Time Magazine wrote that if there was one person who could unite the nation and heal its wounds, it was Sardar Patel: PM Modi during #MannKiBaat
Sardar Patel’s Jayanti on October 31st this year will be special, as on this day we will pay him the true homage by dedicating ‘State of Unity’ to the nation: PM Modi #MannKiBaat
Spirit, strength, skill, stamina - these are all critical elements in sports: PM Narendra Modi during #MannKiBaat
Was glad to meet the medal winners of Asian Para Games 2018 held in Jakarta. The players won a staggering 72 medals, thus creating a new record and elevating the pride of India: PM Modi #MannKiBaat
Had the opportunity to meet the winners of Summer Youth Olympics 2018 which were held in Argentina. Our players have performed the best ever in the Youth Olympics 2018: PM during #MannKiBaat
India has a golden history in hockey. In the past, not only India has got gold medals in many competitions but has also won the World Cup once: PM during #MannKiBaat
The way in which Indians are stepping forward to volunteer towards social causes is turning out to be an inspiration for the entire nation and thrusting its people with passion: PM #MannKiBaat
Living in harmony with nature has been involved in the culture of our tribal communities. Our tribal communities worship the trees and flowers as gods and goddesses: PM #MannKiBaat
World War I was a landmark event for India. We had no direct contact with that war. Despite this, our soldiers fought bravely and played a big role and gave supreme sacrifice: PM #MannKiBaat
Development of poorest of the poor is the true symbol of peace: PM Narendra Modi during #MannKiBaat
The charm of the Northeast is something else. The natural beauty of Northeast is unique and people here are very talented: PM during #MannKiBaat

ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର । ଅକ୍ଟୋବର 31 ତାରିଖ ଆମ ସମସ୍ତଙ୍କ ପ୍ରିୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଏବଂ ପ୍ରତିବର୍ଷ ପରି “ଏକତା ପାଇଁ ଦୌଡ଼” “Run For Unity”ରେ ଦେଶର ଯୁବବର୍ଗ ଏକତା ପାଇଁ ଦୌଡ଼ିବାକୁ ପ୍ରସ୍ତୁତ ହୋଇସାରିଲାଣି । ଏବେ ତ ପାଗ ଖୁବ୍ ଭଲ । ଏହାଯୋଗୁଁ “ଏକତା ପାଇଁ ଦୌଡ଼”ର ଉତ୍ସାହ ମଧ୍ୟ ବୃଦ୍ଧି ପାଇବ । ଏକତାର ଏହି ଦୌଡ଼ “Run For Unity” ରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ସ୍ୱାଧୀନତାର ପ୍ରାୟ ସାଢ଼େ ଛଅ ମାସ ପୂର୍ବେ 27 ଜାନୁଆରୀ 1947ରେ ପ୍ରକାଶିତ ବିଶ୍ୱପ୍ରସିଦ୍ଧ ଆନ୍ତର୍ଜାତିକ ପତ୍ରିକାTime Magazineର ମୁଖପୃଷ୍ଠାରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ର ସ୍ଥାନ ପାଇଥିଲା । ଏହାର ମୁଖ୍ୟ ପ୍ରସଙ୍ଗରେ ସେମାନେ ଭାରତର ଗୋଟିଏ ନକ୍ସା ପ୍ରକାଶ କରିଥିଲେ ତାହା ସେଭଳି ନକ୍ସା ନ ଥିଲା ଯାହା ଆମେ ଆଜି ଦେଖୁଛୁ । ଏହା ଏଭଳି ଭାରତର ନକ୍ସା ଥିଲା ଯାହା ଅନେକ ଭାଗରେ ବିଭକ୍ତ ଥିଲା । ସେତେବେଳେ 550ରୁ ଅଧିକ ଦେଶୀୟ ରାଜ୍ୟ ଥିଲା । ଭାରତ ପ୍ରତି ଇଂରେଜମାନଙ୍କ ମୋହ ଭାଙ୍ଗିଯାଇଥିଲା, କିନ୍ତୁ ସେମାନେ ଏହି ଦେଶକୁ ଖଣ୍ଡ-ବିଖଣ୍ଡିତ କରି ଛାଡ଼ିବାକୁ ଚାହୁଁଥିଲେ । Time Magazineର ରିପୋର୍ଟ ଅନୁସାରେ ସେତେବେଳେ ଭାରତ ପ୍ରତି ବିଭାଜନ, ହିଂସା, ଖାଦ୍ୟଶସ୍ୟ ସଂକଟ, ଦରବୃଦ୍ଧି ଏବଂ କ୍ଷମତା ରାଜନୀତି ଭଳି ବିପଦ ଥିଲା । Time Magazine ଆଗକୁ ଲେଖିଥିଲା ଯେ,ଏଭଳି ପରିସ୍ଥିତିରେ ଦେଶକୁ ଏକତା ସୂତ୍ରରେ ବାନ୍ଧିବା ଏବଂ କ୍ଷତଗୁଡ଼ିକୁ ଭଲ କରିବାର କ୍ଷମତା ଯଦି କାହାରି ଥାଏ, ତେବେ ସେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ । TimeMagazineର ସେହି ଲେଖାଟି ଏହି ଲୌହମାନବଙ୍କ ଜୀବନର ଅନ୍ୟାନ୍ୟ ଦିଗକୁ ମଧ୍ୟ ଉଜାଗର କରେ । କିଭଳି ସେ 1920 ଦଶନ୍ଧିରେ ଅହମଦାବାଦରେ ହୋଇଥିବା ବନ୍ୟା ସମୟରେ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ପରିଚାଳନା କରିଥିଲେ, କିଭଳି ସେ ବରଡୋଲି(ବର୍ଦ୍ଦୋଳି)ସତ୍ୟାଗ୍ରହର ଦିଗଦର୍ଶନ କରିଥିଲେ । ଦେଶ ପ୍ରତି ତାଙ୍କର ସଚ୍ଚୋଟତା ଏବଂ ସମର୍ପଣ ଭାବ ଏଭଳି ଥିଲା ଯେ, ଚାଷୀ-ମୂଲିଆଠାରୁ ଆରମ୍ଭ କରି ଶିଳ୍ପପତି ଯାଏ, ସମସ୍ତେ ତାଙ୍କ ଉପରେ ଭରସା କରୁଥିଲେ । ଗାନ୍ଧିଜୀ ସର୍ଦ୍ଦାର ପଟେଲଙ୍କୁ କହିଲେ ଯେ, ରାଜ୍ୟଗୁଡ଼ିକର ସମସ୍ୟା ଏତେ ଜଟିଳ ଯେ, କେବଳ ଆପଣ ହିଁ ଏହାକୁ ସମାଧାନ କରିପାରିବେ । ସର୍ଦ୍ଦାର ପଟେଲ ଗୋଟି ଗୋଟି କରି ସମସ୍ୟାଗୁଡ଼ିକର ସମାଧାନ କଲେ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧିବାର ଅସମ୍ଭବ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଦେଖାଇଲେ । ସେ ସମସ୍ତ ଦେଶୀୟ ରାଜ୍ୟକୁ ଭାରତରେ ମିଶାଇଲେ । ଜୁନାଗଡ଼ ହେଉ ବା ହାଇଦ୍ରାବାଦ, ଟ୍ରାଭାଙ୍କୋର ହେଉ ବା ରାଜସ୍ଥାନର ଦେଶୀୟ ରାଜ୍ୟ – କେବଳ ସର୍ଦ୍ଦାର ପଟେଲଙ୍କ ବୁଦ୍ଧିମତା ଓ ରଣକୌଶଳ ଯୋଗୁଁ ଆଜି ଆମେ ଭାରତକୁ ଏକୀକୃତ ରୂପେ ଦେଖିପାରୁଛୁ । ଏକତାର ବନ୍ଧନରେ ବନ୍ଧା ଏହି ରାଷ୍ଟ୍ରକୁ, ଆମର ଭାରତମାତାଙ୍କୁ ଦେଖିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟସ୍ମୃତି ଆପେ ଆପେ ଆମ ମନକୁ ଚାଲିଆସେ । ଏଥର ଅକ୍ଟୋବର 31 ତାରିଖ ଦିନ ଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତ ଖାସ୍ ହେବ କାରଣ, ସେହିଦିନ ସର୍ଦ୍ଦାର ପଟେଲଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇ ଆମେ ଏକତାର ପ୍ରତିମୂର୍ତ୍ତି ବା Statue of Unityକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବୁ । ଗୁଜରାଟର ନର୍ମଦା ନଦୀକୂଳରେ ସ୍ଥାପିତ ଏହି ମୂର୍ତ୍ତିର ଉଚ୍ଚତା ଆମେରିକାର Statue of Libertyର ଦୁଇଗୁଣ । ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା । ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ଭାରତ ଭୂମିରେ ରହିଛି । ଏକଥାକୁ ନେଇ ଏବେ ପ୍ରତ୍ୟେକ ଭାରତବାସୀ ଗର୍ବ ଅନୁଭବ କରିପାରିବ । ଯେଉଁ ସର୍ଦ୍ଦାର ପଟେଲ ଭୂମି ସହ ଜଡ଼ିତ ଥିଲେ, ଏବେ ଆକାଶର ମଧ୍ୟ ଶୋଭାବର୍ଦ୍ଧନ କରିବେ । ଦେଶର ପ୍ରତ୍ୟେକ ନାଗରିକ “ମାତା ଭାରତୀ”ଙ୍କ ଏହି ଉପଲବ୍ଧିକୁ ନେଇ ବିଶ୍ୱବାସୀଙ୍କ ଆଗରେ ଗର୍ବରେ ଛାତି ଫୁଲାଇ, ମୁଣ୍ଡଟେକି ଏହାର ଗୌରବଗାନ କରିବ ବୋଲି ମୁଁ ଆଶା କରୁଛି ।

ଏହା ମଧ୍ୟ ସ୍ୱାଭାବିକ ଯେ, Statue of Unity ଦେଖିବାକୁ ପ୍ରତ୍ୟେକ ଭାରତୀୟଙ୍କ ଇଚ୍ଛା ହେବ । ଭାରତର କୋଣ-ଅନୁକୋଣର ଲୋକେ ଏବେ ଏହାକୁ ମଧ୍ୟ ନିଜର ଗୋଟିଏ ଅତି ପ୍ରିୟ ଲକ୍ଷ୍ୟସ୍ଥଳ ରୂପେ ପସନ୍ଦ କରିବେ ବୋଲି ମୋର ବିଶ୍ୱାସ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଗତକାଲି ଆମେ ଦେଶବାସୀ Infantry Day ବା ପଦାତିକ ବାହିନୀ ଦିବସ ପାଳନ କରିଛୁ । ଭାରତୀୟ ସେନାରେ ଥିବା ସମସ୍ତଙ୍କୁ ମୁଁ ପ୍ରଣାମ କରୁଛି । ମୁଁ ଆମ ସୈନିକମାନଙ୍କ ପରିବାରକୁ ମଧ୍ୟ, ସେମାନଙ୍କ ସାହସ ପାଇଁ ଅଭିବାଦନ କରୁଛି । ହେଲେ, ଏହି ପଦାତିକ ବାହିନୀ ଦିବସ ଆମେ କାହିଁକି ପାଳନ କରୁ – ସେକଥା ଆପଣ ଜାଣିଛନ୍ତି କି? ଏହା ହେଉଛି ସେହିଦିନ, ଯେଉଁଦିନ ଭାରତୀୟ ସେନାର ଜବାନମାନେ କାଶ୍ମୀରର ଭୂମି ଉପରେ ଅବତରଣ କରିଥିଲେ ଏବଂ ଅନୁପ୍ରବେଶକାରୀଙ୍କ କବଳରୁ ଘାଟିକୁ ରକ୍ଷା କରିଥିଲେ । ଏହି ଐତିହାସିକ ଘଟଣାର ସିଧାସଳଖ ସମ୍ପର୍କ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ରହିଛି । ମୁଁ ଭାରତର ପୂର୍ବତନ ସେନା ଅଧିକାରୀ ସାମ୍ ମାନେକ୍ସାଙ୍କର ଗୋଟିଏ ପୁରୁଣା ସାକ୍ଷାତକାର ପଢ଼ୁଥିଲି । ସେହି ସାକ୍ଷାତକାରରେ ଫିଲ୍ଡ ମାର୍ଶାଲ ସାମ୍ ମାନେକ୍ସା ସେଦିନ କଥା ମନେପକାଉଥିଲେ ଯେତେବେଳେ ସେ କର୍ଣ୍ଣେଲ ଥିଲେ । ସେହି ସମୟରେ ଅକ୍ଟୋବର 1947ରେ କାଶ୍ମୀରରେ ସୈନ୍ୟ ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିଏ ବୈଠକ ସମୟରେ କାଶ୍ମୀରକୁ ସେନା ପଠାଇବାରେ ହେଉଥିବା ବିଳମ୍ବକୁ ନେଇ ସର୍ଦ୍ଦାର ପଟେଲ କିଭଳି ରାଗିଯାଇଥିଲେ ସେକଥା ଫିଲ୍ଡ ମାର୍ଶାଲ ମାନେକ୍ସା କହିଥିଲେ । ବୈଠକ ସମୟରେ ସର୍ଦ୍ଦାର ପଟେଲ ନିଜର ଚିରାଚରିତ ଶୈଳୀରେ ତାଙ୍କ ଆଡ଼କୁ ଚାହିଁ କହିଥିଲେ ଯେ, କାଶ୍ମୀରରେ ସୈନ୍ୟ ଅଭିଯାନରେ ଯେମିତି ଆଦୌ ବିଳମ୍ବ ନ ହୁଏ ତାହାର ତୁରନ୍ତ ସମାଧାନ କରାଯାଉ । ଠିକ୍ ଏହାପରେ ସେନାର ଜବାନମାନେ ଉଡ଼ାଜାହାଜରେ କାଶ୍ମୀର ଯିବାପାଇଁ ବାହାରିପଡ଼ିଲେ ଏବଂ ସେମାନେ କିଭଳି ସଫଳତା ଲାଭକଲେ ତାହା ଆମେ ଜାଣୁ । ଅକ୍ଟୋବର 31 ତାରିଖ ହେଉଛି ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ । ଇନ୍ଦିରାଜୀଙ୍କୁ ମଧ୍ୟ ସାଦର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଖେଳକୁ କିଏ ବା ଭଲ ନ ପାଏ? କ୍ରୀଡ଼ା ଜଗତରେ ଉତ୍ସାହ,ଶକ୍ତି, କୌଶଳ, ସହନଶକ୍ତି – ଏସବୁର ଖୁବ୍ ଗୁରୁତ୍ୱ ରହିଛି । ଏହା କୌଣସି ଖେଳାଳୀର ସଫଳତାର ପରୀକ୍ଷା । ଏହି ଚାରୋଟି ଗୁଣ ଦେଶ ନିର୍ମାଣ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କୌଣସି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ଯଦି ଏହି ଗୁଣଗୁଡ଼ିକ ଥାଏ, ତା’ହେଲେ ସେହି ଦେଶ କେବଳ ଯେ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଉନ୍ନତି କରିବ ତାହାନୁହେଁ ବରଂ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେହି ଦେଶ ବେଶ୍ ସୁନାମ ଅର୍ଜନ କରିବ । ନିକଟ ଅତୀତରେ ହୋଇଥିବା ଦୁଇଟି ସାକ୍ଷାତକାର ମୋର ବେଶ୍ ସ୍ମରଣୀୟ ହୋଇରହିବ । ପ୍ରଥମେ ଜାକର୍ତ୍ତାରେ ହୋଇଥିବା ଏସୀୟ ପାରା ଗେମ୍ସ 2018ରେ ଅଂଶଗ୍ରହଣ କରିଥିବା ଆମ ପାରା ଆଥଲେଟମାନଙ୍କ ସହ ସାକ୍ଷାତର ସୁଯୋଗ ମିଳିଲା । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମୋଟ 72ଟି ପଦକ ଜିଣି ନୂତନ ରେକର୍ଡ ସୃଷ୍ଟି କରିବା ସହ ଦେଶର ଗୌରବ ବୃଦ୍ଧି ହେଲା । ଏହି ସମସ୍ତ ପାରା ଆଥଲେଟଙ୍କ ସହ ମୋତେ ବ୍ୟକ୍ତିଗତ ଭାବେ ଭେଟିବାର ସୌଭାଗ୍ୟ ମିଳିଲା ଏବଂ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଇଲି । ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାର ସାହାସ ସମସ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇପାରିବ । ସେହିପରି ଆର୍ଜେଣ୍ଟିନାରେ ଅନୁଷ୍ଠିତ ଗ୍ରୀଷ୍ମ ଯୁବ ଅଲିମ୍ପିକ୍ସ 2018ର ବିଜେତାମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା । ଆପଣମାନେ ଜାଣି ଖୁସି ହେବେ ଯେ, ଯୁବ ଅଲିମ୍ପିକ୍ସ 2018ରେ ଆମ ଖେଳାଳିମାନେ ଆଜି ପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତାରେ ଆମେ 13ଟି ପଦକ ବ୍ୟତୀତ ମିଶ୍ର ବିଭାଗରେ ଆଉ ତିନୋଟି ପଦକ ହାସଲ କରିପାରିଛୁ ।

ଆପଣମାନଙ୍କ ମନେଥିବ ଯେ, ଏଥର ଏସୀୟ କ୍ରୀଡାରେ ମଧ୍ୟ ଭାରତର ପ୍ରଦର୍ଶନ ଖୁବ୍ ଭଲ ଥିଲା । ଦେଖନ୍ତୁ, ବିଗତ କିଛି ମିନିଟରେ “ଆଜି ପର୍ଯ୍ୟନ୍ତର ଶ୍ରେଷ୍ଠ ପ୍ରଦର୍ଶନ”, “ସର୍ବଶ୍ରେଷ୍ଠ ପ୍ରଦର୍ଶନ” ଭଳି ଶବ୍ଦ ମୁଁ କେତେଥର ପ୍ରୟୋଗ କଲି । ଏହାହିଁ ହେଉଛି ଆଜିର ଭାରତୀୟ କ୍ରୀଡ଼ାର କାହାଣୀ ଯାହା ଦିନକୁ ଦିନ ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରୁଛି । ଭାରତ କେବଳ ଖେଳରେ ନୁହେଁ ବରଂ ସେ ସମସ୍ତ କ୍ଷେତ୍ରରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି, ଯାହା ଆଗରୁ କେହି କେବେ ଚିନ୍ତା କରିନଥିଲେ । ଉଦାହରଣ ସ୍ୱରୂପ, ମୁଁ ଆପଣମାନଙ୍କୁ ପାରା ଆଥଲେଟ ନାରାୟଣ ଠାକୁରଙ୍କ ବିଷୟରେ କହିବାକୁ ଚାହୁଁଛି । ଯିଏ 2018ର ଏସୀୟ ପାରା ଆଥଲେଟିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜନ୍ମରୁ ହିଁ ଦିବ୍ୟାଙ୍ଗ । 8 ବର୍ଷ ବୟସରେ ସେ ନିଜର ପିତାଙ୍କୁ ହରାଇଥିଲେ । ପରବର୍ତ୍ତୀ 8 ବର୍ଷ ସେ ଗୋଟିଏ ଅନାଥାଶ୍ରମରେ କଟାଇଲେ । ଅନାଥାଶ୍ରମ ଛାଡ଼ିବା ପରେ ନିଜର ଜୀବିକା ଅର୍ଜନ ପାଇଁ ଦିଲ୍ଲୀ ପରିବହନ ନିଗମର ବସଗୁଡ଼ିକୁ ସଫା କରିବା, ଆଉ ଦିଲ୍ଲୀରେ ରାସ୍ତାକଡ଼ରେ ଥିବା ଢ଼ାବାଗୁଡ଼ିକରେ ୱେଟର ଭାବେ କାମ କଲେ । ଆଜି ସେହି ନାରାୟଣ ଆର୍ନ୍ତଜାତିକ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି । କେବଳ ସେତିକି ନୁହେଁ, କ୍ରୀଡ଼ା କ୍ଷେତ୍ରରେ ଭାରତର ଉତ୍କର୍ଷର କ୍ରମବର୍ଦ୍ଧିଷ୍ଣୁ ପରିସୀମାକୁ ଦେଖନ୍ତୁ । ଭାରତ ସିନିୟର କିମ୍ବା ଜୁନିୟର ବର୍ଗରେ ଜୁଡ଼ୋରେ କେବେହେଲେ ଅଲିମ୍ପିକ ପଦକ ଜିତିପାରିନି । ହେଲେ, ତବାବୀ ଦେବୀ ଜୁବ ଅଲିମ୍ପିକ୍ସରେ ଜୁଡ଼ୋରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କଲେ । 16 ବର୍ଷ ବୟସ୍କ ଯୁବ କ୍ରୀଡ଼ାବିତ୍ ତବାବୀ ଦେବୀ ମଣିପୁରର ଗୋଟିଏ ଛୋଟ ଗାଁର ବାସିନ୍ଦା । ତାଙ୍କ ପିତା ଜଣେ ଶ୍ରମିକ ଆଉ ମା ମାଛ ବିକ୍ରି କରନ୍ତି । ଅନେକ ସମୟରେ ତାଙ୍କ ପରିବାର ପାଖରେ ଖାଇବା ପାଇଁ ମଧ୍ୟ ପଇସା ରହୁନଥିଲା । ଏଭଳି ପରିସ୍ଥିତି ମଧ୍ୟ ତବାବୀ ଦେବୀଙ୍କ ସାହସ ଭଙ୍ଗ କରିପାରିନଥିଲା ଏବଂ ସେ ଦେଶ ପାଇଁ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏଭଳି ଅନେକ କଥା ରହିଛି । ପ୍ରତ୍ୟେକଟି ଜୀବନ ପ୍ରେରଣାର ସ୍ରୋତ । ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ସାହାସ ନିଉ ଇଣ୍ଡିଆର ପରିଚୟ ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କର ମନେଥିବ 2017ରେ ଆମେ ଫିଫା ଅଣ୍ଡର-17 ବିଶ୍ୱ କପର ସଫଳ ଆୟୋଜନ କରିଥିଲୁ । ସମ୍ପୂର୍ଣ୍ଣ ସଫଳ ଟୁର୍ଣ୍ଣାମେଣ୍ଟ ଭାବେ ବିଶ୍ୱବାସୀ ଏହାର ପ୍ରଶଂସା ମଧ୍ୟ କରିଥିଲେ । ଫିଫା ଅଣ୍ଡର-17 ବିଶ୍ୱ କପରେ ଦର୍ଶକମାନଙ୍କ ସଂଖ୍ୟା କ୍ଷେତ୍ରରେ ମଧ୍ୟ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଦେଶର ଭିନ୍ନ-ଭିନ୍ନ ଷ୍ଟାଡ଼ିୟମରେ 12 ଲକ୍ଷରୁ ଅଧିକ ଲୋକ ଫୁଟବଲ ଖେଳକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଚଳିତ ବର୍ଷ ଭାରତକୁ ପୁରୁଷ ହକି ବିଶ୍ୱକପ 2018 ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାର ସୌଭାଗ୍ୟ ମିଳିଛି । ହକି ବିଶ୍ୱକପ ନଭେମ୍ବର 28 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 16 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଭାରତୀୟ – ସେ ଯେକୌଣସି ଖେଳ ଖେଳୁଥାନ୍ତୁ ନା କାହିଁକି କିମ୍ବା ଯେକୌଣସି ଖେଳ ପ୍ରତି ତାଙ୍କର ରୁଚି ଥାଉ, ହକି ସହ ସମସ୍ତଙ୍କ ମନରେ ଗୋଟିଏ ସମ୍ପର୍କ ନିଶ୍ଚୟ ରହିଥାଏ । ହକିରେ ଭାରତର ସ୍ୱର୍ଣ୍ଣିମ ଇତିହାସ ରହିଛି । ଅତୀତରେ ଭାରତକୁ ଅନେକ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ମିଳିଛି ଏବଂ ଥରେ ବିଶ୍ୱକପ ବିଜେତା ମଧ୍ୟ ହୋଇପାରିଛି । ଭାରତ ଅନେକ ମହାନ ହକି ଖେଳାଳି ସୃଷ୍ଟି କରିଛି । ବିଶ୍ୱରେ ହକିର ଚର୍ଚ୍ଚା ହେବାବେଳେ ଭାରତର ଏହି ମହାନ ଖେଳାଳିମାନଙ୍କ କଥା ବିନା କାହାଣୀ ଅସମ୍ପୂର୍ଣ୍ଣ ରହେ । ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ନାମ ସହ ସାରା ବିଶ୍ୱ ପରିଚିତ । ତାଙ୍କ ପରେ ବଲୱିନ୍ଦର ସିଂ ସିନିୟର, ଲେସ୍ଲି କ୍ଲାଉଡିୟସ୍, ମହମ୍ମଦ ଶାହିଦ୍, ଉଦ୍ଦାମ ସିଂଙ୍କଠାରୁ ଆରମ୍ଭ କରି ଧନରାଜ ପିଲ୍ଲାଇ ପର୍ଯ୍ୟନ୍ତ ଏମାନେ ହକିରେ ଗୋଟିଏ ଦୀର୍ଘ ପଥ ଅତିକ୍ରମ କରିଛନ୍ତି । ଆଜି ମଧ୍ୟ ଭାରତୀୟ ଦଳର ଖେଳାଳି ନିଜ ପରିଶ୍ରମ ଏବଂ ନିଷ୍ଠା ବଳରେ ମିଳୁଥିବା ସଫଳତା ଦ୍ୱାରା ହକିର ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛନ୍ତି । କ୍ରୀଡ଼ାପ୍ରେମୀଙ୍କ ପାଇଁରୋମାଞ୍ଚକର ମ୍ୟାଚ ଦେଖିବାର ଏହା ଗୋଟିଏ ଭଲ ସୁଯୋଗ । ଭୁବନେଶ୍ୱର ଯାଆନ୍ତୁ ଏବଂ କେବଳ ଭାରତୀୟ ଦଳ ନୁହେଁ ସବୁ ଦଳକୁ ଉତ୍ସାହିତ କରନ୍ତୁ । ଓଡ଼ିଶା ଏଭଳି ଏକ ରାଜ୍ୟ, ଯାହାର ନିଜସ୍ୱ ଗୌରବପୂର୍ଣ୍ଣ ଇତିହାସ ତଥା ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି ସେଠାକାର ଲୋକେ ମଧ୍ୟ ଖୁବ୍ ଉତ୍ସାହୀ । କ୍ରୀଡ଼ାପ୍ରେମୀମାନଙ୍କ ପାଇଁ ଓଡ଼ିଶା ଦର୍ଶନର ମଧ୍ୟ ଏହା ଅପୂର୍ବ ସୁଯୋଗ । ଏହି ସମୟରେ ଖେଳକୁ ଉପଭୋଗ କରିବା ସହିତ ଆପଣ କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀରେ ଭଗବାନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ଚିଲିକା ହ୍ରଦ ସମେତ ଅନେକ ବିଶ୍ୱପ୍ରସିଦ୍ଧ ଦର୍ଶନୀୟ ଓ ପବିତ୍ର ସ୍ଥଳ ମଧ୍ୟ ଦେଖିପାରିବେ । ଏହି ପ୍ରତିଯୋଗିତା ପାଇଁ ମୁଁ ଭାରତୀୟ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଉଛି ଏବଂ ସେମାନଙ୍କୁ ବିଶ୍ୱାସ ଦେଉଛି ଯେ, 125 କୋଟି ଭାରତୀୟ ସେମାନଙ୍କ ସହିତ ସେମାନଙ୍କ ସମର୍ଥନରେ ଠିଆ ହୋଇଛନ୍ତି । ଏହା ସଙ୍ଗେସଙ୍ଗେ ଭାରତକୁ ଆସୁଥିବା ବିଶ୍ୱର ସମସ୍ତ ଦଳଗୁଡ଼ିକୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ମୋ ପ୍ରିୟ ଦେଶବାସୀଗଣ, ସାମାଜିକ କାର୍ଯ୍ୟ ପାଇଁ ଯେପରି ଭାବରେ ଲୋକମାନେ ଆସୁଛନ୍ତି, ସ୍ୱଇଚ୍ଛାରେ ସେବା କରୁଅଛନ୍ତି, ତାହା ସମଗ୍ର ଦେଶବାସୀଙ୍କ ପାଇଁ ପ୍ରେରଣାଦାୟୀ ଓ ଉତ୍ସାହବର୍ଦ୍ଧକ । ‘ସେବା ହିଁ ପରମ ଧର୍ମ’ – ଏହା ଭାରତୀୟ ସଂସ୍କୃତିର ଆଦର୍ଶ ପରମ୍ପରା । ଏହି ପରମ୍ପରା ଶହ ଶହ ବର୍ଷର, ଯାହାକୁ ଆଜି ମଧ୍ୟ ଆମେ ସମାଜର ପ୍ରତିଟି କ୍ଷେତ୍ରରେ ତଥା କୋଣ-ଅନୁକୋଣରେ ଅନୁଭବ କରୁଛୁ । କିନ୍ତୁ ଆଜିର ନୂତନ ଯୁଗରେ ନୂତନ ବଂଶଧରମାନେ ନୂଆ ଢଙ୍ଗରେ, ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ନୂଆ ସ୍ୱପ୍ନନେଇ ଏ କାମଗୁଡ଼ିକୁ କରିବା ପାଇଁ ଆଗଭର । ବିଗତ ଦିନରେ ମୁଁ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲି, ଯେଉଁଠାରେ ଗୋଟିଏ ପୋର୍ଟାଲ ଶୁଭାରମ୍ଭ କରାଯାଇଛି, ଯାହାର ନାମ– ‘ସେଲ୍ଫ 4 ସୋସାଇଟି’, ମାଇଗଭ ଏବଂ ଦେଶର ଆଇଟି ଓ ଇଲେକ୍ଟ୍ରୋନିକ ଶିଳ୍ପ ନିଜର କର୍ମଚାରୀମାନଙ୍କୁ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ଉତ୍ସାହିତ କରିବା ପାଇଁ ତଥା ସେମାନଙ୍କୁ ଏହାର ସୁଯୋଗ ପ୍ରଦାନ ପାଇଁ ଏହି ପୋର୍ଟାଲକୁ ଶୁଭାରମ୍ଭ କରିଛି । ଏହି କାର୍ଯ୍ୟ ନିମନ୍ତେ ସେମାନଙ୍କର ଉତ୍ସାହ ଓ କର୍ମନିଷ୍ଠା ଦେଖି ପ୍ରତ୍ୟେକ ଭାରତୀୟକୁ ଗର୍ବ ଅନୁଭବ ହେବ ।ଆଇଟି ଟୁ ସୋସାଇଟି, ମୁଁ ନୁହେଁ ଆମେ, ଅହମ୍ ନୁହେଁ ବୟମ୍, ‘ସ୍ୱ’ରୁ ସମୂହ ପର୍ଯ୍ୟନ୍ତ ଯାତ୍ରାର ସୁଗନ୍ଧ ଏଥିରେ ସନ୍ନିହିତ । କେହି ପିଲାମାନଙ୍କୁ ପଢ଼ାଉଛି ତ ଆଉ କେହି ବୟସ୍କମାନଙ୍କୁ ପଢ଼ାଉଛି; କେହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମ୍ପୃକ୍ତ ତ ଆଉ କେହି କୃଷକମାନଙ୍କୁ ସାହାଯ୍ୟ କରୁଛି ଏବଂ ଏସବୁ କରିବା ପଛରେ କୌଣସି ପ୍ରକାରର ଲାଳସା ନାହିଁ, ବରଂ ଏଥିରେ ସମର୍ପଣ ଓ ସଂକଳ୍ପର ନିଃସ୍ୱାର୍ଥ ଭାବ ଭରିରହିଛି । ଜଣେ ଯୁବକ ତ ଦିବ୍ୟାଙ୍ଗମାନଙ୍କର Wheelchair Basketball Team ସହାୟତା ନିମନ୍ତେ ନିଜେWheelchair Basketball ଖେଳ ଶିଖିଲା । ଏ ପ୍ରକାରର ଭାବନା ଓ ସମର୍ପଣକୁ ହିଁ ମିଶନ ଭାବନା କୁହାଯାଏ । କ’ଣ କୌଣସି ହିନ୍ଦୁସ୍ଥାନୀକୁ ଏ ପ୍ରକାର କାର୍ଯ୍ୟ ଦ୍ୱାରା ଗର୍ବ ଅନୁଭବ ହେବନାହିଁ? ନିଶ୍ଚୟ ହେବ । ‘ମୁଁ ନୁହେଁ ଆମେ’ର ଏ ଭାବନା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ।

ମୋ ପ୍ରିୟ ଭାଇ-ଭଉଣୀମାନେ, ଏଥର ଯେତେବେଳେ ମୁଁ ‘ମନ୍ କି ବାତ୍’ ସମ୍ପର୍କରେ ଆପଣମାନଙ୍କର ମତାମତ ଦେଖୁଥିଲି, ମୋତେ ପୁଡୁଚେରୀର ଶ୍ରୀ ମନିଷ ମହାପାତ୍ରଙ୍କର ଏକ ରୁଚିକର ମନ୍ତବ୍ୟ ପ୍ରାପ୍ତ ହେଲା । ସେ MyGov ରେ ଲେଖିଛନ୍ତି ଯେ, ଭାରତର ଆଦିବାସୀମାନଙ୍କର ଚାଲିଚଳଣୀ ଓ ପରମ୍ପରାଗୁଡ଼ିକ କିପରି ଭାବେ ଆମ ପ୍ରକୃତି ଓ ପରିବେଶ ସଙ୍ଗେ ସହ-ଅସ୍ତିତ୍ୱର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହୋଇପାରିବ ପୋଷଣୀୟ ବା ନିରନ୍ତର ବିକାଶ ନିମନ୍ତେ କିପରି ସେମାନଙ୍କର ପରମ୍ପରାକୁ ଆମେ ନିଜ ଜୀବନରେ ଗ୍ରହଣ କରିବାର ଆବଶ୍ୟକତା ଅଛି ତଥା ସେମାନଙ୍କଠାରୁ କିଛି ଶିଖିବାର ଆବଶ୍ୟକତା ରହିଛି ସେ ବିଷୟରେ ମନ୍ କି ବାତରେ ଚର୍ଚ୍ଚା କରନ୍ତୁ । ମନୀଷ ମହାଶୟ, ଏହି ପ୍ରସଙ୍ଗକୁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ମୁଁ ଆପଣଙ୍କ ପ୍ରଶଂସା କରୁଛି । ଏହା ଏପରି ଏକ ପ୍ରସଙ୍ଗ, ଯାହା ଆମମାନଙ୍କୁ ନିଜର ଗୌରବମୟ ଅତୀତ ଓ ସଂସ୍କୃତିକୁ ଦେଖିବା ପାଇଁ ପ୍ରେରଣା ଦେଇଥାଏ । ଆଜି ସମଗ୍ର ବିଶ୍ୱ, ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକ ପରିବେଶ ସୁରକ୍ଷା ଉପରେ ଆଲୋଚନା କରୁଛନ୍ତି ତଥା ସନ୍ତୁଳିତ ଜୀବନଶୈଳୀ ନିମନ୍ତେ ନୂଆ ନୂଆ ମାର୍ଗ ଅନ୍ୱେଷଣ କରୁଛନ୍ତି । ଏପରିକି ଆଜି ଆମ ଭାରତବର୍ଷ ମଧ୍ୟ ଉକ୍ତ ସମସ୍ୟା ସହିତ ଅପରିଚିତ ନୁହେଁ । କିନ୍ତୁ ଏହାର ସମାଧାନ ପାଇଁ ଆମମାନଙ୍କୁ ନିଜ ଭିତରେ ପ୍ରବେଶ କରିବାର ଅଛି, ନିଜର ସମୃଦ୍ଧ ଇତିହାସ ଓ ପରମ୍ପରାକୁ ଅନୁଧ୍ୟାନ କରିବାର ଅଛି ତଥା ବିଶେଷକରି ନିଜର ଆଦିବାସୀ ସମ୍ପ୍ରଦାୟଗୁଡ଼ିକର ଜୀବନଶୈଳୀକୁ ବୁଝିବାର ଅଛି । ପ୍ରକୃତି ସହିତ ସାମଞ୍ଜସ୍ୟ ସ୍ଥାପିତ କରି ଜୀବନଯାପନ କରିବା ଆମ ଆଦିବାସୀ ସମ୍ପ୍ରଦାୟମାନଙ୍କର ସଂସ୍କୃତିରେ ନିହିତ । ଆମ ଆଦିବାସୀ ଭାଇ-ଭଉଣୀମାନେ ବୃକ୍ଷଲତା ଓ ଫୁଲଗୁଡ଼ିକର ପୂଜା ଦେବୀ-ଦେବତାମାନଙ୍କର ପୂଜା ଭଳି କରନ୍ତି । ମଧ୍ୟଭାରତର ଭୀଲ୍ ଆଦିବାସୀମାନେ ବିଶେଷକରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଲୋକମାନେ ଅଶ୍ୱଥ୍ (ଉସ୍ତ ଗଛ) ଓ ଅର୍ଜୁନ ଆଦି ବୃକ୍ଷଗୁଡ଼ିକର ପୂଜା ଶ୍ରଦ୍ଧାପୂର୍ବକ କରନ୍ତି । ରାଜସ୍ଥାନ ଭଳି ମରୁଭୂମିରେ ବିଶ୍ନୋଇ ସମାଜ ପରିବେଶ ସୁରକ୍ଷାର ମାର୍ଗ ଆମମାନଙ୍କୁ ଦେଖାଇଅଛି । ବିଶେଷକରି ବୃକ୍ଷଗୁଡ଼ିକରେ ସୁରକ୍ଷା ଦିଗରେ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ବରଂ ପ୍ରସ୍ତୁତ, କିନ୍ତୁ ଗୋଟିଏ ବି ବୃକ୍ଷର କ୍ଷତି କରିବା ସେମାନଙ୍କୁ ସ୍ୱୀକାର୍ଯ୍ୟ ନୁହେଁ । ଅରୁଣାଚଳର ମିଶମୀମାନେ ବାଘମାନଙ୍କ ସହ ନିଜର ସମ୍ପର୍କ ଥିବା କଥା ଦାବି କରନ୍ତି । ସେମାନେ ବାଘମାନଙ୍କୁ ନିଜର ଭାଇ-ଭଉଣୀ ଭଳି ମାନନ୍ତି । ନାଗାଲେଣ୍ଡରେ ମଧ୍ୟ ବାଘମାନଙ୍କୁ ଜଙ୍ଗଲଗୁଡ଼ିକର ରକ୍ଷକ ଭାବେ ବିବେଚନା କରାଯାଏ । ମହାରାଷ୍ଟ୍ରର ବାଲି ସମ୍ପ୍ରଦାୟର ଲୋକମାନେ ବାଘକୁ ଅତିଥି ମାନନ୍ତି ତଥା ସେମାନଙ୍କ ପାଇଁ ବାଘମାନଙ୍କର ଉପସ୍ଥିତି ସମୃଦ୍ଧି ଆଣିବାରେ ସହାୟକ ବୋଲି ବିଶ୍ୱାସ କରିଥାନ୍ତି । ମଧ୍ୟ-ଭାରତର କୋଲ୍ ସମ୍ପ୍ରଦାୟ ମଧ୍ୟରେ ଏହା ବିଶ୍ୱାସ କରାଯାଏ ଯେ ସେମାନଙ୍କର ନିଜର ଭାଗ୍ୟ ବାଘମାନଙ୍କ ସହ ସମ୍ପୃକ୍ତ । ଯଦି ବାଘମାନଙ୍କୁ ଭୋଜନ ନ ମିଳେ, ତାହେଲେ ଗ୍ରାମବାସୀମାନଙ୍କୁ ମଧ୍ୟ ଉପବାସରେ ରହିବାକୁ ପଡ଼ିବ ବୋଲି ସେମାନଙ୍କର ବିଶ୍ୱାସ । ମଧ୍ୟଭାରତର ଗୋଣ୍ଡ ସମ୍ପ୍ରଦାୟର ଲୋକମାନେ ପ୍ରଜନନ ଋତୁରେ କେଥନ୍ ନଦୀର କେତେ ଭାଗରେ ମାଛ ଧରିବା ବନ୍ଦ କରିଦିଅନ୍ତି । ଏହି କ୍ଷେତ୍ରକୁ ସେମାନେ ମାଛମାନଙ୍କର ଆଶ୍ରୟସ୍ଥଳ ମାନନ୍ତି । ଏହି ପ୍ରଥା ଅନୁସାରେ ସେମାନଙ୍କୁ ସୁସ୍ଥ ଜୀବନଯାପନ ସହିତ ପ୍ରଚୁର ମାତ୍ରାରେ ମାଛ ମିଳିଥାନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନିଜ ଘରଗୁଡ଼ିକୁ ପ୍ରାକୃତିକ ଉପାଦାନରେ ନିର୍ମାଣ କରନ୍ତି, ଯାହାକି ମଜଭୁତ ହେବା ସହିତ ପରିବେଶ ଅନୁକୂଳ ମଧ୍ୟ । ଦକ୍ଷିଣ ଭାରତର ନୀଳଗିରି ପାଦଦେଶ ସ୍ଥିତ ଜନଶୂନ୍ୟ ସ୍ଥାନମାନଙ୍କରେ ଗୋଟିଏ କ୍ଷୁଦ୍ର ଯାଯାବର ସମ୍ପ୍ରଦାୟ ହେଉଛି ତୋଡା ଯାହାଙ୍କର ବସ୍ତିଅଂଚଳ ପାରମ୍ପରିକ ଭାବେ ସ୍ଥାନୀୟ ଅଂଚଳରେ ମିଳୁଥିବା ଉପାଦାନରେ ନିର୍ମିତ ।

ମୋ ପ୍ରିୟ ଭାଇ ଓ ଭଉଣୀମାନେ! ଏହା ସତ୍ୟ ଯେ ଆଦିବାସୀ ସମୁଦାୟ ବହୁତ ଶାନ୍ତିପୂର୍ଣ୍ଣ ଓ ପାରସ୍ପରିକ ସୌହାର୍ଦ୍ଦ୍ୟ ସହିତ ନିବାସ କରିବାରେ ବିଶ୍ୱାସ କରେ । କିନ୍ତୁ ଯେତେବେଳେ କୌଣସି ବ୍ୟକ୍ତି ସେମାନଙ୍କର ପ୍ରାକୃତିକ ସମ୍ପଦକୁ କ୍ଷତି କରୁଛି,ସେତେବେଳେ ସେମାନେ ନିଜ ଅଧିକାରର ସୁରକ୍ଷା ପାଇଁ ଲଢ଼ିବାକୁ ମଧ୍ୟ ଡରନ୍ତି ନାହିଁ । ଏହା ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଆମର ସର୍ବପ୍ରଥମ ସ୍ୱତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ହିଁ ଥିଲେ । ଭଗବାନ ବିରସା ମୁଣ୍ଡାଙ୍କୁ କିଏ ବା ଭୁଲିପାରେ ଯିଏ ନିଜର ବନ୍ୟଭୂମିର ସୁରକ୍ଷା ନିମନ୍ତେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ନିର୍ଭୀକ ସଂଗ୍ରାମ କରିଥିଲେ । ମୁଁ ଯେଉଁ କଥାଗୁଡ଼ିକୁ କହୁଛି, ତା’ର ତାଲିକା ଦୀର୍ଘ । ଆଦିବାସୀ ସମୁଦାୟରେ ଏପରି ଅନେକ ଦୃଷ୍ଟାନ୍ତ ରହିଛି, ଯାହା ଆମମାନଙ୍କୁ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷାକରି କିପରି ରହିବାକୁ ହୁଏ, ଶିଖାଇଥାଏ । ଆଜି ଆମ ନିକଟରେ ଯେଉଁ ଜଙ୍ଗଲ ସମ୍ପଦ ସୁରକ୍ଷିତ ରହିଛି, ଏଥିପାଇଁ ଆମ ଦେଶ ଆଦିବାସୀମାନଙ୍କ ପାଖରେ ଋଣୀ । ଆସନ୍ତୁ, ଆମେ ସେମାନଙ୍କ ଉଦ୍ଦେଶ୍ୟରେ ଆଦର ଭାବ ସମର୍ପିତ କରିବା ।

ମୋ ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆମେ ସେହି ବ୍ୟକ୍ତିମାନଙ୍କ ବିଷୟରେ ଓ ସେହି ଅନୁଷ୍ଠାନ ସମ୍ପର୍କରେ ଚର୍ଚ୍ଚା କରନ୍ତି, ଯେଉଁମାନେ ସମାଜ ପାଇଁ କିଛି ଅସାଧାରଣ କାର୍ଯ୍ୟ କରୁଛନ୍ତି । ଏପରି କାର୍ଯ୍ୟଗୁଡ଼ିକ ଯାହା ଦେଖିବାକୁ ତ ସାଧାରଣ ଲାଗେ,କିନ୍ତୁ ବାସ୍ତବରେ ସେଗୁଡ଼ିକର ପ୍ରଭାବ ବଡ଼ ଗମ୍ଭୀର । ଆମମାନଙ୍କର ବିଚାରଧାରାକୁ ବଦଳାଇବାରେ ତଥା ସମାଜର ଗତିପଥ ପରିବର୍ତ୍ତନରେ ଏମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ । କିଛିଦିନ ପୂର୍ବେ ମୁଁ ପଞ୍ଜାବର କୃଷକ ଭାଇ ଗୁରୁବଚନ ସିଂହ ଜୀଙ୍କ ସମ୍ପର୍କରେ ପଢ଼ୁଥିଲି । ଜଣେ ସାଧାରଣ ଓ ପରିଶ୍ରମୀ କୃଷକ ଗୁରବଚନ ସିଂହ ମହାଶୟଙ୍କ ପୁଅର ବାହାଘର ଥିଲା । ଏହି ବାହାଘର ପୂର୍ବରୁ ଗୁରବଚନ ସିଂହ ମହାଶୟ କନ୍ୟାର ପିତା-ମାତାଙ୍କୁ କହିଥିଲେ ଯେ ଆମେମାନେ ନିରାଡ଼ମ୍ବର ଭାବେ ବାହାଘର କରିବା । ବରଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ହେଉ କି ଜିନିଷପତ୍ର ବାବଦରେ ହେଉ, ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ଆମମାନଙ୍କୁ ଏହି ବାହାଘରକୁ ସିଧାସାଧା ଢଙ୍ଗରେ କରିବାର ଅଛି । ପୁଣି ହଠାତ୍ ସେ କହିଲେ ଯେ ମୋର କିନ୍ତୁ ଗୋଟିଏ ସର୍ତ୍ତ ରହିଛି । ଆଜିକାଲି ଯେତେବେଳେ ବାହାଘର ଆଦି କଥାରେ ସର୍ତ୍ତ କଥା ଉଠେ, ସାଧାରଣତଃ ଏକଥା ମନକୁ ଆସେ ଯେ ବରପିତା କୌଣସି ଏକ ବଡ଼ ଦାବି ରଖିବାକୁ ଯାଉଛନ୍ତି । ଏପରି କିଛି ମାଗିବେ ଯାହାକୁ ପ୍ରଦାନ କରିବା ବୋଧହୁଏ କନ୍ୟାପକ୍ଷ ଲୋକମାନଙ୍କ ପାଇଁ ଅସମ୍ଭବ ହୋଇପାରେ । କିନ୍ତୁ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଭାଇ ଗୁରବଚନ ସିଂହ ଯିଏକି ଜଣେ ସିଧା-ସାଧା କୃଷକ ଥିଲେ, ସେ କନ୍ୟା ପିତାଙ୍କ ସମ୍ମୁଖରେ ଯେଉଁ ସର୍ତ୍ତ ଉପସ୍ଥାପିତ କଲେ,ତାହାହିଁ ଆମ ସମାଜର ପ୍ରକୃତ ଶକ୍ତି । ଗୁରବଚନ ସିଂହ ମହାଶୟ କହିଲେ ଯେ ଆପଣ ମୋତେ କଥା ଦିଅନ୍ତୁ ଏବେ ଆପଣ ଚାଷଜମିରେ ନଡ଼ାର ଅବଶିଷ୍ଟାଂଶ ଜଳାଇବେ ନାହିଁ । ଆପଣ କଳ୍ପନା କରିପାରୁଛନ୍ତି ଯେ ଏଥିରେ କେତେବଡ଼ ସାମାଜିକ ଶକ୍ତି ସନ୍ନିହିତ । ଗୁରବଚନ ସିଂହ ମହାଶୟଙ୍କର ଏକଥା ବହୁତ ସାଧାରଣ ଲାଗିପାରେ, କିନ୍ତୁ ଏଥିରୁ ପ୍ରମାଣିତ ଯେ ତାଙ୍କର ବ୍ୟକ୍ତିତ୍ୱ କେତେ ବିଶାଳ । ଆମେ ଦେଖିଛୁ ଯେ ଆମ ସମାଜରେ ଏପରି ଅନେକ ପରିବାର ଅଛନ୍ତି, ଯେଉଁମାନେ ନିଜର ବ୍ୟକ୍ତିଗତ ପ୍ରସଙ୍ଗକୁ ସମାଜର ହିତ ଉଦ୍ଦେଶ୍ୟରେ ପରିବର୍ତ୍ତିତ କରିଥାନ୍ତି । ଶ୍ରୀମାନ ଗୁରବଚନ ସିଂହ ମହାଶୟଙ୍କ ପରିବାର ମଧ୍ୟ ଆମମାନଙ୍କ ସମ୍ମୁଖରେ ଏପରି ଏକ ଦୃଷ୍ଟାନ୍ତ ରଖିଛନ୍ତି । ମୁଁ ପଞ୍ଜାବର ନାଭା ନିକଟରେ ଥିବା ଅନ୍ୟ ଗୋଟିଏ ଗ୍ରାମ ‘କଲ୍ଲର ମାଜରା’ ସମ୍ପର୍କରେ ପଢ଼ିଛି । କଲ୍ଲର ମାଜରା ଏଥିପାଇଁ ଚର୍ଚ୍ଚିତ, କାହିଁକି ନା ସେଠାକାର ଲୋକମାନେ ଧାନ ଅମଳ ପରେ ନଡ଼ାର ଅବଶିଷ୍ଟାଂଶକୁ ଜଳାଇବା ପରିବର୍ତ୍ତେ ସେଗୁଡ଼ିକୁ ହଳ ଦ୍ୱାରା ମାଟିରେ ମିଶାଇଦିଅନ୍ତି । ଏଥିପାଇଁ ଯେଉଁ ପ୍ରଯୁକ୍ତି ବା ଟେକ୍ନୋଲଜିର ଆବଶ୍ୟକତା ରହିଛି, ତା’ର ଉପଯୋଗ ଅବଶ୍ୟ କରନ୍ତି । ଭାଇ ଗୁରବଚନ ସିଂହ ମହାଶୟଙ୍କୁ ଅଭିନନ୍ଦନ । କଲ୍ଲର ମାଜରା ଓ ସେସବୁ ସ୍ଥାନମାନଙ୍କର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ପରିବେଶକୁ ପରିଷ୍କାର ରଖିବା ନିମନ୍ତେ ନିଜର ଉନ୍ନତ ପ୍ରଚେଷ୍ଟା କରୁଛନ୍ତି । ଆପଣ ସମସ୍ତେ ସୁସ୍ଥ ଜୀବନଶୈଳୀର ଭାରତୀୟ ଐତିହ୍ୟକୁ ଯଥାର୍ଥ ଉତ୍ତରାଧିକାରୀ ଭାବେ ଆଗକୁ ବଢ଼ାଉଛନ୍ତି । ଯେପରି ବିନ୍ଦୁ-ବିନ୍ଦୁ ଦ୍ୱାରା ସାଗରର ସୃଷ୍ଟି, ସେହିପରି ଛୋଟ-ଛୋଟ ସଜାଗ, ସକ୍ରିୟ ଓ ସକାରାତ୍ମକ କାର୍ଯ୍ୟଗୁଡ଼ିକ ସର୍ବଦା ସକାରାତ୍ମକ ବାତାବରଣ ସୃଷ୍ଟି କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଥାନ୍ତି ।

ମୋ ପ୍ରିୟ ଦେଶବାସୀଗଣ, ଆମ ଗ୍ରନ୍ଥଗୁଡ଼ିକରେ କୁହାଯାଇଛି –

ଓଁ ଦ୍ୟୋଃ ଶାନ୍ତିଃ,

ଅନ୍ତରୀକ୍ଷଂ ଶାନ୍ତିଃ,

ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ଔଷଧୟଃ ଶାନ୍ତିଃ ।

ବନସ୍ପତୟଃ ଶାନ୍ତିଃ ବିଶ୍ୱେଦେବାଃ ଶାନ୍ତିଃ ବ୍ରହ୍ମ ଶାନ୍ତିଃ,

ସର୍ବଂ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସାମା ଶାନ୍ତିରେଧି ।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।

ଏହାର ଅର୍ଥ ହେଲାହେ ଈଶ୍ୱରତିନିଲୋକରେ ସବୁଆଡ଼େ ଶାନ୍ତିର ପ୍ରତିଷ୍ଠା ହେଉ । ଜଳରେପୃଥିବୀରେଆକାଶରେଅନ୍ତରୀକ୍ଷରେଅଗ୍ନିରେବାୟୁରେଔଷଧିରେ,ବନସ୍ପତିରେଉପବନରେଅବଚେତନରେସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ଶାନ୍ତିପ୍ରତିଷ୍ଠା କରନ୍ତୁ । ସମଗ୍ର ଜୀବଜଗତରେହୃଦୟରେମୋ ମଧ୍ୟରେତୁମ ମଧ୍ୟରେଜଗତର ପ୍ରତିଟି କଣିକାରେପ୍ରତିଟି ସ୍ଥାନରେ ଶାନ୍ତି ପ୍ରତିଷ୍ଠା କରନ୍ତୁ ।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।

ଯେତେବେଳେ ବି ବିଶ୍ୱଶାନ୍ତିର ଚର୍ଚ୍ଚାହୁଏ, ଏଥିପାଇଁ ଭାରତର ନାମ ଓ ଯୋଗଦାନ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ ହେବା ଦେଖିବାକୁ ମିଳିବ । ଭାରତ ପାଇଁ ଚଳିତ ବର୍ଷର ନଭେମ୍ବର 11 ତାରିଖ ବିଶେଷ ମହତ୍ୱପୂର୍ଣ୍ଣ, କାହିଁକି ନା ନଭେମ୍ବର 11 ତାରିଖରେ ଆଜିଠାରୁ 100 ବର୍ଷ ପୂର୍ବେ ସଂଘଟିତ ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତିର 100 ବର୍ଷ ପୂରଣ ହେଉଛି । ଅର୍ଥାତ୍ ସେହି ଯୁଦ୍ଧ ସମୟରେ ହୋଇଥିବା ମହାବିନାଶ ଓ ଜନହାନି ସମାପ୍ତିର ଗୋଟିଏ ଶତାବ୍ଦୀ ପୂର୍ଣ୍ଣ ହୋଇଯିବ । ଭାରତ ପାଇଁ ପ୍ରଥମ ବିଶ୍ୱଯୁଦ୍ଧ ଏକ ମହତ୍ୱପୂର୍ଣ୍ଣ ଘଟଣା । ପ୍ରକୃତପକ୍ଷେ କହିବାକୁ ଗଲେ ଆମର ସେ ଯୁଦ୍ଧ ସହ କୌଣସି ପ୍ରକାରର ପ୍ରତ୍ୟକ୍ଷ ସମ୍ବନ୍ଧ ନ ଥିଲା । ଏହାସତ୍ୱେ ଆମର ସୈନିକମାନେ ସାହସିକତା ସହିତ ଯୁଦ୍ଧକଲେ ତଥା ବହୁତ ବଡ଼ ଯୋଗଦାନ ପୂର୍ବକ ମହାନ ବଳିଦାନ ଦେଲେ । ଭାରତୀୟ ସୈନିକମାନେ ସଂସାରକୁ ଦେଖାଇଦେଲେ ଯେ ଯେତେବେଳେ ଯୁଦ୍ଧର କଥା ଉଠେ, ସେମାନେ କାହାରିଠାରୁ ବି ପଛରେ ନୁହଁନ୍ତି । ଆମ ସୈନିକମାନେ ଦୁର୍ଗମ ଅଂଚଳଗୁଡ଼ିକରେ, ଜଟିଳ ପରିସ୍ଥିତିରେ ମଧ୍ୟ ନିଜର ପରାକ୍ରମ ଦେଖାଇଛନ୍ତି । ଏସବୁ ପଛରେ ଗୋଟିଏ ଉଦ୍ଦେଶ୍ୟ ହେଲା – ଶାନ୍ତିର ପୁନଃପ୍ରତିଷ୍ଠା । ପ୍ରଥମ ବିଶ୍ୱଯୁଦ୍ଧରେ ବିଶ୍ୱବାସୀ ଯୁଦ୍ଧର ବିଭୀଷିକା ଦେଖିଲେ । ଅନୁମାନ ଅନୁସାରେ ପ୍ରାୟଃ ଏକ କୋଟି ସୈନିକ ଓ ଏତିକି ସଂଖ୍ୟାରେ ନାଗରିକ ନିଜର ପ୍ରାଣ ବିସର୍ଜନ କରିଥିଲେ । ଏହାଦ୍ୱାରା ସମଗ୍ର ବିଶ୍ୱ ହୃଦୟଙ୍ଗମ କଲା ଯେ ଶାନ୍ତିର ମହତ୍ୱ କ’ଣ?ବିଗତ 100 ବର୍ଷ ମଧ୍ୟରେ ଶାନ୍ତିର ସଂଜ୍ଞା ବଦଳିଯାଇଛି । ଆଜି ଶାନ୍ତି ଓ ସୌହାର୍ଦ୍ଦ୍ୟର ଅର୍ଥ କେବଳ ଯୁଦ୍ଧ ନ ହେବା ନୁହେଁ । ଆତଙ୍କବାଦରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ, ଆର୍ଥିକ ବିକାଶରୁ ଆରମ୍ଭ କରି ସାମାଜିକ ନ୍ୟାୟ, ଏ ସମସ୍ତ ପାଇଁ ବୈଶ୍ୱିକ ସହଯୋଗ ଓ ସମନ୍ୱୟ ଭିତ୍ତିରେ କାମ କରିବାର ଆବଶ୍ୟକତା ରହିଛି । ଦେଖିବାକୁ ଗଲେ, ଗରିବରୁ ଗରିବ ବ୍ୟକ୍ତିର ବିକାଶ ହିଁ ଶାନ୍ତିର ପ୍ରକୃତ ପ୍ରତୀକ ।

ମୋ ପ୍ରିୟ ଦେଶବାସୀଗଣ, ଆମର ଉତ୍ତର-ପୂର୍ବାଞ୍ଚଳ କଥା କିଛି ଭିନ୍ନ । ପୂର୍ବୋତ୍ତର ଅଂଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବଡ଼ ଅନୁପମ ଏବଂ ଏଠାକାର ଲୋକମାନେ ବହୁତ ପ୍ରତିଭାଶାଳୀ । ଆମର ଉତ୍ତର-ପୂର୍ବାଞ୍ଚଳ ଆଜି ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ମଧ୍ୟ ସୁପରିଚିତ । ଉତ୍ତର-ପୂର୍ବାଞ୍ଚଳ ଏପରି ଏକ ସ୍ଥାନ, ଯେଉଁ ଅଂଚଳ ଜୈବିକ କୃଷିରେ ମଧ୍ୟ ବିଶେଷ ଉନ୍ନତି କରିଛି । କିଛିଦିନ ପୂର୍ବେ ସିକ୍କିମ ରାଜ୍ୟ ପୋଷଣୀୟ ଖାଦ୍ୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରତିଷ୍ଠିତ Future Policy Gold Award-2018 ହାସଲ କରିଛି । ଏହି ପୁରସ୍କାର ସଂଯୁକ୍ତ ରାଷ୍ଟ୍ର ସହ ସମ୍ପୃକ୍ତ ଖାଦ୍ୟ ଓ କୃଷି ସଂଗଠନ ଅର୍ଥାତ୍ Food and Agriculture Organisation ଦ୍ୱାରା ପ୍ରଦାନ କରାଯାଇଥାଏ । ଆପଣମାନଙ୍କୁ ଏହାଜାଣି ଖୁସି ଲାଗିବ ଯେ ଏ କ୍ଷେତ୍ରରେ ଶ୍ରେଷ୍ଠ ନୀତି ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସେହି କ୍ଷେତ୍ରରେ ଓସ୍କାର ସହ ସମକକ୍ଷ । କେବଳ ସେତିକି ନୁହେଁ, ଆମ ସିକ୍କିମ ରାଜ୍ୟ 25 ଦେଶର 51ଟି ମନୋନୀତ ନୀତିକୁ ପଛରେ ପକାଇ ଏ ପୁରସ୍କାର ପ୍ରାପ୍ତ କଲା । ଏଥିପାଇଁ ମୁଁ ସିକ୍କିମର ଜନତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ଶେଷ ହେବାକୁ ଯାଉଛି । ପାଣିପାଗରେ ମଧ୍ୟ ବହୁତ ପରିବର୍ତ୍ତନ ଅନୁଭୂତ ହେଉଛି । ଏବେ ଶୀତଦିନ ଆରମ୍ଭ ହୋଇଯାଇଛି । ପାଣିପାଗର ପରିବର୍ତନ ସହ ପର୍ବପର୍ବାଣୀର ଋତୁ ମଧ୍ୟ ଆସିଯାଇଛି । ଧନତେରସ୍,ଦୀପାବଳି, ଭୈୟାଦୂଜ୍, ଛଠ୍ – ଏକ ପ୍ରକାରେ ଯଦି କୁହାଯିବ, ନଭେମ୍ବର ମାସ ପର୍ବଗୁଡ଼ିକର ମାସ । ଆପଣ ସମସ୍ତଙ୍କୁ ଏହି ପର୍ବଗୁଡ଼ିକ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ।

ମୁଁ ଆପଣ ସମସ୍ତଙ୍କୁ ନିବେଦନ କରିବି ଯେ ଏହି ପର୍ବଗୁଡ଼ିକ ପାଳନ ସମୟରେ ନିଜର ଯତ୍ନ ନିଅନ୍ତୁ, ନିଜ ସ୍ୱାସ୍ଥ୍ୟର ବି ଯତ୍ନ ନିଅନ୍ତୁ ଓ ସମାଜର ହିତ ପ୍ରତି ବି ଯତ୍ନବାନ ହୁଅନ୍ତୁ । ମୋର ବିଶ୍ୱାସ ଯେ ଏହି ପର୍ବ ହିଁ ନୂତନ ସଂକଳ୍ପର ସୁଯୋଗ । ଏହି ପର୍ବ ନୂତନ ନିଷ୍ପତିର ସୁଯୋଗ । ଏହି ପର୍ବ ଆପଣଙ୍କ ଜୀବନରେ ଅଭିଯାନ ଭାବରେ ଆଗକୁ ଯିବାର, ଦୃଢ଼ସଂକଳ୍ପ ନେବାର ସୁଯୋଗ ସୃଷ୍ଟି କରୁ । ଆପଣଙ୍କ ଉନ୍ନତି ଦେଶର ବିକାଶର ଏକ ମହତ୍ୱପୂର୍ଣ୍ଣ ଅଂଶ । ଆପଣଙ୍କ ଯେତେ ଅଧିକ ଉନ୍ନତି ହେବ, ସେତେମାତ୍ରାରେ ଦେଶର ଉନ୍ନତି ହେବ । ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Target Olympic Podium Scheme becomes bigger with more responsibility and streamlining

Media Coverage

Target Olympic Podium Scheme becomes bigger with more responsibility and streamlining
NM on the go

Nm on the go

Always be the first to hear from the PM. Get the App Now!
...
Prime Minister urges citizens to take precautions amid soaring temperatures across India
May 27, 2026
Prime Minister calls for vigilance, hydration and care for vulnerable people during heatwave
Prime Minister appeals to citizens to help birds, animals and those affected by extreme heat

The Prime Minister, Shri Narendra Modi has urged citizens across the country to take all possible precautions amid soaring temperatures being witnessed in different parts of India.

Shri Modi urged people to stay hydrated, carry water while stepping out and extend help to others by offering them water during the harsh weather conditions.

The Prime Minister also advised people to remain alert to signs of heat exhaustion such as dizziness, nausea and extreme fatigue. He urged citizens to immediately help anyone feeling unwell, weak or suffering from headaches by moving them to a cool and shaded place and ensuring availability of water and ORS.

Shri Modi noted that children, elderly people and those working outdoors are especially vulnerable during extreme heat and cautioned that ignoring warning signs may lead to heatstroke.

Shri Modi also called upon people to regularly check on elderly parents, grandparents and loved ones during the heatwave and remind them to stay hydrated, avoid stepping out during peak afternoon hours and take adequate rest.

Emphasising compassion during extreme weather conditions, the Prime Minister appealed to citizens to keep bowls of water outside homes, balconies, terraces, shops and offices for birds and animals.

In a series of X posts, Shri Modi said;

“Different parts of India are witnessing soaring temperatures and the challenges that come with it. This heat is harsh on all of us and I urge you all to take as many precautions as possible. Please stay hydrated, keep water with you when stepping out. Offer a glass of water to others. In weather like this, such kindness goes a long way.”

“Watch for signs of heat exhaustion like dizziness, nausea or extreme fatigue. If someone around you feels unusually unwell, weak or develops a headache, it is best to help move them to a cool and shaded place immediately. Ensure they get water, ORS etc. that helps them. Children, the elderly and those working outdoors are especially vulnerable during extreme heat. Ignoring these warning signs can quickly turn dangerous and may even lead to heatstroke. In such weather, timely care and attention go a long way.”

“Whenever possible, call and check on elderly parents, grandparents and loved ones during this heatwave. Remind them to stay hydrated, avoid stepping out in peak afternoon hours and take rest whenever possible.”

“In this extreme heat, let us also remember the birds and animals around us. A small bowl of water kept outside your home, balconies, terraces, shops or offices can become a lifeline for a thirsty bird. May compassion guide us in these difficult days.”

“देश के अलग-अलग हिस्सों में तापमान लगातार बढ़ रहा है और इसके साथ ही दैनिक जीवन में गर्मी से होने वाली कई कठिनाइयां भी बढ़ रही हैं। मैं सभी देशवासियों से आग्रह करता हूं कि जितनी अधिक सावधानी बरत सकें, अवश्य बरतें। कृपया स्वयं को हाइड्रेटेड रखें, घर से बाहर निकलते समय पानी साथ रखें। ऐसे मौसम में आपकी संवेदनशीलता भी बहुत बड़ा सहारा बन जाती है। यदि संभव हो, तो किसी प्यासे व्यक्ति को एक गिलास पानी अवश्य दें। मैं ऐसे लोगों की सराहना भी करूँगा जो अपने घरों के और दुकानों के बाहर मटके में जल रखते हैं ताकि कोई भी उनसे पानी पी सके।”

“अत्यधिक गर्मी से होने वाली परेशानी, जैसे चक्कर आना, मतली या ज्यादा थकान लगे तो उसे बिल्कुल भी नजरअंदाज न करें। यदि आपके आसपास किसी व्यक्ति को अचानक बेहोशी जैसा लगे, कमजोरी महसूस करे या फिर अस्वस्थ दिखाई दे, तो उसे तुरंत किसी ठंडी और छायादार जगह पर ले जाएं। उसे पानी, ORS या अन्य तरल पदार्थ दें, जिससे शरीर को राहत मिल सके। बच्चे, बुज़ुर्ग और धूप में काम करने वाले लोग इस भीषण गर्मी में सबसे अधिक प्रभावित होते हैं। समय रहते ध्यान न देने पर यह स्थिति हीटस्ट्रोक जैसी गंभीर समस्या का रूप ले सकती है। ऐसे समय में आपकी सतर्कता और देखभाल किसी का जीवन बचा सकती है।”

“जब भी संभव हो, अपने माता-पिता, दादा-दादी, नाना-नानी और अन्य प्रियजनों को फोन कर उनका हालचाल अवश्य पूछें। उन्हें पर्याप्त पानी पीने, दोपहर की तेज धूप में बाहर न निकलने और जितना हो सके, आराम करने की सलाह दें।”

“इस प्रचंड गर्मी में हमें अपने आसपास के पशु-पक्षियों को भी नहीं भूलना चाहिए। अपने घर, बालकनी, छत, दुकान या ऑफिस के बाहर पानी से भरा एक छोटा-सा बर्तन रखना भी किसी प्यासे पक्षी के लिए जीवनदान बन सकता है। आइए, इन कठिन दिनों में पूरी संवेदनशीलता और करुणा के साथ एक-दूसरे का ध्यान रखें।”