ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶବାସୀଙ୍କ ସଂଘର୍ଷ ଓ ସେମାନଙ୍କର ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ।

ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ବିଭାଜନର ଯନ୍ତ୍ରଣାକୁ କେବେ ଭୁଲି ହେବ ନାହିଁ। ଅମାନବୀୟ ଘୃଣା ଓ ହିଂସା କାରଣରୁ ଆମର ଲକ୍ଷାଧିକ ଭଉଣୀ ଓ ଭାଇମାନେ ବାସହରା ହୋଇଯାଇଥିଲେ ଏବଂ ବହୁ ସଂଖ୍ୟକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା। ନିଜ ଲୋକମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରୂପରେ ପାଳନ କରାଯିବ।

#PartitionHorrorsRemembranceDay ଆମକୁ ଏହା ସ୍ମରଣ କରାଇବ ଯେ ସାମାଜିକ ଭେଦଭାବ ଓ ବିଦ୍ବେଷକୁ ଦୂର କରିବା ତଥା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବୀୟ ସମ୍ବେଦନଶୀଳତାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।”

ଦେଶ ବିଭାଜନର ଯନ୍ତ୍ରଣାକୁ କେବେ ଭୁଲି ହେବ ନାହିଁ। ଘୃଣା ଓ ହିଂସା କାରଣରୁ ଆମର ଲକ୍ଷାଧିକ ଭଉଣୀ ଓ ଭାଇମାନଙ୍କୁ ବାସଚ୍ୟୁତ ହେବା ଓ ଜୀବନ ହରାଇବାକୁ ପଡ଼ିଥିଲା। ସେହି ଲୋକମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମରଣରେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

#PartitionHorrorsRemembranceDayର ଏହି ଦିବସ ଆମକୁ ଭେଦଭାବ, ବିଦ୍ବେଷ ଓ ଦୁର୍ଭାବନାର ବିଷକୁ ସମାପ୍ତ କରିବା ଲାଗି କେବଳ ଅନୁପ୍ରାଣିତ କରିବ ନାହିଁ, ବରଂ ଏହାଦ୍ବାରା ଏକତା, ସାମାଜିକ ସଦ୍ଭାବ ଓ ମାନବୀୟ ସମ୍ବେଦନଶୀଳତାକୁ ମଧ୍ୟ ସୁଦୃଢ଼ କରିବ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi