ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କମ୍ୟୁନିଷ୍ଟ ପାର୍ଟିର ସହ-ଅଧ୍ୟକ୍ଷ ଶ୍ରୀ ପୁଷ୍ପ କମଲ ଦହଲ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରିଛନ୍ତି ।
ଦୁଇ ନେତା ଭାରତ-ନେପାଳ ସମ୍ପର୍କର ଅଗ୍ରଗତି ସହିତ ଅନ୍ୟାନ୍ୟ ପାରସ୍ପରିକ ଗ୍ରହଣଯୋଗ୍ୟ ବିଷୟ ନେଇ ଆଲୋଚନା କରିଥିଲେ ।

ପୂର୍ବରୁ ହୋଇଥିବା ସେମାନଙ୍କ ମତ ବିନିମୟକୁ ପ୍ରଧାନମନ୍ତ୍ରୀ ଅତି ଆଦରର ସହ ସ୍ମରଣ କରିଥିଲେ ଏବଂ ଭାରତ-ନେପାଳ ସମ୍ପର୍କକୁ ମଜବୁତ କରିବାରେ ଶ୍ରୀ ଦହଲଙ୍କ ମୂଲ୍ୟବାନ ଅବଦାନ ଲାଗି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଚଳିତ ବର୍ଷ ନେପାଳକୁ ତାଙ୍କର ଦୁଇଟି ଗସ୍ତ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କ୍ରମାଗତ ଉଚ୍ଚସ୍ତରୀୟ ମତ ବିନିମୟ ଓ ଆଲୋଚନା ଯୋଗୁଁ ଭାରତ-ନେପାଳ ସମ୍ପର୍କ ଆଗକୁ ବଢାଇବା ଲାଗି ଏବେ ବଳ ମିଳିଛି ।


