Government has left no stone unturned to encourage a culture of StartUps: PM
This success of StartUpIndia reflects that today’s India is dynamic, confident and future-ready: PM

ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର କୌଣସି ସୁଯୋଗ ହାତଛଡ଼ା କରି ନାହାନ୍ତି: ପ୍ରଧାନମନ୍ତ୍ରୀ

ଷ୍ଟାର୍ଟଅପ୍ ଇଣ୍ଡିଆର ଏହି ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

 

 

ଷ୍ଟାର୍ଟଅପ୍ ଇଣ୍ଡିଆର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ସଫଳତା ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି ଏବଂ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ସଫଳ ଷ୍ଟାର୍ଟଅପରେ ପରିଣତ କରିଛି। ସରକାର ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି । ଷ୍ଟାର୍ଟଅପ୍ ଇଣ୍ଡିଆର ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି “ଷ୍ଟାର୍ଟଅପ୍ ଦୁନିଆର ପ୍ରତ୍ୟେକ ଯୁବକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏହି ରାସ୍ତାରେ ଯିବାକୁ ମୁଁ ଅନୁରୋଧ କରୁଛୁ । ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଆପଣ ନିରାଶ ହେବେ ନାହିଁ!”।

 

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି :

ଆଜି ଆମେ ଷ୍ଟାର୍ଟଅପ୍ ଇଣ୍ଡିଆର ୯ ବର୍ଷ ପାଳନ କରୁଛୁ, ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହାକି ଅଭିନବତା, ଉଦ୍ୟମଶୀଳତା ଏବଂ ଅଭିବୃଦ୍ଧିକୁ ପୁନଃପରିଭାଷିତ କରିଛି । ଯୁବ ସଶକ୍ତିକରଣ ପାଇଁ ଏହା ଏକ ପ୍ରଭାବଶାଳୀ ଉପାୟ ଭାବେ ଉଭା ହୋଇଥିବାରୁ ଏହି କାର୍ଯ୍ୟକ୍ରମ ମୋ ହୃଦୟର ଅତି ନିକଟତର। ବିଗତ ୯ ବର୍ଷ ମଧ୍ୟରେ, ଏହି ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବକମାନଙ୍କୁ ସଶକ୍ତ କରିଛି ଏବଂ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ସଫଳ ଷ୍ଟାର୍ଟଅପ୍ ରେ ପରିଣତ କରିଛି । "

 

 

ସରକାରଙ୍କ କଥା କହିଲେ, ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଆମେ କୌଣସି ସୁଯୋଗ ହାତଛଡ଼ା ଛାଡ଼ିନାହୁଁ। ଆମର ନୀତିଗୁଡ଼ିକ ବ୍ୟବସାୟ କରିବାରେ ସହଜତା, ସମ୍ବଳର ଉନ୍ନତ ଉପଲବ୍ଧତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କୁ ପ୍ରତ୍ୟେକ ସୁଯୋଗରେ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛି । ଆମେ ସକ୍ରିୟ ଭାବରେ ଉଦ୍ଭାବନ ଏବଂ ଇନକ୍ୟୁବେସନ୍ ସେଣ୍ଟରଗୁଡ଼ିକୁ ପ୍ରୋତ୍ସାହିତ କରୁଛୁ ଯାହାଦ୍ୱାରା ଆମର ଯୁବକମାନେ କର୍ମକ୍ଷେତ୍ରରେ ରିସ୍କ ନେବାକୁ ପଛଘୁଞ୍ଚା ଦେବେ ନାହିଁ । ମୁଁ ବ୍ୟକ୍ତିଗତ ଭାବରେ ଉଦୀୟମାନ ଷ୍ଟାର୍ଟଅପ୍ ଗୁଡ଼ିକ ସହିତ ନିୟମିତ ଭାବରେ ଆଲୋଚନା କରୁଛି । "

 

 

ଷ୍ଟାର୍ଟଅପ୍ ଇଣ୍ଡିଆର ଏହି ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ। ଯାତ୍ରାର ଏହି ପର୍ଯ୍ୟାୟରେ, ଆମେ ଆତ୍ମନିର୍ଭର ଭାରତରେ ଯୋଗଦାନ କରୁଥିବା ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ଯାହାକି ପ୍ରତ୍ୟେକ ସ୍ବପ୍ନକୁ ସାକାର କରିବ ଓ ଆତ୍ମନିର୍ଭର ଭାରତ ଲାଗି ନିଜର ଯୋଗଦାନ ଦେବ । ମୁଁ ଷ୍ଟାର୍ଟଅପ୍ ଦୁନିଆର ପ୍ରତ୍ୟେକ ଯୁବକଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ପଥରେ ଆଗେଇବାକୁ ଅଧିକରୁ ଅଧିକ ଯୁବକଙ୍କୁ ଆହ୍ୱାନ କରୁଛି । ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଆପଣ ନିରାଶ ହେବେ ନାହିଁ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report

Media Coverage

Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional