ସେୟାର
 
Comments

ଉତ୍ତର ଗୁଜୁରାଟର ମେହଶନା ଜିଲ୍ଲାର ଏକ ଅଖ୍ୟାତ ସହର ଭାଡନଗରର ଗଳିରୁ ନରେନ୍ଦ୍ର ମୋଦୀଙ୍କ ଯାତ୍ରା ଆରମ୍ଭ । ଭାରତ ସ୍ୱାଧୀନ ହେବାର ମାସକ ପରେ ଓ ସାଧାରଣତନ୍ତ୍ର ହେବାର 3 ବର୍ଷ ପରେ 1950 ମସିହା ସେପ୍ଟେମ୍ବର 17ରେ ମୋଦୀ ଜନ୍ମ ଗ୍ରହଣ କରିଥିଲେ । ଦାମୋଦର ଦାସ ମୋଦୀ ଓ ହିରାବା ମୋଦୀଙ୍କର 6ଟି ସନ୍ତାନଙ୍କ ମଧ୍ୟରୁ ତୃତୀୟ ହେଉଛନ୍ତି ନରେନ୍ଦ୍ର ମୋଦୀ । ଭାଡନଗର ଏପରି ଏକ ସହର ଯାହାକି ଐତିହାସିକ ଗୁରୁତ୍ୱ ବହନ କରେ । ପତ୍ନତତ୍ତ୍ୱ ଖନନ ଦ୍ୱାରା ଜଣାପଡେ ଯେ ଏହା ଶିକ୍ଷା ଓ ଆଧ୍ୟାତ୍ମିକତାର ଏକ ଜୀବନ୍ତ କେନ୍ଦ୍ର ଥିଲା । ଚୀନ ପରିବ୍ରାଜକ ହୁଏନସାଂ ଭାଡନଗର ପରିଭ୍ରମଣରେ ଆସିଥିଲେ । ଭାଡନଗରର ମଧ୍ୟ ବୈଦ୍ଧ ଧର୍ମର ଏକ ସମୃଦ୍ଧ ଐତିହ୍ୟ ରହିଛି । ଏକ ଶତାବ୍ଦୀ ପୂର୍ବରୁ ଏହି ସହରରେ ପ୍ରାୟ 10,000 ବୌଦ୍ଧ ସନ୍ୟାସୀ ରହୁଥିଲେ ।

vad1


ବଡନଗର ଷ୍ଟେସନ ,ଯେଉଁଠାରେ ନରେନ୍ଦ୍ର ମୋଦିଙ୍କ ପିତାଙ୍କର ଏକ ଚା' ଦୋକାନ ଥିଲା ଏବଂ ସେଠାରେ ନରେନ୍ଦ୍ର ମୋଦି ମଧ୍ୟ ଚା' ବିକ୍ରି କରୁଥିଲେ 

ନରେନ୍ଦ୍ର ମୋଦୀଙ୍କ ପିଲାଦିନ ଓ ଲାଳନ ପାଳନ ଏତେଟା ସମୃଦ୍ଧି ମଧ୍ୟରେ ହୋଇନଥିଲା । ତାଙ୍କ ପରିବାର ଗରିବ ଶ୍ରେଣୀର ଥିଲା ଓ ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଥିଲା । ସମସ୍ତ ପରିବାର ଗୋଟିଏ ଛୋଟିଆ ଏକ ମହଲା ଘରେ (ଆନୁମାନିକ 40 x 12 ଫୁଟ) ରହୁଥିଲେ । ପାଖରେ ଥିବା ରେଳ ଷ୍ଟେସନରେ ତାଙ୍କ ବାପା ନିଜର ଏକ ଦୋକାନରେ ଚା’ ବିକୁଥିଲେ । ପିଲାବେଳ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବାପାଙ୍କୁ ଏହି କାମରେ ସାହାଯ୍ୟ କରୁଥିଲେ ।


ପିଲାବେଳର ଏହି ସମୟ ନରେନ୍ଦ୍ର ମୋଦୀଙ୍କ ମାନସପଟରେ ଗଭୀର ପ୍ରଭାବ ପକାଇଥିଲା । ଛୋଟପିଲା ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ତାଙ୍କ ପଢ଼ା, ଶିକ୍ଷାନୁଷ୍ଠାନ ବାହାରର ଜୀବନ ଓ ପାରିବାରିକ ଚା’ ଦୋକାନ ପ୍ରତି ତାଙ୍କର ଯୋଗଦାନ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିଲେ । ତାଙ୍କ ସ୍କୁଲ ସାଙ୍ଗମାନେ କୁହନ୍ତି ଯେ ନରେନ୍ଦ୍ର ଜଣେ ପରିଶ୍ରମୀ ଛାତ୍ର ଥିଲେ । ପଢ଼ା ଓ ବିତର୍କ ପ୍ରତି ମଧ୍ୟ ମୋଦୀଙ୍କର ସ୍ୱତନ୍ତ୍ର ପସନ୍ଦ ଥିଲା । ସ୍କୁଲ ପାଠାଗାରରେ ଘଣ୍ଟା ଘଣ୍ଟା ଧରି ସେ ପଢ଼ାରେ ମଗ୍ନ ରହୁଥିଲେ । ଖେଳକୁଦ ମଧ୍ୟରେ ସେ ସନ୍ତରଣ କରିବାକୁ ଭଲ ପାଉଥିଲେ । ସବୁ ସମ୍ପ୍ରଦାୟରୁ ମୋଦୀଙ୍କର ଅନେକ ବନ୍ଧୁ ଥିଲେ । ତାଙ୍କ ପଡିଶାରେ ମୋଦୀଙ୍କର ଅନେକ ମୁସଲମାନ ବନ୍ଧୁ ଥିଲେ, ତେଣୁ ପିଲାବେଳେ ଅନେକ ସମୟରେ ସେ ଅନେକ ହିନ୍ଦୁ ଓ ମୁସଲମାନ ପର୍ବ ପାଳନ କରିଥିଲେ ।

Humble Beginnings: The Early Years
ଛୋଟବେଳେ ସେନାବାହିନୀରେ ଯୋଗଦେବା ନରେନ୍ଦ୍ର ମୋଦୀଙ୍କର ଏକ ସ୍ୱପ୍ନ ଥିଲା କିନ୍ତୁ ଭାଗ୍ୟ କିଛି ଅଲଗା ହିଁ ଭାବି ରଖିଥିଲା…

ଶ୍ରେଣୀଗୃହରୁ ଆରମ୍ଭ ହୋଇ କାର୍ଯ୍ୟାଳୟର ପରିବେଶରେ ଶେଷ ହେଉଥିବା ପାରମ୍ପରିକ ଜୀବନର ବହୁ ଉଦ୍ଧ୍ୱର୍ରେ ଥିଲା ତାଙ୍କ ଚିନ୍ତାଧାରା ଓ ସ୍ୱପ୍ନ । ସେ ସେଠାକୁ ଯାଇ ସମାଜରେ ଭିନ୍ନ କିଛି କରିବାକୁ ଚାହୁଁଥିଲେ...ଜନସାଧାରଣଙ୍କ ଆଖିରୁ ଲୁହ ପୋଛିବା ସହ ସେମାନଙ୍କ ଦୁଃଖ ଯନ୍ତ୍ରଣା ଦୂର କରିବାକୁ ଚାହୁଁଥିଲେ । ତ୍ୟାଗ ଓ ବୈରାଗ୍ୟ ପ୍ରତି  ପିଲାଟି ବେଳରୁ ତାଙ୍କ ଆଗ୍ରହ ବୃଦ୍ଧି ପାଇଥିଲା । ସେ ଲୁଣ, ଲଙ୍କା, ତେଲ ଓ ମସଲା ଖାଇବା ଛାଡ଼ି ଦେଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଲେଖାକୁ ତନ୍ନ ତନ୍ନ କରି ପଢ଼ିବା ଦ୍ୱାରା ନରେନ୍ଦ୍ର ମୋଦୀଙ୍କ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ ହୋଇଯାଇଥିଲା ଏବଂ ଏହାଫଳରେ ବିବେକାନନ୍ଦଙ୍କ ସ୍ୱପ୍ନ ‘ଜଗଦ ଗୁରୁ ଭାରତ’ କୁ ସଫଳ କରିବାକୁ ମୋଦୀ ନିଜର ଲକ୍ଷ୍ୟ ବୋଲି ସ୍ଥିର କରି ନେଇଥିଲେ ।

ଯଦି ଗୋଟିଏ ଶବ୍ଦରେ ନରେନ୍ଦ୍ର ମୋଦୀଙ୍କ ପିଲାବେଳେକୁ ଚିତ୍ରଣ କରିବାକୁ ପଡେ ଯାହାକୁ ବାକି ଜୀବନ ତାଙ୍କ ସହିତ ରହିଥିଲା, ତାହା ହେଉଛି ସେବା । ଯେତେବେଳେ ତପି ନଦୀରେ ବନ୍ୟା ଆସି ବିଭୀଷିକା ସୃଷ୍ଟି କରୁଥିଲା, ସେତେବେଳେ 9 ବର୍ଷର ନରେନ୍ଦ୍ର ମୋଦୀ ତାଙ୍କ ସାଙ୍ଗମାନଙ୍କ ସହ ଖାଦ୍ୟ ଷ୍ଟଲ ଖୋଲି ଲୋକମାନଙ୍କର ସହାୟତା କରୁଥିଲେ । ଯେତେବେଳେ ପାକିସ୍ତାନ ସହିତ ଘମାଘୋଟ ଯୁଦ୍ଧ ଲାଗିଥିଲା, ସେତେବେଳେ ସେ ସୀମାକୁ ଯାଉଥିବା ଓ ସେଠାରୁ ଆସୁଥିବା ଯବାନମାନଙ୍କୁ ଚା’ ଦେଉଥିଲେ । ଏହା ଏକ ଛୋଟ ପଦକ୍ଷେପ ଥିଲା, ମାତ୍ର ଏହା ଭାରତ ମାତାର ସେବା କରିବା ନେଇ ଛୋଟ ବୟସରୁ ମଧ୍ୟ ତାଙ୍କ ଦୃଢ଼ ସଂକଳ୍ପକୁ ସୂଚାଉ ଥିଲା ।

ଛୋଟବେଳେ ଭାରତୀୟ ସେନାବାହିନୀରେ ଯୋଗଦେବା ନରେନ୍ଦ୍ର ମୋଦୀଙ୍କର ଏକ ସ୍ୱପ୍ନ ଥିଲା । ତାଙ୍କ ସମୟର ଅନେକ ପିଲାମାନେ ଭାବୁଥିଲେ ଯେ ସେନାରେ କାର୍ଯ୍ୟ କରିବା ହିଁ ଭାରତ ମାତାର ସର୍ବଶ୍ରେଷ୍ଠ ସେବା । ତେବେ ଭାଗ୍ୟବାଦ ହେଉ ବା ଅନ୍ୟକିଛି, ତାଙ୍କ ପରିବାର ଏହି ଚିନ୍ତାଧାରାର ଘୋର ବିରୋଧି ଥିଲେ । ଜାମନଗର ପାଖରେ ଥିବା ସୈନିକ ସ୍କୁଲରେ ପଢ଼ିବା ଲାଗି ମୋଦୀ ଖୁବ ଆଗ୍ରହୀ ଥିଲେ । ମାତ୍ର ଯେତେବେଳେ ସ୍କୁଲ ଫିସ୍ ଦେବାକୁ ପଡିଲା, ସେତେବେଳେ ଘରେ ପଇସା ନଥିଲା । ଏହାଫଳରେ ନିଶ୍ଚିତ ଭାବେ ନରେନ୍ଦ୍ର ହତୋତ୍ସାହିତ ହୋଇଥିଲେ, ମାତ୍ର ଜୱାନର ପୋଷାକ ପିନ୍ଧିନପାରି ହତୋତ୍ସାହିତ ହୋଇପଡିଥିବା ଏହି ଛୋଟପିଲାଟିକୁ ନେଇ ଭାଗ୍ୟର ଯୋଜନା ଥିଲା ଭିନ୍ନ । ପରବର୍ତ୍ତୀ ସମୟରେ ସେ ଜନସାଧାରଣଙ୍କ ସେବା କରିବା ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଥିଲେ ଯାହାକି ତାଙ୍କୁ ଏକ ଅସାଧାରଣ ପଥରେ ଭାରତ ବ୍ୟାପୀ ଯାତ୍ରା କରାଇଥିଲା ।

vad4


ନିଜ ମାଁଙ୍କ ଆଶୀର୍ବାଦ ନେବା ସମୟରେ

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PM Modi highlights M-Yoga app in International Yoga Day address. Here's all you need to know

Media Coverage

PM Modi highlights M-Yoga app in International Yoga Day address. Here's all you need to know
...

Nm on the go

Always be the first to hear from the PM. Get the App Now!
...
ମୋଦୀ ସରକାରଙ୍କ 7 ବର୍ଷ କିପରି ଭାରତକୁ ପରିବର୍ତ୍ତନ କରିଛି : ଅଖିଳେଶ ମିଶ୍ର
May 31, 2021
ସେୟାର
 
Comments

ଅଖିଳେଶ ମିଶ୍ର ଲେଖିଛନ୍ତି, " ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିନିୟମ ପରିବର୍ତ୍ତନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ବିଶେଷ କରି ମାକ୍ରୋ ଅର୍ଥନୀତି ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ମାଇକ୍ରୋ ଅର୍ଥନୀତିକୁ ରାଜ୍ୟଗୁଡ଼ିକ ପର୍ଯ୍ୟନ୍ତ ସୀମିତ ରଖାଯାଉଥିଲା ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ସରକାର ବର୍ତ୍ତମାନ ଦୁଇ ବର୍ଷ ପୂରଣ କରିଛନ୍ତି। ମୋଟ ଉପରେ ନରେନ୍ଦ୍ର ମୋଦୀ ସାତ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଛନ୍ତି। ସରକାରଙ୍କ ମୁଖ୍ୟ ଭାବରେ ତାଙ୍କର ସଫଳତା ଏବଂ ଅଭାବକୁ ଆକଳନ କରିବାକୁ ଏହା ଏକ ଦୀର୍ଘ ସମୟ । ତେବେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ ମୋଦୀଙ୍କ କାର୍ଯ୍ୟକାଳକୁ କିପରି ମୂଲ୍ୟାଙ୍କନ କରିବା ଉଚିତ ?

ଅବଶ୍ୟ ଆକଳନ କରିବାର ଗୋଟିଏ ଉପାୟ ହେଉଛି ସଫଳତାର ତାଲିକା, ଯାହା ମଧ୍ୟରୁ ଅଧିକାଂଶ ପରିମାଣିକ । ଉଦାହରଣ ସ୍ୱରୂପ, ଫ୍ଲାଗସିପ୍ ଯୋଜନାଗୁଡ଼ିକ ମାଧ୍ୟମରେ ପହଞ୍ଚୁଥିବା ଲାଭ ଅତ୍ୟନ୍ତ ଅସାଧାରଣ । ଜନଧନ ଯୋଜନା ମାଧ୍ୟମରେ 42 କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେମାନଙ୍କୁ ବ୍ୟାଙ୍କ ସହିତ ଯୋଡ଼ିବା, ଭାରତର ପ୍ରତ୍ୟେକ ପରିବାରକୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କରିବାକୁ ପଡିବ । ମୁଦ୍ରା ଯୋଜନା ମାଧ୍ୟମରେ 29 କୋଟି ଋଣ ମଞ୍ଜୁର କରି, ଏକ ଉଦ୍ୟୋଗୀ ବିପ୍ଳବର ବୀଜ ବୁଣିବା ଏବଂ ସେହିଭଳି ୟୁପିଆଇ ମାଧ୍ୟମରେ ଡିଜିଟାଇଜେସନ୍ କରି (2020 ରେ 25 ବିଲିୟନ ବାସ୍ତବ କାଳୀନ କାରବାର) ଭାରତକୁ ସବୁଠାରୁ ବଡ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ କରିବା ସାମିଲ ଅଛି ।

ତଥାପି, ଏହି ଉଲ୍ଲେଖନୀୟ ସଂଖ୍ୟା ବାହାରେ ମୋଦୀଙ୍କ ସଫଳତା କିମ୍ବା ବିଫଳତା ଆକଳନ କରିବାର ଅନ୍ୟ ଏକ ଉପାୟ ଅଛି - ଆମର ଜାତୀୟ ଚରିତ୍ରରେ ପରିବର୍ତ୍ତନ । ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କିଛି ପରିବର୍ତ୍ତନ କ'ଣ ?

ପ୍ରଥମତଃ, ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ନୀତି ନିର୍ଦ୍ଧାରଣକୁ ମୌଳିକ ଭାବେ ପରିବର୍ତ୍ତନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ବିଶେଷ କରି ମାକ୍ରୋ ଅର୍ଥନୀତି ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ମାଇକ୍ରୋ ଅର୍ଥନୀତିକୁ ରାଜ୍ୟଗୁଡ଼ିକ ପର୍ଯ୍ୟନ୍ତ ସୀମିତ ରଖାଯାଉଥିଲା । ସେଥିପାଇଁ ସ୍ୱାଧୀନତାର 66 ବର୍ଷରୁ ଅଧିକ ସମୟ ପରେ ମଧ୍ୟ (2014 ରେ ମୋଦୀ କ୍ଷମତାକୁ ଆସିବା ପୂର୍ବରୁ), ଦେଶ ଏପର୍ଯ୍ୟନ୍ତ ଏହାର ସମସ୍ତ ଗ୍ରାମକୁ ବିଦ୍ୟୁତକରଣ କରିବାକୁ କିମ୍ବା ପ୍ରତ୍ୟେକ ଗ୍ରାମରେ ଉପଯୁକ୍ତ ପରିମଳ କଭରେଜ୍ ସୁନିଶ୍ଚିତ କରିବା କିମ୍ବା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଲଭ କରିବା ପାଇଁ ସଂଘର୍ଷ କରୁଥିଲା ।

ମୋଦୀ ଏହି ଅସନ୍ତୁଳନକୁ ସଂଶୋଧନ କରିଛନ୍ତି। ତେଣୁ, ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପାଇବା ସୁନିଶ୍ଚିତ କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ଯେପରି ଘରୋଇକରଣ ପାଇଁ ଏକ ନୀତି ଢାଞ୍ଚା ସୃଷ୍ଟି କରିବା କିମ୍ବା ନୂତନ କୃଷି ଆଇନ ସହିତ କୃଷି କ୍ଷେତ୍ର ପାଇଁ ଏକ ନୂତନ ପ୍ରତିମାନ ସୃଷ୍ଟି କରିବା । ମୋଦୀ ଏହି କ୍ଷେତ୍ରରେ ବହୁତ ଅଗ୍ରଗତି କରିବାରେ ସକ୍ଷମ ହୋଇଛନ୍ତି।

ଦ୍ୱିତୀୟତଃ, ମୋଦୀ କେନ୍ଦ୍ର ସରକାରଙ୍କଠାରୁ 'ଦ୍ୱିତୀୟ ଶ୍ରେଷ୍ଠ' ବିତରଣ ଆଶା କରିବାର ମାନସିକତାକୁ ସବୁଦିନ ପାଇଁ ବଦଳାଇ ଦେଇଛନ୍ତି। ଏହି ଦେଶର ଲୋକମାନେ ଆଉ ଲାଗାର୍ଡ କିମ୍ବା ଅନୁଗାମୀ ଥିବାରୁ ସନ୍ତୁଷ୍ଟ ହେବେ ନାହିଁ । ଯଦି ବିଶ୍ୱ ଏକ ବର୍ଷରୁ କମ୍ ସମୟ ମଧ୍ୟରେ କୋଭିଡ-19 ର ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ଟିକା ବିକଶିତ କରେ, ତେବେ ଆମେ ବର୍ତ୍ତମାନ ଆଶା କରୁଛୁ ଯେ ଭାରତ କେବଳ ଘରୋଇ ଟିକା ସହିତ ସେହି ଦୌଡ଼ରେ ଅଗ୍ରଣୀ ହେବ ନାହିଁ, ବରଂ ବିଶ୍ୱର ଦ୍ରୁତତମ ଗତିରେ ଟିକାକରଣ ମଧ୍ୟ କରିବ ।

ତୃତୀୟତଃ, ମୋଦୀ ଗତ 70 ବର୍ଷର ଆମର ଚରିତ୍ରକୁ ବଦଳାଇ ଦେଇଛନ୍ତି, ଯିଏ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ମୁଖୀନ ହେବାକୁ ପଛଘୁଞ୍ଚା ଦେଉଥିଲେ । ୱାନ୍ ବେଲ୍ଟ-ୱାନ୍ ରୋଡ୍ ପଦକ୍ଷେପରୁ ଦକ୍ଷିଣ ଚୀନ୍ ସାଗରକୁ ଯାଉଥିବା ଚୀନ୍ ଡୋକଲାମ୍ ଏବଂ ପାଙ୍ଗୋଙ୍ଗ ହ୍ରଦରୁ ପଛକୁ ଫେରିଥିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ବୁଝାମଣାଠାରୁ ଆରମ୍ଭ କରି ମୁକ୍ତ ବାଣିଜ୍ୟ ଚୁକ୍ତି ପର୍ଯ୍ୟନ୍ତ, ବୃହତ ବହୁରାଷ୍ଟ୍ରୀୟ ନିଗମ ଏବଂ ବିଶ୍ୱ ସ୍ତରୀୟ ଥିଙ୍କଟ୍ୟାଙ୍କ ଭାରତ ସହିତ ସହମତ ହେବାର ଛଳନା କରୁଥିଲେ, କିନ୍ତୁ ବର୍ତ୍ତମାନ ସମସ୍ତେ ହୃଦୟଙ୍ଗମ କଲେ ଯେ ଏହି 2021 ର ଭାରତ 2014 ପୂର୍ବରୁ ଜାଣିଥିବା ଭାରତ ନୁହେଁ ।

ଚତୁର୍ଥତଃ, ଆମର ବୈଦେଶିକ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଏହା ଆଉ ନୈତିକ ବିଜ୍ଞାନ ବ୍ୟାଖ୍ୟାନରୁ ନୁହେଁ, ବରଂ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ କଠିନ ମୂଳ ଜାତୀୟ ସ୍ୱାର୍ଥରେ ସଂଚାଳିତ ହୁଏ । ବ୍ୟବହାରିକ ରାଜନୀତି ,ବର୍ତ୍ତମାନ ଦେଖେଇ ହେବାରୁ ଦୂରେଇ ଯାଇ ଅସ୍ତ୍ରାଗାରର ଏକ ଅଂଶ ହୋଇଛି ।

ପଞ୍ଚମତଃ, ଘରୋଇ ଉଦ୍ୟୋଗ ପାଇଁ ସମ୍ମାନ ଏବଂ ବୈଧ ଲାଭ-ପ୍ରାପ୍ତି ଆଉ ବର୍ଜିତ ନୁହେଁ ।ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଉଦ୍ୟୋଗୀମାନଙ୍କୁ ରାଷ୍ଟ୍ର ନିର୍ମାଣକାରୀ କହି ସେମାନଙ୍କ ରକ୍ଷା କରିଛନ୍ତି, ଏହା ନୀତିରେ ପୂର୍ବରୁ ହିଁ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ସମୟ ସହିତ ସେମାନଙ୍କର ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଅବଦାନ ହୋଇପାରେ ।

ଷଷ୍ଠତଃ, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସାମାଜିକ ବନ୍ଧନରୁ ମୁକ୍ତ କରିବା ପାଇଁ କରାଯାଇଥିବା କାର୍ଯ୍ୟ ,ସମୟ ସହିତ ମୋଦୀଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅବଦାନ ହୋଇପାରିବ । ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ମନ୍ତ୍ରଣାଳୟର ପ୍ରଶାସନଠାରୁ ଆରମ୍ଭ କରି ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ ଏବଂ କୋଟି କୋଟି ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଠାରୁ ଆରମ୍ଭ କରି କର୍ପୋରେଟ୍ ବୋର୍ଡରୁମ୍ ପର୍ଯ୍ୟନ୍ତ ଏବଂ ରିଗ୍ରେସିଭ୍ ତୁରନ୍ତ ତିନି ତଲାକଠାରୁ ଆରମ୍ଭ କରି ପୈତୃକ ସମ୍ପତ୍ତିରେ ବୈଧ ଅଧିକାର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ସପ୍ତମତଃ, ପ୍ରଧାନମନ୍ତ୍ରୀ ମୋଦୀ ଆମର ଗୌରବମୟ ସଭ୍ୟତାର ଉତ୍ତରାଧିକାରୀକୁ ଆମର ଆଧୁନିକ ପ୍ରେରଣା ସହିତ ଯୋଡିବାରେ ସଫଳ ହୋଇଛନ୍ତି ଏବଂ ଏହା ତାଙ୍କର ଦୀର୍ଘସ୍ଥାୟୀ ଅବଦାନ ହେବ । ଦେଶ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣକୁ ଯେତିକି ଆନନ୍ଦଦାୟକ ଭାବରେ ପାଳନ କରୁଛି ଯେତିକି ଏଏସଏଟି ମିଶନର ସଫଳତାରେ ଆନନ୍ଦିତ ହୁଏ କିମ୍ବା ଗଗନଯାନ ପ୍ରକ୍ଷେପଣ ଅପେକ୍ଷା କରେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ହେଉଛି ଦଶନ୍ଧି ମଧ୍ୟରେ ଏକମାତ୍ର ସରକାର ଯାହାକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ପୁନଃ ନିର୍ବାଚିତ କରାଯାଇଛି । ଯେହେତୁ ଦେଶ ଦ୍ୱିତୀୟ କୋଭିଡ-19 ଲହରରେ ଗତି କରୁଛି, ମୋଦୀ ସରକାରଙ୍କ ସପ୍ତମ ବାର୍ଷିକୀ ପାଳନ କରିବାର ଉପଯୁକ୍ତ ଉପାୟ ହେଉଛି ଏହି ଦେଶର ଜନସାଧାରଣଙ୍କ ସେବା ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିବା । ଏହା କେବଳ ବର୍ତ୍ତମାନର ଜାତୀୟ ଆବଶ୍ୟକତାର ଅନୁରୂପ ନାହିଁ, ବରଂ ଯେଉଁମାନେ ଏହି ସରକାରଙ୍କୁ ଭୋଟ୍ ଦେଇଛନ୍ତି ସେମାନଙ୍କ ପାଇଁ ଏକ ଉପଯୁକ୍ତ ଉପହାର ହେବ । ସର୍ବଶେଷରେ, ସରକାରଙ୍କ ଭୂମିକାକୁ ସ୍ଥାୟୀ ଭାବେ 'କ୍ଷମତାରୁ ସେବା'ରେ ପରିଣତ କରିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁଠାରୁ ବଡ ସଫଳତା ହେବ ନାହିଁ କି ?