ସେୟାର
 
Comments

ଆଜି ଲୋକ କଲ୍ୟାଣ ମାର୍ଗଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଦୀୱାଲି ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ଭଲ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଦ୍ୱାରା ସମ୍ପାଦିତ ପରିବର୍ତ୍ତନକାରୀ କାର୍ଯ୍ୟ କେବଳ କର୍ମଚାରୀଙ୍କ କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଯୋଗୁ ସମ୍ଭବ ହୋଇପାରିଛି । ଗତବର୍ଷ କ’ଣ ଘଟିଥିଲା ତା’ର ଅନୁଧ୍ୟାନ କରିବା ସହିତ ଆସନ୍ତା ବର୍ଷ ଅଧିକ ଉଚ୍ଚତର ସଫଳତା ହାସଲ କରିବା ଲାଗି ସେ କର୍ମଚାରୀମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ସରକାରୀ ବିଭାଗ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦର୍ଶ ହୋଇପାରିଛି । ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କେବଳ କାମ କରେ ନାହିଁ ବରଂ ନେତୃତ୍ୱ ନେଇ ଅନ୍ୟମାନଙ୍କୁ କାମ କରିବା ଲାଗି ଅନୁପ୍ରାଣିତ କରିଥାଏ । ନିଜର କାର୍ଯ୍ୟଶୈଳୀ ଏବଂ ପ୍ରତିବଦ୍ଧତା ଦ୍ୱାରା ସମଗ୍ର ସରକାର ପାଇଁ ପ୍ରେରଣା ସାଜିବା ଲାଗି ପ୍ରଧାନମନ୍ତ୍ରୀ କର୍ମଚାରୀମାନଙ୍କୁ ଆହ୍ୱାନ କରିଥିଲେ । 2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶ ସମ୍ମୁଖରେ ଥିବା ଲକ୍ଷ୍ୟ ହାସଲ କରିବା ଉପରେ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଟି କୋଟି ନାଗରିକଙ୍କ ସ୍ୱପ୍ନ ଓ ଆଶାଆକାଂକ୍ଷା ପୂରଣ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କାମ କରିବା ଉଚିତ ।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
'ପରିକ୍ଷା ପେ ଚର୍ଚ୍ଚା 2022' ରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
Explore More
ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲୋକପ୍ରିୟ ଅଭିଭାଷଣ

ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
Indian economy has recovered 'handsomely' from pandemic-induced disruptions: Arvind Panagariya

Media Coverage

Indian economy has recovered 'handsomely' from pandemic-induced disruptions: Arvind Panagariya
...

Nm on the go

Always be the first to hear from the PM. Get the App Now!
...
PM greets people on Republic Day
January 26, 2022
ସେୟାର
 
Comments

The Prime Minister, Shri Narendra Modi has greeted the people on the occasion of Republic Day.

In a tweet, the Prime Minister said;

"आप सभी को गणतंत्र दिवस की हार्दिक शुभकामनाएं। जय हिंद!

Wishing you all a happy Republic Day. Jai Hind! #RepublicDay"