ଜଳବାୟୁ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ଦୂତ ମହାମହିମ ଶ୍ରୀ ଜନ୍ କେରି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । 

ଶ୍ରୀ କେରି ରାଷ୍ଟ୍ରପତି ବାଇଡେନଙ୍କ ଶୁଭେଚ୍ଛା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ନିକଟରେ ରାଷ୍ଟ୍ରପତି ବାଇଡେନଙ୍କ ସହ କ୍ୱାଡ ଲିଡର୍ସ ସମ୍ମିଳନୀରେ ହୋଇଥିବା ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ମତ ବିନିମୟକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଏବଂ ରାଷ୍ଟ୍ରପତି ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଦେବା ପାଇଁ ଶ୍ରୀ କେରିଙ୍କୁ ଅନୁରୋଧ କରିଥିଲେ ।

ଭାରତରେ ଗତ ଦୁଇ ଦିନ ମଧ୍ୟରେ ତାଙ୍କର ଫଳପ୍ରଦ ଆଲୋଚନା ବିଷୟରେ ଶ୍ରୀ କେରି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଭାରତର ଉଚ୍ଚାଭିଳାଷୀ ଅକ୍ଷୟ ଶକ୍ତି ଯୋଜନାକୁ ନେଇ ସେ ଏକ ସକାରାତ୍ମକ ମତ ପ୍ରକାଶ କରିଥିଲେ । 22-23 ଏପ୍ରିଲ 2021ରେ ଜଳବାୟୁ ଉପରେ ଆଗାମୀ ନେତୃବୃନ୍ଦଙ୍କ ସମ୍ମିଳନୀ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ୟାରିସ ଚୁକ୍ତିନାମା ଅନୁଯାୟୀ ଭାରତ ଏହାର ନିର୍ଦ୍ଦିଷ୍ଟ ଜାତୀୟ ଅଂଶଦାନକୁ ପୂରଣ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ଏହାକୁ ପୂରଣ କରିବାରେ ଅଗ୍ରଣୀ ଦେଶ ମଧ୍ୟରେ ଭାରତ ଅନ୍ୟତମ । ଶ୍ରୀ କେରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସବୁଜ ପ୍ରଯୁକ୍ତିବିଦ୍ୟା ତଥା ଆବଶ୍ୟକ ଅର୍ଥ ଯୋଗାଇ ଦେବା ଲାଗି ଆମେରିକା ଭାରତର ଜଳବାୟୁ ଅନୁକୂଳ ଯୋଜନାକୁ ସହଯୋଗ କରିବ । ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ, ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗ ବିଶେଷକରି ନବୋନ୍ମେଷ ସହିତ ସବୁଜ ପ୍ରଯୁକ୍ତିବିଦ୍ୟାର ନିୟୋଜନ ଅନ୍ୟ ଦେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push