ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି. ନରସିଂହ ରାଓଙ୍କୁ ଭାରତ ରତ୍ନ ପ୍ରଦାନ ବିଷୟରେ ସୂଚନା ଦେଇଛନ୍ତି ।

ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ନରସିଂହ ରାଓଙ୍କ କାର୍ଯ୍ୟକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା , ଯାହା ଭାରତକୁ ବିଶ୍ୱ ବଜାର ପାଇଁ ଉନ୍ମୁକ୍ତ କରି ଦେଇଥିଲା ଏବଂ ଅର୍ଥନୈତିକ ବିକାଶର ଏକ ନୂତନ ଯୁଗକୁ ପ୍ରୋତ୍ସାହିତ କରିଥିଲା ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି. ଭି. ନରସିଂହ ରାଓ ଗାରୁଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ ବୋଲି ସୂଚନା ଦେଇ ମୁଁ ଖୁବ୍ ଖୁସି ।

ଜଣେ ବିଶିଷ୍ଟ ବିଦ୍ୱାନ ଓ ରାଜନେତା ଭାବରେ ନରସିଂହ ରାଓ ଗାରୁ ବିଭିନ୍ନ ପଦରେ ରହି ଭାରତର ବ୍ୟାପକ ସେବା କରିଥିଲେ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ସଂସଦ ଓ ବିଧାନ ସଭା ସଦସ୍ୟ ଭାବରେ ଅନେକ ବର୍ଷ ଧରି ସେ କରିଥିବା କାର୍ଯ୍ୟ ପାଇଁ ସେ ସମାନ ଭାବରେ ସ୍ମରଣୀୟ । ଭାରତକୁ ଅର୍ଥନୈତିକ ସ୍ତରରେ ଉନ୍ନତ କରିବା, ଦେଶର ସମୃଦ୍ଧି ଓ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବାରେ ତାଙ୍କର ଦୂରଦର୍ଶୀ ନେତୃତ୍ୱ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ନରସିଂହ ରାଓ ଗାରୁଙ୍କ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା,  ଯାହା ଭାରତକୁ ବିଶ୍ୱ ବଜାର ପାଇଁ ଉନ୍ମୁକ୍ତ କରି ଦେଇଥିଲା ଏବଂ ଅର୍ଥନୈତିକ ବିକାଶର ଏକ ନୂତନ ଯୁଗକୁ ପ୍ରୋତ୍ସାହିତ କରିଥିଲା । ଏହା ବ୍ୟତୀତ ଭାରତର ବୈଦେଶିକ ନୀତି, ଭାଷା ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଜଣେ ନେତା ଭାବରେ ତାଙ୍କ ବହୁମୁଖୀ କାର୍ଯ୍ୟକୁ ଦର୍ଶାଉଛି,  ଯିଏ ଭାରତକୁ କେବଳ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ମାଧ୍ୟମରେ ଆଗକୁ ନେଇ ନାହାନ୍ତି ବରଂ ଏହାର ସାଂସ୍କୃତିକ ଏବଂ ବୌଦ୍ଧିକ ଐତିହ୍ୟକୁ ମଧ୍ୟ ସମୃଦ୍ଧ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 'chalta hai' to 'badal sakta hai': Decoding PM Modi's Punctuality narrative

Media Coverage

From 'chalta hai' to 'badal sakta hai': Decoding PM Modi's Punctuality narrative
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 23, 2026
August 23, 2026

From Free Coaching to 400+ Space Startups — India’s Atmanirbhar Leap Under PM Modi