ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତ ହୋଇଛନ୍ତି । ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି । ବିଶେଷ କରି କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି କ୍ଷେତ୍ର, ଭିତ୍ତିଭୂମି ପାଇଁ ପୁଞ୍ଜି ଲଗାଣ ଏବଂ ନିୟାମକ ପ୍ରସଙ୍ଗ ଉପରେ ତାଙ୍କର ବ୍ୟାପକ ପରିଚାଳନାଗତ ଦକ୍ଷତା ରହିଛି । ଏହାଛଡା ତାଙ୍କର ଦୀର୍ଘ କ୍ୟାରିଅର ମଧ୍ୟରେ ନୀତି ନିର୍ଦ୍ଧାରଣ, କାର୍ଯ୍ୟକ୍ରମ ରୂପାୟନ, ପ୍ରକଳ୍ପ ପରିଚାଳନା ସହିତ ଗବେଷଣା ଏବଂ ଗବେଷଣା ଲବ୍ଧ ଜ୍ଞାନର ପ୍ରକାଶନ ମାଧ୍ୟମରେ ସେ ସ୍ୱତନ୍ତ୍ର ଜନ ପରିଚୟ ପାଇଛନ୍ତି । ନୀତି ନିର୍ଦ୍ଧାରଣ ଓ ଉତ୍ତମ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅନୁଭୂତି ଯୋଗୁ ଡଃ ମିଶ୍ରଙ୍କୁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଉଚ୍ଚ ପଦ-ପଦବୀରେ କାର୍ଯ୍ୟ କରିବାର ଦକ୍ଷତା ରହିଛି । ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ, ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ପଦଭାର ଅନ୍ୟତମ । ଅଧିକନ୍ତୁ କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ସେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନ ଆରମ୍ଭ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।

2014ରୁ 2019 ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଡଃ ମିଶ୍ର ମାନବ ସମ୍ବଳ ପରିଚାଳନା ବିଶେଷ କରି ବରିଷ୍ଠ ପଦ-ପଦବୀରେ ନିଯୁକ୍ତି କ୍ଷେତ୍ରରେ ଅଭିନବ ଓ ସଂସ୍କାରମୂଳକ ପରିବର୍ତ୍ତନ ଆଣିଛନ୍ତି ।

ଆନ୍ତର୍ଜାତିକ ସ୍ତରରେ ମଧ୍ୟ ତାଙ୍କର ଅନେକ ଗବେଷଣାତ୍ମକ ଓ ପ୍ରଶାସନିକ ଅନୁଭୂତି ରହିଛି । ବ୍ରିଟେନର ଇନଷ୍ଟଚ୍ୟୁଟ ଅଫ ଡେଭଲପମେଣ୍ଟ ଷ୍ଟଡିଜରେ ସେ 4 ବର୍ଷ ଶୈକ୍ଷିକ ଓ ଗବେଷଣାତ୍ମକ କାର୍ଯ୍ୟ କରିଛନ୍ତି । ଏହାଛଡା ତାଙ୍କର ଅନେକ ବିଶ୍ୱବ୍ୟାଙ୍କ ଓ ଏସୀୟ ଉନ୍ନୟନ ବ୍ୟାଙ୍କ ପ୍ରକଳ୍ପ ଲାଗି ବୁଝାମଣା ଓ ସେଗୁଡିକର ଫଳପ୍ରଦ କାର୍ଯ୍ୟାନ୍ୱୟନ, ଆନ୍ତର୍ଜାତିକ ସେମି-ଏରିଡ ଟ୍ରପିକ୍ସ ଶସ୍ୟ ଗବେଷଣା ପ୍ରତିଷ୍ଠାନର ପରିଚାଳନା ବୋର୍ଡର ସଦସ୍ୟ ଏବଂ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ବିଶେଷଜ୍ଞ ହିସାବରେ ଭାଗ ନେବାର ଅନୁଭୂତି ରହିଛି ।

ସମ୍ପ୍ରତି ଡଃ ମିଶ୍ରଙ୍କୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି 2019 ମସିହାର ଜାତିସଂଘ ସାସାକାୱା ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଡଃ ମିଶ୍ର 1970 ମସିହାରେ ତତକାଳୀନ ଗଙ୍ଗାଧର ମେହେର କଲେଜ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)ରୁ ଅର୍ଥନୀତି ବିଷୟରେ ସ୍ନାତକ (ଅନର୍ସ) ପାଠ୍ୟକ୍ରମରେ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ଅନ୍ୟାନ୍ୟ ବିଷୟରେ ଡିଷ୍ଟିଙ୍କସନ୍ ରଖିଥିଲେ । ସେତେବେଳେ ଓଡିଶାର ସବୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାରେ ସେ ପ୍ରଥମ ଛାତ୍ର ଥିଲେ । ସମ୍ବଲପୁରରୁ କଲେଜ ଶିକ୍ଷା ସାରି ସେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରୁ ଅର୍ଥନୀତିରେ ପ୍ରଥମଶ୍ରେଣୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ଡଃ ମିଶ୍ର ସସେକ୍ସ ବିଶ୍ୱବିଦ୍ୟାଳୟରୁ ଡେଭଲପମେଣ୍ଟ ଇକୋନମିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ପାଇ ସେଠାରେ ପିଏଚଡି କରିଥିଲେ ।

ତାଙ୍କର ଅନେକ ଗବେଷଣାତ୍ମକ ଓ ଉଚ୍ଚ ଅଧ୍ୟୟନମୂଳକ ପ୍ରବନ୍ଧ ଆନ୍ତର୍ଜାତିକ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆସୁଛି । ଡଃ ମିଶ୍ରଙ୍କ ଲିଖିତ କିଛି ପୁସ୍ତକ ମଧ୍ୟରେ ରହିଛି ନିମ୍ନଲିଖିତ ରଚନା ସମ୍ଭାର…

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength