ଏଫ୍ଏ ଓର ମହାନିର୍ଦ୍ଦେଶକ,

ମହାମହିମ ,

ମହିଳା ଓ ଭଦ୍ରବ୍ୟକ୍ତିମାନେ ,

 

ନମସ୍କାର!

 

ମୋତେ ଏତେ ସୁନ୍ଦର ସ୍ୱାଗତ ଏବଂ ଏଗ୍ରିକୋଲା ପଦକ" ପ୍ରଦାନ କରିବା ପାଇଁ ଏଫ୍ଏଓ ସଂଗଠନର ମହାନିର୍ଦ୍ଦେଶକଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି। ଭାରତ ପ୍ରତି ତାଙ୍କର କୃତଜ୍ଞତାପୂର୍ଣ୍ଣ କଥା ଏବଂ ଏଫ୍ଏ ଓ ରେ ତାଙ୍କର ବର୍ଷ ବର୍ଷ ଧରି ରହିଥିବା ଅବଦାନ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।

 

ଏହା କେବଳ ମୋ ପାଇଁ ସମ୍ମାନ ନୁହେଁ। ଏହା ଭାରତର ଲକ୍ଷ ଲକ୍ଷ ଚାଷୀ, ପଶୁପାଳକ, ମତ୍ସ୍ୟଜୀବୀ, କୃଷି ବୈଜ୍ଞାନିକ ଏବଂ ଶ୍ରମିକଙ୍କ ପାଇଁ ଏକ ସମ୍ମାନ। ଏହା ମାନବ କଲ୍ୟାଣ, ଖାଦ୍ୟ ସୁରକ୍ଷା ଏବଂ ସ୍ଥାୟୀ ବିକାଶ ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାର ମଧ୍ୟ ସ୍ୱୀକୃତି। ଗଭୀର ନମ୍ରତାର ସହିତ ଏହି ପଦକ ଗ୍ରହଣ କରି, ମୁଁ ଏହାକୁ ଭାରତର "ଅନ୍ନଦାତା"ଙ୍କୁ ସମର୍ପିତ କରୁଛି।

 

ବନ୍ଧୁଗଣ,

 

ଭାରତୀୟ ସଭ୍ୟତାରେ, କୃଷି କେବଳ ଫସଲ ଚାଷର ଏକ ମାଧ୍ୟମ ନୁହେଁ। ଏହାକୁ ମଣିଷ ଏବଂ ପୃଥିବୀ ମାତା ମଧ୍ୟରେ ଏକ ଗଭୀର ଏବଂ ପବିତ୍ର ସମ୍ପର୍କ ଭାବରେ ବିବେଚନା କରାଯାଏ।

 

ଭାରତରେ, କୃଷି ହେଉଛି ଜୀବନର ମୂଳ ଅଧାର ଅଟେ। ଏହା ଆମର ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଆମର ଜିବନ ମୂଲ୍ୟବୋଧର ପ୍ରତିଫଳନ। ଆମର ପରମ୍ପରାରେ, ପୃଥିବୀକୁ "ମାତା" ଭାବରେ ପୂଜା କରାଯାଇଥାଏ ଏବଂ କୃଷକକୁ "ମାଟିର ପୁତ୍ର" ଭାବରେ ବର୍ଣ୍ଣନା କରାଯାଇଛି। ହଜାର ହଜାର ବର୍ଷର ଏହି କାଳଜୟୀ ମୂଲ୍ୟବୋଧ ଆଜି ମଧ୍ୟ ଆମର ପ୍ରୟାସକୁ ପ୍ରେରଣା ଦେଇ ଚାଲିଛି।

ବନ୍ଧୁଗଣ,

 

ହଜାର ହଜାର ବର୍ଷର ଶିକ୍ଷା ଏବଂ ଭାରତର ସମୃଦ୍ଧ କୃଷି ପରମ୍ପରା ଉପରେ ଆଧାରିତ, ଆମର ଦେଶ ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ-ଚାଳିତ ପଦ୍ଧତି ମାଧ୍ୟମରେ କୃଷି କ୍ଷେତ୍ରକୁ ଆଗକୁ ବଢ଼ାଉଛି।

 

ଆମେ କେବଳ ଉତ୍ପାଦନ ବୃଦ୍ଧି କରିବା ପାଇଁ ନୁହେଁ ବରଂ ଏକ ସ୍ଥାୟୀ, ଜଳବାୟୁ-ପ୍ରତିରୋଧୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କୃଷି ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ମଧ୍ୟ କାମ କରୁଛୁ। ସେଥିପାଇଁ ସମଗ୍ର ଭାରତରେ ମିଶନ ମୋଡରେ ବୈଜ୍ଞାନିକ କୃଷିକୁ ଆଗକୁ ବଢ଼ାଯାଉଛି।

 

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ, ଆମେ ଚାଷୀମାନଙ୍କୁ ବୈଜ୍ଞାନିକ ମୃତ୍ତିକା ପରୀକ୍ଷା ଏବଂ ପୁଷ୍ଟିକର-ଆଧାରିତ ମାର୍ଗଦର୍ଶନ ପ୍ରଦାନ କରୁଛୁ।

 

"ପ୍ରତି ବୁନ୍ଦା ଅଧିକ ଫସଲ" ଭଳି ଅଭିଯାନଗୁଡ଼ିକ ସୂକ୍ଷ୍ମ ଜଳସେଚନ ଏବଂ ସଠିକ କୃଷିକୁ ପ୍ରୋତ୍ସାହିତ କରୁଛି, ଯାହା ଚାଷୀମାନଙ୍କୁ କମ ଜଳ ବ୍ୟବହାର ସହିତ ଅଧିକ ଫସଲ ଅମଳ କରିବାରେ ସକ୍ଷମ କରିଥାଏ।

 

ବନ୍ଧୁଗଣ,

 

ଆଜି, ପ୍ରଯୁକ୍ତିବିଦ୍ୟା ଭାରତୀୟ କୃଷିର ଏକ ନୂତନ ଶକ୍ତି ଭାବରେ ଉଭା ହେଉଛି। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ପଦକ୍ଷେପ ଯେପରିକି ଏଗ୍ରିଷ୍ଟ୍ୟାକ୍, ଏଆଇ-ଆଧାରିତ ପରାମର୍ଶ ପ୍ରଣାଳୀ, ଡ୍ରୋନ୍, ରିମୋଟ୍ ସେନ୍ସିଂ ପ୍ରଯୁକ୍ତିବିଦ୍ୟା ଏବଂ ସେନ୍ସର-ଆଧାରିତ ଯନ୍ତ୍ରପାତି ଭାରତରେ ଚାଷକୁ ଅଧିକ ସ୍ମାର୍ଟ ଏବଂ ତଥ୍ୟ-ଚାଳିତ କରୁଛି।  ଆଜି, ଏକ ଗାଁର ଜଣେ ଛୋଟ ଚାଷୀ ମଧ୍ୟ ମୋବାଇଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପାଣିପାଗ ଅପଡେଟ୍, ଫସଲ ପରାମର୍ଶ ଏବଂ ବଜାର ସୂଚନା ପାଇପାରିବେ।

ଭାରତ ମଧ୍ୟ ଜଳବାୟୁ-ପ୍ରତିରୋଧୀ କୃଷି ଦିଗରେ ଦ୍ରୁତ ଗତିରେ କାମ କରୁଛି। ଗତ ଦଶ ବର୍ଷ ମଧ୍ୟରେ, ଦେଶରେ ପ୍ରାୟ ୩,000 ଜଳବାୟୁ-ପ୍ରତିରୋଧୀ ଫସଲ କିସମ ବିକଶିତ ହୋଇଛି। ତିନି ହଜାର। ଦେଶର କୋଟ-କୋଟି ଚାଷୀ ଏହା ଦ୍ବାରା  ଉପକୃତ ହେଉଛନ୍ତି।

 

ବନ୍ଧୁଗଣ,

 

ଆମେ ବିଶ୍ୱାସ କରୁଛୁ ଯେ କୃଷିର ଭବିଷ୍ୟତ କେବଳ "ଅଧିକ ଉତ୍ପାଦନ କରନ୍ତୁ" ତା ‘ନୁହେଁ, ବରଂ "ଉନ୍ନତ ଉତ୍ପାଦନ କରନ୍ତୁ" ରେ ନିହିତ। ଏହି ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ, ଜୈବ ବିବିଧତାକୁ ବୃଦ୍ଧି କରିବା ଏବଂ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।  ଭାରତର ଅଭିଜ୍ଞତା ବିଶ୍ୱକୁ ପ୍ରଦର୍ଶନ କରୁଛି ଯେ ସ୍କେଲ୍ ଏବଂ ସ୍ଥିରତା ଏକତ୍ର ଅଗ୍ରଗତି କରିପାରିବ, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ତର୍ଭୁକ୍ତି ପରସ୍ପରକୁ ମଜବୁତ କରିପାରିବ, ଏବଂ ବିଜ୍ଞାନ-ଚାଳିତ କୃଷି ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ଭିତ୍ତିଭୂମି ହୋଇପାରିବ।

 

ବନ୍ଧୁଗଣ,

 

ଆଜି, ଭାରତର କୃଷି କ୍ଷେତ୍ର ବହୁତ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଖାଦ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ, ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭାରତ ବିଶ୍ୱର ସବୁଠାରୁ ବଡ଼ କ୍ଷୀର ଏବଂ ମସଲା ଉତ୍ପାଦକ। ଦେଶ ଚାଉଳ, ଗହମ, ଫଳ, ପନିପରିବା ଏବଂ କପା ଉତ୍ପାଦକମାନଙ୍କ ମଧ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ। ଭାରତର କୃଷି ରପ୍ତାନି ଦୃଢ଼ ଭାବରେ ବୃଦ୍ଧି ପାଇଛି, ଯାହା ୨୦୨୦  ରେ ୩୫ ବିଲିୟନ ଡଲାରରୁ ବୃଦ୍ଧି ପାଇ ଗତ ବର୍ଷ ୫୧ ବିଲିୟନ ଡଲାରରୁ ଅଧିକ ହୋଇଛି।

 

ବନ୍ଧୁଗଣ,

 

ଏହି ସଫଳତାଗୁଡ଼ିକ ଉଲ୍ଲେଖନୀୟ କାରଣ ଭାରତରେ ବିଶ୍ୱର କେବଳ୨.୫% କୃଷି ଜମି ଅଛି, ଯେତେବେଳେ ବିଶ୍ୱର ପ୍ରାୟ ୧୮% ଜନସଂଖ୍ୟା ଏଠାରେ ବାସ କରନ୍ତି।  ଭାରତର ସଫଳତା ସମଗ୍ର ବିଶ୍ୱ ଦକ୍ଷିଣ ପାଇଁ ଏକ ପ୍ରେରଣା ପାଲଟିଛି ଏବଂ ଅନେକ ଦେଶକୁ ଆଗକୁ ବଢ଼ିବା ପାଇଁ ଆତ୍ମବିଶ୍ୱାସ ଦେଇଛି।  ଭାରତ ପାଇଁ, ଖାଦ୍ୟ ସୁରକ୍ଷା କେବଳ ଏକ ନୀତିଗତ ପ୍ରସଙ୍ଗ ନୁହେଁ - ଏହା ମାନବତା ପ୍ରତି ଏକ ଦାୟିତ୍ୱ।

ବନ୍ଧୁଗଣ,

 

ଏଫ୍ଏ ଓ ସହିତ ଭାରତର ସହଭାଗୀତା ବହୁ ଦଶନ୍ଧି ଧରି ରହିଛି।  ଆମେ ଗର୍ବିତ ଯେ ଡ଼. ସ୍ୱାମୀନାଥନ୍ ଏବଂ ବିନୟ ରଞ୍ଜନ ସେନ୍ ଭଳି ପ୍ରସିଦ୍ଧ ବୈଜ୍ଞାନିକମାନେ ଖାଦ୍ୟ ଏବଂ କୃଷି ସଂଗଠନ ସହିତ କାର୍ଯ୍ୟ କରି ବିଶ୍ୱ ଖାଦ୍ୟ ସୁରକ୍ଷାରେ ପ୍ରମୁଖ ଅବଦାନ ଦେଇଛନ୍ତି। ଭାରତ ସର୍ବଦା ବିଶ୍ୱାସ କରିଆସିଛି ଯେ ବିଜ୍ଞାନ, ନୀତି ଏବଂ ମାନବୀୟ ମୂଲ୍ୟବୋଧ ଏକାଠି ହେଲେ ପ୍ରକୃତ ପରିବର୍ତ୍ତନ ହୋଇଥାଏ। ଏକ ପ୍ରତିଷ୍ଠାତା ସଦସ୍ୟ ଭାବରେ, ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷା, ସ୍ଥାୟୀ କୃଷି ଏବଂ ଏକ କ୍ଷୁଧାମୁକ୍ତ ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ  ଏଫ୍ଏ ଓ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରିଛି। ଆମର ସହଭାଗୀର ଏକ ସର୍ବୋତ୍ତମ ଉଦାହରଣ ଆନ୍ତର୍ଜାତୀୟ ମିଲେଟ୍ସ ବର୍ଷ ସମୟରେ ଦେଖାଯାଇଥିଲା। ଖାଦ୍ୟ ଏବଂ କୃଷି ସଂଗଠନ ସହିତ ଆମର ମିଳିତ ପ୍ରୟାସ ମାଧ୍ୟମରେ, ବିଶ୍ୱ ପୁଣି ଥରେ ମିଲେଟ୍ସର ଗୁରୁତ୍ୱ ଏବଂ ଶକ୍ତିକୁ ବୁଝିପାରିଥିଲା। ଆମେ ଭବିଷ୍ୟତରେ ମଧ୍ୟ ଏକାଠି ମିଶି କାମ କରିବା ଜାରି ରଖିବୁ। ମୁଁ ଦେଖିଛି ଯେ ଯେତେବେଳେ ମୁଁ ମିଲେଟ୍ ବିଷୟରେ କଥା ହୁଏ, ଅଧିକାଂଶ ଲୋକ ମୁଖ୍ୟତଃ ସେମାନଙ୍କର ପୁଷ୍ଟିକର ମୂଲ୍ୟ ଉପରେ ଧ୍ୟାନ ଦିଅନ୍ତି। କିନ୍ତୁ ମିଲେଟ୍ ମଧ୍ୟ ଏକ ପରିବେଶ ଅନୁକୂଳ ଫସଲ। ସେମାନଙ୍କୁ ବହୁତ କମ୍ ପାଣି ଆବଶ୍ୟକ ହୁଏ ଏବଂ ରାସାୟନିକ ସାର ବିନା ଚାଷ କରାଯାଇପାରିବ। ଭାରତରେ, ପ୍ରାୟ ୮୫ % ଚାଷୀ ହେଉଛନ୍ତି ଛୋଟ ଚାଷୀ ଯେଉଁମାନେ ସୀମିତ ଜମିରେ ଚାଷ କରନ୍ତି। ଅନେକ ଅଞ୍ଚଳରେ ଯେଉଁଠାରେ ଜଳସେଚନ ସୁବିଧା ଉପଲବ୍ଧ ନାହିଁ ଏବଂ ଚାଷ କେବଳ ବର୍ଷା ଉପରେ ନିର୍ଭର କରେ, ସେଠାରେ ବାଜରା ଚାଷ କେବଳ ପୁଷ୍ଟିକର ଉନ୍ନତି କରେ ନାହିଁ ବରଂ ପରିବେଶକୁ ସୁରକ୍ଷା ଦେବାରେ ମଧ୍ୟ ସାହାଯ୍ୟ କରେ।

 

ବନ୍ଧୁଗଣ,

 

ଭାରତରେ, ଆମେ କହିଥାଉ, "ଜୟ ଜବାନ, ଜୟ କିଷାନ।" ଯେତେବେଳେ ଜଣେ ଚାଷୀ ବିହନ ବୁଣେ, ସେ କେବଳ ଫସଲ ଚାଷ କରେ ନାହିଁ; ସେ ଭବିଷ୍ୟତ ପିଢ଼ି ପାଇଁ ଆଶା ବୁଣେ। ଆଜି, ଯେତେବେଳେ ବିଶ୍ୱ ଅନିଶ୍ଚିତତା ଏବଂ ଅସ୍ଥିରତାର ସମୟ ଦେଇ ଗତି କରୁଛି, କୃଷକମାନଙ୍କର ଅବଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଆଜି ଦିଆଯାଇଥିବା ସମ୍ମାନ ଭାରତର ପ୍ରତ୍ୟେକ ଚାଷୀଙ୍କ ଦୃଢ଼ ସଂକଳ୍ପକୁ ଆହୁରି ମଜବୁତ କରିବ। ଭାରତ ମଧ୍ୟ କ୍ଷୁଧା, ଦାରିଦ୍ର୍ୟ ଏବଂ କୁପୋଷଣ ବିରୁଦ୍ଧରେ ଲଢ଼ିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ପୂର୍ଣ୍ଣ ସମର୍ଥନ କରିବା ଜାରି ରଖିବ। ଏବଂ ଯେପରି ଉଲ୍ଲେଖ କରାଯାଇଥିଲା ଯେ ଆପଣମାନେ ଆସନ୍ତାକାଲି "ଚା ଦିବସ" ପାଳନ କରିବେ, ଏହି ଅବସରକୁ ପାଳନ କରିବା ପାଇଁ ଗୋଟିଏ ଦିନ ପୂର୍ବରୁ ଏକ "ଚା ବାଲା" ଆପଣଙ୍କ ମଧ୍ୟରେ ପହଞ୍ଚିଛି। ଭାରତରେ  ବିଭିନ୍ନ୍ ପ୍ରକାରର ଚା ପାଇଁ ଜଣାଶୁଣା, ଏବଂ ଚା’ରେ ପ୍ରକୃତରେ ଏକ ବିଶେଷ ଶକ୍ତି ରହିଛି।

ପୁଣି ଥରେ, ମୁଁ ଏଫ୍ଏ ଓ ର ମହାନିର୍ଦ୍ଦେଶକଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି।

 

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ମଧ୍ୟ ଜଣାଉଛି।

 

ଆପଣମାନଙ୍କୁ ବହୁତ - ବହୁତ ଧନ୍ୟବାଦ ଜଣାଉଛି ।

ବହୁତ - ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Japan’s Defence Minister calls on PM Modi
August 20, 2026
PM recalls productive discussions with Prime Minister Sanae Takaichi during her recent visit to India
PM highlights opportunities for Japan to partner with Indian companies and start-ups in defence co-development and co-production under Make-in-India

Japan’s Minister of Defence Shinjiro Koizumi, who is on an official visit to India, called on Prime Minister Shri Narendra Modi today.

Prime Minister recalled his detailed discussions with Prime Minister Sanae Takaichi during her recent visit to India for the 16th India-Japan Annual Summit in July 2026, and appreciated the steady momentum in defence collaboration between India and Japan.

Prime Minister outlined his vision for further strengthening the Special Strategic and Global Partnership between India and Japan and highlighted the importance of India-Japan defence and security cooperation in furthering peace, stability and prosperity in the Indo-Pacific and beyond.

Prime Minister outlined opportunities for Japan to partner with Indian companies and start-ups in the defence sector, particularly for co-development and co-production under the aegis of ‘Make in India.’

Defence Minister Koizumi briefed the Prime Minister about the progress in bilateral defence cooperation and reaffirmed the Government of Japan’s continued commitment towards deepening ties with India.