ମହାମହିମ, ରାଷ୍ଟ୍ରପତି ଜୋକୋ ୱିଡୋଡୋ,

ମହାମହିମ ଗଣ,

ନମସ୍କାର

ଆମର ଭାଗିଦାରୀ ଏହାର ଚତୁର୍ଥ ଦଶନ୍ଧିରେ ପ୍ରବେଶ କରୁଛି ।

ଏହି ପରିପ୍ରେକ୍ଷୀରେ , ଭାରତ - ଏସିଆନ୍ ଶିଖର ସମ୍ମିଳନୀର ସହ - ଅଧ୍ୟକ୍ଷତା କରିବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ।

ଏହି ଶିଖର ସମ୍ମିଳନୀର ଚମତ୍କାର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି ।

ମୁଁ ଏସିଆନ ସମୂହର ଦକ୍ଷ ନେତୃତ୍ୱକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

ନିକଟରେ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ମହାମହିମ ହୁନ୍ ମାନେଟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ଏହି ବୈଠକରେ ମୁଁ ତିମୋର - ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।

ମହାନୁଭବ, ମହାମହିମ,

ଆମର ଇତିହାସ ଏବଂ ଭୂଗୋଳ ଭାରତ ଏବଂ ଏସୀୟ ଦେଶ ମାନଙ୍କୁ ସଂଯୋଗ କରେ ।

ମିଳିତ ମୂଲ୍ୟବୋଧ ସହିତ ଆଞ୍ଚଳିକ ଏକତା, ଶାନ୍ତି, ସମୃଦ୍ଧି ଏବଂ ଏକ ବହୁଧ୍ରୁବୀୟ ଦୁନିଆରେ ଏକ ଅଂଶୀଦାରୀ ବିଶ୍ୱାସ ମଧ୍ୟ ଆମକୁ ଏକାଠି ବାନ୍ଧି ରଖିଥାଏ ।

ଏସିଆନ ହେଉଛି ଭାରତର ଆକ୍ଟ ଇଷ୍ଟ ପଲିସି (ପ୍ରାଚ୍ୟ ପାଇଁ ନୀତି) ର  କେନ୍ଦ୍ରୀୟ ସ୍ତମ୍ଭ ।

ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏସିଆନ୍‌ର କେନ୍ଦ୍ରୀୟତା ଏବଂ ଏସିଆନର ଦୃଷ୍ଟିକୋଣକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।

ଭାରତ ପକ୍ଷରୁ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକରେ ଏସିଆନର ଏକ ପ୍ରମୁଖ ସ୍ଥାନ ରହିଛି ।

ଗତ ବର୍ଷ , ଆମେ ଭାରତ - ଏସିଆନ୍ ବନ୍ଧୁତା ବର୍ଷ ପାଳନ କରିଥିଲୁ ଏବଂ ଆମର ସମ୍ପର୍କକୁ ଏକ 'ବ୍ୟାପକ ରଣନୈତିକ ଭାଗିଦାରୀ' ରେ ପରିଣତ କରିଥିଲୁ ।

ମହାନୁଭବ, ମହାମହିମ,

ଆଜି , ବିଶ୍ୱ ସ୍ତରରେ ଲାଗି ରହିଥିବା ଅନିଶ୍ଚିତତାର ବାତାବରଣ ଭିତରେ ମଧ୍ୟ ଆମର ପାରସ୍ପରିକ ସହଯୋଗରେ ପ୍ରତ୍ୟେକ କ୍ଷେତ୍ରରେ ନିରନ୍ତର ପ୍ରଗତି ହେବାରେ ଲାଗିଛି ।

ଏହା ଆମ ସମ୍ପର୍କର ଶକ୍ତି ଏବଂ ନମନୀୟତାର ପ୍ରମାଣ ।

ଚଳିତ ବର୍ଷ ଏସିଆନ ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି 'ଏସିଆନ ମ୍ୟାଟର୍ସ : ଏପିସେଂଟ୍ରମ୍ ଅଫ୍ ଗ୍ରୋଥ୍‌’ (ଏସିଆନ୍‌ର ବିଭିନ୍ନ ପ୍ରସଙ୍ଗ : ଅଭିବୃଦ୍ଧିର କେନ୍ଦ୍ର') ।

ଏସିଆନର ବିଭିନ୍ନ ପ୍ରସଙ୍ଗ ଅର୍ଥାତ୍ ଏଠାରେ ସମସ୍ତଙ୍କ ମତ ଉପରେ ଗୁରୁତ୍ୱ ଦିଆଯାଏ ଏବଂ ଏସିଆନ ହେଉଛି ଅଭିବୃଦ୍ଧିର କେନ୍ଦ୍ର, କାରଣ ଏସିଆନ ଅଞ୍ଚଳ ବିଶ୍ୱର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

'ବସୁଧୈବ କୁଟୁମ୍ବକମ୍‌' - 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ', ଏହି ଭାବନା ମଧ୍ୟ ଭାରତର ଜି - ୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ।

ମହାନୁଭବ, ମହାମହିମ,

ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ଏହା ହେଉଛି ଆମର ଶତାବ୍ଦୀ ।

ଏହି କାରଣରୁ, କୋଭିଡ୍ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥା ଓ ମାନବ କଲ୍ୟାଣ ପାଇଁ ସମସ୍ତଙ୍କ ପ୍ରୟାସ ଉପରେ ଆଧାରିତ ନିୟମ ଭିତ୍ତିକ ବିଶ୍ୱ ବ୍ୟବସ୍ଥା ନିର୍ମାଣ କରିବା ଜରୁରୀ ।

ସ୍ୱାଧୀନ ଏବଂ ମୁକ୍ତ ଭାରତ - ପ୍ରଶାନ୍ତ ମହାସାଗର କ୍ଷେତ୍ରର ପ୍ରଗତି ଏବଂ ଦକ୍ଷିଣ ବିଶ୍ୱର ସ୍ୱରକୁ ଉନ୍ନତ କରିବା ସାଧାରଣ ସ୍ୱାର୍ଥ ହିତ ପାଇଁ ଉଦ୍ଦିଷ୍ଟ ।

ମୁଁ ବିଶ୍ୱାସ କରେ ଯେ ଆଜିର ଆଲୋଚନା ଭାରତ ଏବଂ ଏସିଆନ ଅଞ୍ଚଳର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ନୂତନ ସଂକଳ୍ପ ନେଇ ଆସିବ ।

ସିଙ୍ଗାପୁରର ରାଷ୍ଟ୍ର ସଂଯୋଜକ, ଲାଓ ପିଡିଆର୍‌ର ଆଗାମୀ ଅଧ୍ୟକ୍ଷ , ଏବଂ ଆପଣ ସମସ୍ତଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ କାମ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi