ ଜର୍ମାନ ସାମୁଦ୍ରିକ ସଂଗ୍ରହାଳୟ - ଲାଇବନିଜ୍ ଇନଷ୍ଟିଚ୍ୟୁଟ୍ ଫର୍ ମାରିଟାଇମ୍ ହିଷ୍ଟ୍ରି (ଡିଏସଏମ), ବ୍ରେମରହାଭେନ୍ ଏବଂ ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ମଧ୍ୟରେ ବୁଝାମଣାପତ୍ରକୁ ସ୍ୱାଗତ କରିଛନ୍ତି। ଏସବୁ ସାମୁଦ୍ରିକ ଐତିହ୍ୟ ଉପରେ ସହଯୋଗକୁ ଆହୁରି ଗଭୀର କରିବ ଏବଂ ସାମୁଦ୍ରିକ ଇତିହାସର ସହଭାଗୀ ଉପାଦାନଗୁଡ଼ିକୁ ପ୍ରଦର୍ଶନ କରିବ। ଏହି ପରିପ୍ରେକ୍ଷୀରେ, ସଂଗ୍ରହାଳୟ ସହଯୋଗରେ ନୂତନ ଆଗ୍ରହ ପ୍ରକାଶ ପାଇଛି। ନେତାମାନେ କ୍ରୀଡାରେ ସହଯୋଗ ଉପରେ ଜେଡିଓଆଇ ଚୂଡ଼ାନ୍ତ ହେବାକୁ ସ୍ୱାଗତ କରିଛନ୍ତି, ଯାହା କ୍ରୀଡ଼ାବିତ ତାଲିମ, କ୍ରୀଡା ଶାସନ, ବିଶ୍ୱସନୀୟତା ଓ କ୍ରୀଡାବିତଙ୍କ ଅଧିକାର, ଏବଂ କ୍ରୀଡା ବିଜ୍ଞାନରେ ଗବେଷଣା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ ​​କରିବ।

ଚାନ୍ସେଲର ମର୍ଜ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳକୁ ପ୍ରଦାନ କରାଯାଇଥିବା ଉଦାର ଆତିଥେୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ପରବର୍ତ୍ତୀ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ବିଚାରମର୍ଶ 2026 ଶେଷ ଭାଗରେ ଜର୍ମାନୀରେ ଅନୁଷ୍ଠିତ ହେବା ନେଇ ଉଭୟ ନେତା ସହମତ ହୋଇଥିଲେ ଏବଂ ରଣନୀତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Emerging cities see 42% growth in GCC jobs, outpacing metros: Report

Media Coverage

Emerging cities see 42% growth in GCC jobs, outpacing metros: Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi chairs 51st PRAGATI Meeting
May 27, 2026
PM reviews seven critical infrastructure projects across the Railways, Power and Road sectors
Projects reviewed span across 9 States with cumulative investment of around ₹30,000 crore
PM also reviews Ken Betwa Link Project and Swachh Bharat Mission-Urban 2.0
PM says Ken-Betwa River Inter-linking Project should serve as a model for other States to resolve inter-State water issues amicably
PM asks States to expedite the completion of solid waste management-related infrastructure, including waste processing plants and GOBARdhan plants
PM calls for mission-mode rooftop solar coverage in urban areas
Acting upon the advice of PM, system of monthly review of social sector schemes at State level operationalised, starting with review of Swachh Bharat Mission

Prime Minister Shri Narendra Modi chaired the 51st meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State governments, at Seva Teerth, earlier today.

During the meeting, the Prime Minister reviewed seven critical infrastructure projects across the Railways, Power and Road sectors covering nine States worth around ₹30,000 crore. These projects, pivotal to economic growth and public welfare, were reviewed with a focus on timelines, inter-agency coordination, and timely issue resolution. Prime Minister also reviewed Ken Betwa Link Project and Swachh Bharat Mission-Urban 2.0.

While reviewing power sector projects, Prime Minister emphasized the need to accelerate rooftop solar adoption across urban areas, with a special focus on cities, residential clusters and public institutions. He underlined that rooftop solar should be taken up in mission mode to reduce electricity costs, improve energy security and promote clean energy at the household and community level.

While reviewing road and port connectivity projects, it was emphasised that Vadhavan Port should be developed as a model of port-led, multi-modal development, where every major mode of transport is seamlessly integrated to create a future-ready logistics ecosystem. The project should not be seen merely as a port, but as a national gateway connected through coastal shipping, inland waterways, dedicated freight corridors, high-speed rail connectivity, highways and airport linkages.

Prime Minister emphasised the need for effective implementation of Swachh Bharat Mission 2.0 and underlined that the mission should move beyond infrastructure creation and ensure measurable outcomes through regular monitoring, citizen participation and convergence between various stakeholders. He asked States to expedite the completion of solid waste management-related infrastructure, including waste processing plants and GOBARdhan plants.

While reviewing Ken-Betwa River Inter-linking Project, Prime Minister observed that Ken-Betwa project should serve as a model for other States to resolve inter-State water issues through cooperation, timely clearances, technology-based monitoring and mission-mode execution. States were encouraged to identify similar opportunities where river-linking, water conservation, groundwater recharge and efficient irrigation can be taken up in an integrated manner to ensure long-term water security.

Prime Minister also underlined that the delay in the implementation of public projects leads not only to cost escalation but also deprives citizens of timely access to essential facilities and development benefits. He observed that every delay has a direct impact on people’s lives, regional growth and public resources. He stressed that Ministries, Departments and States must adopt a more proactive and time-bound approach to resolve pending issues, remove bottlenecks and ensure faster execution.

Prime Minister also emphasized that innovative use of canal networks should be explored, including installation of solar panels along canals and over canals for clean electricity generation. This would help optimize land use, reduce evaporation losses, generate renewable energy and create additional economic value from water infrastructure.

At the beginning of the meeting, the Cabinet Secretary informed that, in pursuance of the directions of the Prime Minister, a system of monthly review of social sector schemes at the State level has also been operationalised. This mechanism aims to ensure regular monitoring, faster resolution of implementation issues and greater accountability at the State and district levels. As part of this initiative, Swachh Bharat Mission has been taken up for review at the State level in the first instance.