ପିଏଲଆଇ ଅଟୋ ଯୋଜନା ମାଧ୍ୟମରେ ଭାରତରେ ଅତ୍ୟାଧୁନିକ ଅଟୋମୋଟିଭ ପ୍ରଯୁକ୍ତିର ବିଶ୍ୱ ଯୋଗାଣ ଶୃଙ୍ଖଳର ଅଭ୍ୟୁଦୟକୁ ମିଳିବ ପ୍ରୋତ୍ସାହନ
୭.୬ ଲକ୍ଷରୁ ଅଧିକ ଲୋକମାନଙ୍କ ପାଇଁ ସୃଷ୍ଟି ହେବ ଅତିରିକ୍ତ ନିଯୁକ୍ତି ସୁଯୋଗ
ପାଞ୍ଚ ବର୍ଷ ପାଇଁ ଉଦ୍ୟୋଗ କ୍ଷେତ୍ରକୁ ଦିଆଯିବ ୨୬, ୦୫୮ କୋଟି ଟଙ୍କାର ପ୍ରୋତ୍ସାହନ
ଅଟୋ କ୍ଷେତ୍ର ଲାଗି ପିଏଲଆଇ ଯୋଜନା ପାଞ୍ଚ ବର୍ଷ ମଧ୍ୟରେ ୪୨, ୫୦୦ କୋଟି ଟଙ୍କାରୁ ଅଧିକ ନୂତନ ନିବେଶ ଏବଂ ୨.୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ପାଇଁ ମାର୍ଗପ୍ରଶସ୍ତ କରିବ
ଡ୍ରୋନ ଲାଗି ପିଏଲଆଇ ଯୋଜନା ତିନି ବର୍ଷ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ନୂନତ ନିବେଶ ଏବଂ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ନିମନ୍ତେ ମାର୍ଗପ୍ରଶସ୍ତ କରିବ
ପୂର୍ବରୁ ଉନ୍ନତ କେମିଷ୍ଟ୍ରି ସେଲ (୧୮,୦୦୦ କୋଟି ଟଙ୍କା) ଏବଂ ବିଦ୍ୟୁତ ଚାଳିତ ବାହନ ଉତ୍ପାଦନର ଦ୍ରୁତ ଅନୁକରଣ (ଫେମ) ଯୋଜନା (୧୦,୦୦୦ କୋଟି ଟଙ୍କା) ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ ହୋଇଛି; ଏହା ସହିତ ଅଟୋମୋଟିଭ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଦେଶରେ ବିଦ୍ୟୁତଚାଳିତ ବାହନ ଉତ୍ପାଦନକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିବ
ପରିବେଶ ଦୃଷ୍ଟିରୁ ସ୍ୱଚ୍ଛ, ବିଦ୍ୟୁତ ଚାଳିତ ବାହନ ଏବଂ ହାଇଡ୍ରୋଜେନ ଇନ୍ଧନ ସେଲ ଥିବା ବାହନ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତ ପ୍ରଗତି ହାସଲ କରିପାରି

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ।

ଏଥିପୂର୍ବରୁ ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ନିମନ୍ତେ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ଏହାର ଅଂଶବିଶେଷ ଭାବେ ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ପିଏଲଆଇ ଯୋଜନାର ଘୋଷଣା କରାଯାଇଛି। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ଫଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ୩୭.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୧ କୋଟି ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ମାଧ୍ୟମରେ ଭାରତରେ ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦ ପ୍ରସ୍ତୁତ କରିବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟୟଜନିତ ଅକ୍ଷମତା ଦୂର କରିବାକୁ ପରିକଳ୍ପନା କରାଯାଇଛି। ଏହି ପ୍ରୋତ୍ସାହନ ଢାଞ୍ଚା ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦର ସ୍ୱଦେଶୀ ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ନୂତନ ନିବେଶ ନିମନ୍ତେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବ। ଅଟୋମୋବାଇଲ ଏବଂ ଅଟୋ ସରଞ୍ଜାମ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ କରାଯିବା ଫଳରେ ଆସନ୍ତା ପାଞ୍ଚ ବର୍ଷର ଅବଧିରେ ୪୨,୫୦୦ କୋଟି ଟଙ୍କାର ନୂତନ ନିବେଶ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏହା ୨.୩ ଲକ୍ଷ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ୭.୫ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆହୁରି ଏହା ବିଶ୍ୱ ଅଟୋମୋଟିଭ ବାଣିଜ୍ୟ କ୍ଷେତ୍ରରେ ଭାରତର ଯୋଗଦାନକୁ ବୃଦ୍ଧି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବର୍ତ୍ତମାନର ଅଟୋମୋଟିଭ କମ୍ପାନୀଗୁଡ଼ିକ ସହିତ ବର୍ତ୍ତମାନ ଅଟୋମୋବାଇଲ କିମ୍ବା ଅଟୋମୋବାଇଲ ଉପକରଣ ଉତ୍ପାଦନ ବ୍ୟବସାୟରେ ନଥିବା ନୂତନ ନିବେଶକଙ୍କ ପାଇଁ ଖୋଲା ରହିଛି। ଏହାର ଦୁଇଟି ଉପାଦାନ ରହିଛି ଯଥା : ଚାମ୍ପିୟନ ଓଇଏମ ଇନସେଣ୍ଟିଭ ଯୋଜନା ଏବଂ କମ୍ପୋନେଣ୍ଟ ଚାମ୍ପିୟନ ଇନସେଣ୍ଟିଭ ଯୋଜନା। ଚାମ୍ପିୟନ ଓଇଏମ ପ୍ରୋତ୍ସାହନ ଯୋଜନା ହେଉଛି ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା। ଏହା ସମସ୍ତ ସେଗମେଣ୍ଟର ବ୍ୟାଟେରୀ ଚାଳିତ ବିଦ୍ୟୁତ ବାହାନ ଏବଂ ହାଇଡ୍ରୋଜେନ ଇନ୍ଧନ ସେଲ ବାହନ ଉପରେ ଲାଗୁ ହେବ। କମ୍ପୋନେଣ୍ଟ ଚାମ୍ପିୟନ ପ୍ରୋତ୍ସାହନ ଯୋଜନା ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା ଅଟୋ, ଯାହା ବାହନଗୁଡ଼ିକର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉପାଦାନ, କମ୍ପ୍ଲିଟଲି ନକ୍ଡ ଡାଉନ (ସିକେଡି)/ସେମି ନକ୍ଡ ଡାଉନ (ଏସକେଡି) କିଟ, ଦୁଇ ଚକିଆ, ତିନି ଚକିଆ, ଯାତ୍ରୀବାହୀ ବାହନଗୁଡ଼ିକର ଏଗ୍ରୀଗେଟ୍ସ, ବାଣିଜ୍ୟିକ ବାହନ ଏବଂ ଟ୍ରାକ୍ଟର ଆଦି ଉପରେ ଲାଗୁ ହେବ।

ପୂର୍ବରୁ ଉନ୍ନତ କେମିଷ୍ଟ୍ରି ସେଲ (୧୮,୦୦୦ କୋଟି ଟଙ୍କା) ଏବଂ ବିଦ୍ୟୁତ ଚାଳିତ ବାହନ ଉତ୍ପାଦନର ଦ୍ରୁତ ଅନୁକରଣ (ଫେମ) ଯୋଜନା (୧୦,୦୦୦ କୋଟି ଟଙ୍କା) ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ ହୋଇଛି; ଏହା ସହିତ ଅଟୋମୋଟିଭ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ ହେବ। ଫଳରେ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ଅଟୋମୋବାଇଲ ପରିବହନ ପ୍ରଣାଳୀ ପରିବର୍ତ୍ତେ ପରିବେଶ ଅନୁକୂଳ ସ୍ୱଚ୍ଛ, ଦୀର୍ଘସ୍ଥାୟୀ, ଉନ୍ନତ ଏବଂ ଅଧିକ ଦକ୍ଷ ବିଦ୍ୟୁତ ଚାଳିତ ବାହନ (ଇଭି) ଆଧାରିତ ପ୍ରଣାଳୀ ଉପଯୋଗ ନିମନ୍ତେ ଭାରତ ସକ୍ଷମ ହୋଇପାରିବ।

ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା ଏହି ବୈପ୍ଳବିକ ଜ୍ଞାନକୌଶଳର ରଣନୈତିକ, ସାମରିକ ଏବଂ ପରିଚାଳନାଗତ ଉପଯୋଗ ଆବଶ୍ୟକତାର ସମାଧାନ କରୁଛି। ସ୍ପଷ୍ଟ ରାଜସ୍ୱ ଲକ୍ଷ୍ୟ ସହିତ ଉତ୍ପାଦ ଆଧାରିତ ପିଏଲଆଇ ଯୋଜନା ଏବଂ ଘରୋଇ ମୂଲ୍ୟ ବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଇଛି। କ୍ଷମତା ନିର୍ମାଣ ଏବଂ ଭାରତର ଅଭିବୃଦ୍ଧି ରଣନୀତି ନିମନ୍ତେ ଏଗୁଡ଼ିକ ପ୍ରମୁଖ ବାହକ ହୋଇପାରିବେ। ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା, ତିନି ବର୍ଷ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ନୂନତ ନିବେଶ ଏବଂ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ନିମନ୍ତେ ମାର୍ଗପ୍ରଶସ୍ତ କରିବ। ଏହାଛଡ଼ା ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପାଖାପାଖି ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi’s Gen Z compact: Listen, respond, reform

Media Coverage

Modi’s Gen Z compact: Listen, respond, reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shilpa Kanchugarakoppalu Shyla on winning Bronze in Women’s Shot Put F57 at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Shilpa Kanchugarakoppalu Shyla on winning the Bronze medal in the Women’s Shot Put F57 Final at the Glasgow Commonwealth Games 2026.

The Prime Minister said that Shilpa’s personal best throw made the achievement even more remarkable.

Shri Modi congratulated her on the accomplishment.

The Prime Minister wrote on X;

“A brilliant performance by Shilpa Kanchugarakoppalu Shyla at the Commonwealth Games 2026!

Congratulations to Shilpa for having won the Bronze Medal in the Women's Shot Put F57 Final and that too with a personal best throw. This is indeed a remarkable accomplishment.

#CWG2026”