ଛାତ୍ରଛାତ୍ରୀ-ଅଭିଭାବକମାନେ ଭର୍ଚୁଆଲ୍ ମତ ବିନିମୟ କାର୍ଯ୍ୟକ୍ରମରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା ସମବେତ ହୋଇଥିଲେ ଏବଂ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ସ୍ୱରୂପ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାରୁ ସେମାନେ ଚକିତ ହୋଇଯାଇଥିଲେ । ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରିପ୍ରେକ୍ଷୀରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ଅଧିବେଶନ ଆୟୋଜିତ ହୋଇଥିଲା । ‘ଆଶା କରୁଛି ତୁମ୍ଭମାନଙ୍କର ଅନ୍ଲାଇନ୍ କାର୍ଯ୍ୟକ୍ରମରେ ମୁଁ ବାଧା ସୃଷ୍ଟି କରିନାହିଁ’ କହି ପ୍ରଧାନମନ୍ତ୍ରୀ ତାଙ୍କ କଥା ଆରମ୍ଭ କରିଥିଲେ ଏବଂ ଚକିତ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ ବେଶ୍ ଆନନ୍ଦିତ ହୋଇଥିଲେ । ଏଭଳି ଉତ୍ସାହଜନକ ମାହୋଲରେ ନିଜକୁ ସାମିଲ କରି ଶ୍ରୀ ମୋଦୀ ପରୀକ୍ଷା ଚାପ ହ୍ରାସ ବାବଦରେ ଉଲ୍ଲେଖ କରିବା ସହ ଆଶ୍ୱସ୍ତ ଛାତ୍ରଛାତ୍ରୀମାନଙ୍କ ସହ କିଛି ହାଲୁକା ମୁହୂର୍ତ୍ତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ନିଜର କିଛି ବ୍ୟକ୍ତିଗତ ଘଟଣା ବିନିମୟ କରି ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଥିଲେ । ପଞ୍ଚକୁଳାର ଜଣେ ଛାତ୍ର ଅନେକ ଦିନ ହେଲା ପରୀକ୍ଷାକୁ ନେଇ ଲାଗିରହିଥିବା ଚିନ୍ତା ବାବଦରେ କହିବା ପରେ, ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ଆବାସ ସ୍ଥାନ କେଉଁ ସେକ୍ଟରରେ ବୋଲି ପଚାରିଥିଲେ ଏବଂ ସେ ମଧ୍ୟ ଉକ୍ତ ଅଞ୍ଚଳରେ ଅନେକ ଦିନ ଧରି ରହିଥିବା ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ପିଲାମାନେ ଖୋଲାଖୋଲି ଭାବେ କଥାବାର୍ତ୍ତା ହୋଇଥିଲେ ଏବଂ ନିଜ ସମସ୍ୟା ଓ ମତାମତ ବାବଦରେ ଖୋଲାଖୋଲି ଅବଗତ କରାଇଥିଲେ । ମହାମାରୀ ମଧ୍ୟରେ ପରୀକ୍ଷା ବାତିଲ ହୋଇଥିବାରୁ ହିମାଚଳ ପ୍ରଦେଶ ଅନ୍ତର୍ଗତ ସୋଲାନର ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଏହାକୁ ଏକ ଭଲ ନିଷ୍ପତ୍ତି ଭାବେ ପ୍ରଶଂସା କରିଥିଲେ । କିଛି ଲୋକ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଆଦି କୋଭିଡ ପ୍ରୋଟୋକଲ ପାଳନ କରୁ ନ ଥିବାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରୀ ଜଣକ ନିଜ ଅଞ୍ଚଳରେ ଆୟୋଜିତ କରିଥିବା ସଚେତନତା କାର୍ଯ୍ୟକ୍ରମ ବାବଦରେ ବ୍ୟାଖ୍ୟା କରିଥିଲେ । ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ଏକ ସ୍ପଷ୍ଟ ଆଶ୍ୱସ୍ତିଭାବ ଦେଖିବାକୁ ମିଳିଥିଲା, କାରଣ ସେମାନେ ମହାମାରୀର ଭୟାବହତାକୁ ନେଇ ଚିନ୍ତିତ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପରୀକ୍ଷା ବାତିଲ କରାଯିବାର ନିଷ୍ପତ୍ତି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପିତାମାତାମାନେ ମଧ୍ୟ ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ସକାରାତ୍ମକ ଭାବେ ଗ୍ରହଣ କରିଥିଲେ । ଏହି ଖୋଲା ତଥା ସୁସ୍ଥ ଆଲୋଚନାର ଭାବନାରେ, ପ୍ରଧାନମନ୍ତ୍ରୀ ଏକ ଅତିଶୟୋକ୍ତିପୂର୍ଣ୍ଣ ଇସାରା ପୂର୍ବକ ଆଲୋଚନାରେ ସାମିଲ ହେବା ପାଇଁ ସମସ୍ତ ପିତାମାତାଙ୍କୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଯେବେ ପରୀକ୍ଷା ରଦ୍ଦ ହେବା ପରେ ଅଚାନକ ସୃଷ୍ଟି ହୋଇଥିବା ଶୂନ୍ୟତା ବାବଦରେ ପଚାରିଲେ, ଜଣେ ଛାତ୍ର ଉତ୍ତର ଦେଇ କହିଲେ, ‘‘ସାର୍ ପରୀକ୍ଷାଗୁଡ଼ିକୁ ଏକ ଉତ୍ସବ ଭାବେ ପାଳନ କରାଯିବା ଉଚିତ ବୋଲି ଆପଣ କହିଥିଲେ । ତେଣୁ, ପରୀକ୍ଷାକୁ ନେଇ ମୋ ମନରେ କୌଣସି ଭୟ ନ ଥିଲା ।’’ ଗୌହାଟୀର ଜଣେ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ ‘ଏକ୍ଜାମ୍ ୱାରିୟର୍ସ’କୁ ଶ୍ରେୟ ଦେଇଥିଲେ, ଯାହାକୁ ସେ ଦଶମ ଶ୍ରେଶୀରୁ ପଢୁଥିଲେ । ଏଭଳି ଅନିଶ୍ଚିତ ସମୟର ମୁକାବିଲା ପାଇଁ ଯୋଗ ବଡ଼ କାମରେ ଆସିଥିବା ଛାତ୍ରଛାତ୍ରୀମାନେ ଦର୍ଶାଇଥିଲେ ।

କଥାବାର୍ତ୍ତା ଏତେ ସ୍ୱତସ୍ଫୂର୍ତ୍ତ ହୋଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କୁ ଏହାର ଆୟୋଜନ ପାଇଁ ଏକ ଉପାୟ ବାହାର କରିବାକୁ ପଡ଼ିଥିଲା । ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ କାଗଜ ଖଣ୍ଡରେ ନିଜ ପରିଚୟ ସଂଖ୍ୟା ଲେଖିବା ପାଇଁ କହିଥିଲେ, ଯଦ୍ଦ୍ୱାରା ସେ ସେମାନଙ୍କୁ ଡାକିପାରିବେ ଏବଂ କଥାବାର୍ତ୍ତା ଲାଗି ସମନ୍ୱୟ କରିପାରିବେ । ଉତ୍ସାହୀ ଛାତ୍ରଛାତ୍ରୀମାନେ ଆନନ୍ଦିତ ହୋଇ ଏହି ବ୍ୟବସ୍ଥାକୁ ପାଳନ କରିଥିଲେ । ଆଲୋଚନାର ପ୍ରସଙ୍ଗଗୁଡ଼ିକୁ ଆହୁରି ବ୍ୟାପକ କରିବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ପରୀକ୍ଷା ବାତିଲ ନିଷ୍ପତ୍ତିରୁ ଧ୍ୟାନ ହଟାଇବା ଲାଗି ନିଦେ୍ର୍ଦଶ ଦେଇଥିଲେ । ଛାତ୍ରଛାତ୍ରୀ ଓ ପିତାମାତାମାନେ ଏହାକୁ ତୁରନ୍ତ ମାନିନେବାକୁ ଯାଇ ନୃତ୍ୟ, ୟୁଟୁ୍ୟବ ମୁ୍ୟଜିକ ଚ୍ୟାନେଲ, ବ୍ୟାୟାମ ଓ ରାଜନୀତି ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ବିଶେଷ ଭାବେ ନିଜ କ୍ଷେତ୍ରଗୁଡ଼ିକର ସନ୍ଦର୍ଭରେ ଭାରତ ସ୍ୱାଧୀନତାର ୭୫ ବର୍ଷ ଉପରେ ଗବେଷଣା ଏବଂ ଏକ ପ୍ରବନ୍ଧ ଲେଖିବା ପାଇଁ କହିଥିଲେ ।

ବୈଠକରେ, ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କର ଟିମ୍ ସ୍ପିରିଟ ଭାବନାର ପ୍ରଶଂସା କରିଥିଲେ, ଯାହା ସେମାନଙ୍କ ସାର୍ବଜନିକ ଭାଗୀଦାରି ଓ ଟିମୱର୍କ ମାଧ୍ୟମରେ କୋଭିଡ-୧୯ ଦ୍ୱିତୀୟ ଲହର ବେଳେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ ଯେ ସେମାନେ କ’ଣ ଆଇପିଏଲ, ଚାମ୍ପିଅନ୍ସ ଲିଗ୍ ଦେଖିବେ ଅଥବା ଅଲିମ୍ପିକ୍ସ ବା ଅନ୍ତର୍ଜାତୀୟ ଯୋଗ ଦିବସକୁ ଅପେକ୍ଷା କରିବେ, ଯାହାର ଜବାବରେ ଜଣେ ଛାତ୍ର କହିଥିଲେ ଯେ ଏବେ ତାଙ୍କୁ କଲେଜରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ଯଥେଷ୍ଟ ସମୟ ମିଳିଗଲା । ପରୀକ୍ଷା ବାତିଲ ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସମୟକୁ ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride