ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଐତିହାସିକ ନିଷ୍ପତ୍ତି : ପିଏମଜିକେଏୱାଇ ଅଧୀନରେ ଖାଦ୍ୟ ସବସିଡି ବାବଦରେ ଆସନ୍ତା ୫ ବର୍ଷରେ ପ୍ରାୟ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର
୧୧.୮୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮୧.୩୫ କୋଟି ଲୋକଙ୍କ ପାଇଁ ବିଶ୍ୱର ସର୍ବବୃହତ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରୁ ଅନ୍ୟତମ ପାଲଟିଛି ପିଏମଜିକେଏୱାଇ
ଗରିବ ଏବଂ ଦୁର୍ବଳ ଲୋକଙ୍କ ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା, ସୁଲଭତା ଏବଂ ଯୋଗାଣକୁ ସୁଦୃଢ଼ କରିବା ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ଖାଦ୍ୟଶସ୍ୟ ପ୍ରଦାନକୁ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ଜାରି ରଖାଯିବ

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ପ୍ରାୟ ୮୧.୩୫ କୋଟି ହିତାଧିକାରୀଙ୍କୁ ଜାନୁଆରୀ ୧, ୨୦୨୪ରୁ ଆଗାମୀ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି ।

ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ପିଏମଜିକେଏୱାଇକୁ ବିଶ୍ୱର ସର୍ବବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ମଧ୍ୟରେ ସ୍ଥାନିତ କରିଛି ଯାହାର ଉଦ୍ଦେଶ୍ୟ ହେଉଛି ୫ ବର୍ଷ ମଧ୍ୟରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ।

ଏହି ନିଷ୍ପତ୍ତି ଜନସଂଖ୍ୟାର ମୌଳିକ ଖାଦ୍ୟ ଏବଂ ପୋଷଣ ଆବଶ୍ୟକତା ପୂରଣ ମାଧ୍ୟମରେ ଦକ୍ଷ ଏବଂ ଲକ୍ଷ୍ୟ ଆଧାରିତ କଲ୍ୟାଣ ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଅମୃତ କାଳରେ ଏହି ସ୍ତରରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏକ ଆକାଂକ୍ଷୀ ଏବଂ ବିକଶିତ ଭାରତ ଗଠନ ଦିଗରେ ପ୍ରୟାସ ସମର୍ପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

୧.୧.୨୦୨୪ରୁ ୫ ବର୍ଷ ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ଖାଦ୍ୟଶସ୍ୟ (ଚାଉଳ, ଗହମ ଏବଂ ମିଲେଟ୍ସ / ବାଜରା) ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବ ଏବଂ ଜନସଂଖ୍ୟାର ଗରିବ ଏବଂ ଦୁର୍ବଳ ବର୍ଗର କୌଣସି ଆର୍ଥିକ ଅସୁବିଧାକୁ ହ୍ରାସ କରିବ । ଏହା ଏକ ସାଧାରଣ ଲୋଗୋ ଅଧୀନରେ ୫ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟ ଦୋକାନର ନେଟୱାର୍କ ମାଧ୍ୟମରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମାଗଣାରେ ଖାଦ୍ୟଶସ୍ୟ ବିତରଣରେ ଦେଶବ୍ୟାପୀ ଏକସମାନତା ପ୍ରଦାନ କରିବ ।

ଓଏନଓଆରସି-ୱାନ୍ ନେସନ୍ ୱାନ୍ ରାସନ କାର୍ଡ କାର୍ଯ୍ୟକ୍ରମ ଅଧୀନରେ ହିତାଧିକାରୀମାନେ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ମାଗଣାରେ ଖାଦ୍ୟଶସ୍ୟ ଉଠାଇପାରିବେ। ଡିଜିଟାଲ ଇଣ୍ଡିଆ ଅଧୀନରେ ପ୍ରଯୁକ୍ତି ଭିତ୍ତିକ ସଂସ୍କାରର ଏକ ଅଂଶ ଭାବରେ ଉଭୟ ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ପୋର୍ଟେବିଲିଟିକୁ ସୁଗମ କରିବା ପାଇଁ ଏହି ପଦକ୍ଷେପ ପ୍ରବାସୀମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ମାଗଣା ଖାଦ୍ୟଶସ୍ୟ ବିତରଣ ବ୍ୟବସ୍ଥା ସମଗ୍ର ଦେଶରେ ୱାନ୍ ନେସନ୍ ୱାନ୍ ରାସନ କାର୍ଡ (ଓଏନଓଆରସି) ଅଧୀନରେ ପୋର୍ଟେବିଲିଟିର ସମାନ କାର୍ଯ୍ୟକାରିତା ସୁନିଶ୍ଚିତ କରିବ ଏବଂ ଏହି ପସନ୍ଦ ଭିତ୍ତିକ ପ୍ଲାଟଫର୍ମକୁ ଆହୁରି ସୁଦୃଢ଼ କରିବ ।

ପିଏମଜିକେଏୱାଇ ଅଧୀନରେ ଖାଦ୍ୟଶସ୍ୟ ବଣ୍ଟନ ପାଇଁ ପାଞ୍ଚ ବର୍ଷ ମଧ୍ୟରେ ଆନୁମାନିକ ଖାଦ୍ୟ ସବସିଡି ବାବଦରେ ୧୧.୮୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ । ତେଣୁ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ ପିଏମଜିକେଏୱାଇ ଅଧୀନରେ ଖାଦ୍ୟ ସବସିଡି ବାବଦରେ କେନ୍ଦ୍ର ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପାଖାପାଖି ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

୨୦୨୪ ଜାନୁଆରୀ ପହିଲାରୁ ପାଞ୍ଚ ବର୍ଷ ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ଖାଦ୍ୟଶସ୍ୟ ବ୍ୟବସ୍ଥା ଜାତୀୟ ଖାଦ୍ୟ ଏବଂ ପୋଷଣ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘକାଳୀନ ପ୍ରତିବଦ୍ଧତା ଏବଂ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ । ମାଗଣା ଖାଦ୍ୟଶସ୍ୟ ର ବ୍ୟବସ୍ଥା ସମାଜର ପ୍ରଭାବିତ ବର୍ଗର ଯେକୌଣସି ଆର୍ଥିକ ଅସୁବିଧାକୁ ସ୍ଥାୟୀ ଭାବରେ ହ୍ରାସ କରିବ ଏବଂ ହିତାଧିକାରୀମାନଙ୍କୁ ଶୂନ୍ୟ ଖର୍ଚ୍ଚ ସହିତ ଦୀର୍ଘମିଆଦୀ ମୂଲ୍ୟ ନିର୍ଦ୍ଧାରଣ ରଣନୀତି ସୁନିଶ୍ଚିତ କରିବ ଯାହା ସାଧାରଣ ବଣ୍ଟନ ବ୍ୟବସ୍ଥାର ପ୍ରଭାବଶାଳୀ ପ୍ରସାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଉଦାହରଣ ସ୍ୱରୂପ, ଅନ୍ତ୍ୟୋଦୟ ପରିବାର ପାଇଁ ୩୫ କେଜି ଚାଉଳର ଅର୍ଥନୈତିକ ମୂଲ୍ୟ ୧୩୭୧ ଟଙ୍କା ହୋଇଥିବା ବେଳେ ୩୫ କେଜି ଗହମର ମୂଲ୍ୟ ୯୪୬ ଟଙ୍କା ହୋଇଥାଏ, ଯାହା ପିଏମଜିକେଏୱାଇ ଅଧୀନରେ ଭାରତ ସରକାର ବହନ କରୁଛନ୍ତି ଏବଂ ପରିବାରମାନଙ୍କୁ ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ତେଣୁ ମାଗଣା ଖାଦ୍ୟଶସ୍ୟ ଯୋଗୁଁ ରାସନ କାର୍ଡଧାରୀଙ୍କ ମାସିକ ସଞ୍ଚୟ ଯଥେଷ୍ଟ ହୋଇପାରିବ।

ପର୍ଯ୍ୟାପ୍ତ ପରିମାଣର ଗୁଣାତ୍ମକ ଖାଦ୍ୟଶସ୍ୟ ଉପଲବ୍ଧ କରାଇବା ସହ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଦେଶର ଜନସାଧାରଣଙ୍କ ପ୍ରତି ଭାରତ ସରକାରଙ୍କର ଏକ ପ୍ରତିବଦ୍ଧତା ରହିଛି । ସରକାର ନାଗରିକଙ୍କୁ ଏକ ସମ୍ମାନଜନକ ଜୀବନ ଦେବାକୁ ଚାହୁଁଛନ୍ତି । ଏହି ଯୋଜନା ପିଏମଜିକେଏୱାଇ ଅଧୀନରେ ସାମିଲ ୮୧.୩୫ କୋଟି ଲୋକଙ୍କୁ ଭାରତ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଯୋଗଦାନ କରିବ ।

ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ଧାର୍ଯ୍ୟ ଜନସଂଖ୍ୟା ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା, ସୁଲଭତା ଓ ଯୋଗାଣ ଦୃଷ୍ଟିରୁ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ତଥା ସମସ୍ତ ରାଜ୍ୟରେ ସମାନତା ବଜାୟ ରଖିବା ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ଯୋଗାଣକୁ ୫ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ଦେଶରେ ଖାଦ୍ୟ ଏବଂ ପୋଷଣ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ପଣ ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”