ଶାନ୍ତି ଏବଂ ବିକାଶ ପାଇଁ ଆଣବିକ ଶକ୍ତିର ସୁରକ୍ଷିତ ଏବଂ ନିରାପଦ ବ୍ୟବହାର ପାଇଁ ଭାରତର ପ୍ରତିବଦ୍ଧତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ
ମହାନିର୍ଦ୍ଦେଶକ ଗ୍ରୋସି ଏକ ଦାୟିତ୍ୱବାନ ପରମାଣୁ ଶକ୍ତି ଭାବରେ ଭାରତର ତ୍ରୁଟିହୀନ ରେକର୍ଡ ଏବଂ ସାମାଜିକ ଲାଭ ପାଇଁ ବେସାମରିକ ପରମାଣୁ ପ୍ରୟୋଗ କ୍ଷେତ୍ରରେ ଏହାର ବିଶ୍ୱସ୍ତରୀୟ ନେତୃତ୍ୱ ଭୂମିକାକୁ ପ୍ରଶଂସା କରିଥିଲେ
ଦକ୍ଷିଣ ବିଶ୍ୱରେ ଆଣବିକ ପ୍ରଯୁକ୍ତି ପ୍ରୟୋଗକୁ ବିସ୍ତାର କରିବା ପାଇଁ ସହଯୋଗ କରିବେ ଭାରତ ଓ ଆଇଏଇଏ

ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସିର ମହାନିର୍ଦ୍ଦେଶକ ଶ୍ରୀ ରାଫେଲ ମାରିଆନୋ ଗ୍ରୋସି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଶାନ୍ତି ଓ ବିକାଶ ପାଇଁ ଆଣବିକ ଶକ୍ତିର ସୁରକ୍ଷିତ ଏବଂ ନିରାପଦ ବ୍ୟବହାର ନିମନ୍ତେ ଭାରତର ସ୍ଥାୟୀ ପ୍ରତିବଦ୍ଧତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶର ଶକ୍ତି ମିଶ୍ରଣ ଭାବରେ ପରିବେଶ ଅନୁକୂଳ ପରମାଣୁ ଶକ୍ତି ଉତ୍ପାଦନ କ୍ଷମତାର ଅଂଶକୁ ବୃଦ୍ଧି କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ମହାନିର୍ଦ୍ଦେଶକ ଗ୍ରୋସି ଏକ ଦାୟିତ୍ୱବାନ ପରମାଣୁ ଶକ୍ତି ଭାବେ ଭାରତର ତ୍ରୁଟିହୀନ ରେକର୍ଡକୁ ପ୍ରଶଂସା କରିଥିଲେ । ଆଣବିକ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତିକୁ ସେ ପ୍ରଶଂସା କରିବା ସହ ସ୍ୱଦେଶୀ ଆଣବିକ ଶକ୍ତି କେନ୍ଦ୍ରର ବିକାଶ ଓ ନିୟୋଜନ ଉପରେ ଆଲୋକପାତ କରିଥିଲେ । ସମାଜର ଲାଭ ପାଇଁ ବେସାମରିକ ପରମାଣୁ ପ୍ରୟୋଗ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ଭୂମିକାକୁ ସେ ସ୍ୱୀକାର କରିଥିଲେ । ସ୍ୱାସ୍ଥ୍ୟ, ଖାଦ୍ୟ, ଜଳ ବିଶୋଧନ, ପ୍ଲାଷ୍ଟିକ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ମାନବଜାତି ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ଭାରତ ଆଣବିକ ଜ୍ଞାନକୌଶଳର ଉପଯୋଗ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ।

କ୍ଷୁଦ୍ର ମଡ୍ୟୁଲାର ରିଏକ୍ଟର ଏବଂ  ଲଘୁ - ରିଏକ୍ଟର ମାଧ୍ୟମରେ ଶୁଦ୍ଧ ଶୂନ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ଆଣବିକ ଶକ୍ତିର ଭୂମିକାକୁ ବିସ୍ତାର କରିବା ଉପରେ ବିଚାରର ଆଦାନ ପ୍ରଦାନ କରାଯାଇଥିଲା ।

ମହାନିର୍ଦେଶକ ଗ୍ରୋସି ଆଇଏଇଏ ଏବଂ ଭାରତ ମଧ୍ୟରେ ଉତ୍ତମ ଭାଗିଦାରୀତାକୁ  ପ୍ରଶଂସା କରିଥିଲେ । ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଯାହା ଅନେକ ଦେଶକୁ ସାହାଯ୍ୟ କରିଛି ତାହା  ପାଇଁ ସେ ମଧ୍ୟ ଭାରତକୁ ପ୍ରଶଂସା କରିଥିଲେ । ଦକ୍ଷିଣ ବିଶ୍ୱ ବେସାମରିକ ପରମାଣୁ ପ୍ରଯୁକ୍ତି ପ୍ରୟୋଗକୁ ବିସ୍ତାର କରିବା ପାଇଁ ଭାରତ ଏବଂ ଆଇଏଇଏ ମଧ୍ୟରେ ସହଯୋଗର ପନ୍ଥା ବାହାର କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 28 big listed realty firms clock ₹1.95 trn pre-sales in FY26

Media Coverage

India's 28 big listed realty firms clock ₹1.95 trn pre-sales in FY26
NM on the go

Nm on the go

Always be the first to hear from the PM. Get the App Now!
...
Mr. Andy Jassy meets the Prime Minister
June 25, 2026

CEO of Amazon, Mr. Andy Jassy met with the Prime Minister Shri Narendra Modi, today, at New Delhi. Shri Modi remarked that Amazon's record $48 billion investment in India shows the growing interest across the world to invest in India.

The Prime Minister posted on X;

A great meeting with Mr. Andy Jassy. I welcome Amazon's record $48 billion investment in India. This will create new opportunities for our youth. At the same time, it shows the growing interest across the world to invest in India!

@amazon