ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ନୀତି ଓ ଶିକ୍ଷାକୁ ଭାରତ ଏବଂ ଭାରତ ବାହାରେ ସର୍ବୋଚ୍ଚ ସ୍ଥାନ ଦେବା ଲାଗି, ନିଜର ଅଭିଭାଷଣ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ରୟାସ କରିଆସିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ 30, 2019ରେ ରାଷ୍ଟ୍ରୀୟ ଲବଣ ସତ୍ୟାଗ୍ରହ ସ୍ମାରକ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଛି, ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଉଲ୍ଲେଖନୀୟ ମୁହୂର୍ତ୍ତର ଉତ୍ସାହ ଏବଂ ଶକ୍ତିକୁ ପୁର୍ନଜୀବିତ କରିଛି । ସେହି ସମୟ ଯେତେବେଳେ ଚିମୁଟାଏ ଲୁଣ ଉପନିବେଶ ସରକାରଙ୍କ ମୂଳଦୁଆକୁ ଦୋହଲାଇ ଦେଇଥିଲା- ମହାତ୍ମା ଗାନ୍ଧୀ ଏବଂ ତାଙ୍କର 80 ଜଣ ସହଯୋଗୀ ସତ୍ୟାଗ୍ରହୀଙ୍କ ଦାଣ୍ଡି ଯାତ୍ରାକୁ ଏଠାରେ ଚିତ୍ରିତ କରାଯାଇଛି ।

ମହାତ୍ମା ଗାନ୍ଧୀଙ୍କ ଜୀବନ ପରମ୍ପରାକୁ ଆଗେଇ ନେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଅନେକଗୁଡ଼ିଏ ପଦକ୍ଷେପ ମଧ୍ୟରୁ ଲବଣ ସତ୍ୟାଗ୍ରହ ସ୍ମାରକ ଆଉ ଏକ ପ୍ରୟାସ ।

ନରେନ୍ଦ୍ର ମୋଦୀଙ୍କ ମନପସନ୍ଦ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଦ୍ୱାରା ଅନୁପ୍ରାଣିତ ଯାହା ଅକ୍ଟୋବର 2, 2014 ଗାନ୍ଧୀ ଜୟନ୍ତୀରେ ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନା ଆରମ୍ଭ କରିବା ସମୟରେ ସେ କହିଥିଲେ, "ଏକ ସ୍ୱଚ୍ଛ ଭାରତ 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀରେ ଭାରତ ପକ୍ଷରୁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।''

ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ, ସ୍ୱଚ୍ଛତା ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି, ବାସ୍ତବରେ ମହାତ୍ମା ଗାନ୍ଧୀଙ୍କ ଜୀବନକାଳର ଦିନଗୁଡ଼ିକୁ ମନେ ପକାଇ ଦେଉଛି, ଯେତେବେଳେ ସ୍ୱାଧୀନତାର ସନ୍ଧାନ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଯାଇଥିଲା । ଗତ ସାଢ଼େ ଚାରି ବର୍ଷ ଧରି ଏହି ଯୋଜନା ଭାରତର କୋଣ ଅନୁକୋଣରେ ପରିବର୍ତ୍ତନ ଆଣି ଚାଲିଛି । ଯାହାର ଫଳସ୍ୱରୂପ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି । ଖୋଲା ଶୌଚ ମୁକ୍ତ ହେବା ଲାଗି ରାଜ୍ୟଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି ଏବଂ ଭାରତ ବର୍ତ୍ତମାନ ଶତପ୍ରତିଶତ ଗ୍ରାମୀଣ ସ୍ୱଚ୍ଛତା ପ୍ରସାର ଦିଗରେ ଅଗ୍ରସର ହେଉଛି ।

https://twitter.com/narendramodi/status/973583560308293632

 

ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ଭାରତୀୟ ଚେତନାରେ ଖଦି ଚିନ୍ତାଧାରାକୁ ଜାଗ୍ରତ କରିଥିଲେ । ଖଦି ପ୍ରତି ଆଗ୍ରହ ସେ ସମୟ ପରେ ହ୍ରାସ ପାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ, ବିଶେଷ କରି ତାଙ୍କ ଅଭିଭାଷଣ ଜରିଆରେ ଏହାକୁ ପୁନର୍ଜିବିତ କରିଛନ୍ତି । ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ "ମନ କୀ ବାତ'ର ଉପଯୋଗ କରି ଖଦି ସାମଗ୍ରୀ କ୍ରୟ ପାଇଁ ଲୋକମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହା ମାଧ୍ୟମରେ ଖଦି ଏବଂ କୁଟୀର ଶିଳ୍ପର ପୁନରୁଦ୍ଧାର ଉପରେ ଜୋର ଦେଇଥିଲେ । ମୋଦୀଙ୍କ ଆହ୍ୱାନର ଏପରି ପ୍ରଭାବ ପଡ଼ିଥିଲା ଯେ ଖଦି ଉତ୍ପାଦର ବିକ୍ରି ବହୁଗୁଣା ବୃଦ୍ଧି ପାଇଥିଲା ।

 

 

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଦ୍ୱିବାର୍ଷିକ ଉତ୍ସବ ଭାବେ ପାଳନ କରାଯାଉଛି, ଏହି ଅବସରକୁ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମହାତ୍ମା ଗାନ୍ଧୀଙ୍କ ସଂକଳ୍ପର ସ୍ମୃତିରେ ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମେଳନ (ଏମଜିଆଇଏସସି) ନୂଆଦିଲ୍ଲୀରେ 29 ସେପ୍ଟେମ୍ବରରୁ 2 ଅକ୍ଟୋବର, 2018 ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ ସାରା ବିଶ୍ୱର ମନ୍ତ୍ରୀ ଏବଂ ସ୍ୱଚ୍ଛତା କ୍ଷେତ୍ର ସହ ସମ୍ପୃକ୍ତ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ଅଭିଜ୍ଞତା ଏବଂ  ପରୀକ୍ଷା ନିରୀକ୍ଷା ବାଣ୍ଟିଥିଲେ ।


ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ "ବୈଷ୍ଣବ ଜନ ତୋ, ବିଶ୍ୱ ପ୍ରସିଦ୍ଧି ହାସଲ କରିଥିଲା, 124ଟି ଦେଶର କଳାକାରମାନେ ଏଥିରେ ସଂଗୀତଭିତ୍ତିକ ଯୋଗଦାନ ଦେଇଥିଲେ ।

ଏହି ପ୍ରକଳ୍ପ ଏକ ସୁନ୍ଦର ଭାରତୀୟ ଭଜନ ପାଇଁ ବିଶ୍ୱସ୍ତରୀୟ ଅପିଲ କରିଥିଲା । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅହମ୍ମଦାବାଦରେ ପ୍ରତିଷ୍ଠା କରାଯାଇଥିବା ସାବରମତୀ ଆଶ୍ରମକୁ ନରେନ୍ଦ୍ର ମୋଦୀ ଭାରତୀୟ କୂଟନୀତିର ପ୍ରମୁଖ ଭାଗକୁ ଆଣିଥିଲେ । ତାଙ୍କର ଉପସ୍ଥିତିରେ, ପ୍ରମୁଖ ବିଶ୍ୱ ନେତୃବର୍ଗ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଠାରୁ ଆରମ୍ଭ କରି ଜାପନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପର୍ଯ୍ୟନ୍ତ, ସାବରମତି ଆଶ୍ରମକୁ ଆସି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏପରିକି, ଚୀନ ରାଷ୍ଟ୍ରପତି ସାବରମତି ଆଶ୍ରମକୁ ତାଙ୍କର ଗସ୍ତକୁ ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ଏବଂ ପ୍ରେରଣାଦାୟୀ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ବିଶ୍ୱ ନେତୃବର୍ଗଙ୍କ ଚରଖାରେ ସୂତା କାଟିବାର ଚିତ୍ର, ଆତ୍ମନିର୍ଭରଶୀଳତାର ପ୍ରତୀକ ସ୍ୱରୂପ ମହାତ୍ମା ଗାନ୍ଧୀଙ୍କ ଚରଖାରେ ସୂତା କାଟିବାର ସ୍ମୃତିକୁ ଉଜ୍ଜିବିତ କରିଥିଲା ।

 

 

ବ୍ରିସବେନ ଠାରୁ ଆରମ୍ଭ କରି ହାନୋଭର ପୁଣି ଆଶଗାବାତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ବିଦେଶରେ ବାପୁଙ୍କ ବହୁସଂଖ୍ୟକ ପ୍ରତିମୂର୍ତ୍ତି ଉନ୍ମୋଚନ କରି ମହାତ୍ମାଙ୍କ ସମ୍ପର୍କରେ ଦୀର୍ଘସ୍ଥାୟୀ ସଚେତନତା ସୃଷ୍ଟି କରିପାରିଥିଲେ ।https://twitter.com/narendramodi/status/533948745717526528

2018ରେ ରାଜକୋଟସ୍ଥିତ ଆଲଫ୍ରେଡ ହାଇସ୍କୁଲରେ ଏକ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ ଉଦଘାଟନ କରାଯାଇଥିଲା । ଏହି ସ୍କୁଲରୁ 1887ରେ ମହାତ୍ମା ଗାନ୍ଧୀ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ବିଚାରକୁ କାର୍ଯ୍ୟରେ ଲଗାଇଥିଲେ ଏବଂ ସମସ୍ତଙ୍କୁ ଦେଖାଇ ଦେଇଥିଲେ ଯେ କିପରି ଏକବିଂଶ ଶତାବ୍ଦୀରେ ମଧ୍ୟ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ରହିଛି । ନୂତନ ଭାରତ ନିର୍ମାଣ ଅଭିଯାନକୁ ତ୍ୱରାନ୍ୱିତ କରିବା ଏବଂ ଜନ ଚେତନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ସେ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାର ଉପଯୋଗ କରିଥିଲେ । ତାଙ୍କର କାର୍ଯ୍ୟ ମହାତ୍ମା ଗାନ୍ଧୀଙ୍କ ନୀତିଆଦର୍ଶ ଏବଂ ମୂଲ୍ୟବୋଧକୁ ବାସ୍ତବ ରୂପ ଦେଇଛି ।

ଅକ୍ଟୋବର 2, 2018ରେ ନିଜ ବ୍ଲଗରେ ନରେନ୍ଦ୍ର ମୋଦୀ ଲେଖିଥିବା ଲେଖା ବାପୁଜୀଙ୍କ ଜୀବନାଦର୍ଶର ପ୍ରସାର ଲାଗି ତାଙ୍କର ସଂକଳ୍ପକୁ ପ୍ରତିଫଳିତ କରୁଛି । ସେ ଲେଖିଛନ୍ତି, "ଭାରତ ବିବିଧତାର ରାଷ୍ଟ୍ର । ଏମିତି ଜଣେ ବ୍ୟକ୍ତି ଯିଏ ସମସ୍ତ ଭିନ୍ନତାରୁ ଉର୍ଦ୍ଧ୍ଵକୁ ଉଠି ଲୋକମାନଙ୍କୁ ଏକତ୍ର କରିବା, ଉପନିବେଶବାଦ ବିରୋଧରେ ଲଢ଼ିବା ଏବଂ ବିଶ୍ୱ ଦରବାରରେ ଭାରତକୁ ଉଚ୍ଚସ୍ଥାନ ଦେବାରେ ସକ୍ଷମ ହୋଇଛନ୍ତି, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ । ଦେଶର ଯେଉଁ ସ୍ୱପ୍ନକୁ ପୂରଣ କରିବା ଲାଗି ବାପୁ ପ୍ରାଣବଳି ଦେଇଥିଲେ,ତାହା ପୂରଣ କରିବା ଲାଗି ଆଜି ଆମେ 130 କୋଟି ଭାରତୀୟ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।''

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi