ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା
ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଆଇବିଏଫପି ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ
ବାଂଲାଦେଶ ସହ ବର୍ଦ୍ଧିତ ସଂଯୋଗୀକରଣ ଲୋକ ସମ୍ପର୍କକୁ ଅଧିକ ମଜବୁତ କରିବ

ମାନ୍ୟବର

ପ୍ରଧାନମନ୍ତ୍ରୀ ଶେଖ ହସିନା,

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା,

କେନ୍ଦ୍ର କ୍ୟାବିନେଟର ମୋର ସହକର୍ମୀ ଶ୍ରୀ ହରଦୀପ୍‍ ପୁରୀ,

ଏବଂ ଆସାମରୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି,

ବାଂଲାଦେଶ ସରକାରଙ୍କ ମାନ୍ୟବର ମନ୍ତ୍ରୀଗଣ,

ଏବଂ ଆମ ସହିତ ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ

ନମସ୍କାର!

ଆଜି ଭାରତ-ବାଂଲାଦେଶ ସମ୍ପର୍କ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଭାରତ-ବାଂଲାଦେଶ ବନ୍ଧୁତ୍ୱ ପାଇପଲାଇନ - ଆମେ ସେପ୍ଟେମ୍ବର ୨୦୧୮ ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ । ମୁଁ ଖୁସି ଯେ ଆଜି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏହାକୁ ଉଦଘାଟନ କରିବାର ସୁଯୋଗ ଆସିଛି ।

ଏହା ମଧ୍ୟ ସନ୍ତୋଷଜନକ ବିଷୟ ଯେ କୋଭିଡ ୧୯ ମହାମାରୀ ସତ୍ୱେ ଏହି ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିଲା । ଏହି ପାଇପଲାଇନ ସହିତ ଉତ୍ତର ବାଂଲାଦେଶର ବିଭିନ୍ନ ଜିଲ୍ଲାକୁ ୧ ନିୟୁତ ମେଟ୍ରିକ୍ ଟନ୍ ହାଇ ସ୍ପିଡ୍ ଡିଜେଲ ଯୋଗାଇ ଦିଆଯାଇପାରିବ । ପାଇପଲାଇନ ମାଧ୍ୟମରେ ଯୋଗାଣ କେବଳ ମୂଲ୍ୟ ହ୍ରାସ କରିବ ନାହିଁ ବରଂ ଏହି ଯୋଗାଣ ମଧ୍ୟ କାର୍ବନ ହ୍ରାସ କରିବ । ଏକ ର୍ନିଭରଯୋଗ୍ୟ ଏବଂ ମିତବ୍ୟୟୀ ଡିଜେଲ ଯୋଗାଣ କୃଷି କ୍ଷେତ୍ର ପାଇଁ ବିଶେଷ ଲାଭଦାୟକ ହେବ । ସ୍ଥାନୀୟ ଶିଳ୍ପଗୁଡିକ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ ।

ଆଜିର ବିଶ୍ୱ ପରିସ୍ଥିତିରେ ଅନେକ ବିକାଶଶୀଳ ଅର୍ଥନୀତି ସେମାନଙ୍କର ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ନିଶ୍ଚିତ କରିବାକୁ ସଂଘର୍ଷ କରୁଛନ୍ତି । ଏହି ପରିପ୍ରେକ୍ଷୀରେ, ଆଜିର କାର୍ଯ୍ୟକ୍ରମ ଅଧିକ ଗୁରୁତ୍ୱ ବହନ କରେ ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦକ୍ଷ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ବାଂଲାଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ । ଏବଂ ଆମେ ମଧ୍ୟ ଖୁସି ଯେ ବାଂଲାଦେଶର ବିକାଶର ଏହି ଯାତ୍ରାରେ ଆମେ ସହଯୋଗ କରିପାରିଛୁ । ମୁଁ ନିଶ୍ଚିତ ଯେ ଏହି ପାଇପଲାଇନ ବାଂଲାଦେଶର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି କରିବାର ଏକ ଉତ୍କୃଷ୍ଟ ଉଦାହରଣ ହେବ । ଏହା ଆବଶ୍ୟକ ଯେ ଆମେ ଆମର ସଂଯୋଗର ପ୍ରତ୍ୟେକ ସ୍ତମ୍ଭକୁ ମଜବୁତ କରିବା । ପରିବହନ କ୍ଷେତ୍ରରେ ହେଉ, ଶକ୍ତି କ୍ଷେତ୍ରରେ, ବିଦ୍ୟୁତ କ୍ଷେତ୍ରରେ କିମ୍ବା ଡିଜିଟାଲ୍ କ୍ଷେତ୍ରରେ, ଆମର ସଂଯୋଗ ଯେତେ ବୃଦ୍ଧି ପାଇବ, ଆମର ପାରସ୍ପରିକ ଲୋକ ସମ୍ପର୍କ ଅଧିକ ମଜବୁତ ହେବ ।

ମୋର ମନେ ଅଛି, କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଶେଖ ହସିନା ୧୯୬୫ ପୂର୍ବର ରେଳ ସଂଯୋଗକୁ ପୁନଃ ସ୍ଥାପିତ କରିବାର ଦୃଷ୍ଟିକୋଣ ବିଷୟରେ କହିଥିଲେ । ଏବଂ ସେବେଠାରୁ ଦୁଇ ଦେଶ ସେହି କ୍ଷେତ୍ରରେ ବହୁତ ଅଗ୍ରଗତି କରିଛନ୍ତି । ଏହାର ଫଳ ସ୍ୱରୂପ, କୋଭିଡ ୧୯ ମହାମାରୀ ସମୟରେ ଆମେ ସେହି ରେଳ ନେଟୱାର୍କ ମାଧ୍ୟମରେ ବାଂଲାଦେଶକୁ ଅମ୍ଳଜାନ ପଠାଇବାରେ ସକ୍ଷମ ହୋଇଥିଲୁ । ତାଙ୍କର ଏହି ଦୂରଦୃଷ୍ଟି ପାଇଁ ମୁଁ ପ୍ରଧାନମନ୍ତ୍ରୀ ଶେଖ ହସିନା ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ବିଦ୍ୟୁତ କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗ ବହୁତ ସଫଳ ହୋଇଛି । ଆଜି ଭାରତ ବାଂଲାଦେଶକୁ ୧୧୦୦ ମେଗା ୱାଟରୁ ଅଧିକ ବିଦ୍ୟୁତ ଯୋଗାଉଛି । ମୈତ୍ରୀ ସୁପର ଥର୍ମାଲ୍ ପାୱାର ପ୍ଲାଣ୍ଟର ପ୍ରଥମ ୟୁନିଟ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଗସ୍ତ ସମୟରେ ଏହାକୁ ଉଦଘାଟନ କରିଥିଲେ । ବର୍ତ୍ତମାନ ଆମେ ଶୀଘ୍ର ଦ୍ୱିତୀୟ ୟୁନିଟ୍ କାର୍ଯ୍ୟକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛୁ ।

ଶକ୍ତି ସହଯୋଗ କ୍ଷେତ୍ରରେ, ଆମର ପେଟ୍ରୋଲିୟମ ବ୍ୟବସାୟ ୧ ବିଲିୟନ ଡଲାର ଅତିକ୍ରମ କରିଛି । ଏହା ଏକ ଗର୍ବର ବିଷୟ ଯେ ଆମର ସହଯୋଗ ହାଇଡ୍ରୋକାର୍ବନର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳରେ ଅଛି । ଏହା ଅପ୍‌-ଷ୍ଟ୍ରିମ୍‌, ମିଡ୍‌-ଷ୍ଟ୍ରିମ୍‌, କିମ୍ବା ଡାଉନ୍‌-ଷ୍ଟ୍ରିମ୍ ହେଉ । ଏହି ପାଇପଲାଇନ ସହିତ ଏହି ସହଯୋଗ ଅଧିକ ବ୍ୟାପକ ହେବ ।

ମୁଁ ଏହି ପ୍ରକଳ୍ପରେ ଜଡିତ ସମସ୍ତ ଅଧିକାରୀ ବିଶେଷ ଭାବେ ନୁମାଲିଗଡ ତୈଳ ବିଶୋଧନାଗାର ଏବଂ ବାଂଲାଦେଶ ପେଟ୍ରୋଲିୟମ ନିଗମକୁ ଅଭିନନ୍ଦନ ଜଣାଉଛି ।

ମାନ୍ୟବର,

ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମ ବାର୍ଷିକୀର ଗୋଟିଏ ଦିନ ପରେ ଆଜିର ଉଦଘାଟନ ହେଉଛି ଶୁଭ ଅବସର! ବଙ୍ଗବନ୍ଧୁଙ୍କ ‘ସୋନାର ବାଙ୍ଗଲା' ଦର୍ଶନରେ ସମଗ୍ର ଅଞ୍ଚଳର ସୁସଂଗତ ବିକାଶ ଏବଂ ସମୃଦ୍ଧତା ଅନ୍ତର୍ଭୁକ୍ତ ହୋଇଥିଲା । ଏହି ମିଳିତ ପ୍ରକଳ୍ପ ହେଉଛି ତାଙ୍କ ଦର୍ଶନର ଏକ ଉପଯୁକ୍ତ ଉଦାହରଣ ।

ମାନ୍ୟବର,

ଭାରତ-ବାଂଲାଦେଶର ସହଯୋଗର ପ୍ରତ୍ୟେକ ଦିଗ ଆପଣଙ୍କ ମାର୍ଗଦର୍ଶନ ଦ୍ୱାରା ଉପକୃତ ହୋଇଛି । ଏହି ପ୍ରକଳ୍ପ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ  ଏବଂ ଏହି ପ୍ରକଳ୍ପରୁ ଉପକୃତ ହେବାକୁ ଥିବା ସମସ୍ତ ଲୋକଙ୍କୁ ଅନେକ ଅନେକ ଅଭିନନ୍ଦନ ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi