Projects will significantly boost infrastructure development, enhance connectivity and give an impetus to ease of living in the region
PM inaugurates Deoghar Airport; to provide direct air connectivity to Baba Baidyanath Dham
PM dedicates in-patient Department and Operation Theatre services at AIIMS, Deoghar
“We are working on the principle of development of the nation by the development of the states”
“When a holistic approach guides projects, new avenues of income come for various segments of the society”
“We are taking many historic decisions for converting deprivation into opportunities”
“When steps are taken to improve the ease of life for common citizens, national assets are created and new opportunities of national development emerge”

ଝାଡ଼ଖଣ୍ଡର ଗଭର୍ଣ୍ଣର ଶ୍ରୀ ରମେଶ ବୈସ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ୍ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସାଥୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ନିଶିକାନ୍ତ ମହାଶୟ, ଅନ୍ୟ ସାଂସଦ ଏବଂ ବିଧାୟକଗଣ ତଥା ଉପସ୍ଥିତ ଭଦ୍ର ମହିଳା ଓ ପୁରୁଷ । 

ବାବାଙ୍କ ଧାମକୁ ଆସି ସଭିଙ୍କର ମନ ପ୍ରସନ୍ନ ହୋଇ ଯାଇଥାଏ। ଆଜି ଆମ ସମସ୍ତଙ୍କୁ ଦେଓଘରରେ ଝାଡ଼ଖଣ୍ଡର ବିକାଶକୁ ଗତି ପ୍ରଦାନ କରିବାର ସୌଭାଗ୍ୟ ମିଳିଛି। ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରୁ ଆଜି 16 ହଜାର କୋଟି ଟଙ୍କାରୁ ଅଧିକର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି। ଏହାଦ୍ବାରା ଝାଡ଼ଖଣ୍ଡର ଆଧୁନିକ ପରିବହନ, ଶକ୍ତି, ସ୍ବାସ୍ଥ୍ୟ, ଆସ୍ଥା ଓ ପର୍ଯ୍ୟଟନକୁ ବହୁତ ଅଧିକ ଶକ୍ତି ମିଳିଛି। ଆମେ ସଭିଏଁ ଦେଓଘର ଏୟାରପୋର୍ଟ ଏବଂ ଦେଓଘର ଏମ୍‌ସର ସ୍ବପ୍ନ ଦୀର୍ଘ ସମୟ ଧରି ଦେଖି ଆସୁଥିଲୁ। ଏହି ସ୍ବପ୍ନ ଏବେ ସାକାର ହେବାକୁ ଯାଉଛି। 

ବନ୍ଧୁଗଣ, 

ଏହି ପ୍ରକଳ୍ପ ଦ୍ବାରା ଝାଡ଼ଖଣ୍ଡର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହଜ ହେବ ଏବଂ ବ୍ୟବସାୟ କାରବାର ପାଇଁ, ପର୍ଯ୍ୟଟନ ପାଇଁ, ରୋଜଗାର-ସ୍ବରୋଜଗାର ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ। ବିକାଶର ଏହି ସମସ୍ତ ପ୍ରକଳ୍ପ ପାଇଁ ମୁଁ ସମସ୍ତ ଝାଡ଼ଖଣ୍ଡବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ବହୁତ ବହୁତ ଶୁଭକାମନା ଦେଉଛି। ଏହି ଯେଉଁ ପ୍ରକଳ୍ପ ଗୁଡ଼ିକ ରହିଛି, ଯଦିଓ ଏହା ଝାଡ଼ଖଣ୍ଡରେ ଆରମ୍ଭ ହେଉଛି କିନ୍ତୁ ଏହାଦ୍ବାରା ଝାଡ଼ଖଣ୍ଡ ବ୍ୟତୀତ ବିହାର ଏବଂ ପଶ୍ଚିମବଙ୍ଗର ମଧ୍ୟ ଅନେକ କ୍ଷେତ୍ରକୁ ପ୍ରତ୍ୟକ୍ଷ ଭାବରେ ଲାଭ ମିଳିବ। ଅର୍ଥାତ୍ ଏହି ପ୍ରକଳ୍ପ ପୂର୍ବ ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ। 

ବନ୍ଧୁଗଣ, 

ରାଜ୍ୟର ବିକାଶ ଦ୍ବାରା ଦେଶର ବିକାଶ, ଦେଶ ଗତ 8 ବର୍ଷ ଧରି ଏହି ଚିନ୍ତାଧାରା ସହିତ କାମ କରୁଛି। ଗତ 8 ବର୍ଷରେ ରାଜପଥ, ରେଳପଥ, ବାୟୁମାର୍ଗ, ଜଳମାର୍ଗ, ସବୁ ପ୍ରକାର ଭାବରେ ଝାଡ଼ଖଣ୍ଡକୁ ସଂଯୁକ୍ତ କରିବା ପାଇଁ ପ୍ରଚେଷ୍ଟାରେ ଏହି ଚିନ୍ତାଧାରା, ଏହି ଭାବନା ସର୍ବୋପରି ରହିଛି। ଆଜି ଯେଉଁ 13 ଟି ହାଇୱେ ପ୍ରୋଜେକ୍ଟସର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି, ଏହା ଦ୍ବାରା ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ସହିତ ବାକି ରାଜ୍ୟ ଗୁଡ଼ିକ ସହିତ ମଧ୍ୟ କନେକ୍‌ଟିଭିଟି ଦୃଢ଼ ହେବ। ମିର୍ଜାଚୌକୀ ଠାରୁ ଫରକ୍କା ମଧ୍ୟରେ ଯେଉଁ ଫୋର ଲେନ୍ ହାଇୱେ ପ୍ରସ୍ତୁତ ହେଉଛି, ଏହା ଦ୍ବାରା ସମଗ୍ର ସନ୍ଥାଳ ପରଗନାକୁ ଆଧୁନିକ ସୁବିଧା ମିଳିବାକୁ ଯାଉଛି। ରାଞ୍ଚି-ଜାମସେଦପୁର ହାଇୱେ ରୁ ଏବେ ରାଜଧାନୀ ଏବଂ ଇଣ୍ଡଷ୍ଟ୍ରିୟାଲ୍ ସିଟି ମଧ୍ୟରେ ଯାତ୍ରାର ସମୟ ଏବଂ ଟ୍ରାନ୍‌ସପୋର୍ଟର ଖର୍ଚ୍ଚ, ଉଭୟରେ ବହୁତ ହ୍ରସ ହେବ। ପାଲମା ଗୁମଲା ସେକ୍‌ସନରୁ ଛତିଶଗଡ଼ ପର୍ଯ୍ୟନ୍ତ ଯୋଗାଯୋଗରେ ଉନ୍ନତି ଆସିବ, ପାରାଦୀପ ପୋର୍ଟ ଏବଂ ହଳଦିଆରୁ ପେଟ୍ରୋଲିୟମ ପଦାର୍ଥକୁ ଝାଡ଼ଖଣ୍ଡକୁ ଆଣିବା ଆହୁରି ଅଧିକ ସହଜ ହୋଇଯିବ, ଶସ୍ତା ମଧ୍ୟ ହୋଇଯିବ। ରେଳ ନେଟୱର୍କରେ ମଧ୍ୟ ଆଜି ଯେଉଁ ବିସ୍ତାର ହୋଇଛି ଏହା ଦ୍ବାରା ପୁରା କ୍ଷେତ୍ରରେ ନୂଆ ଟ୍ରେନ ପାଇଁ ରାସ୍ତା ଖୋଲୁଛି, ରେଳ ଟ୍ରାନ୍‌ସପୋର୍ଟ ଆହୁରି ଦୃଢ଼ ହେବାର ମାର୍ଗ ପ୍ରସ୍ତୁତ ହେଉଛି। ଏହି ସବୁ ସୁବିଧାର ସକାରାତ୍ମକ ପ୍ରଭାବ ଝାଡ଼ଖଣ୍ଡର ଉଦ୍ୟୋଗ ବିକାଶ ଉପରେ ମଧ୍ୟ ପଡ଼ିବ। 

ବନ୍ଧୁଗଣ, 

ମୋତେ ଚାରି ବର୍ଷ ପୂର୍ବରୁ ଦେଓଘର ଏୟାରପୋର୍ଟର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା। କରୋନାର ଆହ୍ବାନ ସତ୍ତ୍ବେ ଏହା ଉପରେ ଦ୍ରୁତ ଗତିରେ କାମ କରାଯାଇଛି ଏବଂ ଆଜି ଝାଡ଼ଖଣ୍ଡକୁ ଦ୍ବିତୀୟ ଏୟାରପୋର୍ଟ ମିଳୁଛି। ଦେଓଘର ଏୟାରପୋର୍ଟ ଦ୍ବାରା ପ୍ରତି ବର୍ଷ ପ୍ରାୟ 5 ଲକ୍ଷ ଯାତ୍ରୀମାନେ ଯାତାୟତ କରିପାରିବେ। ଏହା ସହାୟତାରେ ଅନେକ ଲୋକ ବାବାଙ୍କର ଦର୍ଶନ ମଧ୍ୟ ସହଜରେ କରିପାରିବେ। 

 

ବନ୍ଧୁଗଣ, 

ଏବେ ଜ୍ୟୋତିରାଦିତ୍ୟ ମହାଶୟ କହୁଥିଲେ ଯେ ହାୱାଇ ଚପଲ ପିନ୍ଧୁଥିବା ବ୍ୟକ୍ତିମାନେ ମଧ୍ୟ ଏବେ ବିମାନ ଯାତ୍ରାର ଆନନ୍ଦ ଉଠାଇ ପାରିବେ, ଏହି ଭାବନା ସହିତ ଆମର ସରକାର ଉଡ଼ାନ୍ ଯୋଜନାର ଆରମ୍ଭ କରିଥିଲେ। ଆଜି ସରକାରଙ୍କ ପ୍ରଚେଷ୍ଟାର ଲାଭ ସମଗ୍ର ଦେଶରେ ଦେଖା ଯାଉଛି। ଉଡ଼ାନ୍ ଯୋଜନା ଅନ୍ତର୍ଗତ ଗତ 5-6 ବର୍ଷରେ ପ୍ରାୟ 70 ରୁ ଅଧିକ ନୂଆ ସ୍ଥାନକୁ ଏୟାରପୋର୍ଟସ, ହେଲିପୋର୍ଟସ ଏବଂ ୱାଟର ଏରୋଡ୍ରୋମ୍‌ସ ସହିତ ଏହା ମାଧ୍ୟମରେ ସାମିଲ୍ କରାଯାଇଛି। 400 ରୁ ଅଧିକ ନୂଆ ରୁଟ୍‌ସରେ ଆଜି ସାଧାରଣରୁ ଅତି ସାଧାରଣ ନାଗରିକଙ୍କୁ ବିମାନ ଯାତ୍ରାର ସୁବିଧା ନେଇ ପାରୁଛନ୍ତି। ଉଡ଼ାନ୍ ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ 1 କୋଟି ଯାତ୍ରୀଙ୍କୁ ବହୁତ କମ୍ ମୂଲ୍ୟରେ ବିମାନ ଯାତ୍ରା କରି ପାରିଛନ୍ତି। ଏଥିରେ ଏପରି ଅନେକ ଲୋକ ରହିଛନ୍ତି ଯେଉଁମାନେ ପ୍ରଥମ ଥର କରି ଏୟାରପୋର୍ଟ ଦେଖିଛନ୍ତି, ପ୍ରଥମ ଥର ବିମାନରେ ଚଢ଼ିଛନ୍ତି। କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ରେଳ ଓ ବସ୍ ଉପରେ ନିର୍ଭର କରଥିବା ମୋର ଗରିବ ଓ ମଧ୍ୟବିତ୍ତ ପରିବାରର ଭାଇ ଭଉଣୀମାନେ, ଏବେ ଚଉକିର ବେଲ୍‌ଟ ବାନ୍ଧିବା ମଧ୍ୟ ଶିଖି ଯାଇଛନ୍ତି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଦେଓଘରରୁ କୋଲକାତା ପାଇଁ ଫ୍ଲାଇଟ୍ ଆରମ୍ଭ ହୋଇ ଯାଇଛି। ରାଞ୍ଚି, ପାଟନା ଏବଂ ଦିଲ୍ଲୀ ପାଇଁ ମଧ୍ୟ ଖୁବ୍‌ ଶୀଘ୍ର ଫ୍ଲାଇଟ୍ସର ଆରମ୍ଭ କରାଯିବ। ଏଥିପାଇଁ ମଧ୍ୟ ପ୍ରଚେଷ୍ଟା ଜାରି ରହିଛି। ଦେଓଘର ପରେ ବୋକାରୋ ଏବଂ ଦୁମକାରେ ମଧ୍ୟ ଏୟାରପୋର୍ଟସର ନିର୍ମାଣ ଉପରେ କାମ ଚାଲୁ ରହିଛି। ଅର୍ଥାତ୍ ଝାଡ଼ଖଣ୍ଡରେ ଆଗାମୀ ସମୟରେ କନେକ୍‌ଟିଭିଟି ନିରନ୍ତର ଓ ଉନ୍ନତ ହେବାକୁ ଯାଉଛି। 

ବନ୍ଧୁଗଣ, 

କନେକ୍‌ଟିଭିଟି ସହିତ ଦେଶର ଆସ୍ଥା ଏବଂ ଆଧ୍ୟାତ୍ମ ସହିତ ସମ୍ପର୍କିତ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ସୁବିଧାର ନିର୍ମାଣରେ ମଧ୍ୟ କେନ୍ଦ୍ର ସରକାର ଶକ୍ତି ପ୍ରଦାନ କରୁଛନ୍ତି। ବାବା ବୈଦ୍ୟନାଥ ଧାମରେ ମଧ୍ୟ ପ୍ରସାଦ ଯୋଜନା ଅନ୍ତର୍ଗତ ଆଧୁନିକ ସୁବିଧା ଗୁଡ଼ିକର ବିସ୍ତାର କରାଯାଇଛି। ସେହିପରି ଯେତେବେଳେ ସମ୍ପୂର୍ଣ୍ଣତାର ଭାବନା ସହିତ କାମ ହୋଇଥାଏ, ସେତେବେଳେ ପର୍ଯ୍ୟଟନ ଭାବରେ ସମାଜର ପ୍ରତି ବର୍ଗ, ପ୍ରତି କ୍ଷେତ୍ରର ଆୟ ପାଇଁ ନୂତନ ସାଧନ ମିଳିପାରୁଛି। ଆଦିବାସୀ କ୍ଷେତ୍ରରେ ଏପରି ଆଧୁନିକ ସୁବିଧା ଏହି କ୍ଷେତ୍ରର ଭାଗ୍ୟ ପରିବର୍ତ୍ତନ କରିବାକୁ ଯାଉଛି। 

ବନ୍ଧୁଗଣ, 

ଗତ 8 ବର୍ଷରେ, ଝାଡ଼ଖଣ୍ଡର ସବୁଠାରୁ ବଡ଼ ଲାଭ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଦିଗରେ ପ୍ରଗତିଶୀଳ ଦେଶର ପ୍ରଚେଷ୍ଟାର ମଧ୍ୟ ହୋଇଛି। ଯେଉଁ ପ୍ରକାରର ଭିତ୍ତିଭୂମି ପୂର୍ବ ଭାରତରେ ଥିଲା, ସେପରି କ୍ଷେତ୍ରରେ ଗ୍ୟାସ ଆଧାରିତ ଜୀବନ ଏବଂ ଉଦ୍ୟୋଗ, ଏଠାରେ ଅସମ୍ଭବ ବୋଲି ଧରା ଯାଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା, ପୁରୁଣା ଚିତ୍ରକୁ ପରିବର୍ତ୍ତନ କରୁଛି। ଆମେ ଅଭାବକୁ ସୁଯୋଗରେ ପରିବର୍ତ୍ତନ କରିବା ପାଇଁ ଅନେକ ଐତିହାସିକ ନିଷ୍ପତ୍ତି ନେଉଛୁ। ଆଜି ବୋକାରୋ- ଅନଗୁଳ ସେକ୍‌ସନର ଉଦ୍‌ଘାଟନ ଦ୍ବାରା ଝାଡ଼ଖଣ୍ଡ ଏବଂ ଓଡ଼ିଶାର 11 ଜିଲ୍ଲାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କୁ ସଂପ୍ରସାରଣ କରାଯାଇପାରିବ। ଏହାଦ୍ବାରା ଘରେ ପାଇପରେ ଶସ୍ତା ଗ୍ୟାସ ମିଳିବା ସହିତ ସିଏନଜି ଆଧାରିତ ଯାତାୟତ, ବିଦ୍ୟୁତ, ଫର୍ଟିଲାଇଜର, ଷ୍ଟିଲ୍, ଫୁଡ୍ ପ୍ରୋସେସିଂ, କୋଲ୍‌ଡ ଷ୍ଟୋରେଜ୍ ଏପରି ଅନେକ ଉଦ୍ୟୋଗ ମଧ୍ୟ ଦ୍ରୁତ ଗତିରେ ବିକାଶ ହୋଇପାରିବ। 

ବନ୍ଧୁଗଣ, 

ଆମେ ସଭିଙ୍କ ସହିତ, ସଭିଙ୍କ ବିକାଶ, ସଭିଙ୍କ ବିଶ୍ବାସ ଏବଂ ସଭିଙ୍କ ପ୍ରୟାସ ମନ୍ତ୍ର ଆଧାରରେ ଆଗକୁ ବଢ଼ୁଛୁ। ଭିତ୍ତିଭୂମିରେ ନିବେଶ କରି ବିକାଶର, ରୋଜଗାର-ସ୍ବରୋଜଗାରର ନୂତନ ରାସ୍ତାକୁ ଅନୁସନ୍ଧାନ କରାଯାଉଛି। ଆମେ ବିକାଶର ଆକାଂକ୍ଷା ଉପରେ ଜୋର ଦେଉଛୁ, ଆକାଂକ୍ଷିତ ଜିଲ୍ଲା ଉପରେ ଧ୍ୟାନ ପ୍ରଦାନ କରୁଛୁ। ଏହାର ଲାଭ ମଧ୍ୟ ଝାଡ଼ଖଣ୍ଡର ଅନେକ ଜିଲ୍ଲାକୁ ମିଳୁଛି। ସମସ୍ୟା ଥିବା କ୍ଷେତ୍ର ଯଥା ଜଙ୍ଗଲ, ପାହାଡ଼ ଘେରା ଜନଜାତି କ୍ଷେତ୍ରରେ ଆମର ସରକାର ବିଶେଷ ଧ୍ୟାନ ପ୍ରଦାନ କରୁଛି। ସ୍ବାଧୀନତାର ଏତେ ଦଶନ୍ଧି ପରେ ମଧ୍ୟ ଯେଉଁ 18 ହଜାର ଗ୍ରାମରେ ବିଦ୍ୟୁତ ପହଞ୍ଚିଛି, ସେଠାରେ ଅଧିକାଂଶ ଅଞ୍ଚଳ ଦୁର୍ଗମ କ୍ଷେତ୍ରର ଥିଲା। ଭଲ ସଡ଼କରୁ ଯେଉଁ କ୍ଷେତ୍ର ବଞ୍ଚିତ ଥିଲା, ସେଥିରେ ମଧ୍ୟ ଗ୍ରାମୀଣ, ଆଦିବାସୀ, ଦୁର୍ଗମ କ୍ଷେତ୍ରର ଅଂଶ ସବୁଠାରୁ ଅଧିକ ଥିଲା। ଦୁର୍ଗମ କ୍ଷେତ୍ରରେ ଗ୍ୟାସ କନେକ୍‌ସନ, ପାଣି କନେକ୍‌ସନ ଯୋଗାଇବା ପାଇଁ ଗତ 8 ବର୍ଷରେ ମିଶନ୍ ମୋଡ୍‌ରେ କାମ ଆରମ୍ଭ କରାଯାଇଛି। ଆମେ ସଭିଏଁ ଦେଖିଛୁ ଯେ ପୂର୍ବେ କେବଳ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ବଡ଼ ବଡ଼ ସହରରେ ହିଁ ସୀମିତ ରହିଥିଲା। ଏବେ ଏମ୍‌ସର ଆଧୁନିକ ସୁବିଧା ଝାଡ଼ଖଣ୍ଡ ସହିତ ବିହାର ଏବଂ ପଶ୍ଚିମବଙ୍ଗର ବଡ଼ ଜନଜାତି କ୍ଷେତ୍ରକୁ ମଧ୍ୟ ମିଳିପାରିଛି। ଏହି ସମସ୍ତ ପ୍ରୋଜେକ୍ଟ ଏହି ବିଷୟର ପ୍ରମାଣ ଯେ ଯେତେବେଳେ ଆମେ ସାଧାରଣ ଲୋକଙ୍କ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରିଥାଉ ସେତେବେଳେ ଦେଶର ସମ୍ପତ୍ତି ନିର୍ମାଣ ହୋଇଥାଏ ଏବଂ ବିକାଶର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଏହା ହିଁ ପ୍ରକୃତ ବିକାଶ ଅଟେ। ଏହିପରି ଭାବରେ ବିକାଶର ଗତିକୁ ଆମକୁ ମିଳିମିଶି ଦ୍ରୁତ କରିବାକୁ ହେବ। ପୁଣି ଥରେ ମୁଁ ଝାଡ଼ଖଣ୍ଡକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବହୁତ ବହୁତ ଶୁଭ କାମନା ଜଣାଉଛି। ଅନେକ ଅନେକ ଧନ୍ୟବାଦ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's EV penetration tops 12% for first time in June, led by e2Ws

Media Coverage

India's EV penetration tops 12% for first time in June, led by e2Ws
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the strength of courage and resilience
July 08, 2026

The Prime Minister, Shri Narendra Modi said that courage is the greatest strength of a nation. He noted that it inspires the country to remain united even in the face of difficult challenges and to move steadily towards progress, prosperity and self-reliance.

The Prime Minister shared a Sanskrit Subhashitam-

“चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।। ”

The Subhashitam conveys that even mountains, lashed by tempestuous winds, are shaken and set in motion at the time of dissolution; yet amid the gravest trials, the mind of the steadfast remains unwavering and undisturbed.

The Prime Minister wrote on X;

“धैर्य किसी राष्ट्र की सबसे बड़ी शक्ति है। इससे कठिन चुनौतियों के बीच भी देश को एकजुट रहने के साथ ही प्रगति, समृद्धि और आत्मनिर्भरता की दिशा में निरंतर आगे बढ़ने की प्रेरणा मिलती है।

चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।।”