ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦୁଇଶହ ଟଙ୍କା ଲେଖାଏଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୩୩ କୋଟି ସଂଯୋଗ ନେଇଥିବା ସମସ୍ତ ଏଲପିଜି ଗ୍ରାହକଙ୍କ ନିମନ୍ତେ ଲାଗୁ ହେବ।
ରକ୍ଷା ବନ୍ଧନ ଭଳି ପର୍ବରେ ଆମ ପରିବାରରେ ସୁଖ ଶାନ୍ତି ବୃଦ୍ଧି କରିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧିନସ୍ତ ଗ୍ରାହକମାନେ ସିଲିଣ୍ଡର ପିଛା ପାଉଥବା ଦୁଇ ଶହ ଟଙ୍କାର ରିହାତି ପୂର୍ବ ଭଳି ପାଇବେ।
ସରକାର ମଧ୍ୟ ୭୫ ଲକ୍ଷ ଅତିରିକ୍ତ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ସଂଯୋଗ ଅନୁମୋଦନ କରିଛନ୍ତି। ଏହା ଫଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଏକ୍ସ ଜବାବରେ ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି।
“ରକ୍ଷାବନ୍ଧନ ଦିନ ପରିବାରରେ ଖୁସୀ ବୃଦ୍ଧି କରିବାର ଦିନ। ଗ୍ୟାସ ଦର ହ୍ରାସ ଯୋଗୁ ମୋ ଭଉଣୀମାନଙ୍କ ସୁବିଧା ହେବା ସହ ସେମାନଙ୍କ ଜୀବନ ମଧ୍ୟ ସହଜ ହେବ। ମୋର ପ୍ରତ୍ୟେକ ଭଉଣୀ ଖୁସୀରେ ରହନ୍ତୁ, ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ। ଈଶ୍ବରଙ୍କ ନିକଟରେ ଏତିକି କାମନା।”
More details can be found here: https://pib.gov.in/PressReleasePage.aspx?PRID=1953241
रक्षाबंधन का पर्व अपने परिवार में खुशियां बढ़ाने का दिन होता है। गैस की कीमतों में कटौती होने से मेरे परिवार की बहनों की सहूलियत बढ़ेगी और उनका जीवन और आसान होगा। मेरी हर बहन खुश रहे, स्वस्थ रहे, सुखी रहे, ईश्वर से यही कामना है। https://t.co/RwM1a1GIKd
— Narendra Modi (@narendramodi) August 29, 2023


