ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ୍ ମୋରିସନ୍ ୨୧ ମାର୍ଚ୍ଚ, ୨୦୨୨ରେ ଦ୍ୱିତୀୟ ଭାରତ - ଅଷ୍ଟ୍ରେଲିଆ ଆଭାସୀ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଶିଖର ସମ୍ମିଳନୀ ୪ ଜୁନ୍ ୨୦୨୦ରେ ଅନୁଷ୍ଠିତ ପ୍ରଥମ ଐତିହାସିକ ଆଭାସୀ ଶିଖର ସମ୍ମିଳନୀର ଅନୁକ୍ରମଣିକା ଭାବରେ ଅନୁଷ୍ଠିତ ହେବାକୁ ଯାଉଛି, ଯେତେବେଳେ କି ସମ୍ବନ୍ଧକୁ ଏକ ବ୍ୟାପକ ରଣନୀତିପୂର୍ଣ୍ଣ ଭାଗିଦାରୀତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । 

ଆଗାମୀ ଆଭାସୀ ଶିଖର ସମ୍ମିଳନୀ ସମୟରେ ନେତାମାନେ ବ୍ୟାପକ ରଣନୀତିପୂର୍ଣ୍ଣ ଭାଗିଦାରୀତା ଅଧୀନରେ ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ହୋଇଥିବା ପ୍ରଗତି ସମ୍ପର୍କରେ ଆଲୋଚନା କରିବେ । ଏହି ଆଭାସୀ ସମ୍ମିଳନୀ ନୂତନ ପଦକ୍ଷେପ ଗୁଡ଼ିକ ତଥା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ପ୍ରକାରର ଉଦ୍ୟୋଗ ଗୁଡ଼ିକରେ ବର୍ଦ୍ଧିତ ସହଯୋଗ ନିମନ୍ତେ ମାର୍ଗ ପ୍ରଦର୍ଶନ କରିବ । ଅନ୍ୟାନ୍ୟ କ୍ଷେତ୍ର ଗୁଡ଼ିକ ମଧ୍ୟରେ ବାଣିଜ୍ୟ ବ୍ୟବସାୟ, ମହତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରବାସ ଗମନ ଏବଂ ଗତିଶୀଳତା ତଥା ଶିକ୍ଷା କ୍ଷେତ୍ରରେ ଅଧିକ ସହଯୋଗ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବେ ବୋଲି ଏହି ନେତାମାନଙ୍କ ଠାରୁ ଆଶା ରଖାଯାଇଛି ।

ନେତାମାନଙ୍କ ଦ୍ୱାରା ପରସ୍ପରର ହିତରେ କ୍ଷେତ୍ରୀୟ ଏବଂ ଅର୍ନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଗୁଡିକ ଉପରେ ମଧ୍ୟ ବିଚାର ଆଲୋଚନା ହେବ । ଶିଖର ସମ୍ମିଳନୀ ଦୁଇ ଦେଶଙ୍କ ଦ୍ୱାରା ସେମାନଙ୍କର ଦ୍ୱିପାକ୍ଷିକ ସମ୍ବନ୍ଧ ସହିତ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ସେମାନଙ୍କର ଘନିଷ୍ଠ ସହଯୋଗ ସହିତ ଯୋଡି ହୋଇ ରହିଥିବା ଗୁରୁତ୍ୱ ଉପରେ ଆଲୋକପାତ କରିବ । 

କୋଭିଡ୍ - ୧୯ ମହାମାରୀ ସତ୍ୱେ ଦୁଇ ଦେଶ ଭାରତ - ଅଷ୍ଟ୍ରେଲିଆ ବ୍ୟାପକ ରଣନୀତିକ ଭାଗିଦାରୀତା ଆଧାରରେ ବିଜ୍ଞାନ ଏବଂ ପ୍ରଯୁକ୍ତି, ପ୍ରତିରକ୍ଷା, ସାଇବର, ମହତ୍ୱପୂର୍ଣ୍ଣ ଏବଂ ରଣନୀତିକ ସାମଗ୍ରୀ, ଜଳ ସମ୍ବଳ ପରିଚାଳନା ତଥା ସରକାରୀ ପ୍ରଶାସନ ଏବଂ ଶାସନ ସମ୍ବନ୍ଧିତ ବ୍ୟାପକ କ୍ଷେତ୍ରରେ ପରସ୍ୱର ମଧ୍ୟରେ ଊର୍ଦ୍ଧ୍ୱମୁଖୀ ପ୍ରକ୍ଷେପକର ଗତିଶୀଳତାକୁ ବଜାୟ ରଖିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ମୋରିସନ୍ ସେପ୍ଟେମ୍ବର ୨୦୨୧ରେ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀ ଅବସରରେ କୋଭିଡ୍ - ୧୯ ମହାମାରୀ ପରେ ପ୍ରଥମ ବ୍ୟକ୍ତିଗତ- ଉପସ୍ଥିତି ବୈଠକ ନିମନ୍ତେ ୱାଶିଂଟନ୍ ଡିସିଠାରେ ସାକ୍ଷାତ କରିଥିଲେ ଏବଂ ଏକାଠି ଗ୍ଲାସ୍‌ଗୋଠାରେ ନଭେମ୍ବର ୨୦୨୧ରେ ସିଓପି ୨୬ ଅବସରରେ ପ୍ରତିରୋଧୀ ଦ୍ୱୀପପୁଂଜ ରାଷ୍ଟ୍ରଗୁଡ଼ିକଙ୍କ ନିମନ୍ତେ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଫର୍ ରେଜିଲିଏଂଟ ଆଇଲାଣ୍ଡ ଷ୍ଟେଟ୍ସ (ଆଇଆର୍‌ଆଇଏସ୍‌)ର ଶୁଭାରମ୍ଭ କରିଥିଲେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership