ଭାରତ ସର୍ବାଧିକ ସଂଖ୍ୟକ ପଦକ ଜିତିବା ଐତିହାସିକ, ଏହା ଆମ ହୃଦୟକୁ ଆନନ୍ଦରେ ଭରି ଦେଇଛି : ପ୍ରଧାନମନ୍ତ୍ରୀ
ବିଶେଷ ଆତିଥେୟ ପାଇଁ ଜାପାନ ସରକାର ଓ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତର କ୍ରୀଡ଼ା ଇତିହାସରେ ଟୋକିଓ ପାରା ଅଲିମ୍ପିକ୍ସ ସବୁବେଳେ ଏକ ବିଶେଷ ସ୍ଥାନ ସହିତ ସ୍ମରଣୀୟ ହୋଇ ରହିବ। ସେ କହିଛନ୍ତି, ଆମ ଦଳର ସମସ୍ତ ସଦସ୍ୟ ଜଣେ ଜଣେ ଚାମ୍ପିଅନ ଓ ପ୍ରେରଣାର ସ୍ରୋତ।

ଆମର କ୍ରୀଡ଼ାବିତମାନଙ୍କୁ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ସେମାନଙ୍କର କୋଚ, ସହାୟକ କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ଏହି ଅଲିମ୍ପିକ୍ସଗୁଡ଼ିକ ଜରିଆରେ ବିଶେଷ ଆତିଥେୟ, ସୁବ୍ୟବସ୍ଥିତ ଆୟୋଜନ ଏବଂ ସହନଶୀଳତା ଓ ବନ୍ଧୁତାର ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାର ପ୍ରସାର କରିଥିବାରୁ ସେ ମଧ୍ୟ ଜାପାନ, ବିଶେଷ କରି ଟୋକିଓର ଜନସାଧାରଣ ଏବଂ ଜାପାନ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ଏହାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର କ୍ରୀଡ଼ା ଇତିହାସରେ ଟୋକିଓ ପାରା ଅଲିମ୍ପିକ୍ସ ସବୁବେଳେ ଏକ ବିଶେଷ ସ୍ଥାନ ସହିତ ସ୍ମରଣୀୟ ହୋଇ ରହିବ। ଏହି କ୍ରୀଡ଼ା ପ୍ରତ୍ୟେକ ଭାରତୀୟଙ୍କ ମାନସପଟରେ ସ୍ମରଣୀୟ ହୋଇ ରହିବ ଏବଂ କ୍ରୀଡ଼ାକୁ ଗ୍ରହଣ କରିବା ଲାଗି ଅନେକ ପିଢ଼ିକୁ ଅନୁପ୍ରାଣିତ କରିଚାଲିବ। ଭାରତ ସର୍ବାଧିକ ସଂଖ୍ୟକ ପଦକ ଜିତିବା ଐତିହାସିକ, ଏହା ଆମ ହୃଦୟକୁ ଆନନ୍ଦରେ ଭରି ଦେଇଛି। କ୍ରୀଡ଼ାବିତମାନଙ୍କୁ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ସେମାନଙ୍କର କୋଚ, ସହାୟକ କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କୁ ମୁଁ ପ୍ରଶଂସା କରିବାକୁ ଚାହୁଁଛି। ଆମେ ଆଶା କରୁଛୁ ଯେ ଏହି ସଫଳତା କ୍ରୀଡ଼ା କ୍ଷେତ୍ରରେ ଅଧିକ ଲୋକଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବ।

ଯେପରି ମୁଁ ପୂର୍ବରୁ କହିସାରିଛି, ଜାପାନ, ବିଶେଷ କରି ଟୋକିଓର ଜନସାଧାରଣ ଏବଂ ଜାପାନ ସରକାରଙ୍କୁ ସେମାନଙ୍କର ବିଶେଷ ଆତିଥେୟ, ସୁବ୍ୟବସ୍ଥିତ ଆୟୋଜନ ଏବଂ ସହନଶୀଳତା ଓ ବନ୍ଧୁତାର ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାର ପ୍ରସାର କରିଥିବାରୁ ନିଶ୍ଚିତ ଭାବେ ପ୍ରଶଂସା କରାଯିବା ଉଚିତ୍।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi